ଭୁବନେଶ୍ବର: ପୁଣି ଥରେ ତାଙ୍କର ରାଜନୈତିକ ଘର କଂଗ୍ରେସ ଦଳକୁ ଫେରିବେ ଗମାଙ୍ଗ ବାପପୁଅ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଫେରିବେ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା। ସେଥିପାଇଁ ଉଭୟ କୁଆଡେ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ଜଣାପଡିଛି। ହେଲେ ରାହୁଳ ଗାନ୍ଧି ସାଂସଦ ପଦ ଫେରିବା ମାମଲାରେ ବ୍ୟସ୍ତ ରହୁଥିବାର ତାଙ୍କର ଦେଖା ମିଳିପାରି ନାହିଁ। ଏମାନେ କଂଗ୍ରେସର ଯୋଗ ନେବା ନେଇ ଦଳର କେତେକ ନେତା କୁଆଡେ ସମର୍ଥନ ମଧ୍ୟ କରୁଛନ୍ତି। ମୁଖ୍ୟତଃ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗିରିଧର ଗମାଙ୍ଗ କଂଗ୍ରେସରେ ବେଶ ଭଲ ପରିଚୟ ରହିଛି ଏବଂ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ କଂଗ୍ରେସ ତାଙ୍କୁ ନିଶ୍ଚିତ ଗୁରୁତ୍ବ ଦେବ। ସେହି ଆଶାରେ ଏହି ଗୋଷ୍ଠୀ ଗମାଙ୍ଗ କଂଗ୍ରେସରେ ଯୋଗ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯଦି…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା ପ୍ଲେ ଆଜିଠାରୁ ଏହାର କକ୍ଷପଥରେ ଥିବା ଏହି ଉପଗ୍ରହର ବ୍ୟବହାର ଆରମ୍ଭ କରିଛି। ନୂଆଦିଲ୍ଲୀସ୍ଥିତ ଟାଟା ପ୍ଲେର ବ୍ରଡକାଷ୍ଟ ସେଣ୍ଟରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଜିସାଟ୍-୨୪କୁ ସଫଳତାର ସହ କାର୍ଯ୍ୟକ୍ଷମ କରିଥିବାରୁ ମହାକାଶ ବିଭାଗ ଓ ଟାଟା ପ୍ଲେକୁ ଅଭିନନ୍ଦନ ଜଣାଇଛନ୍ତି। ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ବର୍ତ୍ତମାନ ଟାଟା ପ୍ଲେରେ ୬୦୦ ଚ୍ୟାନେଲ ରହିଛି। ଇସ୍ରୋ ଉପଗ୍ରହକୁ ଅନ୍ତର୍ଭୁକ୍ତ…
ଭୁବନେଶ୍ବର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ୱର ଆନୁକୂଲ୍ୟରେ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ-ତଥା ‐ ବିକ୍ରୟର ଶୁଭାରମ୍ଭ କରାଯାଇଛି। ସୋମବାର ପୂର୍ବାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରାଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା। ପ୍ରଦର୍ଶନୀ ପଛରେ ଥିବା ଅନନ୍ୟ ଧାରଣାକୁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିବା…
ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ ସଦର ଅବକାରୀ କର୍ମଚାରୀ ମାନେ ମିଳିତ ଭାବେ ଜଟଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଭାଙ୍ଗ ଜବତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ଅଞ୍ଚଳର ସନ୍ତୋଷ କୁମାର ମହାନ୍ତି (୩୬), ସସ୍ମିତା ମହାନ୍ତି (୩୬) ଏବଂ ପ୍ରମୋଦ ମହାନ୍ତି (୫୦)। ସେମାନଙ୍କ ନିକଟରୁ ୬୦ କେଜି ଭାଙ୍ଗ ଓ ଏକ ଗ୍ରାଇଣ୍ଡିଙ୍ଗ ମେସିନ ଜବତ ହୋଇଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୁରୀ: ଦାଦା ବଟି ମାଗି ପୁରୀ ଟାଉନ ଥାନା ପୋଲିସ ହାତରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଞ୍ଚଳର ରାକେଶ ପ୍ରଧାନ (୨୦) ଏବଂ ଜ୍ଞାନରଞ୍ଜନ ଦାସ (୨୧)। ଉକ୍ତ ଦୁଇ ଅଭିଯୁକ୍ତ ଆଜି ମାର୍କେଟ ଛକ ନିକଟରେ ଥିବା ମାଛ ମାର୍କେଟ ଦୋକାନୀଙ୍କୁ ଡରାଇ ଧମକାଇ ଦାଦା ବଟି ଆଦାୟ କରୁଥିଲେ। ଅଭିଯୋଗ ପାଇ ଟାଉନ ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ସମ୍ପୃକ୍ତ ସ୍ଥାନକୁ ଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଦୁଇ ଗୋଟି ଆଇରନ ରଡ଼ ଓ କିଛି ଟଙ୍କା ଜବତ ହୋଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ’ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଭାରତ ମଣ୍ଡପମର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଗତି ମଇଦାନରେ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶକମାନେ କିପରି ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିଥିଲେ । ଭାରତ ମଣ୍ଡପମର ମହିମା ମଧ୍ୟରେ ପ୍ରଧାନମନ୍ତ୍ରୀ ଭାରତର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରି କହିଛନ୍ତି ଯେ ପୁରାତନ ଏବଂ ନୂତନତ୍ୱର ମିଳନ ଆଜିର ନୂତନ ଭାରତକୁ ପରିଭାଷିତ କରୁଛି । ସେ କହିଛନ୍ତି,…
ଭୁବନେଶ୍ବର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ପରେ ଏହାର ରୂପାନ୍ତର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ କଲେଜରର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଆୟୋଜିତ ସଭାକୁ କଲେଜର ଅଧ୍ୟକ୍ଷ ନାରାୟଣ ବଳିୟାରସିଂହ ସ°ଯୋଜନା କରିଥିବା ବେଳେ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଶେଷ ଅତିଥି ଭାବେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ମୁଖ୍ୟ ବକ୍ତା ଭାବେ ନିରାକାରପୁର କେବିଡିଏଭି କଲେଜର ଇ°ରାଜୀ ବିଭାଗ ପ୍ରାଧ୍ୟାପକ ଡଃ ମୃତ୍ୟୁ°ଜୟ ରଥ , ଆମନ୍ତ୍ରିତ ଅତିଥି ଭାବେ ପ୍ରତିଷ୍ଠା ସ°ପାଦକ ତଥା ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୁଷଣ ହରିଚନ୍ଦନ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଦୁର୍ଗା ଶଙ୍କର ଷଡ଼ଙ୍ଗୀ , ସମ୍ବର୍ଦ୍ଧିତ ଅତିଥି ଭାବେ ଚିଲିକା ବ୍ଲକର ବିତ୍ତ ବିଭାଗ ଅଧିକାରୀ ପ୍ରଦୀପ କୁମାର ସୁବୁଦ୍ଧି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ନାମକ ଜଣେ ମିଟର ରିଡରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ନିହତ ଲକ୍ଷ୍ମୀ ନାରାୟଣଙ୍କ ଘର ଗାଲେରୀ ଗ୍ରାମ ବୋଲି ଜଣାପଡ଼ିଛି। ଆଜି ସେ କୁପାଟି ଗ୍ରାମକୁ ମିଟର ରିଡିଂ ପାଇଁ ଯାଇଥିବା ବେଳେ ଗୋବିନ୍ଦ ସେଠୀ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ବିଲ୍ ଅଧିକ ଆସୁଥିବା ବିଷୟରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଗୋବିନ୍ଦ ଏତେ କ୍ରୋଧିତ ହୋଇଥିଲେ ଯେ, ଏକ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ବେକକୁ ଆଘାତ କରିଥିଲେ। ଯାହାଫଳରେ ଲକ୍ଷ୍ମୀ ନାରାୟଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀ ଗୋବିନ୍ଦ ତଳେ ପଡିଯିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇ ପୋଲିସ ଜରିଆରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ ଘଟଣା ପରେ…
