Author: Samikhsya Bureau

ଭୁବନେଶ୍ୱର: ସର୍ବଶେଷ ବିବରଣୀ ଅନୁସାରେ ସୁପ୍ରିମକୋର୍ଟରେ ୬୯ହଜାର ୭୬୬ଟି ବିଚାର ଅପେକ୍ଷାରେ ରହିଥିଲାବେଳେ ସାମ୍ବିଧାନିକ ଖଣ୍ଡପୀଠରେ ବିଚାର ଅପେକ୍ଷାରେ ରହିଥିବା ୨୯ ଟି ମାମଲା ଏବେ ଚିନ୍ତାର ବିଷୟ ହୋଇଛି। ଏଥି ମଧ୍ୟରୁ ୫ଜଣିଆ ଖଣ୍ଡପୀଠରେ ଚାଲିଥିବା ଗୋଟିଏ ମାମଲା ୩୧ ବର୍ଷ ଧରି ବିଚାର ଚାଲିଥିବାବେଳେ ଆଉ ଗୋଟିଏ ମାମଲା ୨୯ ବର୍ଷ ଧରି ମଧ୍ୟ ଚାଲିଛି। ୯ ଜଣିଆ ଖଣ୍ଡପୀଠରେ ୫ ଟି ମାମଲା ବିଚାର ଅପେକ୍ଷାରେ ରହିଛି। ଏଥିରୁ ଗୋଟି ମାମଲା ବିଚାର ୧୯୯୯ରୁ ଚାଲିଥିଲାବେଳେ ଆଉ ଦୁଇଟି ମାମଲା ୨୧ ବର୍ଷ ଧରି ଚାଲିଛି। ଚତୁର୍ଥ ମାମଲାଟି ୧୬ ବର୍ଷ ହେବ ପଡ଼ି ରହିଛି। ୫ଜଣିଆ ଖଣ୍ଡପୀଠରେ ୧୮ ଟି ମାମଲା ବିଚାର ଅପେକ୍ଷାରେ ରହିଛି। ଏହି ଖଣ୍ଡପୀଠରେ ଧାରା-୩୭୦ ଉଚ୍ଛେଦ ମାମଲାର ଏବେ ଶୁଣାଣୀ ଚାଲିଛି। ୭ଜଣିଆ ଖଣ୍ଡପୀଠରେ ୬ଟି ମାମଲା ଅପେକ୍ଷାରେ ରହିଛି। ୧୯୫୦ରୁ ୧୯୫୯ ମଧ୍ୟରେ ୪୪୦ଟି ମାମଲାର ବିଚାର ଶେଷ…

Read More

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକଙ୍କୁ ମୂର୍ଖବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏପରି କରୁଛନ୍ତି ସେମାନେ ଜମ୍ମୁ-କଶ୍ମୀରର ଭୂଗୋଳ ଏବଂ ଇତିହାସ ଜାଣନ୍ତି ନାହିଁ। ଧାରା-୩୭୦ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଚାଲିଥିବାବେଳେ ଆଜାଦ ଏହି ବୟାନ ଦେଇଛନ୍ତି। ରାଜ୍ୟରୁ ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଛି। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏହା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ କିମ୍ବା ଧର୍ମ ପାଇଁ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ ସମାନ ଲାଭଦାୟକ। ସୁପ୍ରିମକୋର୍ଟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି: ଗୁଲାମ ନବୀ ଆଜାଦ ଗୁଲାମ ନବୀ ଆଜାଦ ସୋମବାର କହିଛନ୍ତି ଯେ ସୁପ୍ରିମକୋର୍ଟ ସମସ୍ତ…

