ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଭଗବାନ୍ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ। ସେ ବିଦେଶୀ ଶାସନ ବିରୋଧରେ ସଂଗ୍ରାମରେ ନିଜର ସବୁକିଛି ବଳିଦାନ ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ତାଙ୍କର ସମର୍ପଣ ଏବଂ ସେବା ମନୋଭାବକୁ ଦେଶ ସର୍ବଦା ମନେ ରଖିବ।”
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜାଣିବାର ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ସମସ୍ତଙ୍କୁ ସେଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁର ବିଇଓ ସନାତନ ଜାଲି ବ୍ଲକରେ ସମୁଦାୟ ୧୨ଟି ସ୍କୁଲକୁ କ୍ଲଷ୍ଟର ଭାବେ ଗ୍ରହଣ କରି ସେଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଉକ୍ତ କ୍ଲଷ୍ଟର ଅଧୀନରେ ଥିବା ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ /୨୭ ମସିହା ସୁଦ୍ଧା ଯେପରି ସମସ୍ତେ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ହାସଲ କରିବା ଥିଲା କାର୍ଯ୍ୟକ୍ରମର ଲକ୍ଷ୍ୟ। ଅର୍ଥାତ ମିଶାଣ, ଫେଡାଣ, ଗୁଣନ, ହରଣ ଏବଂ ପଢିବା ବୁଝିବା ଓ ଲେଖିବା ହାସଲ କରିବାକୁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ଦିଆଯାଇଥିଲା। ଉକ୍ତ ଯୋଜନା ଭାରତ ସରକାରଙ୍କ ଜି-୨୦ ର ଗୋଟିଏ ଏଜୁକେସନ ପାର୍ଟ ଯାହାକି…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ସାନ ହନ୍ତୁଆଡ଼ ଗ୍ରାମ ତପନ କୁମାର ପାଇକରାୟ (୧୯) ବୋଲି ଜଣାପଡିଛି। ତେବେ ଅନ୍ୟ ଅଭିଯୁକ୍ତ ମାନେ ଅଦ୍ୟାବଧି ଫେରାର ଅଛନ୍ତି। ଗତକାଲି ପୋଲିସ ଘଟଣାସ୍ଥଳରୁ ଏକ କାତି ଏବଂ ଠେଙ୍ଗା ଜବତ କରିଥିବା ବେଳେ ଆଜି ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନମ୍ବର ୨୨୫/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଆଇପିସି ଦଫା ୩୦୭ ସହ ଏକାଧିକ ସଙ୍ଗୀନ ଦଫା ଲାଗିଛି। ସୂଚନା ଥାଉ କି ଗତକାଲି ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ବାଣପୁର ପଲଟନ ପଡିଆ ନିକଟରେ ଭୀମପୁର ଗ୍ରାମର ଦୁଇ ଯୁବକଙ୍କୁ ଦୁର୍ବୁତ୍ତ ମାନେ ମରଣାସ୍ତ୍ରରେ ଆକ୍ରମଣ…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ। ୫ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି। ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା…
ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟ୍ୱିଟରରେ ମୃତ୍ୟୁ ଧମକ ଦିଆଯାଇଛି। ଏହା ପରେ ଏନସିପି ସାଂସଦ ତଥା ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିବାକୁ ଯାଇଛନ୍ତି। ହତ୍ୟା ଧମକ ଦେଇଥିବା ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନସିପି ପ୍ରତିନିଧି ଦାବି କରିବେ। ଶରଦ ପାୱାରଙ୍କ ଦ୍ୱାରା ମିଳିଥିବା ଧମକ ସମ୍ପର୍କରେ ସୂଚନା ଦେଇ ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ, ପାୱାର ସାହବ ପାଇଁ ମୋତେ ହ୍ଵାଟସ୍ ଆପ୍ ରେ ଏକ ବାର୍ତ୍ତା ମିଳିଥିଲା। ଏକ ୱେବସାଇଟ୍ ମାଧ୍ୟମରେ ତାଙ୍କୁ ଧମକ ଦିଆଯାଇଥିଲା। ଆମେ ପୋଲିସଠାରୁ ନ୍ୟାୟ ମାଗିବାକୁ ଆସିଛୁ। ମୁଁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରୁଛି। ଏହିପରି କାର୍ଯ୍ୟଗୁଡ଼ିକ ନିନ୍ଦନୀୟ ଏବଂ ଏହା ବନ୍ଦ ହେବା ଉଚିତ୍। ମହାରାଷ୍ଟ୍ରରେ ଅପରାଧ ବୃଦ୍ଧି ପାଉଛି ବୋଲି ଶ୍ରୀମତୀ ସୁଲେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ବିହାରରେ ଗତ ୩୧ ତାରିଖରେ ଘଟିଥିବା ଚୋରି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ ୪ ଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାୟତ୍ରୀ ବିହାରର ସୁଶାନ୍ତ ମିଶ୍ର ନିଜର ଉପର ଘରେ ଶୋଇଥିବା ବେଳେ ତଳ ଘରେ କେହି ନଥିବା ସୁଯୋଗ ନେଇ କିଛି ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଚୋରି ହୋଇଥିବା ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଶଙ୍କର ପରିଡା, ଆକାଶ ପଣ୍ଡା, ବାବୁ ସାହୁ ଓ ରାଜା ପାତ୍ର ନାମକ ୪ ଜଣ ଯୁବକଙ୍କୁ କାବୁ କରି ସେମାନଙ୍କ ଠାରୁ ନଗଦ ୨ ହଜାର ଟଙ୍କା, କିଛି ରୁପା ଅଳଙ୍କାର ଜବତ କରିବା ସହ ଉକ୍ତ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ ସାଉଦଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ନେତାମାନେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ବହୁପକ୍ଷୀୟ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏପ୍ରିଲ୍ ୨୦୨୩ ରେ ଜେଡା ରାସ୍ତା ଦେଇ ସୁଦାନରୁ ଭାରତୀୟ ନାଗରିକ ମାନଙ୍କୁ ସ୍ଥାନାନ୍ତର ସମୟରେ ସାଉଦି ଆରବର ଚମତ୍କାର ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ହଜ୍ ତୀର୍ଥ ଯାତ୍ରା ପାଇଁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। ଚାଲିଥିବା ଜି – ୨୦ ଅଧ୍ୟକ୍ଷତାର ଅଂଶ ଭାବରେ ଯୁବରାଜ ମହମ୍ମଦ ବିନ୍ ସଲମାନ ଭାରତର ପଦକ୍ଷେପ ଗୁଡିକ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ସେ ତାଙ୍କର ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି।…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମୟୀ ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାଙ୍ଗାଲୋରସ୍ଥିତ ବାସଭବନରେ ଏହି ବିବାହ ସମ୍ପନ୍ନ ହୋଇଛି। ବିବାହ ସମାରୋହର ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଘରେ ପରକଳା ୱାଙ୍ଗମୟୀ ଏକ ସରଳ ସମାରୋହରେ ବିବାହ କରିଥିଲେ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ସମାରୋହରେ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳି ନଥିଲା। ପରକଳା ୱାଙ୍ଗମୟୀଙ୍କ ସ୍ୱାମୀଙ୍କ ନାମ ପ୍ରତୀକ। ଅର୍ଥମନ୍ତ୍ରୀଙ୍କ ଝିଅଙ୍କ ବିବାହ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ଏବଂ ଉଦୁପି ଅଦାମାରୁ ମଠଙ୍କ ଆଶୀର୍ବାଦରେ ହୋଇଥିଲା। ପରକଳା ୱାଙ୍ଗମୟୀ ବୃତ୍ତି ଅନୁଯାୟୀ ମଲ୍ଟିମିଡିଆ ସାମ୍ବାଦିକ। ତାଙ୍କର ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ, ବୋଷ୍ଟନ୍, ମାସାଚୁସେଟ୍ସରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ସାଇନ୍ସ ଅଛି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ BM ଏବଂ MA କରିଛନ୍ତି। ସେ ଲାଇଭ ମିଣ୍ଟ, ଦ ଭଏସ୍ ଅଫ୍ ଫ୍ୟାଶନ୍ ଏବଂ ଦି…
ଭୁବନେଶ୍ଵର: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି। ଭୁବନେଶ୍ବର ଶୀତଲ୍ ହୋଟେଲ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ, ଆକ୍ସନ୍ଷ୍ଟାର ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ…
