ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ଛୋଟ ଅଦଳବଦଳ ହୋଇଛି। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ ହୋଇଛି। ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କ ବୋଲଗଡ଼ ଥାନା ଅଧିନସ୍ଥ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ବଦଳି, ବାଙ୍କୋଇ ଫାଣ୍ଡି ଅଧିକାରୀ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ଟାଙ୍ଗୀ ଥାନାକୁ ବଦଳି, ବାଣପୁର ଥାନା ଏସଆଇ ଦେବସ୍ମିତା ବେହେରାଙ୍କ ଖୋର୍ଦ୍ଧା ସଦର ଥାନାକୁ ବଦଳି, ଟାଙ୍ଗୀ ଥାନା ଏସଆଇ ପୁଷ୍ପଲତା ଲେଙ୍କାଙ୍କ ବାଲୁଗାଁ ଥାନାକୁ ବଦଳି, ସଦର ଥାନା ଏଏସଆଇ ଆରାଧ୍ୟ ପ୍ରସାଦ ନାୟକଙ୍କ ନାଚୁଣୀ ଥାନାକୁ ବଦଳି ଏବଂ ବାଙ୍କୋଇ ଫାଣ୍ଡି ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କ ବୋଲଗଡ଼ ଥାନାକୁ ବଦଳି ହୋଇଛି। ଉକ୍ତ ଅଧିକାରୀମାନଙ୍କୁ ତୁରନ୍ତ ନିଜର ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଅଛି। ତେବେ ଆଶ୍ଚର୍ଯ୍ୟର…
Author: Samikhsya Bureau
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଆଉ ଏକ ବଡ ନିଷ୍ପତ୍ତି। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ପ୍ରଦାନ କରାଯିବ। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହେବେ।
ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ମଙ୍ଗଳବାର କହିଛନ୍ତି ଯେ, ଭାରତର ଉତ୍ତର ସୀମାରେ ଚୀନ୍ର ‘ପିପୁଲ୍ସ ଲିବରେସନ୍ ଆର୍ମି’ର ନିରନ୍ତର ନିୟୋଜନ ଏକ ଆହ୍ଵାନ। ସେ କହିଛନ୍ତି ଯେ, ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ଦେଶର ଦାବିର ବୈଧତା ରକ୍ଷା କରିବାକୁ ସଶସ୍ତ୍ର ବାହିନୀ ପ୍ରତିବଦ୍ଧ। ପୁଣେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ର ୧୪୪ ତମ ପାଠ୍ୟକ୍ରମର ପ୍ୟାରେଡକୁ ସମ୍ବୋଧିତ କରି ଜେନେରାଲ ଚୌହାନ କହିଛନ୍ତି ଯେ, କେବଳ ଆଖପାଖ ଅଞ୍ଚଳରେ ନୁହେଁ ବରଂ ବିସ୍ତାରିତ ପଡ଼ୋଶୀ ଦେଶରେ ମଧ୍ୟ ଶାନ୍ତି ଏବଂ ସ୍ଥିରତା ରକ୍ଷା କରିବାରେ ସଶସ୍ତ୍ର ବାହିନୀ ଏକ ରଚନାତ୍ମକ ଭୂମିକା ଗ୍ରହଣ କରିବାକୁ ସଂକଳ୍ପବଦ୍ଧ। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିଡିଏସ୍ କହିଛି ଯେ, ଉତ୍ତର ସୀମାରେ PLA ର ନିୟୋଜନ ଦିନକୁ ଦିନ ବୃଦ୍ଧି ପାଉନାହିଁ ଏବଂ ଏହାର ସୈନ୍ୟ ସଂଖ୍ୟା ୨୦୨୦ ଭଳି ସମାନ। ତେଣୁ ଏକ ଚ୍ୟାଲେଞ୍ଜ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ପ୍ଲଟ୍ ବ୍ୟବସାୟକୁ ନେଇ ମାଣ୍ଡିଆପଲୀ ଗ୍ରାମର ଶୁଭମ୍ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ କୋଦଳା ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଜଗନ୍ନାଥ ପୁର ଛକରୁ ଏକ କାର୍ କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬ ଜଣ ଯୁବକ ଶୁଭମ୍ କୁ ଅପହରଣ କରୁଥିବା ଜାଣିବାକୁ ପାଇଥିଲେ। ପୋଲିସ ଉକ୍ତ ୬ ଯୁବକଙ୍କ ସହ ଅପହୃତ ଶୁଭମ୍ ଙ୍କୁ ଉଦ୍ଧାର କରିଥିଲା। ଏହାସହ ଗୋଟିଏ ମୋବାଇଲ ଫୋନ, ଗୋଟିଏ ମାରଣାସ୍ତ୍ର ଓ ଉକ୍ତ କାର୍ କୁ ଜବତ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଅପମାନିତ କରିଛି। ନିଜ ବନ୍ଧୁ ଦେଶ ମାଲେସିଆ ହିଁ ପାକିସ୍ତାନକୁ ଅପମାନିତ କରିଛି। ପାକିସ୍ତାନର ଏକ ସରକାରୀ ବିମାନକୁ ମାଲେସିଆ ଜବତ କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମାଲେସିଆ ଜବତ କରିଥିବା ବିମାନ ହେଉଛି ବୋଇଙ୍ଗ ୭୭୭ ବିମାନ। ପାକିସ୍ତାନ ଏହାକୁ ମାଲେସିଆରୁ ଲିଜ୍ ନେଇଥିଲା। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାଲେସିଆର କୁଆଲାଲମ୍ପୁର ବିମାନ ବନ୍ଦରରେ ଲିଜ୍ ବିବାଦରେ ଅନେକ ଥର କହିବା ପରେ ମଧ୍ୟ ପାକିସ୍ତାନ ଦେୟ ପଇଠ କରିନାହିଁ। ଯାହା ପରେ ମାଲେସିଆ ଏହି ବିମାନକୁ ଜବତ କରିଛି। କେବଳ ଏତିକି ନୁହେଁ, ସାମ ଇଂରାଜୀ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି। ଏହାପୂର୍ବରୁ ମଧ୍ୟ ମାଲେସିଆ ପାକିସ୍ତାନର ବିମାନ ଜବତ କରିଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନରୁ ୪ ମିଲିୟନ୍ ଡଲାରର ଦେୟ ନଦେବା କାରଣରୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ସୋମବାର ଦିନ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମହାମହିମ, ରାଜା ସିହମୋନି ଉଭୟ ଦେଶ ମଧ୍ୟରେ ଗଭୀର ସମ୍ପର୍କ, ଦୃଢ଼ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି। ଦକ୍ଷତା ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ କାମ୍ବୋଡିଆ ସହିତ ଦ୍ୱିପାକ୍ଷିକ ସହଭାଗିତାକୁ ମଜବୁତ କରିବାକୁ ଭାରତର ସଂକଳ୍ପକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ବିକାଶ ସହଯୋଗରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ମହାମହିମ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହା ସହିତ ଜି -୨୦ ର ଭାରତର ଅଧ୍ୟକ୍ଷତା ପାଇଁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ୱର: ମଙ୍ଗଳବାର ଦିନ “ପ୍ରାରମ୍ଭ” “PRARAMBH”- The Start Up For Skill ନାମକ ଓଡିଶାର ପ୍ରଥମ ସ୍କିଲ ମେଗାଜିନ ସମ୍ମାନୀୟ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଶୁଭ କରକମଳରେ ତାଙ୍କ ବାସଭବନରେ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ଉତ୍ସବରେ ଭୋକେଶନାଲ ଟିଚର ଆସୋସିଏସନର ସଭାପତି ତଥା ଚିଫ ଏଡିଟର ବନଜା ମହାନ୍ତି, ସେକ୍ରେଟେରୀ ତଥା ମେନେଜିଙ୍ଗ ଏଡିଟର ମିସ ଦେବସ୍ମିତା ରାଉତ, ଉକ୍ତ ଏଡିଟୋରିଆଲ ବୋର୍ଡ ର ସଦସ୍ୟ/ସାଦସ୍ୟାଙ୍କ ମଧ୍ୟରୁ ରୋଜାଲିନ ମିଶ୍ର, ରୋଜାଲିନ ମହାନ୍ତି, ଯୋଗେଶ ଚନ୍ଦ୍ର ସାହୁ, ଗ୍ରାସିୟସ ଦାସ, ଗୋପୀନାଥ ଓଝା, ସତ୍ୟ ନାରାୟଣ ନାୟକ, ଅସ୍ମିତା ପ୍ରିୟଦର୍ଶିନୀ, ସୋନୁମୁନ ଦଣ୍ଡସେନା, ମଧୁମିତା ମହାନ୍ତି, ବିଶ୍ୱମ୍ବର ପ୍ରଧାନ ତଥା ଓଷ୍ଟା ର ପ୍ରେସିଡେଣ୍ଟ ଅକ୍ଷୟ କୁମାର ମିଶ୍ର, ଜେନେରାଲ ସେକ୍ରେଟେରୀ ରଞ୍ଜନ କୁମାର ଦାସ, କୋଷାଧକ୍ଷ ରମାକାନ୍ତ ମହାପାତ୍ର ତାଥା ସହକାରୀ ସଦଶ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଉଦ୍ଘାଟନୀ ଉତ୍ସବରେ ସାନମାନୀୟ ମନ୍ତ୍ରୀ ଭୋକେଶନାଲ…
ମେଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ। ଏହି ମୂଲ୍ୟ ବସ୍ତ୍ରଭୂଷଣ ଏବଂ ଆନନ୍ଦ-ପ୍ରମୋଦ ରହିବ। ଆଦର୍ଶଗତ ଭାବରେ, ମନୋବଳ ଦୃଢରହିବ। ମନ ସୃଜନଶୀଳ ପ୍ରବୃତ୍ତିରେ ରହିବ। ଦିନଟି ଖୁସିରେ ବିତାଇବ। ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ। ବୃଷ: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବେ। ମନ ବ୍ୟସ୍ତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ମିଥୁନ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଇ ଦେଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ। ବ୍ୟବସାୟରୁ ଲାଭବାନ ହେବେ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ…
ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧିନ ସମସ୍ତ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରାଣୀମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟରେ ୧୭୫ଟି ନୂତନ ବ୍ଲକ୍ ପ୍ରାଣୀଚିକିତ୍ସା ଡିସ୍ପେନ୍ସାରୀ, ଜିଲ୍ଲା ପ୍ରାଣୀଚିକିତ୍ସା ଡିସ୍ପେନ୍ସାରୀ ଏବଂ ପ୍ରାଣୀଚିକିତ୍ସା ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବାବେଳେ ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ନିର୍ମାଣର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ଓସିିସିଏଲ୍, ଓଏସ୍ଆଇସି, ଏନ୍ପିସିସି ଆଦି ପବ୍ଲିକ୍ ସେକଫର ଅଣ୍ଡରଟେକିଂ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନିର୍ମାଣକାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନେ ନିୟମିତ ନିରୀକ୍ଷଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ…
ଭୁବନେଶ୍ୱର: ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ଏକ ଏତଲା ଦରଜ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ୱେବ ପୋର୍ଟାଲର ସମ୍ପାଦକ, ୟୁଟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦାଖଲ କରାଯାଇଛି। ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ମା କମଳା ନେହେରୁ, ଜବାହାରଲାଲ ନେହୁରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି। ଏପରିକି ଜାତୀର ଜନକ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି। ଅନ୍ୟପକ୍ଷରେ ମୁସଲମାନ ସଂପ୍ରଦାୟକୁ ମଧ୍ୟ…