ଭୁବନେଶ୍ୱର: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଥିଲେ ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ତା’ର ଏକ ଜ୍ୱଳନ୍ତ ଉଦାହାରଣ ଫିରିଙ୍ଗିଆ ଥାନା ପୋଡ଼ି। କେଉଁ ପରିସ୍ଥିତିରେ ସାଧାରଣ ଜନତା ଥାନା ପୋଡ଼ିଭଳି ପଦକ୍ଷେପ ନେଲେ ତା’ର ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି। ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ଘଟଣା ଘଟିବା ବିଷୟ ଜିଲ୍ଲା ପୁଲିସର ଇଂଟେଲିଜେନ୍ସ ବିଭାଗ ଜାଣି ପାରିଲା ନାହିଁ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୁଲିସ୍ ଯେଉଁ ଆତଙ୍କରାଜ ସୃଷ୍ଟି କରିଛି ତାହାକୁ…
ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଂଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ ଜୁଡିଓ, ଡି.ଏନ୍.ରେଗାଲିଆ ମଲ ପ୍ରଥମ ମହଲାରେ ଏକ ହସ୍ତତନ୍ତ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ୩ ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀ ଷ୍ଟଲକୁ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ସୁଧାଂଶୁ କେ.କେ. ମିଶ୍ର, ମୁଖ୍ୟ ପରିଚାଳକ, ନାବାର୍ଡ ବିଭୂତି ଭୂଷଣ ସାହୁ, ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରିଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦର୍ଶନୀରେ ନାବାର୍ଡ ସହାୟତାରେ ପରିଚାଳିତ ଖୋର୍ଦ୍ଧା, କଟକ, ସମ୍ବଲପୁର, ଯାଜପୁର, ମୟୁରଭଞ୍ଜ, ସୁବର୍ଣ୍ଣପୁର ଆଦିରୁ ୭ଟି ହସ୍ତତନ୍ତ ଉତ୍ପାଦକ ସଂଘ ଅଂଶଗ୍ରହଣ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୧ ବ୍ୟାଚର…
ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ଏକ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛ। ଏଥିରେ ୪୯ଟି ଜନଜାତି ଭାଷାରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ଜଣ ବିଶିଷ୍ଟ ଲେଖକ, କବି, ଚିତ୍ରକର ଓ କଥାବାଚକ ଯୋଗଦେବେ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ଅଗଷ୍ଟ ୯ ତାରିଖ ଆନ୍ତର୍ଜାତୀୟ ବିଶ୍ୱ ମୂଳନିବାସୀ ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ର କାହାଣୀ ପଠନ, ଜନଜାତି ଭାଷା ଉପରେ କାର୍ଯ୍ୟ କରୁଥିବା ଯୁବ ଲେଖକମାନଙ୍କର ସମସ୍ୟା ଓ ଭାରତୀୟ ମୂଳ ଭାଷାଗୁଡ଼ିକର ସଂରକ୍ଷଣ ଓ ବିକାଶ କ୍ଷେତ୍ରକୁ…
ନୂଆଦିଲ୍ଲୀ: ଭାରତରେ ହେବାକୁଥିବା ଦିନିକିଆ ବିଶ୍ୱକପ ସମୟରେ ଦର୍ଶକଙ୍କ ବିପୁଳ ସମର୍ଥନରେ ତାଙ୍କ ଦଳ ଟାଇଟଲ ଜିତିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଶ୍ଚିତ। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଆୟୋଜିତ ହୋଇଥିବା ୨୦୧୧ ବିଶ୍ୱକପରେ ଭାରତ ଏହି ଟାଇଟଲ ଜିତିଥିଲା। ରୋହିତ ଶର୍ମା କହିଛନ୍ତି ଯେ, “ମୁଁ ଏହାକୁ ଏତେ ନିକଟରୁ ଦେଖି ନାହିଁ। ଆମେ ୨୦୧୧ରେ ଜିତିଥିଲୁ, କିନ୍ତୁ ମୁଁ ସେହି ଦଳରେ ନଥିଲି। ଏହା ଏକ ସୁନ୍ଦର ଟ୍ରଫି ଏବଂ ଏହା ପଛରେ ଅନେକ ସ୍ମୃତି, ଅତୀତ, ଇତିହାସ ରହିଛି।” ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଶେଷ ଦୁଇଟି ମ୍ୟାଚ୍ ଖେଳିବା ପାଇଁ ଆମେରିକାରେ ପହଞ୍ଚିଥିବା ରୋହିତଙ୍କୁ ଆଇସିସି କହିଛି ଯେ ଏହା ବହୁତ ସୁନ୍ଦର ଏବଂ ଆଶା କରୁଛୁ ଆମେ ଏହାକୁ ଜିତିବୁ। ରୋହିତ କହିଛନ୍ତି ଯେ, “ମୁଁ ଜାଣେ ଆମେ ପଡ଼ିଆରେ ଜବରଦସ୍ତ ସମର୍ଥନ ପାଇବୁ। ଏହା ହେଉଛି ବିଶ୍ୱକପ ଏବଂ ସମସ୍ତେ…
