ଭୁବନେଶ୍ବର: ପ୍ରତିବର୍ଷ କିମ୍ବଦନ୍ତୀ ହକି ଖେଳାଳି ମେଜର ଧିଆନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶା କ୍ରୀଡା ଏବଂ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନକୁ ରାଜ୍ୟ ସରକାର ସମ୍ମାନିତ କରିଥିଲେ। ଭୁବନେଶ୍ୱରରେ ଆୟୋଜିତ ଏକ ବିଶାଳ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା କ୍ଷେତ୍ରରେ ଅତୁଳନୀୟ ପ୍ରଦର୍ଶନ ପାଇଁଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ସାଇକେଲ ଚାଳକ ସ୍ବାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଅସାଧାରଣ ସଫଳତା ଏବଂ ସାଇକେଲ ଚଲାଇ ସ୍ବାତୀ ସିଂ ଓଡିଶା ପାଇଁ ସଫଳତା ଆଣିଥିଲେ। ତାଙ୍କର ଉଲ୍ଲେଖନୀୟ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ତାଙ୍କୁ ଦୁଇ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ଫଳକ ପ୍ରଦାନ କରିଥିଲେ। କ୍ରୀଡା ଜଗତର ଉଲ୍ଲେଖନୀୟ ଅବଦାନ…
Author: Samikhsya Bureau
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ୨୦୨୩ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଜେଏଲଏନ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିଟ୍ ଇଣ୍ଡିଆ କୁଇଜ୍ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀର ବିଭିନ୍ନ ବିଦ୍ୟାଳୟର ପାଖାପାଖି ୫୦୦ ସ୍କୁଲ ପିଲାଙ୍କ ସମେତ ମନ୍ତ୍ରଣାଳୟ, ସାଇ ଓ ଜାତୀୟ କ୍ରୀଡ଼ା ମହାସଂଘର ବହୁ ବିଶିଷ୍ଟ କ୍ରୀଡ଼ାବିତ୍ ଓ ଅଧିକାରୀ ଯୋଗ ଦେଇଥିଲେ। ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲ ଉନ୍ମୋଚନ କରିବା ଏବଂ ବୁଦାପେଷ୍ଟଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏସୀୟ ରେକର୍ଡ ସୃଷ୍ଟି କରିଥିବା ୪×୪୦୦ ମିଟର ପୁରୁଷ ରିଲେ ଦଳକୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ଠାକୁର କହିଥିଲେ, ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ ୧୯୨୮,…
ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ଗୁଡିକ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ.ଏସ. ବାଜୱା ମଧ୍ୟ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ଶର୍ମା ମଧ୍ୟ ଉନ୍ନତ ରେଳ ଚଳାଚଳ ପାଇଁ ତାଳଚେର ଅଞ୍ଚଳର ରେଳ ସାଇଡିଂ ନିରୀକ୍ଷଣ କରିବା ସହିତ ସହଭାଗୀ ଏବଂ ଶିଳ୍ପସଂସ୍ଥା ଗୁଡିକ ହିତ ପାଇଁ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଟ୍ରାଫିକ ସୁବିଧା କାର୍ଯ୍ୟ ସମୀକ୍ଷା କରି ମହାପ୍ରବନ୍ଧକ ଏହି ଅଂଚଳରେ ରେଳ ଚଳାଚଳ…
