Author: Samikhsya Bureau

ନୂଆଦିଲ୍ଲୀ: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ ପ୍ରଦାନ କରିଛି । ଏହା ଫଳରେ ଛ’ଟି କୋଇଲା ସମୃଦ୍ଧ ରାଜ୍ୟ ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ପଶ୍ଚିମବଙ୍ଗ ଉପକୃତ ହେବେ । ଏହି ଅର୍ଥରାଶି ହସ୍ତାନ୍ତର ଦ୍ୱାରା ସମ୍ପୃକ୍ତ ଛ’ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ । ଏହି ୭୦୪ କୋଟି ଟଙ୍କାର ଅର୍ଥ ସମ୍ପୃକ୍ତ ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିରେ ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୮ଟି କୋଇଲା ଖଣିର ସଫଳ ନିଲାମ ହୋଇଥିଲା ସେ ବାବଦ ଲବ୍ଧ ଅର୍ଥରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର କୋଇଲା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟୀ ମେରା ଦେଶ’ ଅଭିଯାନ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଦେଶପାଇଁ ପ୍ରାଣବଳୀ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଓ ସାହସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅଭିଯାନ ଅନ୍ତର୍ଗତ ବୀରମାନଙ୍କର ସ୍ମୃତିଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସବୁ ଗ୍ରାମପଞ୍ଚାୟତରେ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଦୂରସଞ୍ଚାର ବିଭାଗର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଏବଂ ଯୁବ ବ୍ୟାପାର ସଚିବ ମୀତା ରାଜୀବ ଲୋଚନ, ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ପ୍ରମୁଖ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

Read More

ମେଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ। ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ। ମିଥୁନ:– ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ। ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ। ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୈଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ। କର୍କଟ:– ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ।…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସନ୍ୟାସୀ ନଗରରେ କିଛି ଦିନ ତଳେ ଏକ ଅଘଟଣ ଘଟିଯାଇଥିଲା। ଚିଲିକା ଜଳରାଶି ଭିତରେ ବାପା ପୁଅ ମାଛ ଧରିବା ବେଳେ ବଜ୍ରାଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଏଭଳି ଏକ ଦୁଃଖଦାୟକ ଘଟଣା ବିଷୟରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ ଜାଣିଲା ପରେ ସେ ନିଜେ ଓ ତାଙ୍କ ପ୍ରତିନିଧି, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସନ୍ତୋଷ ପାଇକରାୟ, ଉପ ନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହା ସହ କିଛି ଆର୍ଥିକ ସହାୟତା, ଏକ ମାସର ରାସନ ସଉଦା ଏବଂ ସେହି ଗ୍ରାମ ବାସୀଙ୍କ ସହିତ ଆଲୋଚନା କରି ତାଙ୍କ ପରିବାରରେ ଥିବା ୩ ଝିଅଙ୍କ ଭରଣ ପୋଷଣ, ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଏଭଳି…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୬-ଓଡ଼ିଶା ବାଟାଲିଅନ୍ , ଏନ୍‌.ସି.ସି ପୁରୀର କମାଣ୍ଡିଙ୍ଗ୍ ଅଫିସର କଲୋନେଲ୍ ସୁଦୀପ୍ ସିହ୍ନା ଯୋଗଦାନ କରି ନିଜର ବକ୍ତବ୍ୟରେ “ନେତୃତ୍ୱ, ପ୍ରତିନିଧିତ୍ୱ ହିଁ ସେବା ଓ ସମର୍ପଣ ଭାବନାର ପ୍ରତିଫଳନ” ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ନିଜର ଅଭିଭାଷଣରେ ଆଦର୍ଶ ଶିକ୍ଷକ ହିଁ ଉପଯୁକ୍ତ ଛାତ୍ରପ୍ରତିନିଧିଙ୍କୁ ଚୟନ କରିପାରିବେ ଯେଉଁମାନେ କି ଭବିଷ୍ୟତରେ ସମାଜସେବକ ଭାବେ ନିଜକୁ ପରିଚିତ କରାଇ ବିଦ୍ୟାଳୟ ତଥା ଜନ୍ମଭୂମିର ସୁନାମ ରକ୍ଷା କରିପାରିବେ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ…

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଖାରବେଳ ଭବନ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଯୋଗଦେଇ ଗତ ଜୁଲାଇ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣି ଦେଇଛି। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା…

