ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ। ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ, ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।…
Author: Samikhsya Bureau
ଭୁବନେଶ୍ୱର: ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇଦିନିଆ ବିରୋଧୀ ବୈଠକରୁ ଯେଉଁ ଫଳାଫଳ ବାହାରିଛି ତାହା ହେଉଛି ମେଣ୍ଟର ନୂଆ ନାମ- INDIA ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ। ଏ ସବୁ ସତ୍ତ୍ୱେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କ ସାମ୍ନାରେ କିଏ ରହିବ? ଏହାର ନେତୃତ୍ୱ କିଏ ନେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। INDIAରେ ସାମିଲ ହୋଇଥିବା ୨୬ଟି ଦଳର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ଏଥିରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ତାହା ସ୍ଥିର ହେବ। ପରବର୍ତ୍ତୀ ବୈଠକର ତାରିଖ ମଧ୍ୟ ସ୍ଥିର ହୋଇନାହିଁ। ୧୧ ଜଣିଆ ସମନ୍ୱୟ କମିଟିଦ୍ୱାରା ସବୁକିଛି ସ୍ଥିର ହେବ। ଦିଲ୍ଲୀରେ ମଧ୍ୟ ମେଣ୍ଟର ଏକ ଅଲଗା କାର୍ଯ୍ୟାଳୟ ରହିବ। ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ-ତେଜସ୍ୱୀ ସେଠାରେ ଉପସ୍ଥିତ…
ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ଏବଂ ଯୌନ ନିର୍ଯାତନା ମାମଲାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରାଯାଉଛି। ଏସବୁ ମଧ୍ୟରେ ଆଜି କେନ୍ଦ୍ର ସରକାର ସୋସିଆଲ ମିଡିଆରେ ମହିଳାଙ୍କ ଭାଇରାଲ ହେଉଥିବା ଭିଡିଓ ସେୟାର କରିବାକୁ ବାରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରି ମଣିପୁରୀ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭାଇରାଲ ଭିଡିଓ ସେୟାର କରିବା ବନ୍ଦ କରିବାକୁ କୁହାଯାଇଛି। ଗଣମାଧ୍ୟମରୁ ପ୍ରକାଶ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତୀୟ ନିୟମ ପାଳନ କରିବା ବାଧ୍ୟତାମୂଳକ, କାରଣ ଏହି ଘଟଣାର ତଦନ୍ତ ଚାଲିଛି। ଦୁଇ ମାସରୁ ଅଧିକ ସମୟ ଧରି ଜାତିଗତ ହିଂସାର ଶିକାର ହୋଇଥିବା ମଣିପୁରରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ମଣିପୁରର ସ୍ଥିତିରେ ସୁଧାର…
ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା…
ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।…
ଭୁବନେଶ୍ଵର: ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ରେଳ ମନ୍ତ୍ରଣାଳୟ। ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/ କାମ୍ବୋ ମିଲସ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସେବାକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଗତ 27.06.2013 ତାରିଖରେ ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛି ଯାହା ଦ୍ୱାରା ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧା ପ୍ରଦାନ ଯୋଗାଇଦେବ। ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ରେ ଏହି ସୁବିଧା ଉପଲବ୍ଧ ଆଇଆରସିଟିସି/IRCTC ର ରୋଷେଇ ୟୁନିଟ୍ ଏବଂ ଜନ ଆହାର କେନ୍ଦ୍ରରୁ ରୋଷାଇ ହୋଇଥିବା ଏହି ଖାଦ୍ୟ ଯୋଗାଇ ଦିଆଯିବ। ଏହି କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର ହେବ ଯାହା ଦ୍ୱାରା ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ଵିତୀୟ…
