Author: Samikhsya Bureau

ଭୁବନେଶ୍ବର: ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ସମସ୍ତଙ୍କ ପ୍ରିୟ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଆୟୋଜିତ ହୋଇଛି ଏକ ଶ୍ରଦ୍ଧାଞ୍ଜଳି ସଭା। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ସଭାରେ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ସହିତ ରାଜନେତାମାନେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ପୌରହିତରେ ଆୟୋଜିତ ଏହି ସଭାରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଥିଲେ। ସେହିପରି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ନେତା ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ତାଙ୍କର ସ୍ମତି ଚାରଣ କରିଥିଲେ। ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ରତିକାନ୍ତଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ। କଂଗ୍ରେସରୁ ସଭାପତି ଭକ୍ତ ଦାସ, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦେଇ ତାଙ୍କର ଫଟୋରେ ପୁଷ୍ପମାଲ୍ୟ ଦେବା ସହିତ ସ୍ମତି ଚାରଣ କରିଥିଲେ। ଏହି ସ୍ମତି ସଭାରେ ତାଙ୍କ…

Read More

ଭୁବନେଶ୍ବର: ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା ପରେ ଭାରତରେ ଥିବା ପାକିସ୍ଥାନୀଙ୍କୁ ଦେଶ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ଓଡିଶାରେ ଥିବା ପାକିସ୍ଥାନୀ ନାଗରିକଙ୍କୁ ରାଜ୍ୟ ତଥା ଦେଶ ଛାଡିଯିବା ପାଇଁ ନୋଟିସ ଦିଆଯାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତଥ୍ୟ ଅନୁସାରେ ଓଡିଶାରେ ଅଛନ୍ତି 12 ଜଣ ପାକିସ୍ଥାନ ନାଗରିକ। ସେମାନେ ଓଡିଶାରେ ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି। ବଲାଙ୍ଗିରରେ ଜଣେ ପାକିସ୍ଥାନୀ ମହିଳା ବିବାହ କରି ସେଠାରେ ୩୫ ବର୍ଷ ହେଲା ରହିଆସୁଛନ୍ତି। ସେହିପରି ଭୁବନେଶ୍ବରରେ ମଧ୍ୟ ଜଣେ ପାକିସ୍ଥାନୀ ମହିଳା ଜଣେ ଓଡିଆ ପୁଅକୁ ବିବାହ କରି ଦୀର୍ଘ ବର୍ଷ ଧରି ରହୁଛନ୍ତି। ସେମାନଙ୍କୁ ତୁରନ୍ତ ଦେଶ ଛାଡି ଯିବାକୁ ନୋଟିସ କରାଯାଇଥିବାର ଜଣାପଡିଛି।

Read More

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ପ୍ରଭାରୀ ଅଜୟ କୁମାର ଇଲୁ ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଳାମ ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ କହିଥିଲେ ଯେ ରାଜ୍ୟରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ରାଜଧାନୀରୁ ନେଇ ଗାଁ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ। ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଜେପିର କମ୍ପାନା ପ୍ରୀତି ପାଇଁ ସାଧାରଣ ଆଦିବାସୀଙ୍କର ଭିଟାମାଟି ଏବଂ ଜଙ୍ଗଲ, ଜନ, ଜମି ହଡ଼ପ କରିବାପାଇଁ କରାଯାଉଥିବା ଚକ୍ରାନ୍ତ ବିରୁଦ୍ଧରେ ରାଜ୍ୟ କଂଗ୍ରେସ ଜୋରଦାର ଆରମ୍ଭ କରିବ। ଓଡ଼ିଶା ଫରେଷ୍ଟ ଆଇନ ଅନୁସାରେ ଆଦିବାସୀ ମାନଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ତାଙ୍କର ଜମି ହଡ଼ପ କରିବା ଅତ୍ୟନ୍ତ ନିନ୍ଦନିୟ । ଭାରତ ବର୍ଷର ମହାମହୀମ…

Read More

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା ପ୍ରତିଷ୍ଠା ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର, କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଯାଜପୁର ଜିଲ୍ଲାର ରସୁଲପୁର, କୋରେଇ ଓ ଧର୍ମଶାଳା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ, କନ୍ଧମାଳ ଜିଲ୍ଲାର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡ଼ା,…