ନୂଆଦିଲ୍ଲୀ: ପ୍ରତ୍ୟେକ ଯୁବକଙ୍କ ଆକାଂକ୍ଷା ପୂରଣ ହେଉଥିବା ଭଳି ଏକ ଇକୋସିଷ୍ଟମ ସୃଷ୍ଟି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନାମାନ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଆମ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ମୂଳ କାର୍ଯ୍ୟ। ବିଭିନ୍ନ କ୍ଷେତ୍ରରେ ଆମେ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠି ପ୍ରତ୍ୟେକ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜମ୍ମୁର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ମଜବୁତ କରିବ। କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହା ଆମ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିବ ଓ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ମଜବୁତ କରିବ।”
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ନୂଆଗଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଗୋଟିଏ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ପାର୍ସଲ ଭ୍ୟାନ (କାର୍ଗୋ ଟ୍ରକ ) ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପାର୍ସଲ ଭ୍ୟାନର କ୍ୟାବିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭ୍ୟାନ ଚାଳକ କ୍ୟାବିନ ମଧ୍ୟରେ ଚାପି ହୋଇଯାଇଥିଲେ। ଖବର ପାଇ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଗାଡ଼ି ଚାଳକଙ୍କ ପରିଚୟ ଅଦ୍ୟାବଧି ମିଳିପାରିନଥିବା ବେଳେ ପୋଲିସ ଶବ ଓ ଗାଡ଼ି ଜବତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ହୁଦା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ସହିତ ସ୍ପରଠାରୁ ଦ୍ୱାରକା ଏକ୍ସପ୍ରେସୱେ, ଗୁରୁଗାଓଁ ପର୍ଯ୍ୟନ୍ତ ୨୮.୫୦ କିଲୋମିଟର ଦୂରତା ମଧ୍ୟରେ ରହିଥିବା ୨୭ ଟି ଷ୍ଟେସନକୁ ପରିସରଭୁକ୍ତ କରୁଥିବା ମେଟ୍ରୋ ସଂଯୋଗକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ମୂଲ୍ୟ ୫,୪୫୨ କୋଟି ହେବ । ଏହା ୧୪୩୫ ମିଲିମିଟର (୫ ଫୁଟ ୮.୫ ଇଞ୍ଚ) ର ଏକ ମାନକ ଗଜ୍ ଲାଇନ ହେବ। ସମଗ୍ର ପ୍ରକଳ୍ପ ଉତ୍ଥିତ ହେବ। ଡିପୋ ସହିତ ସଂଯୋଗ ପାଇଁ ବସାଇ ଗ୍ରାମରୁ ଆସିଥିବା ସ୍ପର ଯୋଗାଇ ଦିଆଯାଇଛି। ମଞ୍ଜୁରୀ ତାରିଖ ଠାରୁ ଚାରି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହା ସ୍ୱୀକୃତି ଆଦେଶ ଦିଆଯିବା ପରେ ହରିୟାନା ମାସ୍ ରାପିଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଲିମିଟେଡ୍ (ଏଚ୍ଏମ୍ଆର୍ଟିସି) ଦ୍ୱାରା କାର୍ଯ୍ୟକାରୀ ହେବ ,…
ମେଷ: – ଆଜି ଆପଣ କିଛି ଭଲ ଖବର ପାଇପାରିବେ। ଏହା ସହିତ, ଆପଣଙ୍କର ବୟସ୍କ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଅନେକ ନୂତନ ଲୋକଙ୍କ ସହିତ ଆପଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆପଣ ଏକ ଗାଡି ମଧ୍ୟ କିଣି ପାରନ୍ତି। ବୃଷ: – ଆଜି ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆହୁରି ମଧ୍ୟ ଆପଣଙ୍କର କ୍ୟାରିଅରରେ କିଛି ବଡ଼ ସଫଳତା ପାଇବେ। ଆଜି ଆପଣ ବ୍ୟବସାୟରେ ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। ଆପଣଙ୍କର ଆଧ୍ୟାତ୍ମିକତା ପ୍ରତି ଏକ ପ୍ରବୃତ୍ତି ଆସିପାରେ। ମିଥୁନ: – ଆଜି ଆପଣଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ଆପଣ ଚେଷ୍ଟା କରୁଥିବା କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସଫଳତା ପାଇପାରିବେ। ଆପଣଙ୍କର ପାରିବାରିକ ସମସ୍ୟା ସମାପ୍ତ ହେବ। ପୁରୁଣା ବିବାଦର ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ । କର୍କଟ : – ଆପଣଙ୍କର ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ସେହି ସମୟରେ,…
