ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ମନରେଗା ସଂଯୋଜକ ଜ୍ୟୋସ୍ନାମୟୀ ରାଉତ ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୨୩୬୦୦୦ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଥିବାବେଳେ ୪୮ ଶତକଡାରେ ପହଞ୍ଚି ସାରିଥିବା ଏପିଓ ଶୁଭଲଷ୍ମୀ ବିଶ୍ୱାଳ ମତପ୍ରକାଶ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଉଦ୍ୟାନ ଅଧିକାରୀଣି ଅନ୍ନପୂର୍ଣ୍ଣା ମହାରଣା ଚଳିତ…
ଭୁବନେଶ୍ୱର: ବିଜୁଜନତା ଦଳ କେବଳ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦେ। ମହିଳା ମାନଙ୍କର ଆତ୍ମ ସମ୍ମାନ, ସ୍ୱାଭିମାନ କୁ ରକ୍ଷା କରିବାପାଇଁ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକଙ୍କର ସାମାନ୍ୟତମ ନିଷ୍ଠା ନାହିଁ ବୋଲି ଆଜି ପ୍ରମାଣିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ତରଫରୁ ଯେଉଁ ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା ତାହାକୁ ବାଚସ୍ପତି ଗ୍ରହଣ କଲାପରେ ବିଜୁ ଜନତା ଦଳର ଲୋକସଭାର ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ରାଜ୍ୟ ସଭାର ସାଂସଦ ଶ୍ରୀ ସସ୍ମିତ ପାତ୍ର ଯେଉଁ ବିବୃତି ରଖିଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ବିଜୁ ଜନତା ଦଳର ରକ୍ତ ମାଂସ ହାଡ଼ରେ ମହିଳା ବିରୋଧି ମାନସିକତା ଭରି ରହିଛି। ଇଣ୍ଡିଆ ମେଣ୍ଟ ଯେଉଁ ଅନସ୍ଥା ପ୍ରସ୍ତାବ ସଂସଦରେ ଆଗତ କରିଛନ୍ତି ତାହା କେବଳ ମଣିପୁର…
ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଇଏସ୍ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି…
ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ…
ଭୁବନେଶ୍ୱର: ଦେବଗଡ଼ ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସକାଳୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲମ୍ ଗ୍ରାମରେ ସ୍ଥାପିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ୫-ଟି ଗ୍ରାମ ପଂଚାୟତର ୧୮୫ ଜଣ ଦୁଗ୍ଧ ଚାଷୀଙ୍କୁ ନେଇ ୭ଟି ବହୁବିଧ ଉପଯୋଗୀ ସମବାୟ ସମିତି ଖୋଲାଯାଇଛି ଓ ପ୍ରାୟ ୬୧୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି। ଏହି ଦୁଗ୍ଧ ସଂଗ୍ରହ ହାରାହାରି ପ୍ରତି ଚାଷୀ ପିଛା ୩୫ ଲିଟର ହୋଇ ପାରୁଛି ଯାହା ସେମାନଙ୍କ ସ୍ୱାବଲମ୍ବନଶୀଳତା ବଢ଼ାଇଛି ପରେପରେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ୪ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ବାରକୋଟ ବ୍ଲକର ଦଣ୍ଡସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଲ ମଝି ସାହିରେ ନୂତନ ଭାବେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସଭା ଗୃହକୁ ପରିଦର୍ଶନ କରିଥିଲେ। ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଏହି ସୁଦୃଶ୍ୟ ମୁଖ୍ୟମନ୍ତ୍ରୀ ସଭା ଗୃହକୁ ଦେଖି…
ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ରହିଥିବା କୃଷି ସମବାୟ ସମିତିଗୁଡିକୁ ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେପରି ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ …
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଏହି ନିୟମକୁ ବଦଳାଇବା ପାଇଁ ବିଲ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। YSR କଂଗ୍ରେସ ପାର୍ଟି କହିଛି ଯେ, ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବୁ। ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ YSR କଂଗ୍ରେସ ପାର୍ଟି ସାଂସଦ ବିଜୟସାଇ ରେଡ୍ଡୀ କହିଛନ୍ତି ଯେ, ଆମ ଦଳ ତଥା ନେତା ୱାଇଏସ ଜଗନ୍ ମୋହନ ରେଡ୍ଡୀ ଏହି ବିଲ୍ କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦରେ ଏହି ବିଲ୍ ପାରିତ ହେବା ଲାଗି ଆମେ ନିଶ୍ଚିତ କରିବୁ।
ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ: ଅନୁଗୁଳ ଜିଲ୍ଲା- ସଦାଶିବ ନାୟକ ବାଲେଶ୍ବର– ମଦନ ମୋହନ ମାଝୀ ବଲାଙ୍ଗୀର– ବ୍ରଜମୋହନ ବିଶୋଇ ବୌଦ୍ଦ– ଭଗବାନ କହଁର ଢେଙ୍କାନାଳ– ସୁରେନ୍ଦ୍ର ହେମ୍ବ୍ରମ ଯାଜପୁର– ଲମ୍ବୋଦର ମୁଣ୍ଡା କଳାହାଣ୍ଡି– ଶିବାଜୀ ମାଝୀ ନୂଆପଡା– ଭଗତରାମ ମାଝୀ ସମ୍ବଲପୁର– ଶୋଭାରାମ ପ୍ରଧାନ ଦେବଗଡ– ପାଞ୍ଜିଆ ଭୋଇ ବରଗଡ– ସୁଶୀଳା ଭୋଇ ଝାରସୁଗୁଡା– ମୋହନ କିଶାନ ନୟାଗଡ– ଜାନକୀ ଦେହୁରୀ ଗଞ୍ଜାମ– ବିଦ୍ୟାଧର ଜାନୀ ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ୟ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର…
