Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗରେ ଶିକ୍ଷା ଓ ଅନୁସନ୍ଧାନ: ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ
ଆଜିର ଖବର

ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗରେ ଶିକ୍ଷା ଓ ଅନୁସନ୍ଧାନ: ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ

July 17, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ସୋଆର ମୁଖ୍ୟ ଉଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ଯେପରି ସେମାନେ ଆହରଣ କରିଥିବା ଜ୍ଞାନ ସମାଜକୁ ଆଲୋକିତ କରିବ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ଆକ୍ଟ,୧୯୫୬ର ଧାରା-୩ ଅନୁଯାୟୀ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବହୁବିଧ କ୍ୟାମ୍ପସ ବିଶିଷ୍ଟ ସୋଆରେ ୧୫୦୦୦ ରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

୧୭ ବର୍ଷରେ ପାଦ ଥାପିଥିବା ସୋଆ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ବାର୍ଷିକ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ୬ ଥର ଦେଶର ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନୀତ କରିପାରିଛି।

୨୦୨୩ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ସୋଆ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନିତ କରିଛି। ସେହିପରି ନାକ୍ ପକ୍ଷରୁ ସୋଆକୁ ୨୦୨୨ରେ ପୁନଃ ସ୍ୱୀକୃତି ପ୍ରଦାନ କରାଯାଇ ସର୍ବୋଚ୍ଚ A++ ଗ୍ରେଡ ପ୍ରଦାନ କରାଯାଇଛି। ସେହିପରି ୨୦୧୭ ସେପ୍ଟେମ୍ବରରେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ୩ଟି ପାଠ୍ୟକ୍ରମକୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଆମେରିକାର ସ୍ୱୀକୃତି ପ୍ରଦାନକାରୀ ସଂସ୍ଥା ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା।

କ୍ୟୁ ଏସ୍ ଇଣ୍ଡିଆ ର‌୍ୟାଙ୍କିଙ୍ଗ ଅନୁଯାୟୀ ବିଶ୍ୱସ୍ତରରେ ଦେଶର ୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟାରେ ସୋଆ ସାମିଲ ହୋଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌) ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ୨୦୨୩ରେ ଦେଶରେ ୧୬ ତମ ସ୍ଥାନ ହାସଲ କରିଛି।

ଏହି ଡିମ୍‌ଡ ଟୁ ବି ୟୁନିଭର୍ସିଟିରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ଓ ୮୩ଟି ପୋଷ୍ଟ ଗ୍ରାଜୁଏଟ୍‌, ପିଏଚ୍‌ଡି ଓ ପୋଷ୍ଟ ଡକ୍ଟରାଲ ପ୍ରୋଗ୍ରାମ ପ୍ରଚଳିତ। ଏହା ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ, ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ଭେଟେରିନାରୀ ସାଇନ୍‌ସେସ୍ ପାଠ୍ୟକ୍ରମ କ୍ଷେତ୍ରରେ ପ୍ରଦାନ କରାଯାଉଛି।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ୧୮ଟି ଗବେଷଣା କେନ୍ଦ୍ର ଆରମ୍ଭ କରାଯାଇ ୨୬ଟି ଚିହ୍ନିତ କ୍ଷେତ୍ରରେ ଗବେଷଣା କରାଯାଉଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ସେଂଟର ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରେଟିକାଲ୍ ଆଣ୍ଡ ମ୍ୟାଥମେଟିକାଲ୍ ସାଇନ୍‌ସେସ, ସେଂଟର ଫର୍ ବାୟୋମେକାନିକାଲ୍ ସାଇନ୍‌ସେସ୍‌, ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଂଟର, ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି, ସେଂଟର ଫର ଆପ୍ଲାଏଡ ମ୍ୟାଥମେଟିକ୍ସ, ସେଂଟର ଫର ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପ୍‌ମେଂଟ, ସେଂଟର ଫର ରି-ପ୍ରଡକ୍ଟିଭ୍ ହେଲ୍‌ଥ, ନ୍ୟାସ୍‌ନାଲ୍ ଏମ୍‌ଇଏମ୍‌ଏସ୍ ଡିଜାଇନ୍ ସେଂଟର, ସେଂଟର ଫର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଓ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ । ଏହା ବ୍ୟତୀତ ଦୁଇଟି ଇଂଟର ଡିସିପ୍ଲିନାରୀ କେନ୍ଦ୍ର ରହିଛି ଯେପରିକି ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର୍ ଓ ବାୟୋ ମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲିକେସନ୍ସ।

ସୋଆରେ ଜାରୀ ରହିଥିବା ଅନେକ ଗବେଷଣା କାର୍ଯ୍ୟ ନିମନ୍ତେ ଡିପାର୍ଟମେଂଟ ଅଫ୍ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜି (ଡିଏସ୍‌ଟି), ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି (ଡିବିଟି), ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ଅର୍ଗାନାଇଜେସନ୍ (ଡିଆର୍‌ଡିଓ), ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସ୍‌ଇଆର୍‌ବି), ଲାଇଫ୍ ସାଇନ୍ସ ରିସର୍ଚ୍ଚ ବୋର୍ଡ (ଏଲ୍‌ଏସ୍‌ଆର୍‌ବି) ଓ କାଉନ୍‌ସିଲ୍ ଫର ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଭଳି ସଂସ୍ଥାଗୁଡ଼ିକ ଅନୁଦାନ ପ୍ରଦାନ କରୁଛନ୍ତି। ସେହିପରି କ୍ୟାମ୍ପସ୍‌ଗୁଡ଼ିକରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୫୮ଟି ଲାବୋରେଟୋରୀ କାର୍ଯ୍ୟ କରୁଛି।

