ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ ଗୋଟି ଗାଡ଼ି ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଆଜି ଜିଲା ପୋଲିସ ମୁଖ୍ଯାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ। ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସଞ୍ଜୁକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି। ଘଟଣାସ୍ଥଳର ସିନ୍ ରିକ୍ରିଏସନ କରାଯିବ। ପାକୁ ଓ ସଞ୍ଜୁ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସର ଲା ସେନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବହୁମୁଖୀ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଯାହା ୨୫ତମ ବାର୍ଷିକୀ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସର ମାର୍ସେଲରେ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଅଲୋକପାତ କରିଥିଲେ, ଯେଉଁମାନେ ଭାରତ-ଫ୍ରାନ୍ସ ସହଭାଗୀତାର ଏକ ଦୃଢ ମୂଳଦୁଆ ଗଠନ କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୩ରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ। ଆଲୋଚନାରେ ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ମଙ୍ଗଳକୁ ଗୁରୁତ୍ୱ ଦିଆଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ସର୍ବୋଚ୍ଚ ପୁରସ୍କାର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନର ରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଁ ଭାରତବାସୀଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସର ଏଲିସି ପ୍ୟାଲେସରେ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ ଆଲୋଚନା କରିଥିଲେ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଉଚ୍ଚ ବିଦ୍ୟାଳୟ ନିକଟରେ ନିରାକାର ବେହେରା ନାମକ ଜଣେ ଯୁବକଙ୍କୁ କମାଶାସନ ଗାଁ ର ପାଣ୍ଡା ରେଡ୍ଡୀ ଓ ତାର ଭାଇ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଆହତ ନିରାକାର ପେଶାରେ ଜଣେ ରାଜମିସ୍ତ୍ରୀ ଓ କାଳଷଣ୍ଢପୁର ଠାରୁ କାମ ସାରି ନିଜ ଗାଁ କମାଶାସନ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଭାଇ ଆତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ନିରାକାର ଗୁରୁତର ଆହତ ହୋଇ ପ୍ରଥମେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ହରିୟାଣାରେ ରାଜନୈତିକ ସରଗରମ ଜୋରଦାର ହୋଇଛି। ଏହି ସମୟରେ ଦଳର ନେତାଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି, ଜେଜେପି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟ ଦଳର ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡାଙ୍କ ଦିଲ୍ଲୀ ବାସଭବନରେ ଅନ୍ୟ ଦଳର ଶତାଧିକ ନେତା କଂଗ୍ରେସ ଉପରେ ବିଶ୍ୱାସ ରଖିଛନ୍ତି। ଦୀପେନ୍ଦ୍ର ହୁଡା ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ହରିୟାଣାରେ ବିଜେପି-ଜେଜେପି ମିଳିତ ମେଣ୍ଟ ମଧ୍ୟରେ ହୋଇଥିବା କଳହର ଫାଇଦା କଂଗ୍ରେସ ଲାଭ କରୁଥିବା ଜଣାପଡିଛି। ବିଜେପି-ଜେଜେପି ନେତାଙ୍କ ମଧ୍ୟରେ ସନ୍ଦେହ ଏହା ରହିଛି ଯେ, ଉଭୟ ଦଳର ମେଣ୍ଟ ଶେଷ ହେବ ନା ମିଳିତ ଭାବେ ନିର୍ବାଚନ ଲଢିବେ। ଯେଉଁଥିପାଇଁ ବର୍ତ୍ତମାନ ଦଳର ନେତାମାନେ କଂଗ୍ରେସ ଆଡକୁ ମୁହାଁଇଛନ୍ତି। ଦ୍ୱିତୀୟତଃ ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ବୁଧବାର ଦିନ ପୋଲସରା ବ୍ଳକ ଅଫିସ ଛକ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଛି। ପ୍ରଶାନ୍ତଙ୍କୁ ହିଞ୍ଜିଳି ଥାନା ଅଞ୍ଚଳରୁ ଗିରଫ କରି ଏତଲା ନଂ ୪୦୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ପ୍ରଶାନ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୨୩ ଟି ଗୁଳି ଓ ଗୋଟିଏ ଛୁରୀ ଜବତ୍ କରିଛି ପୋଲିସ। ଏତଦବ୍ୟତୀତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ରକ୍ତଭିଜା ଚାଦର ଓ ପୋଷାକ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା…
ନୂଆଦିଲ୍ଲୀ: ଚୀନ୍ ଅରୁଣାଚଳ ପ୍ରଦେଶ ଉପରେ ସର୍ବଦା ଖରାପ ନଜର ରଖିଛି। ଗୋଟିଏ ପଟେ ଚୀନ୍ କ୍ରମାଗତ ନିୟନ୍ତ୍ରଣ ରେଖା ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଥିବା ବେଳେ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ ଜାରି ରଖିଛି। ଚୀନ୍ର ଏହି ପ୍ରୟାସକୁ ଆମେରିକା ପ୍ରବଳ ଝଟକା ଦେଇଛି। ଆମେରିକାର ସିନେଟ ଫରେନ ରିଲେସନ କମିଟି (SFRC) ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ, ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ରହିବ। SFRC ର ଅନୁମୋଦନ ସିନେଟରେ ଉପସ୍ଥାପିତ ହେବା ଏବଂ ପୂର୍ଣ୍ଣ ଗୃହ ଦ୍ୱାରା ଅନୁମୋଦନ ପାଇଁ ବାଟ ଫିଟିଛି। ଏହି ପ୍ରସ୍ତାବକୁ ଓରେଗନ୍ର ସିନେଟର ଜେଫ୍ ମର୍କଲି ଏବଂ ଟେନେସିର ବିଲ୍ ହେଗର୍ଟି ଉପସ୍ଥାପନ କରିଥିଲେ। ଏଥି ସହିତ ଏହାକୁ ଟେକ୍ସାସର ସିନେଟର ଜନ୍ କର୍ନିନ୍, ଭର୍ଜିନିଆର ଟିମ୍ କାଇନ୍ ଏବଂ…
ଭୁବନେଶ୍ଵର: ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ଓଡିଶାର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ। ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍ ୨୦୨୩” ରିଏଲିଟି ସୋ ପହଞ୍ଚିଛି ତାର ଶେଷ ପାହଚରେ। ପ୍ରତିଯୋଗୀ ମାନେ ଉଚ୍ଚହସ୍ତରର ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ପହଞ୍ଚିଛି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରିରେ ଉକ୍ତ ଚୋରି ହୋଇଥିବାର ଜଣାପଡିଛି। କଲେଜ ପରିସରରେ ଦୁର୍ବୁତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପ୍ରବେଶ କରି ଏକାଧିକ କାର୍ଯ୍ୟାଳୟରୁ ଅନେକ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି। ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ତନ୍ମଧ୍ୟରୁ ବହୁ ସାମାନ ଲୁଟି ନେଇଛନ୍ତି। ତତସହିତ କଲେଜ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ତେବେ ଉକ୍ତ ଘଟଣା ଅଞ୍ଚଳରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ନାଚୁଣୀ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଠାକୁର ମଧ୍ୟ “ପାସ୍ ଦି ବଲ୍ ଟ୍ରଫି ଟୁର୍’ ଅଭିଯାନର ଶୁଭାରମ୍ଭ କରିଥିଲେ। ହିରୋ ଏସିଆନ ହକି ଚମ୍ପିଆନ୍ସ ଟ୍ରଫି-ଚେନ୍ନାଇ ୨୦୨୩ ଆସନ୍ତାମାସ (ଅଗଷ୍ଟ) ୩ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଭାରତ, କୋରିଆ, ମାଲେସିଆ, ଜାପାନ, ପାକିସ୍ତାନ, ଓ ଚୀନ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ‘ଟ୍ରଫି ଟୁର୍’ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶର ବିଭିନ୍ନ ସ୍ଥାନକୁ ଟ୍ରଫିକୁ ନେଲେ ଏହା ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ଓ ଲୋକେ ଏ ବିଷୟରେ ସଚେତନ ହେବେ।…
