ଭୁବନେଶ୍ୱର: ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ ଆଜି ଓଡ଼ିଶାର ଯୁବକ ଯୁବତୀମାନେ ରାଜ୍ୟ ଭିତରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ପାଇ ପାରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହି ଧାରାକୁ ଆଉ ଏକ ଉଚ୍ଚତାକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ “ଫିନିସିଙ୍ଗ୍ ସ୍କୁଲ” ବା “ଇଣ୍ଡଷ୍ଟ୍ରି ରେଡିନେସ୍” ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ…
Author: Samikhsya Bureau
ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ଓଡ଼ିଶାର ସମସ୍ତ ପ୍ରମୁଖ ଫିଲ୍ମ ହଲ୍ ରେ ଓ ଦର୍ଶକଙ୍କ ଭଲପାଇବା ମଧ୍ୟ ସାଉଁଟିଛି। ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଓଡିଆ ଫିଲ୍ମ ‘ଟି’ର ଟିମ୍ ପହଞ୍ଚିଥିଲା ୨୮ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେଉଥିବା ‘ଗ୍ଲୋବାଲ ବିଜ୍ନେସ୍ କାର୍ନିଭାଲ୍-୨୦୨୩’ ରେ। ସାଧାରଣ ଜନତାଙ୍କ ସହ ପୁରା ଟିମ୍ ମିଶିଥିଲା ଓ ଶୁଟିଂ ସମୟର କିଛି ଅଭୂଲା ସ୍ମୃତି ବାଣ୍ଟିବା ସହ ଗୋଟେ ସାଧାରଣ କୁଇଜ୍ ମଧ୍ୟ ଆୟୋଜନ ହୋଇଥିଲା। ସଠିକ ଉତ୍ତର ଦେଇଥିବା କିଛି ଦର୍ଶକଙ୍କୁ ‘ଟି’ ର ମାଗଣା ଟିକେଟ୍ ମଧ୍ୟ ଦିଆ ଯାଇଥିଲା। ଉପସ୍ଥିତ ଦର୍ଶକ ଦେଖିଥିଲେ ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ଫିଲ୍ମ ‘ଟି’ର ଟ୍ରେଲର୍ କୁ। ଏହି ଟ୍ରେଲର୍ ଦର୍ଶକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେଇଥିଲା। ସମସ୍ତେ କରତାଳି ଦେଇ ଉପଭୋଗ କରିଥିଲେ ଏହି ଟ୍ରେଲର୍। ଏହି…
ଗୁଆହାଟୀ: ଆଜି ଗୁଆହାଟୀରେ ଏକ ସଡ଼କ ଦୁର୍ଘଟଣାରେ ଆସାମ ଇଞ୍ଜିନିୟରିଂ କଲେଜର ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଜଣେ ତୃତୀୟ ବର୍ଷର ଦଶ ଜଣ ଛାତ୍ର ଆଜି ସକାଳେ ଏକ କାରରେ କଲେଜ କ୍ୟାମ୍ପସରୁ ବାହାରିଥିଲେ ଏବଂ ସେମାନଙ୍କର ଦ୍ରୁତ ଗତିରେ ଯାଉଥିବା ଗାଡି ଜାଲୁକବରୀ ଅଞ୍ଚଳରେ ଏକ ରୋଡ୍ ଡିଭାଇଡର୍ ଏବଂ ପରେ ଏକ ଭ୍ୟାନ୍ କୁ ଧକ୍କା ଦେଇଥିଲା। ପୋଲିସ କହିଛି ଯେ, “ଘଟଣାସ୍ଥଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣଙ୍କୁ ଗୁଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ”ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ଭ୍ୟାନରେ ଥିବା ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି ଯେ, ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ବଡ ମୁହୂର୍ତ୍ତର ସାକ୍ଷୀ ହେବା ତାଙ୍କ ସୌଭାଗ୍ୟ। ଏହା ଉପରେ ଖୁସି ବ୍ୟକ୍ତ କରି ଦେବ ଗୌଡା (୯୧) କହିଛନ୍ତି ଯେ, ସେ ତାଙ୍କ ଜୀବନରେ କେବେ ଭାବି ନଥିଲେ ଯେ ସେ ନୂତନ ସଂସଦ ଗୃହରେ ବସିବେ। ସେ କହିଛନ୍ତି ଯେ, “ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ବଡ ମୁହୂର୍ତ୍ତର ସାକ୍ଷୀ ହେବା ମୋର ସୌଭାଗ୍ୟ। ମୁଁ ୧୯୬୨ ମସିହାରେ କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲି ଏବଂ ୧୯୯୧ ମସିହାରୁ ସଂସଦର ସଦସ୍ୟ ରହିଥିଲି। ୩୨ ବର୍ଷ ପୂର୍ବେ ଯେତେବେଳେ ମୁଁ ଏହି ମହାନ ସଂସଦରେ ପ୍ରବେଶ କଲି ମୁଁ କେବେ ଭାବି ନଥିଲି ଯେ ମୁଁ ପ୍ରଧାନମନ୍ତ୍ରୀ ହେବି ଏବଂ ମୁଁ ଏତେ ଦିନ ପର୍ଯ୍ୟନ୍ତ ସାଧାରଣ ଜୀବନରେ ରହିବାକୁ…
