Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ ସଂକ୍ରାନ୍ତରେ ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ
ବିଶେଷ ଖବର

ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ ସଂକ୍ରାନ୍ତରେ ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ  କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଦୃଷ୍ଟିକୋଣ ଅନୁରୂପ ଅଟେ।  ଅମିତ ଶାହ ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ଯୋଦ୍ଧାମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ଦିଆଯିବା ଉଚିତ, ବିଶେଷକରି ରସାୟନିକ ଏବଂ ଆଣବିକ ବିପର୍ଯ୍ୟୟ ଏବଂ ସେଭଳି ବିପର୍ଯ୍ୟୟର ମୁକାବିଲା ଯାହା ବିନା ଚେତାବନୀରେ ଘଟିଥାଏ । ହୋମ ଗାର୍ଡ ସ୍ୱେଚ୍ଛୋସେବୀମାନଙ୍କୁ ଦକ୍ଷ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ଉଚିତ ବୋଲି ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବାଦ୍‍ ରାଜ୍ୟରେ ପ୍ରତିଷ୍ଠିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ପ୍ରତିଷ୍ଠା କରିବା ପାଇଁ ବଜେଟ୍‌ରୁ ନିୟମିତ ଅର୍ଥ ପ୍ରଦାନ କରାଯିବା ଉଚିତ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଜୋର ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଏସଓପି ଗୁଡିକୁ ଗ୍ରହଣ କରିବା ଉଚିତ ଏବଂ ବଜ୍ରପାତ, ଗ୍ରୀଷ୍ମ ପ୍ରଦାହ ଏବଂ ଜଙ୍ଗଲ ଅଗ୍ନିକାଣ୍ଡରୁ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି ଏବଂ ନିରାକରଣ ପାଇଁ ପ୍ରୟାସ କରିବା ଉଚିତ । ବିପର୍ଯ୍ୟୟ ସମୟରେ ପଶୁମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମ୍ୟ ସ୍ତରର ସ୍ୱେଚ୍ଛାସେବୀ ତଥା ସମଗ୍ର ରାଜ୍ୟ ପ୍ରଶାସନିକ କଳକୁ ପ୍ରଶଂସା କରିଛନ୍ତି ।

ବାମପନ୍ଥୀ ଉଗ୍ରବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପ ଅନୁରୂପ ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବାମପନ୍ଥୀ ଉଗ୍ରବାଦକୁ ମୂଳପୋଛ କରିବା ପାଇଁ କେନ୍ଦ୍ରୀୟ ବାହିନୀର ସହାୟତା ନେଇ ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଡକ ଏବଂ ଯୋଗାଯୋଗ ନେଟୱାର୍କକୁ ମଜବୁତ କରିବାରେ ବିଶେଷ କରି ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆମେ ଯୋଗାଯୋଗ, ଶିକ୍ଷା ଏବଂ ରୋଜଗାରର ଅନୁପସ୍ଥିତି ଭଳି ସମସ୍ତ ସମସ୍ୟାର ସମାଧାନ କରିବା ଉଚିତ ଯାହାକି ଏଲଡବ୍ଲୁଇ ର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟ ମଧ୍ୟ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କଣ୍ଟ୍ରୋଲ ଦୋକାନ ପ୍ରତିଷ୍ଠା, ସଡକ ର୍ନିମାଣ ଏବଂ ବିଦ୍ୟୁତ୍‍ ଯୋଗାଣ ପାଇଁ ଅର୍ଥ ବିନିଯୋଗ ଉପରେ ବିଚାର କରିବା ଉଚିତ ।

କେନ୍ଦ୍ର ଗୃହ ମନ୍ତ୍ରୀ ବାମପନ୍ଥୀ ଉଗ୍ରବାଦ ବିପର୍ଯ୍ୟୟ ପରିଚାଳନା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026

ମୋଦୀଙ୍କ ପୂର୍ବରୁ ଆଉ କେଉଁ ସରକାର ସୁନା ନ କିଣିବାକୁ କରିଥିଲେ ନିବେଦନ, ଜାଣନ୍ତୁ

May 12, 2026

ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 11, 2026
Latest News

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ

May 12, 2026

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା

May 12, 2026

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମୃତ

May 12, 2026

ବାଲିଅନ୍ତା ହତ୍ୟା ଘଟଣା : ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

May 12, 2026

ଝାରସୁଗୁଡା ପୋଲିସର ଏନକାଉଣ୍ଟର : ଦୁଇ ଅପରାଧୀ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.