Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଅଭିଯୋଗ କଲା ବିଜେପି
ଆଜିର ଖବର

ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଅଭିଯୋଗ କଲା ବିଜେପି

May 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଅଭିଯୋଗ କଲା ବିଜେପି

ଭୁବନେଶ୍ୱର: ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି ।

ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ ।

ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି । ଶ୍ରୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଆମ ଓଡିଶା ନବୀନ ଓଡ଼ିଶା ସଂତୃପ୍ତ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026
Latest News

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.