Author: Samikhsya Bureau

ନୂଆଦିଲ୍ଲୀ: ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଦେଶର ବିକାଶରେ ନିରନ୍ତର ସମର୍ପଣର ୯ ବର୍ଷ। ମୁଁ  ସମସ୍ତଙ୍କୁ nm4.com/9yrsofseva ୱେବସାଇଟକୁ ଯାଇ ଆମର ବିକାଶ ଯାତ୍ରାର ଏକ ଝଲକ ଦେଖିବା ପାଇଁ ଆମନ୍ତ୍ରଣ କରୁଛି। ବିଭିନ୍ନ ସରକାରୀ ଯୋଜନାରୁ ଲୋକେ କିପରି ଲାଭାନ୍ୱିତ ହୋଇଛନ୍ତି ତାହା ଉପରେ ଆଲୋକପାତ କରିବାର ଏହା ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। #9YearsOfSeva’

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକମାତ୍ର ଲୋକସଭା ସଦସ୍ୟ ଧାନୋରକର ଆଜି ସକାଳେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଧାନୋରକରଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଆଜି ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଲୋକସଭା ସଦସ୍ୟ ସୁରେଶ ନାରାୟଣ ଧାନକୋରଙ୍କ ମୃତ୍ୟୁ ଖବର ଶୁଣି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ କେତେକ ଦଳର ନେତା ସମବେଦନା ଜଣାଇଛନ୍ତି। ଖଡଗେ ଟ୍ୱିଟ୍ କରି କହିଛନ୍ତି ଯେ, “ସୁରେଶ ନାରାୟଣ ଧାନୋରକରଙ୍କ ଅକାଳ ବିୟୋଗ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ସେ ଜଣେ ତୃଣମୂଳ ସ୍ତରର ନେତା ଥିଲେ।” ସେ ଧାନୋରକରଙ୍କ ପରିବାର, ତାଙ୍କ ବନ୍ଧୁ ଏବଂ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ ଟ୍ୱିଟ କରି କହିଛନ୍ତି ଯେ, ଦୁଇ ଦିନ ମଧ୍ୟରେ ଧାନୋରକରଙ୍କ ଅସୁସ୍ଥ ହେବା, ତାଙ୍କ ଅବସ୍ଥା ଗୁରୁତର ହେବା ଏବଂ ହଠାତ ମୃତ୍ୟୁ ହେବା ଅକଳ୍ପନୀୟ। ସେ ଜଣେ ଦକ୍ଷ, ଶକ୍ତିଶାଳୀ ଏବଂ…