Read More

ନୂଆଦିଲ୍ଲୀ: ଲୋକସଭା ତାରିଖରେ ଆଜି ଏକ ରୋଚକ ଦିନ। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ପୂର୍ବରୁ ରାହୁଲ ଗାନ୍ଧି ଲୋକସଭାକୁ ଫେରିଛନ୍ତି। ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ପ୍ରଶ୍ନ ଉଠିଛି। କେବେ ଶେଷ ହେବ କାଥେରିଆଙ୍କ ସଂସଦ ସଦସ୍ୟତା ? କେଉଁ ମାମଲାରେ ବିଜେପି ସାଂସଦ ରାମଶଙ୍କର କାଥେରିଆଙ୍କୁ ଦଣ୍ଡାଦେଶ ଦିଆଯାଇଛି ଅଗଷ୍ଟ ୫ତାରିଖରେ ସାଂସଦ/ବିଧାୟକ ଅଦାଲତ ଇଟାଓ୍ଵାର ବିଜେପି ସାଂସଦ ରାମ ଶଙ୍କର କାଥେରିଆଙ୍କୁ ୨ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ । ଯେଉଁ ମାମଲାରେ କାଥେରିଆଙ୍କୁ ୨୦୧୧ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୧୨ଟା ୧୦ ମିନିଟରେ ଦଣ୍ଡାଦେଶ ଦିଆଯାଇଥିଲା । ଆଗ୍ରାସ୍ଥିତ ପାୱାର କମ୍ପାନି ଟରେଣ୍ଟ ପାୱାର ଲିମିଟେଡର ମ୍ୟାନେଜର ଭବେଶ ରସିକ ଲାଲ ଶାହ ବିଦ୍ୟୁତ ଚୋରି ମାମଲାର ଶୁଣାଣି କରୁଥିଲେ ।…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ପଦମପୁର ଉପ ନର୍ବାଚନ ସମୟରୁ ରାଜ୍ୟରେ ଜିଲ୍ଲା ପୂନ ର୍ଗଠାନ ଓ ନୂଆଁ ଜିଲ୍ଲା ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସିକା ହେଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳ। ଆସିକା, କବିସୂର୍ଯ୍ୟନଗର, ପୋଲସରା, ବେଗୁନିଆ ପଡ଼ା, ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ହିଞ୍ଜିଳିକାଟୁ ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବି କୁ ଅଧିକ ଶାଣିତ କରିବା ଲାଗି ରୂପରେଖ ପ୍ରସ୍ତୁତ କରିବା ସକାଶେ ରବିବାର ଅପରାହ୍ନରେ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବ୍ୟଠକ ଅନୁଷ୍ଠିତ ହୋଇ ଯାଇଛି। ଆସିକା ଓକିଲ ସଂଘର ସଭାପତି ରବୀନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓକିଲ ସଂଘର ସମ୍ପାଦକ ନାରାୟଣ ମୁନି, ଉପ ସଭାପତି ଛବିଳ ରାମ ମିଶ୍ର, ଆସିକା ଲୟନ୍ସ କ୍ଲବ୍ ସଭାପତି ଇ . ଅରୁଣ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡ଼ା,…

