Author: Samikhsya Bureau

ଭୁବନେଶ୍ୱର: ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସୋମବାର ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୩ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ସକାଳ ୯ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍‌ ଓ ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ଡାକବାଜି ଯନ୍ତ୍ର…

Read More

ଭୁବନେଶ୍ବର: ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ଅବସ୍ଥା ସାଂଘାତିକ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି ଏକ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ ଧରି ରାସ୍ତାରେ ଯାତାୟାତ ପୁରା ଠପ ହୋଇପଡିଥିଲା। ପ୍ରବଳ ବର୍ଷା ସହିତ ଭୟଙ୍କର ବଜ୍ରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରାଇଦେଇଥିଲା। ସେହିପରି ଏହି ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇପଡିଥିବା ମଧ୍ୟ ଜଣାପଡିଛି। ଗତକାଲି ରାତିରୁ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ରାସ୍ତା ସଫା କରିବା କାମରେ ନିୟୋଜିତ ଅଛନ୍ତି। ଗତକାଲି ରାତିରେ ଭୁବନେଶ୍ବରର ଖଣ୍ଡଗିରି, ଘାଟିକିଆ, ସହିଦନଗର, ଭୀମଟାଙ୍ଗୀ, ଡୁମଡୁମା, ପୁରୁଣା ଭୁବନେଶ୍ବର, ପଟିଆ ପ୍ରଭୃତି ଅଞ୍ଚଳରେ ଗଛ ଉପୁଡି ପଡିଛି। ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିରହିଛି। ଏହି ବର୍ଷାରେ ରାଜଧାନୀର ଅବସ୍ଥା ଏମିତି ହେବ ବୋଲି କାହାର ବିଶ୍ବାସ ହେଉ ନାହିଁ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ମତ୍ସ୍ୟଜୀବୀଙ୍କ ବିପଦ ପିଛା ଛାଡୁନି। ମାଛ ମାରୁଥିବା ବେଳେ ଚିଲିକାରେ ବଜ୍ରଘାତ ଯୋଗୁଁ ଜଣେ ଧୀବରଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ନିକଟରେ ଥିବା ଆଉ ୪ ଜଣ ଧୀବର ସୁରକ୍ଷିତ ଅଛନ୍ତି। ମୃତକଙ୍କ ନାମ ମାଗା ବେହେରା (୫୨ ବର୍ଷ)। ଟାଙ୍ଗୀ ଥାନା ବାଲି ପାଟପୁର ବଡ ବାହାଣିଆ ସାହିରେ ତାଙ୍କ ଘର ବୋଲି ଜଣାପଡିଛି। ଆଜି ଭୋରରୁ ମାଛ ମାରିବା ପାଇଁ ଡଙ୍ଗାରେ ଚିଲିକାକୁ ଯାଇଥିଲେ। ବାଲି ପାଟପୁର ନଇ ନିକଟରେ ମାଛ ଧରୁଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରକାଶ ଥାଉ କି ଗତକାଲି ମଧ୍ୟ ବଜ୍ରଘାତରେ ବାପ ପୁଅଙ୍କର ମୃତ୍ୟୁ ହୋଇଥିଲା। ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଯାହାଫଳରେ ଘଟଣାସ୍ଥଳରେ ବାପ…

Read More

ମୁମ୍ବାଇ: ସେତୁ ନିର୍ମାଣ ସମୟରେ ମହାରାଷ୍ଟ୍ରର ଥାନେରେ ଏକ ବଡ ଦୁର୍ଘଟଣା ହୋଇଛି। କ୍ରେନ୍ ଏବଂ ସ୍ଲାବ ପଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଥାନାର ଶାହାପୁର ନିକଟରେ ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିଯିବା ପରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ରାଜପଥର ତୃତୀୟ ପର୍ଯ୍ୟାୟ ନିର୍ମାଣରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ଆଘାତ ସମ୍ପର୍କରେ ମଧ୍ୟ ସୂଚନା ରହିଛି। ଅନେକ ଲୋକ ଏବେବି ପୋତି ହୋଇ ରହିଥିବା ଆଶଙ୍କା ରହିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନା ପ୍ରଦାନ କରି ଏନଡିଆରଏଫ କହିଛି ଯେ, ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏଠାରେ ଶ୍ରମିକମାନେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପନ୍ଦରଟି ମୃତଦେହ ଶାହପୁର ଉପଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ୩ ରୁ…

