Author: Samikhsya Bureau

ଭୁବନେଶ୍ବର: ଓଡିଶା ବିଜେପି ଭିତରେ କିଛି ଗୋଟେ ଛକାପଞ୍ଚା ଚାଲିଛି। ଯାହା ବାହାରକୁ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଭିତରେ କେହି ସ୍ବୀକାର କରୁ ନାହାଁନ୍ତି। ହେଲେ ଭିତରେ ଭିତରେ ତାଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହା ଜଳଜଳ ହୋଇ ଦେଖାଯାଉଛି। ତାଙ୍କର ଭିତରର ଗୋଟିଏ ଦଳ ପୁରା ବିଜେପିକୁ ନିଜ କବଜାରେ ରଖି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରୁଛନ୍ତି। ଫଳରେ ଅନ୍ୟମାନେ ଅବହେଳିତ ହୋଇପ଼ିଛନ୍ତି। ଯାହା ତାଙ୍କ ମିଡିଆ ଗ୍ରୁପରୁ ଜଣାପଡିଛି। ଗତକାଲି ଓଡିଶାର ବିଜେପି ନେତା ବୈଜୟନ୍ତ ପଣ୍ଡା ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ। ସେ ଲଗାତର ତିନିଥର ଏହି ପଦବୀରେ ରହିଆସିଲେଣି। ହେଲେ ଆଶ୍ଚର୍ଯ୍ୟର କଥା ସେ ନେଇ କୌଣସି ଖବର ରାଜ୍ୟ ବିଜେପି ତରଫରୁ ପ୍ରଦାନ କରାଗଲା ନାହିଁ। କେବଳ କେନ୍ଦ୍ର ବିଜେପିର ଯେଉଁ ନାମ ତାଲିକା ପ୍ରକାଶ କରାଯାଇଥିଲା ତାହା ପ୍ରଦାନ କରି ଦିଆଗଲା। ସେ ଓଡିଶାରୁ ଏକମାତ୍ର ନେତା ହିସାବରେ ଏହି ଲମ୍ବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି। ସେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ବହୁତ ମୂଲ୍ୟବାନ ଜୀବନ ଯାଇଥିବାରୁ ମର୍ମାହତ। ଏପରି ଅତ୍ୟନ୍ତ କଠିନ ସମୟରେ ପୀଡ଼ିତଙ୍କ ପରିବାର ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି। ଆହତମାନେ ଖୁବଶୀଘ୍ର ଠିକ୍ ହୋଇଯାଆନ୍ତୁ। ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥିତ ବାଲ ବାଟିକାରେ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ। ପିଲାମାନଙ୍କ ସହ ସମୟ ଅତିବାହିତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶକ୍ତିପ୍ରଦ ବୋଲି ସେ ଟୁଇଟ୍‍ କରିଛନ୍ତି। “ନିଷ୍ପାପ ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତର ଆନନ୍ଦ! ସେମାନଙ୍କର ଶକ୍ତି ଏବଂ ଉତ୍ସାହ ମନରେ ଖୁସି ଭରି ଦେଲା”।

