Author: Samikhsya Bureau

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଦୁଇ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି। ଏହି ଦୁଇ ଜଣ ହେଲେ ପ୍ରଶାନ୍ତ ମୁଦୁଲି ଏବ ବିଜୟ ନାୟକ। ଉଭୟ ନେତା ଆସୁଥିବା ଓଡିଶା ରାଜ୍ୟ ସମବାୟ ୟୁନିୟନ ନିର୍ବାଚନ ଏବଂ ଓବିସି ଅର୍ଥନୈତିକ ଉନ୍ନୟନ ସମବାୟ ନିଗମ ନିର୍ବାଚନର ପର୍ଯ୍ୟବେକ୍ଷକ ହେବେ। ଏ ନେଇ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ନୂଆଦିଲ୍ଲୀ: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆମେ ଏକ ପେସାଦାର ସମୁଦାୟକୁ ସମ୍ମାନ ଦେଉଛୁ; ଯିଏ କି ଆମ ଦେଶର ପ୍ରମୁଖ ଆର୍ଥିକ ସ୍ଥପତିଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କ ବିଶ୍ଲେଷଣାତ୍ମକ କୌଶଳ ଏବଂ ଦୃଢ଼ ପ୍ରତିବଦ୍ଧତା ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରେ।’

Read More

ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଡାକ୍ତର ସମୁଦାୟଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଡାକ୍ତର ଦିବସରେ ମୁଁ ସମଗ୍ର ଡାକ୍ତର ସମୁଦାୟକୁ ଗଭୀର କୃତଜ୍ଞତା ଜଣାଉଛି। ଅତ୍ୟନ୍ତ ଗମ୍ଭୀର ସମକ୍ର ବି ଡାକ୍ତରମାନେ ସାହସ, ନିଃସ୍ୱାର୍ଥପରତା ଏବଂ ସ୍ଥିରତା ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି। ସେମାନଙ୍କ ସମର୍ପଣ ଉପଚାରଠାରୁ ବି ଅଧିକ; ଏହା ଆମ ସମାଜକୁ ଆଶା ଏବଂ ଶକ୍ତି ଦେଇଥାଏ’।

Read More

ଜୀବନଶୈଳୀ: ଆପଣ ନିଶ୍ଚିତ ଭାବରେ କିଛି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ ଏବଂ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନ ମଧୁରୀ ଏବଂ ମିଶ୍ରୀ ଟେବୁଲ ଉପରେ ସର୍ବଦା ରଖାଯାଏ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପାନ ମଧୁରୀ ଏବଂ ମିଶ୍ରୀକୁ ଟେବୁଲ ଉପରେ ରଖିବାର କାରଣ କ’ଣ? କିଛି ଲୋକ ଭାବନ୍ତି ଯେ ‘ଟିପ୍’ ଦେବା ପାଇଁ ପାନ ମଧୁରୀ ଏବଂ ମିଶ୍ରୀକୁ ପାତ୍ରରେ ରଖାଯାଇଥାଇପାରେ। କେତେକ ବିଶ୍ୱାସ କରନ୍ତି ଯେ, ପାଟି ସତେଜ କରିବା ପାଇଁ ଖାଦ୍ୟ ଖାଇବା ପରେ ଏହାକୁ ରଖାଯାଏ। ପାନ ମଧୁରୀ ଏବଂ ମିଶ୍ରୀ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଆସନ୍ତୁ ଜାଣିବା ଏହା କରିବା ପଛରେ ପ୍ରକୃତ କାରଣ କ’ଣ? ବାସ୍ତବରେ ମିଶ୍ରି ଦାନା ଚିନି ଅପେକ୍ଷା ବହୁତ ହାଲୁକା। ଚିନି ତୁଳନାରେ ଏଥିରେ ଥିବା ମିଠା ମଧ୍ୟ କମ୍ ଅଟେ। ଉତ୍ତମ ହଜମ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଘଟଣାକୁ ନେଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇଥିଲା। ଅନୁସନ୍ଧାନ ଚାଲିଥିବା ବେଳେ ବିଶେଷ କରି ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀର ନୀଳମାଧବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ତାଲାବନ୍ଦ ଘରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଥିଲା। ପୋଲିସ ଅନୁସନ୍ଧାନ ଚଳାଇ ତିନି ଜଣ ଯୁବକ ଯଥା ବ୍ରହ୍ମପୁର ସଦର ଥାନା ଅଞ୍ଚଳର ପି ବିଷ୍ଣୁ, ସୁଦାମ ପାତ୍ର ଓ ଚନ୍ଦନ ପାତ୍ରକୁ ଉଠାଇ ଆଣି ଜେରା କରିବା ବେଳେ ଏହି ମାନଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି, ଗୋଷାଣୀ ନୁଆଁଗାଁ ଥାନାରେ ଗୋଟିଏ ଓ ନିମଖଣ୍ଡି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଜାଣିବାକୁ ପାଇଥିଲା। ଅଟକ ଯୁବକକୁ ଜେରା କରିବା ବେଳେ ପୋଲିସ ସେମାନଙ୍କ ଠାରୁ ୨୩୦ ଗ୍ରାମ ସୁନା ଅଳଙ୍କାର ଓ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟ ରଙ୍ଗିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅରକ୍ଷିତ ନାହାକ ନାମକ ଜଣେ ବ୍ୟକ୍ତି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଅରକ୍ଷିତ କୌଣସି କାରଣରୁ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ସେ ନିଜ ବିଲରେ ପକାଇବାକୁ ରଖିଥିବା କୀଟନାଶକ ଓାୖଷଧ ପିଇ ଦେଇଥିଲେ। ଯାହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କର ପୁଅ ରାଜେନ୍ଦ୍ର ନାହାକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