Read More

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ରାହୁଲ ଆଜି ସଂସଦରେ ପହଞ୍ଚି ଲୋକସଭା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ପରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିଛନ୍ତି। ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ସାଂସଦ ମାର୍ଚ୍ଚ ୨୪ତାରିଖରେ ବାହାରି ଯାଇଥିଲେ। ଏହାପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ। ଏହା ବିରୋଧରେ ରାହୁଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାର ୧୩୪ ଦିନ ପରେ ଅଗଷ୍ଟ ୪ତାରିଖରେ କୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ। ବଦଳିବ ସଂସଦରେ ବଦଳିବ ଦୃଶ୍ୟ ! ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହେବା ପରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଗଳିର ସମ୍ଭବ ବିଷୋୟୀ ନାମରେ ଜଣେ ଯୁବକକୁ ଅପହରଣ କରି ୧୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ନିମଖଣ୍ଡି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ୍ କୁମାର ସ୍ବାଇଁ, ସୁର୍ୟାଂଶୁ କର, ବିଶ୍ଵାସ ବିଷୋୟୀ, ରାଧାମାଧବ ପାଣିଗ୍ରାହୀ, ନୀମାନା ଭାର୍ଗବ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ବଂଶୀଧର ନାୟକ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଅପହୃତ ସମ୍ଭବ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ୍ ହେବା ପରେ ଅନ୍ ଲାଇନ୍ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ସମୟରେ ଦୀପକ୍ କୁମାର ସ୍ବାଇଁଙ୍କ ସମ୍ପର୍କରେ ଆସିଥିଲେ। ଏହା ମଧ୍ୟରେ ସେ ଦୀପକ୍ ଓ ଅନ୍ୟ କିଛି ଜଣଙ୍କଠୁଁ ଟଙ୍କା ଧାର ଆଣି ସୁଝି ନପାରି ବିଫଳ ହେବା ପରେ ଦୀପକ୍ ଯୋଜନା ମୁତାବକ ସମ୍ଭବଙ୍କୁ ଏହି…

Read More

ନୂଆଦିଲ୍ଲୀ: ହରିୟାଣାର ନୁହରେ ହିଂସା ଆରମ୍ଭ ହେବା ପରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ଏଭଳି ପରିସ୍ଥିତିରେ ଆଜି ନୁହରେ ସକାଳ ୯ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ କର୍ଫ୍ୟୁ ମୁକ୍ତ କରାଯାଇଛି। ଏଟିଏମ୍ ଏବଂ ବ୍ୟାଙ୍କଗୁଡିକ ମଧ୍ୟ କିଛି ସମୟ ପାଇଁ ଖୋଲିବା ସହିତ ବସ୍ ଷ୍ଟାଣ୍ଡ ମଧ୍ୟ କିଛି ସମୟ ପାଇଁ ଖୋଲିବ। କିନ୍ତୁ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଛି। ଯେଉଁ ମନ୍ଦିରରେ ପ୍ରାୟ ୨୫୦୦ ଲୋକ ଆଶ୍ରୟ ନେଇଥିଲେ, ସେଠାରେ ପୋଲିସ ଦ୍ୱାରା ବ୍ୟାପକ ଅବରୋଧ କରାଯାଇଛି। ନୁହର ଡିସି ଏବଂ ଏସପି ଗାଁକୁ ଯାଇ ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବୈଠକ କରୁଛନ୍ତି ଯାହା ଦ୍ଵାରା ଶାନ୍ତିର ପରିବେଶ ସୃଷ୍ଟି ହୋଇପାରିବ। ତେବେ ଏହି ସମୟ ମଧ୍ୟରେ ଏକ ଖବର ମଧ୍ୟ ଅଛି ଯେ, ବୁଲଡୋଜର କାର୍ଯ୍ୟ ଆଜି ମଧ୍ୟ ଜାରି ରହିବ। ହିଂସାକାଣ୍ଡ ଘଟାଇଥିବା ନୁହ ଜିଲ୍ଲାରେ ଏକ ବିଧ୍ଵଂସ…

