Author: Samikhsya Bureau

ଖୋର୍ଦ୍ଧା: ନକଲି ସାର୍ଟିଫିକେଟ କାରବାରରେ ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ତପନ କୁମାର ପୃଷ୍ଟି (୩୨)। ତାଙ୍କ ନିଜ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳ ହୋଇଥିବା ବେଳେ ସେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ରହୁଥିଲେ। ପୋଲିସ ସୂଚନା ମୁତାବକ ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ (୧୮) ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇଯାଇଥିଲେ। ତେବେ ଅଭିଷେକଙ୍କୁ ଅଭିଯୁକ୍ତ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଏକ ନକଲି ପାସ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏଥିପାଇଁ ତପନ ଅଭିଷେକଙ୍କ ଠାରୁ ୩୩ ହଜାର ଟଙ୍କା ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ…

Read More

ଭୁବନେଶ୍ଵର: ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ ସେବା ପ୍ରଭାବିତ ହେବ। ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2023 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ। 05 ଅଗଷ୍ଟ 2023 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ନୌପଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। 06 ଅଗଷ୍ଟ 2023 ଦିନ ଗୁଣୁପୁରରୁ ଛାଡ଼ିବାକୁଥିବା 18118 ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ଗୁଣୁପୁର ପରିବର୍ତ୍ତେ ନୌପଡ଼ାରୁ ଯାତ୍ରା ପ୍ରାରମ୍ଭ କରି ରାଉରକେଲା ଯାତ୍ରା କରିବ।

Read More

ଭୁବନେଶ୍ୱର: ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆଜି ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍‌ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ। ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ପୁରାତନ କର୍ମଚାରୀମାନଙ୍କୁ…

Read More

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇପାରିବ। “ମୃତ୍ୟୁ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର। ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି। ସମ୍ମମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଦ୍ୱେତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସମ୍ମମ୍‌ର ଏହି ଉଦ୍ୟମକୁ ଶ୍ରୀ ପ୍ରିୟଦର୍ଶୀ ପ୍ରଶଂସା କରିବା ସହ ଗତ ଜୁନ୍ ୨୪ ତାରିଖ ଦିନ ହସ୍ପିଟାଲ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ କିଭଳି ଭାବେ ତାଙ୍କର ୫ ଟି ଅଂଗକୁ ଦାନ କରାଯାଇ ୪ ଜଣ ବ୍ୟକ୍ତିଙ୍କର ଜୀବନ ରକ୍ଷା କରାଯାଇପାରିଥିଲା ସେ ନେଇ ହସ୍ପିଟାଲ୍‌କୁ ସାଧୁବାଦ ଜଣାଇଥିଲେ। ତେବେ ଏହି ପ୍ରକ୍ରିୟାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ମୃତ ବ୍ୟକ୍ତିର ଅଂଗୁଗୁଡ଼ିକ…

