Author: Samikhsya Bureau

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସଠାରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜନ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ଏକ ବଡ଼ ଆରମ୍ଭ ବୋଲି କହିବା ସହ ଦେଶକୁ ଗୌରବାନ୍ୱିତ କରିବରେ ଜନଜାତି ଖେଳାଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି। ଅମୃତ ମହୋତ୍ସବର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ଆମ ଖେଳ ଦୁନିଆରେ ଏକ ବଡ଼ ଆରମ୍ଭ! ବୈଶ୍ୱିକ ପ୍ରତିଯୋଗିତାରେ ଭାରତକୁ ପରିଚୟ ଦେବାରେ ଜନଜାତି ଖେଳାଳୀମାନଙ୍କ ଏକ ବଡ଼ ଭୂମିକା ରହିଛି। ଏପରି ଉଦ୍ୟମ ଦ୍ୱାରା ଦେଶକୁ ଏହି ସମୁଦାୟରୁ ନୂଆ ପ୍ରତିଭା ମିଳିବ।’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଅଭିବୃଦ୍ଧି ତଥା ବିକାଶମୂଳକ ପଦକ୍ଷେପ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଭାରତର ଅଦ୍ୱିତୀୟ ଭିତ୍ତିଭୂମି ଦୃଶ୍ୟପଟ୍ଟରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: https://twitter.com/narendramodi/status/1669208099243302915?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1669208099243302915%7Ctwgr%5E389a2f3c7847a2ddc164f22116908bd62ec833e0%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1932593 ଏହି ୯ବର୍ଷର ଗତି ଏବଂ ପ୍ରଗତିରେ, ଆମେ ଭାରତରେ ଅଭିବୃଦ୍ଧି ଏବଂ ବିକାଶର ମୂଳକୁ ବିକଶିତ କରି ଏକ ଭିତ୍ତିଭୂମି ଦୃଶ୍ୟପଟ୍ଟ ଗଠନ କରିଛୁ ଯାହା ଅଦ୍ୱିତୀୟ ଅଟେ। ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇ ଏକ ବିକଶିତ ଭାରତ ପାଇଁ ମଞ୍ଚ ପ୍ରସ୍ତୁତ କରିଛି।

Read More

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୧୮ ତାରିଖ ଯାଏଁ ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହା ଜାରି ରହିଛି। ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୪ ଡ଼ିଗ୍ରୀରେ ପହଞ୍ଚିଛି। ସେହିଭଳି ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତା’ପଛକୁ ଭୁବନେଶ୍ଵରର ତାପମାତ୍ରା ୪୧.୬ ଡ଼ିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହାପରେ ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୭.୫ ଡ଼ିଗ୍ରୀ, ବାଲେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ: ୩୬ ଡ଼ିଗ୍ରୀ ଓ ପାରାଦୀପ: ୩୩.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଆଜି ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଏବଂ ଇଜିପ୍ଟ ଗସ୍ତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୧ ତାରିଖରୁ ୨୪ ତାରିଖ ମଧ୍ୟରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ସେ ଜୁନ ୨୨ ତାରିଖରେ ମୋଦୀଙ୍କ ପାଇଁ ରାଜକୀୟ ଭୋଜନ ଆୟୋଜନ କରିବେ। ଏହି ଗସ୍ତ ସମୟରେ ମୋଦୀ ଜୁନ୍ ୨୨ ତାରିଖରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ମନ୍ତ୍ରଣାଳୟ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ ତାରିଖରେ ୱାଶିଂଟନ୍ ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ତାଙ୍କ ଉଚ୍ଚ ସ୍ତରୀୟ କଥାବାର୍ତ୍ତାର କ୍ରମକୁ ଆଗକୁ ବଢାଇବେ। ଏହି ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ସୁରକ୍ଷା ଏଜେନ୍ସିର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି ଆତଙ୍କବାଦୀମାନେ ମୃତ୍ୟୁବରଣ କରିଛନ୍ତି। ଗୁପ୍ତ ସୂଚନା ଆଧାରରେ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ​​ଏବଂ ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ଏଜେନ୍ସି ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ଦିନ ସେନା ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ନିୟନ୍ତ୍ରଣ ଲାଇନ୍ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଅଧିକାରୀ କହିଛନ୍ତି ଯେ, କୃଷ୍ଣ ଘାଟି ସେକ୍ଟରରେ ସର୍ଚ୍ଚ ଅପରେସନ ବେଳେ ପାକିସ୍ତାନରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସାରା ରାଜ୍ୟରେ ଚାଲିଥିବା ରଜ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। https://twitter.com/narendramodi/status/1669259517882941440?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1669259517882941440%7Ctwgr%5E53d117abd0c7530af2a4a19fddee591595edbf28%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1932588 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ସମଗ୍ର ଓଡିଶାରେ ଚାଲିଥିବା ରଜ ଉତ୍ସବର ଶୁଭେଚ୍ଛା। ଏହି ଶୁଭ ଉତ୍ସବ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ। ସମସ୍ତଙ୍କ ଜୀବନ ସୁଖମୟ ହେଉ।”

