Author: Samikhsya Bureau

ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ପରେ ନୟାଗଡ଼ ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିଛି। ନୟାଗଡ଼ ଷ୍ଟେସନ ନିକଟ ବେବର୍ତ୍ତାପାଲି ରାସ୍ତା ଠାରୁ ଆରମ୍ଭ କରି ସିନ୍ଦୁରିଆ ପର୍ଯ୍ୟନ୍ତ ରାସ୍ତାରେ ଦିନ ରାତି ୨୪ଘଣ୍ଟା ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଆଜି ଅଚାନକ ଟାଉନ ଥାନା ହାବୁଡରେ ପଡିଛନ୍ତି। ସୁଚନାନୁସାରେ ଷ୍ଟେସନ ଛକ ଠାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ମାଡି ଆସୁଥୁଲେ। ପୁଲିସ ଅଟକାଇବାରୁ ସେମାନେ ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରୁଥିଲେ। ପୁଲିସର ସନ୍ଦେହ ହେବାରୁ ରତନପୁର ଛକଠାରେ ସେମାନଙ୍କୁ ଅଟକାଇଥିଲେ। ତାଙ୍କ ଠାରୁ ୫.୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ବାଇକ ଜବତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୨୮ ତାରିଖ ଦିନ ଚିଲିକାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶକ୍ତି ପ୍ରଦର୍ଶନ କରିବେ। ସେହି ଉପଲକ୍ଷେ ବଡପୋଖରିଆ ସ୍ଥିତ ନିଜ ବାସଭବନରେ ଆଜି ତାହାର ରୂପରେଖ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀର ବିଜେଡି ନେତା ଉତ୍ପଳ ପାଇକରାୟ, ପ୍ରଭାସ ସୁନ୍ଦରାୟ, ମନୋଜ ପ୍ରଧାନଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଆଗଧାଡିର କର୍ମୀମାନେ ଯୋଗ ଦେଇଥିଲେ। ନେତା ଓ ନେତ୍ରୀମାନେ ବୈଠକରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିର ଜଣେ ଯୋଦ୍ଧା ଭାବରେ ଅଭିହିତ କରିବା ସହ ତାଙ୍କର ଗୁଣଗାନ କରିଥିଲେ। ଜୁଲାଇ ୨୮ ତାରିଖରେ ବିଧାୟକ ନିର୍ବାଚନ ମଣ୍ଡଳୀକୁ ଗ୍ରାଣ୍ଡ ଏଣ୍ଟ୍ରି କରିବାକୁ ଥିବାବେଳେ ସମସ୍ତ ନେତୃବୃନ୍ଦ ଉକ୍ତଦିନ ପ୍ରବଳ ଜନସମାଗମ କରିବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ। ବିଧାୟକଙ୍କ ଶକ୍ତି ପ୍ରଦର୍ଶନକୁ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀ ଦେଖି ବିଧାୟକଙ୍କୁ ଆଜିବି କର୍ମୀମାନେ ଭଲପାଉଛନ୍ତି ବୋଲି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଫ ଚାମ୍ପିଅନସିପ ୨୦୨୩ର ବିଜେତା ଭାରତୀୟ ଫୁଟବଲ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଭାରତ ପୁଣି ଥରେ ଚାମ୍ପିଅନ ହୋଇଛି ! ବ୍ଲୁ ଟାଇଗର୍ସ ସାଫ ଚାମ୍ପିଅନସିପ ୨୦୨୩ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ଆମ ଖେଳାଳିଙ୍କୁ ଶୁଭେଚ୍ଛା। ଦୃଢ ସଂକଳ୍ପ ଓ ଲଢୁଆ ମନୋଭାବ ସମ୍ପନ୍ନ ଖେଳାଳିମାନଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳର ଉଲ୍ଲେଖନୀୟ ଯାତ୍ରା ଭବିଷ୍ୟତର କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ।”

