Author: Samikhsya Bureau

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଏହାର ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ଭାରତୀୟ ଦଳ ଜୁଲାଇ ୫ ତାରିଖରୁ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳୁଛି। ଯୁବ ବାମହାତୀ ଖେଳାଳି ଯଶସ୍ୱୀ ଜୟସ୍ଵାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏହି ମ୍ୟାଚର ପ୍ରଥମ ଦିନରେ ଓପନିଂ କରୁଛନ୍ତି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ଦଳରେ ଚେତେଶ୍ୱର ପୂଜାରାଙ୍କ ନମ୍ବର-୩ ସ୍ଥାନରେ ଶୁଭମାନ ଗିଲଙ୍କୁ ଖେଳିବାକୁ ନିଷ୍ପତ୍ତି ନେଇପାରେ। ଅଭ୍ୟାସ ମ୍ୟାଚରେ ରୋହିତ ଏବଂ ଯଶସ୍ଵୀଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଛି। ନମ୍ବର -୩ ରେ ଶୁଭମାନ ଗିଲ ଆସିବା ସହିତ ଯଶସ୍ୱୀ ଜୟସ୍ଵାଲ ସେହି ସ୍ଥାନରେ ଖେଳିବାର ସୁଯୋଗ ପାଇବେ ଯେଉଁଥିରେ ସେ ଘରୋଇ କ୍ରିକେଟରେ ଖେଳୁଥିବାର ନଜର ଆସିଛନ୍ତି। ତେବେ ଏପର୍ଯ୍ୟନ୍ତ ଦଳ ପରିଚାଳନା ଏ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟମ କ୍ରମରେ ନମ୍ବର ୪ ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟସେବାରେ ନିବେଶକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚି ଭାରତର ସାମଗ୍ରିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ପ୍ରବନ୍ଧକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଭାରତ ସରକାର କିପରି ଦେଶର ସବୁଠୁ ଦୁର୍ବଳ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ବାସ କରୁଥିବା ଲୋକଙ୍କୁ ସୁଲଭ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି ତାହା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଦର୍ଶାଇଛନ୍ତି। https://twitter.com/PMOIndia/status/1676489074243411968?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1676489074243411968%7Ctwgr%5Eb7efd7bd8014f0391ddf850a57c69b17e288098c%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1937680

Read More

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ହୋଇଛିଛି। ଏଥର ରେଭେନ୍ସା କଲେଜ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି। ତେବେ ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି। ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩%। ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି। ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ପୁଣି ରାଜନୈତିକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଯ’ଦ୍ଵାରା ସ୍ପଷ୍ଟ ଦିବାଲୋକରେ ସରପଞ୍ଚଙ୍କ ଜ୍ୱାଇଁ ଏସ୍ କାମେଶ୍ଵରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଆହତ କାମେଶ୍ଵର ନିଜ ଘରକୁ ଫେରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ଛକି ରହିଥିବା କିଛି ଯୁବକ ସଶସ୍ତ୍ର ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଗୋଡ, ହାତ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିଟି ଡ଼ାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅତ୍ୟଧିକ ଚିକିତ୍ସା ପାଇଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ କାମେଶ୍ଵରଙ୍କ ଏତଲା କ୍ରମେ ପୋଲିସ ୨୦ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ବିବେକ ଶ୍ରବଣ କୁମାର, ଏସ୍ ଡି…