Read More

ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ  କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଦୃଷ୍ଟିକୋଣ ଅନୁରୂପ ଅଟେ।  ଅମିତ ଶାହ ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି। ୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରୀ ସେକ୍ସନର ୪ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ଧାରା ୩୭୦ ଉଚ୍ଛେଦ ସହିତ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହିତ ଯୋଡ଼ିବା ପାଇଁ ପଦକ୍ଷେପ ନେଇଥିଲେ । ଆଜି କାଶ୍ମୀର କେବଳ ମୁଖ୍ୟଧାରାରେ ସାମିଲ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ସିଡି ଏମ୍ ଓ ଆର୍ତ୍ତଵନ୍ଧୁ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଜିଲ୍ଲା ଅଙ୍ଗନବାଡି ବିଭାଗ, ଶିକ୍ଷା ବିଭାଗ , ସ୍ବୟଂ ସହାୟକ ଗୋଷ୍ଠୀ,ଆଶା କର୍ମୀମାନଙ୍କ ର ସହାୟତା ଲୋଡ଼ା ଯାଇଥିଲା। ବିଶେଷ କରି ପିଲା ମାନଙ୍କ କ୍ଷେତ୍ରରେ କିପରି ଔଷଧ ସଠିକ ଭାବେ ପ୍ରୟୋଗ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ବିଶଦ ଭାବେ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ଦିଆଯାଇ ପିଲା ମାନଙ୍କୁ କୃମି ନାଶକ ଔଷଧ, ଏବଂ ରକ୍ତ ହୀନତା ଦୂରୀକରଣ ପାଇଁ ଔଷଧ ର ପ୍ରୟୋଗ କରାଯିବାକୁ ଜିଲ୍ଲାପାଳ ପ୍ରାଥମିକତା ଦେଇଥିଲେ।। ସେଥିପାଇଁ ସିଡିଏମଓ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଏବଂ ଅନ୍ୟ ମାନଙ୍କୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ପୂର୍ବତନ ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଭୟ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉଭୟ ବ୍ଲକ ସଂଘ ସଭାପତିଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ମାନେ ଏକତ୍ରିତ ହୋଇ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା କରି ପରିଶେଷରେ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷ ରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଉକ୍ତ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଦାବି ଗୁଡିକ ପୂରଣ କରିବା ପାଇଁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରେ ପଢୁଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ଅତ୍ୟନ୍ତ ବିଳମ୍ବ ପର୍ଯ୍ୟନ୍ତ ନ ମିଳିବା ପ୍ରସଙ୍ଗରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଡ଼ଃ ଜୟଦେବ ସାହୁଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଅଭିଷେକ ମହାପାତ୍ର, ଜିତେନ୍ଦ୍ର ବେହେରା, ନବୀନ ନାୟକ, ରୁଦ୍ର ବେହେରା, ପ୍ରକାଶ ସାହୁ, ପ୍ରେମ ତାଣ୍ଡି, ବରୁଣ ରାଉତ ପ୍ରମୁଖ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅନୁପସ୍ଥିତିରେ କୁଳସଚିବଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧିନରେ ପାଠ ପଢିଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ମାତ୍ର ୩ ମାସ ପୁର୍ବେ ବିବାହ କରିଥିବା ରମ୍ଭା ଥାନା ଅନ୍ତର୍ଗତ ପୋଡାଗଡ ଗ୍ରାମର ନବବଧୁ ଜ୍ୟୋତି ବାରିକ କୌଣସି କାରଣରୁ ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଥିଲା ବେଳେ ଝିଅକୁ ଅଧିକ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ଜ୍ୟୋତି ବାରିକଙ୍କ ବାପା ବନମାଳୀ ବାରିକ ହୁମ୍ମା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ପୋଡାଗଡ ଗ୍ରାମର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନ ମାତ୍ର ୩ ମାସ ପୁର୍ବେ ସାତୁଳି ଗ୍ରାମର ଜ୍ୟୋତିଙ୍କୁ ବାହା ହୋଇଥିଲା। କିନ୍ତୁ ବାହା ହେବାର ୧୦ ଦିନ ପରେ ମାଁ ଘରକୁ ଯାଇ ଜ୍ୟୋତି ଆଉ ଶାଶୁ ଘରକୁ ଆସିନଥିଲା। ପୁଣି ବୁଝାମଣା ପରେ ଗତ ଦୁଇ ଦିନ ତଳେ ଜ୍ୟୋତି ଶାଶୁ ଘରକୁ ଆସିଥିଲେ। ହେଲେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ସନ୍ଦେହ…

Read More

ନୂଆଦିଲ୍ଲୀ: ଦୀର୍ଘ ଦିନଧରି ଅଟକି ରହିଥିବା ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩ ଗୁରୁବାର ସଂସଦରେ ଆଗତ ହୋଇଛି। ଏହି ବିଲ୍‍ର ତଥ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ କରୁଥିବା ସଂସ୍ଥାର ଦାୟିତ୍ୱ ସହିତ ବ୍ୟକ୍ତିବିଶେଷଙ୍କ ଅଧିକାର ରଖାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଉପରେ ସର୍ବାଧିକ ୨୫୦ କୋଟି ଟଙ୍କା ଜରିମାନା ଏବଂ ସର୍ବନିମ୍ନ ୫୦ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏହାର ନିୟମ ଭାରତ ଭିତରେ ସଂଗୃହୀତ ତଥ୍ୟ ଉପରେ ଲାଗୁ ହେବ। ଯଦି କୌଣସି ବାହ୍ୟ କମ୍ପାନୀ ବା ସଂସ୍ଥା ଭାରତରେ ବ୍ୟକ୍ତିବିଶେଷଙ୍କୁ ସାମଗ୍ରୀ କିମ୍ବା ସେବା ଯୋଗାଇବା ପାଇଁ ତଥ୍ୟ ସଂଗ୍ରହ କରେ, ତେବେ ଏହି ନିୟମ ଭାରତ ବାହାରେ ଥିବା ସେହି କମ୍ପାନୀ କିମ୍ବା ସଂସ୍ଥା ଉପରେ ମଧ୍ୟ ଲାଗୁ ହେବ। ଡାଟା ସୁରକ୍ଷା ବିଲ୍‍ର ପ୍ରମୁଖ ପ୍ରସଙ୍ଗ  ଉପଭୋକ୍ତାଙ୍କ ଡାଟା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଲୁଣା ହ୍ରଦ ଚିଲିକା ତଟବର୍ତ୍ତୀ ବାଲୁଗାଁ ସହର ଚିଲିକା ମାଛ, ଚିଙ୍ଗୁଡି ଓ କଙ୍କଡା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଦିନକୁଦିନ ବାଲୁଗାଁ ଅଞ୍ଚଳରେ ଚିଲିକା ମାଛ, ଚିଙ୍ଗୁଡି ହ୍ରାସ ପାଉଥିବା ବେଳେ ବାହାର ରାଜ୍ୟର ମାଛ, ଚିଙ୍ଗୁଡି ପ୍ରବଳ ମାତ୍ରାରେ କାରବାର ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଚିଲିକାରୁ ଆମଦାନୀ ମାଛ, ଚିଙ୍ଗୁଡି, କଙ୍କଡା ଉଚ୍ଚା ଦରରେ ବାହାର ରାଜ୍ୟକୁ ପଠାଯାଉଛି। ଯାହାକି ଚିଲିକାରୁ ହେଉ ଅବା ବାହାରୁ ଆସୁଥିବା ମାଛ, ଚିଙ୍ଗୁଡି ସପ୍ତାହେ ଧରି ସତେଜ କିପରି ରହୁଛି ଏବଂ ନିଶ୍ଚିତ ଭାବେ କୌଣସି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଖାଉଟି ମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସମ୍ପୃକ୍ତ ବେପାରୀମାନେ ଏହାକୁ କର୍ଣ୍ଣପାତ ନକରି ଲାଭବାନ ଆଶାରେ ବେପାର କରିଆସୁଛନ୍ତି। ଯାହାଫଳରେ ମରଣକୁ ଆମନ୍ତ୍ରିତ କରାଯାଉଥିବା ଖାଉଟିମାନେ କହିଛନ୍ତି। ଏହିପରିପ୍ରେକ୍ଷୀରେ ଆଜି ସକାଳୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ…

Read More

ରଣପୁର: ଗତକାଲି ସନ୍ଧ୍ୟାରେ ରଣପୁର ନିକଟସ୍ଥ ନରସିଂହପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ସଡ଼କ ଦୁର୍ଘଟଣାରେ ଅମରେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ଘଟି ଥିବା ଜଣା ପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଖୋର୍ଦ୍ଧା ଜିଲ୍ଲା ନିଧିପୁର ଯେଗେଶ୍ବରୀ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ମୃତ ଶିକ୍ଷକଙ୍କ ଘର ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାରିଆ ଗ୍ରାମ ବୋଲି ଜଣା ପଡିଛି। ସେ ଏକାଧାରରେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି।  ସେ ରଣପୁର ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ତରିଆ ଗ୍ରାମ ସମେତ ସମଗ୍ର ରଣପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Read More

ରଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟଗୁଡିକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଶିକ୍ଷକ ପ୍ରଦୀପ ସେନାଗୁପ୍ତାଙ୍କ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପିଲାମାନଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ନିୟମ ଓ ସଂକେତ ବିଷୟରେ ବୁଝାଇ ଥିଲେ। ଶେଷରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ। ସେହିପରି ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ସାମନ୍ତରାୟପୁର ପ୍ରାଥମିକ…

Read More

ରଣପୁର: ଆଜି ରଣପୁର ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରଣପୁର ବ୍ଲକ ସଭାପତି ପ୍ରଫୁଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ୫୦୦ ଶିକ୍ଷକ ଶିକ୍ଷୟତ୍ରୀ ରଣପୁର ବି.ସି. ହାଇସ୍କୁଲ ଠାରୁ ଅପରାହ୍ନ ୧୨.୩୦ ରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିରେ ପର୍ଯ୍ୟବେକ୍ଷକ ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ଓଡଗାଁ ବ୍ଲକର ଶ୍ରୀଧର ପରିଡା ଏବଂ ରବୀନ୍ଦ୍ର କୁମାର ବେହେରା ଯୋଗ ଦାନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରରେ ଯାଇ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ଅଶୋକ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଉତ୍କଳର ଜୀବନ୍ତ ଇତିହାସ ମାଦଳା ପାଞ୍ଜିକୁ ଭିତ୍ତି କରି ଓଡ଼ିଶାର ଇଷ୍ଟଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯବନ ମାନଙ୍କ ଆକ୍ରମଣକୁ ପ୍ରତିହତ କରି ଚିଲିକା ଓ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭ ଥରରୁ ଅଧିକ ସମୟ ନୀଳାଦ୍ରୀ ମଣ୍ଡପ ପରିତ୍ୟାଗ କରି ଲୀଳାଖେଳା କରିଥିବାର ଉଲ୍ଲିଖିତ ଅଛି। ଏହି ସ୍କୃତିକୁ ଆଧାର କରି ସମସ୍ତ ଲୀଳାକ୍ଷେତ୍ରର ଆରାଧ୍ୟ ଠାକୁରମାନଙ୍କ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କୁ ଏକାଠି କରି ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମନ୍ଦିରଗୁଡିକର ସୁରକ୍ଷା ସଂପର୍କରେ ଏକ ଆଲୋଚନାଚକ୍ର ଲୀଳାକ୍ଷେତ୍ର ବାଣପୁରର ଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇତିହାସ ଗବେଷକ ତଥା ସୁସାହିତ୍ୟିକ ଡ଼ା ଦେବେନ୍ଦ୍ରନାଥ ମାନସିଂଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନାଚକ୍ରରେ କାଙ୍କଣ ଶିଖରୀ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁ, ବାବାଜୀ ପଦ୍ମପାଦ ଦାସ ମହାରାଜ, ଶ୍ରୀ…