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ପାଂଣ୍ଡି ଅନ୍ତରର୍ଗତ ଖତିଆ ଗ୍ରାମ ରେ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଗ୍ରାମର କିଛି ପ୍ରଭାବଶାଳୀ ଲୋକ ଜଣେ ଲୋକ ର ଘର ଜେସିବି ଲଗାଇ ଭାଙ୍ଗି ଦେଇଥିବା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଏ ଖତିଆ ଗ୍ରାମର କିଛି ପ୍ରଭାବଶାଳୀ ଲୋକ ରମାକାନ୍ତ ନିସଙ୍କ ଘର ଉପରେ କୁଆଡେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ମାନେ ମିଳିତ ହୋଇ ଗ୍ରାମରେ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଯୋଜନା କରିଥିଲେ। ପରେ ମିଳିତ ହୋଇ ଜେସିବି ମେସିନ ସାହାର୍ଯ୍ୟରେ ଏହି ଲୋକ ମାନେ ରମାକାନ୍ତଙ୍କ ଘର ସହ ଅନ୍ୟ କିଛି ଘରକୁ ଭଙ୍ଗାରୁଜା କରିଥିଲେ  ରମାକାନ୍ତ ଏହାକୁ ବିରୋଧ କରିବାରୁ ତାଙ୍କ ମଧ୍ୟ ଆକ୍ରମଣ କରିଥିଲେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଜବର ଦଖଲ ଉଚ୍ଛେଦ ଦାଇତ୍ୱ ତହସିଲ କର୍ତ୍ତୁପକ୍ଷଙ୍କ ହୋଇଥିବା ବେଳେ ଏହି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଠାରେ ବୁଗୁଡ଼ା ପୋଲିସ ଓ ବ୍ରହ୍ମପୁର ଅବକାରୀ ବିଭାଗ ସ୍ବତନ୍ତ୍ର ଦଳର ମିଳିତ ଉଦ୍ୟମରେ ଚଢାଉ କରି ଦୁଇଟି କାର୍ ରେ ଚାଲାଣ ହେଉଥିବା ୧୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏହି ଚାଲାଣ ଅଭିଯୋଗରେ କୋଦଳାର ପବିତ୍ର ବିଷୋୟୀ, ଦୁଃଖୀଶ୍ୟାମ ବିଷୋୟୀ ଓ ବବ୍ରୁ ପ୍ରଧାନ ସମେତ ବାହାର ଜିଲ୍ଲାର ଜଣକୁ ଗିରଫ କରାଯାଇଛି। ବୁଗୁଡ଼ା ପୋଲିସର ସହାୟତା ରେ ଅବକାରୀ ବିଭାଗ ଉପଅଧିକ୍ଷକ କୁବେର ସେଠୀ, ନୀରିକ୍ଷକ ହ୍ରୁଦୟ ସାମନ୍ତ, ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଅଭିଯୁକ୍ତ ମାନଙ୍କ ବିରୋଧରେ ବ୍ରହ୍ମପୁର ଅବକାରୀ କେଶ୍ ନଂ ୨୩୭/୨୩ ଓ ୨୩୮/୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ ହୋଇଥିବା ଖବର ହସ୍ତଗତ ହୋଇଛି। ଗତ କାଲି ରାତିରେ ସେଠାରୁ ଚୋରୀ ହୋଇଥିବା ଜଣାପଡିଛି। ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ୍ ପହଂଚି ତଦନ୍ତ କରୁଛି। ତେବେ ଗତ କିଛି ଦିନ ତଳେ ୫-ଟି ସଚିବ ମନ୍ଦିରରେ ପହଂଚି ମା’ଙ୍କ ମନ୍ଦିରର ଉନ୍ନତିକରଣ କରିବା ପାଇଁ ସମିକ୍ଷା କରିଥିଲେ। ମା’ଙ୍କ ମନ୍ଦିର ର ଉନ୍ନତି କରଣ ପାଇଁ ଅନୁଦାନ ମଂଜୁର ମଧ୍ୟ ହୋଇସାରିଛି।

