ଭୁବନେଶ୍ୱର: ମିଲେଟ୍ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ୟାକେଜିଂର ମାନକୀକରଣ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପ୍ୟାକେଜିଂ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା କୃଷି ଭବନଠାରେ ସ୍ୱାକ୍ଷରିତ ହୋଇଛି। ଏହି ଭଗୀଦାରିତାର ଅବଧି ତିନି ବର୍ଷ ପାଇଁ ଅର୍ଥାତ୍ ୨୦୨୩ ଅପ୍ରେଲ ପହିଲାଠାରୁ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ମେମୋରାଣ୍ଡମ୍ ଅଫ୍ ଆଗ୍ରିମେଣ୍ଟରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପ୍ୟାକେଜିଂର ଯୁଗ୍ମ ନିର୍ଦ୍ଦେଶକ ଡ. ବାବୁରାଓ ଗୁଡ଼ୁରି ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଆଇଆଇପିର…
Author: Samikhsya Bureau
ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍ଆଇଓଏସ୍)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍ଆଇଓଏସ୍ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ।ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ। ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି। ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ…
ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ନିକଟ ଅତୀତରେ ଏଲପିଜି ଦର ହ୍ରାସ କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ହ୍ରାସ କରିପାରିବ। କିଛି ପ୍ରମୁଖ ପର୍ବପର୍ବାଣୀ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇପାରେ। ଏବେ ମୁଦ୍ରାସ୍ଫୀତି ଆହୁରି କମାଇବା ସହ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ଦୁଇଟି ସ୍ଥାନରୁ ଏହାର ସଙ୍କେତ ମିଳୁଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ସାକ୍ଷାତ୍କାରରୁ ଏହାର ପ୍ରଥମ ସଙ୍କେତ ମିଳିଛି। ଏଥିସହିତ ବ୍ଲୁମବର୍ଗର ରିପୋର୍ଟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସଙ୍କେତ ଦିଆଯାଇଛି। ସୂଚନାଯୋଗ୍ୟ, ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ଆଶ୍ୱସ୍ତି ମିଳିନାହିଁ। ୨୦୨୨ ମେ’ ପରଠାରୁ ଦେଶରେ ତୈଳ ଦରରେ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ପ୍ରଦ୍ୟୁମାନ ସିଂ ତୋମାର ଏବଂ ମହେନ୍ଦ୍ର ସିଂ ସିସୋଦିଆଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ରକ୍ଷା ବନ୍ଧନ ପର୍ବ ସମାପ୍ତ ହେବା ମାତ୍ରେ ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ଉଷ୍ମ ହୋଇଛି। କୋଲାରସରୁ ବିଧାୟକ ବିରେନ୍ଦ୍ର ରଘୁବଂଶୀ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ ୩ ବର୍ଷ କାର୍ଯ୍ୟକାଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ବିଜେପିର ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ କୋଲାରସରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ନିଯୁକ୍ତ ହୋଇଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଦଳର ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କରିଛନ୍ତି, କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି। କେନ୍ଦ୍ର…
ନୂଆଦିଲ୍ଲୀ: ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଥିବାବେଳେ ଦେଶ କୂଟନୀତି, ଅର୍ଥନୈତିକ ନୀତି ଏବଂ ବିଶ୍ୱ ନେତୃତ୍ୱର ମିଳିତ ସହଯୋଗରେ ଛିଡ଼ା ହୋଇଛି। ବିଶ୍ୱର ୨୦ଟି ବୃହତ୍ତମ ଅର୍ଥନୀତିକୁ ନେଇ ଗଠିତ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି, ଯେଉଁଠାରେ ନେତାମାନେ ଅର୍ଥନୈତିକ ଅସମାନତାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିପାରିବେ। ‘ଗୋଟିଏ ପୃଥିବୀ’, ‘ଗୋଟିଏ ପରିବାର’ ଏବଂ ‘ଏକ ଭବିଷ୍ୟତ’ର ଧାରଣାକୁ ନେଇ ଗଠିତ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ଏକତା ଏବଂ ସାମୂହିକ କାର୍ଯ୍ୟର ସାରକୁ ସୂଚାଇଥାଏ। ଏହା କେବଳ ନିଜର ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ନୁହେଁ ବରଂ ଅନ୍ତର୍ଭୁକ୍ତ, ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ ଏଜେଣ୍ଡା ସ୍ଥିର କରିବାପାଇଁ ମଧ୍ୟ ଭାରତକୁ ଏକ ସୁଯୋଗ ପ୍ରଦାନ କରୁଛି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସ୍ଥଳର ନାମ…
ଭୁବନେଶ୍ଵର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ଏକ ବଡ ଖବର ଆସିଛି। ରାଜ୍ୟରେ ମୌସୁମୀ ଅଧିବେଶନ କେବେ ହେବ, ତାକୁ ନେଇ ବଡ ଖବର ହସ୍ତଗତ ହୋଇଛି। ଆସନ୍ତା ମାସ ୨୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି। ହେଲେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମୁମ୍ବାଇ: ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ବୈଠକ ଦୁଇ ଦିନ (୩୧ ଅଗଷ୍ଟ-ସେପ୍ଟେମ୍ବର ୧) ଧରି ଚାଲିବ। ଶରଦ ପାୱାର କହିଛନ୍ତି ଯେ ଏହି ବୈଠକରେ ୨୮ଟି ଦଳର ପ୍ରାୟ ୬୩ ଜଣ ନେତା ଯୋଗ ଦେବେ। ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ଟାରୁ ସରକାରୀ ବୈଠକ ଆରମ୍ଭ ହେବ। ଏଥିରେ ମେଣ୍ଟର ଲୋଗୋ ଏବଂ ଆବାହକ (ଆବାହକ)ଙ୍କ ନାମ ପ୍ରକାଶ ପାଇବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଅଗଷ୍ଟ ୨୯ରେ ମୁମ୍ବାଇରେ ପହଞ୍ଚିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୩୦ରେ ମୁମ୍ବାଇରେ ପହଞ୍ଚିଥିଲେ। ମମତା ଅମିତାଭ ବଚ୍ଚନ ଓ ତାଙ୍କ ପରିବାରକୁ ଭେଟିଥିଲେ। ଏହାପରେ ସେ ଉଦ୍ଧବ ଠାକରେଙ୍କୁ ରାକ୍ଷୀ ବାନ୍ଧିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ…
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର। ଧାରା-୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ। ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ୟୁନିଟ୍ ଉପରେ ନିର୍ଭର କରୁଛି। କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଜମ୍ମୁ-କଶ୍ମୀରରେ ଭୋଟର ତାଲିକା ଅପଡେଟ୍ କରିବା ପ୍ରକ୍ରିୟା ଚାଲିଛି, ଏହାକୁ ଶେଷ କରିବାକୁ ଏକ ମାସ ସମୟ ଲାଗିବ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। କାଶ୍ମୀରରେ ତିନୋଟି ସ୍ତରରେ ହେବ ନିର୍ବାଚନ ଯେ…
ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ହେବ ଶେଷ ନିଷ୍ପତ୍ତି। ଏହା ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆ ଭାରତୀୟ ବେସାମରିକ ପ୍ରତିରକ୍ଷା କୋଡ୍ ବିଲ (ବିଏନ୍ଏସ୍ଏସ୍) ୨୦୨୩ରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି। ସମ୍ବିଧାନର ଧାରା ୭୨ ଅନୁଯାୟୀ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କିମ୍ବା ପରିବର୍ତ୍ତନ କରିବାର ଅଧିକାର ବ୍ୟବହାର କରିବା ସମୟରେ ରାଷ୍ଟ୍ରପତିଙ୍କ କୌଣସି ଆଦେଶ ବିରୋଧରେ ଆପିଲର ପଥକୁ ଏହା ବନ୍ଦ କରିଦେବ। ଏଭଳି ସ୍ଥିତିରେ ଅଦାଲତ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ସମୀକ୍ଷା କରିପାରିବେ ନାହିଁ। ବିଏନ୍ଏସ୍ଏସ୍ ବିଲର ଧାରା ୪୭୩ରେ କୁହାଯାଇଛି, ସମ୍ବିଧାନର ଧାରା ୭୨ ଅନୁଯାୟୀ ରାଷ୍ଟ୍ରପତିଙ୍କ ଆଦେଶ ବିରୋଧରେ କୌଣସି ଅଦାଲତରେ ଆବେଦନ କରାଯିବ ନାହିଁ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ନେଇ କୌଣସି ପ୍ରକାରର ସମୀକ୍ଷା ପାଇଁ ପ୍ରଭାବିତ ପକ୍ଷ କୌଣସି ଅଦାଲତକୁ ଯାଇପାରିବ ନାହିଁ। ଏହି ବିଲ୍ ସିଆରପିସିର ସ୍ଥାନ ନେବାକୁ…
ଭୁବନେଶ୍ୱର: ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଆସନ୍ତା କିଛିମାସ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ ନିର୍ବାଚନୀ ଫାଇଦା ପାଇବା ପାଇଁ ବାଜି ବୋଲି ବିବେଚନା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏବେ ଆହୁରି ଅନେକ ମତଦାତାଙ୍କୁ ଲୋଭାନ୍ୱିତ କରିବାକୁ ପଦକ୍ଷେପ ନେଇପାରନ୍ତି। କିଷାନ ସମ୍ମାନ ନିଧି ବଢ଼ାଇବା ବ୍ୟତୀତ ଅନ୍ୟାନ୍ୟ ଘୋଷଣା ମଧ୍ୟ ହୋଇପାରେ। ସାଧାରଣ ଲୋକଙ୍କ ଆର୍ଥିକ ସମସ୍ୟାଦୂର କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପି ଏକ ନୂଆ ଯୋଜନା ଆଣିପାରନ୍ତି, ଯେଉଁଥିରେ ଶସ୍ତା ଋଣ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିପାରେ। ସେପ୍ଟେମ୍ବର ୧୭ରୁ ବିଶ୍ୱକର୍ମା ଯୋଜନା ଲାଗୁ କରିବାକୁ ଘୋଷଣା ହୋଇସାରିଛି। ଅପରପକ୍ଷରେ ଲୋକଙ୍କ ଅର୍ଥନୈତିକ ଓ ରୋଜଗାର ସମ୍ବନ୍ଧୀୟ ପ୍ରସଙ୍ଗକୁ ନିଜର…
ସୀତାରାମ ଅଗ୍ରୱାଲ ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା (୨୮ ବର୍ଷ)। ପ୍ରଶାନ୍ତ ଏକ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ। ଗତକାଲି ରକ୍ଷା ବନ୍ଧନ ଉପଲକ୍ଷେ ଗାଁ କୁ ଆସିଥିଲେ। ଗାଁରେ ସାଙ୍ଗମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ। ହେଲେ କୋଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା। ତେଣୁ ପ୍ରଶାନ୍ତ ବିଳମ୍ବରେ ଘରକୁ ଫେରିଥିଲେ। ଏହି ଘଟଣାକୁ ନେଇ ବାପା ପ୍ରସାନ୍ତକୁ ଆକଟ କରିଥିଲେ। ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘରେ ବାହାରେ ବିଶ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରଶାନ୍ତଙ୍କୁ ନାଚୁଣୀ ଓ ପରେ ଟାଙ୍ଗି ହସ୍ପିଟାଲକୁ ନେଇଥିଲେ। ହେଲେ ଟାଙ୍ଗିରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ…
