ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କରିବା ସହ ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି। ସମ୍ବଲପୁର ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ କୃଷକ ମାନଙ୍କ କାପାସିଟି ବିଲଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରିଛି। ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସପାଲଟି, କାଉନସିଲର, ଚେୟାରମ୍ୟାନ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲଡିଂ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେ କହିଛନ୍ତି, ସମ୍ବଲପୁର…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ପାକିସ୍ତାନର ଶାହାଜାଦପୁର ଏବଂ ନବାବଶାହ ମଧ୍ୟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି, ଯେଉଁଥିରେ ହଜାରା ଏକ୍ସପ୍ରେସର ପ୍ରାୟ ୧୦ ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ସମୁଦାୟ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରେନ୍ କରାଚିରୁ ପଞ୍ଜାବକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ସମଗ୍ର ଦେଶରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୫୦୮ ଷ୍ଟେସନ ମଧ୍ୟରେ ଓଡିଶାର ୨୫ ଗୋଟି ଷ୍ଟେସନ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନର ବାଲୁଗାଁ ଷ୍ଟେସନ ଅନ୍ୟତମ। ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ରେଳ ଷ୍ଟେସନ ପରିସରରେ ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଖୋର୍ଦ୍ଧା ରୋଡ ରେଳ ବିଭାଗ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଯେଉଁଥିରେ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡା ସମ୍ବିତ ପାତ୍ର, କୋଚିନ ସିପ ୟାର୍ଡ଼ ନିର୍ଦ୍ଦେଶକ ପୃଥ୍ଵୀରାଜ ହରିଚନ୍ଦନ, ରେଳ ବିଭାଗ ଚିଫ ଇଲେକ୍ଟ୍ରିକାଲ ଲୋକୋମୋଟିଭ ଇଞ୍ଜିନିଅର ମଞ୍ଜିତ ସିଂହ ସନସନୱାଲ,…
ଭୁବନେଶ୍ଵର: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଉତ୍ସବରେ ଉତ୍ତର ଭୁବନେଶ୍ୱରର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ଲାଇନ୍ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା…
ନୂଆଦିଲ୍ଲୀ: ଜଷ୍ଟିସ ରୋହିତ ବି ଦେବ ଖୋଲା ଅଦାଲତରେ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ବିଚାରପତିଭାବେ ଅବସ୍ଥାପିତ ହୋଇଥିଲେ। ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ବଦଳି ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଦେବଙ୍କୁ ମୂଳ ହାଇକୋର୍ଟରୁ ହଟାଇ ଆହ୍ଲାବାଦ ହାଇକୋର୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବିଚାରପତି ତାଙ୍କ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସୂତ୍ରରୁ କୁହାଯାଇଛି ଯେ ଗୁଇନ୍ଦା ରିପୋର୍ଟ ପରେ କଲେଜିୟମ ବିଚାରପତିଙ୍କୁ ବଦଳି କରିବାକୁ ନିଷ୍ପତ୍ତି ନେଇଛି। ଏହି ରିପୋର୍ଟରେ କିଛି ଘଟଣା ଉଲ୍ଲେଖ କରାଯାଇଛି। ଅକ୍ଟୋବର ୨୦୨୨ରେ ହୋଇଥିବା ନ୍ୟାୟିକ ପ୍ରକ୍ରିୟା ଉପରେ ଏହି ଘଟଣା ସନ୍ଦେହ ସୃଷ୍ଟି କରିଥିଲା, ଯେଉଁଥିପାଇଁ ନକ୍ସଲ ସମର୍ଥକ ନେତା ଜିଏନ୍ ସାଇବାବା ଏବଂ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଥିଲା। ଗଡ଼ଚିରୋଲି ସେସନ୍ସ କୋର୍ଟ ସାଇବାବା ଏବଂ ଅନ୍ୟ…
