Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ ନିର୍ବାଚନରେ ‘ଏନଡିଏ’ ଓ ‘ଇଣ୍ଡିଆ’ର ଖେଳକୁ ଏହି ୯ଟି ଦଳ ଖରାପ କରିବେ
ବିଶେଷ ଖବର

୨୦୨୪ ନିର୍ବାଚନରେ ‘ଏନଡିଏ’ ଓ ‘ଇଣ୍ଡିଆ’ର ଖେଳକୁ ଏହି ୯ଟି ଦଳ ଖରାପ କରିବେ

July 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ରଣକୌଶଳ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୮ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୩୯ଟି ଦଳ ଯୋଗ ଦେଇଥିଲେ। ସେହିପରି ଦିଲ୍ଲୀ କ୍ଷମତା ହାସଲ ପାଇଁ ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକ ବୈଠକ ବସିଥିଲା।

ଏହି ବୈଠକରେ ବିରୋଧୀ ଦଳଗୁଡ଼ିକର ନୂଆ ମେଣ୍ଟର ନାମ ଚୂଡ଼ାନ୍ତ କରାଯାଇ ଏହାର ନାମ ଆଇ.ଏନ.ଡି.ଆଇ.ଏ (ଇଣ୍ଡିଆ) ରଖାଯାଇଛି। ୟୁପିଏ ବଦଳରେ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଆଲାଏନ୍ସ (ଇଣ୍ଡିଆ) ନାମକ ଏକ ନୂଆ ମେଣ୍ଟ ଗଠନ କରାଯାଇଥିଲା, ଯାହା ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟକ୍କର ଦେବ। ଏବେ ମୁଖ୍ୟ ମୁକାବିଲା ଏନଡିଏ ବନାମ ଇଣ୍ଡିଆ ହେବ ବୋଲି ସ୍ଥିର ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ନିର୍ବାଚନ ଲଢ଼ିବାକୁ ଯାଉଥିବା ସମସ୍ତ ଦଳ ଏହି ଦୁଇ ଶିବିରରେ ବିଭାଜିତ ହୋଇଛନ୍ତି କି ? ଏହା ନୁହେଁ ଯେ ୨୦୨୪ର ଲଢ଼େଇରେ ଏବେବି ଅନେକ ଦଳ ଅଛନ୍ତି ଯେଉଁମାନେ ଏହି ଦୁଇ ମେଣ୍ଟରେ ଅନ୍ତର୍ଭୁକ୍ତ ନୁହଁନ୍ତି। ସେମାନଙ୍କ ଶକ୍ତି ମଧ୍ୟ କମ ନୁହେଁ। ଏଭଳି ସ୍ଥିତିରେ ସେମାନେ ମଧ୍ୟ ୨୦୨୪ର ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।

ଉପରୋକ୍ତ ଦୁଇ ମେଣ୍ଟରେ ସାମିଲ ହୋଇନଥିବା ୯ରୁ ଅଧିକ ଦଳ ଅଛନ୍ତି, ଯେଉଁମାନଙ୍କ ଶକ୍ତିକୁ ଅଣଦେଖା କରି ହେବ ନାହିଁ। ଯଦି ଆମେ ୨୦୧୯ ଲୋକସଭା ବିଜୟ ସଂଖ୍ୟାକୁ ଦେଖୁ, ତେବେ ସେମାନଙ୍କ ସାଂସଦ ସଂଖ୍ୟା ହେଉଛି ୬୨। ୬୨ ଜଣ ସାଂସଦ କିଛି କମ ନୁହନ୍ତି। ଏନଡିଏ ଏବଂ ଇଣ୍ଡିଆରେ ଅନେକ ଦଳ ଅଛନ୍ତି ଯେଉଁମାନଙ୍କର ଲୋକସଭାରେ ଗୋଟିଏ ବି ଆସନ ନାହିଁ । ଅଧିକାଂଶ କ୍ଷୁଦ୍ର ଦଳ ଏଥର ଏନଡିଏରେ ସାମିଲ ହୋଇଛନ୍ତି। ଏନଡିଏର ୩୯ଟି ଦଳ ମଧ୍ୟରୁ ୨୫ଟି ଦଳର ଲୋକସଭାରେ ଜଣେ ବି ସାଂସଦ ନାହାନ୍ତି। ଅପରପକ୍ଷରେ ବିରୋଧୀ ମେଣ୍ଟର ଇଣ୍ଡିଆ ରହିଛି ଯେଉଁଥିରେ ଦଳଗୁଡ଼ିକ ଅନେକ ବଡ଼ କିନ୍ତୁ ୨୬ଟି ଦଳ ମଧ୍ୟରୁ ୧୦ଟିର କୌଣସି ସାଂସଦ ନାହାନ୍ତି। ଏଭଳି ସ୍ଥିତିରେ ଯେଉଁ ଦଳର ଲୋକସଭା ସଦସ୍ୟ ଅଛନ୍ତି, ସେହି ଦଳଗୁଡ଼ିକ ଉପରେ ଆଲୋଚନା କରିବା ଜରୁରୀ।

