ଭୁବନେଶ୍ଵର: ଭାରତରେ ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ ଜଗନ୍ନାଥ ପୁରୀ, ଓଡ଼ିଶା: ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ବସିଛନ୍ତି। ବିଶ୍ୱାସ କରାଯାଏ ଯେ ଦ୍ଵାପର ଯୁଗ ପରେ ପ୍ରଭୁ ପୁରୀକୁ ଯାଇ ଏଠାରେ ରହିବାକୁ ଲାଗିଲେ। ପ୍ରତିବର୍ଷ ରଥଯାତ୍ରା ଜଗନ୍ନାଥ ପୁରୀରେ ହୋଇଥାଏ, ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଭକ୍ତମାନେ କୃଷ୍ଣଙ୍କ ରଥ ଟାଣିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।…
Author: Samikhsya Bureau
କୁଜଙ୍ଗ: କୁଜଙ୍ଗ ବ୍ଳକ ପଙ୍କପାଳ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ପରିସର ମଧ୍ୟରେ ଆଜି ପାରମ୍ପରିକ ଗୁରୁ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ.ଗଗନବିହାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବର୍ଷିୟାନ ଶିକ୍ଷକ ବ୍ରଜନାଥ ଷଡଙ୍ଗୀ, ପ୍ରାଣକୃଷ୍ଣ ଜେନା, ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ତିର୍ତ୍ତୋଲ ସତ୍ୟସାଇ ସମିତିର ପ୍ରମୁଖ ଶରତଚନ୍ଦ୍ର ମହାନ୍ତି, ଅଧ୍ୟାପକ ଚିତ୍ତରଞ୍ଜନ ଜେନା, ବିଭୂତି ଭୂଷଣ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଭାରତୀୟ ଶିକ୍ଷା ପରମ୍ପରାର ଅଗ୍ରପୂଜ ଦେବତା ବୋଲି ବକ୍ତାମାନ ପ୍ରକାଶ କରିବା ସହିତ ଦେଶର ବିକାଶ ପାଇଁ ଉତ୍ତମ ନାଗରିକ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସତିନ୍ଦ୍ର ପଟ୍ଟନାୟକ…
କୁଜଙ୍ଗ: ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଜନୈକା ମହିଳା ଦୂର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କୁଜଙ୍ଗ ଥାନା ବାଗୋଇ ଗ୍ରାମ ବଟ ମହାପୁରୁଷ ମଠର ବିକାଶକାର୍ଯ୍ୟର ସମୀକ୍ଷା କରିବାକୁ ଯାଇଥିବା ବେଳେ ବିଧାୟକଙ୍କୁ ଜନୈକା ସ୍ଥାନୀୟ ମହିଳା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଧାୟକଙ୍କ ସହ ସ୍ଥାନୀୟ ଅଂଚଳବାସୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ମହିଳାଙ୍କ ନାମରେ ବିଜୁ ଜନତା ଦଳର ମହିଳା ଶାଖା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ସବିତା ମହାପାତ୍ରଙ୍କ ତେୃତ୍ୱରେ ଶତାଧିକ ମହିଳା କୁଜଙ୍ଗବ୍ଳକ ନିକଟରେ ଏକାଠୀ ହୋଇ ଏକ ଶୋଭାଯାତ୍ରାରେ ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଚଳିତ ମାସ ୧ ତାରିଖରେ ତାରିଖରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ବ୍ଳକ ବାଗୋଇ ପଂଚାୟତ ଗସ୍ତ କରିଥିଲେ। ଏହି ସମୟରେ କୁଜଙ୍ଗ ମଣ୍ଡଳ ଉନ୍ନୟନ…
ଭୁବନେଶ୍ବର: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ। ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ…
ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସମଗ୍ର ବିଶ୍ୱର ନେତାମାନେ ଦିଲ୍ଲୀ ଆସୁଛନ୍ତି। ଏସବୁ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁନାହାଁନ୍ତି। ଏ ବାବଦରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଅନେକ ଥର ଏହା ଘଟେ ଯେ କେତେକ କାରଣରୁ ମୁଖ୍ୟ ଆସିପାରନ୍ତି ନାହିଁ, ତାଙ୍କ ସ୍ଥାନରେ ସେହି ଦେଶର ପ୍ରତିନିଧୀ ତାଙ୍କ ମତ ରଖନ୍ତି। ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ସେ କହିଛନ୍ତି ଯେ, ମୁଁ ଭାବୁଛି ଜି -୨୦ ର ବିଭିନ୍ନ ସମୟରେ କିଛି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଅଛନ୍ତି ଯେଉଁମାନେ କୌଣସି କାରଣରୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ଅବସରରେ ସେହି ଦେଶର ପ୍ରତିନିଧୀ ନିଜ ଦେଶର ମତ ରଖନ୍ତି। ମୁଁ ଭାବୁଛି ସମସ୍ତେ ବହୁତ ଗମ୍ଭୀରତାର…
