ଭୁବନେଶ୍ଵର: ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ୩୫ଟି ହଲ୍ ରେ ଶୁଭମୁକ୍ତି ହୋଇଛି। ବିନି ପଟ୍ଟନାୟକ ଫିଲ୍ମସ ନିଵେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡଃ ରଜନୀ ରଞ୍ଜନ। ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’। ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ…
Author: Samikhsya Bureau
ଭୁବନେଶ୍ବର: ବହୁ ହସ୍ତସନ୍ତ ପରେ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ବିଜେପିର ଚାଣକ୍ୟ ଅମିତ ସାହା ଓଡିଶା ଆସିବା ପୂର୍ବରୁ ଏହି ନୂଆ ଟିମର ନାମ ଘୋଷଣା କରାଯାଇଛି। ମନମୋହନ ସଭାପତି ଭାବେ ଦାୟିତ୍ବ ନେବାର ବହୁଦିନ ହୋଇଥିଲେ ମଧ୍ୟ ସେ ନୂଆ ଟିମ ଗଠନ କରିବାରେ ସକ୍ଷମ ହୋଇପାରୁ ନ ଥିଲେ। କୁହାଯାଉଥିଲା ଯେ, ଏଥିରେ କୁଆଡେ ପେଞ୍ଚ ପଶିଯାଉଥିଲା। ତେବେ ବହୁ ସଂଘର୍ଷ ତଥା ହତସନ୍ତ ପରେ ସେ ଟିମ ଗଠନ କରିଛନ୍ତି। ଆଉ ଏହି ଟିମକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। କାରଣ ଏଥିରେ ବିଜେପିର ବହୁ ମଙ୍ଗୁଆଳ ଆଉଟ ହୋଇଯାଇଛନ୍ତି। ପୂର୍ବରୁ ଦଳରେ ସାଧାରଣ ସଂପାଦକ ଥିବା ପୃଥୀରାଜ ହରିଚନ୍ଦନ ଏବଂ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ନୂଆ ଟିମରେ ନିଆଯାଇ ନାହିଁ। ପୃଥୀରାଜ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଦଳର ଭାବମୂର୍ତ୍ତି ଠିକ ରଖୁଥିଲେ…
ନୂଆଦିଲ୍ଲୀ: ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ – ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତାକୁ କାର୍ଯ୍ୟକାରୀ କରିବା ଲାଗି କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ସଶକ୍ତ କରିବା କରିବା ନିମନ୍ତେ ବିଲରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ସଶସ୍ତ୍ର ବାହିନୀର କର୍ମଚାରୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ଆଇନ – ସେନା ଆଇନ ୧୯୫୦, ନୌସେନା ଆଇନ ୧୯୫୭ ଏବଂ ବାୟୁସେନା ଆଇନ ୧୯୫୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହେଉଛନ୍ତି। ଏହି ବିଲ୍ ପ୍ରଣୟନ ଦ୍ୱାରା ବିଭିନ୍ନ ପ୍ରକାରର ବାସ୍ତବ ଲାଭ ମିଳିପାରିବ, ଯଥା ଆଇଏସ୍ଓ ଦ୍ୱାରା ଆନ୍ତଃସେବା ପ୍ରତିଷ୍ଠାନରେ ପ୍ରଭାବଶାଳୀ ଶୃଙ୍ଖଳା ବଜାୟ ରଖିବା ସମ୍ଭବ ହେବ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ସେବା ୟୁନିଟକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍ କରି କହିଛନ୍ତି, ଯେ ସେ ଦିଲ୍ଲୀର କାଲକାଜି ଅଞ୍ଚଳରେ ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ଆବଣ୍ଟନ ଯୋଗୁ ଉପକୃତ ହୋଇଥିବା ହିତାଧିକାରୀ ତାଙ୍କ ନିକଟକୁ ପତ୍ର ଲେଖିଥିବାରୁ ସେ ଖୁସିରେ ଅଭିଭୂତ ହୋଇପଡ଼ିଛନ୍ତି। ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସେମାନଙ୍କୁ ଭେଟିବାକୁ ଆସିଥିବାବେଳେ ମହିଳାମାନେ ତାଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ। ହିତାଧିକାରୀମାନେ ନିଜ ଖୁସି ବ୍ୟକ୍ତି କରିଥିଲେ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବା ଓ ଯୋଜନା ମାଧ୍ୟମରେ ସେମାନଙ୍କ ଜୀବନ ସହଜ କରିବା ଦିଗରେ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗରିବଙ୍କ କଲ୍ୟାଣ ପାଇଁ କାମ ଜାରି ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଦିଲ୍ଲୀ କାଲକାଜିର ସେହି ମା’ ଏବଂ ଭଉଣୀମାନଙ୍କ ଚିିଠି ପାଇ ଅଭିଭୂତ ହୋଇଛି। ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ମିଳିଛି।…
ମେଷ ରାଶି: କାର୍ଯ୍ୟପ୍ରଣାଳୀରେ ଉନ୍ନତ ହେବ | ତୁରନ୍ତ କୌଣସି ଲାଭ ହେବ ନାହିଁ | ଖରାପ ଘଟଣା ଘଟିବ | ବିନିଯୋଗ ଅନୁକୂଳ ରିଟର୍ଣ୍ଣ ଦେବ | ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ | ଯେକୌଣସି ପୁରୁଣା ରୋଗ ଅବରୋଧର କାରଣ ହୋଇପାରେ | ଘର ବାହାରେ ପଚରାଉଚରା କରାଯିବ। ବିରୋଧ ହେବ। ଅର୍ଥନୈତିକ ନୀତିରେ ପରିବର୍ତ୍ତନ ଆସିବ | ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ବୃଷ ରାଶି: ଲାଭ ପାଇଁ ସୁଯୋଗ ଆସିବ | ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ | ବ୍ୟବସାୟ ବୃଦ୍ଧି ପାଇବ | ବିନିଯୋଗ ଲାଭ ଦେବ | ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ତତ୍ପରତା ଯୋଗୁଁ କ୍ଷତି ସମ୍ଭବ | ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବାକୁ ଆପଣ ଏକ ସୁଯୋଗ ପାଇପାରନ୍ତି | ଆପଣ ସତସଙ୍ଗର ଲାଭ ପାଇବେ | ରାଜନୈତିକ ସମର୍ଥନ ପାଇବେ। ମିଥୁନ ରାଶି: ବେପରୁଆ ହୁଅନ୍ତୁ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟକୁ ମିଳିଛି ବଡ଼ ସଫଳତା। ଉକ୍ତ ଟିମ ଜଣେ ମହିଳା ନିଶା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଜଣେ ମହିଳା ବ୍ରାଉନ ସୁଗାର ବେପାର କରୁଥିବାର ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଟିମ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସ୍ଵପ୍ନେଶ୍ଵର ସାହିର ଦମୟନ୍ତୀ ନାୟକ (୪୫) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୧୫ ଲକ୍ଷ ୫୦ ହଜାର ବୋଲି ଜଣାପଡିଛି।
ଭୁବନେଶ୍ୱର: ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା। କୋର୍ଟ ରାହୁଳ ଗାନ୍ଧିଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ରୋକ ଲଗାଇଥିଲେ। ଫଳରେ ରାହୁଳ ପୁଣିଥରେ ସାଂସଦ ପଦ ଫେରିପାଇବେ। ଏହାକୁ ନେଇ ଭୁବନେଶ୍ବରର କଂଗ୍ରେସ କାର୍ଯ୍ୟାଳୟରେ କର୍ମି ଓ ନେତାମାନେ ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା। କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍ଗୋ, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ,…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କିଛି ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ କାରବାର କୁ ନେଇ ଅଭିଯୋଗ ପାଇ ଗୋଳନ୍ଥରା ଥାନା