Author: Samikhsya Bureau

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଉପ-ବାଚସ୍ପତିଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଆଗକୁ ଦଳ ଯେଉଁ ଦାୟିତ୍ଵ ଦେବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବିକ୍ରମ କେଶରୀଙ୍କୁ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୮ ଟା ରେ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷ ଭଳି ଏ ବର୍ଷ ଖୋର୍ଦ୍ଧା ଜିଲ୍ଲାର ଦୁଇ ପ୍ରସିଦ୍ଧ ସ୍ଥାନରେ ଯଥାକ୍ରମେ ଜଗନ୍ନାଥ ଲୀଳାକ୍ଷେତ୍ର, ଗଡ଼ ଖୋର୍ଦ୍ଧା ଏବଂ ଅନନ୍ତ ପୁରୁଷୋତ୍ତମଃଦେବ, ଜାଗୁଳେଇ ଠାରେ ରଥଯାତ୍ରା ସୁଚାରୁରୂପେ କରାଯିବା ପାଇଁ ବୈଠକରେ ସବୁ ବିଭାଗୀୟ ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରାଯାଇଥିଲା। ଵି. ଡ଼ି. ଓ, ଖୋର୍ଦ୍ଧା ଙ୍କୁ ସରପଞ୍ଚ ମାନଙ୍କୁ କହି ବ୍ୟବସ୍ଥା କରିବା, ବିଦ୍ୟୁତ ବିଭାଗ ର ଟି. ପି. ସି. ଓ. ଡ଼ି. ଏଲ ଙ୍କୁ ବିଦ୍ୟୁତ ତାର ସଠିକ ଭାବେ ଅନୁଧ୍ୟାନ କରି ସଜାଡ଼ିବା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସଫେଇ କର୍ମଚାରୀ ଯୋଗାଇ ଦେବା, ଆର. ଡବ୍ଲୁ. ଏସ. ଏସ. ଙ୍କୁ ପାଣି ସିଣ୍ଟାକ୍ସ ଯୋଗାଇଦେବା, ସି. ଡ଼ି. ଏମ. ଓ. ଙ୍କୁ ଆମ୍ବୁଲାନ୍ସ ଏବଂ ବ୍ଲିଚିଙ୍ଗ ପାଉଡର ଯୋଗାଇଦେବା, ଏସ.…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ। ଏ ନେଇ ବାଣପୁର ଆଇଆଇସି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଭୀମପୁର ଗ୍ରାମର ସତ୍ୟ ନାୟକଙ୍କ ପୁତ୍ର ବସନ୍ତ ନାୟକ (୪୬)।  ତାଙ୍କୁ ନିଜ ଗ୍ରାମରୁ ଗିରଫ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଥାଉକି ଗତକାଲି ରାତିରେ ଭୀମପୁର ଗ୍ରାମ ହରିଜନ ସାହିର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନ ଭାଇଙ୍କୁ ଘରେ ପଶି ମଦ୍ୟପ ଅବସ୍ଥାରେ ଅଭିଯୁକ୍ତ ବସନ୍ତ କାତିରେ ଚୋଟ ପକାଇଥିଲେ, ଯାହା ଫଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ହାତରେ ଗିରଫ ହୋଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତା ନେଇ ହୋଇଥିବା ଆଇଆଇସି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ହାଟ ବରଡିରେ ମରଣାନ୍ତକ ଆକ୍ରମଣ ହୋଇଛି। ଦିନ ଦ୍ୱିପ୍ରହରରେ ଭୁଜାଲିରେ ଆକ୍ରମଣ ହୋଇଛି। ଭୁଜାଲି ଚୋଟରେ ଅଟୋ ରିକ୍ସା ଚାଳକ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ରିକ୍ସା ଚାଳକ ହେଲେ ଟାଙ୍ଗୀ ଥାନା ହାଟବରଡି ପଞ୍ଚାୟତ ଗଇନଡା ଗ୍ରାମର ଦିପୁ ସାହୁ (୨୮)। ସୂଚନା ମୁତାବକ ଦିପୁ ଆଜି ଜଣେ ବ୍ୟକ୍ତିଙ୍କର ଭଉଣୀ ଘରକୁ ଅଟୋରେ ସାବିତ୍ରୀ ଭାର ନେଇ ସେହି ହାଟବରଡି ଗ୍ରାମର ରାମ ନବମୀ ପଡିଆ ନିକଟକୁ ଆସିଥିଲେ। ସେଠାରେ ଗାଡିରୁ ଭାର ଖାଲିକରୁଥିବା ବେଳେ ହଠାତ୍ ଭୁଜାଲିରେ ଚୋଟ ପରେ ଚୋଟ ମାରିଥିଲେ ଜଣେ ଦୁର୍ବୁତ୍ତ। ଭୁଜାଲି ଚୋଟରେ ଦିପୁଙ୍କ ଛାତି, ପେଟ, ଅଣ୍ଟା ଏବଂ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଭୁଜାଲିରେ ଚୋଟ ମାରିଥିବା ଦୁର୍ବୁତ୍ତ…

