କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ କିଛି ଦିନ ତଳେ ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନୀ ଦିଲେଶ୍ଵର ପାତ୍ରଙ୍କୁ ଏକ ଅଜଣା ମୋବାଇଲ ଫୋନରୁ ଫୋନ୍ କରି କିଛି ଯୁବକ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ମଧ୍ୟ ରାତ୍ରୀରେ କିଛି ଯୁବକ ଆସି ସେଠି ବୋମାମାଡ କରି ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦିଲେଶ୍ଵର ପାତ୍ରଙ୍କ ଠାରୁ ଏତଲା ଗ୍ରହଣ କରିଥିଲେ। ପୋଲିସ ଏସ୍ ଆଇ ସମୀର ସେଠୀଙ୍କ ନେତୃତ୍ଵରେ ଛାନବିନ ଆରମ୍ଭ କରି ପ୍ରଥମେ ଜାଲ୍ ସିମ୍ ଦେଇଥିବା ଦୋକାନୀ ମାଲିକଙ୍କୁ ଧରି ଜେରା କରିଥିଲେ ଓ ପରବର୍ତ୍ତୀ ସମୟରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅପରାଧୀ ମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୩ ଟି ଜୀବନ୍ତ ଗୁଳି, ଦୁଇଟି ବୋମା, ଗୋଟିଏ ମୋବାଇଲ ଫୋନ ଓ…
Author: Samikhsya Bureau
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ବାରା ଧରାପଡ଼ି ଫୁଲବାଣୀ ଥାନାରେ ଅଟକ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ମହାନଦୀ ସୁରୁଣ୍ଡି ବାଲିଘାଟର ଲିଜ୍ ଧାରୀ ଶରତ ବେହେରାଙ୍କୁ ଥାନା ଅଧିକାରୀ ପୁଷ୍ପଲତା କୌଣସି କାରଣରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତଦନୁଯାୟୀ ଶରତ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଅବଗତ କରାଇବା ପରେ ବିଭାଗ ପକ୍ଷରୁ ଆଜି ଶରତଙ୍କ ଠାରୁ ଥାନା ଅଧିକାରୀ ନଗଦ ଏକ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲାବେଳେ ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରି ଥାନା ଅଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଏକ ମକଦ୍ଦମା ରୁଜୁ କରି ଫୁଲବାଣୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ମିଳଛି। ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଯଥା: ଜମି ରେକର୍ଡ଼ଗୁଡ଼ିକର କମ୍ପ୍ୟୁଟରୀକରଣ, ଭୂ- ନକ୍ସାର ଡିଜିଟାଇଜେସନ, ଭୂ-ନକ୍ସା ସହିତ ଖତୀୟାନର ସଂଯୋଗୀକରଣ, ଜମି ପଞ୍ଜିକରଣର କମ୍ପ୍ୟୁଟରୀକରଣ, ରାଜସ୍ୱ ଓ ଉପ-ନିବନ୍ଧକଙ୍କ କାର୍ଯ୍ୟ୍ୟାଳୟ ଦ୍ୱାରା ଜମି ରେକର୍ଡ଼ ସହିତ ପଞ୍ଜିକରଣ ଏକକୀକରଣ, ଆଧୁନିକ ଅଭିଲେଖାଳୟରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ୨୦୨୩ ଦିନ ନୂଆ ଦିଲ୍ଲୀ ବିଜ୍ଞାନ ଭବନ, ପ୍ଲେନେରୀ ଗୃହ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବାଲିଅନ୍ତା ତହସିଲଦାର ବିମଲ କୁମାର ଲେଙ୍କା, ବାଲିପାଟଣା ତହସିଲଦାର ବୁଲବୁଲ ବେହେରାଙ୍କୁ ଭୂ- ସମ୍ମାନ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ ଖରିଫ ବିପଣନ ଋତୁରେ ଏଫସିଆଇ ୯ ଲକ୍ଷ ୧୭ ହଜାର ୬୫୧ ମେଟ୍ରିକ୍ ଟନ୍ରୁ ଅଧିକ ଚାଉଳ ସଂଗ୍ରହ କରିଥିଲା। ସେହିପରି ୨୦୨୦-୨୧ ଏବଂ ୨୦୧୯-୨୦ ଖରିଫ ବିପଣନ ଋତୁରେ ଯଥାକ୍ରମେ ୧୮ ଲକ୍ଷ ୯୯ ହଜାର ୪୯୦ ମେଟ୍ରିକ୍ ଟନ୍ ଏବଂ ୧୭ ଲକ୍ଷ ୧୫ ହଜାର ୧୦୮ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିକେନ୍ଦ୍ରିକୃତ କ୍ରୟ (ଡିସିପି) ରାଜ୍ୟ ମାନ୍ୟତା ଲାଭ କରିଛି ଯେଉଁଠାରେ ରାଜ୍ୟ…