କନ୍ଦର୍ପ ବେହେରା ରେଢ଼ାଖୋଲ: ସନ୍ଥକବି ଭୀମ ଭୋଇଙ୍କ ମାଟିରେ ଭୀମଭୋଇ ଡିଗ୍ରୀ କଲେଜ, ରେଢ଼ାଖୋଲରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାକରାଯାଇଛି। ଏଥିରେ ପ୍ରଦେଶ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ବଲପୁର ବିଭାଗ ୟଶବର୍ଦ୍ଧନ ତିୱାରୀ ତଥା ଜିଲ୍ଲା ସହ ସଂଯୋଜକ ସିଦ୍ଧାନ୍ତ ମାଝୀ ଉପସ୍ଥିତ ଥିଲେ ଓ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ବିଦ୍ୟାର୍ଥୀଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଏଥିରେ ଯୁକ୍ତ ତିନର ଛାତ୍ର ବିବେକ ମହାପାତ୍ରଙ୍କୁ ପରିସରର ସଭାପତି ନିଯୁକ୍ତି କରାଯାଇଥିବା ବେଳେ ସ୍ମୃତିଶିଖା ନନ୍ଦଙ୍କୁ ସମ୍ପାଦକ ନିଯୁକ୍ତ କରାଯାଇଛି। ଶାଶ୍ଵତ ମାଝୀ ଓ ଶୁଭେନ୍ଦୁଙ୍କୁ ସହ ସଭାପତି ନିଯୁକ୍ତ କରାଯାଇଥିବା ବେଳେ ମିଥୁନ ପ୍ରଧାନ ଓ ସଚିନ ବେହେରା ଙ୍କୁ ସହ ସମ୍ପାଦକ ଭାବରେ ରେ ନିଯୁକ୍ତ କର କରାଯାଇଛି। ସଦାଶିବ ସାହୁ, ଦିଲୀପ ପ୍ରଧାନ, ସୁଜିତ୍ ପ୍ରଧାନ, ଲିକି ପ୍ରଧାନଙ୍କୁ ଅନ୍ୟ ଗୁରୁ…
ମେଷ – ଆପଣ କଠିନ ପରିଶ୍ରମର ଫଳ ପାଇବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ, ଭ୍ରମଣ ଏବଂ ଚାକିରି ଅନୁକୂଳ ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ। ବିରୋଧୀମାନେ ସକ୍ରିୟ ରହିବେ। ଟଙ୍କା ପାଇବା ସହଜ ହେବ । ରିସ୍କ ନେବାକୁ ସାହସ କର। ସୁଖ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ – ଅତିଥିମାନେ ଆସିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଚାକିରିରେ କିଛି ଅସୁବିଧା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ। ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ। ବିନିଯୋଗ ଭଲ ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ସୁଖ ମିଳିବ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୩ ଅପରାହ୍ନରେ ପ୍ୟାରିସ ଠାରେ ପହଞ୍ଚିଛନ୍ତି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବର୍ନ ବିମାନ ବନ୍ଦର ଠାରେ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାସ୍ତିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ।
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଥିବା ଗ୍ରାମଗୁଡିକର ଅପହଞ୍ଚ ଇଲାକାରେ ମାଗଣା ଦୂରଦର୍ଶନ ଡିଟିଏଚ୍ ସଂଯୋଗକୁ ମନ୍ତ୍ରଣାଳୟ ନିଶ୍ଚିତ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁର୍ଗମ ଗ୍ରାମବାସୀଙ୍କ ସହ ଉନ୍ନତ ମୋବାଇଲ୍ ସଂଯୋଗ ଶୀଘ୍ର ସୁନିଶ୍ଚିତ ହେବ ଏବଂ ଏହି ଅଞ୍ଚଳଗୁଡିକ ସହିତ ଉନ୍ନତମାନର ସମସ୍ତ ପ୍ରକାର ଯୋଗାଯୋଗ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ। ଲେହଠାରୁ ପ୍ରାୟ ୨୧୧ କିଲୋମିଟର ଦୂରରେ ଥିବା ଲଦାଖର କରଜୋକ ଗ୍ରାମରେ ଗ୍ରାମବାସୀଙ୍କ ସହ ହୋଇଥିବା ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି। ଉଲ୍ଲେଖ କରାଯାଇପାରେ ଯେ ଡିଡି ଫ୍ରିଡିଶ୍ ପ୍ଲାଟଫର୍ମ ମାଧ୍ୟମରେ ଦୂର ତଥା ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ହାସଲ କରିବାକୁ ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ୧.