Read More

ପୁରୀ: ପିପିଲି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ରୁପଦେଇପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ କୁମାର ପଟ୍ଟନାୟକ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ରୁପଦେଇପୁର ପଞ୍ଚାୟତରେ ଅନୁଷ୍ଠିତ ଏହି ପଦ ଯାତ୍ରାରେ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ରୁପଦେଇପୁର ପଞ୍ଚାୟତବାସୀଙ୍କୁ ଅବଗତ କରାଯାଇଛି। ପଦଯାତ୍ରା ସମୟରେ ସମ୍ବିତ ପାତ୍ର ଓ ଆଶ୍ରିତ କୁମାର ପଟ୍ଟନାୟକ ମେଜବେଗ ଗ୍ରାମର ବିଭିନ୍ନ ବୁଣାକାରଙ୍କ ଘରକୁ ଯାଇ ତାଙ୍କ ସମସ୍ୟା ବୁଝି ଥିଲେ ଓ ଏହାର ସମାଧାନ ପାଇଁ ସମ୍ବନ୍ଧିତ ଅଧିକାରୀଙ୍କ ସହିତ ଚର୍ଚ୍ଚା କରିଥିଲେ। ଆଗକୁ ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିବେ ବୋଲି ଅସମର୍ଥ ସୂତ୍ରରୁ ସୂଚନା ମିଳିଛି। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ। ଗତକାଲି ଅପରାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ବାଣପୁର ଠାରେ ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।  ଜିଲ୍ଲାପାଳ ବାଣପୁର ବ୍ଲକ ସମ୍ମୁଖରେ ଥିବା ମିଶନ ଶକ୍ତି କାଫେ ଏବଂ ଏନଏସି ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଉଭୟ କେନ୍ଦ୍ରକୁ ନବୀକରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତତସହିତ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ନବୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ମୁଖ୍ୟତଃ ୫-ଟି ସଚିବଙ୍କ ଫୋକସରେ ଥିବା ବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କରାଯିବ। ସେହିପରି ଭାବେ ବାଣପୁର କଲେଜ ପରିସରରେ…

Read More

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଏହି ପରି ଭାବନା ଆଖିଆଗରେରେ ରଖି ଅଗଷ୍ଟ, ୭ ତାରିଖ ସୋମବାରକୁ ସୁପର ସୋମବାର ନାମରେ ଅଭିହିତ କରାଯାଇଛି। ଏହି ଦିନ ଜୀ-ସାର୍ଥକରେ ଆମ ଝିଲି ଓ ଲାଲ ଇସ୍କ ଶୁଭାରମ୍ଭ ହେବ ସହ ପୁରା ଦିନ ଜାରି ରହିବ ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ସୋ ର ସ୍ପେଶାଲ ଅଧ୍ୟାୟ। ଏହି ଦିନ ଆପଣମାନଙ୍କ ଡିମାଣ୍ଡ ପାଇଁ ପୁଣିଥରେ ପ୍ରସାରିତ ହେବ ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ଦିନ ୧ରୁ ସନ୍ଧ୍ୟା ୫…

Read More

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ ସଂସଦରେ ଆଗତ କରିବା ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଧାରା-୩୭୦ର ବିଲୋପ କରିବା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ୟୁସିସି(ସବୁ ଧର୍ମର ଲୋକମାନଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ ମାମଲା ଯାହାକି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ସମ୍ପତ୍ତିରେ ମାଲିକାନା ସତ୍ତ୍ୱ) ବିଜେପିର ପ୍ରମୁଖ ପ୍ରସଙ୍ଗଗୁଡିକ ମଧ୍ୟରେ ଅନ୍ୟତମ। ବିଜେପି ୟୁସିସି ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ଚାହେଁ ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ୟୁସିସି ପ୍ରସଙ୍ଗକୁ ରାଜନୈତିକ ଆଲୋଚନାରେ ବଞ୍ଚାଇ ରଖିବାକୁ ଚାହେଁ। ଏ ନେଇ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆଶା କରାଯାଉଥିଲା ଯେ ୟୁସିସିକୁ ଖୁବ୍‍ ଶୀଘ୍ର ଆଇନରେ ପରିଣତ କରାଯିବ। ରାଜନୈତିକ ଦଳଗୁଡ଼ିକ ସହିତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କୌଣସି ଆଇନ ପ୍ରଣୟନ କରିବା ପୂର୍ବରୁ ବ୍ୟାପକ ବିଚାର ବିମର୍ଷ ଓ ଅନୁଶୀଳନ ଆବଶ୍ୟକତା ହୋଇଥାଏ। ତେଣୁ ୨୦୨୪…