Read More

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ କରିବାର ନିଷ୍ପତି ନେଇଥିଲେ । ୨୦୨୨ ମସିହା ମେ ମାସ ୧୭ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ଏହି ଝିଅଟିର ମୃତ୍ୟୁ ପରେ ତା’ର ଦୁଇଟି ବୃକକକୁ ବାହାର କରାଯାଇ ଅଂଗଦାନ ପ୍ରକ୍ରିୟାରେ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ରୋଗୀଙ୍କର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ହସ୍ପିଟାଲ ପକ୍ଷରୁ ଗୁରୁବାର ଭାରତୀୟ ଅଂଗ ଦାନ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଏହି ଅନୁଭୂତି ବଖାଣିଥିଲେ ଝିଅଟିର ବାପା ଶ୍ରୀ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର:  ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି । ଉନ୍ମୋଚିତ ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ…

Read More

ଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀ ମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଉପଭୋକ୍ତା – ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉଛି, ଯାହା  ଯାତ୍ରୀ ମାନଙ୍କୁ ଭାରତୀୟ ଜାତୀୟ ରାଜପଥ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଏକ ଦକ୍ଷ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରୁଛି । ଏହି ଆପ୍ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେଉଛି । ‘ରାଜମାର୍ଗଯାତ୍ରା\’ ଆପର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଉଛି : ବିସ୍ତୃତ ରାଜପଥ ସୂଚନା :  ‘ରାଜମାର୍ଗଯାତ୍ରା’ ଜାତୀୟ ରାଜପଥ ବ୍ୟବହାରକାରୀ ମାନଙ୍କ ପାଇଁ ଅତ୍ୟାବଶ୍ୟକ ତଥ୍ୟର ଏକକ ସଂଗ୍ରହାଳୟ ଭାବରେ କାର୍ଯ୍ୟ କରେ ।  ବାସ୍ତବ…

Read More

ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଆର୍‌ଡିସି ଏକ ୨ ଜଣିଆ ଦଳ ସୋଆ ଗବେଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ଗତ ଅଗଷ୍ଟ ୧ ଓ ୨ରେ ସୋଆ ଗସ୍ତରେ ଆସିଥିଲେ। ଶୁଷ୍କ ଆଖି, ଗଳା ସଂକ୍ରମଣ ତଥା କର୍କଟ ଚିକିତ୍ସା ବେଳେ ଉପୁଜୁଥିବା ସମସ୍ୟାର ଉପଶମ ନିମନ୍ତେ ସୋଆର ଗବେଷକମାନେ ସରଳ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ବିକଶିତ କରିଛନ୍ତି। ଏହି ଟେକ୍ନୋଲୋଜିର ବିକାଶ ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଏନ୍‌ଆର୍‌ଡିସି ସହ ଏହି ବୁଝାମଣା କରାଯାଇଥିଲା। ଏନ୍‌ଆରଡିସିର ପ୍ରମୁଖ ତଥା ମୁଖ୍ୟ (ବାୟୋଟେକ୍ନୋଲୋଜି) ଏବଂ ଲିଗାଲ ରୟାଲଟି ଓ ରେଗୁଲୋଟାରୀ ଆଫେୟାର୍ସର ଇନ୍‌ଚାର୍ଜ ଶ୍ରୀ ଅମିତାଭ ମିଶ୍ର ଓ ଟେକ୍ନିକାଲ୍…

Read More

ରଣପୁର: ଆସନ୍ତା ୫ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ। ବ୍ଲକରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂଘ ପକ୍ଷରୁ ଗୁରୁବାର ଦିନ ସମସ୍ତ ବର୍ଗର ଶିକ୍ଷକ ସଙ୍ଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ସଙ୍ଘର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ। ଏହି ଆନ୍ଦୋଳନରେ ସବୁ ବର୍ଗର ଶିକ୍ଷକ ସାମିଲ ହେବେ ବୋଲି ଖବର ମିଳିଛି। ଏହି ଆନ୍ଦୋଳନ AUPTF ସଙ୍ଘ ନେତୃତ୍ୱରେ କରାଯିବ ବୋଲି ଜଣା ପଡିଛି। ବୈଠକରେ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ,ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ତଥା ଖୋର୍ଦ୍ଧା ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହେଲେ। ସମ୍ବିତ ପାତ୍ର ବାଲୁଗାଁରେ ଅବସ୍ଥିତ ମାଛ ବଜାରରେ ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ ତଥା ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଚର୍ଚ୍ଚା କରିଥିଲେ। ଏହା ସହିତ ବାଲୁଗାଁ ରୋଟାରୀ କ୍ଲବର ପ୍ରମୁଖ ବ୍ୟକ୍ତି ତଥା ଅଞ୍ଚଳର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବ୍ୟବସାୟୀଙ୍କ ସହ ବୈଠକ କରି ବିଭିନ୍ନ ଅଞ୍ଚଳର ବିଭିନ୍ନ ସାମାଜିକ ହିତ ବିଷୟରେ ଆଲୋଚନା କରିଥିଲେ ସମ୍ବିତ ପାତ୍ର। ବାଲୁଗାଁରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ଦ୍ଵାରା ୯ ବର୍ଷରେ ହେଇଥିବା…