ଭୁବନେଶ୍ୱର: ମିନିମାଲ୍ ଇନ୍ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କ୍ରିକେଟ ବଲ୍ ଆକାରର ସ୍କଲ୍ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ କିସ୍କୁଙ୍କର ବାମ ଆଖି ପାଖରେ ମୁହଁ ଧୀରେ ଧୀରେ ଫୁଲିଯିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଆଖି ନିକଟରେ ବୃଦ୍ଧି ପାଇବାରୁ ପରିବାର ବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ। ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା। ଶେଷରେ ତାକୁ ସମ୍ମମ୍ରେ ଭର୍ତି କରାଯିବା ପରେ ଇଏନ୍ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍ସଲ୍ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ। ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା। ଏତେ ବଡ଼ ଆକାରର…
ଶ୍ରୀନଗର: ଜମ୍ମୁ କାଶ୍ମୀରର ହାଲୁକା ପଦାତିକ ରେଜିମେଣ୍ଟର ପ୍ରଥମ ବ୍ୟାଚ୍ ସଂପୂର୍ଣ୍ଣ ପ୍ରସ୍ତୁତ। ଦେଶକୁ ସୁରକ୍ଷା ଦେବା ପାଇଁ ଅଗ୍ନିବୀର ଅଗଷ୍ଟ ୫ ତାରିଖ ୨୦୨୩ରେ ସେମାନଙ୍କର କଠୋର ତାଲିମ ସମାପ୍ତ କରିଛନ୍ତି। ଏହି ଐତିହାସିକ ଅବସରରେ, JAK LI ରେଜିମେଣ୍ଟାଲ୍ ସେଣ୍ଟରର ନୋଙ୍ଗ୍ରାମ ଅଡିଟୋରିୟମରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଅଗ୍ନିବୀରଙ୍କ ପିତାମାତା ଏବଂ ଶିକ୍ଷକମାନେ ମଧ୍ୟ ଯୋଗ ଦେଇଥିଲେ, ଯେଉଁମାନେ ସେମାନଙ୍କୁ ୩୧ ସପ୍ତାହର ପ୍ରଶିକ୍ଷଣରେ ଜଣେ ଯୁବକଠାରୁ ଭାରତୀୟ ସେନାର ଜଣେ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଯୁଦ୍ଧ-ପ୍ରସ୍ତୁତ ସୈନିକରେ ପରିଣତ କରିବାରେ ସାହାଯ୍ୟ କରିଥିଲେ। ବର୍ଦ୍ଦି ପିନ୍ଧି ଗର୍ବର ସହିତ JAK LI ପ୍ରତୀକ ଚିହ୍ନ ଚମକାଇ ଜଣେ ଉତ୍ସାହିତ ଅଗ୍ନିବୀର ତାଙ୍କ ଚ୍ୟାଲେଞ୍ଜିଂ କ୍ୟାରିଅର୍ ଆରମ୍ଭ କରିବାକୁ ଏବଂ ମାତୃଭୂମି ରକ୍ଷା କରିବାକୁ ପ୍ରସ୍ତୁତ ହେବା ଦେଖାଯାଉଥିଲେ। ଅଗ୍ନିବୀର ଜାନୁୟାରୀ ୧ ତାରିଖ ୨୦୨୩ରେ ସେମାନଙ୍କର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୩୧ ସପ୍ତାହ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତରେ ଆସି ବିଭିନ୍ନ ଉପଲବ୍ଧ ସେବାଗୁଡ଼ିକ ସମ୍ବନ୍ଧରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମେଡିକାଲର ପୁରୁଷ ଓ ସ୍ତ୍ରୀ ବିଭାଗ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ବାଲୁଗାଁ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ମେଡ଼ିକାଲ ପରିସରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା, ରୋଗୀଙ୍କ ଶଯ୍ୟା ଉପରେ ବେଡ଼ସିଟ ନଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଏଠାରେ ରୋଗୀଙ୍କୁ ମିଳୁଥିବା ସମସ୍ତ ସେବାଗୁଡ଼ିକରେ ଯେପରି ଅବନତି ନଘଟେ ସେ ନେଇ ମେଡ଼ିକାଲ ଅଧିକାରୀ ଡା ରଶ୍ମି ରେଖା ଜେନାଙ୍କ ସମେତ କର୍ମଚାରୀଙ୍କୁ ତାଗିଦ କରିଥିଲେ। ଏଥିସହିତ ବାଲୁଗାଁ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଦେଖିବାସହ କିଛିଟା…