Read More

ମୁମ୍ବାଇ/ ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅଫିସିଆଲ ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଡିଜିଟାଲ୍ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି। ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମା ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ କରିଛି। ପ୍ରଶଂସକ କୈନ୍ଦ୍ରୀକ ଉପସ୍ଥାପନା ଲାଗି ଜିଓ ସିନେମା ସହ ଦର୍ଶକମାନେ ଯୋଡ଼ିହୋଇରହିଛନ୍ତି ଏବଂ ଦର୍ଶକ ପିଛା ହାରାହାରି ଦେଖିବା ସମୟ ୬୦ ମିନିଟ୍‌କୁ ବୃଦ୍ଧି ପାଇଛି। କନେକ୍ଟେଡ୍ ଟିଭିରେ ଆଇପିଏଲ୍ ୨୦୨୩ ଏଚ୍‌ଡି ଟିଭି ତୁଳନାରେ ଦୁଇ ଗୁଣା ଅଧିକ ଦର୍ଶକଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି। ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ଜିଓ ସିନେମା ଅତିକ୍ରମ କରୁଥିବା ପ୍ରତିଟି ସପ୍ତାହରେ ଆହୁରି ମଜଭୁତ ହେବାରେ ଲାଗିଛି। ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକୁ ଦେଖିବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଦର୍ଶକମାନେ ନିଜ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାରୁ ଏହା ସମ୍ଭବ…

Read More

ନୂଆଦିଲ୍ଲୀ: ରାଜସ୍ଥାନର ଯୁବ ଓପନର୍ ଯଶସ୍ଵୀ ଜୟସୱାଲଙ୍କୁ ଏବେ ୨୨ ବର୍ଷ ହୋଇଥାଇପାରେ, କିନ୍ତୁ ଚଳିତ ସଂସ୍କରଣରେ ସେ ଏପରି ରେକର୍ଡ କରୁଛନ୍ତି ଯେ, ସେ ଆଇପିଏଲ୍ ଇତିହାସର ବଡ ବ୍ୟାଟ୍ସମ୍ୟାନ୍ ଙ୍କୁ ପାଣି ପିଆଇଦେଉଛନ୍ତି। ଗୁରୁବାର ଇଡେନ୍ ଗାର୍ଡନ୍ ଠାରେ କେକେଆର୍ ବିପକ୍ଷରେ ଜିତିବା ପାଇଁ ୧୫୦ ର ଲକ୍ଷ୍ୟକୁ ପିଛା କରି ଜୟସୱାଲ୍ ଏହି ପ୍ରଦର୍ଶନ କରିଥିଲେ, ଯାହା କି କ୍ରିସ୍ ଗେଲଙ୍କ ଭଳି ଧୂଆଁଧର ବ୍ୟାଟ୍ସମ୍ୟାନ୍ ମଧ୍ୟ ଟୁର୍ଣ୍ଣାମେଣ୍ଟ ଇତିହାସର ଶେଷ ପନ୍ଦର ବର୍ଷରେ କରିନାହାଁନ୍ତି। ଜୟସୱାଲ କେକେଆର ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି, ଯାହା ସବୁଠୁ ବଡ ବ୍ୟାଟ୍ସମ୍ୟାନ୍ ଙ୍କ କଷ୍ଟକର ହୋଇଛି। ଗୁରୁବାର ପର୍ଯ୍ୟନ୍ତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧ ଶତକର ରେକର୍ଡ କେଏଲ ରାହୁଲ ଏବଂ ପ୍ୟାଟ୍ କମିନ୍ସ ମିଳିତ ଭାବରେ ୧୪ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଜୟସୱାଲ ମାତ୍ର ୧୩ ଟି ବଲରେ…

