ଭୁବନେଶ୍ୱର: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି। ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିଲା। ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜି ଓ ହିନ୍ଦି ଭାଷା ବ୍ୟତିତ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ। ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ଏବଂ ବିଭିନ୍ନ ସରକାରୀ ବିଭାଗ ତଥା ସଂସ୍ଥାରେ ନୂତନ ଭାବେ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନବ ନିଯୁକ୍ତ ମାନେ ସରକାରଙ୍କ ରାଜସ୍ୱ ବିଭାଗ, ଆର୍ଥିକ ସେବା, ଡାକ, ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସମୟରେ ଦେଶର ୪୪ ଟି ସ୍ଥାନ ରୋଜଗାର ମେଳା ସହିତ ଯୋଡିହୋଇ ଥିଲା। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଯୁବ ନିଯୁକ୍ତି ପାଇଁ ଏକ ସ୍ମରଣୀୟ ଦିନ ନୁହେଁ ବରଂ ଦେଶ ପାଇଁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି। ଦ୍ୱୈତ ନଗରୀରର ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଆଜି ଏହି ଫାଣ୍ଡିର ଉଦ୍ଘାଟନ କରିଥିବା ବେଳେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ। ଜଗମୋହନ ନଗର ଅଂଚଳରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ବେଳେ ଆଇଟିଇଆର୍ କଲେଜରେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସିଥାନ୍ତି। ଶିକ୍ଷାନୁଷ୍ଠାନ ନିକଟବର୍ତୀ ଅଂଚଳଗୁଡ଼ିକରେ ଅନେକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତଦାରଖ, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ନିମନ୍ତେ ଏହି ଅଂଚଳରେ ଏକ ଫାଣ୍ଡିର…
ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି। ଲିଙ୍କ୍ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ ହାଇଦ୍ରାବାଦ ଠାରେ ଜୁଲାଇ ୨୦ରେ ଆୟୋଜିତ ଦ୍ୱିତୀୟ ଏଜୁକେସନ୍ ଲିଡର୍ସ କନ୍କ୍ଲେଭ୍ ଓ ଆୱାର୍ଡସ କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଆୟୋଜକଙ୍କ ପକ୍ଷରୁ ସୋଆକୁ ୨୦୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ପ୍ରୀତମ ନାୟକ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ତାନିଆ ଟିକୁଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ଅବସରରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ନବୀନ ମିତଲ ଓ ଏ. କାର୍ତିକେୟ ଓ ଅବଜରଭ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଛକରେ ଦୁଇ ଭାଇଙ୍କୁ ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ସେମାନଙ୍କୁ ଉଠାଇ ନେଇଛି। ଏନେଇ ଗଞ୍ଜାମ ଏସ୍ ପି ସୂଚନା ଦେଇଛନ୍ତି। ବିଶାଖାପାଟଣା ଠାରେ ସେମାନଙ୍କୁ ଗଞ୍ଜାମ ପୋଲିସ ଉଦ୍ଧାର କରିଛି ଓ ସେମାନେ ବର୍ତ୍ତମାନ ଗଞ୍ଜାମ ପୋଲିସ ଓ କର୍ଣ୍ଣାଟକ ପୋଲିସ ଅଧିନରେ ଥିବା ଏସ୍ ପି ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଗିରଫ ଦୁଇ ଭାଇ କର୍ଣ୍ଣାଟକ ପୋଲିସ ଦ୍ବାରା କୌଣସି ଏତଲାରେ ଜଡିତ ଅଛନ୍ତି ବୋଲି ଜଣାପଡିଛି। ଗତକାଲି ଏହି ଭଳି ଘଟଣାକୁ ନେଇ ଅଞ୍ଚଳ ବାସିନ୍ଦା ଦୀର୍ଘ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ।