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ବିଭାଗ ସହ ଜଡ଼ିତ ୮ଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି। ପୁନର୍ଗଠନରେ ହୋଇଥିବା ପରିବର୍ତ୍ତନ ସେପ୍ଟେମ୍ବର ୧୩ରୁ କାର୍ଯ୍ୟକାରୀ ହେବ। କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଛି। କଂଗ୍ରେସ ନେତା ପି ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ଗୃହ କମିଟିରେ ସ୍ଥାନ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଚିଦାମ୍ବରମଙ୍କୁ ସାମିଲ କରାଯାଇଛି। ତିନୋଟି ଅପରାଧିକ ନ୍ୟାୟ ଆଇନ ସମ୍ବନ୍ଧୀୟ ବିଲ ପରିବର୍ତ୍ତନ ଉପରେ ଆଲୋଚନା ହେବ ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଥିବାବେଳେ ଏହି କମିଟି ୩ଟି ବିଲରେ ପରିବର୍ତ୍ତନ ନେଇ ଆଲୋଚନା କରିବାକୁ ଯାଉଛି। ଏହି ତିନୋଟି ବିଲ ଅପରାଧିକ ଆଇନ ସହ ଜଡ଼ିତ । ଏହି ତିନୋଟି ବିଲ ଆଇପିସି ୧୮୬୦, ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ୧୮୭୨ ଏବଂ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ୧୯୭୩ର ସ୍ଥାନ ନେବ। ସେମାନଙ୍କ ସ୍ଥାନରେ ଇଣ୍ଡିଆନ୍…
ଦିଲ୍ଲୀ: ଚନ୍ଦ୍ରଯାନ – ୩ ଅଭିଯାନର ଐତିହାସିକ ସଫଳତାକୁ ପାଳନ କରିବା କ୍ଷେତ୍ରରେ କେନ୍ଦ୍ର କ୍ୟାବିନେଟ ଦେଶବାସୀଙ୍କ ସହ ସାମିଲ ହୋଇଛି। କ୍ୟାବିନେଟ୍ ମଧ୍ୟ ଆମ ବୈଜ୍ଞାନିକ ମାନଙ୍କର ମହତ୍ୱପୂର୍ଣ୍ଣ ସଫଳତାକୁ ପ୍ରଶଂସା କରିଛି। ଏହା କେବଳ ଆମ ମହାକାଶ ଏଜେନ୍ସି ପାଇଁ ଏକ ବିଜୟ ନୁହେଁ, ବରଂ ବିଶ୍ୱ ସ୍ତରରେ ଭାରତର ପ୍ରଗତି ଏବଂ ବିକାଶର ଉଜ୍ଜ୍ୱଳ ପ୍ରତୀକ ଅଟେ। ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବା ବିଷୟକୁ କ୍ୟାବିନେଟ୍ ସ୍ୱାଗତ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ପ୍ରୟାସ ପାଇଁ କ୍ୟାବିନେଟ୍ ଅଭିନନ୍ଦନ ଜଣାଇଛି । ଆମ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ, ସେମାନଙ୍କ ଯୋଗୁଁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତ ହେଉଛି ପ୍ରଥମ ଦେଶ। ପୂର୍ବାନୁମାନ ସଠିକତା ସହ ଚନ୍ଦ୍ରରେ ଅବତରଣ କରିବା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଅନେକ କଠିନ ପରିସ୍ଥିତିକୁ ଅତିକ୍ରମ କରି…
ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ସଫଳ ଚନ୍ଦ୍ରଯାନ ଅଭିଯାନ ଶେଷ ହେବା ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ “ଆଦିତ୍ୟ-ଏଲ୧” ପାଇଁ ପ୍ରସ୍ତୁତ ଅଛି, ଯାହାକୁ ଇସ୍ରୋ ସେପ୍ଟେମ୍ବର ୨ରେ ଲଞ୍ଚ କରିବାକୁ ଯାଉଛି। ମୈନପୁରୀରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ ଅଭିଯାନର ସଫଳତାକୁ ପାଳନ କରୁଥିବା ବେଳେ ସୂର୍ଯ୍ୟ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ବହୁଗୁଣିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଭାରତର ମହାକାଶ କ୍ଷେତ୍ରକୁ ଅତୀତର ବନ୍ଧନରୁ ମୁକ୍ତ କରିବା ପାଇଁ ସାହସିକ ନିଷ୍ପତ୍ତି ନେଇ ନଥାନ୍ତେ, ତେବେ ଏସବୁ ସମ୍ଭବ ହୋଇନଥାନ୍ତା,…