ଭୁବନେଶ୍ଵର: ନୁଆପଡା ଖରିଆର ରୋଡ ନିକଟ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏସି କୋଚ୍ ତଳେ ନିଆଁ ଲାଗିଛି। ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି। ରେଳବାଇ ସୂଚନା ଅନୁଯାୟୀ, ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ ଖରିଆର ରୋଡ ଷ୍ଟେସନରେ ରାତି ୧୦:୦୭ ରେ ପହଞ୍ଚିଥିଲା। ବ୍ରେକ୍ ଘର୍ଷଣ ହେତୁ ବି-୩ କୋଚ ତଳେ ବ୍ରେକ୍ ପ୍ୟାଡ୍ ରେ ନିଆଁ ଲାଗିଯାଇଥିଲା। କିନ୍ତୁ କୋଚ୍ ଭିତରକୁ ନିଆଁ ପ୍ରବେଶ କରିନଥିଲା। କେବଳ ବ୍ରେକ୍ ପ୍ୟାଡରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇଥିଲା ଏବଂ ଟ୍ରେନ୍ ରାତି ୧୧ ଟାରେ ଉକ୍ତ ଷ୍ଟେସନରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ନୂଆଦିଲ୍ଲୀ: ନୂତନ ପିଢିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର ପ୍ରଥମ ପ୍ରି-ଇନଡକ୍ସନ୍ ନାଇଟ୍ ଲଞ୍ଚ (ଫ୍ଲାଇଟ୍ ଟେଷ୍ଟ) ଆଜି ଓଡିଶା ଉପକୂଳରେ ସଫଳତାର ସହ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହି କ୍ଷେପଣାସ୍ତ୍ରକୁ ସନ୍ଧ୍ୟା ୭.୩୦ ରେ ଓଡିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସରକାରୀ ବିବୃତ୍ତି ଅନୁଯାୟୀ କ୍ଷେପଣାସ୍ତ୍ରର ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଉଦ୍ଦେଶ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା। ବିବୃତ୍ତି ଅନୁଯାୟୀ, କ୍ଷେପଣାସ୍ତ୍ରର ତିନୋଟି ସଫଳ ବିକାଶ ପରୀକ୍ଷଣ ପରେ ଉପଭୋକ୍ତାମାନଙ୍କ ଦ୍ଵାରା ଏହା ପ୍ରଥମ ପ୍ରି-ଇନଡକ୍ସନ୍ ନାଇଟ୍ ଲଞ୍ଚ ଥିଲା, ଯାହା ସିଷ୍ଟମର ସଠିକତା ଏବଂ ନିର୍ଭରଯୋଗ୍ୟତାକୁ ବୈଧ କରିଥିଲା। ରିପୋର୍ଟ ହୋଇଛି ଯେ, ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ରେଞ୍ଜ ଇନଷ୍ଟ୍ରୁମେଣ୍ଟେସନ୍ କୁ ବିଭିନ୍ନ ସ୍ଥାନରେ ନିୟୋଜିତ ଥିଲା, ଯେଉଁଥିରେ ଦୁଇଟି ଡାଉନ୍ ରେଞ୍ଜ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ନୂଆ ଉଚ୍ଚତାକୁ ନେଇଯିବା ସହିତ ବିଶ୍ୱ ଆଗରେ ଦୃଢ଼ ଭାରତର ଦୃଢ଼ ଛବି ଉପସ୍ଥାପନ କରିଛି। ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ କେଭିଆଇସି ଉତ୍ପାଦ କାରବାର 1.34 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତୁଳନାତ୍ମକ ଭାବେ ଦେଖିଲେ ବିଗତ 9 ବର୍ଷ ମଧ୍ୟରେ ଗ୍ରାମୀଣ କ୍ଷେତ୍ରର କାରୀଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ୱଦେଶୀ ଖାଦୀ ଉତ୍ପାଦ ବିକ୍ରିରେ 332 ପ୍ରତିଶତର ଅଭୂତପୂର୍ବ ବୃଦ୍ଧି ଘଟିଛି। 2013-14 ଆର୍ଥିକ ବର୍ଷରେ ଖଦୀ ଓ ଗ୍ରମୋଦ୍ୟୋଗ ଉତ୍ପାଦର କାରବାର 31154 ଥିବା ବେଳେ 2022-23 ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,34,630 କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଉପଲବ୍ଧି। ସେହିପରି ଗ୍ରାମୀଣ କ୍ଷେତ୍ରରେ 9,54,899 ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି କେଭିଆଇସି ନୂଆ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ରାଜେଶ ପ୍ରଧାନ ଏବଂ ରାଜେନ୍ଦ୍ର ସାହୁଙ୍କୁ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପଲଟନ ପଡିଆଠାରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଖବର ଲେଖା ହେଲା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ତେବେ ସ୍ପଷ୍ଟ ଦିବାଲୋକରେ ବାଣପୁର ବଜାରରେ ଏପରି କାଣ୍ଡ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି।