ଭୁବନେଶ୍ଵର: ଯୁକ୍ତରାଷ୍ଟ୍ରର ଏକ ଅଣ-ଲାଭ ସଂଗଠନ ବିୟୁଟିଫୁଲ ମାଇଣ୍ଡସ୍ ୟୁଥ୍ ମେଣ୍ଟରିଂ ଫାଉଣ୍ଡେସନ (BMYM) ଯାହା ଭାରତରେ ଏକ ସେକ୍ସନ ୮ କମ୍ପାନୀ ଭାବରେ ଉପସ୍ଥିତ, ଯୁବକମାନଙ୍କ ମଧ୍ୟରେ (ସ୍ଟେମ) STEM ଶିକ୍ଷାକୁ ସମର୍ଥନ କରିବା ପାଇଁ ବିଏମୱାଇଏମ (BMYM) ବଡିଙ୍ଗ ସାଇଣ୍ଟିଷ୍ଟ ପ୍ରସଙ୍ଗକୁ ନେଇ ଏକ କାର୍ଯକ୍ରମ ଆୟୋଜନ କରିଥିଲା। ଚିକାଗୋ ରେ ୨୦୨୩, ଜୁଲାଇ ୭-୯ ରେ ଅନୁଷ୍ଠିତ ୫୪ ତମ ଓଡିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୈଜ୍ଞାନିକ ଅନୁସନ୍ଧାନ ଏବଂ ପତ୍ରିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉତ୍ତର ଆମେରିକାର ଯୁବକ ଓଡିଆ ଯୁବକମାନଙ୍କୁ (ସ୍ଟେମ) (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ଭିତ୍ତିକ ପ୍ରକଳ୍ପରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା। ଚିକାଗୋରେ ଭାରତର କନସୁଲ୍ ଜେନେରାଲ୍ ସୋମନାଥ ଘୋଷଙ୍କ ସମେତ ଅନ୍ୟ ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଯୁବ ବୈଜ୍ଞାନିକ…
ଭୁବନେଶ୍ୱର: ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ କହିଲେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷର ସଂସ୍ଥାନଙ୍କ ଦ୍ୱାରା ଗବେଷଣାରୁ ଭୁବନେଶ୍ୱର ଶିଖରଚଣ୍ଡୀଙ୍କ ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷା ମର୍ଦ୍ଦିନୀଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ଯାହାକି ୧୦୬୬-୬୭ ମସିହାର ବୋଲି ରିଭ୍ୟୁ ନିବନ୍ଧରେ ପ୍ରକାଶିତ ହୋଇଛି। ଏହି ମହିଷାମର୍ଦ୍ଦିନୀ ମୂର୍ତ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମିକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ…
ଭୁବନେଶ୍ଵର: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆସନ୍ତା ଜୁଲାଇ ୨୨ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ ଚାମ୍ପସ ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା…
ଭୁବନେଶ୍ୱର: ଡି.ଏ.ଭି କଳିଙ୍ଗ ନଗର ପରିସରରେ ଶିକ୍ଷାବର୍ଷ ୨୦୨୨-୨୩ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କୃତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଯୋଗ ଦେଇ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ଏହି ସଫଳତାକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ଅନୁଷ୍ଠାନର ସହ ନିର୍ଦ୍ଦେଶିକା ତଥା ଡି.ଏ.ଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ତଥା ଡି.ଏ.ଭି ୟୁନିଟ୍ – ୮ର ଅଧ୍ୟକ୍ଷା ଈପ୍ସିତା ଦାସ, ଓ ଏଲ୍ .ଆର୍ ଡି.ଏ.ଭି କଟକର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ…
ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା କୋଭିଡ ନିୟମ ସଂକ୍ରାନ୍ତ ମାର୍ଗଦର୍ଶିକାକୁ ଅଧିକ କୋହଳ କରିଛି। ଏହି ନୂଆ ମାର୍ଗଦର୍ଶିକା ବା ନିର୍ଦ୍ଦେଶାବଳୀ ୨୦୨୩ ଜୁଲାଇ ୨୦ ତାରିଖ ଅର୍ଥାତ୍ ୧୯ ତାରିଖ ରାତି ୧୨ଟାରୁ ଲାଗୁ ହୋଇଛି। ଏଯାଏ ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ ୨ଶତାଂଶଙ୍କର ଯେଉଁ ଆରଟି-ପିସିଆର ପରୀକ୍ଷା ର୍ୟାଣ୍ଡମ ଭିତ୍ତିରେ କରାଯାଉଥିଲା ତାହାକୁ ନୂଆ ମାର୍ଗଦର୍ଶିକାରେ ବନ୍ଦ କରାଯାଇଛି। ତେବେ ବିମାନ ଚଳାଚଳ ସଂସ୍ଥାର ଓ ଏହାର କର୍ମଚାରୀ ତଥା ଆନ୍ତର୍ଜାତିକ ଯାତ୍ରୀମାନେ ପୂର୍ବରୁ ଯେଉଁ କୋଭିଡ ବିରୋଧୀ ସତର୍କତା ଅବଲମ୍ବନ କରୁଥିଲେ ତାହା ଅନ୍ୟାଦେଶ ପର୍ଯ୍ୟନ୍ତ ଭାରତରେ ବଳବତ୍ତର ରହିବ। ଏହି ଅପଡେଟେଡ୍ ଗାଇଡ୍ ଲାଇନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍ ((https://www.mohfw.gov.in/) ରେ ଉପଲବ୍ଧ।…