Read More

ମୁମ୍ବାଇ: ଏନସିପିର ରାଜନୈତିକ ଲଢେଇ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଅଜିତ ପାୱାର ଦଳ ଶରଦ ପାୱାରଙ୍କୁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ନୂତନ ରାଷ୍ଟ୍ରୀୟ ସଭାପତି କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଅଜିତ ପାୱାର କହିଥିଲେ ଯେ, ଶରଦ ପାୱାର ତାଙ୍କ ଦଳର ସଭାପତି। ସୂଚନାନୁସାରେ, ଜୁନ୍ ୩୦ ତାରିଖରେ ୪୦ ଏନସିପି ବିଧାୟକଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ଏନସିପି ସଭାପତି କରିବା ବିଷୟରେ ସୂଚନା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ମିଳିଥିଲା। ସୂଚନାନୁସାରେ, ଜୁଲାଇ ୩ ତାରିଖରେ ନିର୍ବାଚନ ଆୟୋଗ ଜୟନ୍ତ ପାଟିଲ (ଶରଦ ପାୱାର ଦଳ) ଙ୍କ ଠାରୁ ଏକ ଚିଠି ମଧ୍ୟ ପାଇଥିଲେ। ଯେଉଁଥିରେ କୁହାଯାଇଛି ଯେ, ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ୯ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା…

Read More

ନୂଆଦିଲ୍ଲୀ: ଭାରତ ସରକାର ଡିସେମ୍ବର ୨୦୧୯ ରେ ସଂସଦରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ପ୍ରଣୟନ କରିଥିଲେ। ସଂସଦର ମିଳିତ କମିଟିରେ ବିଚାର ପାଇଁ ଏହି ବିଲ୍ ପଠାଯାଇଥିଲା। ମିଳିତ କମିଟିର ପରାମର୍ଶ ପରେ ବାଚସ୍ପତିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା। ହିତାଧିକାରୀ ଏବଂ ବିଭିନ୍ନ ଏଜେନ୍ସିଙ୍କ ମତାମତକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୨ ରେ ଏହି ବିଲ୍ କୁ ପ୍ରତ୍ୟାହାର କରାଯାଇଥିଲା। ନଭେମ୍ବର ୧୮ ତାରିଖ ୨୦୨୨ ରେ ସରକାର ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍ ନାମକ ଏକ ନୂତନ ଡ୍ରାଫ୍ଟ ବିଲ୍ ପ୍ରକାଶ କରିଥିଲେ ଏବଂ ଏହି ଡ୍ରାଫ୍ଟ ଉପରେ ଜନ ପରାମର୍ଶ ଆରମ୍ଭ କରିଥିଲେ। ଏହି ବିଷୟ ସମ୍ବନ୍ଧରେ ଏକ ବ୍ୟାପକ ଏବଂ ବିସ୍ତୃତ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ମୁଖ୍ୟାଂଶ ଗୁଡ଼ିକ ହେଉଛି: – ଜନସାଧାରଣଙ୍କ ଠାରୁ, ୨୧,୬୬୬ ମନ୍ତବ୍ୟ ଗ୍ରହଣ କରାଯାଇଥିଲା। – ୪୬ ଟି ଵୃତ୍ତଖଣ୍ଡ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟାହ୍ନରେ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଏସଇବିସି ସର୍ଭେ ଭାଲୁଏସନ ପରଖିଥିଲେ। ଏହାପରେ ଜିଲ୍ଲାପାଳ ଆଙ୍କୁଲାସ୍ଥିତ ୫-ଟି ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଏହାକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଜିଲ୍ଲାପାଳ ବାଣପୁର ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସଭାଗୃହ ପରିଦର୍ଶନ କରିଥିଲେ। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ତାହାକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ବର୍ଷାଜଳ ନିଷ୍କାସନ ପାଇଁ କିପରି ଶୀଘ୍ର ଡ୍ରେନେଜ ନିର୍ମାଣ କରିହେବ ତାହା ଉପରେ ଗୁରୁତ୍ୱ…

