ନୂଆଦିଲ୍ଲୀ: ଶାହାରୁଖ ଖାନ ଏବେ ଆମେରିକାର ଲସ ଏଞ୍ଜେଲସରେ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି। ସୁଟିଙ୍ଗ ଚାଲିଥିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବର ଅନୁଯାୟୀ, ଏହା ପରେ ତାଙ୍କୁ ମଧ୍ୟ ସେଠାରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଶାହାରୁଖଙ୍କ ନାକରେ ଆଘାତ ଲାଗି ରକ୍ତସ୍ରାବ ଆରମ୍ଭ ହୋଇଥିଲା, ପରେ ତାଙ୍କୁ ସାମାନ୍ୟ ଅପରେସନ୍ କରିବାକୁ ପଡିଥିଲା। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଶାହାରୁଖ ଖାନ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ, ଯେଉଁଠାରେ ତାଙ୍କର ନାକରେ ଆଘାତ ଲାଗିଥିଲା। ତାଙ୍କ ନାକରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନିଆଯାଇଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଛୋଟ ଅସ୍ତ୍ରୋପଚାର ଆବଶ୍ୟକ ହେବ ବୋଲି ସେଠାରେ ଡାକ୍ତର କହିଥିଲେ। ଶାହାରୁଖ ବର୍ତ୍ତମାନ ଭାରତ ଫେରିଛନ୍ତି ଏବଂ ଏହି ଆଘାତରୁ ସୁସ୍ଥ ଅଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଆସାମକୁ ପେଟ୍ରୋକେମିକାଲ୍ସର ଏକ ପ୍ରମୁଖ ରପ୍ତାନିକାରୀ କରିବା ପ୍ରୟାସ ଭାବେ ଆସାମର ପେଟ୍ରୋକେମିକାଲ ପ୍ଲାଣ୍ଟରୁ ବାଂଲାଦେଶରୁ ପ୍ରଥମ ମିଥାନଲ୍ ପରିବହନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଏହା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବର ପେଟ୍ରୋକେମିକାଲ କ୍ଷେତ୍ରକୁ ବିକଶିତ କରିବ।’
ନୂଆଦିଲ୍ଲୀ: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକରେଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବାଚସ୍ପତିଙ୍କ ନିକଟରେ ବିଚାରାଧୀନ ଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ସହଯୋଗୀ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗକୁ ସେ ଦର୍ଶାଇଛନ୍ତି।
ନୂଆଦିଲ୍ଲୀ: ରବିବାର ଦିନ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଖାଲିସ୍ତାନ ସମର୍ଥକଙ୍କ ଅଗ୍ନିକାଣ୍ଡ ଉଦ୍ୟମକୁ ଆମେରିକା ଦୃଢ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଚ୍ୟାନେଲ ଦିୟା ଟିଭି ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ରାତି ୧.୩୦ ରୁ ୨.୩୦ ମଧ୍ୟରେ ଭାରତୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ, କିନ୍ତୁ ସାନ ଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ଏହାକୁ ଶୀଘ୍ର ଆୟତ୍ତ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଅଗ୍ନିକାଣ୍ଡ ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇନାହିଁ। ଏଥିସହିତ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଖାଲିସ୍ତାନ ସମର୍ଥକମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି। https://twitter.com/DiyaTV/status/1675969723593523200?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1675969723593523200%7Ctwgr%5Ee42d59009d3495136902424855060775fb81e3bb%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Fworld%2Fus-san-francisco-khalistan-supporters-set-fire-indian-consulate-house-in-viral-video-america-condemn-2445433 ମାର୍ଚ୍ଚ ମାସରେ ମଧ୍ୟ ଏହି ଘଟଣା ଘଟିଥିଲା: ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଟ୍ୱିଟ କରି କହିଛନ୍ତି ଯେ, ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ତଥା ଅଗ୍ନିକାଣ୍ଡ ଉଦ୍ୟମକୁ ଆମେରିକା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁରେ ପ୍ରଥମ ପ୍ରକଳ୍ପ ଅଧୀନ ନୂତନ ଘର ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରକଳ୍ପରେ ୩,୦୦୦ରୁ ଅଧିକ ପରିବାର ସେମାନଙ୍କ ସ୍ୱପ୍ନର ଘର ପାଇପାରିଛନ୍ତି। ବେଙ୍ଗାଲୁରୁ ସାଉଥ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଯେଉଁମାନେ ସେମାନଙ୍କ ଘର ପାଇଛନ୍ତି ସେମାନଙ୍କୁ ଅଭିନନ୍ଦନ।