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ୫ କୋଟିରେ ପହଞ୍ଚିଥିବାବେଳେ ଅଧସ୍ତନ ଅଦାଲତରେ ୪.୩୨ କୋଟିରୁ ଅଧିକ ବ୍ୟାକ୍ ଲଗ୍ ରହିଛି ବୋଲି ଗୁରୁବାର ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଏହି ତଥ୍ୟ ଅନୁସାରେ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ଓ ଅଧୀନ ଅଦାଲତରେ ମୋଟ ବିଚାରାଧୀନ ମାମଲା ୪.୩୨ କୋଟିରୁ ଅଧିକ ରହିଛି। ଦେଶର ୨୫ଟି ହାଇକୋର୍ଟରେ ୫୯ ଲକ୍ଷରୁ ଅଧିକ ମାମଲା ରହିଥିବାବେଳେ ସୁପ୍ରିମକୋର୍ଟରେ ୬୯ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ୱେବସାଇଟରେ ଉପଲବ୍ଧ ବିବରଣୀ ଅନୁସାରେ ଫେବ୍ରୁଆରି ୧ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୬୯,୫୧୧ଟି ମାମଲା ବିଚାରାଧୀନ ରହିଛି। ୨୦୨୩ ଫେବ୍ରୁଆରି ପହିଲାରେ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍ଜେଡିଜି)ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ହାଇକୋର୍ଟରେ ୫୯ ଲକ୍ଷ ୮୭ ହଜାର ୪୭୭ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ଦେଶର ସର୍ବବୃହତ ହାଇକୋର୍ଟ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ରୋକିବା ପାଇଁ ବିରୋଧୀ ଏକତା ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଦେଶବ୍ୟାପୀ ବିରୋଧୀ ଦଳଗୁଡ଼ିକ ଏକ ନୂଆ ଶିବିର ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ) ଗଠନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି। ତାଙ୍କୁ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ଆବାହକ କରାଯିବ। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏହି ୧୧ ଜଣିଆ ସମନ୍ୱୟ ସମିତିର ଅଧ୍ୟକ୍ଷା କରାଯାଇପାରେ। ନୀତୀଶ-ସୋନିଆଙ୍କ ପାଇଁ ବଡ ଦାୟିତ୍ୱ ବିହାରରେ ଶାସକ ମହାମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସମସ୍ତ ପ୍ରମୁଖ ସହଯୋଗୀ ଦଳର ଶୀର୍ଷ ନେତା ଓ କଂଗ୍ରେସ ନେତୃତ୍ୱ ଆବାହକଭାବେ ନୀତୀଶଙ୍କ ନାମକୁ ନେଇ ସହମତି ପ୍ରକାଶ କରିଛନ୍ତି। ମୁମ୍ବାଇ ବୈଠକରେ…
କୁଜଙ୍ଗ: ମାସିକ ଶିଶୁ କିଶୋର ପତ୍ରିକା ନାନା ବାୟାର ପ୍ରତିଷ୍ଠାତା ଡାକ୍ତର ଲକ୍ଷଣ କୁମାର ବେହେରାଙ୍କ ପରଲୋକରେ ଅଗ୍ରଦୂତ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କୁଜଙ୍ଗର ଏହି ସୁପୁତ୍ରଙ୍କ ବିୟୋଗରେ କୁଜଙ୍ଗ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଦୂତ ସଭାପତି ବାବୁରାମ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ ମୁଖ୍ୟ ଅତିଥି ଓ ପ୍ରିୟ ବନ୍ଧୁର ସଭାପତି ନାଟ୍ୟକାର ରଘୁନାଥ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡାକ୍ତର ବେହେରାଙ୍କ ସାହିତ୍ୟ ପ୍ରତି ଥିବା ଅନୁରାଗକୁ ସ୍ମରଣ କରିବା ସହ ଶିଶୁର ବିକାଶରେ ଦେଶର ସମୃଦ୍ଧି ଚିନ୍ତା କରି ସେ ସାହିତ୍ୟକୁ ଏକ ମାଧ୍ୟମ ବାଛି ନେଇଥିଲେ। ଶିଶୁ ସାହିତିକା ପ୍ରଭାତୀ ମାଝୀଙ୍କ ସଂଯୋଜନାରେ ତାଙ୍କ ସ୍ମୃତିକୁ ନେଇ ଏକ କମିତା ପାଠ କରାଯାଇଥିଲା। ଏଥିରେ କବି ରୁନିବାଳା ମଲିକ, କବି ନବୀନ କୁମାର ପ୍ରଧାନ, ଗୀତା ଦାସ, ସରୋଜିନୀ ମିଶ୍ର,…