Read More

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୨୫ ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ୍ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ବୁଲଢାଣା ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଖୁବ୍ ଶୀଘ୍ର ଦୁର୍ଘଟଣା ସ୍ଥଳକୁ ଯିବେ।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ମାଲୁ ମହାନ୍ତି ନାମକ ଜଣେ ସଫେଇ କର୍ମଚାରୀଙ୍କୁ ବୋମାମାଡ ହୋଇଥିଲା। ହେଲେ ଫେରାର ହୋଇ ଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ବଡ଼ବଜାର ଅଞ୍ଚଳର ଡି ଅରୁଣ ରେଡି ଓ ଆହତ ମାଲୁ ମଧ୍ୟରେ କୌଣସି କାରଣରୁ ଶତ୍ରୁତା ଥିଲା। ଘଟଣା ଦିନ ମାଲୁଙ୍କୁ ରାସ୍ତାରୁ ହଟିବା ପାଇଁ ସେ ନିଜ ଘର ପାଖରେ ଥିବା ବେଳେ ଅରୁଣ ତାଙ୍କ ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲା। ସୌଭାଗ୍ୟ ବଶତଃ ବୋମାଟି ମାଲୁଙ୍କ ଗୋଡ଼ ପାଖରେ ପଡି ଫୁଟିଯାଇଥିଲା। ଫଳରେ ମାଲୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ମୁଖ୍ୟ ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Read More

ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷ ବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ- ୨୦ ୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ମୋଟ ପାସ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବାବେଳେ, ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି। ଚଳିତ ବର୍ଷ ଛାତ୍ରୀମାନଙ୍କର ପାସ ହାର ୯୩.୯ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କ ୮୧.୫ ପ୍ରତିଶତ ରହିଛି। କଳା ବିଭାଗରେ ପାସ ହାର ୯୧.୫ ପ୍ରତିଶତ ରହିଥିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ ହାର ଯଥାକ୍ରମେ ୯୪.୬ ଓ ୭୮.୯ ପ୍ରତିଶତ ଅଟେ। ବାଣିଜ୍ୟ ବିଭାଗରୁ ଛାତ୍ରୀ ନିଶା କୁମାରୀ ପାଣ୍ଡେ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା ଓ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି…

