ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା ଯାହାକି ସାଧାରଣରେ ଚିତାଲାଗି ଅମାବାସ୍ୟା ନାମରେ ଖ୍ୟାତ। ଏହି ପର୍ବ ଓଡିଶାର ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପୀଠରେ ମଧ୍ୟ ଏହା ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ମଧ୍ୟ ଆଜି ଚିତାଲାଗି ଅମାବାସ୍ୟା ପାଳନ କରାଯାଇଛି। ଭୋର ପାଞ୍ଚ ଘଟିକା ସମୟରେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ସୂର୍ଯ୍ୟପୂଜା ଓ ଗୋପାଳ ବଲ୍ଳଭ ପରେ ୧୨ ଘଟିକାରେ ମଧ୍ୟାହ୍ନ ଧୂପ ହୋଇଥିଲା। ପ୍ରଭୁ ରଙ୍କନାଥଙ୍କ ପୂଜକମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ରଙ୍କନାଥଙ୍କୁ ଲାଗି କରାଯାଇ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ କରାଯାଇଥିଲା। ପ୍ରଭୁଙ୍କୁ ଏହି ଦିନ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ପ୍ରଚଳିତ ଅଛି। ତେଣୁ ପ୍ରଭୁଙ୍କର ଦର୍ଶନ…
Author: Samikhsya Bureau
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜଣେ ବଡ଼ ନେତା ନିକଟରେ ଭାରତୀୟ ଜନତା ପାର୍ଟି ଛାଡି ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ। ଏହା ପରେ ଦଳ ପୂର୍ବତନ ବିଜେପି ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି। ବିଶ୍ୱାସ କରାଯାଏ ଯେ, ମାନହାନିର ଏହି ଦାବି ହେଉଛି ବିଜେପିର ଏକ ଡ୍ୟାମେଜ କଣ୍ଟ୍ରୋଲ ପଦକ୍ଷେପ। ଯେଉଁଥିପାଇଁ ଦଳ ଛାଡୁଥିବା ନେତାମାନଙ୍କୁ ରୋକାଯାଇପାରିବ। ମାମଲା ଜୁଲାଇ ୧୧ ତାରିଖର ଅଟେ। ରାଜ୍ୟରେ ବିଜେପି ଏବଂ ପିଡିପି ସରକାର ସମୟରେ ପିଡିପି କୋଟାରୁ ଏମଏଲସି ଥିବା ସୁରେନ୍ଦ୍ର ଚୌଧୁରୀ ପୂର୍ବରୁ ପିଡିପି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ସେ ଜୁଲାଇ ୧୧ ତାରିଖରେ ବିଜେପି ଛାଡି ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ପାର୍ଟିରେ ଯୋଗ ଦେଇଥିଲେ। ସୁରେନ୍ଦ୍ର ଚୌଧୁରୀ ଜମ୍ମୁର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରୁ ଆସନ୍ତି। ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା ଏହି ଅଞ୍ଚଳର ପୂର୍ବତନ ବିଧାୟକ।…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ସୀମା ହାଇଦର ମଧ୍ୟ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହୋଇଛି। ଏଥି ସହ ୟୁପି ଏଟିଏସ୍ ଟିମ୍ ପାକିସ୍ତାନୀ ବାସିନ୍ଦା ସୀମା ହାଇଦରଙ୍କୁ ଗିରଫ କରିଛି ଏବଂ ଏଟିଏସ୍ ଏକ ଗୁପ୍ତ ସ୍ଥାନରେ ସୀମା ହାଇଦରଙ୍କୁ ପଚରାଉଚରା ଆରମ୍ଭ କରିଛି। ସୀମା ହାଇଦର ଆରମ୍ଭରୁ ଏଟିଏସର ରାଡାରରେ ଥିଲେ, ସେ ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ନେପାଳ ଦେଇ ଭାରତ ଆସିଥିଲେ। ବର୍ତ୍ତମାନ ହ୍ଵାଟସ୍ ଆପ୍ ଚାଟ୍ ଏବଂ ସମସ୍ତ ପ୍ରମାଣ ଆଧାରରେ ଏଟିଏସ୍ ଟିମ୍ ଅଧିକ ଅନୁସନ୍ଧାନ କରିବ। ଏହା ସହିତ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି ଏବଂ ଜାଣିବାକୁ ମିଳିଛି ଯେ, ସୀମାର ଦାଦା ପାକିସ୍ତାନୀ ସେନାରେ ଜଣେ ସୁବେଦାର ଏବଂ ସୀମାଙ୍କ ଭାଇ ଜଣେ ପାକିସ୍ତାନୀ ସସୈନିକ। ଭାରତର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି। https://twitter.com/narendramodi/status/1680821243115868160?