Read More

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଅନୁମାନ କରାଯାଉଛି। ଗତକାଲି ଭୁବନେଶ୍ଵରରେ ୧୧.୩୦ ସୁଦ୍ଧା ୪୧ ଡିଗ୍ରୀ ଛୁଇଁଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦୁଇ ସହର ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି। ଛୋଟ ପିଲା, ରୋଗୀ, ବୟସ୍କମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଟ୍ଵିନ ସିଟିରେ ଅନେକ ସ୍ଥାନରେ ସ୍ଵାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେବେ ଆଜି ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୬ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ…

Read More

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ସିଜନରେ ଟିମ୍ ଇଣ୍ଡିଆ ଫାଇନାଲର ଟିକେଟ୍ ପାଇବା ପାଇଁ ସଂଘର୍ଷ କରିଥିଲା। ଫାଇନାଲ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳକୁ ନିଜ ଘରେ ପରାସ୍ତ କରିଥିଲା। କିନ୍ତୁ ଯେତେବେଳେ ରୋହିତ ବ୍ରିଗେଡ୍ ଟ୍ରଫିଠାରୁ ଗୋଟିଏ ପାଦ ଦୂରରେ ଥିଲେ, ଦଳର ବ୍ୟାଟିଂ ବହୁତ ନିରାଶ କରିଥିଲା। ଯାହା ପରେ ଦଳକୁ ମଧ୍ୟ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। କିନ୍ତୁ ବର୍ତ୍ତମାନ ଅତୀତର ଜିନିଷଗୁଡ଼ିକୁ ଭୁଲି ବ୍ଲୁ ଆର୍ମି ଆଗାମୀ ସିଜନରେ ଆଗକୁ ବଢିବାକୁ ପ୍ରସ୍ତୁତ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ଯାତ୍ରା ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପରବର୍ତ୍ତୀ ସିଜନ୍ ଆରମ୍ଭ କରିବ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୧୨ ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଦ୍ୱିତୀୟ ଟେଷ୍ଟରେ ଉଭୟ ଦଳ ୨୦ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ଖେଳିବେ। ଏହା ପରେ,…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମେ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମ ପାଟିର ସ୍ୱାସ୍ଥ୍ୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ପାଟିକୁ ସଠିକ୍ ଭାବରେ ସଫା ନକରନ୍ତି ତେବେ ହୃଦଘାତର ଆଶଙ୍କା ବଢିପାରେ। ଏପରି ପରିସ୍ଥିତିରେ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ପାଟି ସ୍ୱାସ୍ଥ୍ୟର ପରିଷ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ରଶ୍ କରିବାକୁ ପସନ୍ଦ କରନ୍ତି କାରଣ ସେମାନେ ଭାବନ୍ତି ଯେ ବ୍ରଶକୁ ଦୀର୍ଘ ସମୟ ଘଷିବା ଦ୍ୱାରା ଦାନ୍ତ ସଫା ହୋଇଯାଏ। କିନ୍ତୁ ଏହି ସାଧାରଣ ଭୁଲଗୁଡ଼ିକ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଦାନ୍ତକୁ ସଫା ରଖିବାର ଲାଭ: ଯଦି ଆପଣ ସଠିକ୍ ଭାବରେ ବ୍ରଶ୍ କରନ୍ତି, ତେବେ ଦାନ୍ତରେ କୌଣସି ଅସୁବିଧା ହୋଇପାରିବ ନାହିଁ। ଠିକ୍ ସମୟରେ ଦାନ୍ତର କ୍ୟାଭିଟିକୁ ରୋକାଯାଇପାରିବ। ମାଢି ରୋଗକୁ ଠିକ୍ ସମୟରେ ରୋକାଯାଇପାରିବ | ପାଟି କର୍କଟ ହେବାର ଆଶଙ୍କା ମଧ୍ୟ…

