ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ତତ୍ପର ହୋଇଉଠିଛି ଓଡ଼ିଶା ଭିଜିଲାନ୍ସ। ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁ ଭଡ଼ା ସୂତ୍ରରେ ରହୁଥିବା ଘରେ, ନୟାଗଡ଼ ସ୍ଥିତ ନିଜ ବାସଭବନ ଓ ନୟାଗଡସ୍ଥିତ ଭଡ଼ା ସୂତ୍ରରେ ରହୁଥିବା ଘରେ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ। ସୂଚନା ଥାଉକି ସୁଦୀପ୍ତଙ୍କ ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।
Author: Samikhsya Bureau
ଭୁବନେଶ୍ଵର: ଗୁରୁ ଗ୍ରହଙ୍କୁ ବ୍ରହ୍ମସ୍ପତି ବା ଦେବ ଗ୍ରହ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। ଯଦି କୌଣସି ଗ୍ରହ ରାଶିଫଳରେ ଖରାପ ପ୍ରଭାବ ପକାଉଛି, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ସେହିଭଳି ବୃହସ୍ପତି ଗ୍ରହ ଭାଗ୍ୟ ଏବଂ ବିବାହିତ ଜୀବନର କାରଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ବୃହସ୍ପତି ଗ୍ରହ ଯଦି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଶକ୍ତିଶାଳୀ, ତେବେ ସେହି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ। ସେ ବହୁତ ଅଗ୍ରଗତି କରନ୍ତି। ସେହି ବ୍ୟକ୍ତିଙ୍କର ବହୁତ ଜ୍ଞାନ ହାସଲ ହୋଇଥାଏ। ଏହା ସହିତ, ବ୍ୟକ୍ତିର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବାକୁ ଲାଗେ। କିନ୍ତୁ ଅନ୍ୟ ପଟେ ଯଦି ବୃହସ୍ପତି ଗ୍ରହ ରାଶିଫଳରେ ଦୁର୍ବଳ, ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। କରାଯାଉଥିବା କାର୍ଯ୍ୟ ଖରାପ ହେବା ଆରମ୍ଭ କରେ, କୌଣସି କାର୍ଯ୍ୟରେ ସଫଳତା…
ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି। ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ। ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ। କରୋନା ମହାମାରୀ ପରବର୍ତ୍ତୀ…
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ , କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା…
ମେଷ : ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ । ନୂଆ ଚିନ୍ତାଧାରା ମନକୁ ଆସିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ମିଳିପାରିବ । ଆଜି ଟଙ୍କା ରହିବ । ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ । ବୃଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । କାମ କରିବା ଭଳି ଅନୁଭବ କରିବେ ନାହିଁ । ଅନ୍ୟମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ । ବ୍ୟବସାୟ ଲାଭଦାୟକ ହେବ । ଦୁଃଖଦ ଖବର ଗ୍ରହଣ କରାଯାଇପାରେ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ମିଥୁନ : ତୁମେ ସମ୍ମାନ ପାଇବ…
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ହେଉଛି ଉଚ୍ଚ ଶିକ୍ଷା ପାଇଁ ଭାରତର ଅନ୍ୟତମ ସର୍ବବୃହତ ସ୍କଲାରସିପ୍। ୨୦୨୩-୨୪ ଶିକ୍ଷାବର୍ଷରେ ୫୦୦୦ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ସେଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସବୁ ବିଷୟରେ ପାଠପଢ଼ା ପାଇଁ ନିୟମିତ ସ୍ନାତକ ପ୍ରଥମ ବର୍ଷ (ଅଣ୍ଡର ଗ୍ରାଜୁଏଟ୍) ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ଆବେଦନ କରିପାରିବେ। ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ଦୃଢ଼ ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚ ଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର…
ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍। ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା। ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତି ବ୍ରତ, ଉପବାସ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି। ଆସିକା ସହର ଓ ଏହାର ଆଖପାଖ ଅଚଂଳର ବିଭିନ୍ନ ମଠ, ମନ୍ଦିର ଠାରେ ବଡ ଧୁମଧାମରେ ଏହି ଉତ୍ସବ ପାଳିତ ହୋଇଥିଲା। ଆସିକା ସୁନାମ୍ବ ସାହି ଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭଗବତ ଟୁଙ୍ଗୀ ମଠ, ଶ୍ୟାମା କେନ୍ଦ୍ର ଆଦି ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମ ବିଧି ,ବିଧାନ ପୂର୍ବକ ପୂଜା ପାଠ, ସ୍ୱତନ୍ତ୍ର ପୂଜା, ବେଶ, ନିତି ଆଦି ହୋଇଥିଲା। ଏହାପରେ ପଣ୍ଡିତ ମାନଙ୍କ ଦ୍ୱାରା ଷୋଡଶ ଉପଚାର ପୂଜା, ହୋମ, ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଦିନ ତମାମ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
ଭୁବନେଶ୍ଵର: ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ WHO ଘୋଷଣା କରିଛନ୍ତି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କର ମାନସିକତା ଓ ବ୍ୟବହାରକୁ ପରିବର୍ତ୍ତନ କରିବା। ତେଣୁ ପ୍ରଥମେ ନିଜେ ଓ ନିଜର ପରିବାରବର୍ଗଙ୍କ ସାମାଜିକ ଏବଂ ମାନସିକ ଭାରସାମ୍ୟରୁ ନିବୃତ ରଖିଲେ ଆତ୍ମହତ୍ୟା କମିଯାଇ ପାରିବ। ୧୫-୩୦ ବୟସ୍କ ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ହେଉଛି ୨ୟ ମୃତ୍ୟୁଜନିତ କାରଣ। ଆତ୍ମହତ୍ୟା ପାଇଁ ମଣିଷ ସମାଜ ବହୁତ ପିଡିତ ହୋଇଥାଏ। କେବଳ ଯେ ପରିବାର ନୁହେଁ ସମାଜକୁ ମଧ୍ୟ ବହୁତ ପିଡା ସହିବାକୁ ପଡେ ତେଣୁ ଆମେ ଆଉ ଚୁପ୍ ନରହି ଏଥିରେ ଆତ୍ମହତ୍ୟା ବିଷୟରେ ସାଙ୍ଗ ହୋଇ କଥା ହେବା। ଆତ୍ମହତ୍ୟା ବିଷୟରେ ଆଉ ଚୁପ୍ ନରହି ଅନ୍ୟର ଭାବନା କୁ ବୁଝିବା ଏବଂ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ମଣିଷଙ୍କ ସହ ମିଶିବା ଏହା…
ଭୋପାଳ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ତଥା ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ ନିର୍ବାଚନ କରିବାକୁ ପ୍ରସ୍ତୁତ। ଶ୍ରୀ କୁମାର ଏବଂ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଜେପି ଶାସିତ ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି। ରାଜନୈତିକ ଦଳ, ପ୍ରଶାସନ ଏବଂ ବିଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସି ସହିତ ସେଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ତିନି ଦିନିଆ ସମୀକ୍ଷା ବୈଠକ କରିବେ। ଶ୍ରୀ କୁମାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ କହିଛନ୍ତି ଯେ, ଭୋଟର ତାଲିକାର ଅନ୍ତିମ ପ୍ରକାଶନ ଅକ୍ଟୋବର ୫ ତାରିଖରେ କରାଯିବ। ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୫.୫୨ କୋଟି ଭୋଟର ଅଛନ୍ତି, ସେଥିମଧ୍ୟରୁ ୨.