Read More

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନେ ବର୍ତ୍ତମାନ ଏକ ନୂତନ ଘୋଷଣା କରିଛନ୍ତି। କୁସ୍ତିଯୋଦ୍ଧାମାନେ ଘୋଷଣା କରିଛନ୍ତି ଯେ, ସେମାନେ ହରିଦ୍ଵାର ଗଙ୍ଗାରେ ପଦକ ଭସାଇବାକୁ ଯାଉଛନ୍ତି। ଆଜି ହରିଦ୍ୱାରରେ ସନ୍ଧ୍ୟା ୬ ଟାରେ ଆମେ ଗଙ୍ଗାରେ ଆମର ପଦକ ଭାସାଇବୁ। କୁସ୍ତିଯୋଦ୍ଧାମାନେ ଏହା ମଧ୍ୟ କହିଛନ୍ତି ଯେ, ଗଙ୍ଗାରେ ପଦକ ଭସାଇବା ପରେ ସେମାନେ ଇଣ୍ଡିଆ ଗେଟରେ ଆମରଣ ଅନଶନରେ ବସିବେ। ବିରୋଧୀ କୁସ୍ତିଯୋଦ୍ଧାମାନେ ସେମାନଙ୍କର ପଦକ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ରାଷ୍ଟ୍ରପତି ମୁର୍ମୁଙ୍କୁ ପଦକ ଫେରସ୍ତ ନକରିବାର କାରଣ ବର୍ଣ୍ଣନା କରି ରେସଲର ବିନେଶ ଫୋଗାଟ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ ତାଙ୍କ ଘରର ଝିଅ ବୋଲି କହୁଥିଲେ। ସେ ନିଜ ଘରର ଝିଅମାନଙ୍କର ଥରେ ବି ଯତ୍ନ ନେଲେ ନାହିଁ। ବରଂ ଯିଏ ଆମକୁ ଶୋଷଣ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପରେ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ଖୁଲାସା କରିଛି। ଏକ ଦିନ ପୂର୍ବରୁ ଇଡି ଏକ ନୂତନ ଚାର୍ଜସିଟରେ ଦାବି କରିଛି ଯେ, ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଭିନ୍ନ ଚ୍ୟାନେଲ ଜରିଆରେ ୬୨୨.୬୭ କୋଟି ଟଙ୍କା ପାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ଜଡିତ ସୂତ୍ର ଅନୁଯାୟୀ ବିଜୟ ନାୟାରଙ୍କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ମନୀଷ ସିସୋଦିଆ ଏବଂ ବିଜୟ ନାୟାରଙ୍କ ସହଯୋଗରେ ଇଣ୍ଡୋସ୍ପିରିଟ୍ସ ଏଲ ଲାଇସେନ୍ସ ହାସଲ କଲା। ଏଥିରୁ ୧୯୨.୮ କୋଟି ଟଙ୍କା ଲାଭ ହୋଇଛି। ଏଥିସହ ସରଥ ରେଡ୍ଡୀ ଏବଂ ଟ୍ରାଇଡେଣ୍ଟ ଚେମ୍ଫର, ଅବନ୍ତିକା କଣ୍ଟ୍ରାକ୍ଟର ଏବଂ ଅର୍ଗାନୋମିକ୍ସ ଇକୋସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ୩ ଟି ସଂସ୍ଥା ଇଣ୍ଡୋସ୍ପିରିଟ୍ସକୁ ୬୦ କୋଟି ଟଙ୍କା ଦେୟ କରିଛନ୍ତି। ପର୍ନୋଡ ରେକର୍ଡରୁ ୧୬୩.୫ କୋଟି ଟଙ୍କା ଲାଭ…

Read More

ନୂଆଦିଲ୍ଲୀ: ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଉପରେ ଭୁଲରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କହିଥିଲେ ଯେ ଏହି ଭୁଲ ହେତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଭୁଲ ପାଇଁ ଭାରତକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ଭାରତୀୟ ବାୟୁସେନାର ତିନିଜଣ ଅଧିକାରୀଙ୍କ ବହିଷ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏହି ସବୁ କଥା କେନ୍ଦ୍ର ସରକାର କହିଛନ୍ତି। ଏହା ସହିତ ପାକିସ୍ତାନ ଉପରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚରମ ଅବହେଳା ବୋଲି କୁହାଯାଇଛି। ୱିଙ୍ଗ କମାଣ୍ଡର ଅଭିନବ ଶର୍ମାଙ୍କ ଦ୍ୱାରା ଆବେଦନ ହୋଇଥିବା ଏକ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ଶୁଣାଣି ଚାଲିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା ଏକ ଆଫିଡେଭିଟରେ ଦର୍ଶାଯାଇଛି ଯେ, ଦେଶର…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ପ୍ରତିଶ୍ରୁତି ଏବଂ ପଦକ୍ଷେପ ବିଷୟରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍‌ ୨୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ବିଭାଗର ବଜେଟ୍‌ ୩୦୫ କୋଟି ଥିଲାବେଳେ ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ବିଭାଗ ବିଭିନ୍ନ ଯୋଜନା ଅଧୀନରେ ୨୨୪୧…

Read More

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ  କରାଯାଇଛି। ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି…