Read More

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଏକ ବୈପ୍ଳବିକ ଲର୍ଣ୍ଣିଂ ବୁକ୍ ଭାବରେ ସମ୍ପୂର୍ଣ୍ଣ ନୂଆ ଜିଓବୁକ୍ ଉନ୍ମୋଚନ କରାଯାଇଛି। ସମସ୍ତ ବୟସ ବର୍ଗର ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଏହି ଷ୍ଟାଇଲିସ୍ ଲର୍ଣ୍ଣିଂ ବୁକ୍ ନୂଆ ଜିଓବୁକ୍ ଉନ୍ନତ ଜିଓ ଓଏସ୍ ଅପରେଟିଂ ସିଷ୍ଟମ୍ ସହିତ ସଦାସର୍ବଦା ସଂଯୁକ୍ତ ରହିଛି। ପ୍ରତ୍ୟେକଙ୍କ ଶିକ୍ଷଣୀୟ ଅନୁଭୂତିକୁ ବଦଳାଇବାର ପ୍ରତିଶ୍ରୁତି ଦେଉଛି ଜିଓବୁକ୍। ଅନଲାଇନ୍ ପାଠପଢ଼ାରେ ଭାଗ ନେବାଠାରୁ ଆରମ୍ଭ କରି କୋଡ୍ ଶିକ୍ଷା ଗ୍ରହଣ କରିବା କିମ୍ବା ଏକ ଯୋଗ ଷ୍ଟୁଡିଓର ଶୁଭାରମ୍ଭ କରିବା ଭଳି ନୂତନ ସଂସ୍ଥା ଆରମ୍ଭ କରିବାର ଅନ୍ୱେଷଣ କିମ୍ବା ଅନଲାଇନ୍ ଟ୍ରେଡିଂ କ୍ଷେତ୍ରରେ ପ୍ରବେଶ କରିବା ଆଦି ପର୍ଯ୍ୟନ୍ତ ଜିଓବୁକ୍ ସମସ୍ତ ଶିକ୍ଷଣୀୟ ଉଦ୍ୟମ ପାଇଁ ଉଲ୍ଲେଖନୀୟ ପ୍ଲାଟଫର୍ମ ପ୍ରଦାନ କରିବ। ରିଲାଏନ୍ସ ରିଟେଲ୍‌ର ପ୍ରବକ୍ତା କହିଛନ୍ତି ଯେ, “ଅଭିନବ ଉତ୍ପାଦର ଶୁଭାରମ୍ଭ କରିବାକୁ ଆମେ ସମର୍ପିତ ଯାହା ଶିକ୍ଷଣୀୟ ଯାତ୍ରାରେ ଲୋକମାନଙ୍କୁ ସଶକ୍ତ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବ। ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉପସ୍ଥାପନ କରିବେ। ଆରମ୍ଭରୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଏଏପି) ଏହି ଅଧ୍ୟାଦେଶକୁ ବିରୋଧ କରିଆସୁଛି। ଏହା ସହିତ ଏହି ବିଲକୁ ଦଳ ବିରୋଧ କରିବା ପାଇଁ ସମସ୍ତ ବିରୋଧୀ ଦଳଙ୍କଠାରୁ ସମର୍ଥନ ଲୋଡ଼ିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ AAP ର ଜାତୀୟ ସଂଯୋଜକ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏହି ନିୟମ ଆଣିବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଦିଲ୍ଲୀରେ ସ୍ଥାନାନ୍ତର ଏବଂ ନିଯୁକ୍ତି ସହ ଜଡିତ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିଲେ। ଏହି ନିୟମ ଘୋଷଣା ହେବା ପରେ AAP ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ଏହା ପରେ କୋର୍ଟ ଏହି ମାମଲାକୁ ୫…

