Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରଙ୍କ ୫-‘ଟି’ ଧାରାରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ
ବିଶେଷ ଖବର

ସରକାରଙ୍କ ୫-‘ଟି’ ଧାରାରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ

July 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କ ୫-‘ଟି’ ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ପାଳନପୂର୍ବକ କାର୍ଯ୍ୟକରିବାକୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ସରକାରୀ ଛୁଟି ଦିବସ ଥିଲେ ମଧ୍ୟ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଦୁଇ ଘଣ୍ଟାରୁ ଊଦ୍ଧ୍ୱର୍ ବିଭାଗୀୟ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ତୁରନ୍ତ ଏକ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଆରମ୍ଭ କରିବ ଏବଂ ଅବସରଗ୍ରହଣ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନ୍‌ସନ୍‌ ପାଇବେ ଏବଂ ସମସ୍ତ ବାକିଥିବା ପେନ୍‌ସନ୍‌ କେସ୍‌ (ମାମଲା)ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦବୀ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ ଏବଂ ଯୁକ୍ତିଯୁକ୍ତ କରିବା ଉପରେ ପରାମର୍ଶ ଦେଇଥିଲେ। ରୁସା(ଆର୍‌ୟୁଏସ୍‌ଏ) ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ସେ ସମୀକ୍ଷା କରିଥିଲେ।

ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା ହୋଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍‌ରେ ଥିବା ଅନୁଦାନ ରାଶି ସଠିକ୍‌ ଭାବେ ବିନିଯୋଗ କରିବା, ନାକ୍‌ (ଏନ୍‌ଏଏସି) ର୍ୟାଙ୍କିଂ ଏବଂ ଏନ୍‌ଆଇଆର୍‌ଏଫ୍‌ରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚଶିକ୍ଷା ସଚିବଙ୍କୁ ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଅତନୁ ସବ୍ୟସାଚୀ ନାୟକ ଉଚ୍ଚଶିକ୍ଷା ମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026
Latest News

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.