Read More

ଭୁବନେଶ୍ୱର: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି -୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି। ଏହା ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି। ଏହି ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୫.୭ MW କ୍ଷମତାର ୨ଟି ପବନ ଶକ୍ତି ପ୍ରକଳ୍ପ, ୫୩.୯୭ MW କ୍ଷମତାର ୪ଟି ଭୂମି ଆଧାରିତ ସୌର ଶକ୍ତି ପ୍ରକଳ୍ପ ଓ ୦.୬ MWh କ୍ଷମତାର ପ୍ରଥମ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ। ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡିକର ସଦବ୍ୟବହାର ହୋଇପାରିବ ତା ସଙ୍ଗେ ସଙ୍ଗେ…

Read More

ଭୁବନେଶ୍ୱର: ଆଜି ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମପିଙ୍ଗ ୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳ ହରିବାବୁ କାମଭତିପତିଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରି ଏହାକୁ ତୁରନ୍ତ ନିଷ୍ପତି ନେବାକୁ ଦାବୀ କରିଛି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ। ଆଜି ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟଙ୍କ ସହିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷାକାରି ତ୍ରିପାଠୀ, ବରିଷ୍ଠ ସଦସ୍ୟ ଶୀଧେଶ୍ୱର ନାୟକ, ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର ରାଜ୍ୟପାଳ ଶ୍ରୀ କେ ହରିବାବୁଙ୍କୁ ଭେଟି ଆଲୋଚନା କରିଥିଲେ। ରାଜ୍ୟପାଳ ତୁରନ୍ତ ବିଏମସି ଅଧିକାରୀମାନଙ୍କୁ ଡାକି ଏହାକୁ ତୁରନ୍ତ ହାତେଇବାକୁ ଇଛା ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଓଡିଶା ଅଭିଭାବକ ମହାସଂଘ, ସୈନିକସ୍କୁଲ ପୁରାତନ ଛାତ୍ର ସଙ୍ଘ, ଲକ୍ଷ୍ମୀ ବିହାର ଉନ୍ନୟନ କମିଟି, ଗlଡ଼କଣ ଗ୍ରାମବାସୀ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ମଧ୍ୟଯାଇ ଶେଷ ଦର୍ଶନ କରିଥିଲେ। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ଷଢଯନ୍ତ୍ରକାରୀଙ୍କୁ ଏକ ଚେତାବନୀ ଦେଇଛନ୍ତି। ସିଧା ପ୍ରତିଶୋଧ ନେବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ଭାରତ ଏହାର ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ସମସ୍ତଙ୍କୁ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରିବ। ସାରା ବିଶ୍ବ ଦେଖିବ ଭାରତ କଣ କରୁଛି। ସେ ଆହୁରି କହିଛନ୍ତି ଯେ, ଏପରି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କୁ ନିକଟ ଭବିଷ୍ୟତରେ କଡ଼ା ଜବାବ ଦିଆଯିବ,” ସେ କହିଛନ୍ତି। ଆମେ କେବଳ ସେମାନଙ୍କ ପାଖରେ ପହଞ୍ଚିବୁ ନାହିଁ ଯେଉଁମାନେ ଆମ ଉପରେ ଆକ୍ରମଣ କରିଥିଲେ, ଆମେ ଏହି ଘଟଣାର ପରଦା ପଛରେ ଲୁଚି ରହିଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ। ଆକ୍ରମଣକାରୀ ଏବଂ ସେମାନଙ୍କର ମାଲିକମାନଙ୍କ ଉପରେ ମଧ୍ୟ ଟାର୍ଗେଟ କରାଯିବ। ରାଜନାଥ ବୁଧବାର ଦିନ ପ୍ରତିରକ୍ଷା ଅଧିକାରୀ ଏବଂ ତିନି ସାମରିକ ମୁଖ୍ୟଙ୍କୁ ଭେଟିବାର କିଛି ଘଣ୍ଟା…