Read More

ଭୁବନେଶ୍ବର: ସାବିତ୍ରୀ ବାଈ ଫୂଲେ ବିଶ୍ଵବିଦ୍ୟାଳୟ ପୁନେ ରେ ଓଡ଼ିଆ ଝିଅ ସୁହାନି ସୃଜନିକା ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଭୁବନେଶ୍ୱର ର ଉଦୟଗିରି ବିହାର ସ୍ଥିତ ସୂର୍ଯ୍ୟମଣି ଓ ଆର୍ୟବାଲା ରାଉତ ଙ୍କ ସୁପୁତ୍ରି ସୁହାନି ରେଭେନ୍ସା ବିଶବବିଦ୍ୟାଳୟରୁ ଭୂବିଜ୍ଞାନ ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଉଚ୍ଚ ଅଧ୍ୟୟନ ପାଇଁ ପୁନେ ସ୍ଥିତ ସାବିତ୍ରୀ ବାଈ ଫୁଲେ ବିଶ୍ଵବିଦ୍ୟାଳୟ ରେ ଅଧ୍ୟୟନ କରି ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ଵବିଦ୍ୟାଳୟ ର କୁଳାଧିପତି ତଥା ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବେଶ୍ ଙ୍କ ଠାରୁ ସ୍ଵର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଭବ୍ୟ ସମାରୋହରେ ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ, ମୁଖ୍ୟ ଶାସନ ସଚିବ ଡ. ରାଜେଶ୍ ଗୋଖେଲେ ଓ ବିଶ୍ବବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସୁରେଶ ଗୋସାବି ପ୍ରମୁଖ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଆଠଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସୁପର -୧୦ ପାଇଁ ଅବଶିଷ୍ଟ ୨ ଟି ସ୍ଥାନ ଲାଗି ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଶ୍ରୀଲଙ୍କା ଦଳ ମୁଖ୍ୟ ଇଭେଣ୍ଟ ପାଇଁ ନିଜର ସ୍ଥାନ ନିଶ୍ଚିତ କରିସାରିଛି। ବର୍ତ୍ତମାନ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଲଢେଇ ହୋଇପାରେ। ଦିନିକିଆ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ୬ ଟି ଦଳ ସୁପର ସିକ୍ସରେ ପହଞ୍ଚିବାରେ ସଫଳ ହୋଇଥିଲେ। ଏଥିରେ ଓମାନ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମେ ଦୌଡରୁ ବାଦ ପଡିଥିବାବେଳେ ଜିମ୍ବାୱେର ଦିନିକିଆ ବିଶ୍ୱକପ୍‌ରେ ପହଞ୍ଚିବାର ସ୍ୱପ୍ନ ସ୍କଟଲ୍ୟାଣ୍ଡ ବିପକ୍ଷରେ ୩୧ ରନ୍‌ ପରାଜୟ ପରେ ଧ୍ୱଂସ ହୋଇଯାଇଥିଲା। ଅବଶିଷ୍ଟ ଗୋଟିଏ…

Read More

ନିରାକାରପୁର: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳ ହଜ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଘରର ଝରକା ତାଡି ଲୁଟ ହୋଇଛି। କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଦୁହେଁ ବରିଷ୍ଠ ନାଗରିକ। ଦୁହେଁ ଘରେ ଶୋଇଥିଲା ବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି ଲୁଟିନେଇଛନ୍ତି। ଲୁଟେରା ମାନେ ଘରର ଝରକା ତାଡି ଘର ଭିତରେ ପଶି ଗଦରେଜ ଆଲମାରୀ ଓ ଟ୍ରଙ୍କ ବାକ୍ସ ଭାଗିଂ ସୁନାରୂପା ଅଳଙ୍କାର ସହିତ ଟଙ୍କା ଲୁଟିନେଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ ଆସି ପହଞ୍ଚି ତଦନ୍ତ କଲେ କିଛି ସୁରାକ ମିଳି ପାରିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।ନିରାକାରପୁର ପୋଲିସର ଢିଲା ପାଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମର ଲବ ସ୍ଵାଇଁ ନାମରେ ଜଣେ ଯୁବକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ନିମଖଣ୍ଡି ଥାନା ପୋଲିସ ପୋକ୍ସ ଆଇନ ଅନୁଯାୟୀ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ନାବାଳିକା ଗାଁ ର ଗୋଟିଏ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଲବ ମୋବାଇଲ ଫୋନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଇବାକୁ କହି ଘର ଛାତ ଉପରକୁ ନେଇ କୌଶଳ କ୍ରମେ ଦୁଷ୍କର୍ମ କରିଥିଲା। ଏହି ବିଷୟରେ ନାବାଳିକା ଜଣକ ତାଙ୍କ ମାଁ କୁ କହିବାରୁ ମାଁ ପୋଲିସରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