ସୋଆର ଗବେଷକମାନେ ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟାବସ୍ଥାର ଚିକିତ୍ସା ନିମନ୍ତେ ସାଧାରଣ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ସ ପ୍ରସ୍ତୁତ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥି ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରୁଯକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ସ (ଏନ୍‌ଆର୍‌ଡିଏସ୍‌) ସହିତ ନିକଟରେ ଟେକ୍ନୋଲୋଜି ଲାଇସେନ୍ସିଙ୍ଗ ଏଗ୍ରିମେଂଟ କରାଯାଇଛି।

ସୋଆର ଫ୍ୟାକଲ୍ଟି ଓ ଗବେଷକମାନଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ୍‌ଗୁଡ଼ିକ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ରେ ନିୟମିତ ଭାବେ ପ୍ରକାଶ ପାଉଛି। ସୋଆର ଏପର୍ଯ୍ୟନ୍ତ ୧୦୯୦୩ ସ୍କୋପସ୍ ଇଣ୍ଡେକ୍ସ ପବ୍ଲିକେସନ୍ ରହିଥିବା ବେଳେ ଏଚ୍‌-ଇଣ୍ଡେକ୍ସ ୯୮ ରହିଛି। ୱେବ୍ ଅଫ୍ ସାଇନ୍ସରେ ସୋଆର ୬୨୪୮ ପ୍ରକାଶନ ସହିତ ଏଚ୍‌-ଇଣ୍ଡେକ୍ସ ୮୬ ରହିଛି। ସୋଆର ଗବେଷକମାନେ ୪୦୭ଟି ପାଟେଂଟ ନିମନ୍ତେ ଆବେଦନ କରିଥିବା ବେଳେ ଏଗୁଡ଼ିକ ମଧ୍ୟରୁ ୨୯୨ଟି ପ୍ରକାଶିତ ହୋଇସାରିଛି ଏବଂ ୩୫ଟି କ୍ଷେତ୍ରରେ ପାଟେଂଟଗୁଡ଼ିକୁ ଅନୁମତି ମିଳିଛି।

ସୋଆର ଫ୍ୟାକଲ୍ଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ପକ୍ଷରୁ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ ହସ୍ପିଟାଲ୍ ପରିଚାଳନା କରାଯାଉଥିବା ବେଳେ ଏହା ରାଜ୍ୟର ଅନ୍ୟତମ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିଛି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓ ଉନ୍ନତ ସର୍ଜିକାଲ୍ ଓ ଜୀବନ ରକ୍ଷାକାରୀ ସରଞ୍ଜାମ ରହିଥିବା ବେଳେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ସେହିପରି ସୋଆ ପକ୍ଷରୁ ଅନ୍ୟ ଏକ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ୍ (ସମ୍ ଅଲ୍ଟିମେଟ୍ ମେଡିକେୟାର) ଆରମ୍ଭ କରାଯାଇଥିବା ବେଳେ ଏଠାରେ ଲୋକମାନଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି।

ସୋଆର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ ଷ୍ଟୁଡେଂଟ କ୍ଲବ ଓ ଆକ୍ଟିଭିଟି ସେଂଟର ଆରମ୍ଭ କରାଯାଇଥିବା ବେଳେ ବସ୍ତିର ଛୋଟ ଛୋଟ ପିଲାମାନଙ୍କ ଉପକାର ନିମେନ୍ତ ‘ଜାଗୋ’ ନାମକ ଏକ ଅନୁଷ୍ଠାନ ଆରମ୍ଭ କରିଛନ୍ତି। ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହା ପରିଚାଳନା କରୁଛନ୍ତି।

ସୋଆ ପକ୍ଷରୁ ୧୬୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ କନ୍‌ଭେନସନ୍ ହଲ୍ ନିର୍ମାଣ କରାଯାଇଥିବା ବେଳେ ଅନେକ ଆନ୍ତର୍ଜାତିକ ଓ ଜାତୀୟ ସ୍ତରୀୟ ସମ୍ମିଳନୀ ନିମନ୍ତେ ଏହି ହଲ୍‌ଟିକୁ ହିଁ ପ୍ରଥମ ପସନ୍ଦ ଭାବେ ଗଣାଯାଉଛି। ସୋଆର ୧୨୭ ଏକର ପର୍ଯ୍ୟବେଷିତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସଗୁଡ଼ିକ ମୋଟ ୭.୫ ଲକ୍ଷ ସ୍କୋୟାର ମିଟର ଉପରେ ଗଢ଼ି ଉଠିଛି। ଏଠାରେ କି ୧୯୭ଟି ଇ-କ୍ଲାସ୍‌ରୁମ୍‌, ୩୪୦ଟି ପିଜି ଓ ୟୁଜି ଲ୍ୟାବ୍‌, ଫୁଲି ଅଟୋମେଟେଡ୍ ଲାଇବ୍ରେରୀ ଓ ୧୦ଟି ଷ୍ଟୁଡେଂଟ ଆକ୍ଟିଭିଟି ସେଂଟର ରହିଛି। ସୋଆରେ ଗୋଟିଏ ସେଂଟ୍ରାଲ୍‌, ୯ଟି ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ଓ ୪୨ଟି ଡିପାର୍ଟମେଂଟାଲ୍ ଲାଇବ୍ରେରୀ ରହିଛି। ସେଂଟ୍ରାଲ୍ ଲାଇବ୍ରେରୀଟି ୧୧୬୧୭ ସ୍କୋୟାର ମିଟର ଉପରେ ଗଢ଼ି ଉଠିଛି।

ସୋଆର କମ୍ୟୁନିଟି ରେଡିଓ ୯୦.୪ ୨୦୧୨ରେ ଆରମ୍ଭ କରାଯାଇଥିବା ବେଳେ ୨୦୧୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ସମ୍ମାନିତ ହୋଇଥିଲା।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.