ଭୁବନେଶ୍ବର: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ରଣକୌଶଳ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୮ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୩୯ଟି ଦଳ ଯୋଗ ଦେଇଥିଲେ। ସେହିପରି ଦିଲ୍ଲୀ କ୍ଷମତା ହାସଲ ପାଇଁ ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକ ବୈଠକ ବସିଥିଲା। ଏହି ବୈଠକରେ ବିରୋଧୀ ଦଳଗୁଡ଼ିକର ନୂଆ ମେଣ୍ଟର ନାମ ଚୂଡ଼ାନ୍ତ କରାଯାଇ ଏହାର ନାମ ଆଇ.ଏନ.ଡି.ଆଇ.ଏ (ଇଣ୍ଡିଆ) ରଖାଯାଇଛି। ୟୁପିଏ ବଦଳରେ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଆଲାଏନ୍ସ (ଇଣ୍ଡିଆ) ନାମକ ଏକ ନୂଆ ମେଣ୍ଟ ଗଠନ କରାଯାଇଥିଲା, ଯାହା ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟକ୍କର ଦେବ। ଏବେ ମୁଖ୍ୟ ମୁକାବିଲା ଏନଡିଏ ବନାମ ଇଣ୍ଡିଆ ହେବ ବୋଲି ସ୍ଥିର ହୋଇଛି। ଏଭଳି ସ୍ଥିତିରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୁରଟରେ ସୁରଟ ଡାଇମଣ୍ଡ ବୋର୍ସର ବିଶ୍ୱର ସବୁଠୁ ବଡ଼ କାର୍ଯ୍ୟାଳୟ ଭବନର ଖୁସି ମନାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ,‘ସୁରଟ ଡାଇମଣ୍ଡ ବୋର୍ସ ସୁରଟ ହୀରା ଶିଳ୍ପର ଗତିଶୀଳତା ଓ ଅଭିବୃଦ୍ଧି ପ୍ରଦର୍ଶନ କରେ। ଏହା ଭାରତର ଉଦ୍ୟୋଗୀ ଭାବନାର ପ୍ରମାଣ ମଧ୍ୟ। ଏହା ବାଣିଜ୍ୟ, ନବସୃଜନ ଏବଂ ସହଯୋଗ ପାଇଁ ଏକ ହବ୍ ଭାବେ କାର୍ଯ୍ୟ କରିବ, ଆମ ଅର୍ଥନୀତିକୁ ଆହୁରି ଗତି ଦେବ ଏବଂ ରୋଜଗାରର ସୁଯୋଗ ସୃଷ୍ଟି କରିବ’।
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦର ମୌସୁମୀ ଅଧିବେଶନ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। କାରଣ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ମୋର୍ଚ୍ଚାବନ୍ଦୀ କରିବା ଆରମ୍ଭ କରିଛନ୍ତି। ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି କହିଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ। ୨୩ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ ଟି ବୈଠକ ହେବ। ସେ କହିଛନ୍ତି ଯେ, ଅଧିବେଶନ ସମୟରେ ସଂସଦର ବିଧାନସଭା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଗଠନମୂଳକ ଅବଦାନ ପାଇଁ ମୁଁ ସମସ୍ତ ଦଳକୁ ନିବେଦନ କରୁଛି। ସଂସଦର ମୌସୁମୀ ଅଧିବେଶନ ଅଶାନ୍ତ ହେବା ସହଜ ଅଟେ। ପ୍ରଧାନମନ୍ତ୍ରୀ…
ମେଷ ରାଶି- ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ। ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟ ଲାଭଦାୟକ ହେବ। ଖର୍ଚ୍ଚ ହ୍ରାସ କରନ୍ତୁ। କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ। ବୃଷ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ। ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ। ଭଲ ଲାଭଦାୟକ ଫଳାଫଳ ଦେବ। ମିଥୁନ ରାଶି-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ…
ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶଗଡ଼ଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଶ୍ରେଣୀ ଗୃହରେ ଅଭିଭାବକ ଚପଲରେ ମାଡ଼ ମାରିବା ଘଟଣାକୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ବିଭିନ୍ନ ସମୟରେ ଅଭିଭାବକ ଆକ୍ରୋଶମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭୟାଭୟ ଚିତ୍ର ଏବଂ ଘଟଣା ସାମ୍ନାକୁ ଆସୁଅଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେବାକୁ ପଡୁଛି। ସରକାର ସମସ୍ତ ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ସତ, କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଜାଗାରେ ଅଭିଭାବକଙ୍କ ଦ୍ୱାରା ବା ସ୍ଥାନୀୟ ଅସାମାଜିକ ବ୍ୟକ୍ତି ମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ଯେଉଁ ଦେଶରେ ଗୁରୁଙ୍କୁ ସାଧାରଣ ମଣିଷ ନୁହଁ…