ଭୁବନେଶ୍ଵର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ 19 ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ସମ୍ବଲପୁର ମାର୍ଗ ଦେଇ ଏହାର ନିୟମିତ ସେବା ଆରମ୍ଭ କରିଥିଲା। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ତେଜସ କୋଚ ସହ ଚଳାଚଳକୁ ସବୁଜ ପତାକା ପ୍ରଦର୍ଶନ କରାଇ 14 ଅଗଷ୍ଟ 2023 ଦିନ ଶୁଭାରମ୍ଭ କରିଥିଲେ। ବୁଧବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଏବଂ ଶୁକ୍ରବାର ଦିନ ନୂଆଦିଲ୍ଲୀ ରୁ ଛାଡୁଥିବା…
ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହାୟାତ ହୋଟେଲରେ ଅନୁଷ୍ଠିତ ହେବ। ସେପଟେ ଏନଡିଏର ମହାରାଷ୍ଟ୍ର ୟୁନିଟ ମଧ୍ୟ ସେହି ଦିନ ଅର୍ଥାତ ସେପ୍ଟେମ୍ବର ପହିଲାରେ ବୈଠକ କରିବାକୁ ଘୋଷଣା କରିଛି। ତେବେ ଏଥିରେ ମହାରାଷ୍ଟ୍ର ସରକାରରେ ଥିବା ଏକନାଥ ସିନ୍ଦେ ଗୋଷ୍ଠୀ, ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ସାମିଲ ହେବେ। ଶରଦ ପାୱାର ବିରୋଧୀ ମେଣ୍ଟ ବୈଠକରେ ଯୋଗ ଦେବେ ଏବଂ ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୋଷ୍ଠୀ ଶାସକ ଦଳ ସହ ବୈଠକ କରିବେ। ଏନସିପି ଅଜିତ ପାୱାର ବିଧାୟକ ସୁନୀଲ ତଟକରେ ମଙ୍ଗଳବାର (ଅଗଷ୍ଟ ୨୯) ଏହି ସୂଚନା ଦେଇଛନ୍ତି। ସେହି ଦିନ କାହିଁକି ? ଅଗଷ୍ଟ ୩୧ରେ ମୁମ୍ବାଇରେ…
ଭୁବନେଶ୍ବର: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା। ଚାରିଆଡେ ରହିବ ଉତ୍ସବ ମୁଖର। ହେଲେ ଆସନ୍ତାକାଲି କୌଣସି ଭଉଣୀ ସମର୍ଥକ ନବୀନ ନିବାସ ଆସିବାକୁ ମନା କରାଯାଇଛି। ଏ ନେଇ ଆଜି ନବୀନ ନିବାସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ସେଥିପାଇଁ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ତେବେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ କରୋନା ପାଇଁ ନବୀନ ନିବାସ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ହୋଲି ହେଉ କିମ୍ବା ରାକ୍ଷୀ କୌଣସି ପର୍ବରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କର୍ମି ନେତାଙ୍କ ମହଲରେ ବେଶ ଆଗ୍ରହ ରହିଥାଏ। ହେଲେ ଚଳିତ ବର୍ଷ ରକ୍ଷା ବନ୍ଧନ ପାଳନ ହେବ ନାହିଁ ବୋଲି ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତ୍ୟେକ ଘରେ ଆଶ୍ୱସ୍ତି ଆଣିବା ଭଳି ଏକ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର। ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ୩୦.୦୮.୨୦୨୩ ରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ଏହି ନିଷ୍ପତ୍ତି ଦ୍ୱାରା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନର ସିଲିଣ୍ଡର ପିଛା ୧୧୦୩ ଟଙ୍କାରୁ ଅଧିକ ଶସ୍ତା ହୋଇ ୯୦୩ ଟଙ୍କାକୁ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର। ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପକୃତ କରିବା ଲାଗି ଆମ ସରକାର ସର୍ବଦା ଯଥାସମ୍ଭବ କାର୍ଯ୍ୟ କରିବେ। ଏହି ମୂଲ୍ୟ ହ୍ରାସ ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)…