Read More

ନୂଆଦିଲ୍ଲୀ: ଅଗଷ୍ଟ ୫, ୨୦୧୯ରେ ଧାରା-୩୭୦ ଉଚ୍ଛେଦ ଭାରତର ଦୀର୍ଘଦିନର ଦୁର୍ବଳତାକୁ ଶେଷ କରିଛି। ଅଗଷ୍ଟ ୫, ୨୦୧୯ ପୂର୍ବରୁ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଯୋଗୁଁ ସୃଷ୍ଟି ହୋଇଥିବା ଦୋଷ ରେଖା ଥିଲା ଭାରତର ୭୦ ବର୍ଷ ପୁରୁଣା ଦୁର୍ବଳତା, ଯାହାକୁ କୂଟନୈତିକ ସ୍ତରରେ ଆନ୍ତର୍ଜାତିକ ସମୁଦାୟ- ବନ୍ଧୁ ଓ ଶତ୍ରୁମାନେ ସମାନଭାବେ ଶୋଷଣ କରୁଥିଲେ। ଯେହେତୁ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ଧାରା-୩୭୦ ଏକ ଧାରଣା ସୃଷ୍ଟି କରିଥିଲା ଯେ ବର୍ତ୍ତମାନ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଅନ୍ତର୍ଭୁକ୍ତ ପୂର୍ବ ଜମ୍ମୁ-କଶ୍ମୀର ରାଜ୍ୟ ଭାରତ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହୋଇନାହିଁ। ତେଣୁ ଏହି ପ୍ରସଙ୍ଗରେ ବିପନ୍ନ ଭାରତଠାରୁ ବିଭିନ୍ନ ରିହାତି ନେବା ପାଇଁ ବନ୍ଧୁ ଏବଂ ଶତ୍ରୁମାନଙ୍କ ପାଇଁ ଏକ କୂଟନୈତିକ କ୍ଷେତ୍ର ପାଲଟିଥିଲା। ୧୯୪୭-୪୮ରେ କଶ୍ମୀର ଉପରେ ପାକିସ୍ତାନର ଆକ୍ରମଣର ମୁକାବିଲା ପାଇଁ ଜାତିସଂଘର ସହାୟତା ଲୋଡ଼ିବାକୁ ଭାରତର ଇଚ୍ଛା ଆରମ୍ଭ ହୋଇଥିଲା, ତାହା…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬-୭ ମାସ ବାକି ରହିଛି। ୨୦୨୪ ନିର୍ବାଚନରେ କିଏ ସରକାର ଗଢ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୋଦି ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଦାବି କରୁଥିବାବେଳେ ବିରୋଧୀ ଦଳର ମେଣ୍ଟଦ୍ୱାରା ଗଠିତ ବିଜେପି ମେଣ୍ଟ ମଧ୍ୟ ବିଜୟର ସ୍ୱପ୍ନ ଦେଖୁଛି। ବିଶେଷ କରି ୧୦ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପାଇଁ ଏହି ଲଢ଼େଇ ଆହୁରି ଖାସ୍। ତେବେ ମୁଖ୍ୟ ବିରୋଧୀ ଦଳ ପାଇଁ ସ୍ଥିତି ଏତେ ସହଜ ନୁହେଁ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶର ସବୁଠାରୁ ପୁରୁଣା ଦଳ ଏତେ ଦୁର୍ବଳ ହୋଇପଡ଼ିଛି। ନିକଟରେ ହୋଇଥିବା ସର୍ଭେ ମଧ୍ୟ ଏହାର ଆଶାକୁ ଧୂଳିସାତ କରୁଥିବା ଜଣାପଡ଼ିଛି। ଇଣ୍ଡିଆ ଟିଭି ଏବଂ ସିଏନ୍ଏକ୍ସର ସଦ୍ୟତମ ଜନମତ ସର୍ଭେରେ କଂଗ୍ରେସ ଏକାକୀ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଉନାହିଁ । ସଦ୍ୟତମ ସର୍ଭେରେ ଏନଡିଏକୁ…

Read More

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହ୍ରାସ କରିବାକୁ ସଂସଦୀୟ କମିଟି ଶୁକ୍ରବାର ଦାବି କରି କହିଛି ଯେ ଏହା ଯୁବପିଢ଼ିଙ୍କୁ ଗଣତନ୍ତ୍ରରେ ସାମିଲ ହେବାପାଇଁ ସମାନ ସୁଯୋଗ ଦେବ। ବର୍ତ୍ତମାନର ଆଇନଗତ ଢାଞ୍ଚା ଅନୁଯାୟୀ, ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଜଣେ ବ୍ୟକ୍ତିଙ୍କ ବୟସ ଅତି କମରେ ୨୫ ବର୍ଷ ହେବା ଆବଶ୍ୟକ। ରାଜ୍ୟସଭା ଏବଂ ରାଜ୍ୟ ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ ୩୦ ବର୍ଷ ହେବା ଆବଶ୍ୟକ। ବର୍ତ୍ତମାନ ଜଣେ ବ୍ୟକ୍ତି ଭୋଟରଭାବେ ପଞ୍ଜୀକରଣ କରିବାର ବୟସ ୧୮ ବର୍ଷ ରହିଛି। ଜାତୀୟ ନିର୍ବାଚନ ବା ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାକୁ ସୁପାରିସ କରାଯାଇଛି। କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶର ଅଭ୍ୟାସକୁ ଅନୁଧ୍ୟାନ କରିବା ପରେ…