Read More

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ଵରେ ଚେନ୍ନାଇ ସୁପର କିଙ୍ଗ୍ସ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ଆଇପିଏଲ ଟାଇଟଲ ଜିତିଛି। ଆଇପିଏଲ୍-୨୦୨୩ ର ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ଚେନ୍ନାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି। ଚେନ୍ନାଇର ବିଜୟ ପୂର୍ବରୁ ଧୋନିଙ୍କ ଅବସର ନେଇ ଅନେକ ପ୍ରକାରର ଆଲୋଚନା ଚାଲିଥିଲା। ଧୋନି ଚାମ୍ପିୟନ ହେବା ପରେ ଅବସର ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସେ ଅବସର ନେବେ ନାହିଁ। ଧୋନି ପରବର୍ତ୍ତୀ ସିଜନରେ ଫେରିବା ବିଷୟରେ ମଧ୍ୟ ଉତ୍ତର ଦେଇଛନ୍ତି। ଧୋନି ଅବସର ନେଇଥିବା ଅନୁମାନକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ, ଦର୍ଶକଙ୍କ ଭଲପାଇବା ଦେଖି ସେ ଆସନ୍ତା ସିଜନରେ ପୁନର୍ବାର ଖେଳିବେ ଏବଂ ସେମାନଙ୍କୁ ଉପହାର ଦେବେ। ଏହି ସଂସ୍କରଣ ଆରମ୍ଭରୁ ଧୋନିଙ୍କ ଏହା ଶେଷ ସିଜିନ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ସେ କହିଛନ୍ତି…

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଓ ନୈତିକ ଶିକ୍ଷା ଉପରେ ଗୁରୁିତ୍ୱ ଦେଇଥିଲେ। ତାଲିମ ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଦ୍ୱାରା ବିଭିନ୍ନ ଶିକ୍ଷଣ କୌଶଳ ଲାଭ ପାଇଁ ସେ ପରାମର୍ଶ ଦେଇଥିଲେ। ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଚରିତ୍ର ଗଠନ ଓ ଶିକ୍ଷକ ସେମାନଙ୍କ ପାଇଁ ଏକ ରୋଲ ମଡେଲ ହେବାକୁ ପ୍ରେରଣା ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିିନୀ ମିଶ୍ର ଶିକ୍ଷକମାନେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନାକରି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବେ…

Read More

ଭୂବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଛନ୍ତି। ନିଯୁକ୍ତି କ୍ୟାଲେଣ୍ଡରରେ ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସମସ୍ତ ନିଯୁକ୍ତି ପ୍ରତିବଦ୍ଧତା ପୂରଣ କରିଥିବା ହେତୁ ୨୦୨୨-୨୩ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପାଇଁ ପଥପ୍ରଦର୍ଶକ ଭାବେ ବିବେଚନା କରାଯିବ। ଏହି ସମୟ ମଧ୍ୟରେ ବର୍ଗ-ଏ ଏବଂ ବର୍ଗ-ବି ସେବାରେ ନିଯୁକ୍ତି ପାଇଁ ୩୭୧୮ ଜଣ ପାର୍ଥୀଙ୍କୁ ସୁପାରିଶ କରାଯାଇଛି, ଯାହା କି କୌଣସି ନିଯୁକ୍ତି ବର୍ଷ ପାଇଁ ସର୍ବକାଳୀନ କୀର୍ତ୍ତିମାନ। ଏହା କେବଳ ଆୟୋଗଙ୍କ ଆତ୍ମବିଶ୍ୱାସ ବଢ଼ାଇନାହିଁ ବରଂ ପ୍ରାର୍ଥୀଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ସଂଚାର କରିପାରିଛି। ୨୦୨୩-୨୪ ବର୍ଷରେ ସରକାରଙ୍କ ବିଭିନ୍ନ ବିଭାଗରେ ୫୦୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ ହୋଇସାରିଛି ଏବଂ ଆୟୋଗ ସମୟୋଚିତ ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାରଙ୍କ ବର୍ଗ-ଏ ଓ ବର୍ଗ-ବି…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ…

Read More

ଭୁବନେଶ୍ୱର: ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି। ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସଂପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି। ଜାପାନର ରିଉକୋକୁ ବିଶ୍ୱବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ୍‌ ଏକ୍ସଚେଞ୍ଜ ସୋସାଇଟି ଜାପାନ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଓଡ଼ିଶାର ଧଉଳିଠାରେ ୧୯୭୩ ମସିହାରେ ଭାରତ-ନିପନ ବୌଦ୍ଧ ସଂଘ ପକ୍ଷରୁ ସ୍ଥାପିତ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିକଟରେ ପାଳିତ ହୋଇଥିବାବେଳେ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିଶେଷ ଗୁରୁତ୍ୱ ରହିଛି। ଶ୍ରୀ ପଣ୍ଡା କହିଲେ ଯେ ଓଡ଼ିଶା ଜାପାନ ସଂପର୍କ ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜାପାନୀ ଭାଷା ଶିକ୍ଷଣ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅଧିକତର ଗବେଷଣା ଏବଂ ଅଧ୍ୟୟନ ପାଇଁ ପ୍ରୟାସ…

