Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରିରେ ଉକ୍ତ ଚୋରି ହୋଇଥିବାର ଜଣାପଡିଛି। କଲେଜ ପରିସରରେ ଦୁର୍ବୁତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପ୍ରବେଶ କରି ଏକାଧିକ କାର୍ଯ୍ୟାଳୟରୁ ଅନେକ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି। ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ତନ୍ମଧ୍ୟରୁ ବହୁ ସାମାନ ଲୁଟି ନେଇଛନ୍ତି। ତତସହିତ କଲେଜ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ତେବେ ଉକ୍ତ ଘଟଣା ଅଞ୍ଚଳରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ନାଚୁଣୀ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଠାକୁର ମଧ୍ୟ “ପାସ୍ ଦି ବଲ୍ ଟ୍ରଫି ଟୁର୍‌’ ଅଭିଯାନର ଶୁଭାରମ୍ଭ କରିଥିଲେ। ହିରୋ ଏସିଆନ ହକି ଚମ୍ପିଆନ୍ସ ଟ୍ରଫି-ଚେନ୍ନାଇ ୨୦୨୩  ଆସନ୍ତାମାସ (ଅଗଷ୍ଟ) ୩ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଭାରତ, କୋରିଆ, ମାଲେସିଆ, ଜାପାନ, ପାକିସ୍ତାନ, ଓ ଚୀନ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ‘ଟ୍ରଫି ଟୁର୍‌’ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶର ବିଭିନ୍ନ ସ୍ଥାନକୁ ଟ୍ରଫିକୁ ନେଲେ ଏହା ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ଓ ଲୋକେ ଏ ବିଷୟରେ ସଚେତନ ହେବେ।…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସନ୍ଥକବି ଭୀମ ଭୋଇଙ୍କ ମାଟିରେ ଭୀମଭୋଇ ଡିଗ୍ରୀ କଲେଜ, ରେଢ଼ାଖୋଲରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାକରାଯାଇଛି। ଏଥିରେ ପ୍ରଦେଶ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ବଲପୁର ବିଭାଗ ୟଶବର୍ଦ୍ଧନ ତିୱାରୀ ତଥା ଜିଲ୍ଲା ସହ ସଂଯୋଜକ ସିଦ୍ଧାନ୍ତ ମାଝୀ ଉପସ୍ଥିତ ଥିଲେ ଓ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ବିଦ୍ୟାର୍ଥୀଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଏଥିରେ ଯୁକ୍ତ ତିନର ଛାତ୍ର ବିବେକ ମହାପାତ୍ରଙ୍କୁ ପରିସରର ସଭାପତି ନିଯୁକ୍ତି କରାଯାଇଥିବା ବେଳେ ସ୍ମୃତିଶିଖା ନନ୍ଦଙ୍କୁ ସମ୍ପାଦକ ନିଯୁକ୍ତ କରାଯାଇଛି। ଶାଶ୍ଵତ ମାଝୀ ଓ ଶୁଭେନ୍ଦୁଙ୍କୁ ସହ ସଭାପତି ନିଯୁକ୍ତ କରାଯାଇଥିବା ବେଳେ ମିଥୁନ ପ୍ରଧାନ ଓ ସଚିନ ବେହେରା ଙ୍କୁ ସହ ସମ୍ପାଦକ ଭାବରେ ରେ ନିଯୁକ୍ତ କର କରାଯାଇଛି। ସଦାଶିବ ସାହୁ, ଦିଲୀପ ପ୍ରଧାନ, ସୁଜିତ୍ ପ୍ରଧାନ, ଲିକି ପ୍ରଧାନଙ୍କୁ ଅନ୍ୟ ଗୁରୁ…