Read More

ନୂଆଦିଲ୍ଲୀ: ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ଖୋଦ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଆଜି ନିଜ ବାସଭବନରେ ଏହି କାର୍ଯ୍ୟ କରିଛନ୍ତି। ଏହି ଘଟଣାଟି ଯେତିକି ଆଶ୍ଚର୍ଯ୍ୟ, ଏହାର କାରଣ ଜାଣିଲେ ମଧ୍ୟ ଆପଣ ହେବେ ସେତିକି ଆଶ୍ଚର୍ଯ୍ୟ। ଘଟଣାଟି ହେଲା ଗତି କିଛିଦିନ ତଳେ ବିଜେପି ନେତା ପ୍ରଭାସ ଶୁକ୍ଲା ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କରିଥିବାର ଭିଡିଓ ବେଶ ଚହଳ ପକାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତା ଉପରେ ପୋଲିସ ତରଫରୁ ତନାଘନା କରାଯାଇଥିଲା। ଜଣାପଡି ଥିଲା ଯେ, ପ୍ରଭାଶ ଆଦିବାସୀ ବ୍ୟକ୍ତି ଦାଶମତ ରାୱାତଙ୍କ ଉପରେ ପରିଶ୍ରା କରୁଛନ୍ତି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ତୁମ୍ବି ତୋଫାନ କରାଗଲା। ପରେ ଜଣାପଡିଥିଲା ଯେ, ପ୍ରଭାସ ଶୁଲ୍କା ହେଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଲାଙ୍କ ଜଣେ ଘନିଷ୍ଠ ସହଯୋଗୀ। ଏହାପରେ ପ୍ରଭାସଙ୍କୁ ଗିରଫ କରାଯିବା ସହିତ ତାଙ୍କ ଘରକୁ ମଧ୍ୟ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଡେହୁକା ଗ୍ରାମର ମଳୟ ରାଉତ ନାମକ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମଳୟ କୌଣସି କଥାକୁ ନେଇ ବିଷ ପିଇ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବେଳେ ଘର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିପଦର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆସ୍କା ନିକଟରେ ତାଙ୍କର ଅବସ୍ଥା ସାଂଘାତିକ ହେବାରୁ ତାକୁ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ପରୀକ୍ଷା କରି ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ଵର: ଦୁଇଜଣ ବିଚାରପତିଙ୍କ ବ୍ୟତୀତ ସାତୋଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଣିପୁର, ବମ୍ବେ ଏବଂ ଗୁଜୁରାଟର ହାଇକୋର୍ଟ ଅଛନ୍ତି, ଯେଉଁଠାରେ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବରିଷ୍ଠ ବିଚାରପତି କଲେଜିୟମଙ୍କ ସୁପାରିଶ ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟର ବିଚାରପତି ସୁନୀତା ଅଗ୍ରୱାଲଙ୍କୁ ଗୁଜୁରାଟ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟ, ଓଡ଼ିଶାର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କରାଯାଇଛି। ସେହିଭଳି ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୃଦୁଲଙ୍କୁ ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି, ବମ୍ବେ ହାଇକୋର୍ଟର ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି,…

Read More

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା। ଅଧିକାଂଶ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ତେବେ ଦେବଗଡ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା ହୋଇଥିବା ବେଳେ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ଜଣାପଡିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ପି ମନିକେଶ୍ଵର ରେଡି ନାମକ ଜଣେ ଯୁବକକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ୟୁ ଆପାରାଓ ନାମରେ ଜଣେ ବ୍ୟକ୍ତିଙ୍କ କୌଣସି ସନ୍ତାନ ନଥିବାରୁ ସେ ମନିକେଶ୍ଵରକୁ ପୌଷ୍ୟ ସନ୍ତାନ ରୁପେ ପାଳିଥିଲେ। କିନ୍ତୁ ମନିକେଶ୍ଵର ବିଭିନ୍ନ ସମୟରେ ବାପାକୁ ଗାଳିଗୁଲଜ ଓ ମାଡ଼ ମାରି ଅର୍ଥ ମାଗି ମଦ ପିଇ ଅଶାନ୍ତ କରୁଥିଲା। ଏଥିପାଇଁ ସେ ପୁର୍ବରୁ ସେ ଜେଲ୍ ଯାଇ ଜାମିନରେ ଆସି ପୁଣି ଆପାରାଓ ଙ୍କ ଜମି ଚାଷ କରୁଥିବା ରୟିତ ବାବୁ ସ୍ୱାଇଁକୁ ଗାଳିଗୁଲଜ କରି ନିଜ ବାପାର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଯ’ଦ୍ଵାରା ଆପାରାଓ ସଦର ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ନଂ ୩୩୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟ ଜାତୀୟ ରାଜପଥ ରାସ୍ତା କଡ଼ରେ ପାର୍କିଂ ଅବସ୍ଥାରେ ଥିବା ଏକ ମୋଟର କାର୍ କୁ ସନ୍ଦେହ କରି ଜେରା କରିବା ବେଳେ ସେଥିରୁ ଅଢେଇ କିଲୋ ଗଞ୍ଜେଇ ପୋଲିସ ଜବତ କରିଛି। ଗଞ୍ଜେଇ ମହଜୁଦ ଥିବା କାର୍ ର ନଂ ଏମଏଚ ୦୪ ଇଏକ୍ସ ୩୮୮୭ ବୋଲି ଜଣାପଡିଛି। ଗାଡ଼ି ଚାଲକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଓ କାର୍ କୁ ଜବତ କରି ପୋଲିସ କେଶ୍ ନଂ ୩୦୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Read More