Read More

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗତ ତିନି ବର୍ଷରେ ସରକାରୀ ରାଜକୋଷରେ ୫ ଲକ୍ଷ ୬୫୩ କୋଟି ଟଙ୍କା ଜମା କରିଛି। ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ, ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ ଭାବରେ କମ୍ପାନୀ ଏହି ଟଙ୍କା ଜମା କରିଛି। ୨୦୨୨-୨୩ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଯାଉଛି। ବିଗତ ତିନି ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫ ପ୍ରତିଶତରୁ ଅଧିକ। ୨୦୨୧-୨୦୨୨ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୮୮ ଲକ୍ଷ କୋଟି ଟଙ୍କା ଜମା କରିଥିଲା। ରିଲାଏନ୍ସ ହେଉଛି ଦେଶର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 7 ତାରିଖରେ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ ଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ସର୍ବଦା କାରିଗର ଏବଂ କଳାକାରମାନଙ୍କୁ ଉତ୍ସାହିତ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ଼ ପ୍ରୋତ୍ସାହକ ରହିଆସିଛନ୍ତି, ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀରେ ବଞ୍ଚାଇ ରଖିଛନ୍ତି। ଏହି ଲକ୍ଷ୍ୟର ମାର୍ଗଦର୍ଶନ କରି ସରକାର ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ, ଯାହା ପ୍ରଥମେ ଅଗଷ୍ଟ 7, 2015 ରେ ଅନୁଷ୍ଠିତ ହୋଇଥିଲା। ଏହି ତାରିଖଟି ସ୍ବଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା 7 ଅଗଷ୍ଟ 1905 ରେ ଆରମ୍ଭ ହୋଇଥିଲା ଏବଂ ଏହାଦ୍ବାରା ସ୍ୱଦେଶୀ ଶିଳ୍ପ ଏବଂ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନେ ଉତ୍ସାହିତ ହୋଇଥିଲେ। ଚଳିତ ବର୍ଷ 9ମ ଜାତୀୟ ହସ୍ତତନ୍ତ ଦିବସ…

Read More

ଭୁବନେଶ୍ଵର: ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲା । ଟିଙ୍ଗା ବାବୁ ସିଦ୍ଧାର୍ଥ ମହାପାତ୍ରକୁ ଏକ ଯତ୍ନଶୀଳ ଓ ସ୍ନେହୀ ସ୍ବାମୀ ଭାବରେ ପରିଣତ କରିଥିଲା । କିନ୍ତୁ ସମୟଚକ୍ରରେ ଝିଲିର ଭାଗ୍ୟ ପରିବର୍ତ୍ତନ ହୁଏ, ପୁରା ପରିବାର ଏବଂ ସିଦ୍ଧାର୍ଥ ମଧ୍ୟ ପରିସ୍ଥିତରେ ପଡି ଏକ ପାରିବାରିକ ଷଡଯନ୍ତ୍ର ର ଶିକାର ହୁଅନ୍ତି ଏବଂ ଝିଲି ଉପରେ ସେମାନଙ୍କର ବିଶ୍ୱାସ ହରାନ୍ତି । ଏକଦା ଅନ୍ଧଭାବରେ ଭଲପାଉଥିବା ମହାପାତ୍ର ପରିବାର ଠାରୁ ବିଦାୟ ନିଏ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ, ମହାରାଷ୍ଟ୍ରରୁ ହିଁ ସମବାୟ ସଂସ୍କୃତି ସାରା ଦେଶରେ ବିସ୍ତାରିତ ହୋଇଥିଲା ଏବଂ ମହାରାଷ୍ଟ୍ରର ସମବାୟ ମଡେଲ ଦେଶରେ ସମବାୟ ଆନ୍ଦୋଳନକୁ ଆଗେଇ ନେଉଛି। ସେ କହିଥିଲେ, ଯଦି ଆମେ ଆଜି ସମବାୟ ଆନ୍ଦୋଳନର କ୍ରମ ବିକାଶକୁ ଦେଖିବା ତା’ହେଲେ ଏହା ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଶେଷ ଭାବେ ବିକଶିତ ହୋଇଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହି କ୍ଷେତ୍ର ବମ୍ବେ ରାଜ୍ୟ ଅଧୀନରେ ଥିଲା। ତେଣୁ  କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ…