Read More

ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ। ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର  କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ…

Read More

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମଇଳା ପାଣି ମାଡିବାକୁ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜୟନ୍ତୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ତୋଫାନ ପ୍ରଧାନ ଲୁହା ପାଇପ୍ ରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଉଭୟ ପଡୋଶୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ୨୭୧/୨୩ ଓ ୨୭୨/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିବା ସହ ଆକ୍ରମଣକାରୀ ତୋଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Read More

ଭୁବନେଶ୍ବର: ଆଜି ପ୍ରବଳ ବର୍ଷାରେ ଭୁବନେଶ୍ବରର ଅବସ୍ଥା ସାଙ୍ଘାତିକ ହୋଇପଡିଛି। ରାଜଧାନୀର ବିଭିନ୍ନ ସ୍ଥାନରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ନଦୀ ପରି ପ୍ରବାହିତ ହୋଇଛି। ଆଜି ସକାଳୁ ଲଗାତର ରାତି ପର୍ଯ୍ୟନ୍ତ ଏହି ବର୍ଷା ହେବା ଦ୍ବାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରବଳ ବର୍ଷାରେ ଭୁବନେଶ୍ବରର ଏମସ୍ ପାଚେରୀ ଭୁଷୁଡି ପଡିଛି। ଏହାଦ୍ବାରା ସେଠାରେ ଥିବା ତିନିଜଣ ଆହତ ହୋଇଛନ୍ତି। ଏହି ଖବର ପାଇବା ପରେ ଅଗ୍ନଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିଥିବାର ଜଣାପଡିଛି।

Read More

ଭୁବନେଶ୍ବର: ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଲଗାତର ଦିନତମାମ ଏହି ବର୍ଷା ଲାଗି ରହିବା ଯୋଗୁଁ ରାଜଧାନୀରେ ପ୍ରାୟ ଅନେକ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣିଷ ଫଳରେ କିଛିସମୟ ଧରି ରାଜଧାନୀରେ ଗାଡିମୋଟର ଠପ ହୋଇଯାଇଥିଲା। ରାଜଧାନୀରେ ଏପରି ଅବସ୍ଥା ହୋଇଥିଲା ଯେ, ପୁରା ଜଳଘେରିରେ ଲୋକେ ରହିଥିବାର ଅନୁଭବ ହୋଇଥିଲା। ବିଶେଷ କରି ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଭୀମଟାଙ୍ଗୀ, ରସୁଲଗଡ ପରି ବହୁ ସ୍ଥାନରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଲାଗିରହିଥିଲା। ଏପରିକି ସେହି ପାଣିରେ ଗାଡି ନେଇ ଯିବାକୁ ଯାତ୍ରୀମାନେ ଭୟ କରିଥିଲେ। ସେହିପରି କେତେକ ସ୍ଥାନରେ ଡ୍ରେନ ପାଣି ଉଛୁଳି ରାସ୍ତା ଏପରିକି ଘରେ ଭିତରେ ପଶିଯାଇଥିବା ଜଣାପଡିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଉପରେ ଗାଡି ରାଖିଥିବା ବେଳେ ତାହା ପାଣିରେ ଅଧା ବୁଡିଯାଇଥିବାର…

Read More

ନୂଆଦିଲ୍ଲୀ: ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ଆଜି ସଂସଦରେ ପାରିତ ହୋଇଛି। ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା। ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ବର୍ଷ ପରେ ସଂସଦରେ ସିନେମାଟୋଗ୍ରାମ ସଂଶୋଧନ ବିଲ୍ ଭାବେ ପାରିତ ହୋଇଛି ଏବଂ ଶେଷଥର ପାଇଁ ୧୯୮୪ ରେ ସିନେମାଟୋଗ୍ରାଫ ଆଇନ୍ରେ ସଂଶୋଧନ କରାଯାଇଥିଲା। ଏହି ଐତିହାସିକ ବିଲ୍ର ଲକ୍ଷ୍ୟ ହେଉଛି ପାଇରାସି ବିପଦ ଦ୍ୱାରା ଚଳଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ରୋକିବା। ର୍ନିଦ୍ଦିଷ୍ଟ ଆକଳନକୁ ଆଧାର କରି ଏହି ବ୍ୟବସ୍ଥାରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ଲକ୍ଷ ଟଙ୍କା ଜୋରିମାନା ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚିତ୍ର ପ୍ରସ୍ତୁତି…