Read More

ମେଷ – ଆପଣ କଠିନ ପରିଶ୍ରମର ଫଳ ପାଇବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ, ଭ୍ରମଣ ଏବଂ ଚାକିରି ଅନୁକୂଳ ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ। ବିରୋଧୀମାନେ ସକ୍ରିୟ ରହିବେ। ଟଙ୍କା ପାଇବା ସହଜ ହେବ । ରିସ୍କ ନେବାକୁ ସାହସ କର। ସୁଖ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ – ଅତିଥିମାନେ ଆସିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଚାକିରିରେ କିଛି ଅସୁବିଧା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ। ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ। ବିନିଯୋଗ ଭଲ ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ସୁଖ ମିଳିବ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୩ ଅପରାହ୍ନରେ ପ୍ୟାରିସ ଠାରେ ପହଞ୍ଚିଛନ୍ତି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବର୍ନ ବିମାନ ବନ୍ଦର ଠାରେ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାସ୍ତିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ।

Read More

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଥିବା ଗ୍ରାମଗୁଡିକର ଅପହଞ୍ଚ ଇଲାକାରେ ମାଗଣା ଦୂରଦର୍ଶନ ଡିଟିଏଚ୍‍ ସଂଯୋଗକୁ ମନ୍ତ୍ରଣାଳୟ ନିଶ୍ଚିତ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁର୍ଗମ ଗ୍ରାମବାସୀଙ୍କ ସହ ଉନ୍ନତ ମୋବାଇଲ୍ ସଂଯୋଗ ଶୀଘ୍ର ସୁନିଶ୍ଚିତ ହେବ ଏବଂ ଏହି ଅଞ୍ଚଳଗୁଡିକ ସହିତ ଉନ୍ନତମାନର ସମସ୍ତ ପ୍ରକାର ଯୋଗାଯୋଗ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ। ଲେହଠାରୁ ପ୍ରାୟ ୨୧୧ କିଲୋମିଟର ଦୂରରେ ଥିବା ଲଦାଖର କରଜୋକ ଗ୍ରାମରେ ଗ୍ରାମବାସୀଙ୍କ ସହ ହୋଇଥିବା ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି। ଉଲ୍ଲେଖ କରାଯାଇପାରେ ଯେ ଡିଡି ଫ୍ରିଡିଶ୍ ପ୍ଲାଟଫର୍ମ ମାଧ୍ୟମରେ ଦୂର ତଥା ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ହାସଲ କରିବାକୁ ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ୧.୫ ଲକ୍ଷ ମାଗଣା ଫ୍ରିଡିଶ୍ ସଂଯୋଗ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସୀମାନ୍ତ ଗ୍ରାମଗୁଡିକର…

Read More

ଭୁବନେଶ୍ଵର: ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଅଛି। ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ: 08465 ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2ଘ.55ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11 ଘଟିକାରେ ଉଧନାରୁ ଛାଡିବ। ଏହି ଟ୍ରେନ ପୁରୀ ଓ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରକୁ ବିସ୍ତାର ହେବାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଗରିବଙ୍କ ପାଇଁ ଉନ୍ନତମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଆମର ପ୍ରୟାସ ଗତିଶୀଳ ହେବାରେ ଲାଗିଛି’।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବାକୁ ଗୁରୁତ୍ୱ ଦେଇ ସରକାର ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ। ଜାତୀୟ ମତ୍ସ୍ୟଜୀବୀ ଦିବସ ଅବସରରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକ ଋଣ, ଉନ୍ନତ ବଜାର ଆଦି ମାଧ୍ୟମରେ ଆମ ସରକାର ଏକ ଉତ୍କୃଷ୍ଟ ମତ୍ସ୍ୟଚାଷ କ୍ଷେତ୍ର ଗଠନରେ କାର୍ଯ୍ୟ କରିବା ଜାରି ରଖିବେ।’