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାରଙ୍କ ସ୍କୁଲକୁ କଲେଜରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି ବାଣପୁର ସ୍ଥିତ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ଯାହାକି ରୂପାନ୍ତରଣ ହୋଇ ଏଠାରେ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯାଇଥିଲା। ସେତେବେଳେ ଅଂଚଳବାସୀ ଖୁସିହେବା ସହ ଆଖପାଖ ପଞ୍ଚାୟତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତଦିନ ଠାରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଥିଲେ। ଯାହାଫଳରେ ୧୦୨ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି। ଆଜି ପ୍ରଥମ ପ୍ରବେଶ ଦିବସ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ…
ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ…
ଭୁବନେଶ୍ୱର: ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତି କାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର୍ର (ସିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି। ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳକୁ ଜଳାର୍ଣ୍ଣବ କରି ଦେଇଥିଲା। ଡକ୍ଟର ସାହୁ କହିଥିଲେ ଯେ, ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଂଚ ଘଂଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ଅନ୍ୟ ଅଂଚଳରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ ବୋଲି ସେ କହିଥିଲେ। ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏକାସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଂଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା। ଜୁଲାଇ ୩୦, ୧୯୬୯ରେ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ମର୍ମାହତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମୋର ସମବେଦନା। ଆହତ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛୁ। ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ଏବଂ ପୀଡ଼ିତଙ୍କୁ ସମସ୍ତ ସହାୟତା ନିଶ୍ଚିତ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।’
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁ ବଡ ସଫଳତା ମିଳିଛି। ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ସୁନା ଅଳଙ୍କାର ଚୋରୀ ଘଟଣାରେ ୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହାସହିତ ମନ୍ଦିରରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏ ନେଇ ଟାଙ୍ଗୀ ଥାନା ପରିସରରେ ଅତିରିକ୍ତ ଏସ୍ ପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି। ତେବେ ଗିରଫ ଅଭିଯୁକ୍ତ ଦୁହେଁ ନିରାକାର ପୁର ଅଂଚଳର ବାଇଧର ପ୍ରଧାନ (୨୨) ଓ ସୁକାନ୍ତ ପ୍ରଧାନ (୩୩) ବୋଲି ଜଣାପଡିଛି। ଆଜିର ଏହି ପ୍ରେସ୍ ମିଟ୍ ରେ ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହ ଡି ଏସ୍ ପି ମୀନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେ୍ରା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୩୦ ତାରିଖ ରାତିରେ…
ନୂଆଦିଲ୍ଲୀ: 2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି ଟଙ୍କା ସମେତ) ଏବଂ ସେସ୍ ପରିମାଣ 11,779 କୋଟି ଟଙ୍କା (ବସ୍ତୁ ଆମଦାନୀରୁ 840 କୋଟି ଟଙ୍କା ସମେତ) ରହିଛି। ସରକାର ସିଜିଏସଟି ବାବଦରେ 39,785 କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ 33,188 ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ଜୁଲାଇ 2023ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ 69,558 କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ 70,811 କୋଟି ଟଙ୍କା ରହିଛି। ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ 4245 କୋଟି ଟଙ୍କାର ଜିଏସଟି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ ନୁଆଁଗାଁ ଥାନା ପୋଲିସ ଜଣେ ବାଳ ଅପରାଧୀ ସହ ୪ ଅପରାଧୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ବେହେରା, କାଳିଆ ସେଠୀ, ଅଜିତ୍ ସେଠୀ ଓ ଆଦିତ୍ୟ ନାୟକ ବୋଲି ପୋଲିସ ଠାରୁ ପ୍ରକାଶ। ସୁଚନା ଅନୁଯାୟୀ, ଦିଗପହଣ୍ଡି ଠାରୁ ପେଣ୍ଡୁରାବାଡି ପର୍ଯ୍ୟନ୍ତ ରାସ୍ତା କାମ ନେଇଥିବା ଠିକାଦାର ମଙ୍ଗଳୁ ପାତ୍ରଙ୍କୁ ଅଭିଯୁକ୍ତ ମାନେ ଫୋନ୍ ଯୋଗେ ୩୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ଓ ସେଠାରେ ଉପସ୍ଥିତ ଥିବା ଠିକା ସଂସ୍ଥାର ସୁପରଭାଇଜର ରଞ୍ଜନ ପଣ୍ଡା ଆପତ୍ତି କରିବାରୁ ଅଭିଯୁକ୍ତ ମାନେ ରଞ୍ଜନ ଉପରକୁ ଦୁଇଟି ବୋମାମାଡ କରି ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ନେଇ ପଳାଇଥିଲେ। ଏହି ଘଟଣାକୁ ନେଇ ରଞ୍ଜନ କେ ନୁଆଁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା…
ନୂଆଦିଲ୍ଲୀ: ୨୦୨୩ ମେ ୧୧ତାରିଖରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ଦେଇଥିଲେ। ଉପରାଜ୍ୟପାଳ କେବଳ ସରକାରଙ୍କ ପରାମର୍ଶକ୍ରମେ କାମ କରିବେ ବୋଲି ସେ କହିଥିଲେ। କିନ୍ତୁ ଏହାର ଏକ ସପ୍ତାହ ପରେ ମେ ୧୯ତାରିଖରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରି ରାଜ୍ୟପାଳଙ୍କୁ ବଦଳି ଅଧିକାର ଦେଇଥିଲେ। ୬ ମାସ ମଧ୍ୟରେ ସଂସଦର ଉଭୟ ଗୃହରେ ଏହି ଅଧ୍ୟାଦେଶ ପାରିତ ହେବା ଆବଶ୍ୟକ, ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ଏହି ବିଲ ଆଗତ କରିଛନ୍ତି। ତେବେ ଯଦି ଆପଣ ଏହି ବିଲକୁ ମେ ୧୯ର ଅଧ୍ୟାଦେଶ ସହ ତୁଳନା କରିବେ ତେବେ କେନ୍ଦ୍ର ସରକାର ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ୧. ଧାରା ୩(ଏ) ଯାହା ବିଧାନସଭାକୁ ଆଇନ ପ୍ରଣୟନ କରିବାକୁ ଅନୁମତି ଦେଇଥିଲା ପୂର୍ବରୁ ଦିଲ୍ଲୀ ସମ୍ବନ୍ଧୀୟ ଅଧ୍ୟାଦେଶରେ ଧାରା-୩…
କନ୍ଦର୍ପ ବେହେରା ରେଢାଖୋଲ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମର ଲିପସାରାଣୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମ ତଥା ନାକଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତ ଛତ୍ରପୁର ଗ୍ରାମର ଆବାସିକ ସେବା ଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନଙ୍କ କନ୍ୟା ଅଟନ୍ତି ଲିପସାରାଣୀ ପ୍ରଧ।।ନ। ଛତ୍ରପୁର ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ ପରମୁହୁର୍ତରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ନବମ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢିଥିଲେ। ଢେଙ୍କାନାଳ ଇଟେକ୍ କଲେଜରେ ବିଜ୍ଞାନରେ ଅଧ୍ୟୟନ କରି ସଫଲତା ପାଇଥିଲେ। ଗୁଣପୁର ଜିଆର୍ ଇଟି ବିଶ୍ୱବିଦ୍ୟାଲୟରେ ବିଏସ୍ ସି କରି ପରେ ଭୁବନେଶ୍ୱରର ଉତ୍କଲ ବିଶ୍ୱ ବିଦ୍ୟାଳୟରେ ଏମ୍ ଏସ୍ ସି କରିଥିଲେ। ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଜାଣି ଲିପସାରାଣୀଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସେ ବାପା ମାଆ, ଗୁରୁଜୀ, କାକା, ଭଉଣୀ,…
ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍ ଆଉ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି। ହେଲେ କଳା ଓ ବାଣିଜ୍ୟ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ତେବେ ନୂଆ ସିଲାବସ୍ ଆଧାରରେ ୨୦୨୪ କାଉନସିଲ ପରୀକ୍ଷା ହେବ। ସିବିଏସ୍ଇ ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି। ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ସନ୍ଧ୍ୟା ସାତଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚ୍ ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ, ସିରିଜ୍ ୧-୧ ରେ ବରାବର ଅଛି। ଏଭଳି ପରିସ୍ଥିତିରେ ଯିଏ ଆଜି ଜିତିବ, ସିରିଜ ସେହି ଦଳ ନାମରେ ନାମିତ ହେବ। ଭାରତ ପ୍ରଥମ ଦିନିକିଆରେ ପାଞ୍ଚ ୱିକେଟ୍ ଜିତିଥିଲା। ଏହା ପରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆରେ ୬ ୱିକେଟ୍ ରେ ଜିତିଥିଲା। ଏବେ ଏହା ଦେଖିବାକୁ କୌତୁହଳ ହେବ ଯେ, ଏହି ସିରିଜକୁ କିଏ ହାସଲ କରୁଛି? ପ୍ରଥମ ଥର ପାଇଁ ବ୍ରିଆନ୍ ଲାରା ଷ୍ଟାଡିୟମରେ ଦିନିକିଆ ଖେଳାଯିବ: ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ୍ ଖେଳାଯାଇ ନାହିଁ। କିମ୍ବା କୌଣସି ଦିନିକିଆ ମ୍ୟାଚ୍ ଖେଳାଯାଇ…