Read More

ଗରୁଡ ପୁରାଣ: ହିନ୍ଦୁ ଧର୍ମର ୧୮ ମହାପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏହାକୁ ବୈଷ୍ଣବ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ମଧ୍ୟ କୁହାଯାଇଛି। ଗରୁଡ ପୁରାଣରେ ଜନ୍ମ, ମୃତ୍ୟୁ, ସ୍ୱର୍ଗ ଏବଂ ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ସହିତ, ବ୍ୟକ୍ତିର କାର୍ଯ୍ୟର ହିସାବ ମଧ୍ୟ ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଆମେ ପ୍ରାୟତଃ ପୁନର୍ଜନ୍ମ ବିଷୟରେ ଶୁଣିଛେ। କିନ୍ତୁ ମୃତ୍ୟୁ ପରେ ଆତ୍ମା ​​କିପରି ଏବଂ କେଉଁ ରୂପରେ ପୁନର୍ବାର ଜନ୍ମ ହୁଏ, ଏହାକୁ ଗରୁଡ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ତାଙ୍କ ପକ୍ଷୀ ଗରୁଡ ରାଜଙ୍କୁ ଏ ବିଷୟରେ କୁହନ୍ତି। ଗରୁଡ ପୁରାଣ ଅନୁଯାୟୀ, ମୃତ୍ୟୁ ପରେ ଜଣେ ବ୍ୟକ୍ତିର ପରବର୍ତ୍ତୀ ଜନ୍ମର ରୂପ ତାଙ୍କ ଜୀବନ କାଳରେ କରିଥିବା କାର୍ଯ୍ୟ ଆଧାରରେ ସ୍ଥିର କରାଯାଇଥାଏ। ଏହାର ଅର୍ଥ ହେଉଛି ଏହି ଜନ୍ମର କାର୍ଯ୍ୟ ଆଧାରରେ ପରବର୍ତ୍ତୀ ଜନ୍ମର ରହସ୍ୟ ଆପଣଙ୍କୁ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ଏପ୍ରିଲ ମାସରେ ଘଟିଥିବା ବୋମାମାଡ ଓ ଗୁଳି ଚଳାଇ ଦାଦା ବଟି ମାଗିବା ଅଭିଯୋଗରେ କୋଦଳା ପୋଲିସ ୩ ଜଣ ଅପରାଧୀ ଯଥା ବିଭୁ ଯେନା ଓ ରାମ୍ ପାଲ୍ ଓ ସଞ୍ଜୟ କୁମାର ବାରିକ (ବାଙ୍କ)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚମାଗଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ର ପୁର ଗ୍ରାମର ଦ୍ୟୁତିକ୍ରୁଷ୍ଣ ସାହୁ ଙ୍କ କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମ ରେ ଅବସ୍ଥିତ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ଘଟିଥିବା ବୋମାମାଡ ଓ ଗୁଳି ଚଳାଇ ଦାଦା ବଟି ମାଗିବା ଅଭିଯୋଗରେ ପୋଲିସ ପୁର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଶନିବାର ଦିନ ଉକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ବିଭୁ ଯେନା ନାମରେ ପୁର୍ବରୁ ଝାରସୁଗୁଡ଼ା, ବାଲୁଗାଁ, ବାଣପୁର ଓ ଖଲ୍ଲିକୋଟ ଥାନା ରେ ବହୁ ଅପରାଧ ମାମଲା…

Read More

ଜୀବନଶୈଳୀ: ସମଗ୍ର ପରିବାର ଗୋଟିଏ ସାବୁନ ବ୍ୟବହାର କରିପାରିବେ କି? ଏହି ପ୍ରଶ୍ନ ଉଠିଛି କାରଣ ଅଧିକାଂଶ ଘରେ ସମଗ୍ର ପରିବାର ସମାନ ସାବୁନ ବ୍ୟବହାର କରୁଥିବା ଦେଖାଯାଏ। ଲୋକମାନେ ଭାବନ୍ତି ଯେ ସାବୁନ୍ ଜୀବାଣୁକୁ ମାରିଦିଏ, ତେବେ ଯଦି କେହି ଏହାକୁ ବ୍ୟବହାର କରନ୍ତି ତେବେ ଜୀବାଣୁ ମରିଯିବେ। କିନ୍ତୁ ଏହା ସତ୍ୟ କି? ସମସ୍ତେ ସମାନ ସାବୁନ ବ୍ୟବହାର କରିପାରିବେ କି? ଆସନ୍ତୁ ଜାଣିବା…. ବାସ୍ତବରେ, ଲୋକମାନେ ଭାବନ୍ତି ଯେ ସାବୁନ୍ ଶରୀରରେ ଥିବା ଜୀବାଣୁକୁ ନଷ୍ଟ କରିଦିଏ। କିନ୍ତୁ ଏହା ଆଦୌ ନୁହେଁ। ଏକ ଅଧ୍ୟୟନରେ କୁହାଯାଇଛି ଯେ ସାବୁନରେ ଦୁଇ ରୁ ପାଞ୍ଚ ପ୍ରକାରର ଜୀବାଣୁ ଅଛନ୍ତି। ଆମେରିକାର ଏକ ଅଧ୍ୟୟନରେ ଏହା ମଧ୍ୟ ଦାବି କରାଯାଇଛି ଯେ, ସାବୁନରେ ଜୀବାଣୁ ଅଛନ୍ତି। ଯଦି ସମଗ୍ର ପରିବାର ସମାନ ସାବୁନ ବ୍ୟବହାର କରିବା ଆରମ୍ଭ କରନ୍ତି, ତେବେ ଜୀବାଣୁ ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ…