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଜୁନ୍ ୨୩ ତାରିଖରେ ବିରୋଧୀ ଦଳର ଅନେକ ରାଜନୈତିକ ଦଳର ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ନେତାଙ୍କ ସମାବେଶ ହେବ। ଏହି ବୈଠକ ପ୍ରଥମେ ମେ ୧୯ ତାରିଖରେ ଏବଂ ପରେ ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସବୁ ଦଳର ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ୍ ୨୩ ତାରିଖରେ ସମସ୍ତ ଦଳର ବରିଷ୍ଟ ନେତାମାନେ ସେମାନଙ୍କ ସମ୍ମତି ଦେଇଛନ୍ତି। ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ରାଷ୍ଟ୍ରୀୟ ସଭାପତି ଲଲନ ସିଂ କହିଛନ୍ତି ଯେ, “କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛନ୍ତି। ଏହା ସହିତ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି…
ନୂଆଦିଲ୍ଲୀ: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବ। ଖବର ଅନୁଯାୟୀ ଅକ୍ଟୋବର ମାସରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ। ଏହି ସମୟରେ, ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ର ସିଇଓ ଜିଓଫ୍ ଅଲାର୍ଡାଇସ୍ ଦିନିକିଆ ବିଶ୍ୱକପ୍-୨୦୨୩ କାର୍ଯ୍ୟସୂଚୀ ବିଷୟରେ ବଡ଼ ସୂଚନା ଦେଇଥିବା ବେଳେ ଖୁବ ଶୀଘ୍ର ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରିବ ବୋଲି କହିଛନ୍ତି। ବିଶ୍ୱକପ୍ର କାର୍ଯ୍ୟସୂଚୀ ଏବଂ ସ୍ଥାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଏହା ପ୍ରଥମ ଥର ପାଇଁ ଘଟୁଛି ଯେ, ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରିବାରେ ଏତେ ବିଳମ୍ବ ହେଉଛି। ଏହାପୂର୍ବରୁ ୨୦୧୯ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଟୁର୍ଣ୍ଣାମେଣ୍ଟର ପ୍ରାୟ ୧୩ ମାସ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥି ସହିତ ୨୦୧୫ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ପ୍ରାୟ ୧୮ ମାସ ପୂର୍ବରୁ ପହଞ୍ଚିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସମୟରେ ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିସିସିଆଇ…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ, ଯଦି ଆପଣ ନିଜ ଖାଦ୍ୟରେ ଶୁଖିଲା ନଡ଼ିଆକୁ ଯେକୌଣସି ରୂପରେ ବ୍ୟବହାର କରନ୍ତି। ତେଣୁ ଏହା ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ଲାଭଦାୟକ ଅଟେ। ଏହା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶରୀରରେ କୌଣସି ପ୍ରକାର ଭାଇରାଲ୍ ସଂକ୍ରମଣରୁ ଦୂରେଇ ରଖିଥାଏ। କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରୁହେ। ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ: ଆପଣ ଯେକୌଣସି ସମୟରେ ଶୁଖିଲା ନଡ଼ିଆ ଖାଇପାରିବେ। ଆପଣ ବୁଲିବାକୁ ଯାଉଛନ୍ତି, ତେଣୁ ଏହାକୁ ନିଜ…