Read More

ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି । ବ୍ୟବସାୟର ଗତି ବୃଦ୍ଧି ପାଇବ। ଲାଭ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ- ଯେ କୈଣସି ପୁରୁଣା ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ଜଣେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣଙ୍କ କାର୍ଯ୍ୟରେ ଉନ୍ନତି କରିବ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ରହିବ। ପ୍ରଭାବର କ୍ଷେତ୍ର ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ମିଥୁନ- ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୋର୍ଟର ବିଚାରାଧୀନ କାର୍ଯ୍ୟରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ…

Read More

ଭୁବନେଶ୍ୱର: ଫେଡେରେସନ୍ କପ୍‌, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ୨୦ ବର୍ଷରୁ କମ୍ ଏସିଆନ୍ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍‌ମାନଙ୍କ ଧ୍ୟାନ ଏବେ ୬୨ତମ ଆନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍ ଉପରେ ରହିଛି ଯାହା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଜୁନ୍ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ୟୁରୋପର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଭାରତ ପ୍ରତ୍ୟାବର୍ତନ କରିଥିବା ଜ୍ୟୋତି ୟାରାଜି, ଅମ୍ଳାନ ବର୍ଗୋହେନ୍‌, ସପ୍ନା କୁମାରୀ ଓ ମହମ୍ମଦ ଅଫଜଲ୍ ସେମାନଙ୍କ ଉତ୍କୃଷ୍ଟ ଖେଳକୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଚମ୍ପିଆନ୍‌ସିପ୍‌ରେ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ୟୁରୋପର ବିଭିନ୍ନ ପ୍ରତିଯୋଗିତା ଯଥା ନେଦରଲ୍ୟାଣ୍ଡ୍‌ର ଟି-ମିଟିଂ, ବେଲ୍‌ଜିୟମ୍‌ର ଫ୍ଲାଣ୍ଡର୍ସ କପ୍‌, ଜର୍ମାନିର ୱେନ୍‌ହିମ୍‌ରେ କୁର୍ପଫାଲ୍‌ଜ ଗାଲା, ଫିନ୍‌ଲ୍ୟାଣ୍ଡ୍‌ର ଜ୍ୱାସ୍କିଲାର ମୋଟୋନେସ୍ ଏବଂ ବେଲ୍‌ଜିୟମ୍‌ର ଆଇଏଫ୍‌ଏଏମ୍ ଓର୍ଡେଜେମ୍ ଆଦିରେ ଏହି କ୍ରୀଡ଼ାବିତ୍‌ମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ପୋଡିୟମ୍ ସ୍ଥାନ ହାସଲ…