Read More

ଭୁବନେଶ୍ବର, ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ । ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ।  ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡିପାରେ । ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ । ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ ।  ରଂଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ । ରଙ୍ଗ ଏବଂ ରଂଗୀନ ଚିତ୍ର ଏବଂ ରଂଗୀନ ବସ୍ତୁଗୁଡ଼ିକ ହେଉଛି ଶକ୍ତିଶାଳୀ ସକ୍ରିୟକାରୀ ଯାହାକି ବାସ୍ତୁଶାସ୍ତ୍ରର ପରିସରର। ଏହା ଶକ୍ତି ବଢାଇବା ସହିତ ବାସ୍ତୁ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ ବ୍ୟବହୃତ…

Read More

ଭୁବନେଶ୍ବର: ଏଣିକି ଚକ ଭାଙ୍ଗି ତାହାକୁ ଖଣ୍ଡଖଣ୍ଡ କରି ବିକ୍ରୀ କରି ହେବ। ଏ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ। ଏହି ନିୟମକୁ ସୋମବାରରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି। ପୂର୍ବର ନିୟମ ଅନୁସାରେ ଯେଉଁ ଜମିଗୁଡିକ ଚକଭୁକ୍ତ ହୋଇଥିବା ତାହାକୁ ବିକ୍ରି କରିବା ନିଷେଧ ଥିଲା। ଏହାଦ୍ବାରା ସାଧାରଣ ଲୋକେ ଅସୁବିଧା ହେବା ସହିତ ରାଜସ୍ବ ହାନୀ ମଧ୍ୟ ପରିଲକ୍ଷିତ ହେଲା। କାରଣ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ରହିଛି । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ଧାରା ୩୫ ଏବଂ ଧାରା ୩୪ କୁ…

Read More

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ୍। ଏଣିକି ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା। ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ। ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ…

Read More

ଭୁବନେଶ୍ୱର: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ରଥଯାତ୍ରା ହେଉଛି ଓଡ଼ିଆ ଜାତିର ସବୁଠାରୁ ଶ୍ରେଷ୍ଠ ପର୍ବ। ଦେଶବିଦେଶରୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସନ୍ତି। ଚଳିତ ରଥଯାତ୍ରାରେ ସୂଚନା ଓ ଲୋକସଂପର୍କ ବିଭାଗ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରି ରଥଯାତ୍ରାକୁ ଅଧିକ ସରସସୁନ୍ଦର କରିବା ପାଇଁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି। ଆଜି ଲୋକସଂପର୍କ ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ଉପଲକ୍ଷେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅମାତ ବିଗତ ବର୍ଷମାନଙ୍କରେ ଦେଖଯାଇଥିବା ଅସୁବିଧାଗୁଡ଼ିକର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେଇ ଚଳିତ ବର୍ଷର ରଥାଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ…

Read More

ଭୁବନେଶ୍ବର, ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିର ଯାଇ ପୂଜାପଠା କରିବାର ପରଂପରା ରହିଛି। ବିଶେଷ ଦିନମାନଙ୍କରେ ମନ୍ଦିରରେ ଭକ୍ତଙ୍କ ଭିଡ ବେଶୀ ପରିଲକ୍ଷିତ ହୋଇଥାଏ। ତେବେ ଜଣେ ଯେତେବେଳେ ମନ୍ଦିରକୁ ପ୍ରବେଶ କରେ ସେ ପ୍ରଥମେ ଘଣ୍ଟି ବଜେଇ ଥାଏ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ ବା ଆରତୀ ବେଳେ ଆମେ ନିଶ୍ଚିତ ଘଣ୍ଟି ବଜାଇଥାଉ। ତେବେ ପୂଜାପାଠ ପୂର୍ବରୁ ଏହି ଘଣ୍ଟି କଣ ପାଇଁ ବଜାଯାଇଥାଏ, ଏଥିରେ କଣ ରହିଛି ଧାର୍ମିକ ତଥା ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା। ଧାର୍ମିକ କାରଣ 1-ବିଶ୍ବାସ କରାଯାଏ ଯେ ଯେତେବେଳେ ଆମେ କୈଣସି ମନ୍ଦିରରେ ପ୍ରବେଶ କରୁ, ସେତେବେଳ ମନ୍ଦିରରେ ଉପସ୍ଥିତ ଦେବତାଙ୍କ ଅନୁମତି ନେବାକୁ କିମ୍ବା ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଘଣ୍ଟି ବଜାଯାଇଥାଏ। 2-ଏହା ମଧ୍ୟ କୁହାଯାଏ ଯେ…