ପୋଲିସ ଏକ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରି ଦୁଇ ଜଣ ବ୍ୟବସାୟୀ କୁ ଆଣି ଥାନାରେ ଜେରା କରିଥିଲେ। ଯାହାଫଳରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମ ରେ ପ୍ରସ୍ତୁତ ହେଉଥିବା ଏକ କାରଖାନା ବିଷୟରେ ସୁଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବଡ଼ବଜାର ପୋଲିସ ଓ ଗୋଳନ୍ଥରା ପୋଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ କରି ଆଉ ଜଣେ ପ୍ରସ୍ତୁତକାରୀ ଧରି କାରଖାନା ଯାଞ୍ଚ କରିବା ବେଳେ ସେ ଭିତରେ ମହଜୁଦ ଥିବା ୨୦୦ ଲିଟର ଇଞ୍ଜିନ ଅଏଲ, ଏକ ହଜାରରୁ ଉର୍ଦ୍ଧ୍ବ ଖାଲି ଅଏଲ ଡବା, ନାମିଦାମୀ କମ୍ପାନୀ ର ଷ୍ଟିକର, କିଛି ରଙ୍ଗ ଓ କିଛି ରାସାୟନିକ ଦ୍ରବଣ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ଶିକ୍ଷାବିଭାଗ ଭୀମପୁର ଠାରେ ଥିବା ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଯାହାକି କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଆୟୋଜିତ ହୋଇଥିଲା। ଉକ୍ତ ବିଜ୍ଞାନ ମେଳାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଶିକ୍ଷାଅଧିକାରୀ ସାନ୍ଧ୍ୟରାଣୀ ହରିଚନ୍ଦନ, ସିଆରସିସି କୈଳାସ ଚନ୍ଦ୍ର ହୋତା ଏବଂ ବାନାମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକାନ୍ତ ଗଡ଼ନାୟକ ସହ ଅତିଥିଭାବେ ପ୍ରକଳ୍ପ ଗୁଡିକର ପରୀକ୍ଷଣ କରିଥିଲେ। ବ୍ଲକର ସମୁଦାୟ ୧୯ ଟି ବିଦ୍ୟାଳୟ ମଧ୍ୟରୁ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସର୍ବମୋଟ ୨୬ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ସେଥିରୁ ୧୦ ଟି ପ୍ରକଳ୍ପ ଉତ୍କୃଷ୍ଟ ଧରଣର ହୋଇଥିବାରୁ ଜିଲ୍ଲାସ୍ତରରେ ପ୍ରଦର୍ଶିତ ପାଇଁ ଅତିଥି ମାନେ ଯୋଗ୍ୟ ବିବେଚିତ…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ଅଧୀନ ପଞ୍ଚାୟତ ଗୁଡିକରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଓଡିଶା ଆନୁକୂଲ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି। ସଙ୍ଘର ନିର୍ବାହୀ ଅଧିକାରୀ ଚାକିରୀ କରିବାକୁ ସରକାର +୨ ଯୋଗ୍ୟତା ଥିବା ମାନଦଣ୍ଡକୁ +୩ ଯୋଗ୍ୟତା ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ଦୀର୍ଘ ସମୟ ଧରି କାର୍ଯ୍ୟ କଲାପରେ ମଧ୍ୟ ପ୍ରମୋସନ ଦିଆ ନଯିବାରୁ ପ୍ରଥମରୁ ଚାକିରୀ କରିଥିବା ନିର୍ବାହୀ ଅଧିକାରୀ ମାନେ ଉକ୍ତ ପଦବୀରେ ରହି ଅବସର ନେଉଛନ୍ତି। ତେଣୁ ନୂତନ ପଦବୀ ସୃଷ୍ଟି କରି ସେମାନଙ୍କୁ ପ୍ରମୋସନ ଦିଆଯିବାକୁ ସଙ୍ଘ ତରଫରୁ ଦାବୀ କରାଯାଇଛି। ଅଧିକାରୀ ମାନେ ପେ ସ୍କେଲ ଲେବେଲ ୫ ଅନୁଯାୟୀ ଦରମା ପାଉଥିବା ବେଳେ ଲେବେଲ ୯ କୁ ଉନ୍ନୀତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ସରକାର ସେମାନଙ୍କର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଜ୍ୟୋତ୍ସନା ବେହେରା , ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ , ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୧୬୨୫୮୭ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ଏପିଓ ରୋଜାଲିନ ଶ୍ରୀଚନ୍ଦନ ମତପ୍ରକାଶ କରିଥିଲେ। ମନରେଗା ଯୋଜନାରେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ଜରିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର। ଯୁବ ଗୋଷ୍ଠି ମାନଙ୍କ ମଧ୍ୟ୍ୟରେ ରକ୍ତ ଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ଆଶା କର୍ମୀ, ଅଙ୍ଗନବାଡୀ କର୍ମି, ସ୍ୱାସ୍ଥ୍ୟ କର୍ମୀ ଓ ସି ଏଚ୍ ଓ ମାନଙ୍କ ମିଳିତ ସହଯୋଗରେ ଉକ୍ତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜରିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପିନା କୁମାରୀ ସାହୁ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ରଶ୍ମିରେଖା ଜେନା, ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଓମକାର ପ୍ରସାଦ ଜେନା, ଖୋର୍ଦ୍ଧା ଜିଲ୍ଲା ଡ଼ିପିଏମ ପ୍ରକାଶ ବାନାର୍ଜୀ, ଖୋର୍ଦ୍ଧା ଜିଲା ଆଶା କର୍ମୀ ସହ ପରିଚାଳିକା ରୋଜାଲିନ୍ ମହାପାତ୍ର, ବାଲୁଗାଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ପ୍ରମୁଖ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ମହାବିଦ୍ୟାଳୟ ସଭାଗୃହରେ “ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା “ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷl ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧକାରୀ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଅମ୍ଲାନ ନାୟକ ଓ ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମାନସ ମୋହନ ବଳିୟାରସିଂହ ଯୋଗଦେଇ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟନ ପରେ ଏନସିସି କ୍ୟାଡେଟ ମାନେ ଅତିଥି ମାନଙ୍କୁ ପୁଷ୍ପ ଚାରା ଦେବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏନସିସି ଅଧିକାରୀ ତଥା ପ୍ରକୃତିବନ୍ଧୁ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ଡଃ ବାଦଲ କୁମାର ମହାନ୍ତି। ଡଃ ମହାନ୍ତି ଏହା ପୁର୍ବରୁ ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ l ସେ ଭାରପ୍ରାପ୍ତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଥିଲେ l ଆଜି କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିମାନେ ସ୍ୱାଗତ ଜଣାଇଥିଲେ l ଡଃ ମହାନ୍ତିଙ୍କ ଉକ୍ତ ବିଭାଗରେ ବହୁ ଅଭିଜ୍ଞତା ଥିବାବେଳେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି l ତେବେ ଖୋର୍ଦ୍ଧା ଜିଲ୍ଲା ପାଇଁ କଣ ପ୍ରାଥମିକତା ରହିବ ବୋଲି ପଚାରିବାରୁ,ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାଗୁଡିକର ସଠିକ ଭାବେ ଜିଲ୍ଲାର 10 ଗୋଟି ବ୍ଲକରେ…
