ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…
Author: Samikhsya Bureau
ଉପେନ୍ଦ୍ର ବଳିୟାରସିଂହ ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ। କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ…
ମେଷ:– ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା ଆବଶ୍ୟକ । ଆପଣଙ୍କର ଯୋଗାଯୋଗ କ୍ଷମତା ପ୍ରଭାବଶାଳୀ ହେବ । ଆପଣଙ୍କ ସାଥୀଙ୍କ ଭିତର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଅନୁଭବ ହେବ । ବୃଷ: –ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ। ବେଳେବେଳେ ବୈବାହିକ ଜୀବନ ପ୍ରକୃତରେ ଅନେକ ହତାଶାର କାରଣ ହୋଇପାରେ। ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଜୀବନରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ…
ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ…
ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ବସୁଧୈବ କୁଟୁମ୍ବକମ୍ର ଆବେଗ ସହିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୬ ତମ ସଂସ୍କରଣରେ ଅଂଶଗ୍ରହଣ କରିବ। ‘ଗୋଟିଏ ବିଶ୍ୱ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ ବିଚାର ହେଉଛି ଆମ ସମୃଦ୍ଧ ଭାରତୀୟ ସଂସ୍କୃତିର ମୂଳଦୁଆ। କାନ୍ସରେ ଭାରତୀୟ ପ୍ରତିନିଧୀଙ୍କ ନେତୃତ୍ୱ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତରୁ ଆସିଥିବା ଚଳଚ୍ଚିତ୍ର ଗୁଡିକ ସମୃଦ୍ଧ ଏବଂ ବିବିଧତା ସହ ବିଶ୍ୱ ଭ୍ରମଣ କରୁଛି। “ଆରଆରଆର” ଏବଂ “ଦି ଏଲିଫାଣ୍ଟ ହ୍ୱିସପର୍ସ” ର ଓସ୍କାର ସଫଳତା ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧତାକୁ ଦର୍ଶାଉଛି। ଆମର ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ର୍ନିମାତା ସମଗ୍ର ବିଶ୍ୱରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ଗଠନରେ ଅତୁଳନୀୟ ସହଯୋଗ କରୁଛନ୍ତି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ…
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ତା ୧୫.୧୦.୨୦୨୨ରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ତା ୧୩.୧୦.୨୦୨୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଗୃହରେ ପ୍ରତିଶ୍ରୁତି ମିଳିଥିଲା ଏବଂ ୧୫ ତାରିଖ କ୍ୟାବିନେଟ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ଆପଣଙ୍କ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଜଣାଇଥିଲେ। ୧୫ ଅକ୍ଟୋବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା। ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିତ୍ତିକ ଉଚ୍ଛେଦ ହେଲେ, କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ। ତା ୨୬.୧୦.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସହ ବୈଠକ ହୋଇଥିଲା।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଛତ୍ରପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମରେ ଏକ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଏକ ଶାଢ଼ୀରେ ଉକ୍ତ ମୃତ ଦେହ ଝୁଲୁଥିବା ଅବସ୍ଥାରେ ପୋଲିସ ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏବିଷୟରେ ପୋଲିସ ଅନୁସନ୍ଧାନ କରିବା ସହ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଜନୈକ ଠିକାଦାରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଠିକାଦାର ଲକ୍ଷ୍ମୀଧର ସେଠିଙ୍କୁ ଏନଏସି ଅଧ୍ୟକ୍ଷ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଠିକାଦାର ଶ୍ରୀ ସେଠି ବାଣପୁର ଏନଏସିରେ ଏକ ପେଭର ବ୍ଲକ ରୋଡ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ତେବେ କାର୍ଯ୍ୟ ସରିବା ପରେ ବିଲ କରାଇଦେବା ପାଇଁ କୁଆଡ଼େ ଅଧ୍ୟକ୍ଷ ତାଙ୍କୁ ପିସି ମାଗୁଛନ୍ତି ଏବଂ ଫୋନରେ ଗାଳି ଗୁଲଜ କରିବା ସହ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର। ସେହିପରି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମଧ୍ୟ ଠିକାଦାର ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଅଧ୍ୟକ୍ଷଙ୍କ ଅଭିଯୋଗ ମୁତାବକ ଚିଲିକା ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀଧର ମିଟୁଙ୍କୁ କୁଆଡ଼େ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି। ତେବେ ଉଭୟଙ୍କ ଭିତରେ ବୁଝାମଣା…