Read More

ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ରବିବାର ପୂର୍ବାହ୍ନରେ ମା’ ମେଘାମ୍ବରି ଠାକୁରାଣୀ କଲ୍ୟାଣ ମଣ୍ଡପ ଠାରେ ବାଣପୁର,ବାଲୁଗାଁ ଓ ଚିଲିକା ବିଶ୍ୱକର୍ମା ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଜୟ ମହାରଣାଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗ ଦେଇଥିଲେ। ଚିଲିକା ନିର୍ବାଚନମଣ୍ଡଳୀର ବାଲୁଗାଁ, ବଡକୁଳ, ଭେଟେଶ୍ୱର ନାଚୁଣୀ, କୁମାରାଙ୍ଗ ଓ ଚିଲିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ମହାରଣା ସମ୍ପ୍ରଦାୟ ଯୋଗଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ବୋର୍ଡ଼ କଲ୍ୟାଣ ଯୋଜନାରେ, ମହାରଣା ସମ୍ପ୍ରଦାୟଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଆଞ୍ଚଳିକ ବଢ଼େଇ ଜାତିର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା। ବଢ଼େଇ ସମାଜର ବିଭିନ୍ନ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସାମାଜିକ ସୁରକ୍ଷା ଯୋଜନାରେ କିଭଳି ଅଧିକରୁ ଅଧିକ ବ୍ୟକ୍ତି ଉପକୃତ ହୋଇପାରିବେ ମୁଖ୍ୟ ଅତିଥି…

Read More

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହ ସୋମବାରରୁ ଆରମ୍ଭ ହେବ। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନର ଅଧିବେଶନରେ ଦୁଇଟି ପ୍ରସଙ୍ଗରେ ବହୁ ହଟ୍ଟଗୋଳ ଦେଖାଦେଇଛି। ପ୍ରଥମ ମଣିପୁର ହିଂସା ଏବଂ ଦ୍ୱିତୀୟ ଦିଲ୍ଲୀ ସେବା ବିଲ୍। ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିରବତା ଅବଲମ୍ବନ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଅଭିଯୋଗ କରିଛି। ମିଳିତ ମେଣ୍ଟର କ୍ରମାଗତ ଦାବି ହେଉଛି ଯେ ଉଭୟ ଗୃହରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିବୃତ୍ତି ଦିଅନ୍ତୁ। ଏଥିପାଇଁ ବିରୋଧୀ ମିଳିତ ମେଣ୍ଟ ଗୃହର ନିୟମ ୧୯୮ ଅଧୀନରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାର ପଦକ୍ଷେପ ନେଇଛନ୍ତି। ଜୁଲାଇ ୨୬ ତାରିଖରେ ବିରୋଧୀ ଦଳ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଚର୍ଚ୍ଚା ଏବଂ ଭୋଟ୍ ଗ୍ରହଣ କରାଯାଇ ନାହିଁ। ସେହି ଦୁଇ ବିରୋଧୀ ଦଳର ଏହି ପ୍ରସ୍ତାବ…

Read More

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁବସମାଜକୁ ଯେଉଁ ନବାଚାର, ନୂତନତ୍ୱ ଓ ଚରିତ୍ର ନିର୍ମାଣର ବାର୍ତ୍ତା ଦେଉଛି, ତାହା ଠାରୁ ବଡ ଶିକ୍ଷା କିଛି ହୋଇନପାରେ ବୋଲି ରବିବାର ଏହି ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି-2020’ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା। ଅନେକ ଶିକ୍ଷାନୁଷ୍ଠାନ ଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ। ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ। ଆଜି ସେହି ଶିକ୍ଷା ରୂପକ ମନ୍ଦିରକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଏବଂ ଦୀର୍ଘ 30 ବର୍ଷ ପୂର୍ବରୁ ଶିକ୍ଷାନୁଷ୍ଠାନ ସହ ଥିବା ସ୍ମୃତିକୁ ମନେପକାଇ ପାରୁଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବନା, ସନ୍ଥ କବି ଭୀମ ଭୋଇ ଓ ବୀର ସୁରେନ୍ଦ୍ର ସାଏଙ୍କ…