Read More

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ପୁସ୍ତକ ଦିବସ। ଏହି ଦିବସ ଉପଲକ୍ଷେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପୁସ୍ତକ ପ୍ରତି ନିଜ ଆଗ୍ରହକୁ ପରିପ୍ରକାଶ କରିଛନ୍ତି। ସେ ବିଭିନ୍ନ ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଯାହା କହିଛନ୍ତି ତାହା ହେଲା… ପିଲା ବେଳରୁ ବିଭିନ୍ନ ବହି ପଢ଼ିବାର ଆଗ୍ରହ କେମିତି ମୋ ଭିତରେ ଉନ୍ମେଷ ହୋଇଥିଲା ମୋର ମନେନାହିଁ। କିନ୍ତୁ ବହିଟି ପାଇଲେ ଆମୂଳଚୂଳ ପଢ଼ିବାର କ୍ଷୁଧା ଛୋଟ ବେଳରୁ ଆଜିଯାଏଁ ବଳବତ୍ତର ରହିଛି। ଲୋକମାନ୍ୟ ତିଲକଙ୍କ ସେହି ବାଣୀ ମନେ ପଡେ-: “ଆର୍ଥିକ ଅଭାବ ଥିଲେ ଚିରା(ସଫା) ପୋଷାକ ପିନ୍ଧ କିନ୍ତୁ ବହି କିଣିବା ଓ ପଢ଼ିବା ଛାଡ ନାହିଁ।” ସତରେ କେଡ଼େ ଚମତ୍କାର ଓ ପ୍ରେରଣାଦାୟୀ ଉପଦେଶଟିଏ। ବାସ୍ତବରେ ବହି ପଢ଼ିବା ବିଶେଷକରି ଭଲ ବହି ସଂଗ୍ରହ କରି ପଢ଼ିବାର ଇଚ୍ଛା ଓ ନିଶା ବ୍ୟକ୍ତିକୁ ଜୀବନରେ ଜଣେ ସଫଳ ମଣିଷ ଭାବରେ ପ୍ରତିଷ୍ଠିତ କରାଇଥାଏ।…

Read More

ନୂଆଦିଲ୍ଲୀ: ଆଜି ଜାମ୍ମୁରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ଜମ୍ମୁ ଗସ୍ତ କରି ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବଧାରରେ ସେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ସମୟରେ ସେଠାରେ ଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ ସାଂସଦ ଅପରାଜିତା। ପ୍ରଶାନ୍ତ ନିଜ ପରିବାର ସହିତ ଜମ୍ମୁ କାଶ୍ମୀରର ପହଲଗାମ ବୁଲିବାକୁ ଯାଇଥିଲେ। ସେଠାରେ ଆତଙ୍କବାଦୀମାନେ ପ୍ରଶାନ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅଳ୍ପକେ ତାଙ୍କର ପତ୍ନୀ ଏବଂ ପୁଅ ରକ୍ଷା ପାଇଯାଇଛନ୍ତି। ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବ ଧାରରେ ପୁଷ୍ପମାଲ୍ୟ ଦେବା ପରେ ସେ ପ୍ରଶାନ୍ତଙ୍କ ପତ୍ନୀ ଏବଂ ପୁଅକୁ କୁଣ୍ଢାଇ ସାନ୍ତନ୍ବା ଦେଇଛନ୍ତି। ପ୍ରଶାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର। ଆଜି ତାଙ୍କର ଶବ ପହଞ୍ଚିବା ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପ ଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସି ପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଯେଉଁ ମନିଟରିଂ ସିଷ୍ଟମ ଥିଲା, ସେଥିରେ ସୂଚନା ଗୁଡିକ ଠିକ୍ ଭାବେ ଆସି ପାରୁନଥିଲା, କାର୍ଯ୍ୟର ଅଗ୍ରଗତି ମନ୍ଥର ହେଉଥିଲା ଏବଂ ତା’ସହିତ ନିଷ୍ପତ୍ତି ନେବାରେ ମଧ୍ୟ ବିଳମ୍ବ ହେଉଥିଲା। ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ । ଜିଲ୍ଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ। ଏହା…

Read More

ଦ ସମୀକ୍ଷା ଡେସ୍କ: ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆତଙ୍କବାଦୀମାନେ ସାଧା ପୋଷାକରେ ଆସି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ଏମାନଙ୍କ ସଂଖ୍ୟା ପାଞ୍ଚରୁ ଛଅ ଜଣ ଥିଲା ବୋଲି ଜଣାପଡିଛି। ଆତଙ୍କବାଦୀ ଏକେ-୪୭ ରାଇଫଲ୍ ଧରିଥିବା ଦେଖାଯାଇଛି। ଏହି ତିନିଜଣଙ୍କର ନାମ ମଧ୍ୟ ଜଣାପଡିଛି। ସେମାନେ ହେଲେ ଆସିଫ୍ ଫୌଜି, ସୁଲେମାନ ଶାହ ଏବଂ ଆବୁ ତଲହା। ଅପରାହ୍ନ ପ୍ରାୟ ୨:୩୦ ସମୟରେ ଆତଙ୍କବାଦୀମାନେ ପହଲଗାମରେ ଦେଖାଦେଇଥିଲେ। ଆକ୍ରମଣ ଘଟିଥିବା ମୁହୂର୍ତ୍ତର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରତ୍ୟକ୍ଷଦର୍ଶୀମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଆତଙ୍କବାଦୀମାନେ ହିନ୍ଦୁ ପର୍ଯ୍ୟଟକଙ୍କୁ ଅଲଗା କରି ହତ୍ୟା କରିଥିଲେ।