Read More

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିରେ ବିଭାଜନ ପରେ ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଜିତ ପାୱାରଙ୍କ ମଞ୍ଚରେ ୨୯ ଜଣ ବିଧାୟକ ନଜର ଆସିଛନ୍ତି। ସେପଟେ ୧୪ ଜଣ ବିଧାୟକ ଏବଂ ୪ ସାଂସଦ ଶରଦ ପାୱାରଙ୍କ ମଞ୍ଚରେ ଯୋଗ ଦେଇଛନ୍ତି। ଏନସିପି ନେତା ତଥା ଅଜିତ ପାୱାର ଦଳର ମନ୍ତ୍ରୀ ଛଗନ ଭୁଜବଲ କହିଛନ୍ତି ଯେ, ୪୦ ରୁ ଅଧିକ ବିଧାୟକ ଏବଂ ଏମଏଲସି ଆମ ସହ ଅଛନ୍ତି। ଶପଥ ନେବା ପୂର୍ବରୁ ଆମେ ସମସ୍ତେ କଠିନ ପରିଶ୍ରମ କରିଛୁ। ଆମେ ସେପରି ଶପଥ ନେଇ ନାହୁଁ।

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଏହି ସମୟରେ ଚୀନ୍ ଭାରତକୁ ପ୍ରଶଂସା କରିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଆସନ୍ତୁ ଜାଣିବା ଏହାର କାରଣ କ’ଣ, ଯେଉଁ କାରଣରୁ ଚୀନ୍ ଭାରତ ପାଇଁ ପ୍ରଶଂସା ସେତୁ ନିର୍ମାଣ କରୁଛି। ଉଲ୍ଲେଖନୀୟ ବିଷୟ ହେଉଛି, ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚାଲିଛି, ଯେଉଁଥିରୁ ଭାରତ ଏହାର ଫାଇଦା ନେଉଛି। ବାସ୍ତବରେ ଭାରତ ରିହାତି ମୂଲ୍ୟରେ ଋଷର ଅଶୋଧିତ ତୈଳ କିଣୁଛି। ଏହା ସମସ୍ତେ ଜାଣନ୍ତି ଯେ, ଅଶୋଧିତ ତୈଳ କ୍ରୟ ଏବଂ ବିକ୍ରୟ ପାଇଁ ଆନ୍ତର୍ଜାତୀୟ ବଜାରରେ ଡଲାର ବ୍ୟବହାର କରାଯାଏ। ତଦନୁଯାୟୀ ଭାରତ ଡଲାର ଦେଇ ଋଷରୁ ଅଶୋଧିତ ତୈଳ କିଣୁଥିଲା, କିନ୍ତୁ ଯୁଦ୍ଧ ମଧ୍ୟରେ ଋଷ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିଯାଇଥିଲା, ଯେଉଁ କାରଣରୁ ଋଷ ଆମେରିକୀୟ ଡଲାର ବ୍ୟତୀତ ଅନ୍ୟ ଦେଶର ମୁଦ୍ରାରେ ବାଣିଜ୍ୟ କରିବାକୁ ବାଧ୍ୟ ହୋଇଛି। ଏଭଳି…