ଭୁବନେଶ୍ୱର: ଆମ ଦେଶକୁ ଦୁନିଆର ୧ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ। ତାହା ହେଲା “ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ”। ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଭାରତ ସରକାରଙ୍କ ସିବିଆଇସି, ନାଲକୋ,…
ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ୨୦୨୩ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ୨୦୨୩ ଏସିଆ କପ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଲଙ୍କାରେ ୨୦୨୩ ଏମର୍ଜିଂ ଏସିଆ କପ୍ ମ୍ୟାଚ୍ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ-ଏ ଏବଂ ପାକିସ୍ତାନ-ଏ ଦଳ ୨୦୨୩ ଏମର୍ଜିଂ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ନିଜ ନିଜ ସେମିଫାଇନାଲ ମ୍ୟାଚରେ ଆକର୍ଷଣୀୟ ବିଜୟ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ଉଭୟ ଦଳ ଆସନ୍ତାକାଲି ଟାଇଟଲ୍ ମ୍ୟାଚ୍ ଖେଳିବେ। ପ୍ରଥମ ସେମିଫାଇନାଲରେ ପାକିସ୍ତାନ ଏ ଶ୍ରୀଲଙ୍କା ଏକୁ ପରାସ୍ତ କରିଛି: ୨୦୨୩ ଏମର୍ଜିଂ ଏସିଆ କପ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ-ଏ ଦଳ ସହଜରେ…
କୁଜଙ୍ଗ: କୁଜଙ୍ଗର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସାଜିଥିବା କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ଘୋର ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବା ବେଳେ ଏବେ କୁଜଙ୍ଗ ସଦର ମହକୁମାରେ ଉପସ୍ଥିତ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀରେ କାର୍ଯ୍ୟ ଚାଲିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗତ ମାର୍ଚ୍ଚ ୩୧ରେ ଅବସର ପରେ ଜଣେ ଶିକ୍ଷୟିତ୍ରୀର ଦେବକୀ ଲେଙ୍କା ଏବେ ପାଠ ପଠା କାର୍ଯ୍ୟକରୁଛନ୍ତି। ବହୁବାର ଦାବି ଓ ଅନୁରୋଧ ପରେ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରୁନଥିବା ବେଳେ ଏବେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଦ୍ୟାଳୟର ପରିଚାଳାନା କମିଟି ପକ୍ଷରୁ ପ୍ରଭାତୀ ଦାସ, ସୁଜାତା ଦାସ, ଇରାଙ୍ଗିନି ଦାସ, ତପସ୍ୱନୀ ସ୍ୱାଇଁ, ପଦ୍ମାବତୀ ମହାରଣା, ମିନତୀ ଦାସ, ପ୍ରଭାତ କୁମାର ନାଥ ଶର୍ମା, ଅକ୍ଷୟ କୁମାର ନାଥ, ଅମିୟ ବାରିକ, କୈଳାସ ସେଠୀ, ମନୋରଞ୍ଜନ ଦାସ, ସତ୍ୟବ୍ରତ ମଲିକ ପ୍ରମୁଖ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକା ଏକଲା ଘରେ ଥିବା ବେଳେ ଅଭିଯୁକ୍ତ ମଙ୍ଗଳୁ କୌଶଳ କ୍ରମେ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଘରେ ଆଣି ଛାଡ଼ି ଦେଇଥିଲା ଓ ଘଟଣା ପ୍ରଘଟ ହେଲେ ହତ୍ୟାର ଧମକ ଦେଇଥିଲା। ଯ’ଦ୍ଵାରା ନାବାଳିକା ଜଣକ କାହାକୁ ନକହି କିଛି ଦିନ ଚୁପ୍ ହେଇଗଲା। ପରବର୍ତ୍ତୀ ସମୟରେ ନାବାଳିକାର ଲକ୍ଷଣ ଦେଖି ପରିବାର ଲୋକେ ତାକୁ ପଚାରିବାରୁ ସେ ସବୁ କଥା କହିଥିଲା। ତା ପରେ ପରିବାର ଲୋକେ ଗାଙ୍ଗପୁର…