ସତ୍ୟବାଦୀ: ସତ୍ୟବାଦୀ ବିଧାନସଭାର ପେଣ୍ଠପଡ଼ା ପଞ୍ଚାୟତର ଗୋପାଳପୁରପାଟଣା ଗାଁର ବିଷ୍ଣୁ ପ୍ରସାଦ ସାହୁଙ୍କ କିଡନୀ ପ୍ରତ୍ୟାରୋପଣ ୨୮ ଜୁନରେ କଟକ ବଡ଼ ଡ଼ାକ୍ତରଖାନାରେ ହେଇଥିଲା। ତାଙ୍କ ପରିବାରରେ ସେ ଏକା ରୋଜଗାରକ୍ଷମ ବ୍ୟକ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲା ପରେ ତାଙ୍କ ପରିବାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆଗରୁ ସେ ପୁରୀର ଏକ କପଡା ଗୋଦାମରେ କାମ କରୁଥିଲେ। କିନ୍ତୁ ଏବେ କୌଣସି ଆୟର ମାଧ୍ୟମ ନାହିଁ। ପରିବାର ଲୋକଙ୍କ ପାଇଁ ପେଟେ ଖାଇବା ପାଇଁ ମଧ୍ୟ କଷ୍ଟକର ବ୍ୟାପାର ହେଇ ଯାଇଥିଲା। ବିଷ୍ଣୁ ପ୍ରସାଦ ସାହୁଙ୍କ ଏହି ଦୁଃସ୍ଥିତି ବିଷୟରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଖବର ପାଇଲା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଷ୍ଣୁ ପ୍ରସାଦ ସାହୁଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି। ଏହି ସମୟରେ ସତ୍ୟବାଦୀରେ ଭାରତୀୟ ଜନତା ପାର୍ଟିର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଛି। ଆଜି ଦିବା ୧୦ ଘଟିକା ସମୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଟ୍ରଷ୍ଟର ସଦସ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ଏଣ୍ଡାଓମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପରିଚ୍ଛା ବିନାୟକ ମହାପାତ୍ର, ପାଳିଆମାଳି ଭାସ୍କର ଚନ୍ଦ୍ରନାୟକଙ୍କ ସହିତ ମନ୍ଦିର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଆଶ୍ଵିନୀ ମିଶ୍ର, କମଳମିଶ୍ର ପ୍ରମୁଖ ମା’ଙ୍କ ପାଖରେ ସମର୍ପିତ ହୋଇ ଭିତର କାଠ ପାଖ ହୁଣ୍ଡିକୁ ଖୋଲି ଥିଲେ। ଏଥିରୁ ସର୍ବମୋଟ ୧ ଲକ୍ଷ ୧୧ ହଜାର ୫୦ ଟଙ୍କା ସଂଗୃହିତ ହୋଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମାଖାତାରେ ଜମା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲାଗିବ ବୋଲି ନିର୍ବାହୀ…
ଭୁବନେଶ୍ବର: ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି। ବର୍ତ୍ତମାନ, ଏହି ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇର ୧୩୦୯ ଷ୍ଟେସନ୍ ର ନବୀକରଣ ବା ଆଧୁନିକୀକରଣ ପାଇଁ ଯୋଜନା ରହିଛି। ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତା କୁ ଦୃଷ୍ଟିରେ ରଖି କାର୍ୟ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା। ଷ୍ଟେସନ ଡିଜାଇନର ଷ୍ଟାଣ୍ଡାର୍ଡ ଏଲିମେଣ୍ଟସ * ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ * ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ * ଷ୍ଟେସନ ବିଲଡିଂର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁବ୍ରତ ବାଗଚୀଙ୍କୁ ସରାକରଙ୍କ ମୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ ଦେଇଛନ୍ତି। ସେ ରାଜ୍ୟର ସମସ୍ତ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟକରିବେ। ଏଥିପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପଦ ଓ ମାନ୍ୟତା ଦିଆଯାଇଛି। ଏହାପୂର୍ବରୁ ସେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ନୂତନ ଭୂମିକାରେ, ସେ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ସେମାନଙ୍କୁ ଦୁନିଆର ସର୍ବୋତ୍ତମ ଦକ୍ଷତା ସହିତ ସମାନ କରିବାରେ ସାହାଯ୍ୟ କରିବେ। ଉଭୟ ଏଣ୍ଟ୍ରି ସ୍ତର ତଥା ରାଜ୍ୟର ସେବାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ସେ କାମ କରିବେ।