Read More

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀନଗରର ପୋଲିସ ନିୟନ୍ତ୍ରଣ କକ୍ଷକୁ ଯାଇ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ପର୍ଯ୍ୟଟକଙ୍କ ମରଶରୀରକୁ ଶ୍ରୀନଗରକୁ ବିମାନ ମାଧ୍ୟମରେ ପଠାଯାଇଥିଲା। ପୋଲିସ ନିୟନ୍ତ୍ରଣ କକ୍ଷରେ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୃତଦେହଗୁଡ଼ିକୁ ସେମାନଙ୍କ ନିଜ ନିଜ ଜନ୍ମସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା ଚାଲିଛି। ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୀଡିତଙ୍କ ଶୋକସନ୍ତପ୍ତ ପରିବାରକୁ ମଧ୍ୟ ଭେଟିଛନ୍ତି। ସେମାନେ ସମସ୍ତ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରଭାବିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ମୃତକ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଇବା ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶ୍ରୀନଗରରୁ ଅତିରିକ୍ତ…

Read More

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର (Jurisdiction) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟ ଗୁଡିକର ଅଧିକାର ସମାପ୍ତ ହେଲା।

Read More

ଦ ସମୀକ୍ଷା ଡେସ୍କ: ଗତକାଲି ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଆକ୍ରମଣର ସ୍ଥାନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶ୍ରୀନଗରରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ସେନା, ସିଆରପିଏଫ ଏବଂ ଜମ୍ମୁ ଏବଂ କାଶ୍ମୀର ପୋଲିସ ଦ୍ୱାରା ମିଳିତ କମ୍ବିଂ ଅପରେସନ ଜାରି ରହିଛି। ପହଲଗାମରେ ଆକ୍ରମଣ ସ୍ଥାନରୁ ୫ କିଲୋମିଟର ବ୍ୟାସାର୍ଦ୍ଧକୁ ଏହି ଅପରେସନକୁ ସଂପ୍ରସାରଣ କରାଯାଇଛି। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ବାହିନୀ, ସ୍ନିଫର କୁକୁର ଏବଂ ଅନ୍ୟାନ୍ୟ ବୈଷୟିକ ଗୁପ୍ତଚର ବ୍ୟବସ୍ଥା ନିୟୋଜିତ କରାଯାଇଛି। ରାଜପଥ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଚେକପୋଷ୍ଟ ସ୍ଥାପନ କରାଯାଇଛି। ପ୍ରମୁଖ ପ୍ରତିଷ୍ଠାନ ଏବଂ ପର୍ଯ୍ୟଟନ ସ୍ଥାନଗୁଡ଼ିକ ନିକଟରେ ଦ୍ରୁତ ପ୍ରତିକ୍ରିୟା ଦଳ ବା Quick Reaction Teams ଗୁଡ଼ିକୁ ନିୟୋଜିତ କରାଯାଇଛି। ଶ୍ରୀନଗର ଏବଂ ଗୁଲମାର୍ଗ ଏବଂ ସୋନମାର୍ଗ ଭଳି ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ…