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680821243115868160%7Ctwgr%5E382d0dfc03f5f0fb6537cda96b525628eb727995%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1940149 ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁତ୍ଥାନ ହେଉଥିବା ଜାଣି ଖୁସି ଏବଂ ଏହା ଏବେ ଦୀର୍ଘବର୍ଷ ପରେ ବିଶ୍ୱ ସମ୍ମୁଖକୁ ଆସୁଛି! ଏହା ଆମ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳର ପ୍ରମାଣ। ଆମ ସମୃଦ୍ଧ ଐତିହ୍ୟ ପାଇଁ ଏହା ଏକ ବଡ଼ ଖବର।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ। ଆମ ଆଥଲେଟମାନେ ୨୭ଟି ପଦକ ଜିତିଛନ୍ତି ଯାହା କି ଚାମ୍ପିୟନଶିପର ଏକ ସଂସ୍କରଣରେ ବିଦେଶ ମାଟିରେ ସର୍ବାଧିକ। ଏହି ସଫଳତା ପାଇଁ ଆମ ଆଥଲେଟମାନଙ୍କୁ ଅଭିନନ୍ଦନ। ଏହା ଆମକୁ ଗୌରବାନ୍ୱିତ କରେ।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ଗାଲା ଡିନରରେ ମହିଳା ଲିଡରଙ୍କ ଫଟୋ ସେୟାର କରିଛନ୍ତି। https://twitter.com/narendramodi/status/1680820728239906818?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680820728239906818%7Ctwgr%5Eca0232de38072f4fd47c5c92611615538c7f20c1%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1940148 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ବେଶ୍ ପ୍ରେରଣାଦାୟକ କ୍ଲିକ୍, ଯାହା କି ଦୁନିଆର ଭବିଷ୍ୟତକୁ ଆକାର ଦେବା ପାଇଁ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜାଗର କରୁଛି।’
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। ନିକଟରେ ଜିଲ୍ଲା ପୋଲିସର ୧୦ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବାରୁ ବିଭିନ୍ନ ଥାନା ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ପୁର୍ବରୁ ଏକାଧିକ ଥାନାରେ ନୂତନ ଆଇଆଇସି ନିଯୁକ୍ତି ସରିଥିବା ବେଳେ ଆଜି ଖାଲି ପଡ଼ିଥିବା ଅନ୍ୟ ଥାନା ମାନଙ୍କରେ ନୂତନ ଆଇଆଇସି ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ। ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରାଙ୍କୁ ଟାଙ୍ଗୀ ଥାନା ଆଇଆଇସି, ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ବୋଲଗଡ଼ ଥାନା ଆଇଆଇସି, ସୁଚିତ୍ରା ଜେନାଙ୍କୁ ନିରାକାରପୁର ଥାନା ଆଇଆଇସି ଓ ସ୍ନିଗ୍ଧାମୟୀ ବରାଳଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଭାବେ ନୂତନ ନିଯୁକ୍ତି ଦିଆଯାଇଥିବା ବେଳେ ଟାଉନ ଥାନା ଅତିରିକ୍ତ ଆଇଆଇସି ବନବିହାରୀ ପ୍ରଧାନଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ…