Read More

ନୂଆଦିଲ୍ଲୀ: ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଜାରି ରହିଛି। ରିଲିଜ ପରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରର ନିର୍ମାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି ଏବଂ ତାମିଲନାଡୁ ସରକାରଙ୍କଠାରୁ ମଧ୍ୟ ଉତ୍ତର ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ ତାରିଖରେ ହେବ। ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ପ୍ରଦର୍ଶିତ ହେଉଛି, ପଶ୍ଚିମବଙ୍ଗରେ କାହିଁକି ନୁହେଁ? ଚଳଚ୍ଚିତ୍ରଟି ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅନ୍ତୁ। ମେକର୍ସଙ୍କ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୫୭ ତମ ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାନଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଜିତି ଗୁଜୁରାଟ ଦଳ ପ୍ଲେ ଅଫ୍ ପ୍ରବେଶ କରିବାକୁ ଚାହିଁବ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଗୁଜୁରାଟକୁ ପରାସ୍ତ କରି ଆନ୍ତିମ ଚାରିରେ ନିଜର ଦାବିକୁ ଦୃଢ କରିବାକୁ ଚାହିଁବ। ଆଇପିଏଲ୍ ୨୦୨୩ରେ, ଏହା ଏକ ମ୍ୟାଚ୍ ହେବ ଯେଉଁଥିରେ ସାତୋଟି ଦଳ ମୁମ୍ବାଇ ହାରିବା ପାଇଁ ପ୍ରାର୍ଥନା କରିବେ। କାରଣ ଯଦି ମୁମ୍ବାଇ ଦଳ ଏହି ମ୍ୟାଚ୍ ଜିତେ ତେବେ ଅନେକ ଦଳ ପାଇଁ ପ୍ଲେ ଅଫ୍ ଦ୍ୱାର ବନ୍ଦ ହୋଇଯିବ। ଅନ୍ୟପକ୍ଷରେ, ଯଦି ଗୁଜୁରାଟ ଜିତେ ତେବେ ଏହି ଦଳମାନଙ୍କୁ ଅନ୍ତିମ-୪ ରେ ପହଞ୍ଚିବା ପାଇଁ ସୁଯୋଗ ମିଳିପାରିବ। ମୋଟ ଉପରେ, ଆଇପିଏଲ୍ ୨୦୨୩ ପ୍ଲେ…

Read More

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଅପେକ୍ଷା ସମାପ୍ତ ହୋଇଛି, ବୋର୍ଡ ଫଳାଫଳ ପ୍ରକାଶ କରିଛି। ଏହି ବର୍ଷ ସମୁଦାୟ 93.12 ଛାତ୍ରଛାତ୍ରୀ CBSE ର ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଛନ୍ତି। ସିବିଏସ୍ଇ ଦଶମ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପ୍ରଦର୍ଶନ 1.98% ଭଲ ଅଛି। ଏହି ବର୍ଷ 21,65,805 ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ 20,16,779 ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି।

Read More

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଫଳ 2023 ର ଅପେକ୍ଷା ସମାପ୍ତ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି CBSE ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍ଇ ବୋର୍ଡ ଦଶମ ପରୀକ୍ଷା ଦେଇଛନ୍ତି, ସେମାନେ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରୁ ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବା ପରେ CBSE ବୋର୍ଡ ଦଶମ ଫଳାଫଳ ଘୋଷଣା କରିଛି। କିପରି କରିବେ ଯାଞ୍ଚ?: – ଛାତ୍ରଛାତ୍ରୀମାନେ ପ୍ରଥମେ CBSE ବୋର୍ଡ cbse.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଅନ୍ତୁ। – ମୂଳପୃଷ୍ଠାରେ ଫଳାଫଳ ବିଭାଗରେ କ୍ଲିକ୍ କରନ୍ତୁ। – ଏହା ପରେ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (କ୍ଲାସ୍ X) ଫଳାଫଳ 2023 ଲିଙ୍କରେ କ୍ଲିକ୍ କରନ୍ତୁ। – ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ କାର୍ଡ ID ପ୍ରବେଶ କରିବାକୁ ପଡିବ। -…