ଭୁବନେଶ୍ଵର: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ପୋଷ୍ଟର ଲୋକାର୍ପଣ ଓ କଳାକାର ନାମ ଘୋଷଣା ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ଭବାନୀ ମଣ୍ଡପ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ପୋଷ୍ଟର ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ଅମର ମହାପାତ୍ର, ଅଭିନେତା ଶ୍ରେୟାନ୍, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ଅଭିନେତ୍ରୀ ଭୂମିକା ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲିର ଟ୍ରେଣ୍ଡୀ ସଙ୍ଗୀତକାର ବୈଦ୍ୟନାଥ ଦାଶ। ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀ ର ଡିଓପି ପ୍ରଶାନ୍ତନୁ ମହାପାତ୍ର। ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି। ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ…

Read More

ଭୁବନେଶ୍ବର: ଶେଷରେ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଥର ନାମଲେଖା ହେବ। ଏଥିରେ ଇଣ୍ଟିଗ୍ରେଟେଡ ଏମ.ଏ ଏବଂ ପିଏଚଡି କରିବା ପାଇଁ ନାମଲେଖା ଯିବ। ଅନଲାଇନରେ ନାମଲେଖା ଶେଷ ତାରିଖ ଚଳିତ ଜୁଲାଇ ୧୫ ତାରିଖ ରଖାଯାଇଛି। ଏହି ପାଠ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା କରାଯିବ। ଓଡିଶାର ଚାରୋଟି ସ୍ଥାନରେ ଏହା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ଗ୍ରହଣ କରିଛି। ସେଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର। ଏହି ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନ ଜାତିଙ୍କ ପାଇଁ ୩୦୦ ଟଙ୍କା ରଖାଯାଇଛି।

Read More

ପ୍ରତାପଗଡ଼: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ସହିତ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି। ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଡକରୀ ଏଭଳି ସୂତ୍ରକୁ କହିଛନ୍ତି, ଯାହା ଦ୍ଵାରା ଗୋଟିଏ ଲିଟର ପେଟ୍ରୋଲ ମାତ୍ର ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ଯଦି ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତ ବ୍ୟବହାର କରାଯାଏ, ତେବେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହା କେବଳ ପ୍ରଦୂଷଣକୁ ଦୂର କରିବାରେ ସହାୟକ ହେବ ନାହିଁ, ବରଂ ଇନ୍ଧନ ଆମଦାନୀକୁ ମଧ୍ୟ ହ୍ରାସ କରିବ।” ରାଜସ୍ଥାନର ପ୍ରତାପଗଡରେ ୫୬୦୦ କୋଟି ଟଙ୍କାର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ପରେ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଇନ୍ଧନ ଆମଦାନୀ ମୂଲ୍ୟ ୧୬…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା…