Read More

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ଭୁବନେଶ୍ୱର ଠାରେ ସରକାରୀ ଇ ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସିଂ, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିଃର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୁଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ କୋୟଲ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏଥିସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଉତ୍କଳ ଚାମ୍ବର ଅଫ୍‌…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେ ମଧ୍ୟ ପିଏମ୍‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍‌ ୬୩୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଦ୍ୱାରା ଦେଶର ଭାଗ୍ୟ ବଦଳିପାରିବ। ‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ…

Read More

କୁଜଙ୍ଗ: L&T ଦ୍ବାରା ମେଗା ପ୍ରକ୍ଳପ ନବ ନିର୍ମିତ ଜଳ ଟାଙ୍କି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ପୋତା ବାଲି ଓ ମୁଣ୍ଡା ହୋଇଯାଇଥିବା ସିମେଣ୍ଟରେ ଚାଲିଛି ନିର୍ମାଣ କାର୍ଯ୍ୟ। କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ କରିବା ପାଇଁ ମସୁଧା ଚଳେଇଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତ ପାଟପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ତେବେ ପ୍ରତେକ୍ୟ ପଞ୍ଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାର ଜଳ ଜୀବନ ମିଶନରେ ଗଠନ କରି ପାନୀୟ ଜଳର ସୁବନ୍ଦବସ୍ତର ବ୍ୟବସ୍ଥା କରୁଥିବା ବେଳେ ତରଭରିଆ ଭାବେ ପୋତା ବାଲି, ମୁଣ୍ଡା ସିମେଣ୍ଟ ଓ ନିମ୍ନ ମାନର କଂକ୍ରିଟରେ ନିର୍ମାଣ କାର୍ଯ୍ୟ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ କରିବା ପାଇଁ L&T କର୍ତ୍ତୁପକ୍ଷ ମସୁଧା ଚଳେଇ ଥିବା ଅଭିଯୋଗ ହୋଇଛି। ତେବେ…

Read More

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…

Read More

ଭୁବନେଶ୍ୱର: ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟମାନ ଦିଅନ୍ତି। ଏଥର ସେମାନେ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ବିଜେପିର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢା ଏବଂ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି। ଯଦି ଓଡିଶା ବିଜେପି ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ମାନ୍ୟବର ଅଦାଲତଙ୍କ ନିକଟକୁ ଯାଇ ଏହି ମାମଲାରେ ଯାହା କହୁଛନ୍ତି ତାହା ପ୍ରମାଣ ସହିତ ଅଦାଲତରେ ରଖୁ ନାହାନ୍ତି ? ଓଡିଶାର ଲୋକମାନେ ଏଭଳି ନକାରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶ୍ରୀ ଶର୍ମା ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବାବେଳେ ହିରାକୁଦ୍ ରେଳ ଷ୍ଟେସନ୍ ର ପୁନଃ ବିକାଶ ପାଇଁ ନିରୀକ୍ଷଣ କରିଥିଲେ। ପ୍ରକଳ୍ପଗୁଡିକର ସମୀକ୍ଷା କରିବା ଏବଂ ହିରାକୁଦ୍ ଷ୍ଟେସନ୍ ନିରୀକ୍ଷଣ ଏବଂ ନିର୍ମାଣାଧୀନ ROH ନିରୀକ୍ଷଣ କରିବା ସହିତ ଶ୍ରୀ ଶର୍ମା ସଂପୃକ୍ତ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ…