Read More

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ର ତାରିଖ ଘୋଷଣା କରାଯାଇଛି। ଏହା ଅଗଷ୍ଟ ୩୧ ତାରିଖରୁ ଏହା ଆୟୋଜିତ ହେବ। ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ଶ୍ରେୟସ୍ ଆୟର ଶୀଘ୍ର ପଡ଼ିଆକୁ ଫେରିପାରନ୍ତି। ଏହି ଦୁଇ ଖେଳାଳି ଆହତ କାରଣରୁ ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆୟର୍ ଏବଂ ବୁମ୍ରା ଏସିଆ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇପାରନ୍ତି। ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଏହି ଦୁଇଜଣଙ୍କର ଫିଟନେସ ଯାଞ୍ଚ କରାଯିବ। ଆଘାତ ପରେ ବୁମରା ଏବଂ ଆୟର ଅସ୍ତ୍ରୋପଚାର କରିଛନ୍ତି। ଏହି କାରଣରୁ, ଏହି ଦୁଇ ଖେଳାଳି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆର ଅଂଶ ହୋଇନଥିଲେ। ବୁମରା ମଧ୍ୟ ଆଇପିଏଲ ରୁ ବାଦ ପଡିଥିଲେ। ଖବର ଅନୁଯାୟୀ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଡାକ୍ତରୀ କର୍ମଚାରୀ ଏହି ଦୁଇ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଜଳେଶ୍ଵରଖଣ୍ଡିରେ ଅବସ୍ଥିତ ଏକ ଗ୍ୟାସ୍ ଗୋଦାମରେ ସିଲିଣ୍ଡରରୁ କୌଶଳକ୍ରମେ ଗ୍ୟାସ୍ ଚୋରି ବେଳେ ଗୋଦାମ୍ ର କିଛି କର୍ମଚାରୀ ଓ ଡେଲିଭରି କର୍ମଚାରୀ ଧରାପଡ଼ିଛନ୍ତି ଓ ଘଟଣାସ୍ଥଳରୁ ପୋଲିସ ୭୦ ଟି ସିଲିଣ୍ଡର ଜବତ କରିଛନ୍ତି। ଜବତ ସିଲିଣ୍ଡରରୁ କିଲୋ ଓ ଦୁଇ କିଲୋ ଗ୍ୟାସ୍ କମ୍ ଥିବା ଜଣାପଡିଛି। ସୁଚନା ଅନୁଯାୟୀ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ବିବେକ ଶ୍ରବଣ କୁମାର ଏକ ଟିମ୍ ଗଠନ କରି ସାଦା ପୋଷାକଧାରୀ ପୋଲିସ କର୍ମଚାରୀ ଉକ୍ତ ଗୋଦାମ ଉପରେ ଚଢାଉ କରି ଏହି ଘଟଣାର ସଫଳତା ହାସଲ କରିଛି।

Read More

କଲିକତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଲିକତା ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ରାଜ୍ୟ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ପଶ୍ଚିମବଙ୍ଗରେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଜାରି ରହିଛି। ସେପଟେ ରାଜ୍ୟର ଅନେକ ସ୍ଥାନରୁ ହିଂସା ଖବର ଆସୁଛି। ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଥିବା ତିନି ଜଣଙ୍କୁ ଉତ୍ତର ଦିନାଜପୁର ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ସମୟରେ ଆଜି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ପଛରେ ବିରୋଧୀ ଦଳର ହାତ ଥିବା କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଏନଏସି ୮ ନମ୍ବର ୱାର୍ଡ ଦୀର୍ଘ ଦିନ ଧରି ଅନ୍ଧକାରରେ ରହିଥିବା ବେଳେ ଏଥିପ୍ରତି କାହାର ନିଘା ନାହିଁ। ଏହି ୱାର୍ଡ ଅନ୍ତର୍ଗତ ବଜାର ସାହି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଅଛି। ଏବଂ ଏହି ରାସ୍ତା ସିଧା ମା’ ଭଗବତୀଙ୍କ ମନ୍ଦିରକୁ ଯୋଡିଥାଏ। ସନ୍ଧ୍ୟା ହେଲେ ବଜାର ସାହି ଅନ୍ଧକାରମୟ ହୋଇ ରହୁଛି ଫଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ୱାର୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟ ସବୁ ଅଚଳ ହୋଇଯାଇଛି। ତେବେ ଏ ନେଇ ସ୍ଥାନୀୟ କାଉନସିଲର ସସ୍ମିତା ପୃଷ୍ଟିଙ୍କୁ ପଚାରିବାରୁ ସେ ଏନଏସି କର୍ତ୍ତୃପକ୍ଷ ଏବଂ ଅଧ୍ୟକ୍ଷଙ୍କୁ ପାଖାପାଖି ୨୫ ଥର ଉକ୍ତ ସମସ୍ୟା ବିଷୟରେ ଅବଗତ କରିବାପରେ ମଧ୍ୟ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ୮ ନମ୍ବର ୱାର୍ଡର କାଉନସିଲର ବିରୋଧୀ ବିଜେପି ଦଳର ହୋଇଥିବାରୁ ତାଙ୍କ ୱାର୍ଡର ସମସ୍ୟାକୁ…