ଭୁବନେଶ୍ବର: ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ। ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକର ଅଂଶବିଶେଷ ସ୍ବରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ବରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଉଛି। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ବାରା ଗ୍ରହଣ କରାଯାଇଥିବା ଦ୍ବିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଖୋଲା…
ଜୟପୁର: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ତାଙ୍କର ‘ଜନ ସଂଘର୍ଷ ଯାତ୍ରା’ ଶେଷ କରିଛନ୍ତି। ସଚିନ ପାଇଲଟ ସୋମବାର ଏହି ଯାତ୍ରା ଶେଷ କରିବା ଅବସରରେ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ରାଜ୍ୟର ପୂର୍ବତନ ବିଜେପି ସରକାର ସହ ଜଡିତ ଦୁର୍ନୀତି ମାମଲାରେ ଗେହଲଟ ସରକାରଙ୍କୁ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହା ସହିତ ସଚିନ ପାଇଲଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ଗେହଲୋଟ୍ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ସେ ସାରା ରାଜ୍ୟରେ ତାଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବେ। ପରୀକ୍ଷାର୍ଥୀଙ୍କୁ କ୍ଷତିପୂରଣ: ସଚିନ୍ ପାଇଲଟ୍ କହିଛନ୍ତି ଯେ, ସେହି ପରୀକ୍ଷାର୍ଥୀଙ୍କୁ କ୍ଷତିପୂରଣ ଦେବା ଉଚିତ୍, ଯେଉଁମାନେ ପରୀକ୍ଷା ଦେଇଥିଲେ କିନ୍ତୁ ପରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ରାଜସ୍ଥାନ ଲୋକ ସେବା ଆୟୋଗର ବିଲୋପ ପାଇଁ ସେ ଦାବି…
ଭୁବନେଶ୍ବର: ଜି ୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକର ପ୍ରତିନିଧିସ୍ତରୀୟ ଆଲୋଚନା ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଡୋନର ମନ୍ତ୍ରୀ ଜି.କିଷନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଜି. କିଷନ ରେଡ୍ଡୀ କହିଥିଲେ ଯେ, ବିଶ୍ବ ନୀତି ନିର୍ଦ୍ଧାରଣରେ ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କାରଣ ଏହା ବର୍ତ୍ତମାନର ସମସ୍ୟା ପାଇଁ ଅଧିକ ସମାବେଶୀ ଓ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇ ଦେଇଥାଏ। ସେ ଆହୁରି କହିଥିଲେ ଯେ, ଏହି ପରିପ୍ରେକ୍ଷୀରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବିଭିନ୍ନ ସଦସ୍ୟମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଦେବା ଏବଂ ଆଲୋଚନାକୁ ପ୍ରସାରିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମେ ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହନ ଦେବା, ସହଭାଗୀ ଅଧ୍ୟୟନକୁ ଆଗେଇ ନେବା ଏବଂ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗକୁ…
ନୂଆଦିଲ୍ଲୀ: କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହିତ ବିଶ୍ୱ ହିନ୍ଦୁ ପରିଷଦର ଯୁବ ୱିଙ୍ଗ ବଜରଙ୍ଗ ଦଳ ସହ ତୁଳନା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାମରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ପଞ୍ଜାବ କୋର୍ଟରେ ରୁଜ୍ଜୁ ହୋଇଛି। “ବଜରଙ୍ଗ ଦଳ ହିନ୍ଦୁସ୍ତାନ” ନାମକ ଏକ ସଂଗଠନର ସଭାପତି ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ପରେ ସାଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ସଭାପତିଙ୍କୁ ନୋଟିସ ପଠାଇଛନ୍ତି। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜର ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ “ସିମି ଏବଂ ଅଲ-କାଏଦା ଭଳି ରାଷ୍ଟ୍ର ବିରୋଧୀ ସଂଗଠନ” ସହିତ ତୁଳନା କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବଜରଙ୍ଗ ଦଳର ନାମ ନେଇ କଂଗ୍ରେସ ଏହାର ଘୋଷଣା ପତ୍ରରେ “ବହୁ ସଂଖ୍ୟକ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା କିମ୍ବା ଘୃଣା” କୁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍ଆର୍ ଇଣ୍ଡିଆ ନ୍ୟାସ୍ନାଲ୍ ଏଚ୍ଆର୍ କନ୍ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ଶୈକ୍ଷିକ ଉତ୍କର୍ଷତା ଓ ଉଚ୍ଚ ଶିକ୍ଷାକୁ ନେଇ ଅଭିନବ କାର୍ଯ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି। ଗବେଷଣା ଏବଂ ସ୍କଲାରସିପ୍ ପ୍ରଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ, ସହଯୋଗ ଓ ପ୍ର୍ରୋତ୍ସାହନ ଦେଇଆସୁଛି। ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏହି ସମ୍ମିଳନୀରେ “ହାର୍ଟ ସେଂଟ୍ରିକ ଅର୍ଗାନାଇଜେସନ୍ ଆଣ୍ଡ ମାଇଣ୍ଡ ସେନ୍ଟ୍ରିକ୍ ପରଫର୍ମାନ୍ସ”, “ରୋଲ ଅଫ୍ ଏଚ୍ଆର୍ ଇନ୍ ଦ ଏଜ୍ ଅଫ୍ ଏଆଇ/ଡିଜିଟାଲାଇଜେସନ୍”,…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୬ ତମ ସିଜନ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇପିଏଲ୍ ୨୦୨୩ ର ଲିଗ୍ ପର୍ଯ୍ୟାୟରେ ୬୧ ଟି ମ୍ୟାଚ୍ ଖେଳାଯାଇଛି। ବର୍ତ୍ତମାନ କେବଳ ୯ ଟି ମ୍ୟାଚ୍ ବାକି ଅଛି। ଆଶ୍ଚର୍ଯ୍ୟର କଥା, ଏପର୍ଯ୍ୟନ୍ତ କୌଣସି ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନାହାଁନ୍ତି। ତଥାପି, ଏକ କୌତୁହଳପୂର୍ଣ୍ଣ ବିଷୟ ମଧ୍ୟ ଅଛି ଏବଂ ତାହା ହେଉଛି ୯ ଟି ଦଳ ଅନ୍ତିମ-୪ ରେ ପହଞ୍ଚିବା ପାଇଁ ଦୌଡରେ ଅଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ୧୨ ଟି ମ୍ୟାଚରେ ଆଠଟି ପରାଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ହେଉଛି ପ୍ରଥମ ଦଳ ଯିଏକି ଆଇପିଏଲ ୨୦୨୩ ର ପ୍ଲେ ଅଫ୍ ଦୌଡରୁ ବାଦ ପଡିଛି। ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଏହି ସଂସ୍କରଣରେ ଦିଲ୍ଲୀର ନେତୃତ୍ଵ ଡେଭିଡ ୱାର୍ଣ୍ଣରଙ୍କ ହାତରେ ଥିଲା। ୱାର୍ଣ୍ଣର ଏହି ଦାୟିତ୍ଵକୁ ଭଲ ଭାବରେ ପରିଚାଳନା କରିପାରିନଥିଲେ ଏବଂ ଦଳ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ ୧୬ତାରିଖ) ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀମାନଙ୍କୁ ମଧ୍ୟ ଉଦ୍ବୋଧନ ଦେବେ। ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୭୧ହଜାର ପରୀକ୍ଷାର୍ଥୀ ବିଭିନ୍ନ ସରକାରୀ ପଦ ଓ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଛି। କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରିବେ। ଯେଉଁ ସବୁ ପଦ…
ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍ଯାପିତ ହୋଇଯାଇଛି। ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ ପଂଚମ ରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ଖୁସିରେ ରହିବା ସବୁଠାରୁ ବଡ ଜିନିଷ ବୋଲି କହିବା ସହ ସେମାନଙ୍କ ସହିତ ବାର୍ତାଳପ ମାଧ୍ୟମରେ ସେମାନେ ଏହି କ୍ୟାମ୍ପକୁ ଆସି ଖୁସି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଆସି ଖୁବ ଖୁସି ବୋଲି…
ଭୁବନେଶ୍ଵର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ନେତା ନବ ଦାସଙ୍କ ଝିଅଦୀପାଳି ଦାସ ଆଜିଠୁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂ ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, “ଝାରସୁଗୁଡାବାସୀଙ୍କ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି। ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି। ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବି।” ଉଲ୍ଲେଖ ଥାଉ କି ଶପଥ ନେବା ପାଇଁ ଦୀପାଳି ଦିନ ୧୦ଟା ୩୦ରେ ବିଧାନସଭାରେ ପହଂଚିଥିଲେ। ତାଙ୍କ ସାଥିରେ ଭାଇ, ଭାଉଜ ଓ ମା’ ମଧ୍ୟ ବିଧାନସଭାରେ ପହଞ୍ଚିଥିଲେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଡକାୟତି ଓ ରାହାଜାନୀ କରୁଥିବା ୬ ଜଣ ଲୁଟେରାକୁ ପୋଲିସ କାବୁ କରିବା ସହ ଏମାନଙ୍କ ଠାରୁ ବୁଲେଟ୍ ମୋଟରସାଇକେଲ, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବହୁତ ଗୁଡିଏ ମୋବାଇଲ ଜବତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେଲା ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଉକ୍ତ ଲୁଟେରା ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକମାନଙ୍କଠାରୁ ନଗଦ ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦି ଲୁଟୁଥିବା ସଦର ଥାନା, ଗୋପାଳପୁର ଥାନା ଓ ଗୋଷାଣିନୁଆଁଗାଁ ଥାନାରେ ଅଭିଯୋଗ ହେଉଥିଲା। ତେଣୁ ବ୍ରହ୍ମପୁର ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ଲୁଟେରାମାନଙ୍କୁ କାବୁ କରିବା ସହ ଉକ୍ତ ଜିନିଷ ସବୁ ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଛତିଶଗଡର ବଲୌଦାବାଜାର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ସୋମବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ଜିଲ୍ଲାର ପଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଗୌଡା ପୁଲିଆ ନିକଟରେ ଟ୍ରକ ଏବଂ ପିକଅପ୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁଯାୟୀ, ବଲୌଦାବାଜାର ପୋଲିସ ଷ୍ଟେସନ ଅଞ୍ଚଳର ଲଟୁଆ ଗାଁର ବାସିନ୍ଦା ପରସଦା ଗ୍ରାମରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନିଜ ଗାଁକୁ ଫେରୁଥିଲେ। ସେ କହିଛନ୍ତି ଯେ, ବିଳମ୍ବିତ ରାତିରେ ଗୌଡା ପୁଲିଆ ନିକଟରେ ପହଞ୍ଚିବା ପରେ ତାଙ୍କ ଗାଡି ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପିକଅପ୍ ଗାଡିରେ ଯାତ୍ରା କରୁଥିବା ପାଞ୍ଚଜଣ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲା ଘଟଣାରେ ଏପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରାଯାଇଛି। ୩୦୦ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଗତକାଲି ସନ୍ଧ୍ୟା ଠାରୁ ଆଜି ରାତି ୧୨ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିଛି, ଏହି କାରଣରୁ ଅମ୍ରାବତୀ ବିଶ୍ୱବିଦ୍ୟାଳୟ ଅଧୀନରେ କିଛି ପରୀକ୍ଷା ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରିବେଶ ଶାନ୍ତ ଅଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଯାହାଙ୍କ ପାଇଁ ସରକାରୀ ଅନୁଦାନ ଘୋଷଣା କରାଯାଇଛି। ସେଠାରେ ୨ ଜଣ ପୋଲିସ କର୍ମୀ ଏବଂ ୬ ଜଣ ଆହତ ହୋଇଛନ୍ତି। ମାର୍କେଟଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶନିବାର ରାତିରେ ଦଙ୍ଗାକାରୀମାନେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ପୋଲିସ ତିନି ରାଉଣ୍ଡ ପ୍ଲାଷ୍ଟିକ ଗୁଳି ଚଳାଇଥିଲା, ଯାହାର ଭିଡିଓ ସାମ୍ନାକୁ ଆସିଛି। ଏହି ଖବର ଅତିରିକ୍ତ ଏସପି ମୋନିକା ରାଉତଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ପ୍ରକାଶ ଯେ,…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୩ ର ୬୨ ତମ ମ୍ୟାଚ୍ ଆଜି ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ଯଦି ଗୁଜୁରାଟ ଦଳ ଏହି ମ୍ୟାଚ୍ ଜିତେ, ତେବେ ଏହା ଆଇପିଏଲ୍-୨୦୨୩ ର ପ୍ଲେ ଅଫ୍ ପହଞ୍ଚିବାରେ ପ୍ରଥମ ଦଳ ହେବ। ଅନ୍ୟପକ୍ଷରେ, ଏହି ମ୍ୟାଚ୍ କେବଳ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆନୁଷ୍ଠାନିକ ଅଟେ। ପ୍ଲେ ଅଫ୍ ରେ ପହଞ୍ଚିବା ଏଡେନ ମାର୍କ୍ରାମଙ୍କ ଦଳ ପାଇଁ ବହୁତ କଷ୍ଟକର। ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି ବିଷୟରେ ଜାଣିବା…. ଆଇପିଏଲ୍ ୨୦୨୩ରେ ଗୁଜୁରାଟ ଟାଇଟାନ୍ସ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଯଦି ଆମେ ଏହି ଚଳିତ ସଂସ୍କରଣର ପଏଣ୍ଟ ଟେବୁଲକୁ ଦେଖିବା, ତେବେ ଗୁଜୁରାଟ ଦଳ ଶୀର୍ଷରେ…