Read More

ଭୁବନେଶ୍ଵର: ଆଜି ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ସତ୍ୟ ନଗର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୪୮ ଜଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୪୯,୨୦,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୨୨ ଜଣଙ୍କୁ ୧୧,୦୦,୦୦୦/- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତା ବାବଦରେ ୨ ଜଣଙ୍କୁ ୨୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୧୮ଜଣ ଙ୍କୁ ୫୪,୦୦୦/- ଟଙ୍କା ସର୍ବମୋଟ ୯୦ ଜଣଙ୍କୁ ୬୦,୯୪,୦୦୦ /- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହା ଶିବିରରେ ସାରଦା ପ୍ରସାଦ ନାୟକ, ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ମାନ୍ୟବର ଅଧ୍ୟକ୍ଷ। ଶ୍ରୀମୟୀ…

Read More

ଭୁବନେଶ୍ବର, ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଛତିଶଗଡର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ । ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଏବେ ଛତିଶଗଡର ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ। ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି। ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ନାମଲେଖା ତାରିଖକୁ ରାଜ୍ୟ ଶିକ୍ଷା ବିଭାଗ ଘୁଞ୍ଚାଇ ଦେଇଛି। ଏଥିରେ କେବଳ ୟୁଜି ଏବଂ ପିଜି ନାମଲେଖା ତାରିଖକୁ ବଢାଇ ଦିଆଯାଇଛି। ପୂର୍ବରୁ ଯେଉଁ ଶେଷ ତାରିଖ ସେଥିରେ ପରିବର୍ତ୍ତନ କରାଯାଇ ଅଗଷ୍ଟ 5 ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ୟୁଜି ଦ୍ବିତୀୟ ପର୍ଯ୍ୟାୟ ଚୟନନନନ ଏବଂ ପିଜିର ପ୍ରଥମ ପର୍ଯ୍ୟାୟ ଚୟନ ବାକି ରହିଛି। ଯାହା ବର୍ତ୍ତମାନ ଅଗଷ୍ଟ ପାଞ୍ଚ ତାରିଖରେ ହେବ ବୋଲି ଘୋଷଣା କରାଯାଇଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିବିଆଇ ବିଭିନ୍ନ ସିଭିଲ ସର୍ଭିସ ଅଧିକାରୀଙ୍କ ବିରୋଧରେ ୧୩୫ ଟି ମାମଲା ରୁଜୁ କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପର୍ସନାଲ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ୧୩୫ ଟି ମାମଲା ମଧ୍ୟରୁ ୫୭ ଟି ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ସମ୍ପୃକ୍ତ କୋର୍ଟରେ ଦାଖଲ କରାଯାଇଛି। ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସିଭିସି ପ୍ରଥମ ପର୍ଯ୍ୟାୟରେ  ୧୨ ହଜାର ୭୫୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି। ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ସିଭିସି ୮୮୭ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସୁପାରିଶ କରିଛନ୍ତି। ଶ୍ରୀ ସିଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଭିନ୍ନ ରାଜ୍ୟର ଏନଡିଏ ସାଂସଦମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଏଥିରେ ସେ ଗତକାଲି ଉତ୍ତର ପ୍ରଦେଶ ସହିତ ଦକ୍ଷିଣ ଭାରତର ସାଂସଦଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ବୈଠକରେ ମୋଦି କେନ୍ଦ୍ର ସରକାରଙ୍କ ଭିଜନ କିପରି ଲୋକଙ୍କୁ ପାଖକୁ ଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ରାତ୍ରୀଭୋଜନ ଦେଇ ଆପ୍ୟାୟତ କରିଥିଲେ। ଯେଉଁଦିନ ଯେଉଁ ଅଞ୍ଚଳର ସାଂସଦଙ୍କ ସହିତ ଆଲୋଚନା ହେବ ସେହିଦିନ ସେହି ଅଞ୍ଚଳର ଖାଦ୍ୟ ପରିବେଷଣ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତର ବ୍ୟଞ୍ଜନ ସମସ୍ତଙ୍କୁ ଦେଇଥିଲେ। ଏଥିରେ କଦଳୀ ପତ୍ରରେ ଭୋଜନ ପରଷା ଯାଇଥିଲା। ଏଥିରେ ପାନିଆରାମ, ଉପମା, ଭେଜିଟେବୁଲ କୁରମା, ପୁଲିହୋରା, ପପୁ ଚାରୁ, ଅଦାୟ ଆଭିଆଲ୍ ପରି ବହୁ ଖାଦ୍ୟ ପରଷା ଯାଇଥିଲା।