Read More

ଭୁବନେଶ୍ଵର: ଚନ୍ଦ୍ରଶେଖର ପୁର ସାହିତ୍ୟ ସଂସଦର ମାସିକ ୱେବ ସାହିତ୍ୟ ପତ୍ରିକା (ଇ ପତ୍ରିକା) ର ଦ୍ୱିତୀୟ ବର୍ଷ ଦ୍ୱିତୀୟ ସଂଖ୍ୟା ଲୋକାର୍ପିତ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପାଇକରାୟ, ଗାଳ୍ପିକ ବିଦ୍ୟାଧର ଗୁରୁ, ଇ ପତ୍ରିକାର ସମ୍ପାଦକ ସରୋଜ କୁମାର ଶତପଥୀ, କବି ପ୍ରବୀଣା ପରିଡା, କବିତା ନାୟକ, ଅନ୍ନଦା ମିଶ୍ର, ସୁଶୀଲ ଗିରି, ହର ପ୍ରସାଦ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରୟାତ କବି କୁମାର ହସନଙ୍କ ବିୟୋଗରେ ସଂସଦର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏକ ମିନିଟ ନୀରବତା ପାଳନ କରାଯାଇଥିଲା। ଏହା ପରେ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏବଂ ଅନୁଷ୍ଠାନିକ ଭାବରେ ବିଦ୍ୟାଧର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଓ ବଡ଼କୁଳ ପାନ୍ଥ ନିବାସ ରୋଡ଼ରେ ଦିନକୁଦିନ ବେଆଇନ ଭାବେ ଲଜ ମାନ ଗଢ଼ି ଉଠୁଥିବା ବେଳେ ସମ୍ପୃକ୍ତ ଲଜ ମାନଙ୍କରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହେଇଆସୁଥିଲା। ଯାହାକୁ ନେଇ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଆଜି ବାଲୁଗାଁ ପୋଲିସ ଗୁରୁତର ସହ ନେଇ ସମସ୍ତ ଲଜ ଉପରେ ଚଢ଼ାଉ ଜାରି ରଖିଛି। ଅଚାନକ ଚଢ଼ାଉ ଦେଖି ଲଜ ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଥିବା ବେଳେ ଏପରି କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଇଛନ୍ତି। ବେଆଇନ କାର୍ଯ୍ୟକୁ ରୋକିବା ଆମର କର୍ତ୍ତବ୍ୟ ଏବଂ ପ୍ରତିଟି ମୁହୂର୍ତ୍ତରେ ଏପରି ଚଢ଼ାଉ ଜାରି ରହିବ ବୋଲି ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଥିସହିତ ସରକାରୀ ନିୟମ ଅନୁଯାୟୀ ଲଜ ମାନଙ୍କର ଲାଇସେନ୍ସ ସମେତ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ପାଇଁ ଲଜ ମାଲିକମାନଙ୍କୁ ତାଗିଦ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିବାସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱର ନୟାପଲି ୟୁନିଟ ୮ ସ୍ଥିତ ସ୍ବର୍ଗତ ଋଷି ବଳିଆରିସିଂହଙ୍କ ପୁଅ ହରିବନ୍ଧୁ ବଳିଆରିସିଂହ (୪୮) ବୋଲି ଜଣାପଡିଛି। କେଶ ନଂ ୫୯/୨୩ ଆଇପିସି ଧାରା ୩୭୯/୩୪ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଖବର ମୁତାବକ ତଳ ଦିନେ ବାଲୁଗାଁ ଅଞ୍ଚଳର ଏକ ମୋବାଇଲ ଦୋକାନୀ ଭୁବନେଶ୍ୱରରୁ ବସ ଯୋଗେ କିଛି ମୋବାଇଲ ଫୋନ ପଠାଇ ଥିବାବେଳେ ଉକ୍ତ କାର୍ଟୁନରୁ ମୋବାଇଲ ଚୋରି ହୋଇଥିବା ନେଇ ବାଲୁଗାଁ ଥାନାରେ ଏତଲା ଦେଇଥିଲେ। ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଆଜି ୪ଟି ଚୋରି ମୋବାଇଲ ସହ ଅଭିଯୁକ୍ତକୁ ଗିରଫ କରିବାରେ ବାଲୁଗାଁ ପୋଲିସ ସଫଳତା ହାସଲ କରିଛି।