Read More

ମୁମ୍ବାଇ: ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ୨ ନାଇଜେରିଆ ନାଗରିକ ସମେତ ଡ୍ରଗ୍ ଡିଲରଙ୍କ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି, ଯାହାର ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଛି। ଏହି ଗ୍ୟାଙ୍ଗର ଜଣେ ମହିଳା ମୁମ୍ବାଇରୁ ଡ୍ରଗ୍ସ ଯୋଗାଇବା ପାଇଁ ପ୍ରତିଦିନ ରାତିରେ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ପୁଣେ ଯାଉଥିଲେ ଏବଂପୁଣି ଫେରି ଆସୁଥିଲେ। ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିବା ସହ MDMA ଏବଂ କୋକେନ ଜବତ କରିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏହି ଡ୍ରଗ୍ ଡିଲରଙ୍କ ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଥିଲା ଏବଂ ଏହି ଗ୍ୟାଙ୍ଗର ମୁଖ୍ୟ ମୁମ୍ବାଇର ପାଉସ୍ ଅଞ୍ଚଳର କେମ୍ପ୍ସ କର୍ଣ୍ଣରରେ ରହୁଥିବା ପୂର୍ବତନ ସ୍କୁଲ ଶିକ୍ଷକ ଅଟନ୍ତି। ଯିଏକି ସୁକୋରିନା ଫର୍ଣ୍ଣାଣ୍ଡିସ୍ ବୋଲି ଚିହ୍ନଟ ହୋଇଛି। ୫୮ ବର୍ଷିୟ ସୁକୋରିନା ନିଜେ ପୁଣେରେ ଡ୍ରଗ୍ ବିତରଣ ପାଇଁ ବସ୍ କିମ୍ବା ଟ୍ୟାକ୍ସିରେ ଏକୁଟିଆ ଯାଉଥିଲେ, ସେ ମଧ୍ୟ ରାତିରେ…

Read More

ନୂଆଦିଲ୍ଲୀ: କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାନାଡା ଓପନ ୨୦୨୩ରେ ଲକ୍ଷ୍ୟ ସେନଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ! ତାଙ୍କର ବିଜୟ ତାଙ୍କ ଦୃଢ଼ ନିଷ୍ଠା ଏବଂ ସଂକଳ୍ପର ପ୍ରମାଣ। ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ତାଙ୍କ ଢେର ସାରା ଶୁଭକାମନା’।

Read More

ସୀତାରାମ ଅଗ୍ରୱାଲ ଚିଲିକା/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ, ନୀଳାଦ୍ରି ବିହାରୀ ମିଶ୍ର ଓ ଟିମ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ। ଚଢ଼ାଉରେ ସମୁଦାୟ ୧୦୦୦ ଲିଟର ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ ହୋଇଥିବା…

Read More

ପାଟନା: ପୋଲିସ୍ ଲାଠିଚାର୍ଜ କାରଣରୁ ଜଣେ ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏ ସମ୍ପର୍କରେ ନୀତୀଶ ସରକାରଙ୍କୁ ପ୍ରତିଶୋଧର ଭାବନାରେ କାର୍ଯ୍ୟାନୁଷ୍ଠାନ ବୋଲି ବିଜେପି ଅଭିଯୋଗ କରିଛି। ଏଥି ସହିତ, ଏହି ଅଭିଯୋଗ ଉପରେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି କହିଛନ୍ତି ଯେ, କୌଣସି ପ୍ରତିଶୋଧ ନିଆଯାଇ ନାହିଁ। ଶିକ୍ଷକ ମାମଲାରେ ସମସ୍ତ ଲୋକଙ୍କୁ ଡାକି ଚର୍ଚ୍ଚା କରିବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ। ଏହା ସହିତ ସେ ପ୍ରଶ୍ନ କରିଥିଲେ ଯେ, ଏମିତି କେଉଁ ରାଜ୍ୟ ଅଛି, ଯେଉଁଠାରେ ତିନି ଲକ୍ଷରୁ ଅଧିକ ପଦବୀ ବାହାର କରାଯାଇ ଚାକିରି ଦିଆଯାଉଛି? ଆମର ଶାସନ କାଳରେ ଆମେ ୧୦ ଲକ୍ଷ ଚାକିରିର ଆକଳନ ସଂପୂର୍ଣ୍ଣ କରିବୁ, କିନ୍ତୁ ଦୁଇ କୋଟି ଚାକିରି ଏବଂ ମୁଦ୍ରାସ୍ଫୀତି ଉପରେ ବିଜେପି ଉତ୍ତର ଦେବା ଉଚିତ୍।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ରିଟୁଇଟ୍‍ କରି କହିଛନ୍ତି ଯେ, “୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମର ତୀରନ୍ଦାଜମାନଙ୍କ ପାଇଁ ଗର୍ବିତ। ସେମାନଙ୍କର ସଫଳତା ଭାରତରେ ତୀରନ୍ଦାଜର ଭବିଷ୍ୟତ ପାଇଁ ଭଲ କ୍ଷେତ୍ର ସୃଷ୍ଟି କରିଛି ଏବଂ ଆଗାମୀ ତୀରନ୍ଦାଜମାନଙ୍କୁ ଏହା ଉତ୍ସାହିତ କରିବ।”