ନୂଆଦିଲ୍ଲୀ: ମଣିପୁରରେ ହିଂସା ମଧ୍ୟରେ ବୁଧବାର ଦିନ ଦୁଇ ମହିଳାଙ୍କୁ ବର୍ବରତା କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଅନେକ ପ୍ରଶ୍ନ ଉଠାଇଛି ଏବଂ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ନେତା ‘INDIA’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ନେତା ଆସନ୍ତା ସପ୍ତାହ ଶେଷରେ ମଣିପୁର ଯାଇପାରନ୍ତି। ସୋମବାର ଦିନ ସଂସଦରେ ବିରୋଧୀ ଦଳର ବୈଠକରେ ତାରିଖର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମଣିପୁର ଯିବାକୁ ସୂଚିତ କରିଛନ୍ତି। ଟିଏମସି ମୁଖ୍ୟ ବାନାର୍ଜୀ ଗୁରୁବାର ଦିନ କହିଛନ୍ତି ଯେ, ସେ ମଣିପୁର ଗସ୍ତ ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ସୂଚନାନୁସାରେ, ସେ ମଣିପୁର ଯିବା ବିଷୟରେ ଆଜି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ କଥା ହୋଇଥିଲେ।
ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍କିଆ ଥାନା କଲରାଝର ଗ୍ରାମର ବିରାଟ କେଶରୀ ବାରିକ (୩୬) ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ବୋଲଗଡ ଥାନା କାନପୁର ଗ୍ରାମରେ ଏକ ସ୍କୁଟି ଯୋଗେ ଦେଶୀ ମଦ ଚାଲାଣ କରୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅବକାରୀ ବିଭାଗ ୧୦୫ ଲିଟର ଦେଶୀ ମଦ ଓ ସ୍କୁଟି ଜବତ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଏସି, ଏଲଇଡି ଟିଭି, ବ୍ୟାଟାରୀ, ଇନଭଟର, ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଜଣାପଡିଛି। ସକାଳେ ମେଡ଼ିକାଲ କର୍ମଚାରୀ ମାନେ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହଜ ବଜାରର ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଜଙ୍କିଆ: ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାୟା ଛକରୁ ଗୋଟିଏ ବିଦେଶୀ ମଦ ବୋଝେଇ ବୋଲେରୋ ଜଙ୍କିଆ ପୋଲିସ୍ ଜବତ କରିଛି। ଏହି ମଦ ରାମେଶ୍ୱରରୁ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିଲା। ଉକ୍ତ ବୋଲେରୋ ରୁ ୪୨୪ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଟାଧାରୀ ମଙ୍ଗରାଜ ଗିରଫ ହୋଇଥିବାର ସୂଚନା ମିଳିଛି। ଉକ୍ତ ଚଢାଉରେ ଜଙ୍କିଆ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଓ ତାଙ୍କ ଟିମ ସାମିଲ ଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଏକ ପରିବା ଦୋକାନ ଠାରୁ ଲୁଟ ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏତଦବ୍ୟତୀତ ୫ ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ବାବଦକୁ କୋର୍ଟ ୧ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶ ଯେ, ବାଣପୁର ଥାନା ଅନ୍ତର୍ଗତ ଦାସରଥପୁର ଗ୍ରାମର ସଜନୀ ନାୟକ ବାଲୁଗାଁ ବଜାରରେ ଏକ ପରିବା ଦୋକାନ କରି ନିଜ ଝିଅମାନଙ୍କୁ ଧରି ଚଳୁଥିଲେ। ଡିସେମ୍ବର ମାସ ୧୩ ତାରିଖ ୨୦୨୨ ରେ ଦିବା ୧୧ ଘଟିକା ସମୟରେ ପାଟଣା ସାହିର ଚନ୍ଦନ ଘଡୁଆଳ ନାମକ ଜଣେ ଯୁବକ ଦୋକାନ ଭିତରେ ପସି ଟଙ୍କା ବାକ୍ସ ଭିତରେ ରଖିଥିବା ୩,୫୦୦ ଟଙ୍କା ଝାମ୍ପିନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସଜନୀ ଚିତ୍କାର କରିବାରୁ ବାଲୁଗାଁ ଥାନାର ପୋଲିସ ବାବୁ ଓ ସ୍ଥାନୀୟ ଲୋକମାନେ ଲୁଟେରାକୁ କାବୁ କରିନେଇଥିଲେ। ଏ…