ଉଭୟ ମେଣ୍ଟରୁ ସମଦୂରତା ବଜାୟ ରଖିଥିବା ମାୟାବତୀ, କେ ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ଜଗନମୋହନ ରେଡ୍ଡୀ, ପ୍ରକାଶ ସିଂହ ବାଦଲ, ଦେବେଗୌଡ଼ା, ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ବରିଷ୍ଠ ନେତାଙ୍କ ଦଳ ସାମିଲ ଅଛନ୍ତି।

ଏନଡିଏ ଏବଂ ଆଇଏନଡିଆଇଏଠାରୁ ନିଜକୁ ଦୂରେଇ ରଖିଥିବା ଦଳଗୁଡ଼ିକ ହେଲା:

ଏହି ଦଳଗୁଡଡ଼ିକର ୨୦୧୯ରେ ଲୋକସଭା ଆସନ ସଂଖ୍ୟା ହେଲା, ବହୁଜନ ସମାଜ ପାର୍ଟି (ବିଏସପି)-୧୦, ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍)-୧, ବିଜୁ ଜନତା ଦଳ (ବିଜେଡି)-୧୨, ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ)-୯, ୱାଇଏସଆର କଂଗ୍ରେସ (ୱାଇଏସଆରସିପି)-୨୨, ତେଲୁଗୁ ଦେଶମ ପାର୍ଟି (ଟିଡିପି)-୩, ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)-୨, ଶିରୋମଣି ଅକାଳୀ ଦଳ (ଏସଏଡି)-୨, ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍)-୧।

ଏହି ଦଳଗୁଡ଼ିକର ମୋଟ ୬୨ ଜଣ ସାଂସଦ ଅଛନ୍ତି, ଯାହା କି ମୋଟ ସାଂସଦଙ୍କ ୧୧ ପ୍ରତିଶତରୁ ଅଧିକ। ୨୦୧୯ରେ ଏହି ଦଳଗୁଡ଼ିକ ମିଳିତଭାବେ ୧୦.୭୧%ରୁ ଅଧିକ ଭୋଟ ପାଇଥିଲେ। ଏଭଳି ପରିସ୍ଥିତିରେ ଏହି ଦଳଗୁଡ଼ିକର ଗୁରୁତ୍ୱ କିଛି କମ ନୁହେଁ। ଅନେକ ରାଜ୍ୟରେ ଏନଡିଏ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ସିଧାସଳଖ ଲଢ଼େଇ ହେବ ନାହିଁ। ଅନେକ ରାଜ୍ୟରେ ଉପର୍ରକ୍ତ ଦଳଗୁଡ଼ିକର ସରକାର ରହିଛି। ଏଭଳି ସ୍ଥିତିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ବେଶ୍ ରୋଚକ ହେବାକୁ ଯାଉଛି।

ଇଣ୍ଡିଆ ଏନଡିଏ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.