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ଜେଲରେ ରହିବେ। ଆଜି ସିବିଆଇ ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ସୁକୁଣ୍ଡା ରାସ୍ତାରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ ବୋଲି ଜଣାପଡିଛି। ଗଙ୍ଗାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଜଣାପଡିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସଇ 12th ରେଜଲ୍ଟ। ତେବେ ମୋଟ ପାସହାର ୮୭.୩୩ ପ୍ରତିଶତ ରହିଛି। ପୂର୍ବପରି ଏଥର ମଧ୍ୟ ଝିଅମାନେ ବାଜି ମାରିନେଇଛନ୍ତି । ଏଥର ଝିଅମାନଙ୍କ ପାସହାର ପୁଅମାନଙ୍କ ଅପେକ୍ଷା ୬ ପ୍ରତିଶତ ଅଧିକ ରହିଛି। ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସହାର ୮୪.୬୭ ପ୍ରତିଶତ ବୋଲି ଜଣାଯାଇଛି । ଛାତ୍ରଛାତ୍ରୀମାନେ www.cbse.nic.in, www.cbseresult.nic.in ଏବଂ www.digilocker.gov.in ରେ ଲଗ୍‌ଇନ୍‌ କରି ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ମୋଟ ୧୬ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେଇଛନ୍ତି ।

Read More

ନୂଆଦିଲ୍ଲୀ: CBSE ବୋର୍ଡ ଦ୍ୱାଦଶ ଫଳାଫଳ ପ୍ରକାଶ ପାଇଛି। ଏଥର ବାଳିକାମାନଙ୍କର ମୋଟ ପାସ୍ ପ୍ରତିଶତ 90.68% ରହିଛି। ବାଳକମାନଙ୍କ ସାମଗ୍ରିକ ପାସ୍ ପ୍ରତିଶତ 84.67 ପ୍ରତିଶତ ଅଛି। ଏହି ବର୍ଷର ମୋଟ ପାସ୍ ପ୍ରତିଶତ 87.33% ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ଭଲ। ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ଵାଦଶ ଫଳାଫଳରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀମାନେ ସର୍ବୋତ୍ତମ ରେଜଲ୍ଟ କରିଛନ୍ତି। ସେଠାରେ ମୋଟ 99.91 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ତ୍ରିଭେନ୍ଦ୍ରମ୍ ପ୍ରଥମେ ସ୍ଥାନରେ ରହିଛି। ବାଙ୍ଗାଲୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେଠାରେ 98.64 ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେନ୍ନାଇ 97.40 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ୱାଦଶରେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି। ସେଠାରେ ମୋଟ 97.51 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି।

Read More

ପୁରୁଷୋତ୍ତମପୁର/ବାଣପୁର: ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଭୀମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ। ଅଭିଯୋଗ ମୁତାବକ, ଶ୍ରୀ ବାରିକ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରାଜେଶ କୁମାର ମୁନି (୪୧) ଙ୍କ ଠାରୁ ସର୍ବଭାରତୀୟ ବନ୍ଧୁକ ଲାଇସେନ୍ସ କରାଇଦେବା ଏବଂ ମୁମ୍ବାଇରେ ଚାକିରୀ କରାଇଦେବା କହି ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଅନଲାଇନ ମାଧ୍ୟମରେ ୬୫ ହଜାର ଏବଂ ନକଦ ୨ ହଜାର ସମୁଦାୟ ୬୭ହଜାର ଟଙ୍କା ନେଇଥିଲେ। ତେବେ ମାସ ମାସ ଧରି ରାଜେଶଙ୍କ କୌଣସି କାମ ନହେବାରୁ ସେ ପୂର୍ଣ୍ଣଙ୍କୁ ଟଙ୍କା ଫେରାଇଦେବା ପାଇଁ କହିଥିଲେ। ପୂର୍ଣ୍ଣ ଏହାକୁ ଭୃକ୍ଷେପ ନକରି ଓଲଟା ରାଜେଶଙ୍କୁ ଧମକଚମକ ଦେଉଥିଲେ। ଏହି ପରିପ୍ରେକ୍ଷୀରେ ରାଜେଶ ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଏ ନେଇ ପୁରୁଷୋତ୍ତମପୁର ଥାନାରେ ଏକ ଲିଖିତ ଅଭିଯୋଗ…

Read More

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଟ୍ୱିଟ ପଞ୍ଜାବରେ ରାଜନୈତିକ ହଲଚଲ ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ ମାନ ଟୁଇଟ୍ କରି ଲେଖିଛନ୍ତି ଯେ, ‘ଆଜି ଆମେ ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛୁ, ଯାହା ଶିଳ୍ପ ଜଗତକୁ ବହୁତ ଆଶ୍ଵସ୍ତି ଦେବ ଏବଂ ପଞ୍ଜାବର ନିବେଶକମାନେ ଅସୁବିଧା ଏବଂ ଦୁର୍ନୀତିରୁ ମୁକ୍ତି ପାଇବେ। ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହେବ ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପରେ ଆଜି ଅପରାହ୍ନରେ ଏକ ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍‌ ଟନ୍‌ରୁ ଊଦ୍ଧ୍ୱର୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ…