କୁଜଙ୍ଗ: କୁଜଙ୍ଗ ପୁଲିସ ପକ୍ଷରୁ ଗତକାଲି ରାତିରେ ମଦ୍ୟପଙ୍କ ବେପରୁଆ ଗାଡି ଚାଳନାକୁ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇଜଣ ହେଲେ ଏରସମା ଥାନା ଗୋଡା ଅଞ୍ଚଳର ଦୁର୍ଯ୍ୟଧନ ସାମଲଙ୍କ ପୁଅ ବିକ୍ରମ ସାମଲ (୨୮)। ସେହିପରି ଅନ୍ୟ ଜଣେ ହେଲେ ଫତେପୁର ପଂଚାୟତ ପ୍ରତାପପୁର ଗଗନ ସ୍ୱାଇଁ(୩୮)। ଗଗନ ମାଳହୁଙ୍କାରେ ରାସ୍ତାରେ ମଦ୍ୟପାନ କରି ଏକ ସୁପର ସ୍ପେ୍ଲ୍ଲଣ୍ଡର ବାଇକ୍ ଓଆର୍୦୫ ଏସ୍ ୦୫୨୯ ରେ ବେପେରୁଆଭାବେ ଗାଡି ଚଳାଉଥିବା ବେଳେ ତାକୁ ଗିରଫ କରାଯାଇଥିଲା। ସେହିପରି ବିକ୍ରମ ଏକ କାର ଓଡି ୦୫ ଏଏନ୍ ୪୮୬୮ ରେ କାଳିଆପାଟ-ତ୍ରିଲୋଚନରପୁର ରାସ୍ତାରେ ମଦ୍ୟପାନ ସହ ଗାଡି ବେପୁରୁଆ ଢଙ୍ଗରେ ଚଳାଉଥିବା ବେଳେ କୁଜଙ୍ଗ ପୋଲିସ ଗିରଫ କରିଥିଲେ। ପୂର୍ବରୁ ବିକ୍ରମଙ୍କ ନାମରେ ଏରସମା ଥାନାରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିଲେ ଓ ତାଙ୍କ ନାମରେ ବହୁତ ସଂଗୀନ ଅଭିଯୋଗ ମାନ ରହିଥିବା ଥାନା…
ନୂଆଦିଲ୍ଲୀ: ଆଜି ପୁଣି ଥରେ ଟିମ୍ ଇଣ୍ଡିଆ ଗୁୟାନାରେ ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ ମ୍ୟାଚ୍ ଗୁୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ ଟାରୁ ଖେଳାଯିବ। ଏହି ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ପାଣିପାଗ ରିପୋର୍ଟ କ’ଣ କହୁଛି ଆସନ୍ତୁ ଜାଣିବା….. ଦ୍ୱିତୀୟ ଟି-୨୦ରେ ବର୍ଷା ଭିଲେନ୍ ହେବ କି?: ଉଲ୍ଲେଖନୀୟ କଥା ହେଉଛି, ଏହି ସମୟରେ ଗୁୟାନାଠାରେ ବର୍ଷା ଋତୁ ଅଟେ। ବର୍ଷା ମଧ୍ୟ ଏହି ଭ୍ରମଣରେ ଏକ ଭିଲେନ୍ ପାଲଟିଛି। ରବିବାର ଦିନ ଗୁୟାନାଠାରେ ମେଘୁଆ ରହିବ ବୋଲି ଆଶା କରାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ବହୁତ କମ୍ ରହିଛି। ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏପର୍ଯ୍ୟନ୍ତ ୨୬ ଥର ମୁହାଁମୁହିଁ ହୋଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ୧୭ ଟି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଉଁଶିଆପଲୀ ଓ ବନ୍ଧ ଗାଁ ରେ ସଦର ଥାନା ପୋଲିସ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଯେଉଁଥିରେ ୧୬ ଶହ ଲିଟର ମଦ ପୋଚ ଜବତ କରିବା ସହ ଗଣେଶ ମଳିକ ନାମକ ଜଣେ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ମହୁଲି ପୋଚ କୁ ନଷ୍ଟ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସୁଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଜୀ-ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’। ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍। କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ। ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ। ଶ୍ରୀତମ ଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା। ସମ୍ପୂର୍ଣ୍ଣ ଓଡିଆ ଘରର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 7 ତାରିଖରେ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ ଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ସର୍ବଦା କାରିଗର ଏବଂ କଳାକାରମାନଙ୍କୁ ଉତ୍ସାହିତ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ଼ ପ୍ରୋତ୍ସାହକ ରହିଆସିଛନ୍ତି, ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀରେ ବଞ୍ଚାଇ ରଖିଛନ୍ତି। ଏହି ଲକ୍ଷ୍ୟର ମାର୍ଗଦର୍ଶନ କରି ସରକାର ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ, ଯାହା ପ୍ରଥମେ ଅଗଷ୍ଟ 7, 2015 ରେ ଅନୁଷ୍ଠିତ ହୋଇଥିଲା। ଏହି ତାରିଖଟି ସ୍ବଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା 7 ଅଗଷ୍ଟ 1905 ରେ ଆରମ୍ଭ ହୋଇଥିଲା ଏବଂ ଏହାଦ୍ବାରା ସ୍ୱଦେଶୀ ଶିଳ୍ପ ଏବଂ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନେ ଉତ୍ସାହିତ ହୋଇଥିଲେ। ଚଳିତ ବର୍ଷ 9ମ ଜାତୀୟ ହସ୍ତତନ୍ତ…
ନୂଆଦିଲ୍ଲୀ: ବର୍ଲିନରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଭାରତ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବର୍ଲିନରେ ଆୟୋଜିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଅଦ୍ଭୁତ ମହିଳା ଟିମ୍ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଆଣିବା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମ ଚାମ୍ପିୟନମାନଙ୍କୁ ଅଭିନନ୍ଦନ! ସେମାନଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି।’
ନୂଆଦିଲ୍ଲୀ: “ଭାରତର ଜି – ୨୦ ଅଧ୍ୟକ୍ଷତା ଦକ୍ଷିଣ ବିଶ୍ୱର ବିଭିନ୍ନ ଚିନ୍ତାକୁ ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଛି, ଭାରତକୁ ଏହି ଭୂମିକାରୁ ଲାଭ ମିଳିଛି, କାରଣ ଉଭୟ ପୂର୍ବବର୍ତ୍ତୀ (ଇଣ୍ଡୋନେସିଆ) ଏବଂ ପରବର୍ତ୍ତୀ (ବ୍ରାଜିଲ) ଆୟୋଜନକାରୀ ଜି- ୨୦ ଟ୍ରୋଇକାରେ ଅଛନ୍ତି। ଏହି ସ୍ଥିତି ଦକ୍ଷିଣ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିବ ଏବଂ ବିଶ୍ୱ ଶାସନର ସର୍ବୋଚ୍ଚ ସ୍ତରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ। ଶନିବାର ଦକ୍ଷିଣ ଆଫ୍ରିକାର ଡର୍ବାନ ଠାରେ ଚାଲିଥିବା ବ୍ରିକ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ବୈଠକକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଏହା କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ “ୟୁଏଚ୍ସି ୨୦୨୩ ମାର୍ଗରେ ସ୍ଥାୟୀ ସ୍ୱାସ୍ଥ୍ୟ ଉପରେ ‘ବ୍ୟବଧାନକୁ ଦୂର କରିବା” ଶୀର୍ଷକ…
ନୂଆଦିଲ୍ଲୀ: କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବାସ୍ତବତା। ତଥାପି, ତାଙ୍କ ପ୍ରଭାବ ଚିରକାଳ ଜୀବିତ ରହିବ ବୋଲି ମନରେ ଧାରଣା କରି ଆମେ ସାନ୍ତ୍ୱନା ପାଉଛୁ। ତାଙ୍କର ଶିକ୍ଷା ଓ ଆଦର୍ଶ ଭବିଷ୍ୟତର ଯାତ୍ରାରେ ଆମ ପାଇଁ ପ୍ରେରଣା ଓ ମାର୍ଗଦର୍ଶନର ପ୍ରତୀକ ଭାବେ କାର୍ଯ୍ୟ କରିବ। ବର୍ଷ ବର୍ଷ ଧରି ମଦନ ଦାସ ଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ମୁଁ ଅତି ନିକଟରୁ ତାଙ୍କ ସରଳତା ଏବଂ ମୃଦୁଭାଷୀ ସ୍ୱଭାବ ଦେଖିଥିଲି। ସେ ଜଣେ ଉତ୍କୃଷ୍ଟ ସାଂଗଠନିକ ବ୍ୟକ୍ତି ଥିଲେ ଏବଂ ମୁଁ ମଧ୍ୟ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଆସିକା ବ୍ଲକର ନଳବଣ୍ଟା ପଞ୍ଚାୟତ ସରପଞ୍ଚ କିଶୋର କୁମାର