ନୂଆଦିଲ୍ଲୀ: ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ବୋଲି ନିମନ୍ତ୍ରଣ ପତ୍ରରେ ଲେଖିବା ପରେ ରାଷ୍ଟ୍ରପତିଙ୍କ ଜି-୨୦ ରାତ୍ରୀ ଭୋଜନ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିବା ସହ ସରକାର ଦେଶର ନାମ ପରିବର୍ତ୍ତନ କରି ଭାରତ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ବିବାଦ ବଢ଼ୁଥିବାବେଳେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍ ଡି ଦେବେଗୌଡ଼ାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ପ୍ରାୟ ୫୦୦ ବ୍ୟବସାୟୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିବା ଏହି ରାତ୍ରୀ ଭୋଜନରେ ସେମାନେ ଯୋଗ ଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ଦୁହେଁ ନିଶ୍ଚିତ କରିନାହାଁନ୍ତି। ଏହି ରାତ୍ରୀ ଭୋଜନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଜେଡିୟୁ ମୁଖ୍ୟ ଶନିବାର ପୂର୍ବାହ୍ନ ୧୦ଟା ୪୫ରେ…
Author: Samikhsya Bureau
ନୁଆଦିଲ୍ଲୀ: ତ୍ରିପୁରାର ଦୁଇଟି ଆସନର ଉପ-ନିର୍ବାଚନରେ ବିଜେପିର ବିଜୟ ପରେ ଦଳର ମୁଖପାତ୍ର ଡଃ ସମ୍ବିତ ପାତ୍ର ବିରୋଧୀ ମେଣ୍ଟ ‘I.N.D.I.A. ‘ ଉପରେ ଆକ୍ରମଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଡଃ ପାତ୍ର ଲେଖିଛନ୍ତି ଯେ, ତ୍ରିପୁରା ଉପ-ନିର୍ବାଚନରେ କେବଳ ‘ଘମଣ୍ଡିଆ ଆଲାଇନ୍ସ’ର ଗର୍ବ’ ଭାଙ୍ଗି ନାହିଁ ‘, ଏହା ହେଉଛି ସେମାନଙ୍କର ‘ବଡ ପରାଜୟ’। ଜନସାଧାରଣ ସେମାନଙ୍କ ମେଣ୍ଟକୁ ଠକବନ୍ଧନ ବୋଲି ପ୍ରମାଣ କରିଛନ୍ତି। ବିଜେପି ନେତା କହିଛନ୍ତି ଯେ, ଉଭୟ ଆସନ ସଂଖ୍ୟାଲଘୁ ପ୍ରାଧାନ୍ୟ ଏବଂ ଘମଣ୍ଡିଆ ମେଣ୍ଟର ମିଳିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ବକ୍ସନଗର ଏବଂ ଧନପୁରରେ ବିଜେପିର ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଜବୁତ ତଥା ସର୍ବମାନ୍ୟ ନେତୃତ୍ୱର ପ୍ରମାଣ। ସାବକା ସାଥ, ସାବକା ବିକାଶ’ ର ମୂଳମନ୍ତ୍ର ସଫଳ ହୁଏ।
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଲୁକା ପଙ୍କାଳ ମୁଠା ଷୋଳହ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଏସ୍ ଛଚିନା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପାଳିତ ହେଉଥିବା ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ନେତା ସୀତାରାମ ପାଣିଗ୍ରାହୀ। ସୂଚନା ମୁତାବକ ବିଜେଡି ନେତା ଶ୍ରୀ ପାଣିଗ୍ରାହୀ ଗୋପାଳ ସମାଜର ନିମନ୍ତ୍ରଣ ରକ୍ଷା କରି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ବୃକ୍ଷ ରୋପଣ କରିବା ସହ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏଥିରେ ବିଜେଡ଼ି ନେତା ସିମାଞ୍ଚଳ ନାୟକ, କାମଦେବ ବିଶୋୟୀ, ଖଣ୍ଡିଆନଇ ସମିତିସଭ୍ୟା କୁନି ପଲେଇ, ରଘୁନାଥ ଆଚାର୍ଯ୍ୟ, ଗୋପାଳ କୃଷ୍ଣ ମହାନ୍ତି, ବେଗୁନିଆପଡା ବ୍ଲକ ପୂର୍ବତନ ସାଂସଦ ପ୍ରତିନିଧି ଦିନେଶ କୁମାର ମହାରଣା, ପ୍ରଭାକର ପ୍ରଧାନ, ରାଜୀବ ପ୍ରଧାନ, ମନୋଜ କୁମାର ରାଉତ, ମହିଳା ନେତ୍ରୀ ଛାୟାବତୀ ବେହେରା…
ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ମୁଦ୍ରାସ୍ଫୀତିରୁ ମୁକ୍ତି ଘୋଷଣା ଏକ ସାଧାରଣ କଥା। ନିର୍ବାଚନ ଋତୁରେ ସରକାର ଲୋକପ୍ରିୟ ଘୋଷଣା କରୁଥିବା ଅନେକ ସମୟରେ ଦେଖିବାକୁ ମିଳେ। ନିକଟରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା। ଗ୍ୟାସ ସିଲିଣ୍ଡରର ଦାମ୍ ୨୦୦ ଟଙ୍କା ହ୍ରାସ ପାଇଛି। ଦୀର୍ଘ ଦିନ ଧରି ଦାମୀ ଏଲପିଜି ସିଲିଣ୍ଡରରେ ରିଲିଫ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ କେନ୍ଦ୍ର ସରକାରଙ୍କଠାରୁ ଆଶ୍ୱସ୍ତି ମିଳିଛି। ଗ୍ୟାସ ସିଲିଣ୍ଡର ପରେ ଏବେ ଆପଣଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ଅପେକ୍ଷା କରିଥିବା ଲୋକଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବାକୁ ଯାଉଛି। ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି। ମହଙ୍ଗା ଗ୍ୟାସ ସିଲିଣ୍ଡର (ଏଲପିଜି ସିଲିଣ୍ଡର)ରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବା ପରେ ଏବେ ଆପଣଙ୍କୁ ଖୁବଶୀଘ୍ର ପେଟ୍ରୋଲ ଓ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଷୋହଳ ଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲୁକା ଆନୁକୂଲ୍ୟରେ ଆସିକା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଷୋହଳଖଣ୍ଡ ଗୋପାଳ ସମାଜ ବିଭିନ୍ନ ତାଲୁକାର କାର୍ଯ୍ୟକର୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ଧରାକୋଟ ତାଲୁକାର ସଭାପତି ଶତୃଘନ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ରାଜା ସାହେବା ସୁଲକ୍ଷଣା ଗୀତାଞ୍ଜଳୀ, ଆସିକା ବ୍ଲକ୍ ଅଧ୍ଯକ୍ଷା ତ୍ରୀବେଣୀ ନାହାକ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବ୍ଲକ ବିଜେଡି ସଭାପତି ରାଜେଶ୍ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ତଥା ଆଇନ ଜୀବି ଦିଲ୍ଲୀପ ପାଣିଗ୍ରାହୀ, ଆଇନ ଜୀବି ନାରାୟଣ ମୁନି, ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ଆସିକା ବ୍ଲକ ବାବନପୁର ଗ୍ରାମରେ ସରପଚଂ ସଞ୍ଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟିକା ମଞ୍ଜୁଳା ସ୍ୱାଇଁ ବାବନପୁର ଗୋଟିଏ ପଚାଂୟତ ଏବଂ ଗୋଟିଏ ଗ୍ରାମ ରେ ପ୍ରଥମେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦଣ୍ଡକାଳୀ ମନ୍ଦିରର ମୁଖଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହାପରେ ରଘୁନାଥ ମନ୍ଦିର ଷ୍ଟୋର ରୁମର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଯାହାର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିଭଳି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପନ୍ଦରା କଲୋନୀ ରାସ୍ତାର ଭିତିପ୍ରସ୍ଥର ସ୍ଥାପନା, ୨…
