ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି। ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା। ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି। ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି। ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା…
Author: Samikhsya Bureau
କୁଜଙ୍ଗ: ଜନୈକ ଯୁବକକୁ ମରଣାନ୍ତକ ଆକ୍ରମଣର ଅଭିଯୋଗରେ ଗତକାଲି ପୋଲିସ ଜନୈକା ମହିଳାଙ୍କୁ ଗିରଫ କରିଥିଲା। ମହିଳା ଜଣଙ୍କ ହେଲେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ସଂଯୁକ୍ତା ଜେନା। ଉକ୍ତ ମହିଳାକୁ ଆଜି କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଗତ ମେ ମାସ ୧୧ ତାରିଖରେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ଅଶୋକ କୁମାର ଖଟୁଆକୁ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା ଜେନା (୫୦) ଓ ତାର ପୁଅ ରାକେଶ ଜେନା (୨୫) ଯୋଜନାବଦ୍ଧ ଭାବେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଆଶୋକର ପାଟି ଓ ବାମ ବାହୁରେ ଗଭୀରଭାବେ କ୍ଷତ ହୋଇଥିଲା। ସ୍ଥାନିୟ ଲୋକ ଉଦ୍ଧାର କରି ଅଶୋକକୁ ପ୍ରଥମେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ମାତ୍ର ସେଠାରେ…
ବ୍ରହ୍ମପୁର (ଟୁକୁନା ପ୍ରଧାନ): ନାବାଳିକା ଅପହରଣ ଅଭିଯୋଗରେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ଦିନ ପରେ ବେଗୁନିଆପଡ଼ା ପୋଲିସ ହାତରେ ଧରା ପଡିଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା କୁମୁଟିସାହିରେ ରହୁଥିବା ହୃଷୀକେଶ ଆଚାରୀ ନାମକ ଯୁବକ ଜଣଙ୍କ ସେହି ଗାଁ ରୁ ଜୈନିକ ନାବାଳିକା ଝିଅକୁ ଅପହରଣ କରି ନେଇ ଯାଇଥିବା ବେଳେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ଫେରାର ଥିବା ବେଳେ ଭାଇଜାଗ୍ ଅଞ୍ଚଳରୁ ପୋଲିସ ମଙ୍ଗଳବାର ଦିନ ଧରିବାରେ ସକ୍ଷମ ହୋଇଛି। ଏ ନେଇ ୨୫୪/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୋସ୍କୋ କୋର୍ଟ କୁ ଚାଲାଣ କରାଯାଇ ଅଧିକ ତଦନ୍ତ ଚାଲିଥିବା ନେଇ ବେଗୁନିଆପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ଵର: କିମ୍ବଦନ୍ତୀ ଓଡିଆ ରହସ୍ୟ ଲେଖକ ପ୍ରମୋଦ କୁମାର ପଣ୍ଡାଙ୍କ ‘ଦସ୍ୟୁ ରଞ୍ଜନ’ ଏକ ଗ୍ରାଫିକ୍ ଉପନ୍ୟାସ ଭାବରେ ବହୁ ପ୍ରତୀକ୍ଷିତ ଅପରାଧ ଡ୍ରାମା ଅଟେ ଯାହାର କାହାଣୀ ସବୁ ଅତ୍ୟନ୍ତ ଚିତ୍ତାକର୍ଷକ। ଉନ୍ମୋଚନ ହେବାର ୪୦ ବର୍ଷ ସତ୍ତ୍ୱେ ବି, ଏହି କାହାଣୀର ପ୍ରାସଙ୍ଗିକତା ଏବେ ବି ସମାଜରେ ଅଛି, ଯେଉଁଠାରେ ସାଧାରଣ ମଣିଷ ଅଳ୍ପ କିଛି ଶକ୍ତିଶାଳୀ ନିଷ୍ଠୁର ଲୋକଙ୍କ ହାତରେ ପଡି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଠାରେ ସନ୍ତୁଳନ ରକ୍ଷା ଓ ଶାନ୍ତି ଫେରାଇବା ପାଇଁ ଜଣେ ହିରୋ ଆବଶ୍ୟକ ଆଉ ସେହି ହିରୋ ହୋଇଛନ୍ତି ଦସ୍ୟୁ ରଞ୍ଜନ। ତେଣୁ ଏହିପରି ଏକ ଲୋକପ୍ରିୟ ଉପନ୍ୟାସ ଓ ଏହାର ହିରୋକୁ ଏକ ଆଧୁନିକ ମୋଡ଼ ଦେବା ପାଇଁ PACAD କମିକ୍ସ ଏହି ଆଜିର ନୂତନ ପିଢୀ ଓ ଏହାର ଉଦୀୟମାନ ଧାରାକୁ ଆଖି ଆଗରେ ରଖି ଏକାଧିକ ଭାଷାରେ ଓ ଏକ ଆନ୍ତର୍ଜାତୀୟ ସ୍ତରର ଗ୍ରାଫିକ୍ ଉପନ୍ୟାସ…
ଭୁବନେଶ୍ଵର: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ 96 କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି। ସର୍ଭେ କାର୍ଯ୍ୟ କରିବା ପାଇଁ 2.4 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆରଡ଼ି ପୀଠରେ ଆଖଣ୍ଡଳମଣି ମନ୍ଦିର ଏବଂ ବିରଜା କ୍ଷେତ୍ର ଯାଜପୁର ଟାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳୀକୁ ଏହି ପ୍ରସ୍ତାବିତ ରେଳ ଲାଇନ ସଂଯୋଗ କରିବ। ଯାଜପୁର ଏବଂ ଭଦ୍ରକ ଜିଲ୍ଲାବାସୀଙ୍କ ଏହା ଏକ ଦୀର୍ଘ ଦିନର ଦାବି ଏବଂ ଏହା ବହୁ ପ୍ରତୀକ୍ଷିତ ଜନସାଧାରଣଙ୍କ ଆକାଂକ୍ଷା ମଧ୍ୟ ଅଟେ। ଏହି ପ୍ରସ୍ତାବିତ ନୂତନ ଲାଇନଟି ଯାଜପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ମଧ୍ୟ ସଂଯୋଗ କରିବ। ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାରୁ…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି। ଏହି ପ୍ରତିଯୋଗିତା ପାଇଁ ଉଭୟ ସହଯୋଗୀ ଦଳ ନିଜସ୍ୱ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିରୋଧୀ ମେଣ୍ଟରେ ଆଉ ଦୁଇଟି ଦଳର ଯୋଗଦାନ ସହିତ ଏହା ୨୮ ଟି ଦଳର ମେଣ୍ଟରେ ପରିଣତ ହୋଇଛି। ଏବେ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନରେ କିଏ ଆଗୁଆ ରହିବ? ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସିଟ୍ ସମ୍ବନ୍ଧରେ ଅନେକ ସର୍ଭେ କରାଯାଇଛି ଯେଉଁଥିରେ ବିଭିନ୍ନ ଆକଳନ କରାଯାଇଛି। ଏହି ତିନୋଟି ସର୍ବେକ୍ଷଣ ମାଧ୍ୟମରେ ଜାଣନ୍ତୁ ପୋଲ ଅଫ ପୋଲ୍ସର ଆକଳନ କ’ଣ କୁହେ? ପ୍ରକାଶ ଯେ, ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଗଠନ ପରେ ଏହି ତିନୋଟି ସର୍ଭେ କରାଯାଇଛି। ଏଥିରେ ୨୦୨୪ ରେ ହେବାକୁ ଥିବା ସମ୍ଭାବ୍ୟ ଲୋକସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ…
ମେଷ : ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ କରାଯିବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରନ୍ତୁ। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବେ। କାମ କରିବାକୁ ପସନ୍ଦ କରିବେ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ବଢିପାରେ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ପାଇବା ସହଜ ହେବ। ମିଥୁନ : ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଚିନ୍ତା ଏବଂ ଟେନସନ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଉପକୃତ ହେବେ । ଦୁଃଖଦ ଖବର ଗ୍ରହଣ କରାଯାଇ ପାରେ, ଧର୍ଯ୍ୟବାନ ହୁଅ। ଅପଚୟ ଖର୍ଚ୍ଚ ହେବ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ। ତୁମ କାମ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କର୍କଟ : ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବହୁତ ଭଲ କାମ କରିବାକୁ ଇଚ୍ଛୁକ ହେବେ।…
ନୂଆଦିଲ୍ଲୀ: ଉଡ଼ାଣ ସମୟରେ ବୈଷୟିକ ସମସ୍ୟା ହେତୁ ଋଷର ଏକ ବିମାନକୁ ଆଜି ଏକ କ୍ଷେତରେ ଜରୁରୀ ଅବତରଣ କରିବାକୁ ପଡିଛି। ବିଶେଷ କଥା ହେଉଛି ଏହି ଘଟଣା ସମୟରେ ସମୁଦାୟ ୧୬୭ ଜଣ ବିମାନରେ ଥିଲେ। ତେବେ ସୌଭାଗ୍ୟର ବିଷୟ ହେଉଛି ଏହି ଜରୁରୀକାଳୀନ ଅବତରଣ ସମୟରେ କୌଣସି ଆହତଙ୍କ ଖବର ନାହିଁ। ମସ୍କୋ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଋଷର ଏୟାର କ୍ୟାରିଅର ଉରାଲ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏୟାରବସ୍ A320 ବ୍ଲାକ୍ ସାଗର ରିସର୍ଟ ସୋଚିରୁ ସାଇବରିଆର ଓମସ୍କକୁ ଉଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ବିମାନଟି ବୈଷୟିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ରିପୋର୍ଟ ଅନୁଯାୟୀ, ଋଷର ବିମାନ ସାଇବରିଆ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଥିଲା। ଅଧିକାରୀମାନେ ଜଙ୍ଗଲ ପାଖରେ ଥିବା ଏକ କ୍ଷେତରେ ବିମାନ ଅବତରଣ କରିବାର ଫୁଟେଜ ମଧ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ବିମାନ ଚାରିପାଖରେ ଠିଆ ହୋଇଥିବା…
ନୂଆଦିଲ୍ଲୀ: ଚାଲିଥିବା ଏସିଆ କପ୍୨୦୨୩ ରେ ଆଜି କଲମ୍ବୋସ୍ଥିତ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ସୁପର -୪ ରାଉଣ୍ଡ ମ୍ୟାଚରେ ଭାରତ ସହଜରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବଡ ବିଜୟ ସହ ଭାରତୀୟ ଦଳ ଏସିଆ କପ-୨୦୨୩ ର ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛି। ଶ୍ରୀଲଙ୍କା ସ୍ପିନରମାନେ ଘାତକ ବୋଲିଂ କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ୨୧୩ ରେ ସୀମିତ ରଖିଥିଲେ। ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଅଧିନାୟକ ରୋହିତ ଶର୍ମା (୫୩) ଏବଂ ଶୁବମାନ ଗିଲ (୧୯) ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ ଯୋଡି ଭଲ ଆରମ୍ଭ କରିଥିଲେ। ଏଥିରୁ ଜଣାପଡୁଥିଲା ଯେ, ଏହି ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ତିନି ଶହ ଅତିକ୍ରମ କରିବାକୁ ଯାଉଛି, କିନ୍ତୁ ଥରେ ଯୁବ ବାମପନ୍ଥୀ ସ୍ପିନର ଭେଲଗେଜ୍ ଗିଲଙ୍କୁ ଆଉଟ କରି ଏଠାରୁ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ଅସୁବିଧାରେ ପକାଇଥିଲେ।…
ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ଗୋବର୍ଦ୍ଧନ ଭୋଏ, ହୋମସିଂହ ମାଝୀ, ମମିତା ନାଏକ, ଫାଗୁ ହାଁସଦା, ବିଜୟ ଦିଶାରୀ, କର୍ମତୀ ଓରାମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ଭାବେ କୈଳାଶ ଚନ୍ଦ୍ର ନାୟକ ଓ ରାମଚନ୍ଦ୍ର ହାଁସଦା; ରାଜ୍ୟ ସଂପାଦକ ଭାବେ ବିଦ୍ୟାଧର ଶବର, ଜଳନ୍ଧର ନାୟକ, ବାସନ୍ତୀ ମାଝୀ, ହୃଷିକେଶ ଦେହୁରୀ, ବିହାରୀ ମାଝୀ, ଶିବ ମୁଦୁଲି; କୋଷାଧ୍ୟକ୍ଷ ଭାବେ ସାମଲ ନାଏକ; କାର୍ଯ୍ୟାଳୟ ସଂପାଦକ ଭାବେ ଧୃବ କାଲୋ; ଗଣମାଧ୍ୟମ ସଂଯୋଜକ ଭାବେ ସିଦ୍ଧାର୍ଥ ସିଂହ; ସାମାଜିକ ଗଣମାଧ୍ୟମ ସଂଯୋଜକ…
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲାଗି ଓଡ଼ିଶା ସରକାରଙ୍କ ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି ଆୟୋଜିତ ଏହି ଯାତ୍ରାରେ ଆଜି ବହୁ ସଂଖ୍ୟାରେ ଅଭିନବ ଆଇଡିଆ ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ଯାତ୍ରା ଭୁବନେଶ୍ୱର ସମେତ ଖୋର୍ଦ୍ଦାର ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ଟି ନୂତନ ଷ୍ଟାଟଅପ୍ ଆଇଡିଆ ସଂଗ୍ରହ କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ଶୁଭାରମ୍ଭ କରିବା ପରେ ମଙ୍ଗଳବାରଠାରୁ ଭ୍ୟାନ୍ଗୁଡ଼ିକ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଏହି ଯାତ୍ରା ଆଇଏମ୍ଆଇଏସ୍, ବିଜେବି ସ୍ୱୟଂଶାସିତ କଲେଜ, ସରକାରୀ ଆଇଟିଆଇ ଭୁବନେଶ୍ୱର, ଏକାମ୍ର କଲେଜ,…
ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ହେଲ୍ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପି.କେ. ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ୍ର ସମସ୍ତ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ। ସମ୍ମମ୍ର ମେଡିକାଲ୍ ରେକର୍ଡ୍ସ ବିଭାଗର ମୁଖ୍ୟ ଡ. ମାନସ ରଞ୍ଜନ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାର ମେଡିକାଲ୍ ରେକର୍ଡ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତେଣୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ କଷ୍ଟସାଧ୍ୟ…
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ କେନ୍ଦ୍ରର ଆଇସିଏଆର କନଭେନ୍ସନ୍ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ‘କୃଷକ ମାନଙ୍କ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ର’ (ଜିଏସ୍ଏଫ୍ଆର୍) କୁ ଉଦ୍ଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ନିମନ୍ତ୍ରିତ ଭାରତୀୟ କୃଷକ ମାନଙ୍କୁ ‘ପ୍ଲାଣ୍ଟ ଜେନୋମ୍ ସେଭିୟର