ଲେଖକ: ହାସ୍ୟମୟୀ ରାଜ ଆସନ୍ତାକାଲି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାକ୍ଷୀ। ତେବେ ଯେଉଁ ଭଉଣୀମାନେ ଦୂରରେ ଅଛନ୍ତି, ଭାଇପାଖକୁ ଆସିପାରୁ ନାହାଁନ୍ତି, ସେମାନେ ଅନ୍ତତଃ ରାକ୍ଷୀ ପୂର୍ଣ୍ଣିମା ଦିନ ଏକ ଶୁଭେଚ୍ଛା ବାର୍ତ୍ତାଟିଏ ପଠାଇବା ଉଚିତ। ତଳେ ଥିବା ବାର୍ତ୍ତାଗୁଡିକରୁ ଗୋଟିଏ ପସନ୍ଦ କରି କପିପେଷ୍ଟ କରି ଭାଇଙ୍କ ପାଖଙ୍କୁ ପଠାନ୍ତୁ। ଶ୍ରାବଣ ପୂର୍ଣ୍ଣିମା ଆସେ ହୃଦୟକୁ ଉଦ୍ ବେଳିତ କରି ଭାଇ ପାଇଁ ଭଉଣୀର କେତେ ଆଶା, ଆଶ୍ୱସନା ପ୍ରେମ ପ୍ରୀତି ସଂପର୍କର ମଧୁ ପଡେ ଝରି। ତୋଳୁଥାଏ ଅନାବିଳ ସଂପର୍କର ସୂତ୍ରଟିଏ ଭାଇ ଭଉଣୀର କହୁଥାଏ କାନେ କାନେ ସଂପର୍କର ମାନେ ନୁହେଁ କେବଳ ରକ୍ତର, ଇଏ ଏକ ଅତୁଟ ବନ୍ଧନ ହୃଦୟ ଓ ଆତ୍ମାର। ଭାଇ ହାତେ ଭଉଣୀ ଟି ବାନ୍ଧିଦିଏ ରାକ୍ଷୀ ସାମନ୍ୟ ନୁହେଁ ସିଏ ଅସାମାନ୍ୟ ଭାଇ ପାଇଁ ଭଉଣୀର ସୁରକ୍ଷା କବଚ ପବିତ୍ର ଭାବର ବନ୍ଧନ। ପୁରାଣରୁ…
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ମୋର ଶୁଭେଚ୍ଛା। ଦେଶ ପାଇଁ ସେମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ। ଏଥିସହ ମେଜର ଧ୍ୟାନଚାନ୍ଦଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରୁଛି।’
ନୂଆଦିଲ୍ଲୀ: ଓନମ୍ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମସ୍ତଙ୍କୁ ଓନମ୍ ଶୁଭେଚ୍ଛା! ସଭିଁଙ୍କ ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ଅପୂର୍ବ ଆନନ୍ଦ ଏବଂ ଅପାର ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଗତ ଅନେକ ବର୍ଷ ମଧ୍ୟରେ ଓନମ ଏକ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହା କେରଳର ଜୀବନ୍ତ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି।’
ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶ୍ରାବଣ ପୂର୍ଣ୍ଣିମା। ଏହିଦିନ ବଳଭଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିଦିନ ମଧ୍ୟ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ତେବେ ଚଳିତ ବର୍ଷ ରାକ୍ଷୀ ବାନ୍ଧିବା ସମୟକୁ ନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି। କାରଣ ହେଲା ଆସନ୍ତାକାଲି 30 ତାରିଖ ବୁଧବାର ସକାଳେ ପୂର୍ଣ୍ଣିମା ପ୍ରବେଶ କରୁଛି। ହେଲେ ମଧ୍ୟ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଉଛି। ଜ୍ୟୋତିର୍ବିଦଙ୍କ ହିସାବରେ ଆସନ୍ତାକାଲି ସକାଳେ ପୂର୍ଣ୍ଣିମା ପ୍ରବେଶ କରିବା ସହିତ ଭଦ୍ରା ଛାୟା ମଧ୍ୟ ପ୍ରବେଶ କରୁଛି। ଭଦ୍ରା ଛାୟା ରହିଲେ କୌଣସି ଶୁଭ କାର୍ଯ୍ୟ କରାଯାଇପାରିବ ନାହିଁ। ଜ୍ୟୋର୍ତିବିଦଙ୍କ ଅନୁସାରେ ୩୦ ତାରିଖ ସକାଳ ୧୦ ଟା ୫୮ ମିନିଟରେ ପୂର୍ଣ୍ଣିମା ପ୍ରବେଶ ଆରମ୍ଭ ହେଉଛି। ଏହା ୩୧ ତାରିଖ ସକାଳ ୭ ଟା ୫ ମିନିଟରେ ଶେଷ ହେଉଛି। ସେହିପରି ଭଦ୍ରାକାଳ ୩୦ ତାରିଖ ସେହି ସକାଳ ୧୦ ଟା ୫୮ ମିନିଟରେ ପ୍ରବେଶ କରୁଛି। ହେଲେ…