ନୂଆଦିଲ୍ଲୀ: ଜିଲ୍ଲା ଜଜ୍ କୋର୍ଟ ଆଗ୍ରା ଠାରୁ ଏଟାୱା ରାମଶଙ୍କର କ୍ୟାଥେରିଆର ବିଜେପି ସାଂସଦଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସାଂସଦ ବିଧାୟକ କୋର୍ଟ ଆଗ୍ରାଙ୍କ ଦଣ୍ଡ ଆଦେଶକୁ ସ୍ଥଗିତ ରଖାଯାଇଛି। ଦୁଇ ଦିନ ପୂର୍ବେ ସାଂସଦ ବିଧାୟକ କୋର୍ଟ ଦୁଇ ବର୍ଷ ଦଣ୍ଡର ରାୟ ଦେଇଥିଲେ। ଆଜି ଜିଲ୍ଲା ଜଜ୍ କୋର୍ଟରେ ଏହି ନିଷ୍ପତ୍ତି ବିରୋଧରେ ବିଜେପି ସାଂସଦ ରାମଶଙ୍କର କାଥେରିୟା ଆବେଦନ କରିଥିଲେ। ଏହି ନିଷ୍ପତ୍ତିକୁ ବିଜେପି ସାଂସଦ କାଥେରିୟାଙ୍କ ସମର୍ଥକମାନେ ଆଗ୍ରାସ୍ଥିତ ତାଙ୍କ ବାସଭବନରେ ମିଠା ବଣ୍ଟନ କରି ସ୍ୱାଗତ କରିଛନ୍ତି ଏବଂ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ, ଆବେଦନର ସମାଧାନ ନହେବା ପର୍ଯ୍ୟନ୍ତ ଦଣ୍ଡବିଧାନ ରହିବ। ଏହା ପରେ ବିଜେପି ସାଂସଦ ମଧ୍ୟ ତାଙ୍କ ଆବେଦନ ଉପରେ ଜାମିନ ପାଇଛନ୍ତି। ଆଗ୍ରାର ଏକ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାଥେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ…
ଭୁବନେଶ୍ଵର: ଭାରତର କୋଇଲା କ୍ଷେତ୍ରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସକାଶେ କୋଇଲା ମନ୍ତ୍ରଣାଳୟ ସକ୍ରିୟ ଭାବରେ ସିପିଏସ୍ଇ ଗୁଡ଼ିକ ମଧ୍ୟରେ ବଡ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି। ଏହା ସହିତ, ଏନଏଲସିଆଇଏଲ ଦ୍ୱାରା ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି। ଗୋଟିଏ କାନପୁର ନିକଟ ଘାଟମପୁର ଠାରେ ପ୍ରତିଷ୍ଠା ହେଉଛି ଯାହା ୧୯,୪୦୬ କୋଟି ଟଙ୍କା ବ୍ୟୟରେ ୩ x ୬୬୦ ମୋଗାୱାଟ ବିଜୁଳି ଉତ୍ପାଦନ କରିବ। ଏନଏଲସିଆଇଏଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ। ଏହି ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ଅଛି ଏବଂ ଏହି କାରଖାନାର ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏଥିସହ, ଏଲସିଆଇଏଲ ଓଡିଶାର ତଲାବିରାରେ ୩ x ୮୦୦ ମେଗାୱାଟ ପିଟହେଡ ତାପଜ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ଆରପିଏଫ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ପୁରୀ ଓଖା ଏକ୍ସପ୍ରେସ ଜରିଆରେ ଗଞ୍ଜେଇକୁ ସୁରାଟ ନେଇ ଯିବା ପାଇଁ ଯୋଜନା କରିଥିଲେ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ପ୍ରଦୀପ ପାଳ (୨୯) ଏବଂ ଲକ୍ଷ୍ମଣ କୁମାର ସ୍ୱାଇଁ (୨୨)। ଉଭୟ ଅଭିଯୁକ୍ତ ବାଲୁଗାଁ ଷ୍ଟେସନରେ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ। ଜବତ ଗଞ୍ଜେଇ ପରିମାଣ ୧୩ କେଜି ୩୮୦ ଗ୍ରାମ ବୋଲି ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା ହେବ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଦୀର୍ଘ ୨୩ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି। ବିଜୁ ଜନତା ଦଳ ନିର୍ବାଚନ ବୈତରଣୀପାର ହେବା ପାଇଁ ଏସ୍ଏଚଜି ମା’ମାନଙ୍କୁ ଅସ୍ତ୍ର କରିଛି। ସିଆରପିମାନେ ମିଶନଶକ୍ତି ମା’ମାନଙ୍କୁ ଏକଜୁଟ୍ କରି ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଯାହା ଗଣତନ୍ତ୍ର ବିରୋଧୀ। ବିଜୁ ଜନତା ଦଳ ସର୍ବଦା ନିର୍ବାଚନ ହେଉ ଅବା ଉପନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ। ଧର୍ମଶାଳା ବ୍ଲକର…