Read More

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଆଜି ଉତ୍ତରାଖଣ୍ଡର ଜିମ୍ କର୍ବେଟ ଟାଇଗର ରିଜର୍ଭ ଠାରେ ଭାରତର ବାଘ ଗଣନା ସଂକ୍ରାନ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶିତ ହୋଇଛି। ୨୦୨୨ ଏପ୍ରିଲ ୯ତାରିଖରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ବର୍ଷ ପୂର୍ତ୍ତି ଅବସରରେ ମହୀଶୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ୩୧୬୭ ମହାବଳ ବାଘ ଥିବା ପ୍ରାଥମିକଭାବେ ଘୋଷଣା କରିଥିଲେ। କ୍ୟାମେରା ଟ୍ରାପ୍‌ଡ୍ ପଦ୍ଧତିରେ ହୋଇଥିବା ବାଘଗଣନା ଅନୁସାରେଏହି ତଥ୍ୟ ପ୍ରଧାନମନ୍ତ୍ରୀ ଦେଇଥିଲେ। ତେବେ ୨୦୨୨ର ବାଘ ଗଣନାର ସମ୍ପୂର୍ଣ୍ଣ ତଥ୍ୟାବଳୀକୁ ଅନୁଧ୍ୟାନ କରିବା ପରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ(ଡବ୍ଲୁ ଆଇଆଇ) ପକ୍ଷରୁ କୁହାଯାଇଛି ଯେ ଦେଶରେ ମହାବଳ ବାଘଙ୍କ ସଂଖ୍ୟା ହାରାହାରି ୩୬୮୨ରୁ ସର୍ବାଧିକ ୩୯୨୫ ହୋଇପାରେ। ଉଭୟ କ୍ୟାମେରା ଟ୍ରାପ୍‌ଡ ଓ ଅଣ କ୍ୟାମେରା ଟ୍ରାପଡ ବାଘ ଗଣନା ପଦ୍ଧତିକୁ ମିଶାଇ ଏହି ସଂଖ୍ୟା ଆକଳନ କରାଯାଇଛି । ଏହି ତଥ୍ୟ ଅନୁସାରେ ଭାରତରେ ବାଘଙ୍କ ସଂଖ୍ୟା ୬.୧ ଶତାଂଶ ହାରରେ ବଢୁଛି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ୱାନ୍ସ ଏଗେନ୍‌, ଏ ନଲେଜ୍ ହବ୍‌’ ଆଲେଖ୍ୟକୁ ସେୟାର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିବା ପାଇଁ କିପରି ଏହି ନୀତି ପ୍ରସ୍ତୁତ କରାଯାଇଛି’।

Read More

ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାଥମିକତା ବୋଲି ଶନିବାର ଜାତୀୟ ଶିକ୍ଷା ନୀତି ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ଜାରି କରିଛନ୍ତି। ଦେଶର ୬ ହଜାର ୨୦୭ଟି ସ୍କୁଲ ଏହି ପ୍ରଥମ କିସ୍ତିରେ ମୋଟ ୬୩୦ କୋଟି ଟଙ୍କା ପାଇଛନ୍ତି। ଏହାସହ ପ୍ରମୁଖ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିବା ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ଦୁନିଆରେ ଅନେକ ମାନଦଣ୍ଡ ରହିଛି। କିନ୍ତୁ ଆମେ ଯେତେବେଳେ ଭାରତ…