Read More

ନୂଆଦିଲ୍ଲୀ: ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ ଜୁନ ୧୪ତାରିଖରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ (ଏଚ୍ଏସ୍ କୋଡ-୧୫୦୭୯୦୧୦) ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ (ଏଚ୍ଏସ୍ କୋଡ ୧୫୧୨୧୯୧୦)ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି। ଏହି ଆଦେଶ ତତ୍କାଳ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି। ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ। ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ଏହି ଶୁଳ୍କ ହ୍ରାସ ତାହାକୁ ଆହୁରି ସୁଦୃଢ କରିବ। ମୌଳିକ ଆମଦାନୀ ଶୁଳ୍କ…

Read More

ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ମାନପୁର ପାଟଣାରେ ଅଭାବନୀୟ ଘଟଣା ଘଟିଯାଇଛି। ବଂଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦମ୍ପତ୍ତି ଦ୍ୱୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ଅହିଛି। ମୃତ ଦଂପତି ହେଲେ ଦୁର୍ଗା ଚରଣ ପୃଷ୍ଟି (୫୦), ପତ୍ନୀଙ୍କ ନାମ ମାମିନା ପୃଷ୍ଟି (୪୨)। ଉଭୟେ ପାଂପଡ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିଲେ। କବାଟ ଭାଙ୍ଗି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ୍ ଶବ ଜବତ କରିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଅଧିକ ଅନୁ ସନ୍ଧାନ ପାଇଁ ଫରେନସିକ୍ ଟିମ୍ ଆସିବାକୁ ପୋଲିସ୍ ଅନୁରୋଧ କରିଛି।

Read More

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ,…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏସ୍ ଆର୍ ଛାତ୍ରୀ ନିବାସରୁ ଡଃ ଶୁଭାନୀ ପଟ୍ଟନାୟକ ନାମ୍ନୀ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଡଃ ଶୁଭାନୀ ସ୍ନାତକୋତ୍ତର ଡିଗ୍ରୀ ଛାତ୍ରୀ ଅଟନ୍ତି। ତାଙ୍କ ଘର ପୁରୁଷୋତ୍ତମ ପୁର ପାର୍ଥ ସାହି ବୋଲି ଜଣାପଡିଛି। ସେ ମାତ୍ରାଧିକ ନିଦ ବଟିକା ଖାଇଥିବା ରୁମ୍ ମେଟ୍ ଙ୍କ ଠାରୁ ପ୍ରକାଶ। ସେ ଅଚେତ ହେବାର ଦେଖି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସନ୍ଦେହ ଜନକ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଖବରପାଇ ଡାକ୍ତରଖାନା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମେୟା ସରକାର ଆଜି ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ କ୍ୟାବିନେଟ ବୈଠକରେ ବିଜେପି ଶାସନ ସମୟରେ ଆଣିଥିବା ଧର୍ମାନ୍ତରଣ ବିରୋଧୀ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ କର୍ଣ୍ଣାଟକର ସିଲାବସ୍‌ରୁ କେବି ହେଡଗେୱାର ସହ ଜଡିତ ଅଧ୍ୟାୟକୁ ବାଦ ଦେବାକୁ ନିଷ୍ପତ୍ତି ମଧ୍ୟ ଅନୁମୋଦନ ହୋଇଛି। କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଛନ୍ତି ଯେ, କର୍ଣ୍ଣାଟକ କ୍ୟାବିନେଟ୍ ଆରଏସଏସର ପ୍ରତିଷ୍ଠାତା କେ.ବି ହେଡଗେୱାର ଏବଂ ଅନ୍ୟମାନଙ୍କ ସହ ଜଡିତ ଅଧ୍ୟାୟଗୁଡ଼ିକୁ ସ୍କୁଲ ପାଠ୍ୟପୁସ୍ତକରେ ହଟାଇବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ସେମାନେ (ପୂର୍ବ ସରକାର) ଯାହା ପରିବର୍ତ୍ତନ କରିଥିଲେ, ଆମେ ଏହାକୁ ପରିବର୍ତ୍ତନ କରିଛୁ। କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ, ପୂର୍ବ ବିଜେପି ସରକାର ଆଣିଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ରଦ୍ଦ କରିବାକୁ କର୍ଣ୍ଣାଟକ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରାର୍ଥନା ସହିତ ସମ୍ବିଧାନର…

Read More