Read More

ଭୁବନେଶ୍ବର: ଆଜି ଆୟକର ବିଭାଗ ତରଫରୁ ବଡ ଧରଣର ଚଢାଉ କରାଯାଇଛି। ଓଡିଶାର ପ୍ରତିଷ୍ଠିତ ବିଲିଡର ତଥା ବ୍ୟବସାୟୀ ଜଗଦୀଶ ନାୟକଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ଡିଏନ ଗ୍ରୁପର ମାଲିକ। ତାଙ୍କ ନିଜ ବାସଭବନ, ସହିତ ନୟାପଲ୍ଲୀରେ ଥିବା ତାଙ୍କ ଅଫିସ, ପାତ୍ରପଡାରେ ଥିବା ଡିଏନ ରିଗାଲିଆ ଅଫିସ ଏବଂ ତାଙ୍କ କର୍ମଚାରୀଙ୍କ ବାସଭବନରେ ଏହି ଚଢାଉ ଜାରୀ ରହିଛି। ତେବେ ଏ ନେଇ ଆୟକର ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ନଗଦ ଟଙ୍କା ଜବତ ହୋଇଛି। ଭୁବନେଶ୍ବରର ଚାରି ନମ୍ବରରେ ଥିବା ତାଙ୍କର ବାସଭବନରୁ ଏହି ଟଙ୍କା ଜବତ କରାଯାଇଛି। ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ଜଣାପଡିଛି।୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ ଏହି ଚଢ଼ାଉ କରୁଛନ୍ତି । ଆଜି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ମଲା ପ୍ରଧାନ ନାମ୍ନୀ ଜନୈକ ମହିଳାଙ୍କ ଗତ କିଛି ଦିନ ହେଲା ଖୋଜ ଖବର ନଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଗାଁ ର ଜନୈକ ଲୋକଙ୍କ ଘର ବାଡ଼ି ପଟ କୂଅରେ ବୃଦ୍ଧାଙ୍କ ଶବ ଭାସୁଥିବା ଖବର ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଓ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମଏ) ଓ ଏଲଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ  ପ୍ରଧାନ କହିଛନ୍ତି ଯେ ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି। ବିଶ୍ୱର ବିଶ୍ୱାସ ଭାରତ ଉପରେ ବଢିଛି। ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ ଯୋଡିବାର ଉପାୟ ଅନ୍ୱେଷଣ କରିବାକୁ ହେବ। ଦେଶରେ…

Read More

ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ। ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।

Read More

କୈଳାଶ ଚନ୍ଦ୍ର ବେହେରା ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକଡାଖଣ୍ଡି ବ୍ଳକ ବନ୍ଥପଲୀ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ନନ୍ଦନ ବେହେରା ସମେତ ଅନ୍ୟ କିଛି ଯୁବକ ଆକ୍ରମଣ କରିଛନ୍ତି ବୋଲି ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗ୍ରାମ ଚାଞ୍ଚଡାପଲି ଫେରୁଥିବା ବେଳେ ଗାଁ ର ଠାକୁରାଣୀ ମନ୍ଦିର ପଛପଟରେ ଛକି ବସିଥିବା କିଛି ଯୁବକ ତାଙ୍କୁ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇଛି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ପ୍ରଶାନ୍ତ ସରପଞ୍ଚ ଥିବା ବେଳେ ଗାଁ ରେ ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ସେହି ମକଦ୍ଦମାରେ ପ୍ରଶାନ୍ତ ସାକ୍ଷୀ ରହି ଶୁଣାଣି ବେଳେ ସାକ୍ଷୀ କାଟିଦେବାରୁ ଆକ୍ରମଣକାରୀ ଯୁବକ ମାନେ ପ୍ରଥମେ…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି  ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ  ସମୟ ଆସିଯାଇଛି। ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା…

Read More

ନୂଆଦିଲ୍ଲୀ: ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ କରି ଅବିବାହିତ ଝିଅମାନେ ଇଚ୍ଛା କରୁଥିବା ବର ପାଆନ୍ତି। ଅନ୍ୟପକ୍ଷରେ, ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମିଳିଥାଏ। କୁହାଯାଏ ଯେ, ଶ୍ରାବଣର ଉପବାସ ପାଳନ କରୁଥିବା ଲୋକଙ୍କୁ (ବିଶେଷ କରି ମହିଳା) କିଛି ନିୟମ ପାଳନ କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଶ୍ରାବଣ ମାସ ପାଇଁ ଉପବାସ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ଉପବାସ ସମୟରେ ଉଲ୍ଲେଖ କରାଯାଇଥିବା ଏହି ନିୟମକୁ ଅନୁସରଣ କରନ୍ତୁ। ଯଦି ଆପଣ ଶ୍ରାବଣ ଉପବାସ ପାଳନ କରୁଛନ୍ତି, ତେବେ ସକାଳୁ ଉଠି ସ୍ନାନ କରିବା ସହ ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ୍। ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ…

Read More