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦.୩୦ ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ। ଏହି ଉଦଘାଟନୀ ସମାରୋହରେ ବିଶ୍ୱର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟ ପୁଟ୍ଟପର୍ତ୍ତିର୍ର ପ୍ରସନ୍ନ ନୀଳୟମ ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟର ର୍ନିମାଣ କରିଛି। ପ୍ରସନ୍ନ ନୀଳୟମ୍ ହେଉଛି ଶ୍ରୀ ସତ୍ୟ ସାଇ ବାବାଙ୍କର ମୁଖ୍ୟ ଆଶ୍ରମ। ପରୋପକାରୀ ରିୟୁକୋ ହୀରାଙ୍କ ଦ୍ୱାରା ଦାନ କରାଯାଇଥିବା ଏହି କନଭେନସନ ସେଣ୍ଟର ସାଂସ୍କୃତିକ ଆଦାନ ପ୍ରଦାନ, ଆଧ୍ୟାତ୍ମିକତା ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣର ପ୍ରମାଣ ଅଟେ। ବିଭିନ୍ନ ପୃଷ୍ଠଭୂମିର ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହେବା, ଯୋଡି ହେବା ଏବଂ ଶ୍ରୀ ସତ୍ୟ ସାଇ ବାବାଙ୍କ ଶିକ୍ଷା ଅନୁସନ୍ଧାନ କରିବା ପାଇଁ ଏହା ଏକ ଉନ୍ନତ ପରିବେଶ ଯୋଗାଇବ। ଏହାର ବିଶ୍ୱ…
ଭୁବନେଶ୍ଵର: ସମରେଶ ରାଉତରାୟଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ନିୟତି” ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାର ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି।…
ନୂଆଦିଲ୍ଲୀ: ନୂଆ ନୂଆ ପ୍ରଯୁକ୍ତିର ପ୍ରୟୋଗ ସହିତ ଦୂରସଞ୍ଚାର କ୍ଷେତ୍ର ନିରନ୍ତର ଭାବେ ଏକ ବିକଶିତ କ୍ଷେତ୍ର ଭାବେ ଆଗକୁ ବଢ଼ୁଛି। ଏହା ୱେର-ଲାଇନ୍ରୁ ମୋବାଇଲ ସେବା ଦିଗକୁ ପରିବର୍ତ୍ତିତ ହୋଇଛି। ମୋବାଇଲ ଏବେ ଲୋକଙ୍କ ଜୀବନଧାରା ପାଲଟିଛି। ମୋବାଇଲ ସେବା ମଧ୍ୟ ଟୁ-ଜି, ଥ୍ରୀ-ଜି ଠାରୁ ଆରମ୍ଭ କରି ଏବେ ଫୋର୍-ଜି ଓ ଫାଇଭ୍-ଜିରେ ପହଞ୍ଚିବା ସହିତ ୬-ଜି ଆଡ଼କୁ ଅଗ୍ରସର ହେଉଛି। ସାର୍ବଜନୀନ ଓ ଶସ୍ତା ଯୋଗାଯୋଗ, ସ୍ୱଦେଶୀ ପ୍ରଯୁକ୍ତି ବିକାଶ, ଦୂରସଞ୍ଚାର ଓ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ବିକଶିତ କରିବା, ୬-ଜି ପ୍ରଯୁକ୍ତି ଦିଗରେ ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଆଉ ପାଦେ ଆଗକୁ ନେଇ ସଞ୍ଚାର ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି : ଭାରତ ୬ଜି ମେଣ୍ଟର ଗଠନ (ବି୬ଜିଏ)…
ମେଷ- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଆଜି ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆର୍ଥିକ କ୍ଷତି ଘଟାଇବ । ତୁମର ଶୀତଳ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ । ଏହା ସମ୍ଭବ ଯେ ଆଜି ଆପଣ ନିଜ ପ୍ରିୟଙ୍କୁ ଟଫି ଏବଂ କକଟେଲ ଇତ୍ୟାଦି ଦେଇପାରିବେ । ତୁମେ ତୁମର ସାଥୀ ସହିତ ପ୍ରେମର ଶିଖର ଅନୁଭବ କରିବ । ବୃଷ – ଆଜି ତୁମର ଜୀବନ ସାଥୀ ହେତୁ ତୁମ ପାଇଁ ଖୁସିର ଏକ କାରଣ ବୋଲି ପ୍ରମାଣିତ ହେବ । ଯଦି ଆପଣ ଋଣ ନେବା ପାଇଁ ଦୀର୍ଘ ଦିନ ଧରି ଏହି…