Read More

ଭୁବନେଶ୍ୱର: ଭାରତର ବିତ୍ତୀୟ ବଜାର ସମ୍ପର୍କରେ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ହୋଲ୍ ଟାଇମ ମେମ୍ବର ଅଶ୍ୱନୀ ଭାଟିଆ ଯୋଗଦେଇ ଭାରତୀୟ ସିକ୍ୟୁରିଟିଜ୍ ମାର୍କେଟ ବା ପ୍ରତିଭୂତି ବଜାରରେ ଅଧିକରୁ ଅଧିକ ଲୋକ କିପରି ନିବେଶ କରିବାକୁ ଆଗେଇ ଆସିବେ ତା’ ଉପରେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଶନିବାର ଦିନ ଅଭ୍ୟୁଥାନ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ “ପ୍ରତିଭୂତି ବଜାର: ଆହ୍ୱାନ, ସୁଯୋଗ ଏବଂ ସମ୍ଭାବନା’ ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା। “ଭାରତୀୟ ଅର୍ଥନୀତି ପାଇଁ ଏବେ ଭଲ ଦିନ ଆସିଛି। ଲୋକମାନେ ସୁବିଧାରେ ବ୍ୟାଙ୍କ ସେବା ପାଉଥିବାରୁ ଆଗ ଅପେକ୍ଷା କାରବାର ବଢ଼ିଛି। ତେବେ ସଞ୍ଚୟ ଏବଂ ନିବେଶ ଉପରେ ସମସ୍ତେ…

Read More

ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧାସଳଖ ନିଶାଣ କରିଛି କଂଗ୍ରେସ । ସରକାର ନକଲି ଚାବି ଖୋଜିବାପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସିଲି ଚାବି ଖୋଜିବାପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ଆଜି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରାଯାଇଛି। ଯେତେବେଳେ ସାରା ରାଜ୍ୟ ରତ୍ନ ଭଣ୍ଡାର ଖୋଲିବା ଦାବିରେ ପଡ଼ୁଛି ଉଠୁଛି ହୁ ହୁ ହୋଇ ଆନ୍ଦୋଳନର ବର୍ଣ୍ଣି ରାଜ୍ୟବ୍ୟାପି ଜଳୁଛି ପ୍ରସଙ୍ଗର ଉଷ୍ମତାକୁ ପ୍ରଶମିତ କରିବାପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ ଏବଂ କମିଶନ ତାଙ୍କ ରିପୋର୍ଟ ୨୯.୧୧.୨୦୧୮ରୁ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିବା ପରେ ମଧ୍ୟ ରାଜ୍ୟ ସରକାର ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଆଗତ କରୁଛନ୍ତି ନା ରତ୍ନ ଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି ବୋଲି କଂଗ୍ରେସ କହିଛି । ଏଥିରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକ ନିକଟସ୍ଥ ଏକ ଘରୁ ଚୋରି ଅଭିଯୋଗ ହୋଇଛି। ଘରେ କେହି ଉପସ୍ଥିତ ନଥିବାବେଳେ ବିଳମ୍ବିତ ରାତ୍ରିରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ତରଣୀସେନ ନାୟକ ଆଇଏନଏସ ମୁମ୍ବାଇରେ ଚାକିରୀ କରୁଥିବା ବେଳେ କୁମାରାଙ୍ଗ ଛକ ନିକଟରେ ଥିବା ତାଙ୍କର ଘର ଶ୍ୱଶୁର ଶିବ କୁମାର ପ୍ରଧାନଙ୍କ ଦାୟିତ୍ୱରେ ଥିଲା। ଶିବ ପ୍ରତ୍ୟେହ ଉକ୍ତ ଘରକୁ ଯାଇ ରକ୍ଷଣାବେକ୍ଷଣ କରୁଥିବା ବେଳେ ରାତିରେ ଘରକୁ ତାଲା ପକାଇ ନିଜ ଘରକୁ ପଳାଇଆସୁଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଗତକାଲି ରାତ୍ରି ଦୁଇଘଟିକା ସମୟରେ ମୁଖ୍ୟ ଫାଟକ ଡେଇଁ ଘର ମଧ୍ୟକୁ ପ୍ରବେଶ କରିଥିଲେ। ଗ୍ରିଲକୁ କଟର ସାହାଯ୍ୟରେ କାଟି ଘର ଭିତରେ ପଶି ସମସ୍ତ ଆଲମିରା ଭାଙ୍ଗି ଲୁଟ କରିଥିବା ଜଣାପଡିଛି। ଶ୍ୱଶୁର ଶିବଙ୍କ କହିବା ମୁତାବକ ଦୁଇଟି ସିସିଟିଭି…

Read More