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ଶାନ୍ତି ପାଇଁ ନିବେଦନ କରିବାବେଳେ ଭାରତ ନିଜର ସାର୍ବଭୌମତ୍ଵ ତଥା ଅର୍ଥନୈତିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାର୍ଯ୍ୟ କରିଛି।” ମନମୋହନ ସିଂ ଜି -୨୦ ବୈଠକ ପୂର୍ବରୁ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି, ଯେଉଁଥି ପାଇଁ ଆଜି ବିଶ୍ୱ ନେତାମାନେ ଦିଲ୍ଲୀରେ ଏକାଠି ହେଉଛନ୍ତି। ଏହା ସହିତ ଘରୋଇ ରାଜନୀତିରେ ବୈଦେଶିକ ନୀତି ବ୍ୟବହାର ନକରିବାକୁ ସେ ଚେତାବନୀ ଦେଇଛନ୍ତି। ଜି -୨୦ ରାତ୍ରୀ ଭୋଜନ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କରାଯାଇଅଛି: ସୂଚନାନୁସାରେ ୨୦୦୪ ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଦୁଇଟି କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଶନିବାର ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରିତ ହୋଇଥିବା ଅନ୍ୟତମ ନେତା। ଭାରତର ଜି -୨୦ ଅଧ୍ୟକ୍ଷତା ବିଷୟରେ…
ଭୁବନେଶ୍ବର: ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି ଯାନ୍ତ୍ରିକୀକରଣ ଏକ ପ୍ରମୁଖ ବିକଳ୍ପ। ତେଣୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର ବ୍ୟବହାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ଆକର୍ଷଣୀୟ ରିହାତି ତଥା ସୁବିଧାରେ ଋଣ ଯୋଗାଇ ଦେଉଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତାମାନଙ୍କ ବୈଠକରେ ଅଧ୍ୟକ୍ଷତା…
ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଇ ନାହାଁନ୍ତି। ରାତ୍ରୀ ଭୋଜନରେ ଯୋଗଦେବା ପାଇଁ ବିରୋଧୀ ଦଳର ନେତାମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ ପଠାଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ସିଏମ ନୀତୀଶ କୁମାର ସେପ୍ଟେମ୍ବର ୯ ତାରିଖରେ ଆୟୋଜିତ ରାତ୍ରୀ ଭୋଜନରେ ଅଂଶଗ୍ରହଣ କରୁଥିବା ନିଶ୍ଚିତ କରିଛନ୍ତି। ଏନଡିଟିଭି ରିପୋର୍ଟ ଅନୁଯାୟୀ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟ କହିଛି ଯେ ତାଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ। ମଲ୍ଲିକାର୍ଜୁନ ଖଡଗେ ଦେଶର ସର୍ବବୃହତ ବିରୋଧୀ ଦଳ କଂଗ୍ରେସର ରାଷ୍ଟ୍ରୀୟ ସଭାପତି। ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ କରାଯାଇଛି। ଦିଲ୍ଲୀର ପ୍ରଗତି ମଇଦାନରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ଭାରତ ମଣ୍ଡପମରେ ଏହି ରାତ୍ରୀ ଭୋଜନ କରାଯିବ। ଏଠାରେ ଏକ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜି…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାସି ଠାରୁ କୋଦଳା ଯିବା