ନୂଆଦିଲ୍ଲୀ: ଭାରତରେ ନୂତନ ସଂସଦ ଭବନର ଉଦଘାଟନ ନେଇ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆରେ ନୂଆ ସଂସଦର ଚିତ୍ର ଭାଇରାଲ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନରେ ଭାରତର ନୂତନ ସଂସଦକୁ ନେଇ ଅନେକ ଆଲୋଚନା ହେଉଛି। ପାକିସ୍ତାନର ୟୁଟ୍ୟୁବରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଠାକାର ଲୋକମାନେ ନୂତନ ସଂସଦ ବିଷୟରେ ଭିନ୍ନ କଥା କହୁଛନ୍ତି। ଆସନ୍ତୁ ଜାଣିବା ଭାରତର ନୂତନ ସଂସଦ ବିଷୟରେ ପାକିସ୍ତାନୀମାନେ କ’ଣ ଭାବନ୍ତି? ପାକିସ୍ତାନୀ ରିଅଲ୍ ରିଆକ୍ସନ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓରେ ଦୁଇଜଣ ଲୋକ ନୂତନ ସଂସଦ ବିଷୟରେ ଆଲୋଚନା କରୁଛନ୍ତି ଏବଂ ସଂସଦ କେତେ ସୁନ୍ଦର ହୋଇଛି ବୋଲି କହିଛନ୍ତି। ମୁଁ ଆଜି ପର୍ଯ୍ୟନ୍ତ ଏତେ ସୁନ୍ଦର ସଂସଦ ଦେଖି ନାହିଁ। UNSC ପରି ଦେଖାଯାଉଛି। ଜାତିସଂଘ ବିଲଡିଂ ମଧ୍ୟ ଛୋଟ। ଭାରତର ସଂସଦ ବଡ। ଶୀର୍ଷରେ ତିନୋଟି ସିଂହ ଅଛନ୍ତି। ସମଗ୍ର ସଂସଦ ଏକ ତ୍ରିରଙ୍ଗା ଆକାରରେ ଅଛି। ଡ୍ରୋନରୁ ପୁରା…
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଆଜି NAVIC (GPS) ସେବାକୁ ବଢାଇବା ପାଇଁ ଏକ ନୂତନ ପିଢିର ଉପଗ୍ରହ ଉତକ୍ଷେପଣ କରିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିବା GSLV-F12 ରକେଟରେ NVS-1 ଉପଗ୍ରହ ସ୍ଥାପନ କରାଯାଇଥିଲା। ସୂଚନା ଅନୁଯାୟୀ, ଦୁଇ ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ମହାକାଶଯାନ NVS-01 ଭାରତର ନାଭିଗେସନ୍ ଏବଂ ସିସିଟିଭି କ୍ଷମତା ବୃଦ୍ଧି କରିବ। କୁହାଯାଉଛି ଯେ, ଏହି ମହାକାଶଯାନ ମହାକାଶରେ ସଫଳତାର ସହିତ ସଂସ୍ଥାପିତ ହୋଇଛି। NVS-01 ଭାରତର ‘ଆଖି’ ହେବ: NVS-01 ମାଧ୍ୟମରେ ଭାରତର ନାଭିଗେସନ୍ ସିଷ୍ଟମକୁ ଆହୁରି ମଜବୁତ କରାଯିବ। ଏହା ସହିତ ଏହା ଦେଶର ସୀମା ଉପରେ ନଜର ରଖିବାରେ ସାହାଯ୍ୟ କରିବ। ମହାକାଶରେ ଏହି ଉପଗ୍ରହର ସଫଳ ସ୍ଥାପନ ହେଲେ ଚୀନ୍ ଏବଂ ପାକିସ୍ତାନର ଚିନ୍ତା ବଢିବ। ଉଭୟ ଦେଶ କ୍ରମାଗତ ଭାବରେ ଭାରତୀୟ ସୀମାରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।…
ନୂଆଦିଲ୍ଲୀ: ମଣିପୁରରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଗୋଟିଏ ପଟେ ଆଜି ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଯାଉଥିବାବେଳେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ହିଂସା ଦେଖାଦେଇଛି। ଏହି ହିଂସାରେ ଜଣେ ପୋଲିସ କର୍ମୀଙ୍କ ସମେତ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଗତ ମାସରେ ଜାତିଗତ ହିଂସାରେ ଅତି କମରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିଂସା ସମୟରେ ୪୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆକ୍ରମଣକାରୀ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଥିଲେ। ସେମାନେ ଅନେକ ଗାଁରେ ଘର ଜାଳିବାକୁ ଆସିଥିଲେ। ସେନା ତଥା ଅନ୍ୟ ସୁରକ୍ଷା ବାହିନୀ ସହାୟତାରେ…
ଭୁବନେଶ୍ୱର: ଆଜି ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଛି। ଏହି ଉପଲକ୍ଷେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସଭା ଭବନରେ ଆରମ୍ଭ ହୋଇଛି । ଏହି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ବିଭାଗର ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ କ୍ୟାବିନେଟ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ତେବେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବ ବୋଲି ଆଶା କରାଯାଉଛି। ବିଶେଷକରି ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଭୁବନେଶ୍ୱର: ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଇଁ ଆଜିଠୁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ଜୁନ୍ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥର ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇପାରିବେ। ସେହିପରି ଜୁଲାଇ ୧୩ ତାରିଖ ଅପରାହ୍ଣ ୩ଟାରେ ୨ୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୪ ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଏହା ପରେ ସ୍ପଟ୍ ନାମଲେଖା ତାଲିକା ଜୁଲାଇ ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ।
ଭୁବନେଶ୍ବର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ସେଥିପାଇଁ ଆଜି ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ। ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ। କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ। ସନ୍ଧ୍ୟା ୬:୩୦ରେ ‘ମୁଁବିବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ…
ଭୁବନେଶ୍ଵର: କନ୍ଧମାଳର ପ୍ରଯୋଜକ ପ୍ରଶାନ୍ତ ନାୟକଙ୍କ ନେକ୍ସ୍ଟ ଡୋର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ, ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ ଫୁଲବାଣୀସ୍ଥିତ ଶ୍ରଦ୍ଧାଞ୍ଜଳୀ ସିନେମା ହଲ୍ ରେ ମୁକ୍ତିଲାଭ କରି ବେଶ୍ ଲୋକାଦୃତ ହୋଇଥିଲା। ଅଭିନେତ୍ରୀ ତୃପ୍ତୀ ମିରାମ୍ବିକା,ଐଶରିଆ ବେହେରା, ଅଭିନେତା କେଦାର ମିଶ୍ର, ଭୂପତି ତ୍ରିପାଠୀ, ଥିନ୍, ଶୁଭ୍ରାସୁଂ, ପ୍ରଯୋଜକ ପ୍ରଶାନ୍ତ ନାୟକ, ନରେନ୍ଦ୍ର ପାତ୍ର, ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ପ୍ରିମିୟର ସୋ ରେ ଉପସ୍ଥିତ ଥିଲେ। ଫୁଲବାଣୀର ଜଣାଶୁଣା ସମାଜସେବୀ, ଅଭିନେତା, ତଥା ଫିଲ୍ମ ପ୍ରଯୋଜକ ପ୍ରଶାନ୍ତ ନାୟକ ଓ ଫିଲ୍ମ ହଲ ମାଲିକ ଅନିଲ ବେହେରା ଉପସ୍ଥିତ ଥିଲେ। ଏଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ପ୍ରଯୋଜକ ନାୟକ କହିଥିଲେ। ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ରଙ୍କ ପ୍ରଯୋଜିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।…
ଅହମ୍ମଦାବାଦ: ବର୍ଷା ହେତୁ ରବିବାର ଦିନ ଆଇପିଏଲ୍-୨୦୨୩ ର ଫାଇନାଲ ମ୍ୟାଚ୍ ଖେଳାଯାଇପାରି ନାହିଁ। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଫାଇନାଲ ପାଇଁ ସୋମବାର ଦିନ ସଂରକ୍ଷିତ ଥିଲା। ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। କିନ୍ତୁ ଗତକାଲି ଖେଳକୁ ବର୍ଷା ନଷ୍ଟ କରିଦେଲା। ଖେଳାଳିଙ୍କ ସହିତ ଦର୍ଶକମାନେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ବର୍ଷା ବନ୍ଦ ହୋଇ ନଥିଲା।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ। ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ…
ଭୁବନେଶ୍ଵର: କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ (ବ୍ରିଜ ରିବିଲଡିଙ୍ଗ) କାର୍ଯ୍ୟ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଯେଉଁଥିପାଇଁ ଆଜି ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନକୁ ବାତିଲ କରାଯାଇଅଛି। 08407/08408 ଏବଂ 08445/08446 ଟ୍ରେନକୁ ବାତିଲ କରାଯାଇଅଛି।
ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ । ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ । ପାରିବାରିକ ସହାୟତା କାର୍ଯ୍ୟକୁ ସହଜ କରିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ । ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ। ବିବାଦ କରନ୍ତୁ ନାହିଁ । ଅସ୍ଥିରତା ଦେଖାଯିବ । ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ…
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି। ଭୁବନେଶ୍ୱର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପିଲାମାନେ ଯୋଗଦାନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବୁଣାବୁଣି, ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ଯୋଗ୍ୟ ତାଲିମପ୍ରାପ୍ତ ପ୍ରସିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ। ଏହି…
ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ତା.୨୯.୦୫.୨୦୨୩ ରୁ ତା.୦୨.୦୬.୨୦୨୩ରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା। ଏହି କର୍ମଶାଳାଟି NCERTର ମାନ୍ୟବର ନିର୍ଦ୍ଦେଶକ ପ୍ରଫେସର ଦିନେଶ…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କକୁ ମଜବୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପରିସର ବିସ୍ତାର କରିବାର ସମ୍ଭାବନା ଅନୁସନ୍ଧାନ ନିମନ୍ତେ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମାନ ଶାନମୁଗରତ୍ନମ୍, ବୈଦେଶିକ ମନ୍ତ୍ରୀ ଡକ୍ଟର ଭିଭିଆନ୍ ବାଲାକ୍ରିଷ୍ଣନ୍, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗନ୍ କିମ୍ ୟଙ୍ଗ ଏବଂ ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଙ୍ଗ୍ଙ୍କ ସମେତ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରୀଙ୍କ ସହିତ ବୈଠକ କରିବେ। ଶ୍ରୀ ପ୍ରଧାନ ସିଙ୍ଗାପୁର ସ୍ପେକ୍ଟ୍ରା ମାଧ୍ୟମିକ ବିଦ୍ୟାଳୟ, ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି (ଏନଟିୟୁ), ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ଏଜୁକେସନାଲ୍ ସର୍ଭିସେସ୍ (ଆଇଟିଇଇଏସ୍), ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ସହିତ…
ନୂଆଦିଲ୍ଲୀ: ବିରୋଧୀ ଦଳ ଆସନ୍ତା ମାସର ୧୨ ତାରିଖରେ ପାଟନାରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ସୂଚନାନୁସାରେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରଣନୀତି ଏହି ବୈଠକରେ ଆଲୋଚନା କରାଯାଇପାରେ। ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଏକ ପ୍ରସ୍ତୁତି ବୈଠକ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ବାର୍ତ୍ତାକାର ପାଇଁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବାର କିଛି ଦିନ ପରେ ଏହି ବୈଠକର ତାରିଖ ସ୍ଥିର କରାଯାଇଛି। ସେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସମସ୍ତ ସମାନ ବିରୋଧୀ ଦଳକୁ ଏକାଠି କରିବାକୁ ନୀତୀଶ କୁମାର ଯୋଜନା କରୁଛନ୍ତି। ଏବଂ ଏଥିପାଇଁ ସେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଏବଂ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭଳି ନେତାମାନଙ୍କୁ ମନାଇବାରେ ସକ୍ଷମ ହୋଇଛନ୍ତି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 29 ତାରିଖ ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ। ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍…