Read More

ନୂଆଦିଲ୍ଲୀ: ଆଇପିଏଲ୍ ଋତୁ ସମାପ୍ତ ହୋଇଛି। ଚେନ୍ନାଇ ସୁପର କିଙ୍ଗସ୍ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ଆଇପିଏଲ୍ ୨୦୨୩ ଟାଇଟଲ୍ ଜିତିଛି। କିନ୍ତୁ ଆଇପିଏଲ୍ ଶେଷ ହେବା ପରେ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ମଜବୁତ ରହିଛି। ବାସ୍ତବରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ମେ ମାସର ଶ୍ରେଷ୍ଠ-୩ ଦଳରେ ଅନ୍ତର୍ଭୁକ୍ତ ହୋଇଛି। ସୋସିଆଲ ମିଡିଆରେ ଚେନ୍ନାଇ ସୁପର କିଙ୍ଗ୍ସ ଅନ୍ୟତମ ଲୋକପ୍ରିୟ ଦଳ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ରିଅଲ ମାଦ୍ରିଦ ଏବଂ ଏଫସି ବାର୍ସିଲୋନା ଦଳ ଶ୍ରେଷ୍ଠ- ୩ ଦଳରେ ଅନ୍ତର୍ଭୁକ୍ତ। ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଲୋକପ୍ରିୟ ଦଳ!: ମେ ମାସରେ ୪୨୪ ନିୟୁତ ସୋସିଆଲ ମିଡିଆ ଯୋଗଦାନ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଶୀର୍ଷରେ ଅଛି। ଏହି ତାଲିକାରେ ରିଅଲ ମାଦ୍ରିଦ ଫୁଟବଲ କ୍ଲବ ଦ୍ୱିତୀୟ ସ୍ଥାନରେ ରହିଛି। ମେ ମାସରେ ୩୪୫ ନିୟୁତ ସୋସିଆଲ ମିଡିଆ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ଣ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶେହଡୋଲ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ଏଠାରେ ସେ ଜାତୀୟ ସିକଲ୍‌ ସେଲ ଏନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ସେ ମଧ୍ୟ ହିତାଧିକାରୀମାନଙ୍କୁ ସିକଲ ସେଲ୍‌ ଜେନଟିକ୍‌ ଷ୍ଟାଟସ୍‌ କାର୍ଡ ବିତରଣ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍‌ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା। ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍‌ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହାକୁ…

Read More

ଭୁବନେଶ୍ୱର: ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି। ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି। ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍‌ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି। ଏଥି ସହିତ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଅଧୀନରେ ଓଡ଼ିଶା ସମେତ ୧୯ଟି ରାଜ୍ୟ ପାଇଁ ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଅର୍ଥରାଶି ମଧ୍ୟରେ ୨୦୨୨-୨୩ ଆର୍ଥିକ ପାଇଁ ୪ଟି ରାଜ୍ୟ – ଛତିଶଗଡ଼, ମେଘାଳୟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶକୁ ଏସଡିଆରଏଫ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଆକାରରେ ୧୨୦୯ କୋଟି ୬୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହାଛଡ଼ା ୧୫ଟି ରାଜ୍ୟ – ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ତାମିଲନାଡୁ, ତ୍ରିପୁରା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ଏସଡିଆରଏଫ ବାବଦ ୪୯୮୪ କୋଟି ୮୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହି ଅର୍ଥରାଶିକୁ ବର୍ତ୍ତମାନର ମୌସୁମୀ ଋତୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି। ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି।…

Read More

ଭୁବନେଶ୍ଵର: ଆଷାଢ ମାସର ଶୁକ୍ଲ ପକ୍ଷର ପ୍ରଦୋଷ ବ୍ରତ ଅତ୍ୟନ୍ତ ସ୍ୱତନ୍ତ୍ର। ଆଜି ୨୦୨୩ ବର୍ଷର ଶେଷ ଶନି ପ୍ରଦୋଷ ବ୍ରତ ପାଳନ କରାଯିବ। ଯଦି ଶନିବାର ଦିନ ପ୍ରଦୋଷ ବ୍ରତ ପାଳନ କରାଯାଏ, ତେବେ ଏହାର ଗୁରୁତ୍ୱ ଦ୍ୱିଗୁଣିତ ହେବ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଉପବାସ ପାଳନ କରି ସନ୍ଧ୍ୟାରେ ଶିବଙ୍କୁ ପୂଜା କରି ଉଭୟ ମହାଦେବ ଏବଂ ଶନି ବହୁତ ଖୁସି ହୁଅନ୍ତି ଏବଂ ବ୍ରତଧାରୀଙ୍କୁ ଶନିଙ୍କ ମହାଦଶାଠାରୁ ଆଶ୍ଵସ୍ତି ମିଳିଥାଏ। ଯଦି ପୂଜାପାଠ ଏବଂ ଉପଚାର ରାଶି ଅନୁଯାୟୀ କରାଯାଏ, ତେବେ ଏହାର ପ୍ରଭାବ ଅଧିକ। ଆଷାଢ ମାସର ଶନି ପ୍ରଦୋଷ ଉପବାସରେ ରାଶି ଅନୁଯାୟୀ ଶିବଙ୍କ ଉପାସନା ଏବଂ ପଦକ୍ଷେପ ଜାଣିବା…. ଶନି ପ୍ରଦୋଷ ବ୍ରତ ୨୦୨୩: ଆଷାଢ ଶୁକ୍ଲ ତ୍ରୟୋଦଶୀ ତିଥି ଆରମ୍ଭ: ଭୋର ୦୧.୧୬ ଆଷାଢ ଶୁକ୍ଲ ତ୍ରୟୋଦଶୀ ତିଥି ସମାପ୍ତ: ରାତି ୧୧.୦୭ ଶିବ ପୂଜା ସମୟ: ସନ୍ଧ୍ୟା…