ରାସ୍ତାରେ ଏକ ମର୍ମନ୍ତୁକ କାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ହିଁ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଗୁରୁବାର ଦିନ ଅପରାହ୍ନ ସମୟରେ କୋଦଳା ଠାରୁ ବି. ନୂଆଁପଲୀକୁ ଯିବା ବେଳେ ବି. ନୂଆଁପଲୀର ୨୫ ବର୍ଷୀୟ ମହିଳା ସୁନୀତା ପରିଡାଙ୍କୁ ଏକ ମହିନ୍ଦ୍ରା କାର୍ କୋଦଳା ପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ମହିଳାଙ୍କ କାର ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ସୁନୀତା ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ସୁନୀତାଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେପଟେ କାର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଘଟଣା ସ୍ଥଳ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମଣ୍ଡପମଠାରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି। ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ମଣ୍ଡପମରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଆମ ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି। ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱ ଏକତ୍ରିତ ହେଉଥିବାବେଳେ ଏହା ଭାରତର ପ୍ରାଚୀନ କଳା ଏବଂ ପରମ୍ପରାର ପ୍ରମାଣ ହେବ।’
ଭୁବନେଶ୍ଵର: ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ / ଲୋକସଭା / କଟକ), ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ / ଲୋକସଭା / ଶ୍ରୀକାକୁଲମ), ସୁଜିତ କୁମାର, (ସାଂସଦ / ରାଜ୍ୟସଭା)ଙ୍କ ସହିତ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଏହି ବୈଠକ ରେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ। ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ନୂତନ ଟ୍ରେନ ପ୍ରଚଳନ, ଟ୍ରେନ ମାନଙ୍କ ପାଇଁ…
ଭୁବନେଶ୍ଵର: ଗୁରୁବାର ଦିନ ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତୁ ଜାଣିବା କେଉଁ ପୌରାଂଚଳ ଓ ଏନଏସି ପାଇଁ କିଏ ନୂଆ ନିଯୁକ୍ତି ପାଇଛନ୍ତି। ୧- କଳାହାଣ୍ଡି- ଶରତ ଚନ୍ଦ୍ର ସାହୁ- ଆସିଷ୍ଟାଣ୍ଟ କଲେକ୍ଟର ୨- ଭୁବନେଶ୍ୱର ମହାନଗର ନିଗମ- ଓଏଏସ୍ ଜୟଶ୍ରୀ ବେଉରା- ଅତିରିକ୍ତ କମିଶନର ୩- କଟକ ମହାନଗର ନିଗମ- ଓଏଏସ୍ ସୋନା ଟୁଡ଼ୁ- ଅତିରିକ୍ତ କମିଶନର ୪- ବ୍ରହ୍ମପୁର ମହାନଗର ନିଗମ- ଓଏଏସ୍ ରମେଶ ହାସଦା- ଅତିରିକ୍ତ କମିଶନର ୫- ସମ୍ବଲପୁର ମହାନଗର ନିଗମ- ଓଏଏସ୍ ସରୋଜିନୀ ପ୍ରସାଦ କୁଲୁ- ଅତିରିକ୍ତ କମିଶନର ୬- ଅନୁଗୁଳ ମ୍ୟୁନିସପାଲଟି- ଓଏଏସ୍ ପ୍ରଶାନ୍ତ କୁମାର ନାୟକ- କାର୍ଯ୍ୟନିର୍ବାହୀ ଅଧିକାରୀ ୭- ସମ୍ବଲପୁର ମହାନଗର ନିଗମ- ସୁନୀଲ କୁମାର କେର୍କଟା- ଅତିରିକ୍ତ କମିଶନର ୮- ବରଗଡ଼…