ପ୍ରଧାନଙ୍କୁ ବ୍ଲକ କାର୍ଯ୍ୟାଳୟରେ BFT କର୍ମଚାରୀ ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ କିଶୋର ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁହଁ ଓ ଆଖିକୁ ପ୍ରବଳ ମାଡ଼ ହୋଇଛି। କିଶୋରଙ୍କ ଅଭିଯୋଗ ପ୍ରକାରେ ସେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗ୍ରାମର ସମସ୍ୟା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ “ବଚସା କରିଥିଲେ।ତାଙ୍କ ସହ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା, ପଣ୍ଡିଆ ପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼ ମିଶି ବ୍ଲକ ସଭାଗୃହକୁ ଗଲେ। ତାଙ୍କ ପଛେ ପଛେ ବିଡିଓ ସେଠାକୁ ଯାଇ ତାଙ୍କୁ କୁଆଡେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ତମକୁ ମାଡ…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ । କର୍କଟ- ଯଦି…
ଖୋର୍ଦ୍ଧା: ଖୋର୍ଦ୍ଧାରେ ଚଢ଼ାଉ କରି ଆଜି ଅବକାରୀ ବିଭାଗ ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କରିଛି। ଗଡ଼ମାଣିତ୍ରି ଗ୍ରାମ ନିକଟରୁ ଚଢ଼ାଉ କରି ୧୭୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପୁରୁଷୋତ୍ତମ ବଳବନ୍ତରାୟ (୫୯) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ। ସେହିପରି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୭.୧ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରଞ୍ଜିତ ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ଖୋର୍ଦ୍ଧା: ନକଲି ସାର୍ଟିଫିକେଟ କାରବାରରେ ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ତପନ କୁମାର ପୃଷ୍ଟି (୩୨)। ତାଙ୍କ ନିଜ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳ ହୋଇଥିବା ବେଳେ ସେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ରହୁଥିଲେ। ପୋଲିସ ସୂଚନା ମୁତାବକ ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ (୧୮) ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇଯାଇଥିଲେ। ତେବେ ଅଭିଷେକଙ୍କୁ ଅଭିଯୁକ୍ତ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଏକ ନକଲି ପାସ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏଥିପାଇଁ ତପନ ଅଭିଷେକଙ୍କ ଠାରୁ ୩୩ ହଜାର ଟଙ୍କା ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ…
ଭୁବନେଶ୍ଵର: ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ ସେବା ପ୍ରଭାବିତ ହେବ। ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2023 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ। 05 ଅଗଷ୍ଟ 2023 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ ନୌପଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। 06 ଅଗଷ୍ଟ 2023 ଦିନ ଗୁଣୁପୁରରୁ ଛାଡ଼ିବାକୁଥିବା 18118 ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ଗୁଣୁପୁର ପରିବର୍ତ୍ତେ ନୌପଡ଼ାରୁ ଯାତ୍ରା ପ୍ରାରମ୍ଭ କରି ରାଉରକେଲା ଯାତ୍ରା କରିବ।