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହେଲିପୋର୍ଟ ଲାଇସେନ୍ସ ଅନୁଦାନ ପାଇଁ ପ୍ରକ୍ରିୟାକୁ ସରଳ କରିଛି। ବର୍ତ୍ତମାନ ପାଞ୍ଚଟି ବାହ୍ୟ ସଂସ୍ଥାକୁ ଏନଓସି / କ୍ଲିୟରାନ୍ସ ପାଇଁ ଆବେଦନଗୁଡିକ ଆବେଦନକାରୀଙ୍କ ଇଜିସିଏ ପ୍ରୋଫାଇଲରେ ଗୋଟିଏ ଟ୍ୟାବ୍ ମାଧ୍ୟମରେ ରୁଟ୍ ହୋଇପାରିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହେଲିପୋର୍ଟକୁ ଭୂପୃଷ୍ଠ ସ୍ତରରେ ତଥା ଉଚ୍ଚ/ଛାତ ଉପରେ ବିମାନ ନିୟମ ଏବଂ ସମ୍ପୃକ୍ତ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ଅନୁଯାୟୀ ଲାଇସେନ୍ସ ପ୍ରଦାନ କରିଥାଏ। ଲାଇସେନ୍ସ /ପ୍ରାଧିକରଣ ପାଇବାକୁ ଚାହୁଁଥିବା ଆବେଦନକାରୀମାନେ ଇଜିସିଏ ପୋର୍ଟାଲ ମାଧ୍ୟମରେ ଡିଜିସିଏ ରେ ଏକ ଅନଲାଇନ୍ ଆବେଦନ ଦାଖଲ କରିବା ଆବଶ୍ୟକ। ଏହାପୂର୍ବରୁ, ଅନଲାଇନ୍ ଆବେଦନପତ୍ର ଦାଖଲ କରିବା ପୂର୍ବରୁ, ଆବେଦନକାରୀମାନେ ଏନଓସି / କ୍ଲିୟରାନ୍ସ ପାଇବା ପାଇଁ ଅନଲାଇନ୍ / ଫିଜିକାଲ୍ ମୋଡ୍ ମାଧ୍ୟମରେ ନିମ୍ନ ପାଞ୍ଚଟି ସଂସ୍ଥାରେ ଆବେଦନ କରିବା ଆବଶ୍ୟକ ହେଉଥିଲା: 1. ଗୃହ ମନ୍ତ୍ରଣାଳୟ 2. ପ୍ରତିରକ୍ଷା ମନ୍ତ୍ରଣାଳୟ…
ମୁମ୍ବାଇ/ ଭୁବନେଶ୍ୱର: ପାରମ୍ପରିକ କାରିଗରମାନଙ୍କ କାର୍ଯ୍ୟକୁ ଦେଖିବା ପାଇଁ ବିପୁଳ ଜନ ସମର୍ଥନକୁ ଦୃଷ୍ଟିରେ ରଖି ନୀତା ମୁକେଶ ଅମ୍ବାନି କଲ୍ଚରାଲ୍ ସେଂଟର (ଏନ୍ଏମ୍ଏସିସି) ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନର “ସ୍ୱଦେଶ’ ପ୍ରଦର୍ଶନୀ ଅବଧି ସମ୍ପ୍ରସାରଣ କରାଯାଇଛି। ଏହି ପ୍ରଦର୍ଶନୀ ହେଉଛି ଏକ ଅନୁଭୂତି ଜୋନ୍ ଯାହା ପିଚୱାଇ, ତାଞ୍ଜୋର, ପଟ୍ଟଚିତ୍ର, ପଟୋଲାର ବୁଣାବୁଣି, ଭେଙ୍କଟଗିରି, ବନାରସ, ପୈଥାନ, କାଶ୍ମୀର ଓ ଜୟପୁରର ନୀଳ ମାଟିପାତ୍ର ଭଳି ବିଭିନ୍ନ ପ୍ରକାର ପ୍ରସିଦ୍ଧ ପାରମ୍ପରିକ କଳାକୃତିକୁ ଦକ୍ଷ କାରିଗର ଓ ବିଶେଷଜ୍ଞମାନେ ତିଆରି କରୁଥିବା ବେଳେ ଦେଖିବା ଓ ସେମାନଙ୍କ ସହ ଭାବ ବିନିମୟ କରିବା ଲାଗି ପରିଦର୍ଶନକାରୀମାନଙ୍କୁ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି। ପାରମ୍ପରିକ ଅରଟରେ ଚଟେଇ ଓ ଶାଢ଼ି ବୁଣିବା, ପନିପରିବା କାଳିର ବ୍ୟବହାର କରିବା ବେଳେ କାରିଗରମାନଙ୍କୁ ଦେଖିବା ଏବଂ ପରିଦର୍ଶକମାନଙ୍କ ସହ ଭାବ ବିନିମୟ ସମୟରେ ଚିତ୍ରାଙ୍କନ କରିବା ଆଦି କାର୍ଯ୍ୟ ଏହି କେନ୍ଦ୍ରର ପରିଦର୍ଶକମାନଙ୍କ ଲାଗି ଏକ…
ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି। ଏକବିଂଶ ଶତାବ୍ଦୀକୁ ପ୍ରେରଣା ଦେବା ପାଇଁ ଏହାକୁ ଏକ ନୂଆ ମଡେଲ ଭାବେ ସୃଷ୍ଟି କରିବା ପାଇଁ ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜ୍ଞାନର ସହଭାଗୀତାକୁ ସୁଦୃଢ କରିବା ପାଇଁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହାସହ ଦକ୍ଷତା ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଦୃଢ ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାର…
