ଦେଶର ପ୍ରଧାନମନ୍ତ୍ରୀ କେମିତି ଏଭଳି କଥା କହିପାରିବେ?: ରାହୁଲ ଗାନ୍ଧୀ

Published: Aug 11, 2023, 5:16 pm IST

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ କିପରି ଏଭଳି କଥା କହିପାରିବେ ତାହା ମୁଁ ବୁଝି ପାରୁନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମଣିପୁର ନଯିବାର କିଛି କାରଣ ଅଛି, ଏହାର ମଧ୍ୟ କାରଣ ଅଛି, କିନ୍ତୁ ମୁଁ ଆପଣଙ୍କୁ କହିପାରିବି ନାହିଁ। ନିଆଁ ଲିଭାଇବାକୁ ନୁହେଁ, ମଣିପୁରକୁ ପୋଡ଼ିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ।

ଦୁଇ ଦିନ ମଧ୍ୟରେ ସେନା ମଣିପୁରରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାର ସମ୍ଭାବନା ରହିଛି। ଭାରତ ମାତାଙ୍କ ସୁରକ୍ଷା ପାଇଁ ଯେଉଁଠି ଆବଶ୍ୟକ ପଡ଼ିବ ମୁଁ ଠିଆ ହେବି ବୋଲି ସେ କହିଛନ୍ତି। ଯେଉଁଠି ଭାରତ ମାତାଙ୍କ ଉପରେ ଆକ୍ରମଣ ହେବ, ମୁଁ ସେଠାରେ ଠିଆ ହେବି। ସେନାକୁ ଡାକିଲେ ଦୁଇ ଦିନ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ।

Related posts