Read More

ଭୁବନେଶ୍ୱର: ଆଜି ରାଜଭବନର ନୂତନ ଅଭିଷେକ କକ୍ଷରେ କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ସଂଚାର କରାଏ ସଂସ୍କୃତି। ସଂସ୍କୃତି ମଣିଷକୁ ରୂପାନ୍ତରିତ କରେ। ସଂଶୟରୁ ଶାଶ୍ୱତକୁ ବାଟ କଢ଼ାଏ। ଆତ୍ମବିସର୍ଜନର ପଥ ଉନ୍ମୁକ୍ତ କରେ। ଯେଉଁ ସଂସ୍କୃତିରେ ଶାଶ୍ୱତ ରସ ନାହିଁ, ତାହା ନିରସ ଓ ଅପଭ୍ରଂଶର ଆଧାର। ଅଧ୍ୟାତ୍ମ ଓ ସଂସ୍କୃତିର ମହାମିଳନ ମଣିଷ ପାଇଁ ଈଶ୍ୱରୀୟ ବରଦାନ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ସଭାପତି ଅମ୍ବିକା ପ୍ରସାଦ ଦାସ ଅନୁଷ୍ଠାନର ଇତିହାସ ଓ ଏତିହ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜ୍ୟୋତିର୍ବିଦ୍‌ ପ୍ରଦୀପ କୁମାର ଚୌଧୁରୀ, ଶିକ୍ଷାବିତ୍‌ ସତ୍ୟପ୍ରକାଶ ପଣ୍ଡା, ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।…

Read More

ନୂଆଦିଲ୍ଲୀ: ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। କେବଳ ଏତିକି ନୁହେଁ, ଜସପ୍ରୀତ ବୁମ୍ରାଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଆୟର୍ଲାଣ୍ଡ ଗସ୍ତରେ କେବଳ ଯୁବ ଖେଳାଳି ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଆୟର୍ଲାଣ୍ଡ ଗସ୍ତ ପାଇଁ ରିତୁରାଜ ଗାଇକ୍ଵାଡଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଶେଷରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ ପାଇଁ ଜିତେଶ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ବୁମରାଙ୍କ ବ୍ୟତୀତ ଆଘାତରୁ ସୁସ୍ଥ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ଫେରିଛନ୍ତି। ଦୀର୍ଘ ସମୟ ପରେ ଶିବମ୍ ଦୁବେଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି। ବଡ ଖେଳାଳିମାନଙ୍କୁ ବିଶ୍ରାମ: ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ୧୯୯୮ରେ ଗଂଜାମ ଜିଲ୍ଲା ଛତ୍ରପୁରରେ ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି। ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବାଲୁଗାଁ ଏନଏସି ଠାରେ ନଗରପାଳିକା ସୁକାନ୍ତି ପାଇକରାୟ ଓ ସମସ୍ତ କାଉନସିଲର ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଏନଏସିର ବିଭିନ୍ନ ଅଞ୍ଚଳରେ ବର୍ଷା ଦିନରେ ପାଣି ଜମି ରହିବା ଫଳରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ତେଣୁ ବାଲୁଗାଁ ଏନଏସି ରୁ ସଂକ୍ରମଣ ଜନିତ ରୋଗକୁ ଦୂରୀଭୂତ କରିବା ପାଈଁ ସମସ୍ତ ୱାର୍ଡରେ ମଶା ମରା ଯନ୍ତ୍ରର ତୁରନ୍ତ ବ୍ୟବହାର ପାଇଁ ଉପ ଜିଲ୍ଲାପାଳ ଏନଏସି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ ଭାବେ ୬୯ ଟି, ସାମୁହିକ ଭାବେ ୩ଟି ଦରଖାସ୍ତ ଆସିଥିବା ବେଳେ ସମୁଦାୟ ୭୬ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ତତ୍କାଳୀନ ତିନୋଟି ଆବେଦନର ସମାଧାନ ହୋଇଥିଲା। ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ…

Read More

ଭୁବନେଶ୍ଵର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି। ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି। ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି। ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି। ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ…

Read More