ନୂଆଦିଲ୍ଲୀ:ଭାରତର ବିବିଧ ଅଞ୍ଚଳ ଏବଂ ପରମ୍ପରାକୁ ପ୍ରତିଫଳିତ କରୁଥିବା ଚାଲାଣ ୧୦୫ ପ୍ରାଚୀନ କଳାକୃତି ଆମେରିକାରୁ ଫେରୁଛି। ଭାରତର ବିବିଧ ଅଞ୍ଚଳ ଏବଂ ପରମ୍ପରାକୁ ପ୍ରତିଫଳିତ କରୁଥିବା ଚାଲାଣ ୧୦୫ ପ୍ରାଚୀନ କଳାକୃତି ଆମେରିକାରୁ ଭାରତ ଫେରିଥିôବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି। ୱାଶିଂଟନ୍ ଡିସି ସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା କରାଯାଇଥିବା ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିବ। ଏଥିପାଇଁ ଆମେରିକାକୁ ଧନ୍ୟବାଦ। ଏହି ମୂଲ୍ୟବାନ କଳାକୃତିଗୁଡ଼ିକ ବିଶେଷ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ରଖେ। ସେଗୁଡ଼ିକ ଘରକୁ ଫେରିବା ଆମ ଐତିହ୍ୟ ଏବଂ ସମୃଦ୍ଧ ଇତିହାସକୁ ବଞ୍ଚାଇ ରଖିବା ଦିଗରେ ଆମ ପ୍ରତିବଦ୍ଧତାର ପ୍ରମାଣ।’
ଭୁବନେଶ୍ୱର: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍’ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍ର ଶୁଭାରମ୍ଭ କରିଥିଲେ। ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍’ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍” (ଆର୍ଟିଏମ୍ଏସ୍) ଓ “ଟ୍ରାନ୍ସକ୍୍ରାନିଆଲ୍ ଡିରେକ୍ଟ କରେଂଟ ଷ୍ଟିମୁଲେସନ୍” (ଟିଡିସିଏସ୍) ସେବା ଉପଲବ୍ଧ। ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ନ୍ୟୁରୋପାଥି ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ। ଉଭୟ ଚିକିତ୍ସା ପଦ୍ଧତି ଅତ୍ୟଧିକ ସୁରକ୍ଷିତ ଓ ବିନା ନିଶ୍ଚେତକରେ ବହିଃ ସ୍ୱାସ୍ଥ୍ୟ ବିଭାଗରେ ହୋଇପାରିବ। ଏହି ବ୍ୟବସ୍ଥା…
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ୨୦ ଜୁଲାଇ, ୨୦୨୩ ଠାରୁ କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି। ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ। ସୂଚନାଯୋଗ୍ୟ ଯେ, ଗତ ୧ ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା। ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି Extra High Voltage Grid Substation ଲୋକାର୍ପିତ କରିଛନ୍ତି। ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ। ଏହିସବୁ ଗ୍ରୀଡ ସବ୍ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର…
ରଣପୁର: ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି.କାର୍ତ୍ତିକେନ ପାଣ୍ଡିଆନ ଗୁରୁବାର ରଣପୁର ଆସିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ ଟା ବେଳେ ଜେଲ ପଡିଆ ଠାରେ ହେଲିକ୍ୟାପଟର ରୁ ଅବତରଣ କରିବା ପାଇଁ ହେଲିପ୍ୟାଡର ନିର୍ମାଣ ସରିଛି। ସେଥିପାଇଁ ଆଜି ରଣପୁର ଚଳଚଂଚଳ ହୋଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଲୋକ ଆଜି ରଣପୁର ଆସି ପରିଦର୍ଶନ କରିଥିବାଦେଖିବାକୁ ମିଳିଛି। ଆସନ୍ତାକାଲି ସକାଳେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ରଣପୁର ରେ ଆସିମପହଚିଂବେ। ପରେ ସେ ମଣିନାଗ ପୀଠ ଯାଇ ମା କୁ ଦର୍ଶନ କରିବା ସହ ତଳ ମଣିନାଗ ଓ ଉପର ମଣିନାଗ ର କିଭଳି ଉନ୍ନତି ହୋଇ ପାରିବ ସେ ଉପରେ ସମିକ୍ଷା କରିବେ। ପରେ ରଣପୁର ଜଗନ୍ନାଥ ମନ୍ଦିର ଆସି ଶ୍ରୀଜିୟୁ ଙ୍କୁ ଦର୍ଶନ କରିବେ। ଓଡିଶାର ଅନେକ ଜଗନ୍ନାଥ ମନ୍ଦିରକୁ ରାଜ୍ୟ ସରକାର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦେଇଥିବା ବେଳେ ଓଡିଶାର ଦ୍ୱିତୀୟ…