Read More

ଭୁବନେଶ୍ୱର: ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାସ୍‌) ସେବାର କାର୍ଯ୍ୟାନ୍ୱୟନ ଏବଂ ଅଗ୍ରଗତି ସଂପର୍କିତ ଏକ କର୍ମଶାଳା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ୟୁନିସେଫ୍‌, ରାଜ୍ୟ ତଥା ଜାତୀୟ ଉନ୍ନୟନ ସହଯୋଗୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏହି କର୍ମଶାଳାରେ ସଭାପତିତ୍ୱ କରି କହିଥିଲେ ଯେ ଓଡ଼ିଶାର ୩୦ରୁ ଅଧିକ ପ୍ରତିଶତ ଗ୍ରାମକୁ ବାହ୍ୟମଳମୁକ୍ତ (ଓଡିିଏଫ୍‌ ପ୍ଲସ୍‌) ଗ୍ରାମ ଭାବରେ ଘୋଷଣା କରାଯାଇଛି। ଓଡ଼ିଏଫ୍‌ ପ୍ଲସ୍‌ ଗ୍ରାମଗୁଡ଼ିକର ବର୍ତ୍ତମାନର ସ୍ଥିତି ଉପରେ ଧ୍ୟାନ ଦେବା ଉଚିତ। ଏହା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ସଂଯୋଜିତ କରିବା ପାଇଁ ଅର୍‌ବାନ୍‌ ଫୋକାଲ ସ୍ଲଜ୍‌ ଟି୍ରଟ୍‌ମେଣ୍ଟ…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆଜି ଅତି ଭୀଷଣ ବାତ୍ୟା ଭାବେ ପରିଣତ ହୋଇଛି। ଏହା ଘଣ୍ଟାକୁ 175 କିଲୋମିଟର ବେଗର ମିଆମାର ଆଡକୁ ଗତିକରୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆସନ୍ତା ରବିବାର ଦିନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଗତକାଲି ସକାଳେ ଏହା ବାତ୍ୟା ରୂପ ନେବା ପରେ ରାତିରେ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଥିଲା। ଏହାପରେ ଆଜି ଏହା ଅତିଭୀଷଣ ବାତ୍ୟା ଭାବେ ପରିବର୍ତ୍ତନ ହୋଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନ ଥିଲେ ମଧ୍ୟ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।

Read More

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇପାରେ CBSE 10th ଏବଂ 12th ରେଜର୍ଲଟ। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବୋର୍ଡ ତରଫରୁ କୁହାଯାଇଛି ଯେ, ଖାତା ଦେଖା ଶେଷ ହୋଇ ରେଜର୍ଲଟ ବାହାରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଖୁବ ଶିଘ୍ର ଏ ନେଇ ଘୋଷଣା ହେବ। ଏହି ରେଜର୍ଲଟ ଜାଣିବା ପାଇଁ ହେଲେ ବୋର୍ଡର ଅଫିିସିୟାଲ ୱେବ ସାଇଟ cbse.nic.in or cbseresults.nic.in ରେ ଲଗ ଅନ କରିପାରିବେ। ଏଥିସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ DigiLocker and UMANG app ମାଧ୍ୟମରେ ମଧ୍ୟ ରେଜର୍ଲଟ ଜଣାପଡିବ। ଏଥିରେ ମାର୍କ ସିଟ ମଧ୍ୟ ଉପଲବ୍ଧ ହେବ। ତେବେ ଏହା କେବଳ ସ୍କୁଲ କର୍ତ୍ତୁପକ୍ଷ କରିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୌଣସି କାରଣରୁ ଯଦି ଆଜି ରେଜର୍ଲଟ ଘୋଷଣାରେ ଅସୁବିଧା ହୁଏ ତେବେ ଆସନ୍ତାକାଲି ନିଶ୍ଚିତ ପ୍ରକାଶ ପାଇବ ବୋଲି…

Read More

ଭୁବନେଶ୍ଵର: ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଥିବା ବେଳେ ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତ ଓବରାଇ ବେକର୍ସ ଆଣ୍ଡ କାଫେ ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଟିଜର ଲୋକାର୍ପଣ ହୋଇଯାଇଛି। ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଟି ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ। ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର…

Read More