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜ୍ୟର ୧୮ ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିବା ପରେ ଛତିଶଗଡରେ ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକ ନୂତନ PMLA ମାମଲାରେ ଏହି ଗିରଫଦାରୀ କରାଯାଇଛି। ଏହି ପ୍ରସଙ୍ଗରେ ଇଡି କୌଣସି ମନ୍ତବ୍ୟ ଦେଇନାହିଁ। ସୂତ୍ରରୁ ପ୍ରକାଶ ଯେ PMLA ମାମଲା ଚାଉଳ ଦୁର୍ନୀତି ସହିତ ଜଡିତ ହୋଇପାରେ। ସାହୁଙ୍କ ବ୍ୟତୀତ ଇଡି ଟିମ୍ ରାଜ୍ୟ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲଙ୍କ ପରିସରରେ ମଧ୍ୟ ଚଢାଉ କରିଛି। ସର୍ଚ୍ଚ ଅପରେସନ୍ ସମୟରେ CISF କର୍ମଚାରୀଙ୍କ ଦ୍ଵାରା ଇଡି ଟିମକୁ ସହାୟତା ପ୍ରଦାନ କରାଯାଉଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଜନୈକା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଜନୈକ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣକ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ସିଦ୍ଧାର୍ଥ ପାଣିଗ୍ରାହୀ। ଗତ ଦୁଇ ବର୍ଷ ହେଲା ଉକ୍ତ ମହିଳାଙ୍କୁ ଭଲ ପାଉଥିଲା ଓ ବାହା ହେବାର ପ୍ରତିଶ୍ରୁତି ଦେଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା। ଯାହା ଫଳରେ ମହିଳା ଜଣଙ୍କ ଗର୍ଭବତୀ ହେବାରୁ ସିଦ୍ଧାର୍ଥକୁ ବାହା ହେବାପାଇଁ ଜିଦ୍ କରିଥିଲେ। କିନ୍ତୁ ସେ ଉକ୍ତ ମହିଳାଙ୍କ ଠାରୁ ଦୂରେଇ ରହି ତାଙ୍କୁ ହତ୍ୟା ର ଧମକ ଦେଇ ଗର୍ଭପାତ କରିବାକୁ ବାଧ୍ୟ କରିଥିଲା। ଯ’ଦ୍ଵାରା ମହିଳା ଜଣଙ୍କ ପରିଶେଷରେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ। ଏତଲା ନଂ ୧୫୬/୨୩ ଅନୁଯାୟୀ ଅଭିଯୁକ୍ତ ସିଦ୍ଧାର୍ଥକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ମହିଳାଙ୍କୁ ବସ୍ତ୍ରହୀନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ, ରାଜ୍ୟରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଯାଇଛି। କିନ୍ତୁ ଶାସକ ଟିଏମସି ସରକାର କୌଣସି ବିବୃତ୍ତି ଦେଇ ନାହିଁ କି କଂଗ୍ରେସ ପ୍ରଶ୍ନ ଉଠାଇ ନାହିଁ। ସଂସଦରେ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ବିରୋଧୀ ମନା କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ମାଲଦାଠାରେ ଦୁଇ ଜଣ ମହିଳାଙ୍କୁ କିପରି ଉଲଗ୍ନ କରାଯାଇଥିଲା, ସେ ବିଷୟରେ କଂଗ୍ରେସ କିଛି କହୁନାହିଁ, କାରଣ ଟିଏମସି ସହିତ ମେଣ୍ଟ ପାଇଁ କଂଗ୍ରେସ ଲୋଭୀ। ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ବିଷୟରେ ସେ କହିଛନ୍ତି ଯେ, ଆପଣଙ୍କ ମନ୍ତ୍ରୀ ନିଜେ କହୁଛନ୍ତି ଯେ ମଣିପୁର ଅପେକ୍ଷା ରାଜସ୍ଥାନରେ ଅଧିକ ମହିଳା ଉତ୍ପୀଡନ ହେଉଛନ୍ତି। ମହିଳାମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେବା ବଦଳରେ ମୁଖ୍ୟମନ୍ତ୍ରୀ ଅଶୋକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ଜି -୨୦ ଶକ୍ତି ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଭାରତକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ, ସ୍ଥିରତା, ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ଅସମ୍ପୂର୍ଣ୍ଣ ଅଟେ କାରଣ ଏହା ସବୁ ସ୍ତରରେ ବ୍ୟକ୍ତିବିଶେଷ ଏବଂ ରାଷ୍ଟ୍ରର ବିକାଶ ଉପରେ ପ୍ରଭାବ ପକାଇଥାଏ। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ। ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି…
ଭୁବନେଶ୍ଵର: ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ କଳାହାଣ୍ଡି ଜିଲ୍ଲା ଏମ. ରାମପୁର-ନରଲା ରାଜ୍ୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଶିକାରୀ ଜଣକ ହେଉଛନ୍ତି ଏମ. ରାମପୁର ଥାନା ଅଞ୍ଚଳର ଖଗେଶ୍ୱର ପୁଟେଲ (୫୬)। ତାଙ୍କ ନିକଟରୁ ତିନି ଗୋଟି ଚିତ୍ତା ବାଘ ଛାଲ ଓ ତିନି ଗୋଟି ହରିଣ ଛାଲ ଜବତ କରିଛି ଏସଟିଏଫ। ଅଭିଯୁକ୍ତଜଣଙ୍କ ବେଆଇନ ବନ୍ୟଜନ୍ତୁ ଛାଲ କାରବାର କରୁଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୧୪/୨୩ ରେ ମାମଲା ରୁଜୁ କରି ଅଭିଯୁକଙ୍କୁ କୋର୍ଟଚାଲାଣ କରିଛି। ଅପରପକ୍ଷେ ଜବତ ଛାଲଗୁଡ଼ିକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।
କୁଜଙ୍ଗ: ଜଗତସିଂହପୁର କୁଜଙ୍ଗ ଓକିଲ ସଙ୍ଘର ୪୦ ତମ ବାର୍ଷିକ ଉତ୍ସବ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୂରଲୀଧର ବକ୍ତବ୍ୟ ପ୍ରଦାନକରି କୁଜଙ୍ଗ ଓକିଲ ସଙ୍ଘର ସଦସ୍ୟ ମାନଙ୍କର କାର୍ଯ୍ୟଦକ୍ଷତା, ନିଜର ପେଶାପ୍ରତି ନିଷ୍ଠା ତଥା ସଙ୍ଘକୁ ସବୁ ଦୃଷ୍ଟିକୋଣରୁ ରାଜ୍ୟର ଶ୍ରେଷ୍ଠ ସଙ୍ଘଭାବେ ଗଢି ତୋଳିବାର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି ଭାବେ ସହକର୍ମୀ ମାନଙ୍କ ଠାରୁ କୁଜଙ୍ଗ ଓକିଲ ସଙ୍ଘ ସମ୍ପର୍କରେ ଶୁଣିବାପରେ ଗତ ଦୁଇବର୍ଷ ହେବ ଏଠାକୁ ଆସିବାକୁ ଉଦ୍ୟମ କରିଆସୁଥିଲେ ମଧ୍ୟ ଆଜି ଏହା ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ। ସେମାନଙ୍କର ଆନ୍ତରିକ ଉଦ୍ୟମ ଫଳରେ କୁଜଙ୍ଗରେ ଏକ କୋର୍ଟ କଂପ୍ଲେକ୍ସ ନିର୍ମାଣ କରିବା ସମ୍ଭବ ହୋଇଛି। କୁଜଙ୍ଗର ବିଚାର ବ୍ୟବସ୍ଥା ତଥା ଓକିଲ ମାନଙ୍କର ନିଷ୍ଠା ଅନ୍ୟମାନଙ୍କ ପ୍ରତି ଏକ ଉଦାହରଣ ବୋଲି ସେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଥାନା ନିକଟସ୍ଥ ପୁଇଁତଳା ଗ୍ରାମ ଛକରେ ଥିବା ଏକ ଢ଼ାବା ପାଖରୁ ଚା’ ପାନ ଦୋକାନ କରିଥିବା ଦୁଇ ଭାଇ ପଞ୍ଚାନନ ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ମାଉଜର ଦେଖାଇ ଅପହରଣ କରିନେଇଛନ୍ତି। ଚାରିଜଣ ଯୁବକ ଦୁଇଟି କାର୍ ରେ ଆସି ଉକ୍ତ ଦୋକାନ ସମ୍ମୁଖରେ ପହଞ୍ଚି ଥିଲେ ଓ କିଛି କଥାବାର୍ତ୍ତା ନକରି ଦୁଇ ଭାଇଙ୍କ ମୁଣ୍ଡରେ ମାଉଜର ଲଗାଇ ଗାଡ଼ିରେ ବସିବାକୁ କହି ଅପହରଣ କରି ନେଇଥିବା ଜଣାପଡିଛି। ଅପହରଣର କାରଣ ଜଣାପଡୁନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳର କିଛି ଲୋକ ଓ ଦୋକାନୀ ଆସି ମିଳିତ ଭାବେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଟିମ୍ ଗଠନ କରି ଅପହରଣ ହୋଇଥିବା ଦୁଇ ଭାଇ ଙ୍କ…