କମ୍ୟୁନିଟିଜ୍ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା ସମୁଦାୟ ପୁରସ୍କାର (୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ପୁରସ୍କାର ‘ (୧୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ରିକଗ୍ନିସନ୍’ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ଚିହ୍ନଟ ପୁରସ୍କାର (୪) ପୁରସ୍କାର ପ୍ରଦାନ କରିଥିଲେ । ପିପିଭିଏଫଆର ଅଧିନିୟମ, ୨୦୦୧ର ପ୍ରାବଧାନ ଅନୁଯାୟୀ ପିପିଭିଏଫଆର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପୁରସ୍କାର ସ୍ଥାପିତ କରାଯାଇଛି । ଏହା ସହିତ ନବନିର୍ମିତ ‘ପ୍ଲାଣ୍ଟ ଅଥରିଟି ଭବନ’, ପିପିଭିଏଫ୍ଆର୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ…
ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଅପରେସନ୍ ସମୟରେ ୨୧ ଆର୍ମି ଡଗ ୟୁନିଟରେ ଅନ୍ତର୍ଭୁକ୍ତ ଭାରତୀୟ ସେନା ଡଗ୍ କେଣ୍ଟର ମଧ୍ୟ ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀରରେ ହୋଇଥିବା ଅପରେସନ୍ ସମୟରେ ଜଣେ-୬ ବର୍ଷର ଲାବ୍ରାଡୋର କୁକୁରକୁ ଗୁଳି ଲାଗିଥିଲା। ମୃତ ଡଗ୍ କେଣ୍ଟ ଆତଙ୍କବାଦୀଙ୍କ ସନ୍ଧାନରେ ସୈନିକଙ୍କ ନେତୃତ୍ୱ ନେଉଥିଲା। ସେହି ସମୟରେ ତା ଉପରେ ଗୁଳି ଲାଗିଥିଲା। ଏହାପୂର୍ବରୁ ଅଧିକାରୀମାନେ କହିଥିଲେ ଯେ, ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଏକ ସୁଦୂର ଗ୍ରାମ ଉପରେ ତଲାସୀ ନେଉଥିବା ବେଳେ ସୁରକ୍ଷା ବାହିନୀ ଦଳ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ଗୁଳିରେ ଜଣେ ସୈନିକ ଆହତ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ନିପାତ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧରପୁର ଗ୍ରାମରେ ବଜ୍ରପାତରେ ୪ ଗୋରୁ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଜି ଦିନ ୨ଟା ବେଳେ ବଜ୍ରପାତରେ ବାଟଗା ଗ୍ରା’ପ ଅନ୍ତର୍ଗତ ଗଦାଧରପୁର ବିଛଣ୍ଡ ଆଠଜଉଆଳୀଙ୍କର ୪ଟି ଗାଈବଳଦ ଙ୍କର ମୃତ୍ୟୁ ହୋଇଛି। ସେହିପରି ଜାମୁଜୋରୀ ପଂଚାୟତ ବାଗବର ନିକଟସ୍ଥ କୁହ୍ଲବସା ନୂତନ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇ ଜଣେ ଯୁବକର ବଜ୍ରପାତରେ ମ୍ରୁତ୍ୟୁ ହୋଇଥିବା ଜଣାପଡ଼ିଛି। ମ୍ରୁତକ ଜଣଙ୍କ ହେଲେ ମୁନା ବସାତ୍ ଘର କଇଙ୍ଗ ବୋଲି ଜଣାପଡ଼ିଛି। ସେ ଜେସିବି ଅପରେଟର ଭାବରେ କାମ କରୁଥିବା ବେଳେ ଗାଧୋଉଥିବା ସମୟରେ ହିଁ ବଜ୍ରପାତ ହୋଇଥିଲା। ପାଣି ଭିତରେ ହିଁ ସେ ମ୍ରୁତ୍ୟୁବରଣ ହୋଇଥିବା ଜଣାପଡ଼ିଛି। ମ୍ରୁତକର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି।