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ପୋଲ୍ ନିକଟସ୍ଥ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସୁଚନା ଅନୁଯାୟୀ, ମୃତ ଯୁବକ ଜଣକ ଛଣମେରୀ ଗ୍ରାମର ଲଳିତ ରାଉଳ ଓ ସେ ମାର୍ବଲ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଉକ୍ତ କାଜୁ ଜଙ୍ଗଲରେ ତାଙ୍କର ଶବ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୬ ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ। ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ। ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି।…

Read More

ଭୁବନେଶ୍ଵର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଏବଂ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି। ଜୁଲାଇ ୨୨ ତାରିଖ ଅର୍ଥାତ୍ ଠିକ୍ ଦଶ ଦିନ ପରେ, ସେ ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀର ରେକର୍ଡ କରିବେ। ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ। ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। କୋଡିଏ ବର୍ଷ ପୂର୍ବେ ଓଡିଶା ରାଜ୍ୟ ଦେଶର ସବୁଠାରୁ ଗରିବ ତଥା ଅସୁସ୍ଥ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। ୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରାସ୍ତା ପାର୍ଶ୍ଵର ଅଳିଆ ଗଦାରେ ପଡ଼ି ରହିଥିଲା। ତେବେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା। ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦେଖାଯାଉଥିଲା।…

Read More

ପାଟନା: ବିହାରର ରାଜଧାନୀ ପାଟନାରେ ବିଜେପିର ବିରୋଧ ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଲାଠିଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଟନାରେ ବିଜେପି କର୍ମୀ ଓ ନେତାମାନେ ବର୍ତ୍ତମାନର ନୀତୀଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ସ୍ଥାନରୁ ହଟାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଗୁଳି ବ୍ୟବହାର କରିଥିଲା। ପ୍ରକାଶ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପି କର୍ମୀମାନେ ବିହାର ସରକାର ବିରୋଧରେ ବିଧାନସଭା ପଦଯାତ୍ରା କରୁଥିଲେ। ବିହାର ବିଜେପିର ବହୁ ବଡ ନେତା ମଧ୍ୟ ପାଟନାରେ ବିଜେପିର ଏହି ପଦଯାତ୍ରାରେ ଭାଗ ନେଇଥିଲେ। ବିଜେପି ନେତା ଓ କର୍ମୀମାନେ ବିଧାନସଭାକୁ ଅବରୋଧ କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ପ୍ରଥମେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଥିଲା ଏବଂ କିଛି ସମୟ ପରେ ପୋଲିସ ସେମାନଙ୍କ ଉପରେ…

Read More

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି। କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବ ଶେଖ୍‌ ଡ. ମହମ୍ମଦ ବିନ୍ ଅବଦୁଲ୍ କରିମ୍ ଅଲ୍‌-ଇସା ଙ୍କ ସହିତ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିର ପ୍ରୋତ୍ସାହନ ତଥା ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ଦ୍ବାରା ବୈଠକ ବିଷୟରେ କରାଯାଇଥିବା ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ‘‘ମୁସଲିମ୍ ବୋର୍ଡ଼ ଲିଗ ର ମହାସଚିବ ଏବଂ ମୁସଲିମ ବିଦ୍ବାନଙ୍କ ସଙ୍ଗଠନର ଅଧ୍ୟକ୍ଷ ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ସହିତ ସାକ୍ଷାତ କରି ବହୁତ ପ୍ରସନ୍ନତା ହୋଇଛି। ଆମେ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିକୁ ପ୍ରୋତ୍ସାହନ ତଥା ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ବିଚାର ଉପରେ…

Read More