ଭୁବନେଶ୍ଵର: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆଜି ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ ଚାମ୍ପସ ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା ଲିଟିଲ ଚାମ୍ପସ…
ନୂଆଦିଲ୍ଲୀ: ଭାରତର କୋଇଲା କ୍ଷେତ୍ର ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟମାସିକରେ 223.36 ମିଲିୟନ ଟନ୍ (ଏମଟି) ର ଏପର୍ଯ୍ୟନ୍ତର ସର୍ବାଧିକ କୋଇଲା ଉତ୍ପାଦନ ରେକର୍ଡ଼ କରି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହିପରି ଆର୍ଥିକ ବର୍ଷ 2022-23 ର ଏହି ଅବଧି ତୁଳନାରେ ହୋଇଥିବା 205.76 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 8.55 ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଏପ୍ରିଲ୍ ଓ ଜୁନ 2023 ମଧ୍ୟରେ 175.48 ମେଟ୍ରିକ୍ ଟନ୍ କୋଇଲାର ଉତ୍ପାଦନ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା 159.75 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 9.85 ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାରକୁ ଦର୍ଶାଇଥାଏ। କୋଇଲା ଉତ୍ପାଦନରେ ହେଉଥିବା ଏହି କ୍ରମାଗତ ବୃଦ୍ଧି ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ଏବଂ କ୍ରମାଗତ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଯେତେବେଳେ କି…
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅପ୍ରେଲ ରୁ ଜୁନ ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓର ନେଟ ଲାଭ ୧୨ ପ୍ରତିଶତ ବୃଦ୍ଧି ସହିତ ୪୮୬୩ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଜିଓର ନେଟ ଲାଭ ୪୩୩୫ କୋଟି ଟଙ୍କା ରହିଥିଲା। ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓ ର ମୋଟ ଆୟ ପୂର୍ବ ବର୍ଷର ସମାନ ସମୟରେ ରହିଥିବା ୨୧୯୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୪୧୨୭ କୋଟି ଟଙ୍କାରେ ପହଂଚିଛି। ଏହି ତ୍ରୟମାସରେ ଜିଓ ୯୨ ଲକ୍ଷରୁ ଅଧିକ ଗ୍ରାହକ ଯୋଡି ଦେଶର ସର୍ବବୃହତ ଡିଜିଟାଲ ସେବାପ୍ରଦାନକାରୀ ଭାବରେ ନିଜର ସ୍ଥାନ ସୁଦୃଢ କରିବା ସହିତ ମୋଟ ଡାଟା ଟ୍ରାଫିକ ୨୮.୩ ପ୍ରତିଶତ ବୃଦ୍ଧି ପାଇ ୩୩.୨ ବିଲିଅନ ଜିବିରେ ପହଂଚିଛି। ଜୁନ…
ଭୁବନେଶ୍ଵର: ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ,…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍) ଦ୍ୱାରା ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି ଏଲ୍ ବର୍ମା, ସଚିବ, ସମବାୟ ମନ୍ତ୍ରଣାଳୟ, ଜ୍ଞାନେଶ କୁମାର, ସଚିବ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଅଳ୍କେଶ କୁମାର ଶର୍ମା ଏବଂ ସିଏସସି-ଏସପିଭିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାକେଶ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହିତ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପିଏସିଏସ୍ ଏବଂ ସିଏସ୍ସିର ଏକତ୍ରିକରଣ ସହିତ ସମବାୟ ସମିତିକୁ…