ଭୁବନେଶ୍ୱର: ଆଜିର ଯାନ୍ତ୍ରିକ ଯୁଗରେ ଜୀବନ ଧାରଣ କରିବା ପାଇଁ ଜୀବିକାର ମାଧ୍ୟମ ଅନନ୍ୟ ଓ ପ୍ରଶସ୍ତ। ଏ ଦୂରଦୃଷ୍ଟିକୁ ବିଦ୍ୟାର୍ଥୀଙ୍କ ନିକଟକୁ ନିକଟତ କରିବାକୁ ସଫଳ ପ୍ରଚେଷ୍ଟା କରିଛି ଡିଏଭି ପୋଖରୀପୁଟର ‘‘ଡିଏଭି କ୍ୟାରିୟର କନ୍କ୍ଲେଭ୍ ’’। ଛାତ୍ରମାନଙ୍କୁ ବିଭିନ୍ନ ବୃତ୍ତି ଆଶା ବିଷୟରେ ଆଲୋକିତ କରିବା ଏବଂ ବହୁ ପ୍ରତୀକ୍ଷିତ ବିଦ୍ୟାଳୟ ପତ୍ରିକା ‘‘ପ୍ରେରଣା’’-୨୦୨୩ କୁ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ପ୍ରତିନିଧି, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ବୃତ୍ତିଗତଗଣ ଉପସ୍ଥିତି ରହି ବିଦ୍ୟାର୍ଥୀଙ୍କ ସନ୍ଦେହ ତଥା ଜିଜ୍ଞାସୁ ମନୋବୃତ୍ତିକୁ ପୂର୍ଣ୍ଣକରିବା ସହିତ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଡିଏଭି ଅନୁଷ୍ଠାନ ସମୂହର ଓଡ଼ିଶାର ସହକାରୀ ଆଞ୍ଚଳିକ ଅଧିକାରୀ, ଡ. ସୁଜାତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ‘‘ଡିଏଭି କ୍ୟାରିୟର କନ୍କ୍ଲେଭ୍ ’’ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ଡିଏଭି ଗାନ୍ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ…
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି। ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତଦନୁଯାୟୀ ୫-ଟି ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବର୍ତ୍ତମାନ L&T ଦ୍ୱାରା ଚାରି ଗୋଟି କ୍ଲିନିକାଲ ବ୍ଲକ ଓ NCC ଦ୍ୱାରା ୧୩ ଟି ଆବାସିକ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି। ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇ ପାରିବେ। ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା। ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇ .ଟି ଓ ଆଇ .ଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି। ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇ .ଟି .…
ରାୟପୁର: ଆଜି ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତେ କପଡା, କାଗଜ, ଝୋଟ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଜାରିକରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ବର୍ତମାନ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦ୍ୟୁଷଣ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି। ଆମେ ସମସ୍ତେ ମିଳିତ ଭାବରେ ଏହା ଉପରେ ସଚେତନ ହେବା ସହିତ ଏହାର ଉପଯୋଗକୁ କମାଇବା ଏବଂ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରି କରିବା। ଯେତେବେଳେ ଆମର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ବଜାର, ହାଟି ସ୍ଥାନକୁ ଗଲାବେଳେ କପଡା ଓ ଝୋଟ…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି। ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ। ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍ୱର୍କରେ ଅଛନ୍ତି ଏବଂ ଇଂଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି। ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି। ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି। ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ। ଇଂଟରନେଟରେ କାର୍ଯ୍ୟ କରୁଥିବା…
ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି। ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ…
ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ। ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ – ଯୋଗଦାନ ରିପୋର୍ଟ, ଅଡିଟ୍ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ ଆୟୋଗ ଏକ ନୂଆ ୱେବ ପୋର୍ଟାଲ (https://iems.eci.gov.in/) ର ଶୁଭାରମ୍ଭ କରିଛନ୍ତି। ଫଳରେ ଅଲାଇନ୍ ରିପୋର୍ଟ ଦାଖଲ ସହଜ ହୋଇପାରିବ। ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଏବଂ ବିଗତ କିଛି ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ପାରଦର୍ଶିତା ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁରୂପ ରାଜନୈତିକ ଦଳମାନଙ୍କୁ ଏହି ଆର୍ଥିକ ହିସାବ ନିର୍ବାଚନ ଆୟୋଗ/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବା ଜରୁରୀ। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଦୁଇଟି ଉଦ୍ଦେଶ୍ୟ ନେଇ ଏହି…
ଭୁବନେଶ୍ଵର: ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଯାମିନୀ ଷଡଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହି ଦାୟିତ୍ଵରେ ଥିବା ସଂଗ୍ରାମ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି। ସେହିପରି ସମ୍ବଲପୁର ପୌର ନିଗମର କମିଶନର ଭାବେ ଶ୍ରୀବେଦଭୂଷଣ ନିଯୁକ୍ତି ପାଇଥିବା ବେଳେ ନୃସିଂହ ଚରଣ ସ୍ଵାଇଁଙ୍କୁ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ସମ୍ବନ୍ଧରେ ସାରା ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ଆଇନ ମନ୍ତ୍ରଣାଳୟର ସଂସଦୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆଇନ ଆୟୋଗ, ଭାରତ ସରକାରଙ୍କ ପ୍ରତିନିଧୀଙ୍କୁ ଡକାଯାଇଥିଲା। ବୈଠକରେ UCC କ’ଣ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଆଲୋଚନା କରାଯାଇଥିଲା। କମିଟିର ସଦସ୍ୟମାନଙ୍କୁ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା। ବୈଠକରେ କିଏ କିଏ ସାମିଲ ଥିଲେ?: ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ସୁଶୀଲ ମୋଦୀ, ବିଏସପି ସାଂସଦ ମଲୁକ ନାଗର, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ, କଂଗ୍ରେସ ସାଂସଦ ବିବେକ ତନଖା, ବିଜେପି ଲୋକସଭା ସାଂସଦ ରମେଶ ପୋଖରିଆଲ, ବିଜେପି ରାଜ୍ୟସଭା ସାଂସଦ ମହେଶ ଜେଟମାଲାନି ଏବଂ ବିଧି…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବାଲୁଗାଁ ରାସ୍ତାର ମେଘାମ୍ବରୀ ମନ୍ଦିର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରକାଶ ଥାଉକି ବାଲୁଗାଁ ବିଶ୍ୱାଳ ସାହିର ଚନ୍ଦନ ବେହେରା ନାମକ ଜଣେ ଯୁବକ ନିଜ ମୋଟର ସାଇକେଲରେ ବାଣପୁରରୁ ଘରକୁ ଫେରୁଥିବା ବେଳେ ମେଘାମ୍ବରୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଯାଇଛି। ଗାଡି ଆଗକୁ ଏକ ଛୋଟ ପିଲା ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ଡାକ୍ତରଖାନା ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା କରି ଚନ୍ଦନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିଲାଟିକୁ ବାଣପୁରରେ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି। ତେବେ ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।
ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୩-୨୪ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଅବଦୁଲ ଆରିଫ୍…
ନୂଆଦିଲ୍ଲୀ: ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାରର ସମସ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ କମ୍ପାନୀ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାମ ଅଭିଯୁକ୍ତ ଭାବରେ ଅନ୍ତର୍ଭୁକ୍ତ ହୋଇଛି। ଜୁଲାଇ ୧୨ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। କୋର୍ଟରେ ସିବିଆଇ କ’ଣ କହିଛି?: ସିବିଆଇ ଅଦାଲତକୁ କହିଛି ଯେ, ପୂର୍ବରୁ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଏହି ମାମଲା ଏକ ଭିନ୍ନ ଅଭିଯୋଗ ପତ୍ର ଦାଖଲ କରାଯାଇଛି। କାରଣ…