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଅଧ୍ୟକ୍ଷ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିମ୍ନମତେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରାଯିବ। ରାଜ୍ୟରେ ଥିବା ବିଭିନ୍ନ ବିଷୟ ବିଷାରଦ ମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବ। ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ମାନ ଅଧ୍ୟୟନ କରି ଇସ୍ତାହାର ଦସ୍ତାବିଜ ପ୍ରସ୍ତୁତ କରାଯିବ। ଏହି ସମସ୍ତ ପ୍ରକ୍ରିୟା ଅକ୍ଟୋବର ଶେଷସୁଦ୍ଧା ଚୂଡ଼ାନ୍ତ କରିବାକୁ ସଭାରେ ଉପସ୍ଥିତ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନୁଯାୟୀ ଏହି କାର୍ୟ୍ୟ ଅକ୍ଟୋବର ଶେଷସୁଦ୍ଧା ସମାପନ କରିବାପାଇଁ ନିଷ୍ପତି ନିଆଯାଇଛି।…
ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ଓଡିଶାର ବିଶିଷ୍ଟ ଚାଷୀ ନେତା ମାନଙ୍କୁ ନେଇ କୃଷକ ମୋର୍ଚ୍ଚାର ୧୪ଜଣ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା କରିଛନ୍ତି। କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ରୂପେ ଶ୍ୱେତ ଦୋରା (କାଜୁ ଚାଷ); ଜଗନ୍ନାଥ ମହାପାତ୍ର (ଔଷଧୀୟ ବୃକ୍ଷ ଚାଷ); ଜୟଲକ୍ଷ୍ମୀ ମହାନ୍ତି (ମହିଳା ଚାଷୀ ଓ ମତ୍ସ୍ୟ ଚାଷ); ଦିବ୍ୟଶଙ୍କର ଭୋଇ (ଧାନ ପ୍ରୋକ୍ୟୁରମେଂଟ); ଅଜୟ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା); ପ୍ରଶାନ୍ତ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା); ସନ୍ତୋଷ କୁମାର ଜେନା (ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା); ପ୍ରମୋଦ କୁମାର ରାଉତରାୟ (କୃଷି ଜାତ ଦ୍ରବ୍ୟ ଆର୍ନ୍ତଜାତୀୟ ରପ୍ତାନୀ ଓ ଆମଦାନୀ); ଜନାର୍ଦ୍ଦନ ଦଳ ବେହେରା (ଜଳସେଚନ); ହରିହର ମହାନ୍ତ (ସୂଚନା ଅଧିକାର ଆଇନ); ଅଜୟ କୁମାର ସାହୁ (କୃଷି…
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଆଜି ଦିଲ୍ଲୀ ଛାଡିଛି। ବିମାନକୁ ଆଜି ଉଡ଼ାଣ ପାଇଁ ଅନୁମତି ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସକାଳେ ଏନେଇ ସୂଚନା ଦେଇଛି। ଉଡ଼ାଣରେ ଯାନ୍ତ୍ରିକ ତ୍ରୁଟି ସୁଧାର କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି। ରବିବାର ଦିନ ଶେଷ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ପରେ ଟ୍ରୁଡୋ ଏବଂ ତାଙ୍କ ପ୍ରତିନିଧୀ ଦିଲ୍ଲୀରୁ ବିଦାୟ ନେବାକୁ ଯାଉଥିଲେ, କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଦିଲ୍ଲୀରେ ଅଟକି ରହିଥିଲେ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଟ୍ରୁଡୋ ଶୁକ୍ରବାର ଦିନ ଦିଲ୍ଲୀ ଆସିଥିଲେ। ଏହି ସମୟ ମଧ୍ୟରେ ଜି -୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସରକାର କ’ଣ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି କହିଛନ୍ତି ଯେ, କେରଳର କୋଜିକୋଡେ ଜିଲ୍ଲାରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କୋଝିକୋଡ ଜିଲ୍ଲାରେ ଦୁଇ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପରୀକ୍ଷା ପାଇଁ ପାଞ୍ଚଟି ନମୁନା ପଠାଇଥିଲେ। ଏହି ନମୁନାଗୁଡିକ ପଠାଯାଇଥିଲା ଯାହା ଦ୍ଵାରା ସେମାନେ ନିପା ଜୀବାଣୁ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଜାଣିହେବ। ଏହି ୫ ଜଣଙ୍କ ମଧ୍ୟରୁ ଗୋଟିଏ ନମୁନା ମୃତକଙ୍କଠାରୁ ଏବଂ ଚାରି ଜଣ ତାଙ୍କ ସମ୍ପର୍କୀୟଙ୍କଠାରୁ ଆସିଥିଲା। ଏହା ବ୍ୟତୀତ ସୋମବାର ଦିନ ଏହି ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ମୁଖ୍ୟମନ୍ତ୍ରୀ କ’ଣ କହିଲେ?: ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଙ୍ଗଳବାର ଫେସବୁକରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସରକାର ଦୁଇ ଜଣଙ୍କ…
ଭୁବନେଶ୍ବର: ବିବିଧ ଫୁଲ ଭରା ସୁନ୍ଦରବନ ହେନ୍ତାଳ ବଣର ମହୁ, ବଙ୍ଗୋପସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ସଂଗମସ୍ଥଳରେ ସୃଷ୍ଟି ତ୍ରିକୋଣଭୂମିରେ ବିଶ୍ୱର ସର୍ବବୃହତ ଲୁଣା ଜଙ୍ଗଲ ସୁନ୍ଦରବନ ଅବସ୍ଥିତ। ମହୁଫେଣା ଜରିଆରେ ମହୁମାଛିଙ୍କ ଏକ ବିରାଟ ଆବାସସ୍ଥଳୀ। ମହୁଫେଣା ଜରଅନେକ ଆଗରୁ ଲୋକମାନେ ଜଙ୍ଗଲର ମହୁଫେଣାରୁ ମହୁ ସଂଗ୍ରହ କରୁଥିଲେ। ଏବେ ବି ସୁନ୍ଦରବନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେହି ଉପାୟରେ ମହୁ ମାରିଥାନ୍ତି। ସୁନ୍ଦରବନ ମହୁର ମହକ ସେ ଅଞ୍ଚଳରେ ଜୈବ ବିବିଧତାର ସୂଚନା ଦେଇଥାଏ। ଖଲିସା, ବାନୀ ଓ ଗରନ ଭଳି ଅନେକ ହେନ୍ତାଳ ବଣ ଫୁଲ ସୁରଭିରୁ ସଂଗୃହିତ ଅମୃତସମ ରସ ଏହି ମହୁକୁ ଖୁବ୍ ସୁସ୍ୱାଦୁ କରିଥାଏ। ଅନ୍ୟାନ୍ୟ ମହୁ ତୁଳନାରେ ଏଥିରେ ଅଠାଳିଆ ଭାଗ କମ୍ ଥାଏ। ଶତ ପ୍ରତିଶତ ପ୍ରାକୃତିକ ଓ ଖାଣ୍ଟି ସୁନ୍ଦରବନର ମହୁ ସୁନ୍ଦର ବାସ୍ନାରେ ଭରପୂର ହେବା ସହ ଖୁବ୍ ସ୍ୱାସ୍ଥ୍ୟପ୍ରଦ।
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ନାରାୟଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ଚଢ଼ାଉ କରିଛି। ଚଢ଼ାଉରେ ସମୁଦାୟ ୧୨୪ ଲିଟର ଦେଶୀ ମଦ ଓ ଦୁଇ ଗୋଟି ସ୍କୁଟି ଜବତ ହୋଇଥିବା ବେଳେ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଭୀମପୁର ଗ୍ରାମର କୁମର ବେହେରା (୫୦), ମାଟିଆପୋଖରୀ ଗ୍ରାମର ଧରଣୀଧର ପ୍ରଧାନ (୪୭) ଓ କାଳୁ ପ୍ରଧାନ (୪୨) ଏବଂ ବିଧାରପୁର ଗ୍ରାମର ଇନ୍ଦ୍ରମଣି ପରିଡ଼ା (୫୫)। ଅଭିଯୁକ୍ତ ମାନେ ସ୍କୁଟିରେ ବେଆଇନ ଦେଶୀ ମଦ ନେଇ ଯାଉଥିବା ବେଳେ ପୁର୍ବରୁ ଛକି ରହିଥିବା ଅବକାରୀ କର୍ମଚାରୀଙ୍କ ହାତରେ ଧରା ପଡ଼ି ଗିରଫ ହୋଇଥିଲେ। ଏ ସଂକ୍ରାନ୍ତରେ ଚାରି ଗୋଟି ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଭାରପ୍ରାପ୍ତ ଅବକାରୀ ଅଧିକାରୀ ତପନ କୁମାର ସ୍ୱାଇଁ…