୫ ଲକ୍ଷ ମାଗଣା ଫ୍ରିଡିଶ୍ ସଂଯୋଗ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସୀମାନ୍ତ ଗ୍ରାମଗୁଡିକର…
ଭୁବନେଶ୍ଵର: ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଅଛି। ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ: 08465 ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2ଘ.55ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11 ଘଟିକାରେ ଉଧନାରୁ ଛାଡିବ। ଏହି ଟ୍ରେନ ପୁରୀ ଓ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରକୁ ବିସ୍ତାର ହେବାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଗରିବଙ୍କ ପାଇଁ ଉନ୍ନତମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଆମର ପ୍ରୟାସ ଗତିଶୀଳ ହେବାରେ ଲାଗିଛି’।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବାକୁ ଗୁରୁତ୍ୱ ଦେଇ ସରକାର ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ। ଜାତୀୟ ମତ୍ସ୍ୟଜୀବୀ ଦିବସ ଅବସରରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକ ଋଣ, ଉନ୍ନତ ବଜାର ଆଦି ମାଧ୍ୟମରେ ଆମ ସରକାର ଏକ ଉତ୍କୃଷ୍ଟ ମତ୍ସ୍ୟଚାଷ କ୍ଷେତ୍ର ଗଠନରେ କାର୍ଯ୍ୟ କରିବା ଜାରି ରଖିବେ।’
ମୁମ୍ବାଇ: ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ୨ ନାଇଜେରିଆ ନାଗରିକ ସମେତ ଡ୍ରଗ୍ ଡିଲରଙ୍କ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି, ଯାହାର ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଛି। ଏହି ଗ୍ୟାଙ୍ଗର ଜଣେ ମହିଳା ମୁମ୍ବାଇରୁ ଡ୍ରଗ୍ସ ଯୋଗାଇବା ପାଇଁ ପ୍ରତିଦିନ ରାତିରେ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ପୁଣେ ଯାଉଥିଲେ ଏବଂପୁଣି ଫେରି ଆସୁଥିଲେ। ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିବା ସହ MDMA ଏବଂ କୋକେନ ଜବତ କରିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏହି ଡ୍ରଗ୍ ଡିଲରଙ୍କ ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଥିଲା ଏବଂ ଏହି ଗ୍ୟାଙ୍ଗର ମୁଖ୍ୟ ମୁମ୍ବାଇର ପାଉସ୍ ଅଞ୍ଚଳର କେମ୍ପ୍ସ କର୍ଣ୍ଣରରେ ରହୁଥିବା ପୂର୍ବତନ ସ୍କୁଲ ଶିକ୍ଷକ ଅଟନ୍ତି। ଯିଏକି ସୁକୋରିନା ଫର୍ଣ୍ଣାଣ୍ଡିସ୍ ବୋଲି ଚିହ୍ନଟ ହୋଇଛି। ୫୮ ବର୍ଷିୟ ସୁକୋରିନା ନିଜେ ପୁଣେରେ ଡ୍ରଗ୍ ବିତରଣ ପାଇଁ ବସ୍ କିମ୍ବା ଟ୍ୟାକ୍ସିରେ ଏକୁଟିଆ ଯାଉଥିଲେ, ସେ ମଧ୍ୟ ରାତିରେ…
ନୂଆଦିଲ୍ଲୀ: କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାନାଡା ଓପନ ୨୦୨୩ରେ ଲକ୍ଷ୍ୟ ସେନଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ! ତାଙ୍କର ବିଜୟ ତାଙ୍କ ଦୃଢ଼ ନିଷ୍ଠା ଏବଂ ସଂକଳ୍ପର ପ୍ରମାଣ। ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ତାଙ୍କ ଢେର ସାରା ଶୁଭକାମନା’।