୬୭ କୋଟି ମହିଳା ଅଛନ୍ତି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ନିର୍ବାଚନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା (ଆଇଡିଏସ୍), 2017 ପାଇଁ 1164.53 କୋଟି ଟଙ୍କା ପ୍ରଦାନକୁ ମଞ୍ଜୁରି ମିଳିଛି। ଭାରତ ସରକାର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ 23 ଏପ୍ରିଲ 2018 ତାରିଖ 2018 ର ଅଧିସୂଚନା ସଂଖ୍ୟା 2 (2)/2018- ଏସପିଏସ୍ ମାଧ୍ୟମରେ 2018 ରେ ଔଦ୍ୟୋଗିକ ବିକାଶ ଯୋଜନା, 2017 ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସମୁଦାୟ ଆର୍ଥିକ ପରିବ୍ୟୟ 131.90 କୋଟି ଟଙ୍କା ଥିଲା। ଏହି ଆବଣ୍ଟିତ ପାଣ୍ଠି ଆର୍ଥିକ ବର୍ଷ 2021-22 ସମୟରେ ସାମପ୍ତ ହୋଇ ଯାଇଥିଲା। ଏହା ବ୍ୟତୀତ 2028-2029 ପ୍ରତିବଦ୍ଧ ଦାୟୀତ୍ବ ଗୁଡ଼ିକର ପୁରଣ କରିବା ପାଇଁ 1164.53 କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆର୍ଥିକ ବ୍ୟୟର ଆବଣ୍ଟନ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017…
ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହେଉଥିବା ବେଳେ ଅଚାନକ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି। ଅବହେଳିତ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି। ଆଜି କୋଦଳା ଏନଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ରେ ଥିବା ସରକାରୀ ହୋଡିଂ ନିକଟକୁ ଯାଇ ପରିଶ୍ରା କରୁଥିବା ସମୟରେ ହଠାତ ଉକ୍ତ ଲୁହାର ହୋଡିଂର ସଂସ୍ପର୍ଶରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା…
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚିଠିକୁ ସରକାର ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପରମ୍ପରା ପ୍ରତି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ। ଅଧିବେଶନ ଆରମ୍ଭ ପୂର୍ବରୁ ଆଲୋଚନା ଅନୁଷ୍ଠିତ ହେବ। ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଅନାବଶ୍ୟକ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି’: ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଚିଠିରେ କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା, ଆମ ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯେଉଁଠାରେ କୌଣସି ବିବାଦ ନାହିଁ, ସେଠାରେ ଅନାବଶ୍ୟକ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ଆପଣ ଯେପରି ଜାଣିଛନ୍ତି, ଧାରା ୮୫ ଅନୁଯାୟୀ ସାମ୍ବିଧାନିକ ଆଦେଶ ପାଳନ କରି ସଂସଦ ଅଧିବେଶନ ନିୟମିତ ଭାବରେ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ଦର୍ଶାଯାଇଛି…
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, ମୋର ଶୁଭେଚ୍ଛା ଦଳ ସହ ଅଛି, କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ୍। ଚନ୍ଦ୍ର କୁମାର ବୋଷ ତାଙ୍କ ଇସ୍ତଫା ସମ୍ପର୍କରେ କହିଛନ୍ତି ଯେ, ୨୦୧୬ ରେ ବିଜେପିରେ ସାମିଲ ହୋଇଥିଲେ। ପିଏମ ମୋଦୀଙ୍କ ନେତୃତ୍ୱରେ ମୁଁ ଭଲ ଅନୁଭବ କଲି। ବିଜେପିରେ ଯୋଗଦେବା ପରେ ମୁଁ ଅନୁଭବ କଲି ଯେ ସେମାନେ କରୁଥିବା ରାଜନୀତି ମୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମସ୍ତ ଧର୍ମକୁ ଏକତ୍ର କରିବାର ଆଦର୍ଶ ଅନୁଯାୟୀ ନୁହେଁ। ସେ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) ସର୍ବଦା ସାମ୍ପ୍ରଦାୟିକ ତଥା ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଲଢୁଥିଲେ। ଚନ୍ଦ୍ର କୁମାର ବୋଷ କ’ଣ କହିଥିଲେ?: ଚନ୍ଦ୍ର କୁମାର ବୋଷ କହିଛନ୍ତି ଯେ, ମୁଁ ବଙ୍ଗଳାରୁ ରଣନୀତି ସମ୍ପର୍କରେ ବିଜେପି ଏବଂ ବଙ୍ଗଳା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସ୍ଏସ୍)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ବା ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ନାମକ ଯୋଜନାକୁ ଅନୁମୋଦନ ମିଳିଛି। ଅନୁମୋଦିତ ଯୋଜନାରେ ୨୦୩୦-୩୧ ସୁଦ୍ଧା ୪,୦୦୦ ମେଗାଓ୍ଵାଟ୍-ଘଣ୍ଟା ବିଇଏସ୍ଏସ୍ ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ପୁଞ୍ଜି ବ୍ୟୟର ୪୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଆକାରରେ ବଜେଟ୍ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଅନେକ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ଏହି ପଦକ୍ଷେପ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି। ସୌର ଏବଂ ପବନ ଶକ୍ତି ପରି ଅକ୍ଷୟ ଶକ୍ତି ଉତ୍ସଗୁଡିକର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ…
ନୂଆଦିଲ୍ଲୀ: ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିବା ବେଳେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ହିନ୍ଦୁ ଧର୍ମର ଉତ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ଦିନ ତୁମକୁର ଜିଲ୍ଲାରେ ଶିକ୍ଷକ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ହିନ୍ଦୁ ଧର୍ମ କେବେ ଜନ୍ମ ହେଲା ଏବଂ କିଏ ଏହାକୁ ଜନ୍ମ ଦେଲା ତାହା କେହି ଜାଣନ୍ତି ନାହିଁ। ପ୍ରଭୁ କହିଛନ୍ତି, “ବିଶ୍ଵ ଇତିହାସ ଅନେକ ଧର୍ମର ଆବିର୍ଭାବକୁ ଦର୍ଶାଏ। କିନ୍ତୁ ହିନ୍ଦୁ ଧର୍ମ କେବେ ଜନ୍ମ ହେଲା ଏବଂ କିଏ ହିନ୍ଦୁ ଧର୍ମକୁ ଜନ୍ମ ଦେଲା ତାହା କେହି ଜାଣନ୍ତି ନାହିଁ। ପ୍ରଶ୍ନ ଚିହ୍ନ ଏପର୍ଯ୍ୟନ୍ତ ରହିଆସିଛି। ଏହାକୁ କେହି ପ୍ରଶ୍ନ କରି ନାହାଁନ୍ତି। ଅପସାରଣ କରାଯାଇଛି।” ସେ କହିଛନ୍ତି, “ବୌଦ୍ଧ ଧର୍ମ ଏଠାରେ ଉତ୍ପନ୍ନ ହୋଇଥିଲା, ଜୈନ ଧର୍ମ ଏଠାରେ ଉତ୍ପନ୍ନ ହୋଇଥିଲା ଏବଂ…
ନୂଆଦିଲ୍ଲୀ: ମନି କଣ୍ଟ୍ରୋଲ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମନି କଣ୍ଟ୍ରୋଲ ସହିତ ଆଲୋଚନା ସମୟରେ ଭାରତର ବିଶ୍ବସ୍ତରୀୟ ଭୂମିକା ଏବଂ ଭୌଗୋଳିକ ରାଜନୀତିର ଆହ୍ବାନ, ବିଶ୍ୱସନୀୟ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱ ବିଷୟରେ ମଧ୍ୟ ନିଜର ମତାମତ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ବିଷୟରେ ମନି କଣ୍ଟ୍ରୋଲର ଟ୍ବିଟର ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି; @Moneycontrolcom ସହିତ ଏହି ସାକ୍ଷାତକାରରେ ଭାରତର ଜି -୨୦ ଅଧ୍ୟକ୍ଷତା, ବିଶ୍ବର କଲ୍ୟାଣ ପାଇଁ ଭାରତର ଦୃଷ୍ଟିକୋଣ, ଆମର ବିକାଶ ପଦକ୍ଷେପ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମୋର ଚିନ୍ତାଧାରା ପ୍ରକାଶ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବଢ଼ାଇବା ଲାଗି ଜନଭାଗିଦାରୀ ଦ୍ୱାରା କରାଯାଉଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି ମହାନ କାମରେ ଜଡ଼ିତ ସମସ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଶୁଖିଯାଉଥିବା ନଦୀଗୁଡ଼ିକର ପୁନରୁଦ୍ଧାର ଏବଂ ନିର୍ବାଚନୀମଣ୍ଡଳରେ ବିଭିନ୍ନ ଅମୃତ ସରୋବର ନିର୍ମାଣ ବିଷୟରେ ଝାନ୍ସି ସାଂସଦ କରିଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଜନଭାଗିଦାରୀ ଦ୍ୱାରା କରାଯାଉଥିôବା ପ୍ରୟାସର ଫଳ ଅତ୍ୟନ୍ତ ଉତ୍ସାହଜନକ ଏବଂ ଏହା ସମଗ୍ର ଦେଶ ପାଇଁ ଏକ ଉଦାହରଣ। ଏହି ମହାନ କାର୍ଯ୍ୟ ସହ ଜଡ଼ିତ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।’
ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ରେ ଆଫଗାନିସ୍ତାନ ଦଳ ଶ୍ରୀଲଙ୍କା ବିପକ୍ଷରେ ୨ ରନ୍ ରେ ପରାସ୍ତ ହୋଇ ସୁପର -୪ ରେ ପହଞ୍ଚିବାର ସୁଯୋଗ ହରାଇଲା। ଏହି ପରାଜୟର ମୁଖ୍ୟ କାରଣ ହେଉଛି ନେଟ୍ ରନ୍ ହାର ସମ୍ବନ୍ଧରେ ଭୁଲ ଗଣନା। ଆଫଗାନିସ୍ତାନ ଦଳ ମ୍ୟାଚକୁ ବହୁତ ରୋମାଞ୍ଚକର କରିଥିଲା, କିନ୍ତୁ ପରାଜୟ ପରେ ରସିଦ ଖାନଙ୍କ ସମେତ ସମସ୍ତ ପ୍ରମୁଖ ଖେଳାଳି ନିରାଶ ହୋଇଥିଲେ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୨୯୧ ରନ୍ ସଂଗ୍ରହ କରିଥିଲା। ସେମାନଙ୍କର ଖରାପ ନେଟ ରନ୍ ହାରକୁ ଧ୍ୟାନରେ ରଖି ଆଫଗାନିସ୍ତାନକୁ ସୁପର -୪ ରେ ପହଞ୍ଚିବା ପାଇଁ ୩୭.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରିବାକୁ ଥିଲା। ୩୭ ଓଭର ଖେଳ ଶେଷ ହେବା ପରେ ଆଫଗାନିସ୍ତାନ ଦଳ ୮ ୱିକେଟ୍ ହରାଇ ୨୮୯ ରନ୍ ସ୍କୋର କରିଥିଲା। ଏହା ପରେ ଦଳକୁ ପରବର୍ତ୍ତୀ ଓଭରର ପ୍ରଥମ ବଲରେ…
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ଲେଖିଛନ୍ତି ଯେ, ପ୍ରଥମ ଥର ପାଇଁ ବିରୋଧୀ ଦଳଙ୍କ ସହ ସଂସଦ ଅଧିବେଶନର ଏଜେଣ୍ଡା ସେୟାର କରାଯାଇ ନାହିଁ। ଏହାପୂର୍ବରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କହିଛି ଯେ, ସେପ୍ଟେମ୍ବର ୧୮ ତାରିଖରୁ ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ଵତନ୍ତ୍ର ଅଧିବେଶନରେ ଦେଶ ସହ ଜଡିତ ପ୍ରମୁଖ ପ୍ରସଙ୍ଗରେ ସକରାତ୍ମକ ସହଯୋଗ କରିବାକୁ ଚାହୁଁଛୁ, କିନ୍ତୁ ସରକାରଙ୍କୁ ଏହାର ସ୍ୱତନ୍ତ୍ର ଏଜେଣ୍ଡା କ’ଣ କହିବା ଉଚିତ୍। ରାଜ୍ୟସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଇଣ୍ଡିଆର ସହଯୋଗୀ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧିବେଶନ ସହ ଜଡିତ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ୧୭ ତମ ଲୋକସଭାର ୧୩ ତମ ଅଧିବେଶନ ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ: ପ୍ରକାଶ…
ନୂଆଦିଲ୍ଲୀ: ଆଜିଠାରୁ ୨୦୨୩ ଏସିଆ କପରେ ସୁପର -୪ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ସୁପର -୪ ର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ସୁପର-୪ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ: ପ୍ରକାଶ ଯେ, ସୁପର-୪ ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ। ଏହା ପରେ ପଏଣ୍ଟ ଟେବୁଲରେ ଟପ୍-୨ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେପ୍ଟେମ୍ବର ୧୦ ତାରିଖରେ ସୁପର -୪ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ଏହି ଦଳ ସୁପର-୪ ରାଉଣ୍ଡରେ ସ୍ଥାନ ପାଇଲେ: ଗ୍ରୁପ୍-ଏରୁ ଭାରତ ଏବଂ ପାକିସ୍ତାନର ଦଳ ସୁପର-୪ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତ ଏବଂ ପାକିସ୍ତାନରେ ୩-୩ ପଏଣ୍ଟ ରହିଛି। ଏଥି ସହିତ ନେପାଳର ଦଳ…