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳ I.N.D.I.A ନାମକ ଏକ ମେଣ୍ଟ ଗଠନ କରିଛନ୍ତି। ଏଥି ସହିତ, ନିକଟରେ ଜି -୨୦ ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରୀ ଭୋଜନ ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଥିବା ବେଳେ ଦେଶର ନାମ ପରିବର୍ତ୍ତନକୁ ନେଇ ଗୁଜବ ତୀବ୍ର ହୋଇଛି। ବର୍ତ୍ତମାନ ବିରୋଧୀ କ୍ରମାଗତ ଭାବରେ ଏହାକୁ ବିରୋଧ କରୁଥିବା ଦେଖାଯାଉଛି। ବର୍ତ୍ତମାନ ଦେଶର ନାମ ବଦଳାଇବା ଅଭ୍ୟାସ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଥରେ ସମାନ ପ୍ରୟାସ କରାଯାଇଛି। ବାସ୍ତବରେ ଆଜି ଆମେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିମ୍ବଗତ ମୁଲାୟମ ସିଂ ଯାଦବଙ୍କ ବିଷୟରେ କହୁଛୁ। ପ୍ରାୟ ୨୦ ବର୍ଷ ପୂର୍ବେ ୨୦୦୪ ରେ ଯେତେବେଳେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ବିଧାନସଭାରେ ‘ଇଣ୍ଡିଆ’ର ନାମ…
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ। ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ ଯୋଗାଣ ପାଇଁ ସାର୍ବଜନୀନ ପ୍ରଯୁକ୍ତି ପ୍ଲାଟଫର୍ମ (ପିଟିପି)କୁ ପ୍ରଦର୍ଶିତ କରାଯିବ। ଅନ୍ତର୍ଜାତୀୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଆଗନ୍ତୁକମାନେ ଇଣ୍ଟରଆକ୍ଟିଭ ପ୍ରଦର୍ଶନୀ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ହାସଲ କରିପାରିବେ। ସହଜ ଋଣ ଲଗାଣ ପାଇଁ କେନ୍ଦ୍ର ସରକାର ପିଟିପି ବ୍ୟବସ୍ଥା ଆରମ୍ଭ କରିଛନ୍ତି। କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସହଜରେ ଋଣ ଯୋଗାଇ ଦେବା ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିଭଳି ଡିଜିଟାଲକରଣ କରାଯାଇଛି ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ମାତ୍ର କିଛି ମିନିଟ୍ ମଧ୍ୟରେ କିଭଳି ଋଣ ପାଇପାରୁଛନ୍ତି ତାହା ପ୍ରଦର୍ଶନୀରେ ଦେଖିବାର ସୁଯୋଗ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଜି – ୨୦ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ପୂର୍ବରୁ ପ୍ରସ୍ତୁତି ଏବଂ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଜି ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେପ୍ଟେମ୍ବର ୯ ରୁ ୧୦ ମଧ୍ୟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍କୁ ଚୟନ କରାଯାଇଛି। ଗସ୍ତ ସମୟରେ ମନ୍ତ୍ରୀ ଏମସିଆର, ଷ୍ଟୁଡିଓ, ପିସିଆର, ପିକ୍ୟୁଆର୍ ଓ ସାମାଜିକ ଗଣମାଧ୍ୟମ କୋଠରୀ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଶ୍ରୀ ଠାକୁର କହିଥିଲେ ଯେ ଜି – ୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ବହୁତ ଉତ୍ସାହିତ। ସମଗ୍ର ଭାରତର ୬୦ ରୁ ଅଧିକ ସହରରେ ୨୦୦ ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇ ସାରିଛି, ଯେଉଁଥିରେ ବହୁତ ପ୍ରତିକ୍ରିୟା ମିଳିଛି ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଗୋଟିଏ…
ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର ଦିନ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି, ଯେଉଁଠାରେ ସେ ଅଗଷ୍ଟରେ ଅନୁଷ୍ଠିତ ଡିଜିଟାଲ ଅର୍ଥନୀତି ମନ୍ତ୍ରୀମାନଙ୍କ ବୈଠକର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ବିଷୟରେ ସୂଚନା ଦେଇଥିଲେ। ଭାରତର ଅଧ୍ୟକ୍ଷତାରେ ଜି-୨୦ ଡିଜିଟାଲ ଅର୍ଥ ମନ୍ତ୍ରୀମାନେ କିପରି ଭବିଷ୍ୟତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)କୁ ପ୍ରଭାବଶାଳୀ ରୂପ ଦେବେ ସେ ନେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଆଲୋକପାତ କରିଥିଲେ। ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା ଏବଂ ଡିଜିଟାଲ ଦକ୍ଷତା ଆଦି ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଦେଶଗୁଡ଼ିକ ମଧ୍ୟରେ ସହମତି ବ୍ୟାପକ ଭାବରେ କେନ୍ଦ୍ରୀଭୂତ ହୋଇଛି। ପ୍ରଥମ ଥର ପାଇଁ ଡିପିଆଇ ଏକ ବିଶ୍ୱସ୍ତରୀୟ ସହମତିରେ ପହଞ୍ଚିଛି ଏବଂ ସେମାନଙ୍କର ସଂଜ୍ଞା, ଢାଞ୍ଚା ଏବଂ ନୀତି କ’ଣ ହେବା ଉଚିତ୍। ଏହା…
ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି 5ଜଣ ଛାତ୍ରଛାତ୍ରୀ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ୍ କେମିକାଲ ଇଞ୍ଜିନିୟରିଂ(WASM: MECE)ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଥିଲେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା…
ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନରେ (ଆଇଟିଇ) “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ। ମଙ୍ଗଳବାର ଅପରାହ୍ଣରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନଯୋଗେ ଆସିଥିଲେ। ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ “ଆଇଟିଇ”ରେ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ଅତିରିକ୍ତ ତାଲିମ ନେଇଥିଲେ। ଡ୍ରୋନ୍ ଏବଂ ରୋବୋଟିକ୍ସର କୋର୍ଡିଂ ଓ ଏହାର ପରିଚାଳନା ବିଷୟରେ ସେମାନେ ଅଧିକ ଶିକ୍ଷାଲାଭ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ର୍ନିମିତ ବିଭିନ୍ନ ଉପକରଣ ବୁଲି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ ପଚାରି ବୁଝିଥିଲେ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦେଶରୁ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ୨୭ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର କାର୍ଯ୍ୟରତ ୨୫୩ ଜଣ ଅଧ୍ୟାପକ ପବିତ୍ର ଗୁରୁ ଦିବସରେ କଳା ବ୍ୟାଜ ପରିଧାନ କରିଛନ୍ତି। ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୬ ଜଣ ଅଧ୍ୟାପକ ମହାବିଦ୍ୟାଳୟ ମୁଖ୍ୟ ଫାଟକ ଠାରେ ପ୍ରତିବାଦ କରିଥିଲେ। ଦୀର୍ଘ ଦିନ ଧରି ଏସ.ଏସ.ବି ଅଧ୍ୟାପକ ମାନେ ଗ୍ରେଡ- ପେ ବାବଦରେ ୪୬୦୦ ରୁ ୫୪୦୦କୁ ପରିବର୍ତ୍ତନ ପାଇଁ ଦାବୀ କରି ଆସୁଛନ୍ତି। ରାଜ୍ୟ ସରକାର ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତି ଦେଇଥିବା ବେଳେ ସେହି ଅନୁସାରେ ଦରମା ପ୍ରଦାନ କରୁନଥିବା ଅଭିଯୋଗ କରାଯାଇଛି। ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। କିନ୍ତୁ ଦିର୍ଘ ଆଠ ବର୍ଷ ଧରି ଏସ.ଏସ.ବି ଅଧ୍ୟାପକ ମାନେ ନିଜର ନ୍ୟାର୍ଯ୍ୟ…
ନୂଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ। ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩’ ପ୍ରଦାନ କରିବା ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି। ପବିତ୍ର ‘ଗୁରୁ ଦିବସ’ ଅବସରରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାଦାନ କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀକୁ ଦେଖି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରୁଥିବା ଶିକ୍ଷକଙ୍କ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ରାଷ୍ଟ୍ରପ୍ରତି ଆଶାବ୍ୟକ୍ତ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ…
ମେଷ : ଆଜି ଧାଁଧପଡ ଅଧିକ ହେବ। କଥାବାର୍ତ୍ତାରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ଲାଭରେ ହ୍ରାସ ହୋଇପାରେ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ଆୟ ଜାରି ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ, ଯତ୍ନ ନିଅ। ଖରାପ ଖବର ଆସିପାରେ। ବୃଷ : ଆଜି ତୁମକୁ ସମ୍ମାନ ମିଳିବ। କଠିନ ପରିଶ୍ରମ ଫଳ ଦେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। ଶତ୍ରୁ ଏବଂ ଈର୍ଷାପରାୟଣ ବ୍ୟକ୍ତିଙ୍କଠାରୁ ସତର୍କତା ଆବଶ୍ୟକ। ସମୟ ଅନୁକୂଳତା। ସାମାଜିକ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ମିଥୁନ : ତୁମେ ପୁରୁଣା ସାଙ୍ଗମାନଙ୍କୁ ଭେଟିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆତ୍ମ ସମ୍ମାନ ରହିବ। ରିସ୍କ ନେବାକୁ ସାହସ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁଇ ଜଣିଆ ପ୍ରଶିକ୍ଷଣ ଶିବିର ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଶିବିର ର ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଆସନ୍ତା ସେପ୍ଟେମ୍ବର ୧୫ ରୁ ୩୦ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ବିଭନ୍ନ ଯୋଜନା ଲୋକ କଳା ମାଧ୍ୟମରେ ସମସ୍ତ ଗ୍ରାମରେ ପହଞ୍ଚେଇବାର ପାଇଁ କଳାକାରମାନଙ୍କୁ ଆହ୍ବାନ କରିଥିଲେ। ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ କଳାକାର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ସମସ୍ତ କଳାକାର ଙ୍କୁ ସୁଯୋଗ ଦିଆଯିବ ବୋଲି ମତବ୍ୟକ୍ତ କରିବା ସହ ମାର୍ଗ ଦର୍ଶିକା ବିଷୟରେ ଆଲୋକପାତ କରିଥିଲେ।ପ୍ରମୁଖ ଆଠ ଗୋଟି ଯୋଜନାର ରୂପରେଖ କବିତା…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବିଭିନ୍ନ ବିଭାଗର କାର୍ୟ୍ୟ ଅଗ୍ରଗତି ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା…
ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ଟୀକାକରଣ କାର୍ୟ୍ୟକ୍ରମ (ଆଇଏମଆଇ) “ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫.୦” କୁ ସଫଳ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସହଯୋଗୀ ବିଭାଗର ସମନ୍ୱୟରେ ମିଶନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ – ମିଶନ ଇନ୍ଦ୍ରଧନୁଷ- ଅଭିଯାନ-୫.୦ ର ସଫଳତା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ୯ ରୁ ୧୪ ଅକ୍ଟୋବର ୬ ରୁ ୧୧ ନଭେମ୍ବର ଆଦି ୩ ଟି ପର୍ଯ୍ୟାୟରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ଥର ନିୟମିତ ଟିକାକରଣ ଦିବସକୁ ମିଶାଇ ୬ ଦିନ ଧରି…
ଭୁବନେଶ୍ଵର: ଗୁରୁ ଦିବସର ପବିତ୍ର ଦିନରେ ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ଡାଃ ସବିତା ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡାଃ ଅଭିରାମ ବିଶ୍ଵାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅତିଥିମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟିକୁ ଏକ ଗୌରବମୟ ଦିନ ଭାବରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଯାଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ…
ଭୁବନେଶ୍ୱର: ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶାର ପଟ୍ଟଚିତ୍ର କଳା ଦେଶର ଅନ୍ୟତମ ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏହା ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ସହ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ । ବିଶେଷ କରି ଏକ ଜିଲ୍ଲା ଏକ ଉତ୍ପାଦ, ଜିଆଇ ଟ୍ୟାଗ୍ ପ୍ରାପ୍ତ ସାମଗ୍ରୀ ଏବଂ…
ନୂଆଦିଲ୍ଲୀ: ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗଙ୍କ ସହ ଏକ ଉତ୍ତମ ବୈଠକ ହେଲା। ଆମେ ଏଆଇ ଦୁନିଆରେ ଭାରତର ସମୃଦ୍ଧ ସମ୍ଭାବନା ବାବଦରେ ବିସ୍ତାର ଭାବେ ଆଲୋଚନା କରିଥିଲୁ। ଶ୍ରୀ ଜେନସେନ୍ ହୁଆଙ୍ଗ ଏହି କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଭାରତର ପ୍ରତିଭାଶାଳୀ ଯୁବବର୍ଗଙ୍କ ବାବଦରେ ସେ ସମାନ ଭାବେ ଉତ୍ସାହିତ ଥିଲେ।’
ନୂଆଦିଲ୍ଲୀ: ଜଳ ଜୀବନ ମିଶନ (ଜେଜେଏମ୍) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ‘ସ୍ପିଡ୍ ଆଣ୍ଡ ସ୍କେଲ’ ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ ସଂଯୋଗ ପରିସରଭୁକ୍ତ କରିଛି। ଅଗଷ୍ଟ, ୨୦୧୯ରେ ମିଶନ ଆରମ୍ଭ ହେବା ବେଳକୁ ଗ୍ରାମୀଣ କ୍ଷେତ୍ରରେ ନଳ ମାଧ୍ୟମରେ ଜଳ ସଂଯୋଗର ପରିସରରେ ମାତ୍ର ୩.୨୩ କୋଟି ପରିବାର ସାମିଲ୍ ହୋଇଥିଲେ। ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲା ପ୍ରାଚୀରରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟ , ଯଥା ଗୋଆ, ତେଲଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ) ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ…