ନୂଆଦିଲ୍ଲୀ: ସଚିନ ମୀନାଙ୍କର ପ୍ରେମରେ ଉବୁଟୁବୁ ହୋଇ ନେପାଳ ଦେଇ ଅବୈଧ ଭାବରେ ଭାରତକୁ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରକୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଏନଡିଏ ସହଯୋଗୀ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ଘୋଷଣା କରିଛି। ଆରପିଆଇର ଉତ୍ତରପ୍ରଦେଶ ୟୁନିଟ ସୀମା ହାଇଦରକୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲା। ଏହା ପରେ ସୀମା ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିନେଇଛି। ଦଳର ଜଣେ ଅଧିକାରୀ କହିଛନ୍ତି ଯେ ସୀମାକୁ ଦଳର ମହିଳା ଓ୍ୱିଙ୍ଗର ଅଧ୍ୟକ୍ଷ କରାଯିବ। ସେ ଭଲ ଭାବରେ ହିନ୍ଦି କହିପାରୁଥିବାରୁ ସୀମାକୁ ପାର୍ଟି ପ୍ରବକ୍ତା କରାଯିବ ବୋଲି ଏହି ଅଧିକାର କହିଛନ୍ତି।
ପୁରୀ:ଶେଷରେ ବହୁ ବାଦବିବାଦ ପରେ ମହାପ୍ରଭୃଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏହି ବୈଠକର ନିଷ୍ପତି ଅନୁସାରେ ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ଖୋଲାଯିବ। ସେଥିପାଇଁ ଏହି ବୈଠକରେ ଏଏସଆଇ କୁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି କରାଯାଇଛି। ରଥଯାତ୍ରା ବେଳେ ତିନିଠାକୁର ଶ୍ରୀମନ୍ଦିରରେ ନ ଥିବେ ଏବଂ ଏହି ସର୍ଭେ କରିବା ପାଇଁ ସୁବିଧା ହେବା ନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି। ଏ ନେଇ ବୈଠକେ ବହୁ ସମୟ ଆଲୋଚନା କରାଯାଇଥିଲା। ଠାକୁର ମନ୍ଦିରରେ ରହିବା ସମୟରେ ନା ନ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ ହେଲେ ଭଲ ସେ ନେଇ ଆଲୋଚନା ହୋଇ ନ ଥିଲା। ଶେଷରେ ତିନିଠାକୁର ନ ଥିବା ବେଳେ ଅର୍ଥାତ ଆସନ୍ତା ରଥଯାତ୍ରାରେ ଏହି ଯାଞ୍ଚ କରାଯିବ। ତେବେ ଏ ନେଇ ମନ୍ଦିର ପରିଚାଳନା କମିଟ ରାଜ୍ୟ ସରକାରଙ୍କୁ ଏକ…
ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏବେ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ତାଙ୍କ ସାଂସଦ ପଦ ପୁନରୁଦ୍ଧାର ହେବାକୁ ଯାଉଛି, ଏବେ ସେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇପାରିବେ। ଯଦି ଏହି ଦଣ୍ଡାଦେଶ ବନ୍ଦ କରା ନ ଯାଏ ତେବେ ରାହୁଲ ଗାନ୍ଧି ସଂସଦରୁ ଅଯୋଗ୍ୟ ଘୋଷଣା ହୋଇଥାନ୍ତେ ଏବଂ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିନଥାନ୍ତେ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ଓ ଆଇଏନଡିଆଇଏ ଆକାରରେ ଗଠିତ ସମଗ୍ର ବିରୋଧୀ ମେଣ୍ଟ ପାଇଁ ଲାଇଫ୍ ଲାଇନଭାବେ କାମ କରିପାରେ। କିନ୍ତୁ ଏବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ କହିଛନ୍ତି ଯେ…