Read More

ଲେଖକ-ବିନାୟକ ଗଡ୍‌ସେ, ସିଇଓ ଡାଟା ସିକ୍ୟୁରିଟୀ କାଉନସିଲ ଅଫ ଇଣ୍ଡିଆ କ୍ରିପ୍ଟୋ ମୁଦ୍ରା ପରିଚାଳିତ ଅର୍ଥନୀତି ବୈଶ୍ୱିକ ଓ ଏହାର ଦେଣନେଣ ଓ ପରିଚାଳନାରେ କୌଣସି ଭୌଗୋଳିକ ସୀମା ନାହିଁ। ଯଦିଓ ମୁଦ୍ରାସୂଚୀ ଓ ବାଣିଜ୍ୟିକ ବିନିମୟ ସଂସ୍ଥାଗୁଡିକ ଏହାକୁ ନିୟନ୍ତ୍ରଣ କରିବା ସହ ସ୍ୱଚ୍ଛତା, ନିର୍ଭରଶୀଳତା ଓ ଅପରାଧିକ କାର୍ଯ୍ୟ ବନ୍ଦ ପାଇଁ ଚେଷ୍ଟା କରୁଛନ୍ତି। ତଥାପି କ୍ରିପ୍ଟୋ ମୁଦ୍ରାର ବିଭିନ୍ନ ପର୍ଯ୍ୟାୟରେ ଦେଣନେଣ ନେଇ ଅପବ୍ୟବହାରର ଅନେକ ସମ୍ଭାବନା ରହିଛି। କେତେକ ଅଧିକ ଗୋପନୀୟତା ଓ ନାମ ପ୍ରକାଶ ନ କରିବାର  ଦ୍ୱାହୀ ଦେଉଛନ୍ତି। ସେଗୁଡିକ ଅନ୍ତର୍ନିହିତ ଭାବେ ଅପରାଧୀଙ୍କୁ ସୁହାଉଛି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ପାଖାପାତ୍କ ଶତକଡା ୨୦ଭାଗ ଗୁରୁତର ଅପରାଧିକ ଆକ୍ରମଣ କ୍ରିପ୍ଟୋ ମୁଦ୍ରା ପାଣ୍ଠି ଉପରେ ହିଁ ହେଉଛି, ଯାହାକି ପ୍ରଥମେ ସମ୍ବେଦନଶୀଳ ସଂଯୋଗ ଆଧାରରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଠାରୁ ଗୋପନୀୟ ରଖାଯାଇଥିଲା। ତାହା ବର୍ତ୍ତମାନ ପୁରାପୁରୀ ଡାର୍କ ନେଟ୍ ବା ଗୋପନୀୟ…

Read More

ଭୁବନେଶ୍ୱର: ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଯୋଗାଇ ଦିଆଯାଉଛି। ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ୱାର ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ…

Read More

ନୂଆଦିଲ୍ଲୀ: ଅବତରଣ ବେଳେ ବିମାନର ଟାୟାରରେ ଭୀଷଣ ନିଆଁ ଲାଗିଥିବାର ଖବର ହସ୍ତଗତ ହୋଇଛି। ଏହା ପରେ ଡେଲଟା ଏୟାରଲାଇନ୍ସ ବିମାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଦିନ ଘଟିଛି। ବୋଷ୍ଟନରୁ ଉଡ଼ୁଥିବା ଏକ ଡେଲଟା ବିମାନ ଆଟଲାଣ୍ଟାରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅବତରଣ ସମୟରେ ବିମାନର ଟାୟାର ବିସ୍ଫୋରଣ ହୋଇଥିଲା। କିନ୍ତୁ ବିମାନରେ ଥିବା ୧୯୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ମାତ୍ର ଜଣେ ଯାତ୍ରୀ ଆହତ ହୋଇଛନ୍ତି।

Read More

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ହୋଟେଲ ମେ ଫେୟାର ଯାଇ ରାତ୍ରୀଯାପନ କରିବେ। ଏହା ପରେ ଶନିବାର ଦିନ ଅମିତ ସାହା ୧୧ଟାରୁ ୧୨ଟା ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ସେ ଦିନ ୧୨ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ଏହି ଦୁଇ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେହିପରି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନରେ ଅମିତ ସାହା ବିଜେପି ପାର୍ଟି ଅଫିସ ଯିବେ। ସେଠାରେ ସେ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା…

Read More