Read More

ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୯-୦୫-୨୦୨୩) ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣ ଦୃଷ୍ଟିରୁ ଏକ ବିରାଟ ଦିନ। କାରଣ ଆଜି ଏକାଠି ତିନିଟି ବିକାଶ ମୂଳକ କାର୍ଯ୍ୟକ୍ରମ ସମାପିତ ହୋଇଛି। ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ପ୍ରଥମଟି ହେଉଛି ଉତ୍ତର ପୂର୍ବାଞ୍ଚଳ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି ଓ ପଶ୍ଚିମବଙ୍ଗକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି ।…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନାକିଠଣା ଖଣ୍ଡିଆବନ୍ଧ ଠାରେ ନିର୍ମାଣ ହୋଇଥିବା ଭବ୍ୟ ରାମମନ୍ଦିର ପଞ୍ଚ ଦିନାତ୍ମକ ପ୍ରତିଷ୍ଠା ଦିବସର ତୃତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ରାମ ମନ୍ଦିର ପ୍ରତିଷ୍ଠା ଚଳିତ ମାସ ଗତ ୨୭ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ପ୍ରଥମ ଦିବସରେ ଅଙ୍କୁରାପଣ ଦ୍ୱିତୀୟ ଦିବସ ରବିବାର କଳସ ଶୋଭାଯାତ୍ରା ହୋଇ ତୃତୀୟ ଦିବସ ରେ ଶ୍ରୀ ରାମ ମନ୍ଦିର ପ୍ରସାଦ ଅଧିବାସ ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରେରଣା ଅଧ୍ୟକ୍ଷ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ରଣପୁର ମହାବିଦ୍ୟାଳୟର ଅବସରପାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଲେଖିକା ତଥା ଜଗନ୍ନାଥ ସଂସ୍କୃତି ଗବେଷିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀ, ବରିଷ୍ଠ ସମାଜସେବୀ ମହାମାୟୀ ତେଜାନି, ମା ମଣିନାଗ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପ୍ରସାଦ ମଲ୍ଲିକ, ରଣପୁର…

Read More

ଭୁବନେଶ୍ୱର: ସାରା ବିଶ୍ୱରେ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ତାଙ୍କର ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓ ପ୍ରଶଂସିତ ଓଡିଶୀ ନୃତ୍ୟ। ଓଡିଶୀ ନୃତ୍ୟ ସଂଗୀତ ତଥା ନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୧ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟଞ୍ଜଳି ” ଅନୁଷ୍ଠାନର ୩୧ ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବର ତୃତୀୟ ଦିବସ ଆଜି ପୂର୍ବାହ୍ନ ୧୦ ଟା ରେ ଆରମ୍ଭ ହୋଇଥିଲା। ରାଜ୍ୟ, ଦେଶ ତଥା ବିଦେଶର ୫୫ ରୁ ଉର୍ଦ୍ଧ୍ଵ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ମାନ୍ୟବର ସଂlସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ଗୁରୁ ରତିକାନ୍ତ ମହାପାତ୍ର ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ନୃତ୍ୟଞ୍ଜଳିର ସଭାପତି ସୁକାନ୍ତ କୁଣ୍ଡୁ, ସମ୍ପାଦକ ପୁଷ୍ପରଞ୍ଜନ ମଙ୍ଗରାଜ, ଗଙ୍ଗାଧର ବିଶ୍ୱାଳ ଆଦି ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।…

Read More