ମେଷ : ସୁଖ ଏବଂ ସନ୍ତୋଷ ରହିବ। ଭ୍ରମଣ ଉପଭୋଗ୍ୟ ହୋଇପାରେ। ବ୍ୟବସାୟରେ ନୂତନ ପରୀକ୍ଷଣ କରାଯାଇପାରିବ। ସମୟର ଅନୁକୂଳତାର ସୁଯୋଗ ନିଅ। ଟଙ୍କା ପାଇବା ସହଜ ହେବ। ଚାକିରିରେ ସୁସଙ୍ଗତତା ରହିବ। କାର୍ଯ୍ୟଭାର ଏବଂ ପ୍ରାଧିକରଣ ବୃଦ୍ଧି ପାଇପାରେ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାର୍ଯ୍ୟକୁ ପ୍ରଶଂସା କରାଯିବ। ବୃଷ : ଆୟରେ ନିଶ୍ଚିତତା ରହିବ। ଆପଣଙ୍କର ଶୀଘ୍ର ଉନ୍ନତି ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ଅନାବଶ୍ୟକ ଯୁକ୍ତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଥକ୍କା ଏବଂ ଦୁର୍ବଳତା ରହିପାରେ। କାରବାରକୁ ଶୀଘ୍ର କର ନାହିଁ। ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ମନ୍ଥରତା ହୋଇପାରେ। ମିଥୁନ : ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଚିନ୍ତା ଏବଂ ଟେନସନ ହେବ। ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ବିବାଦ ଦେଖାଦେବ। ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ଏକ ସୁଯୋଗ ପାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।…
ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରରୋଚନାରେ “ଲିଟେରାସି କନ୍କ୍ଲେଭ୍”ଉଦ୍ଯାପିତ ହୋଇଯାଇଛି। ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଦକ୍ଷା ଦେବାଂଶୀ ଓ ପ୍ରାପ୍ତି ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଯୋଗଦେଇ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାକୁ ସମୃଦ୍ଧ କରିବା ପାଇଁ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ହିନ୍ଦୀ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ଡକ୍ଟର ଅଜୟ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ଯୋଗଦେଇ ହିନ୍ଦୀ ଭାଷାରେ ବିଦ୍ୟାର୍ଥୀମାନେ କିପରି ଉନ୍ନତି କରିବେ ସେ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ଥିବା ସନ୍ଦେହ ଦୂର କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥିରୂପେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଶିଷ୍ଟ ଲେଖକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଯୋଗଦାନ କରି…
ଭୁବନେଶ୍ଵର: ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା 5.43 କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ କୋଚରେ ଉତ୍ତମ ଜଳ ଯୋଗାଣ ଏବଂ ଜଳର ଉପଲବ୍ଧତା ପାଇଁ ସହାୟକ ହେବ। ଏହି ସୁବିଧା କେବଳ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜଳ ଯୋଗାଇବା ପାଇଁ ଏକ ଦ୍ରୁତ ଯନ୍ତ୍ରକ୍ରିୟା ଯୋଗାଇଥାଏ ଏବଂ ଏହା ମଧ୍ୟ ଜଳ ଅପଚୟକୁ ଏଡାଇଥାଏ। ଏହା ବ୍ୟତୀତ ଏକ 24 କୋଚ୍ ଟ୍ରେନ୍ ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ଭରାଯାଇପାରିବ ଏବଂ ଏକାଧିକ ଟ୍ରେନ୍ ମାନଙ୍କରେ ଜଳ ଯୋଗାଣ ହୋଇପାରିବ। ରେଳବାଇ ସମସ୍ତ ଟ୍ରେନ୍ କୋଚରେ ଯାତ୍ରୀ ସୁବିଧା ଭାବରେ ଜଳ ଯୋଗାଇଥାଏ। ସ୍ଥିରୀକୃତ ରେଳ ଷ୍ଟେସନରେ କୋଚଗୁଡିକରେ ନିୟମିତ ଭାବେ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିଲ୍ଲୀର କୋଣ ଅନୁକୋଣରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ରହିଛି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜିଠାରୁ ବିଦେଶୀ ଅତିଥିମାନେ ଭାରତ ଆସିବା ଆରମ୍ଭ କରିବେ। ଏହି ଶିଖର ସମ୍ମିଳନୀରେ ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିଙ୍କ ସମ୍ମୁଖରେ ଭାରତ ନିଜର ଡିଜିଟାଲ ଶକ୍ତି ପ୍ରଦର୍ଶନ କରିବ। ଯେଉଁଥିରେ ଆଧାର ଓ ୟୁପିଆଇ ସହିତ ଗୀତା ପ୍ରୟୋଗ ମାଧ୍ୟମରେ ଗୀତାର ଜ୍ଞାନ ପ୍ରଦାନ କରାଯିବ। ୫୦୦ ଅତିଥିଙ୍କୁ ନିମନ୍ତ୍ରଣ ଏହାବ୍ୟତୀତ ଭାରତ ସେପ୍ଟେମ୍ବର ୯ରେ ଏକ ଡିନର ପାର୍ଟିର ଆୟୋଜନ କରିଛି, ଯେଉଁଥିରେ ବିଦେଶୀ ନେତାଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ଯୋଗ ଦେଇପାରିବେ। ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫୦୦ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ,…
ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦରାଜାଙ୍କ ଘରେ ଉତ୍ସବ ଅନୁଷ୍ଠିତ ହୁଏ। ଠାକୁରଙ୍କ ସେହି ପରମ୍ପରା ଅନୁଯାୟୀ ବାଣପୁରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ପରମ୍ପରା ମୁତାବକ ନନ୍ଦ ଉତ୍ସବ ପାଳନ କରାଯାଇଛି। ଭୋର ସମୟରେ ମଙ୍ଗଳ ଆଳତି, ଅବକାଶ, ଗୋପାଲବଲ୍ଳଭ କରାଯାଇ ଠାକୁରଙ୍କର ମଧ୍ୟାହ୍ନ ଧୂପ ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣ ବଲଭଦ୍ର ଓ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟ ଦୋଳିକୁ ବିଜେ କରିଥିଲେ। ମଦନମୋହନ ଓ ରାମକୃଷ୍ଣଙ୍କୁ ଦୋଳିରେ ବିଭିନ୍ନ ଫୁଲ ମାଧ୍ୟମରେ ଅପୂର୍ବ ବେଶରେ ସଜାଯାଇ ଥିଲା। ପରେ ଠାକୁରଙ୍କ ନିକଟରେ କ୍ଷୀର, ସର, ଲହୁଣୀ ଓ ଖିରୀ କାକରା ଦ୍ୱାରା ନୈବେଦ୍ୟ ସମାପନ କରାଯାଇଥିଲା। ଠାକୁରଙ୍କ ଦର୍ଶନ ନିମିତ୍ତ ଭକ୍ତ ମାନଙ୍କର ସମାଗମ ବଢିଥିଲା। ସନ୍ଧ୍ୟାରେ ଆଳତି ବନ୍ଦାପନା ହୋଇ ଓ ସନ୍ଧ୍ୟା ଧୂପ ବଢିବାପରେ ମଦନମୋହନ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ।…
ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ଏବଂ ଡିଏମକେ ସାଂସଦ ଏ ରାଜାଙ୍କ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଭିନୀତ ଜିନ୍ଦଲ କହିଛନ୍ତି ଯେ, ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଧ୍ୱଂସ କରିବା ପାଇଁ ଏକ ବିବୃତ୍ତି ଦେଇଛନ୍ତି, ତଥାପି ତାମିଲନାଡୁ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆବେଦନକାରୀ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଦିଲ୍ଲୀ ପୋଲିସକୁ ମଧ୍ୟ ଏକ ଅଭିଯୋଗ ଦିଆଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ଏଫ୍ଆଇଆର୍ ରେଜିଷ୍ଟର ହୋଇନାହିଁ। ଯେହେତୁ, ଘୃଣ୍ୟ ବିବୃତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ, ଡିଏମକେ ନେତା ଉଦୟାନିଧିଙ୍କ ବିରୋଧରେ ମାମଲା ପଞ୍ଜିକରଣ ନକରି ତାମିଲନାଡୁ ଏବଂ ଦିଲ୍ଲୀ ପୋଲିସ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବମାନନା କରିଛନ୍ତି। ଉଦୟାନିଧି ଷ୍ଟାଲିନଙ୍କ ବ୍ୟତୀତ ଏ ରାଜାଙ୍କ ବିବୃତ୍ତିରେ ମଧ୍ୟ ଉଲ୍ଲେଖ…
ଭୁବନେଶ୍ଵର: ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍), ଭି ରମେଶ ବର୍ତ୍ତମାନ ଓଡିଶା ଦୂରସଂଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ 07-09-2023 ପୂର୍ବାହ୍ନ 10.30 ରେ ଓଡିଶା ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକରେ ଓଡିଶା ବିଏସ୍ଏନ୍ଏଲ୍ ମୂଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇ, ଓଡିଶା ଦୂରସଂଚାର ବ୍ୟବସାୟ କ୍ଷେତ୍ରର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ଯୋଗ ଦେଇ ଏଣ୍ଟରପ୍ରାଇଜ୍ ବ୍ୟବସାୟ, ଭାରତ ଫାଇବର ଏବଂ 4G ସାଚୁଚରେସନ୍ ପ୍ରକଳ୍ପବିକାଶ ବିଷୟକ ରାଜସ୍ୱ ବୃଦ୍ଧି ଏବଂ ଓଡିଶା ପରିମଣ୍ଡଳ ଅଧିନସ୍ଥ ବିଭିନ୍ନ BSNL 4G ପ୍ରକଳ୍ପ ବିଷୟକ ସମସ୍ୟାର ବିସ୍ତୃତ ସମୀକ୍ଷା କରିଥିଲେ। ଏଥି ସହିତ ନିର୍ଦ୍ଦେଶକ(ଏଣ୍ଟରପ୍ରାଇଜ୍), ଭୁବନେଶ୍ୱର ବିଜେଡି ନଗରସ୍ଥିତ ଟେଲିଫୋନ୍ ଏକ୍ସଚେଞ୍ଜ ପରିଦର୍ଶନ କରି ଭାରତ ଫାଇବର OLTE (ଅପ୍ଟିକାଲ୍ ଲାଇନ୍ ଟର୍ମିନାଲ୍ ଇକ୍ୟୁପମେଣ୍ଟ) ର ମଧ୍ୟ ଉଦଘାଟନ କରିଛନ୍ତି। ଏହାଦ୍ୱାରା ବିଜେଡି ନଗର ଅଞ୍ଚଳରେ ବିଏସଏନଏଲର ଭାରତ…
କୁଜଙ୍ଗ: କୁଜଙ୍ଗ ଥାନା କଟକ-ପାରାଦ୍ୱୀପ ରାସ୍ତାରେ କୁଜଙ୍ଗ ପୋଲିସ୍ ନାକାବନ୍ଦୀ କରି ବିଭିନ୍ନ ଗାଡ଼ି ଯାଂଚ କରୁଥିବା ବେଳେ ଦୁଇ ଯୁବକ ମଦ୍ୟପାନ କରି ଗାଡି ଚଳାଉଥିଲେ। ପୋଲିସ୍ ଗାଡିଟିକୁ ଅଟକାଇଥିଲେ। ମାତ୍ର ଦୁଇ ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ପୋଲିସ୍ ତାଙ୍କୁ ଗିରଫ କରିଛି। ତାସହିତ ବ୍ୟବହୃତ ବୁଲେଟ୍ ଗାଡି ନମ୍ବର (ଓଡି୨୧ବି୮୩୪୪)ଟିକୁ ଜବତ କରିଛି। ଅଭିଯୁକ୍ତ ଦ୍ୱୟହେଲେ ତିର୍ତୋଲ ଥାନା ରସୁଲପୁର ଅଂଚଳର ଆସିଫ୍ ଖାନ (୨୪) ଏବଂ ସେକ୍ ସଲମନ୍ ହୁସେନ୍ (୩୭)। ଆଜି ଅଭିଯୁକ୍ତ ମାନଙ୍କୁ ପୋଲିସ୍ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ପ୍ରକାଶ କରିଛନ୍ତି। ଅନୁରୁପଭାବେ ଗତକାଲି ବିଳମ୍ବିତ ରାତିରେ ଏରସମା ଥାନା ଅଂଚଳର ସର୍ବେଶ୍ୱର ସ୍ୱାଇଁ, ବସନ୍ତ ବିଶ୍ୱାଳ, ସରୋଜ ନାୟକ ବାଲିତୁଠ ବଜାରରେ ମଦ୍ୟପାନ କରି ସ୍ଥାନିୟ ବ୍ୟବସାୟିଙ୍କ ସାଂଗରେ ଝଗଡ଼ା କରୁଥିଲେ। ଏହି ଖବର ପୋଲିସ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଚି ୩…