ନୂଆଦିଲ୍ଲୀ: ଏସିଆ କପ୍ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଇଥିଲା ଯେଉଁଥିରେ ପାକିସ୍ତାନ କେବଳ ଜିତିନଥିଲା, ବରଂ ସେପ୍ଟେମ୍ବର ୨ ତାରିଖରେ ଭାରତ ବିପକ୍ଷ ବଡ ମ୍ୟାଚ୍ ପୂର୍ବରୁ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା। ବାସ୍ତବରେ ନେପାଳ ବିପକ୍ଷ ମ୍ୟାଚରେ ପାକିସ୍ତାନର ମୁଖ୍ୟ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି କିଛି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଅସୁବିଧାର ସମ୍ମୁଖୀନ ହେବା ପରେ ଶାହିନ୍ ପଡ଼ିଆରୁ ବାହାରକୁ ଯାଇଥିଲେ। ଶାହିନ୍ ପଡ଼ିଆରୁ ବାହାରକୁ ଯିବା ତାଙ୍କ ଆଘାତର ଭୟ ସୃଷ୍ଟି କରୁଛି। ପଡ଼ିଆ ବାହାରକୁ ଯିବା ପୂର୍ବରୁ ଶାହିନ୍ ଦଳର ଡାକ୍ତର ଏବଂ ଫିଜିଓଙ୍କ ସହ ମଧ୍ୟ କଥା ହୋଇଥିଲେ। ଭାରତ ବିପକ୍ଷ ମେଗା ମ୍ୟାଚରେ ଶାହିନ୍ ପାକିସ୍ତାନର ମୁଖ୍ୟ ବୋଲର ହେବେ। ନୂଆ ବଲ ସହିତ ଶାହିନ୍ ଭାରତୀୟ ଟପ୍ ଅର୍ଡର ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି। ଯଦି ଶାହିନ୍ କୌଣସି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟବରଡ଼ି ତରାପି ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ନଇରୀ ଗ୍ରାମର ଜୟ ବେହେରାଙ୍କ ପୁତ୍ର ରାଜେଶ ବେହେରା ବୋଲି ଜଣାପଡିଛି। କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ସୂଚନା ମୁତାବକ ଗତକାଲି ରାତିରେ ଏକ ବାଇକରେ ରାଜେଶ ଓ ତାଙ୍କ ସହଯୋଗୀ ହାଟବରଡ଼ି ତରାପି ରୋଡରେ ଯାଉଥିବା ବେଳେ ଅସାବଧାନତା ବଶତଃ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଉଭୟ ଘଟଣାସ୍ଥଳରେ ବାଇକରୁ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ଦୁର୍ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିବା ବେଳେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ବାସ୍ତୁଶାସ୍ତ୍ର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍।…
ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବାକୁ ଆସୁଥିବା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିବାରେ ବିଳମ୍ବ ଘଟୁଥିବା ଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଛି। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା। ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କର ପ୍ରୋଗ୍ରାମ ଅଫିସରଙ୍କ ଉପରେ ନ୍ୟସ୍ତ। ତେବେ ହିତାଧିକାରୀ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଠିକ୍ ସମୟରେ ନିଜର ନୂଆ ଆକାଉଣ୍ଟ ନମ୍ବର ଦାଖଲ ନ କରିବାରୁ ତାହା ଅପଡେଟ୍ ହୋଇ ପାରୁନାହିଁ। ଏହା ଫଳରେ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମଜୁରି ବାବଦ ପ୍ରାପ୍ୟ ପଠାଇବା ସମ୍ଭବ ହେଉନି। ପୁରୁଣା ଆକାଉଣ୍ଟରେ ସେ ଟଙ୍କା ପଠାଇଲେ ତାହା ଫେରିଆସୁଛି। ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ଏହା ଜଣାପଡିଲା ଯେ ଏହି ଅସୁବିଧାକୁ ଦୂର କରିବାକୁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍ ) ଶ୍ରମିକ /ହିତାଧିକାରୀଙ୍କୁ ମଜୁରି ପ୍ରଦାନ କରିବାରରଶ୍ରେଷ୍ଠ ମାର୍ଗ। ଏହା…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।
ମେଷ: – ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ । ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ । ବୃଷ: –ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ ।…