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍…

Read More

ଭୁବନେଶ୍ଵର: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଟ୍ରେନ୍ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ୍ ମ୍ୟାନେଜରଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଏକ ନୂତନ ଦାୟିତ୍ଵ ଦିଆଯାଇଛି। ଦକ୍ଷିଣ ପୂର୍ବ ରେଳର ନୂତନ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।

Read More

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତାରେ  ଆଜି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରାଜ୍ୟରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ସଂଘର ବିଭିନ୍ନ ଦାବି ସଂପର୍କରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବିଭାଗ ପକ୍ଷରୁ ସଂଘର ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ ତୁରନ୍ତ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ସଂଘର ସଭାପତି, ସାଧାରଣ ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Read More

ଭୁବନେଶ୍ୱର: ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗ କଲ୍ୟାଣ କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଅବସର ନେଇଥିବା ଅନୁଶାସନ ସଚିବ ଦିଲ୍ଲୀପ କୁମାର ସିଂହଙ୍କ ବିଭାଗ ପ୍ରତି ଥିବା କର୍ତ୍ତବ୍ୟ, ନିଷ୍ଠା ଓ ଦାୟିତ୍ୱ ସଂପର୍କରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସୂଚନା ପ୍ରଦାନ କରିଥିଲେ। ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଅନୁଶାସନ ସଚିବ ଶ୍ରୀ ସିଂହଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ବିଭାଗ ପ୍ରତି ତାଙ୍କର ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ। ଶ୍ରୀ ସିଂହ ନିଜର ଚାକିରି ଜୀବନରେ ଶକ୍ତି, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସଂପର୍କ ଆଦି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ନିଜର ଚାକିରି ଜୀବନର ଅଭିଜ୍ଞତା ବାବଦରେ ବର୍ଣ୍ଣନା କରିଥିଲେ। ବିଭାଗୀୟ…

Read More

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏନ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ୍‌ ଯୋଗଦେଇ ଏଫ୍‌ଏଲ୍‌ଏନର ସମୀକ୍ଷା କରିବା ସହ ଏହାର ପ୍ରକୃତ ଲକ୍ଷ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏ ନେଇ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ ହୋଇଛି। ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜ, ସରଳ ଭାବେ ଶିଖିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛି। ଏହି ବୈଠକରେ ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବାର୍ଷିକୀ ସମାରୋହ ଏପରି ସମୟରେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି। ଯେ କୌଣସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଏହାର ସଫଳତାକୁ ପ୍ରତିଫଳିତ କରେ। ଡିୟୁର ୧୦୦ ବର୍ଷ ଯାତ୍ରାରେ ଅନେକ ଇତିହାସର ସାକ୍ଷୀ ହୋଇଛି । ଏହା ଅନେକ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅନ୍ୟ ଲୋକଙ୍କୁ ଜୀବନକୁ ଯୋଡିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ଏବଂ ଏହା ସବୁ ମୁହୂର୍ତ୍ତରେ ଜୀବନର ପ୍ରତ୍ୟେକ ଅଂଶକୁ ପୂରଣ କରିଛି । ପ୍ରଧାନମନ୍ତ୍ରୀ ଶତବାର୍ଷିକୀ ସମାରୋହ ଅବସରରେ ସମସ୍ତ…

Read More