ସୀତାରାମ ଅଗ୍ରୱାଲ ବାଣପୁର: ଭାରତୀୟ ପୁରୁଷ ହକିର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ୨୯ ତାରିଖ ଦିନଟି ଦେଶରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଆଜି ଏହି ଦିବସ ଗୋଦାବରୀଶ ମହାବିଦ୍ୟାଳୟର କ୍ରୀଡା ପରିଷଦ ଦ୍ଵାରା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ସଭାପତିତ୍ଵ କରି ଏହି ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, ପ୍ରଶାସନିକ ଅଧିକାରୀ ଡ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମ , ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ପୁଲିନ ବିହାରୀ ଜେନା, ଅଜୟ କୁମାର ଦାସ, କ୍ୟାପଟେନ ଗୁରୁକିଶୋର ନାୟକ, ଜେ ଏଲ୍ ଆର ଚୌହାନଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ମେ ମାସରେ ନୁହେଁ ବରଂ ଡିସେମ୍ବରରେ ହେବ। ଲୋକସଭା ନିର୍ବାଚନ ପାଇଁ ବିଜେପି ହେଲିକପ୍ଟର ବୁକ୍ କରିସାରିଛି। ବିଜେପିର ନୀତୀଶ କୁମାରଙ୍କ ସମେତ ବିରୋଧୀ ଦଳର ମହାମେଣ୍ଟର ନୀତିଶ କୁମାରଙ୍କ ମତରେ ନରେନ୍ଦ୍ର ମୋଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ୨୦୨୪ କରିବାକୁ ସୁପାରିସ କରିପାରନ୍ତି। ଏହାବ୍ୟତୀତ ଜାନୁଆରୀ-ଫେବ୍ରୁଆରିରେ ଦିଲ୍ଲୀର ରାଜନୈତିକ କରିଡରରେ ଲୋକସଭା ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି। ଇଣ୍ଡିଆ ମେଣ୍ଟ ନେତାଙ୍କ ଦାବିରେ ମଧ୍ୟ ଅନେକ ସତ୍ୟତା ରହିଛି। ଆଗୁଆ ନିର୍ବାଚନକୁ ନେଇ ବିଜେପି ମଧ୍ୟ ବିଚାର ବିମର୍ଶ କରୁଛି, କିନ୍ତୁ ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳ କାର୍ଡ ଖୋଲିବ। ନଭେମ୍ବରରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଡିସେମ୍ବର ଓ ଜାନୁଆରିରେ ନିର୍ବାଚନ ହେବ ନାହିଁ ୨୦୧୪ରେ ବିପୁଳ ମୋଦି ଲହର ଯୋଗୁଁ…
ନୂଆଦିଲ୍ଲୀ: ମିଶନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ନିଜ ବିଶ୍ୱସ୍ତ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କସରତ ଆରମ୍ଭ କରିଛନ୍ତି। ମୋଦି କ୍ୟାବିନେଟ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ୪୦୦ ଟଙ୍କାରୁ ଅଧିକ ଲାଭ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ପ୍ରତ୍ୟେକ ଭାଷଣରେ ନିଶ୍ଚିତ ଭାବରେ ଏହି ଯୋଜନା ବିଷୟରେ ଉଲ୍ଲେଖ କରନ୍ତି। ଏହି ରିହାତି ମାଧ୍ୟମରେ କେନ୍ଦ୍ର ମଧ୍ୟ ନିଜର ବଡ଼ ନିର୍ବାଚନୀ ବାଜି ଲଗାଇଛି। ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଦରକୁ ନେଇ ଦୀର୍ଘ ଦିନ ଧରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ ବିରୋଧୀ। କିନ୍ତୁ ଏବେ ସିଲିଣ୍ଡର ଦର ହ୍ରାସ କରି କେନ୍ଦ୍ର ସରକାର ରାଜନୈତିକ ବାଜି ଲଗାଇଛନ୍ତି। ଏଲପିଜି ଦରକୁ ନେଇ ମୋଦି ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ ସିଲିଣ୍ଡର ଦରକୁ ନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।…
ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି। ୫ଜି ନେଟ୍ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି। ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି। ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି। ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ। ଏହା ଜରିଆରେ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଅଗଷ୍ଟ ୨୦୧୯ରେ ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ, ଯାହା ଅଧୀନରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଏହାପରେ ସରକାର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ। ସମାଲୋଚନା ପରେ ସରକାର ଯଥାଶୀଘ୍ର ରାଜ୍ୟର ମାନ୍ୟତା ଫେରାଇ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟର ସ୍ଥିତିକୁ ନେଇ ଏକ ବଡ଼ କଥା କହିଛନ୍ତି। ବାସ୍ତବରେ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏବେ କେନ୍ଦ୍ର ସରକାରଙ୍କ ଯୁକ୍ତି ଉପରେ ଶୁଣାଣି କରୁଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣିର ଦ୍ୱାଦଶ ଦିନ ରହିଛି। ଜମ୍ମୁ-କଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନର ଅଧୀନରେ ରହିଛି ବୋଲି କେନ୍ଦ୍ର ସରକାରଙ୍କ…
ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆର ଆବାହକ ହେବାକୁ ମନା କରିଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏବେ ଇଣ୍ଡିଆର ଆବାହକ କରାଯାଇପାରେ ବୋଲି କୁହାଯାଉଛି। ଜେଡିୟୁ ଇଣ୍ଡିଆର ଆବାହକ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ହେବାକୁ ଥିବା ଇଣ୍ଡିଆ ଆଲାଏନ୍ସ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟର ଆବାହକ ହେବାକୁ ମନା କରିଦେଇଛନ୍ତି। ଗତକାଲି ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୁଁ କିଛି ହେବାକୁ ଚାହୁଁନାହିଁ। ମୁଁ ଆପଣଙ୍କୁ ବାରମ୍ବାର ଏହା କହୁଛି। ‘‘ମୋର ସେପରି କୌଣସି ଇଚ୍ଛା…
ଭୁବନେଶ୍ୱର: ଏହା ୫୦ ବର୍ଷ ପୂର୍ବର ୧୯୭୩ ମସିହାର କଥା। ଆରବ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା। ଇସ୍ରାଏଲକୁ ସମର୍ଥନ କରି ସାଉଦି ଆରବ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ କରିଦେଇଥିଲେ। ଏହାକୁ ନେଇ ସାରା ବିଶ୍ୱର ତୈଳ ବଜାରରେ ଅସନ୍ତୁଳନ ସୃଷ୍ଟି ହୋଇଥିଲା। ଏହି ସମୟରେ ବ୍ରାଜିଲ ପେଟ୍ରୋଲ ଏବଂ ଡିଜେଲ ପରିବର୍ତ୍ତେ ଇନ୍ଧନ ଭାବରେ ଇଥାନଲ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ବ୍ରାଜିଲ ତୈଳ ଦୃଷ୍ଟିରୁ ଏକ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଦେଶରେ ପରିଣତ ହୋଇଛି। ଆମେ ଇଥାନଲ ଏବଂ ବ୍ରାଜିଲର ଏହି କାହାଣୀ କହୁଛୁ କାରଣ ଆଜି ଭାରତରେ ୧୦୦% ଇଥାନଲ ଉପରେ ଚାଲୁଥିବା ଏକ ଟୟୋଟା ଇନୋଭା ଲଞ୍ଚ ହେଉଛି। ଇଥାନଲ ଇନ୍ଧନର ଅନ୍ୟତମ ବିଶେଷତ୍ୱ ହେଉଛି ଏହା ତୈଳକୂପରୁ ନୁହେଁ, ବରଂ କୃଷକଙ୍କ କ୍ଷେତରୁ ଆସିଥାଏ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦାବି କରିଛନ୍ତି…