ନୁୟାଦିଲ୍ଲୀ: ୨୦୨୩ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡଃ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଜି – ୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଜି – ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ୍, ପ୍ରୋଟୋକଲ୍, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ମଣ୍ଡପମ୍ର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି। ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମ୍ରେ ସଂସ୍କୃତି ଏବଂ ‘ଗଣତନ୍ତ୍ରର ମାତା’ ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମ ସ୍ଥଳରେ ନଟରାଜ ପ୍ରତିମୂର୍ତ୍ତି ସ୍ଥାପନର ଅଗ୍ରଗତି ଏବଂ…
ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆ (INDIA) ବୈଠକରେ ଭାଗ ନେବା ପାଇଁ ବିରୋଧୀ ଦଳର ନେତାଙ୍କ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀର ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଚେହେରା ଇଣ୍ଡିଆ ହେବ। ଆମର ସଂଗ୍ରାମ ହେଉଛି ଦେଶକୁ ବଞ୍ଚାଇବା। ପୂର୍ବରୁ ସିଲିଣ୍ଡରର ମୂଲ୍ୟ ଏତେ ବୃଦ୍ଧି ପାଇଥିଲା, ବର୍ତ୍ତମାନ ଏହାକୁ ମାତ୍ର ୨୦୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ନିର୍ବାଚନ ଅଛି, ତେଣୁ ମୂଲ୍ୟ ହ୍ରାସ କରାଯାଇଛି। ସେ ମଧ୍ୟ ଚନ୍ଦ୍ରଯାନ -୩ ର ସଫଳତା ପାଇଁ ISRO କୁ ଅଭିନନ୍ଦନ ଜଣାଇଛନ୍ତି। ଟିଏମସି ମୁଖ୍ୟ କହିଛନ୍ତି ଯେ, ଚନ୍ଦ୍ରରେ…
ନୂଆଦିଲ୍ଲୀ: ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ନେପାଳ ପାକିସ୍ତାନର ଆହ୍ଵାନର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜାମ ୧୩୧ ବଲରେ ୧୫୧ ରନର ପାଳି ଖେଳିଥିଲେ। ସେ ନିଜ ଇନିଂସରେ ୧୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଏହା ବ୍ୟତୀତ ଇଫ୍ତିଖାର ଅହମ୍ମଦ ମାତ୍ର ୭୧ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି … ତେବେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ନେପାଳ ବିପକ୍ଷରେ ବାବର ଆଜାମ ODI କ୍ୟାରିୟରରେ ଊନବିଂଶ ଶତକ…
ନୂଆଦିଲ୍ଲୀ: ଦେଶର ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଗୁରୁବାର ଠାରୁ ମୁମ୍ବାଇରେ ଇଣ୍ଡିଆ ବିରୋଧୀ ଦଳର ନେତାଙ୍କ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବୁଧବାର ଦିନ MVA ନେତାଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ବିଏସପି ସୁପ୍ରିମୋ ମାୟାବତୀଙ୍କ ବିଷୟରେ ଏକ ବଡ ଦାବି କରିଛନ୍ତି। ଶରଦ ପାୱାର କହିଛନ୍ତି ଯେ, ମୁଁ ଜାଣେ ଯେ ବିଏସପି ନେତା ମାୟାବତୀ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମାୟାବତୀ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଉପରେ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବ। ମୁଁ ଏହା ମଧ୍ୟ କହିଛି ଯେ ମୁଁ ବିରୋଧୀ। ଏ ବିଷୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଦେଶରେ ଏକ ବିକଳ୍ପ ମୋର୍ଚ୍ଚା ପ୍ରସ୍ତୁତ କରାଯାଉଛି। ଯେତେବେଳେ ଦେଶରେ ପରିବର୍ତ୍ତନ ଆସିବ, ଏକ ମିଳିତ ମୋର୍ଚ୍ଚା ପ୍ରସ୍ତୁତ। ଇଣ୍ଡିଆ ମେଣ୍ଟ ବୈଠକରେ ୨୮ ଟି ଦଳ ଯୋଗଦେବେ:…