ନୂଆଦିଲ୍ଲୀ: ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟ ରାୟ ଦେଇଛନ୍ତି। ବିବାଦୀୟ ଅଂଶ ବ୍ୟତୀତ ASI ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି, ସମଗ୍ର କ୍ୟାମ୍ପସର ASI ସର୍ଭେକୁ ଅନୁମୋଦନ କରାଯାଇଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, କୋର୍ଟ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋର ଆବେଦନ ଗ୍ରହଣ କରାଯାଇଛି। ASI ଏହି ସର୍ଭେ ରିପୋର୍ଟକୁ ଜିଲ୍ଲା ଜଜଙ୍କୁ ଅଗଷ୍ଟ ୪ ତାରିଖରେ ପ୍ରଦାନ କରିବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୨୨ ଜୁଲାଇ, ୨୦୨୩ ପୂର୍ବାହ୍ନ ୧୦.୩୦ ରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର /କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତିରେ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ ବିଭାଗ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ / ବିଭାଗରେ ଯୋଗଦେବେ। ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା…
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୭.୨୦୨୩) ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍ବୋଧନ ଦେଇଛନ୍ତି। ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ। ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ ଭଲ ପାଇବେ ବୋଲି ସେ ଆଶା କରିଥିଲେ। ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି। ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ତଥା ସାଂସଦ ଜୟନ୍ତ ଚୌଧୁରୀଙ୍କ ବିବୃତ୍ତି ୟୁପି ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖୁବ ଶୀଘ୍ର ସଂସଦ ଭିତରେ ରହିବେ। ବର୍ତ୍ତମାନ ତାଙ୍କ ବିବୃତ୍ତିରୁ କଳ୍ପନାଜଳ୍ପନା କରାଯାଉଛି ଯେ, ଚନ୍ଦ୍ରଶେଖର ଆଜାଦ ଏସପି-ଆରଏଲଡି ମିଳିତ ମେଣ୍ଟରେ ଆରଏଲଡି ଟିକଟରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଚନ୍ଦ୍ରଶେଖର ଆଜାଦ ସହାରନପୁର ଆସନରୁ ଆରଏଲଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ପଶ୍ଚିମ ୟୁପିର ଅନେକ ଆସନ ଉପରେ ଆରଏଲଡିର ପ୍ରଭାବ ରହିଛି ଏବଂ ଆରଏଲଡି ମଧ୍ୟ ଏହି ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇପାରେ। ତେବେ ଏପର୍ଯ୍ୟନ୍ତ ଏସପି-ଆରଏଲଡି ମିଳିତ ମେଣ୍ଟ ମଧ୍ୟରେ ସିଟ୍ ବଣ୍ଟନ ହୋଇନାହିଁ। ଏବେ ଦେଖିବାକୁ ପଡ଼ିବ ଲୋକସଭା ନିର୍ବାଚନରେ ଆରଏଲଡି କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନିକଟରେ ଜୟନ୍ତ ଚୌଧୁରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ଯେ ସେ…
ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ଭାବରେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ ଚାରି ଜଣ ମହିଳା ସାଂସଦଙ୍କୁ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରିଛନ୍ତି। ପ୍ୟାନେଲକୁ ମନୋନୀତ ହୋଇଥିବା ସମସ୍ତ ମହିଳା ସଦସ୍ୟ ହେଉଛନ୍ତି ପ୍ରଥମ ଥର ସଂସଦୀୟ ସଦସ୍ୟ ଏବଂ ଫାଙ୍ଗନୋନ୍ କୋନ୍ୟାକ ହେଉଛନ୍ତି ନାଗାଲ୍ୟାଣ୍ଡର ସର୍ବପ୍ରଥମ ମହିଳା ଯିଏକି ରାଜ୍ୟସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ପୁନର୍ଗଠିତ ହୋଇଥିବା ପ୍ୟାନେଲରେ ମୋଟ ଆଠ ଜଣଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ମହିଳା। ଉଚ୍ଚ- ସଦନର ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ମହିଳା ସଦସ୍ୟ ମାନଙ୍କୁ ସମାନ ପ୍ରତିନିଧିତ୍ୱ ଦିଆଯାଇଛି। ଅନ୍ୟ ଏକ ଉଲ୍ଲେଖନୀୟ ବିକାଶ ଅନୁସାରେ ରାଜ୍ୟସଭା ଚେୟାର ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇ ପାରିଛି। ଗୃହରେ ପ୍ରାସଙ୍ଗିକ ଆଚରଣ, ଗୃହରେ ଉପସ୍ଥିତ ରହିବା, ସଭ୍ୟ ମାନଙ୍କର କଥାବାର୍ତ୍ତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୂଚନା ପାଇଁ…
କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୋଲକାତା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଶେଖ ନୁର ଆଲାମ ବୋଲି ଜଣାପଡିଛି। ଏହି ବ୍ୟକ୍ତି ସିଏମ୍ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ନିକଟରୁ ଛୁରୀ ଏବଂ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ପୋଲିସ କମିଶନର ଭିନେଟ ଗୋୟଲଙ୍କ କହିବାନୁସାରେ, ଗିରଫ ବ୍ୟକ୍ତି ଶେଖ ନୁର ଆଲାମ ବୋଲି ଜଣାପଡିଛି। ବନ୍ଧୁକ ଏବଂ ଛୁରୀ ବ୍ୟତୀତ ଅଭିଯୁକ୍ତ ଶେଖ ନୁର ଆଲାମଙ୍କ ନିକଟରୁ କିଛି ନିଷିଦ୍ଧ ପଦାର୍ଥ ମଧ୍ୟ ମିଳିଛି। କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କଠାରୁ ଏଜେନ୍ସିର ଅନେକ ଆଇଡି କାର୍ଡ ମଧ୍ୟ ମିଳିଛି। ଯେଉଁ କାରରେ ସେ ସେଠାରେ ପହଞ୍ଚିଥିଲେ, ସେଥିରେ ପୋଲିସ ଷ୍ଟିକର ଥିଲା। ପୋଲିସ, ଏସଟିଏଫ ଏବଂ ସ୍ୱତନ୍ତ୍ର ଶାଖା ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଜେରା କରୁଛନ୍ତି।
ନୂଆଦିଲ୍ଲୀ: ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ପ୍ରକୃତି ଆମକୁ ଅନେକ କିଛି ଦେଇଛି ଏବଂ ଏଥିପାଇଁ ମୁଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ। ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ ହୋଇପଡିଛି। ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ। ଆମ…
ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆଉ ଏକ ବଡ ଝଟକା ଲାଗିଥିବା ଜଣାପଡିଛି। ବାସ୍ତବରେ, ନାଗାଲାଣ୍ଡରେ ଦଳର ସମସ୍ତ ୭ ଜଣ ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମସ୍ତ ୭ ଜଣ ବିଧାୟକ ଗୁରୁବାର ଦିନ କହିଛନ୍ତି ଯେ, ନାଗାଲାଣ୍ଡର ଦଳର କର୍ମୀମାନେ ଚାହୁଁଛନ୍ତି ଯେ ସେମାନେ ଅଜିତ ପାୱାରଙ୍କୁ ସମର୍ଥନ କରନ୍ତୁ। ପ୍ରକାଶ ଯେ, ଜୁଲାଇ ଆରମ୍ଭରେ ଅଜିତ ପାୱାର ଦଳର ଆଠ ଜଣ ବିଧାୟକଙ୍କ ସହ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମିଳିତ ମେଣ୍ଟରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ପରେ ଏନସିପି ଦୁଇଟି ଶିବିରରେ ବିଭକ୍ତ ହୋଇଥିଲା। ଗୋଟିଏ ଶିବିର ହେଉଛି ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ଏବଂ ଅନ୍ୟଟି ଅଜିତ ପାୱାରଙ୍କୁ ସମର୍ଥନ କରୁଛି।