Read More

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ମଧ୍ୟରେ ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ ଦ୍ୱାରା ଏସଟିଇଏମ୍‍ ଶିକ୍ଷାରେ ବୃଦ୍ଧି ଘଟାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିକୁ ଅଧିକ ସୁଗମ ଓ ନିୟୋଜନକାରୀ କରିବା ଏବଂ ଏସଟିଇଏମ (ସାଇନ୍ସ, ଟେକ୍‍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥେମାଟିକ୍ସ)ସମ୍ପର୍କରେ ବାସ୍ତବ ବୁଝିବାକୁ ପ୍ରେତ୍ସାହିତ କରୁଛି । ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଜଗନ୍ନାଥ ପ୍ରସାଦ ନାୟକ, ୟୁନିଟ ହେଡ, ଆଦିତ୍ୟ ଆଲୁମିନିୟମ କହିଥିଲେ, “ଆଦିତ୍ୟ ଆଲୁମିନିୟମରେ ଆମେ ଏକ ପ୍ରଗତିଶୀଳ ସମାଜ ନିମନ୍ତେ ଶିକ୍ଷା ମୂଳାଧାର ବୋଲି ବିଶ୍ୱାସ କରୁଛୁ । ଯୁବ ମାନସିକତାଗୁଡିକ ନିମନ୍ତେ ବିଜ୍ଞାନର ଦୁନିଆଁକୁ ଜାଣିବା ସକାଶେ ସେମାନଙ୍କ ପାଇଁ ଶିକ୍ଷାଗତ ବିକାଶକୁ ପୃଷ୍ଠପୋଷକତା କରିବା ଏବଂ ସୁଯୋଗ ସୃଷ୍ଟି କରିବା ନିମନ୍ତେ ମିନି ସାଇନ୍ସ ସେଣ୍ଟରଗୁଡିକ…

Read More

ଭୁବନେଶ୍ବର: ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀ ମାନେ କାଶ୍ମୀରର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି । ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଭୁବନେଶ୍ବର: ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଲେ ବଡ ପଦକ୍ଷେପ। ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନେଲେ ନିଷ୍ପତି। ଏ ନେଇ ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ସ୍କୁଲ କଲେଜ କେବେ ଖୋଲିବ ସେ ନେଇ ରାଜ୍ୟ ସରକାର ପରେ ନିଷ୍ପତି ନେବେ। ଏହି ଛୁଟି ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜର ଲାଗୁ କରିଛନ୍ତି। ଏଥିସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ତେବେ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟ ସେମାନଙ୍କ ଘରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଦ ସମୀକ୍ଷା ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆଜି ଏକ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ 20 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି। ଏଥିସହିତ ଅନେକ ଆହତ ହୋଇଛନ୍ତି। ଆକ୍ରମଣରେ ଆହତମାନଙ୍କୁ ସ୍ଥାନାନ୍ତର ପାଇଁ ସାମରିକ ହେଲିକପ୍ଟର ନିୟୋଜିତ କରାଯାଇଛି। ଏହି ଘଟଣା ପରେ ବିଦେଶରେ ଥିବା ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି। ତୁରନ୍ତ ଆକ୍ରମଣ ସ୍ଥଳ ପରିଦର୍ଶନ କରିବାକୁ ଏବଂ ସମସ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଶାହ ଘଟଣାସ୍ଥଳକୁ ଜରୁରୀ ଗସ୍ତ କରିଛନ୍ତି। ପହଲଗାମର ବୈସାରଣ ଉପତ୍ୟକାର ଉପର ତୃଣଭୂମିରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଆତଙ୍କବାଦୀମାନେ ସ୍ପଷ୍ଟ ଭାବରେ ଛଦ୍ମବେଶରେ ଥିଲେ ଏବଂ ଏହା ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି ବିଶ୍ୱାସ କରାଯାଉଛି। ଘଟଣା ପରେ ଅମିତ ଶାହ ଦିଲ୍ଲୀରେ ତାଙ୍କ ବାସଭବନରେ ଏକ ବୈଠକ ଡାକିଛନ୍ତି, ଯେଉଁଥିରେ ଗୁଇନ୍ଦା ବ୍ୟୁରୋ ମୁଖ୍ୟ ତପନ ଡେକା…

Read More

ଭୁବନେଶ୍ବର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘଟଣାରେ ଅଗଣତାନ୍ତ୍ରିକ ଭାବେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥ‌ିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ, ଚନ୍ଦନ ସାହୁ, ଆସିଫ ଖାନ, ବିଜୟ ସାହୁ ଓ ପ୍ରତୀକ ଦାସଙ୍କୁ ଆଜି ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଢ଼ୁ । ଶ୍ରୀଯୁକ୍ତ ଲଲ୍ଲୁଙ୍କ ସହ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ…

Read More

ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସଙ୍କୁ ମିଳିଛି ନ୍ୟାୟ। ତାଙ୍କର ପଦନ୍ନୋତି ସହିତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସେହି ବିଭାଗ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

Read More