Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ
ଆଞ୍ଚଳିକ

ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ

August 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ୫୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜଳବନ୍ଦୀ ସମସ୍ୟା ପାଇଁ ସଦାବେଳେ ଏହା ସମାଲୋଚିତ ହୋଇଆସୁଛି। ଏନଏସି ଦେଇ ଯାଇଥିବା ମୁଖ୍ୟ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି।

ତେବେ ଏ ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଗତବର୍ଷ ଦୋଳ ବେଦି ଛକରୁ ପଲଟନ ପଡିଆ ପର୍ଯ୍ୟନ୍ତ ଏକ ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ଅଦ୍ୟାବଧି ତାହା ମଧ୍ୟ ହୋଇପାରି ନାହିଁ। ଉକ୍ତ ଡ୍ରେନେଜ ନିର୍ମାଣ ପାଇଁ ବ୍ୟୟ ଅଟକଳ ସରକାରଙ୍କ ପକ୍ଷରେ ଅନୁମୋଦନ ପାଇଁ ପଡ଼ି ରହିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କେବଳ ବିଧାରପୁର ଛକରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ବିଧାରପୁର ଛକଠାରୁ ସାନ କେନାଲ(୨୨୦ମିଟର) ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଚାରି ଫୁଟର ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଆଜି ଜବରଦଖଲ ଉଛେଦ ଅଭିଯାନ ଜାରି ରହିଥିଲା। ପୂର୍ତ୍ତବିଭାଗର ଅନୁରୋଧ କ୍ରମେ ତହସିଲଦାର ଓ ସ୍ଥାନୀୟ ଆଇଆଇସିଙ୍କ ଉପସ୍ଥିତିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଉକ୍ତ ଜବରଦଖଲ ଉଛେଦ କରାଯାଇ ଥିଲା।

ତେବେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଗତ ଦୁଇ ବର୍ଷ ତଳେ ସମାନ ସମସ୍ୟାକୁ ଏଡାଇବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ପାଖପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ବିଧାରପୁର ଛକରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା ଯାହାକି ମାତ୍ର ଏକ ମାସ ପରେ ପୁନଶ୍ଚ ଜବରଦଖଲ ହୋଇଯାଇଥିଲା।

ତେଣୁ ବାରମ୍ବାର ପକ୍କା ଡ୍ରେନ ନିର୍ମାଣ ନକରି କେବଳ ତାଳିପକା ଡ୍ରେନ ନିର୍ମାଣ ଫଳରେ ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟର୍ଥ ବ୍ୟୟ ହେଉଛି। ବିଧାରପୁର ଛକକୁ ବାଦ ଦେଲେ ମଧ୍ୟ ସହରର ଥାନା, ପୁରୁଣା ଏନଏସି କାର୍ଯ୍ୟାଳୟ ସମ୍ମୁଖ , ମେଡିକାଲ ଛକ, ନୂତନ ଏନଏସି କାର୍ଯ୍ୟାଳୟ ସମ୍ମୁଖ , ଗାଲୁଆ ଛକ, ଚିଆଙ୍କ ସାହି ଛକ ଆଦି ସ୍ଥାନରେ ବରାବର ବର୍ଷା ଜଳ ଜମି ରହୁଛି।

ତେବେ ଉକ୍ତ ସ୍ଥାନରେ ମଧ୍ୟ ଡ୍ରେନେଜ ସୁବିଧା କରାନଗଲେ ବାଣପୁର ସହର ପୁନଶ୍ଚ ଜଳମଗ୍ନ ହେବ l ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ମୁଖ୍ୟ ରାସ୍ତା ସମେତ ୱାର୍ଡ ୱାରୀ ପକ୍କା ଡ୍ରେନେଜ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

banpur ବାଣପୁର ଏନଏସି ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.