Read More

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଜି ଭଦୋହି ଜିଲ୍ଲାର ନଗର ପାଳିକା ପରିଷଦ ନାମରେ ଗଠିତ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ର ଆଡମିନିଙ୍କୁ ଗିରଫ କରାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ‘ଭଦୋହି ନଗର ପାଳିକା ପରିଷଦ’ ନାମରେ ସୃଷ୍ଟି ହୋଇଥିବା ଏକ ହ୍ୱାଟ୍ସଆପ୍ ଆପ୍ ଗ୍ରୁପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ‘ଅଶ୍ଳୀଳ ଭାଷା’ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୋତୱାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଜୟ କୁମାର ସେଠ କହିଛନ୍ତି ଯେ, ଅଗଷ୍ଟ ୪ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଗଷ୍ଟ ୪ ତାରିଖରେ ଟ୍ୱିଟର ମାଧ୍ୟମରେ ପୋଲିସ ଏ ସମ୍ପର୍କରେ ଅଭିଯୋଗ ପାଇଥିଲା। ସେ କହିଛନ୍ତି ଯେ, ଅନୁସନ୍ଧାନ ବେଳେ ମୁସଲିମ ଅଂସାରୀ ନାମକ ଜଣେ ଯୁବକ ଉପରୋକ୍ତ ମନ୍ତବ୍ୟ ଦେଇଥିବା ଜଣାପଡିଛି। ପୋଲିସର ସୂତ୍ରରୁ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସମ୍ପର୍କରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ମନୋଜ ସିହ୍ନା ଆଜି କହିଛନ୍ତି ଯେ ନିର୍ବାଚନ ତାଲିକାର ବିଲୋପ ଏବଂ ସଂଶୋଧନ କାର୍ଯ୍ୟ ଶେଷ ହୋଇଛି। ଏହା ସହ ସେ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ​​ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗର ଅଧିକାର ଅଟେ। ଏଲଜି ମନୋଜ ସିହ୍ନାଙ୍କ ଏହି ବିବୃତ୍ତି ପରେ ଖୁବ ଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି। କେନ୍ଦ୍ର ଶାସିତ ପ୍ରଦେଶରେ ସକ୍ରିୟ ଥିବା ରାଜନୈତିକ ଦଳ ଦୀର୍ଘ ଦିନ ଧରି ରାଜ୍ୟରେ ନିର୍ବାଚନ ଦାବି କରିଆସୁଥିଲେ। ନିର୍ବାଚନକୁ ନେଇ ବିଜେପି ଭୟଭୀତ – ଓମାର ଅବଦୁଲ୍ଲା: ଏଥିରେ ଜମ୍ମୁ କାଶ୍ମୀରର ଏନସି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ ଜୋରଦାର ବୟାନ ଦେଉଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ବିଜେପି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦନପେଟି ଗ୍ରାମର ବନିତା ନାୟକ ନାମ୍ନୀ ଜଣେ ମହିଳା ବିଦ୍ୟୁତ ସମ୍ପର୍କରେ ଆସି ମୃତ୍ୟୁବରଣ କରିଛନ୍ତି। ଗାଧୋଇ ସାରି ବନିତା ଦାଣ୍ଡରେ ଝୁଲୁଥିବା ତାରରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ଯାହା ଫଳରେ ସେ ଚେତାଶୁନ୍ୟ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ଘର ପାଖରେ ଯାଇଥିବା କେବୁଲ୍ ତାରକୁ ବିଦ୍ୟୁତ ତାରର ସମ୍ପର୍କ ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Read More