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ବିଆର ଗଭଇଙ୍କ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ। ଆଜି କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ଖଣ୍ଡପୀଣ୍ଠର ଅଧ୍ୟକ୍ଷ ଜଷ୍ଟିସ୍ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି ଯେ, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଆପଣମାନେ ସ୍ଥିର କରନ୍ତୁ ଯେ, ମୁଁ ଏହାର ଶୁଣାଣି କରିବି କି ନାହିଁ? ଯେତେବେଳେ ଜଷ୍ଟିସ୍ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦୀଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଥିଲେ ଯେ, ଆମର କୌଣସି ଆପତ୍ତି ନାହିଁ। ଏହା…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ତାଙ୍କ ବିବୃତ୍ତି ହେତୁ ହେଡଲାଇନରେ ରହିଛନ୍ତି। ମଣିପୁର ହିଂସା ଅନ୍ତର୍ଗତ କୁକି ମହିଳାଙ୍କୁ ଉଲଗ୍ନ ପ୍ୟାରେଡ କରାଯିବା ଘଟଣା ପରେ ତାଙ୍କର ବିବୃତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ ଥିବା ସତ୍ୟପାଲ ମଲିକ ତାଙ୍କ ତାଜା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। https://twitter.com/SatyapalmalikG/status/1682058575773048832?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1682058575773048832%7Ctwgr%5E6cf8bac9b3076c4f6ce2771d5e71b65076e4949a%7Ctwcon%5Es1_&ref_url=https%3A%2F%2Fwww.abplive.com%2Fstates%2Fdelhi-ncr%2Fsatya-pal-malik-taunt-narendra-modi-for-spoke-only-36-seconds-on-burning-manipur-2457462 ସେ କହିଛନ୍ତି ଯେ, ମନ କି ବାତ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରେ ଘଟିଥିବା ଅମାନୁଷିକ ତଥା ଲଜ୍ଜାଜନକ ଘଟଣା ବିଷୟରେ ମାତ୍ର ୩୬ ସେକେଣ୍ଡ କଥା କହିଛନ୍ତି। ତାଙ୍କର କିଛି ସେକେଣ୍ଡର ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛି। ମଣିପୁର ହିଂସା ବିଷୟରେ ଶ୍ରୀ ମଲିକ ଟୁଇଟ୍ କରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ, ଯିଏ କି ପ୍ରତି ମାସରେ ଘଣ୍ଟା ଘଣ୍ଟା…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ୍ ଓ’ କୋନୋରଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍ କରିଛନ୍ତି। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି। ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଏବଂ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ୍। ଏହାବ୍ୟତିତ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି…
ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ କ୍ରୋଧିତ ହୋଇଛି। ଆଜି କ୍ରୋଧିତ ଜନତା ମଣିପୁରର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂଙ୍କ ଘର ଜାଳି ଦେଇଛନ୍ତି। ଭାଇରାଲ ଭିଡିଓରେ ଦୁଇଜଣ ମହିଳାଙ୍କୁ ଅଭିଯୁକ୍ତମାନେ ଉଲଗ୍ନ କରି ପ୍ୟାରେଡ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି ମହିଳା ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ନିର୍ଦ୍ଦୟତା କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ କହିଛି ଯେ, ଏହି ଘଟଣା ମେ ୪ ତାରିଖରେ ଘଟିଥିଲା। କୁହାଯାଉଛି ଯେ, ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ଅଧିକାଂଶ ମହିଳା ସମ୍ପୃକ୍ତ ଥିଲେ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ମେ ୪ ତାରିଖରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି।