ଭୁବନେଶ୍ଵର: ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ଯେପରି ସେମାନେ ଆହରଣ କରିଥିବା ଜ୍ଞାନ ସମାଜକୁ ଆଲୋକିତ କରିବ। ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ଆକ୍ଟ,୧୯୫୬ର ଧାରା-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବହୁବିଧ କ୍ୟାମ୍ପସ ବିଶିଷ୍ଟ ସୋଆରେ ୧୫୦୦୦ ରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୭ ବର୍ଷରେ ପାଦ ଥାପିଥିବା ସୋଆ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା…
ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ମେୱାଡ଼ କିମ୍ବା ଉଦୟପୁର ଡିଭିଜନର ଆଦିବାସୀ ଭୋଟରଙ୍କ ଉପରେ ବିଜେପି ଏବଂ କଂଗ୍ରେସର ନଜର ରହିଛି। ଦଳଗୁଡିକ କେବଳ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଆଦିବାସୀ ଗୋଷ୍ଠୀ ଖୋଲାଖୋଲି ଭାବେ ଆଗକୁ ଆସି ଏକ ନୂତନ ଦଳ ଘୋଷଣା କରିଛନ୍ତି। ପ୍ରାୟ ୩ ଲକ୍ଷ ଆଦିବାସୀ ବାଂଶୱାଡାର ମାନଗଢରେ ଗୋଟିଏ ଦିନ ପୂର୍ବରୁ ଏକ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଆଦିବାସୀମାନେ ମଧ୍ୟ ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ବିଜେପି ଏବଂ କଂଗ୍ରେସ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି, କାରଣ ଏହି ଆସନଗୁଡ଼ିକ ସିଧାସଳଖ ଆଦିବାସୀ ଭୋଟରଙ୍କ ଦ୍ୱାରା ପରିଚାଳିତ ହେଉଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ବିଧାୟକ ରାଜ କୁମାର ରୋଟ କ’ଣ କହିଛନ୍ତି ଜାଣନ୍ତୁ। ଭାରତୀୟ ଟ୍ରାଇବଲ ପାର୍ଟିରେ ବର୍ତ୍ତମାନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କ ଶିଳାନ୍ୟାସକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ବିଗତ କିଛି ଦିନ ମଧ୍ୟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ହୋଇଛି। ଏହି ପାର୍କଗୁଡିକ ମହାରାଷ୍ଟ୍ରର ଅମରାବତୀ ଓ ଗୁଜରାଟର ନବସାରିରେ ନିର୍ମାଣ ହେବ। ଏଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।”
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜର ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା ଦିଗରେ ହକାଥନକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସର୍ବଭାରତୀୟ ବୈଷୟିକ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ବୈଷୟିକ ବିଶ୍ୱବିଦ୍ୟାଳୟ(ଏନଟିୟୁ) ପକ୍ଷରୁ ଏହି ହକାଥନର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସମାଧାନ ସୃଷ୍ଟି କରିବା ପାଇଁ ସହଯୋଗ କରୁଥିବା ହକାଥନର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ହକାଥନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ସହ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, “ଭାରତ କ’ଣ ଏହି ଦଶକର ଉଦୀୟମାନ ବଜାର ହୋଇପାରିବ?” ଶୀର୍ଷକ କ୍ୟାପିଟାଲ ଗ୍ରୁପର ନିବନ୍ଧ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଯୁବପୀଢି ଓ ଉଦ୍ୟୋଗୀମାନଙ୍କୁ ଏହି ୯ଟି ପଏଣ୍ଟ ଆକର୍ଷକ ଲାଗିବ। ଏବଂ ହଁ, ଭାରତ ଆହୁରି ଅଧିକ ପ୍ରଗତି କରିବାର ଦୃଢ ଇଚ୍ଛା ସହ ବିଶ୍ୱରେ ଏକ ଉଜ୍ଜ୍ୱଳ ସ୍ଥାନ।”
ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଟମାଟୋର ମୂଲ୍ୟ ଅସ୍ବାଭାବିକ ଭାବରେ ଅଧିକ ଥିଲା। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ କାରଣରୁ ଟମାଟୋର ପାଇକାରୀ ମୂଲ୍ୟ ହ୍ରାସ ହୋଇଛି। ଟମାଟୋର ପାଇକାରୀ ମୂଲ୍ୟ କିଲୋ ପିଛା 90 ଟଙ୍କା କରାଯିବ। ସାରା ଦେଶରେ 500 ରୁ ଅଧିକ ସ୍ଥାନରେ ସ୍ଥିତିର ପୁନଃ ଆକଳନ କରିବା ପରେ ରବିବାର 16 ଜୁଲାଇ 2023 ରେ ଏହାକୁ କିଲୋ ପିଛା 80 ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନାଫେଡ୍) ଏବଂ ରାଷ୍ଟ୍ରୀୟ ଖାଉଟି ସହକାରୀ ସଂଘ (ଏନସିସିଏଫ୍) ମାଧ୍ୟମରେ ଦିଲ୍ଲୀ, ନଏଡା, ଲକ୍ଷ୍ମୌ, କାନପୁର, ବାରଣାସୀ, ମୁଜାଫରପୁର ଏବଂ ଆରାର ବିଭିନ୍ନ ସ୍ଥାନରେ ଆଜି ଠାରୁ ବିକ୍ରି ଆରମ୍ଭ କରାଯାଇଛି। ବର୍ତ୍ତମାନ ବଜାର ମୂଲ୍ୟ ଆଧାରରେ କାଲି ଠାରୁ ଏହି ବିକ୍ରିର ସଂପ୍ରସାରଣ ଆହୁରି ଅଧିକ ସହରକୁ କରାଯିବ। ଭାରତ ସରକାର ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା…
ଭୁବନେଶ୍ୱର: ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହର ମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡିଶା ଲଳିତ କଳା ଏକାଡେମୀର ଏଭଳି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦିଲୀପ କୁମାର ରାଉତରାୟ, ଚେନ୍ନାଇର ବିଶିଷ୍ଟ କବି, କଳା ସମୀକ୍ଷକ ଓ ଅନୁବାଦକ ଶ୍ରୀଯୁକ୍ତ ଇନ୍ଧ୍ରନ ରାଜେନ୍ଦ୍ରନ ଓ ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ…
ଭୁବନେଶ୍ୱର: କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ। ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି। ଏହି ଦୃଷ୍ଟିରୁ ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଚକ୍ରଧର ବେହେରାଙ୍କୁ ଏକାଧାରରେ ଜଣେ ଦୂରଦ୍ରଷ୍ଟା, ବିପ୍ଳବୀ, ଦରିଦ୍ରର ବନ୍ଧୁ, ବ୍ୟବସ୍ଥାପକ, ସଂଗଠକ ତଥା ଯୁଗପୁରୁଷ ଭାବେ ଅଭିହିତ କରିଥିଲେ। କନିକା ଜନଆନ୍ଦୋଳନକୁ ଅର୍ଦ୍ଧଶତାବ୍ଦୀ ଧରି ସଂଗଠିତ କରିବାରେ ବିପ୍ଳବୀ ଚକ୍ରଧର ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିଥିଲେ। କନିକା ପ୍ରଜାଙ୍କ ହିତ ପାଇଁ…
ରାୟପୁର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଓଡ଼ିଆ ଆତ୍ମଜୀବନୀ ପୁସ୍ତକର ‘ସଂଗ୍ରାମ ସରିନାହିଁ’ର ଇଂରାଜି ଅନୁବାଦ ପୁସ୍ତକ ‘ବ୍ୟାଟେଲ୍ ନଟ୍ ୟେଟ୍ ଓଭର’ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଂଟରନ୍ୟାସ୍ନାଲ ସେଂଟରର, ସି.