Read More

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ତିଲକ ବର୍ମା, ଯଶସ୍ୱୀ ଜୟସୱାଲ ଏବଂ ମୁକେଶ କୁମାରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ତେବେ ଆଇପିଏଲ୍ ୨୦୨୩ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଖେଳାଳି ରିଙ୍କୁ ସିଂ ଙ୍କୁ ସ୍ଥାନ ମିଳିନାହିଁ। ଏଥି ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି। ଅନେକ ଯୁବ ଖେଳାଳି ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଅଂଶ ହେବାର ସୁଯୋଗ ପାଇଛନ୍ତି। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ତିଲକ ବର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଏହି ଖେଳାଳି ତାଙ୍କର ଉଜ୍ଜ୍ୱଳ ଖେଳର ପୁରସ୍କାର ପାଇଛନ୍ତି। ଆଇପିଏଲର ୨୫ ଟି ମ୍ୟାଚରେ ତିଲକ ବର୍ମା ୭୪୦ ରନ୍ ସ୍କୋର କରିଛନ୍ତି। ଆଇପିଏଲରେ ଏହି ଖେଳାଳି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 7 ଓ 8 ଜୁଲାଇ 2023 ରେ ଚାରିଟି ରାଜ୍ୟ ଗସ୍ତ କରିବେ। ସେ 7 ଜୁଲାଇରେ ଛତିଶଗଡ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ। ଜୁଲାଇ 8 ରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଏବଂ ରାଜସ୍ଥାନ ଗସ୍ତ କରିବେ। 7 ଜୁଲାଇ ଦିନ ପ୍ରାୟ 10:45 ସମୟରେ ପ୍ରଧାନମନ୍ତ୍ରୀ ରାୟପୁରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଦେଶକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରରେ ପହଞ୍ଚିବେ, ପ୍ରାୟ ଦିନ ଦୁଇଟା ତିରିଶରେ ସେ ଗୀତା ପ୍ରେସ ଗୋରଖପୁରର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଗୋରଖପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ପରେ, ପ୍ରାୟ 5 ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ପହଞ୍ଚିବେ, ଯେଉଁଠାରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଅନେକ ପ୍ରକଳ୍ପର ଶିଳାନ୍ୟାସ…

Read More

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୨୩ତମ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି। ଏହି ଅବସରରେ ସେ ନିଜର ଅଭିଭାଷଣ ରଖିଥିଲେ। ଆସନ୍ତୁ ପଢିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…. ମହାମହିମ ଗଣ, ନମସ୍କାର! ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି। ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ। ମହାମହିମ ଗଣ, ଏସସିଓର ଅଧ୍ୟକ୍ଷ ଭାବେ ଭାରତ ଆମର ବହୁମୁଖୀ ସହଯୋଗକୁ…

Read More

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍ଭିନିର୍ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏସ୍ଭିନିର୍ତାର, କଟକ ନିର୍ଦ୍ଦେଶକ ଡ. ପି ପି ମହାନ୍ତି ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏପରି ବୁଝାମଣା ଅସ୍ତ୍ରୋପଚାର ପରବର୍ତ୍ତୀ ଏବଂ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ପୁନର୍ବାସ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ବିଶେଷ ସହାୟକ ହେବ। ଏମ୍ସର ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ସହିତ ଏସ୍ଭିନିର୍ତାରର ଫିଜିଓଥେରାପୀ, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ…

Read More

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ। ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି। ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି। ୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ପରିଚିତ। ଆସନ୍ତା ଜୁଲାଇ ୨୬ ତାରିଖ ଅନୁଷ୍ଠାନର ୬୦ ତମ ପ୍ରତିଷ୍ଠା ଦିବସ। ଉକ୍ତ ଶିକ୍ଷାନୁଷ୍ଠାନ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ପୁରାତନ ଛାତ୍ରସଙ୍ଘ ୨୬ ଓ ୨୭ ତାରିଖ ଦୁଇଦିନ ଧରି ହୀରକ ଜୟନ୍ତୀ ପାଳନ କରିବାକୁ ଅଣ୍ଟା ଭିଡ଼ିଛି। ଆଜି କଲେଜର ଅଡିଟୋରିଅମ ହଲରେ ପୁରାତନ ଛାତ୍ରସଂଘ କମିଟି ସଭାପତି ଡଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଥିବାରୁ ଏହାକୁ ସୀମିତ ଭାବରେ ପାଳନ କରିବାକୁ ପରିଚାଳନା ସମିତି ସଭାପତି ପୁର୍ବରୁ ନିଷ୍ପତି ନେଇଥିବା ବେଳେ ଏହାକୁ ପ୍ରବଳ ବିରୋଧ କରିଥିଲେ ପୁରାତନ ଛାତ୍ରସଂଘର କର୍ମକର୍ତ୍ତା।  ଏବଂ ଉକ୍ତ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ଦୁଇ ଦିନ ଧରି…

Read More