ବୌଦ୍ଧ: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଧିକାରୀ ଗଣପତି ଥାନପତି ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ କୁନାସିଲା ଛକରେ ଏକ ମୋଟରସାଇକେଲକୁ ସନ୍ଦେହ କରି ଅଟକାଇଥିଲେ। ଏବଂ ଯାଞ୍ଚ କରିବା ବେଳେ ସେଥିରୁ ୧୫.୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହା ପରେ ଥାନା ଅଧିକାରୀ ଥାନପତି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓ ଚାଲାଣକାରୀଙ୍କ ମୋଟରସାଇକେଲ ଜବତ କରିବା ସହ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଳନ୍ଦାପଡା ଗ୍ରାମର ଆନନ୍ଦ ସେଠ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଭୁବନେଶ୍ବର: ଆସନ୍ତାକାଲି ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଆସନ୍ତାକାଲି ଦିନ ୧୧ ଟାରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସିଏଚ୍ଏସ୍ଇ ଅଧ୍ୟକ୍ଷ ଆଶ୍ୱିନ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ ଛାତ୍ରଛାତ୍ରୀମାନେ www.odisharesults.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହାସହିତ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ମଧ୍ୟ ଫଳ ଉପଲବ୍ଧ ହେବ।
ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ…
ରଣପୁର: ରଣପୁର ମୟୁରଝୁଲିଆ ଖଣି ମାମଲାରେ ଖଣି ଲିଜଧାରୀ ସୁଶାନ୍ତ ବରାଡଙ୍କ ଘରେ ଭୁବନେଶ୍ୱର ସହିଦନଗର ସ୍ଥିତ ଡାଇରେକ୍ଟ ଜେନେରାଲ ଓଫ.ଜି.ଏସ.ଟି ଏଣ୍ଟେଲିଜେନ୍ସର ଚଢାଉ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ତହସିଲ କାର୍ଯ୍ୟାଳୟ ମଧ୍ୟରୁ କିଛି ନଥିପତ୍ର ସଂଗ୍ରହ କରିବା ପରେ ପଥର ଖଣି ମାଫିଆ ତଥା ସୁଶାନ୍ତ ବରାଡଙ୍କ ଘରେ ରେଡ୍ କରିଥିଲା GST ବିଭାଗ। ଭୁବନେଶ୍ୱର GST ଟିମ୍ ( ଇଣ୍ଟେଲିଜଣ୍ଟ୍ ) ଙ୍କ ସୂଚନା ଅନୁସାରେ ୪ ଜଣ ଖଣି ମାଫିଆଙ୍କ ଘରେ ରେଡ୍ କରାଯାଇଛି। ରଣପୁର ତହସିଲ ଅଧିନସ୍ଥ ମୟୁରଝାଲିଆ ଗ୍ରାମରେ ବେଆଇନ ପଥରଖଣି କୁ ନେଇ NGT ମାମଲା ଘଟଣାରେ ଚର୍ଚ୍ଚିତ ଖଣି ମାଫିଆ ସୁଶାନ୍ତ ବରାଡଙ୍କ ଘରେ GST ବିଭାଗ ପକ୍ଷରୁ ରେଡ୍ କରାଯାଇ କିଛି ଦରକାରୀ କାଗଜପତ୍ର ଜବତ କରାଯାଇଛି ବୋଲି GST ଟିମ୍ ର ଆଡସିନାଲ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଶଶାଙ୍କ ଭୁଷଣ ବାରିକ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟ ବିଭାଗ ଅନୁସାରେ ଟେଲି –ଲ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏହା ମାଧ୍ୟମରେ ଦେଶର ୪୦ ଲକ୍ଷ ହିତାଧିକାରୀ ମାନଙ୍କୁ ମୋକଦ୍ଦମା ପୂର୍ବରୁ ପରାମର୍ଶ ଦିଆଯାଇଛି। ଟେଲି –ଲ ବିଷୟରେ କିଛି ତଥ୍ୟ: ମୋକଦ୍ଦମା ପୂର୍ବ ପର୍ଯ୍ୟାୟରେ ଆଇନଗତ ପରାମର୍ଶ ଏବଂ ଉପଦେଶ ନେବାରୁ ବଂଚିତ ଲୋକ ମାନଙ୍କ ପର୍ଯ୍ୟନ୍ତ ପହଂଚିବାର ଏହା ଏକ ଇ– ଇଂଟରଫେସ୍ ବ୍ୟବସ୍ଥା ଅଟେ। ଏହା ପଞ୍ଚାୟତ ସ୍ତରରେ ଅବସ୍ଥିତ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଗୁଡିକରେ ଉପଲବ୍ଧ ଭିଡିଓ କନଫରେନ୍ସିଂ/ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ସୁବିଧା ମାଧ୍ୟମରେ ପ୍ୟାନେଲ୍ରେ ଥିବା ଓକିଲ ମାନଙ୍କ ସହ ଆଇନଗତ ସହାୟତା ଆବଶ୍ୟକ କରୁଥିବା ଗରିବ ତଥା ବଞ୍ଚିତ ଲୋକଙ୍କୁ ପରସ୍ପର ସହିତ ସଂଯୋଗ କରେ। ୨୦୧୭ ରେ ଆରମ୍ଭ ହୋଇଥିବା ଟେଲି –ଲ ସେବା ବର୍ତ୍ତମାନ ଟେଲି – ଲ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍…
ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଆଜି ମହାରାଷ୍ଟ୍ରର ସ୍ୱଚ୍ଛ ମୁଖ ଅଭିଯାନର ‘ସ୍ମାଇଲ୍ ଆମ୍ବାସାଡର’ ହୋଇଛନ୍ତି। ଏହା ମୌଖିକ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ଜଡିତ ଏକ ଅଭିଯାନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ତେନ୍ଦୁଲକରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସଚିନ ତେନ୍ଦୁଲକର ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଭିଯାନର ‘ବ୍ରାଣ୍ଡ ଆମ୍ବାସାଡର’ ହେବେ। ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ସଚିନ ତେନ୍ଦୁଲକର ସମ୍ପୂର୍ଣ୍ଣ ମାଗଣା ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଏଥିପାଇଁ ତାଙ୍କୁ ବିଶେଷ ଧନ୍ୟବାଦ। ଏହି ଅଭିଯାନ ପାଇଁ ସଚିନ ତେନ୍ଦୁଲକର ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି। ପାଟିର ସ୍ବଚ୍ଛତା ବୃଦ୍ଧି କରିବା ଆମର ପ୍ରୟାସ। ଅନ୍ୟପକ୍ଷରେ, ଏହି ଅଭିଯାନ ସଂପର୍କରେ ସଚିନ ତେନ୍ଦୁଲକର କହିଛନ୍ତି ଯେ, ମୁଁ ଯେତେବେଳେ ଛୋଟ ଥିଲି, ମୁଁ ଅନେକ ଖେଳ ଖେଳୁଥିଲି, କିନ୍ତୁ କ୍ରିକେଟ୍ ପ୍ରତି ସବୁଠାରୁ ଅଧିକ ଆଗ୍ରହ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଗୋଆ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା! ଗୋଆ ଶାନ୍ତି ଏବଂ ଉଲ୍ଲାସର ଏକ ଉତ୍କୃଷ୍ଟ ମିଶ୍ରଣ, ଯାହା କି ଅନନ୍ୟ ସଂସ୍କୃତି ଏବଂ ଅଦ୍ଭୁତପୂର୍ବ ବିଚାରଧାରାରେ ପ୍ରେରିତ କରିଥାଏ। ମୁଁ ଗୋଆବାସୀଙ୍କ ଉନ୍ନତି ଏବଂ ସମୃ୍ଦ୍ଧି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି କି ସେମାନେ ଭାରତର ବିକାଶପଥକୁ ମଜଭୁତ କରିବା ଜାରି ରଖିବେ।’
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଆଜି ଜଣେ ଅଭ୍ୟାସଗତ ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବଡ଼କୁଳ ଗ୍ରାମର କେଶର ସାହୁ। ତାଙ୍କ ନିକଟରୁ ସମୁଦାୟ ୨୩ ଲିଟର ଦେଶୀ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନା ଥାଉକି କେଶର ଜଣେ ଅଭ୍ୟାସଗତ ମଦ ବେପାରି ଥିବା ବେଳେ ତାଙ୍କୁ ଗତବର୍ଷ ବାଲୁଗାଁ ପୋଲିସ ଦୁଇ ଦୁଇ ଥର ଗିରଫ ମଧ୍ୟ କରିଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କ ବିରୁଦ୍ଧରେ ସିଆରପିସି ଦଫା ୧୧୦ ମଧ୍ୟ ଲଗାଯିବ ବୋଲି ଆଇଆଇସି ରଶ୍ମିରଂଜନ ଦାସ କହିଛନ୍ତି। ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ଥାଉକି ଏହାକୁ ମିଶାଇ ବିଗତ ୧୦ ଦିନ ମଧ୍ୟରେ ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରୁ ୪ ଗୋଟି ମଦ ମାମଲା ଠାବ କରିବାରେ ସଫଳ ହୋଇଛି।