ଡି. ଦେଶମୁଖ ଅଡ଼ିଟୋରିୟମ ଠାରେ ମହାସମାରୋହରେ ଉନ୍ମୋଚିତ ହୋଇସାରିଛି। ଉକ୍ତ ପୁସ୍ତକ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଛାତ୍ରରାଜନୀତି ଠାରୁ ଆରମ୍ଭ କରି ତାଙ୍କର ସଂଗ୍ରାମରତ ମହତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଉପସ୍ଥାପନା ପୁସ୍ତକକୁ ଆକର୍ଷଣୀୟ କରିଛି। ଜରୁରିକାଳୀନ ଅବସ୍ଥା ବେଳେ ଓଡ଼ିଶା ତଥା ଭାରତୀୟ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ଅନୀତି ବିରୋଧରେ ତାଙ୍କର ସ୍ୱର ଉତୋଳନ ଓ ପଦଦଳିତ ହୋଇଥିବା ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତାଙ୍କ ଲଢ଼େଇ ଅଭିପ୍ରେତ ବୋଲି ପୁସ୍ତକରେ ସୂଚିତ ହୋଇଛି। ସେହିପରି ରାଜନୀତିରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ପାଇଁ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ତାଙ୍କ ରାଜନୈତିକ ଜୀବନର ଲକ୍ଷ ପୂରଣ ହୋଇଛି ବୋଲି ବର୍ଣ୍ଣିତ ହୋଇଥିବା…
ନୂଆଦିଲ୍ଲୀ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା। ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି…
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…
ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭକାମନା ଜଣାଇଥିବାରୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ବାସ୍ତବରେ ଚନ୍ଦ୍ରଯାନର ସଫଳତା ସମଗ୍ର ମାନବିକତା ପାଇଁ ଶୁଭଙ୍କର।’
ମୁମ୍ବାଇ: ଟିଭି ଦୁନିଆରେ ଲାଲୀ ଭାବରେ ଜଣାଶୁଣା ରତନ ରାଜପୁତ ଆଜି ମଧ୍ୟ ବହୁତ ସକ୍ରିୟ ରହିଛନ୍ତି। ସେ ସୋସିଆଲ ସାଇଟରେ ଲୋକ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି। ନିକଟରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ଦିନରେ ଘଟିଥିବା କାଷ୍ଟିଂ କାଉଚ୍ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଜଣେ ବଡ ନିର୍ଦ୍ଦେଶକ ତାଙ୍କ ଫାଇଦା ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଖସି ପଳାଇଥିଲେ। ଅଗଲେ ଜନମ ମୋହେ ବେଟିୟା ହି କିଜୋ ଅଭିନେତ୍ରୀ ରତନ କହିଛନ୍ତି ଯେ, “ମୁଁ କାଷ୍ଟିଂ କାଉଚକୁ ଉଦ୍ଦେଶ୍ୟ ବୋଲି କହିବି। ବର୍ତ୍ତମାନ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ଆବଶ୍ୟକ। ମୁଁ ୟୁଟ୍ୟୁବରେ ଅଛି, ମୋତେ ବହୁତ ମେଲ୍ ମିଳିଥାଏ। ମୁଁ ଚାହୁଁଛି ଯୁବ ପିଢୀ ସତ୍ୟ ଜାଣନ୍ତୁ। ଯଦି ଇଣ୍ଡଷ୍ଟ୍ରିରେ ଏହିପରି ଚାରିଜଣ ଲୋକ ଅଛନ୍ତି, ଏହାର ଅର୍ଥ ନୁହେଁ ଯେ ସମଗ୍ର ଇଣ୍ଡଷ୍ଟ୍ରି ଖରାପ ଅଟେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ଜାନୁଆରୀ ୨୦ ତାରିଖରେ ଏକ ସଂଘବଦ୍ଧ ଆକ୍ରମଣରେ ବେଗୁନିଆ ପଡ଼ା ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ପଙ୍କଜଙ୍କ ସ୍ତ୍ରୀଙ୍କ ଏତଲା କ୍ରମେ ପୋଲିସ ସେତେବେଳେ ୪ ଜଣଙ୍କୁ ଗିରଫ କରିଥିଲା ଓ ବର୍ତ୍ତମାନ ଆଉ ୩ ଜଣ କାଳୁ ଗୌଡ଼ ଓ ଭାଗ୍ୟ ଗୌଡ଼ଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩ ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ ଗୌଡ଼। ପଙ୍କଜ ଙ୍କ ସ୍ତ୍ରୀ ଝିଲି ଗୌଡ଼ଙ୍କ ଏତଲା ନଂ ୧୭/୨୩ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିଲା।