Read More

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଶୁକ୍ରବାର ବାରଣାସୀର ଜ୍ଞାନବାପି ମସଜିଦର ସର୍ବେକ୍ଷଣ ଆରମ୍ଭ କରି ଏହା ହିନ୍ଦୁ ମନ୍ଦିର ଉପରେ ନିର୍ମିତ ହୋଇଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରିଛି। ଜ୍ଞାନବାପି କମ୍ପ୍ଲେକ୍ସର କାନ୍ଥ ଓ ସ୍ତମ୍ଭରେ ଚିହ୍ନିତ ତ୍ରିଶୂଳ (ତ୍ରିଶୂଳ), ସ୍ୱସ୍ତିକା, ଘଣ୍ଟି ଓ ଫୁଲ ଭଳି ପ୍ରତୀକର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଥିଲା। ପ୍ରଥମ ଦିନରେ କାନ୍ଥରେ ଲାଗିଥିବା ଚିହ୍ନ, ଗୁମ୍ବୁଜ ଓ ସ୍ତମ୍ଭଗୁଡ଼ିକର ସର୍ଭେ କରାଯାଇଥିଲା। ନିର୍ମାଣ ଶୈଳୀ ଏବଂ ପ୍ରତ୍ୟେକ ଡିଜାଇନର ପ୍ରାଚୀନତା ରେକର୍ଡ କରାଯାଇଥିଲା ଏବଂ ସର୍ବେକ୍ଷଣରେ ବିବାଦୀୟ ଢାଞ୍ଚାର ଗୁମ୍ବୁଜ ଏବଂ ସ୍ତମ୍ଭ ଉପରେ ନିର୍ମିତ ଗଠନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଜ୍ଞାନବାପି କମ୍ପ୍ଲେକ୍ସ ନିକଟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଙ୍କୁ ମୁତୟନ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ୭ ଘଣ୍ଟା ଧରି ସର୍ଭେ ଚାଲିଥିବାବେଳେ ଏଏସଆଇ ଏହି ଢାଞ୍ଚାଗୁଡ଼ିକର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀମାନଙ୍କ ମଧ୍ୟରେ ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଗଢୱାଲସ୍ଥିତ ଏକ ମନ୍ଦିରରେ ଏକାଠି କିଛି ସମୟ ଅତିବାହିତ କରିଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ସମସ୍ତେ ଦୁହିଁଙ୍କ ପ୍ରଶଂସା କରୁଛନ୍ତି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଉଣୀ ବସନ୍ତିବେନ ତାଙ୍କ ସ୍ୱାମୀଙ୍କ ସହ ପ uri ରୀ ଗଢୱାଲସ୍ଥିତର ନୀଲକଣ୍ଠ ମହାଦେବ ମନ୍ଦିରକୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାକୁ ଆସିଥିଲେ। ଏହା ପରେ ସେ କୋଠାରୀ ଗାଁର ପାର୍ବତୀ ମନ୍ଦିରକୁ ଯାଇ ସେଠାରେ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି ଦେବୀଙ୍କୁ ଭେଟିଥିଲେ। https://twitter.com/ajay_mlnanda/status/1687454526612422656?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1687454526612422656%7Ctwgr%5E84179993115a0463156b60019244d4f4fd86cc8a%7Ctwcon%5Es1_&ref_url=https%3A%2F%2Fndtv.in%2Findia%2Fpm-narendra-modi-sister-met-cm-yogi-adityanath-sister-in-uttrakhand-see-video-4271335 ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ଗସ୍ତର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ଉଭୟ ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ କରୁଥିବା ଦେଖିବାକୁ ମିଳିଛି। ପରସ୍ପରକୁ ଅଭିବାଦନ କରିବା ପରେ ଦୁହେଁ…

Read More