ଭୁବନେଶ୍ବର: ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଆଜି ଶେଷ ତାରିଖ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇତଇଲା। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଥର ନାମଲେଖା ହେବ। ଏଥିରେ ଇଣ୍ଟିଗ୍ରେଟେଡ ଏମ.ଏ ଏବଂ ପିଏଚଡି କରିବା ପାଇଁ ନାମଲେଖା ଯିବ। ଏହି ନାମଲେଖା ଅନଲାଇନରେ କାରାଯାଉଛି। ଏହି ପାଠ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା କରାଯିବ। ଓଡିଶାର ଚାରୋଟି ସ୍ଥାନରେ ଏହା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ଗ୍ରହଣ କରିଛି। ସେଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର। ଏହି ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନ ଜାତିଙ୍କ ପାଇଁ ୩୦୦ ଟଙ୍କା ରଖାଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ ରେ ଚାମ୍ପସ୍-ଏଲିସିସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ ପରେଡ୍ରେ ସାମିଲ ହୋଇଛନ୍ତି। ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ ୨୪୧ ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ। ହାଶିମାରାର ୧୦୧ ସ୍କ୍ୱାର୍ଡନ୍ରୁ ଭାରତୀୟ ବାୟୁ ସେନାର ରାଫେଲ୍ ଯୁଦ୍ଧ ବିମାନ ପରେଡ୍ ସମୟରେ ଫ୍ଲାଇ ପାଷ୍ଟରେ ଅଂଶଗ୍ରହଣ କରିଥିଲା। ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ୧୪ ଜୁଲାଇ ୧୭୮୯ ରେ ବାଷ୍ଟିଲ ଜେଲ୍ ଉପରେ ଆକ୍ରମଣ ହୋଇଥିଲା। ପ୍ରତିବର୍ଷ ଜୁଲାଇ ୧୪ ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ। ଏହା ଭାରତ ଏବଂ ଫ୍ରାନ୍ସ ଉଭୟ…
ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅନାବଶ୍ୟକ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପ୍ରତିବନ୍ଧକ ହଟିଯିବ । ପରିବାର ସଦସ୍ୟଙ୍କ ସହ ତୀବ୍ର ଯୁକ୍ତିତର୍କ ହେତୁ ମନ ଦୁଃଖୀ ହୋଇପାରେ । ତୁମେ ତୁମର ପ୍ରିୟଙ୍କ ସହିତ ସମୟ ବିତାଇବା ଆବଶ୍ୟକ, ଯାହାଫଳରେ ତୁମେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିପାରିବେ ଏବଂ ବୁଝିପାରିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ବୌଦ୍ଧିକ ଆଲୋଚନା ଠାରୁ ଦୂରରେ ରୁହନ୍ତୁ । ଆଜି ଟଙ୍କା ସହ ଜଡିତ କୈଣସି ବଡ ନିଷ୍ପତ୍ତି ନିଅ ନାହିଁ । ଦିନଟି ପରିବାର ସଦସ୍ୟଙ୍କ ସହିତ ହସ, ଥଟ୍ଟା ଏବଂ ଆନନ୍ଦରେ ବିତାଇପାରେ । ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟର ବିଶେଷ…
ଭୁବନେଶ୍ୱର: ରିଲାଏନ୍ସ ଡିଜିଟାଲ, ଏହାର ବହୁ ପ୍ରତୀକ୍ଷିତ ଡିଜିଟାଲ୍ ଇଣ୍ଡିଆ ସେଲର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ର ପ୍ରଥମ ପର୍ଯ୍ୟାୟ ଲଞ୍ଚ କରିଛି ଯାହାକି ଜୁଲାଇ ୧୪, ୨୦୨୩ ରୁ ଆରମ୍ଭ ହୋଇଛି। ଏଥିରେ ରହିଛି ଅଗ୍ରଣୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଉପରେ ଅନେକ ଆକର୍ଷଣୀୟ ଅଫର ଏବଂ ଡିସକାଉଣ୍ଟ ସହିତ ପାଆନ୍ତୁ ₹ ୧୦,୦୦୦ଞ୍ଚ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସକାଉଣ୍ଟ। ଏହା ସହିତ ପାଆନ୍ତୁ ପ୍ରାଇସ ମ୍ୟାଚଞ୍ଚର ଗ୍ୟାରେଣ୍ଟି। ଗ୍ରାହକମାନେ ଏହି ସୀମିତ ଅବଧି ଅଫର ଗୁଡ଼ିକୁ ୧୬ ଜୁଲାଇ ପର୍ଯ୍ୟନ୍ତ ଯେକୌଣସି ରିଲାଏନ୍ସ ଡିଜିଟାଲ୍ ଷ୍ଟୋର କିମ୍ବା ମାଇ ଜିଓ ଷ୍ଟୋରରୁ ପାଇପାରିବେ କିମ୍ବା www.reliancedigital.in ରେ ଲଗ୍ ଅନ୍ କରିପାରିବେ। ଇଜି ଫାଇନାନ୍ସିଙ୍ଗ ଏବଂ EMI ବିକଳ୍ପ ସାଥିରେ, ଗ୍ରାହକମାନେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଲେଟେଷ୍ଟ ଟେକ୍, ଦ୍ରୁତତମ ଡେଲିଭରୀ ଏବଂ ଇନଷ୍ଟଲେସନ ସୁବିଧା ପାଇପାରିବେ। ଡିଜିଟାଲ୍ ଇଣ୍ଡିଆ ସେଲ ରେ ଅନେକ ଚମତ୍କାର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୋୖର ନିଗମ ଅଞ୍ଚଳରୁ ସଂଗ୍ରୁହିତ ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ଜୈବିକ ସାର ପ୍ଲାଣ୍ଟ କାରଖାନାର ପରିଚାଳନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତ୍ୟବସରରେ ତ୍ରୁତୀୟଲିଙ୍ଗି ସଂଗଠନ ପକ୍ଷରୁ ଗଠିତ ବହୁଚରା ସ୍ବୟଂ ସହାୟକ ଗୋଷ୍ଠୀକୁ ଉକ୍ତ ପ୍ଲାଣ୍ଟ ପରିଚାଳନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ,ପୌର ନିଗମ କମିଶନର ଜେ ସୋନାଲ୍ ଙ୍କ ସମେତ ବହୁ ନିଗମ ପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ।
ନୂଆଦିଲ୍ଲୀ: ଯଦିଓ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ଯମୁନା ଜଳ ସ୍ତର ହ୍ରାସ ପାଇଛି, ତଥାପି ଏହା ବିପଦ ସଙ୍କେତଠାରୁ ଅନେକ ମିଟର ଦୂରରେ ରହିଛି। ଏହି କାରଣରୁ, ଯମୁନା ଜଳ ITO ଏବଂ ଏହାର ଆଖପାଖ ଅଞ୍ଚଳରେ ଭରିବା ଆରମ୍ଭ କରିଛି। ଯମୁନା ଜଳ ଆଜି ଅପରାହ୍ନରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପରିସ୍ଥିତି ବିଗିଡିବା ଦେଖି ଦିଲ୍ଲୀରେ ସେନାକୁ ମଧ୍ୟ ଡକାଯାଇଛି। ଯମୁନାର ଜଳ ସ୍ତର ଆଜି ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୨୦୮.୨୯ ମିଟର ଥିଲା, ଯାହା ଗୁରୁବାର ଦିନ ୨୦୮.୬୨ ମିଟରରୁ କମ୍ ଅଟେ। ସେନା ସାମ୍ନାକୁ ନେବା ମାତ୍ରେ ଏହା ପ୍ରଥମେ ITO ନିକଟରେ ୧୨ ନମ୍ବର ଡ୍ରେନେଜ୍ ରେଗୁଲେଟର ମରାମତି କାମ ଆରମ୍ଭ କରାଯାଇଛି। ପ୍ରକାଶ ଯେ ଏହା ହେଉଛି ସମାନ ଡ୍ରେନେଜ୍ ଯାହା ମାଧ୍ୟମରେ ଯମୁନା ଜଳ କ୍ରମାଗତ ଭାବରେ ସହରରେ ପ୍ରବେଶ କରୁଛି। ଆଶଙ୍କା କରାଯାଉଛି ଯେ, ଯଦି ଏହି ଡ୍ରେନେଜ…
ନୂଆଦିଲ୍ଲୀ: ଭାରତୀୟ ଦଳ ଚଳିତ ବର୍ଷ ଶେଷରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ, ଯେଉଁଠାରେ ଦଳକୁ ତିନୋଟି ଫର୍ମାଟରେ ସିରିଜ୍ ଖେଳିବାକୁ ପଡିବ। ଏହି ଯାତ୍ରା ସମ୍ପର୍କରେ ବିସିସିଆଇ ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଏହି ଯାତ୍ରା ଡିସେମ୍ବର ୧୦ ତାରିଖରୁ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ସହିତ ଆରମ୍ଭ ହେବ। ଏହା ପରେ ୩ ଟି ଦିନିକିଆ ଏବଂ ତା’ପରେ ୨ ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଭାରତରେ ଖେଳାଯିବାକୁ ଥିବା ଆଗାମୀ ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଏହା ପରେ ତୁରନ୍ତ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବେ। ଦଳ ଡିସେମ୍ବର ୧୦ ତାରିଖରେ ଡର୍ବାନରେ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବାକୁଥିବାବେଳେ ଡିସେମ୍ବର ୧୨ ତାରିଖରେ କୁବେରାରେ ଖେଳିବ। ସିରିଜର ଶେଷ ଟି -୨୦…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଭାବେ ବରିଷ୍ଠ ପ୍ରଶାସିକା କାଦମ୍ବିନୀ ଜେନା କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀମତୀ ଜେନା ଏହା ପୁର୍ବରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀରେ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ବିଭିନ୍ନ ଏନଏସିରେ ପ୍ରଶାସିକା ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ବେଳେ ବାଣପୁର ପରି ଗୁରୁତ୍ୱପୂର୍ଣ ଏନଏସିରେ ଉନ୍ନୟନ କାର୍ଯ୍ୟ କରିବାରେ ତାହା ସହାୟକ ହେବ ବୋଲି ଆଶା କରାଯାଉଛି। ଆଜି ଅସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରି ବାଣପୁର ବିଡ଼ିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବାପରେ ଏନଏସି ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ତେବେ ସରକାରଙ୍କ ମୁକ୍ତା ଯୋଜନା ସମେତ ସମସ୍ତ ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡିକ କିପରି ଏନଏସିରେ ସଠିକ ଭାବେ ଲାଗୁ କରିହେବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ…
ରଣପୁର: ଆଜି ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସି.ଆର.ସି.ସି. ସୁଧାକର ମିଶ୍ର, ପୂର୍ବତନ ସି.ଆର.ସି.ସିତଥା ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡମେମ୍ବର ସରୋଜିନୀ ପ୍ରଧାନ, ଆଶାକର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ଦେବତା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଦେବତା ଏହା ପୁର୍ବରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିଲା। ଏହାପରେ ଏସପି ତାଙ୍କୁ ବାଣପୁର ଥାନାଧିକାରୀ ଭାବେ ନୂତନ ନିଯୁକ୍ତି ଦେଇଥିଲେ। ତେବେ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ଥାନା କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅନେକ ରାଜନେତା ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ସାଧାରଣ ନିର୍ବାଚନ ନିକଟତର ଥିବା ବେଳେ ବାଣପୁର ଅଞ୍ଚଳରେ ରାଜନୈତିକ ପାଣିପାଗ ସରଗରମ ରହିଛି। ଅନୁରୂପ ଭାବେ ଗତକାଲି ଏକ ଜଘନ୍ୟ ହତ୍ୟାକାଣ୍ଡ ମଧ୍ୟ ଉକ୍ତ ଅଞ୍ଚଳରେ ଘଟିଯାଇଛି। ତେଣୁ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁରକୁ ଅପରାଧ ମୁକ୍ତ କରିବା ନୂତନ ଆଇଆଇସିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି ଚର୍ଚ୍ଚା ହେଉଛି। ସେହିପରି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ ର ଉତକ୍ଷେପଣକୁ ନେଇ ମହାକାଶରେ ଭାରତର ବୈଜ୍ଞାନିକମାନଙ୍କ ନିରନ୍ତର ସମର୍ପଣକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ମହାକାଶ ଗବେଷଣା ସଂଗଠନର ଏକ ଟୁଇଟ୍ ଶେୟାର କରି ଟୁଇଟ୍ କରି କହିଛନ୍ତି ଯେ, ‘‘ଚନ୍ଦ୍ରଯାନ-୩ ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ରଚନା କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଓ ମହତ୍ୱକାଂକ୍ଷାକୁ ଊର୍ଦ୍ଧ୍ୱକୁ ନେଇଛି। ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ସମର୍ପଣର ପ୍ରମାଣ। ମୁଁ ସେମାନଙ୍କ ଭାବନା ଓ ପ୍ରତିଭାକୁ ଅଭିନନ୍ଦନ ଜଣାଉଛି।
ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ ଗୋଟି ଗାଡ଼ି ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଆଜି ଜିଲା ପୋଲିସ ମୁଖ୍ଯାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ। ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସଞ୍ଜୁକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି। ଘଟଣାସ୍ଥଳର ସିନ୍ ରିକ୍ରିଏସନ କରାଯିବ। ପାକୁ ଓ ସଞ୍ଜୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସର ଲା ସେନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବହୁମୁଖୀ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଯାହା ୨୫ତମ ବାର୍ଷିକୀ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସର ମାର୍ସେଲରେ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଅଲୋକପାତ କରିଥିଲେ, ଯେଉଁମାନେ ଭାରତ-ଫ୍ରାନ୍ସ ସହଭାଗୀତାର ଏକ ଦୃଢ ମୂଳଦୁଆ ଗଠନ କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୩ରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ। ଆଲୋଚନାରେ ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ମଙ୍ଗଳକୁ ଗୁରୁତ୍ୱ ଦିଆଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ସର୍ବୋଚ୍ଚ ପୁରସ୍କାର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନର ରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଁ ଭାରତବାସୀଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସର ଏଲିସି ପ୍ୟାଲେସରେ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ ଆଲୋଚନା କରିଥିଲେ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଉଚ୍ଚ ବିଦ୍ୟାଳୟ ନିକଟରେ ନିରାକାର ବେହେରା ନାମକ ଜଣେ ଯୁବକଙ୍କୁ କମାଶାସନ ଗାଁ ର ପାଣ୍ଡା ରେଡ୍ଡୀ ଓ ତାର ଭାଇ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଆହତ ନିରାକାର ପେଶାରେ ଜଣେ ରାଜମିସ୍ତ୍ରୀ ଓ କାଳଷଣ୍ଢପୁର ଠାରୁ କାମ ସାରି ନିଜ ଗାଁ କମାଶାସନ ଘରକୁ ଫେରୁଥିବା ବେଳେ ଉକ୍ତ ଦୁଇ ଭାଇ ଆତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ନିରାକାର ଗୁରୁତର ଆହତ ହୋଇ ପ୍ରଥମେ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ହରିୟାଣାରେ ରାଜନୈତିକ ସରଗରମ ଜୋରଦାର ହୋଇଛି। ଏହି ସମୟରେ ଦଳର ନେତାଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି, ଜେଜେପି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟ ଦଳର ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡାଙ୍କ ଦିଲ୍ଲୀ ବାସଭବନରେ ଅନ୍ୟ ଦଳର ଶତାଧିକ ନେତା କଂଗ୍ରେସ ଉପରେ ବିଶ୍ୱାସ ରଖିଛନ୍ତି। ଦୀପେନ୍ଦ୍ର ହୁଡା ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ହରିୟାଣାରେ ବିଜେପି-ଜେଜେପି ମିଳିତ ମେଣ୍ଟ ମଧ୍ୟରେ ହୋଇଥିବା କଳହର ଫାଇଦା କଂଗ୍ରେସ ଲାଭ କରୁଥିବା ଜଣାପଡିଛି। ବିଜେପି-ଜେଜେପି ନେତାଙ୍କ ମଧ୍ୟରେ ସନ୍ଦେହ ଏହା ରହିଛି ଯେ, ଉଭୟ ଦଳର ମେଣ୍ଟ ଶେଷ ହେବ ନା ମିଳିତ ଭାବେ ନିର୍ବାଚନ ଲଢିବେ। ଯେଉଁଥିପାଇଁ ବର୍ତ୍ତମାନ ଦଳର ନେତାମାନେ କଂଗ୍ରେସ ଆଡକୁ ମୁହାଁଇଛନ୍ତି। ଦ୍ୱିତୀୟତଃ ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ବୁଧବାର ଦିନ ପୋଲସରା ବ୍ଳକ ଅଫିସ ଛକ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଛି। ପ୍ରଶାନ୍ତଙ୍କୁ ହିଞ୍ଜିଳି ଥାନା ଅଞ୍ଚଳରୁ ଗିରଫ କରି ଏତଲା ନଂ ୪୦୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ପ୍ରଶାନ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୨୩ ଟି ଗୁଳି ଓ ଗୋଟିଏ ଛୁରୀ ଜବତ୍ କରିଛି ପୋଲିସ। ଏତଦବ୍ୟତୀତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ରକ୍ତଭିଜା ଚାଦର ଓ ପୋଷାକ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା…
ନୂଆଦିଲ୍ଲୀ: ଚୀନ୍ ଅରୁଣାଚଳ ପ୍ରଦେଶ ଉପରେ ସର୍ବଦା ଖରାପ ନଜର ରଖିଛି। ଗୋଟିଏ ପଟେ ଚୀନ୍ କ୍ରମାଗତ ନିୟନ୍ତ୍ରଣ ରେଖା ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଥିବା ବେଳେ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ ଜାରି ରଖିଛି। ଚୀନ୍ର ଏହି ପ୍ରୟାସକୁ ଆମେରିକା ପ୍ରବଳ ଝଟକା ଦେଇଛି। ଆମେରିକାର ସିନେଟ ଫରେନ ରିଲେସନ କମିଟି (SFRC) ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ, ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ରହିବ। SFRC ର ଅନୁମୋଦନ ସିନେଟରେ ଉପସ୍ଥାପିତ ହେବା ଏବଂ ପୂର୍ଣ୍ଣ ଗୃହ ଦ୍ୱାରା ଅନୁମୋଦନ ପାଇଁ ବାଟ ଫିଟିଛି। ଏହି ପ୍ରସ୍ତାବକୁ ଓରେଗନ୍ର ସିନେଟର ଜେଫ୍ ମର୍କଲି ଏବଂ ଟେନେସିର ବିଲ୍ ହେଗର୍ଟି ଉପସ୍ଥାପନ କରିଥିଲେ। ଏଥି ସହିତ ଏହାକୁ ଟେକ୍ସାସର ସିନେଟର ଜନ୍ କର୍ନିନ୍, ଭର୍ଜିନିଆର ଟିମ୍ କାଇନ୍ ଏବଂ…
ଭୁବନେଶ୍ଵର: ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ଓଡିଶାର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ। ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍ ୨୦୨୩” ରିଏଲିଟି ସୋ ପହଞ୍ଚିଛି ତାର ଶେଷ ପାହଚରେ। ପ୍ରତିଯୋଗୀ ମାନେ ଉଚ୍ଚହସ୍ତରର ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ପହଞ୍ଚିଛି…

