ରଣପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ କସ୍ତୁରବା ଗାନ୍ଧୀ ନାରୀ ମହଲ ସଭାଗୃହରେ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମେ ୭, ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକମାନଙ୍କ ସାଧୁତା ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ଘଟିବା ସଙ୍ଗେସଙ୍ଗେ ରାଜ୍ୟରେ ଶିକ୍ଷାର ବିକାଶ ଘଟିବ ବୋଲି ଉପସ୍ଥିତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ରଖିଥିଲେ। ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ଅନୁଷ୍ଠାନର ୧୦ ବର୍ଷର ଅନୁଭୂତି ସମ୍ବନ୍ଧରେ ଉଦବୋଧିତ କରିଥିଲେ। ସଭାର ଦ୍ୱିତୀୟ ଅଧିବେଶନରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ପାଇଁ ପୂର୍ବ ନିଷ୍ପତ୍ତି କ୍ରମେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ କରାଯାଇ ଶ୍ରୀଯୁକ୍ତ ଦ୍ୱିବେଦୀ ମହାସଚିବ, ସଭାପତି, ସଂଯୋଜକ, କୋଷାଧ୍ୟକ୍ଷ, ୧୦ ଜଣ…
Author: Samikhsya Bureau
ରଣପୁର: ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସୁଦାମ ଚରଣ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ଗାଡି ଚଢାଇ…
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 ପାଇଁ ଭୋଟ୍ ସମାପ୍ତ ହେବା ମାତ୍ରେ ଅନେକ ମିଡିଆ ହାଉସ୍ ଏକ୍ଜିଟ୍ ପୋଲ୍ ଆରମ୍ଭ କରିଛନ୍ତି। ଯେଉଁଥିରେ କଂଗ୍ରେସ ଏପର୍ଯ୍ୟନ୍ତ ସାତୋଟି ଏକଜିଟ୍ ପୋଲ ମଧ୍ୟରୁ ପାଞ୍ଚଟିରେ ସର୍ବ ବୃହତ ଦଳ ଭାବରେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଜେପି ଦ୍ଵିତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଇଛି। ଆସନ୍ତୁ ଜାଣିବା ମିଡିଆ ହାଉସ୍ ଗୁଡିକର ପୂର୍ବନୁମାନ… ରିପବ୍ଲିକ୍ ଟିଭି-ପି MARQ: ବିଜେପି 85-100 ସିଟ୍, କଂଗ୍ରେସ 94-108 ସିଟ୍ ଏବଂ JDS 24-32 ସିଟ୍ ପାଇବ ବୋଲି ଆକଳନ କରାଯାଇଛି। ଟିଭି 9 ଭାରତ-ପୋଲଷ୍ଟ୍ରାଟ: କଂଗ୍ରେସ 99-109 ସିଟ୍, ବିଜେପି 88-98 ସିଟ୍, JDS 21-26 ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଜି ନ୍ୟୁଜ୍ ମ୍ୟାଟ୍ରାଇଜ୍: କଂଗ୍ରେସ 103-118 ସିଟ୍, ବିଜେପିକୁ 79-94 ଏବଂ JDS 25-33 ସିଟ୍ ପାଇପାରେ। ଏବିପି ନ୍ୟୁଜ୍-ସି ଭୋଟର: କଂଗ୍ରେସ 81-101 ସିଟ୍,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ସେ ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିବା ସହ ଭଗବାନ ଶ୍ରୀନାଥଙ୍କୁ ‘ଭେଟ ପୂଜା’ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ନାଥଦ୍ୱାରାରେ ଭଗବାନ ଶ୍ରୀନାଥଜୀଙ୍କ ଦର୍ଶନ ଓ ଆଶୀର୍ବାଦର ସୌଭାଗ୍ୟ ପ୍ରାପ୍ତ ହେଲା। ତାଙ୍କ ଠାରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କଲି।”
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଦାମିଆ ବରବରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ। ଉକ୍ତ ପଞ୍ଚାୟତ ଅଧୀନରେ ବାଣପୁରର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ ସହ ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା ଜଙ୍ଗଲ ମଧ୍ୟ ଅଛି। ଏହି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବହୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବାଣପୁର ସହର ଠାରୁ ଦମିଆ ବରବରା ୨୦କି.ମି ଦୂର ହୋଇଥିବାରୁ ଯୋଗାଯୋଗ କରିବାର ମୁଖ୍ୟ ମାଧ୍ୟମ ହେଉଛି ଏହି ରାସ୍ତା। ଡ୍ୟାମ ତଳ ଅଞ୍ଚଳରୁ କେନାଲ ଉପରେ ଜଳସେଚନ ବିଭାଗର ମଧ୍ୟ ଏକ ରାସ୍ତା ଅବସ୍ତିତ। ବାଣପୁରରୁ ପ୍ରତାପ ଗଲାପରେ ଉପର ରାସ୍ତା ଓ କେନାଲ ରାସ୍ତା ଦୁଇଟି ରାସ୍ତା ଉକ୍ତ ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ ଗମନାଗମନ କରନ୍ତି ଏବଂ ତା ସହିତ ଏହି ରାସ୍ତା ଗଞ୍ଜାମ ଜିଲ୍ଲାକୁ…
ଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ (ଏସ୍ବିଏମ୍ – ଜି) ଅଧୀନରେ ଦେଶ ଆଉ ଏକ ପ୍ରମୁଖ ମାଇଲ୍ ଖୁଣ୍ଟ ହାସଲ କରିଛି ଯେଉଁଥିରେ ଦେଶର ମୋଟ ଗ୍ରାମ ଗୁଡିକର ଅଧା ଅର୍ଥାତ୍ ୫୦% ଗ୍ରାମ ମିଶନ୍ର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି। ଏକ ଓଡିଏଫ୍ ପ୍ଲସ୍ ଗ୍ରାମ ହେଉଛି ଏମିତି ଏକ ଗ୍ରାମ, ଯାହା କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରଣାଳୀ ପ୍ରୟୋଗ କରିବା ସହିତ ଏହାର ବାହ୍ୟ ମଳ ମୁକ୍ତ (ଓଡିଏଫ୍) ସ୍ଥିତିକୁ ବଜାୟ ରଖିଥାଏ। ଆଜି ପର୍ଯ୍ୟନ୍ତ, ୨.୯୬ ଲକ୍ଷରୁ ଅଧିକ ଗ୍ରାମ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ଯାହାକି ୨୦୨୪ – ୨୫ ସୁଦ୍ଧା ଏସ୍ବିଏମ୍ – ଜିର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଓଡିଏଫ୍ ପ୍ଲସ୍ ଗ୍ରାମ ଗୁଡିକର ଶତକଡ଼ା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଗୁଡ଼ିକ ହେଉଛି…
ଖୋର୍ଦ୍ଧା: ଆଜି ବେଗୁନିଆ ଥାନା ଛଣିଆ ଛକରୁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଉକ୍ତ ଛକରୁ ଅଭିଯୁକ୍ତ ସପନ ଗୁମାନସିଂହ (୩୫) ଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୫୦ ଗ୍ରାମ ବ୍ରାଉନ ସୁଗାର ଓ ଏକ ସ୍କୁଟି ଜବତ କରିଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ମୁତାବକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି.ମନୋଜ କୁମାର ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
ସୁନ୍ଦରଗଡ଼: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ମିଶନ ଜୀବିକା” କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। “ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ…
ଭୁବନେଶ୍ଵର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ। ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍ ନିର୍ଦ୍ଦେଶ ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ…
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଭାରତରେ ଏକଦିବସୀୟ ବିଶ୍ୱକପ ଖେଳାଯିବ। ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଶୀଘ୍ର ପ୍ରକାଶ ପାଇବ। କିନ୍ତୁ ଭାରତୀୟ ପ୍ରଶଂସକମାନେ ଅପେକ୍ଷା କରିଥିବା ମ୍ୟାଚର ତାରିଖ ସାମ୍ନାକୁ ଆସିଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ। ଏଥି ସହିତ ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ବିଶ୍ୱକପ୍ର ସେମିଫାଇନାଲ ମୁମ୍ବାଇରେ ଖେଳାଯାଇପାରେ। ରିପୋର୍ଟ ଅନୁଯାୟୀ, ଦିନିକିଆ ବିଶ୍ୱକପ-୨୦୨୩ ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ। ଏହି ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ହୋଇପାରେ। ୨୦୧୯ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ମଧ୍ୟ ଏହି ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ବିଶ୍ୱକପକୁ ଇଂଲଣ୍ଡ ନିଜ ନାମରେ କରିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ…
ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ କୁ ନେଇ ବିବାଦ କମିବାର ନାମ ନେଉନାହିଁ। ତଥାପି ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଛି। ଏହା ସତ୍ତ୍ୱେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି। ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ଯଦିଓ ଅନେକ ବଲିଉଡ ସେଲିବ୍ରେଟ୍ ‘ଦ କେରଳ ଷ୍ଟୋରୀକୁ ସମର୍ଥନ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ରକୁ ବିରୋଧ କରୁଥିବା ଲୋକଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଏସବୁ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ବର୍ତ୍ତମାନ କ୍ରିପ୍ଟିକ୍ ନୋଟ୍ ସେୟାର କରି ଏହି ନିଷେଧାଦେଶ ଉପରେ ନିଜର ମତ ରଖିଛନ୍ତି। ପଶ୍ଚିମବଙ୍ଗର ପ୍ରେକ୍ଷାଳୟରୁ ଏହି ଫିଲ୍ମ ହଟାଯିବା ନିଶ୍ଚିତ କରିବାକୁ ମମତା ବାନାର୍ଜୀ ରାଜ୍ୟ ମୁଖ୍ୟ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ପୁର୍ବ ଶତ୍ରୁତାରୁ ଆକ୍ରମଣ ରେ ୪ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଅଜୟ ଦାସ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ମୋଟରସାଇକେଲରେ ବସି ଗାଁ ବାହାରକୁ ଗଲାବେଳେ ପୁର୍ବ ଶତ୍ରୁତାରୁ ରାଗ ରଖି ପାର୍ବତୀ ପୁର ଗ୍ରାମର ଶେଷ ମୁଣ୍ଡରେ ଛକି ରହିଥିବା କିଛି ଯୁବକ ଅଚାନକ ଭାବେ ଅଜୟକୁ ଗୋଡାଇ ଗୋଡାଇ ଛୁରୀରେ ଆକ୍ରମଣ କରିଥିଲେ। ଭୟଭୀତ ହୋଇ ଅଜୟ ଗାଁ ଭିତରକୁ ଦୌଡ଼ି ଯାଇ ନିଜ ଘରକୁ ପଳାଇବା ବେଳେ ଆକ୍ରମଣକାରୀ ଯୁବକମାନେ ଅଜୟଙ୍କ ଘର ମଧ୍ୟକୁ ପ୍ରବେଶ କରି ଇଟା ଓ ପଥର ମାଡ଼ କରିଥିଲେ। ଯ’ଦ୍ଵାରା ଅଜୟ ଜେଜେମା, ଖୁଡି ଓ ସମ୍ପର୍କୀୟ ଭାଇ ନାରାୟଣ ଦାସ ଆକ୍ରମଣକାରୀଙ୍କ ଦ୍ଵାରା ଗୁରୁତର ଆହତ ହୋଇଥିଲେ। ପରିବାର ପକ୍ଷରୁ ଫୋନ ଯୋଗେ ଗୋପାଳପୁର ପୋଲିସ ଅଭିଯୋଗ ପାଇ ଏସ୍…
ନୂଆଦିଲ୍ଲୀ: ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ ମଙ୍ଗଳବାର ଦିନ ଭାରତ ଗସ୍ତ କରିଛନ୍ତି। ଏହି ସମୟରେ ସେ ବାଣିଜ୍ୟ, ଆଞ୍ଚଳିକ ସଂଯୋଗ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅନେକ ଚୁକ୍ତି ମଧ୍ୟରୁ ଗୋଟିଏ ଚୁକ୍ତି ଅନୁଯାୟୀ, ବର୍ତ୍ତମାନ ଇସ୍ରାଏଲର ପ୍ରାୟ ୪୨ ହଜାର ଭାରତୀୟ ଶ୍ରମିକ ନିର୍ମାଣ ଏବଂ ନର୍ସିଂ କ୍ଷେତ୍ରରେ କାର୍ଯ୍ୟ କରିପାରିବେ। ଏଲି କୋହେନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢାଇବା ପାଇଁ ଆଲୋଚନା କରିଥିଲେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ସିଦ୍ଧାର୍ଥ ନଗରରେ ରହୁଥିବା ଦୁଇ ଭାଇ ସଲିଳ ମିଶ୍ର ଓ ଶରତ ମିଶ୍ର ଗତ ୨୦୧୦ ମସିହାରେ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରର ଦୁଇ ଭାଇ ଡଃ ଦିଲିପ ମିଶ୍ର ଓ ଅଶୋକ କୁମାର ମିଶ୍ରଙ୍କ ଠାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମୌଜାର ୬ ଟି ପ୍ଲଟ୍ ଜମି କିଣିଥିଲେ। କିନ୍ତୁ ଦୁଇ ଭାଇ ବାହାରେ ରହୁଥିବାରୁ ଏହା ମଧ୍ୟରେ ଜମି ବିଷୟରେ ଧ୍ୟାନ ଦେଇନଥିଲେ। ଏହି କିଛି ଦିନ ତଳେ ଦୁଇ ଭାଇ ଛୁଟିରେ ଆସି ଉକ୍ତ ଜମିରେ ପାଚେରୀ ନିର୍ମାଣ ପାଇଁ ଜମି ନିକଟରେ ପହଞ୍ଚିଲେ ଏବଂ କାମ ଆରମ୍ଭ କରିବାକୁ ଉଦ୍ୟମ କରିବା ବେଳକୁ କିଛି ଲୋକ ଆସି ବିରୋଧ କରି ନିଜର ଜମି ବୋଲି ଦାବି କରିଥିଲେ। ଏହି ସମୟରେ ଦୁଇ ଭାଇ ସଲିଳ ଓ ଅଶୋକ ଅବାକ୍ ହେଇଗଲେ ଓ ସେଠାରୁ…
ନୂଆଦିଲ୍ଲୀ: ପଞ୍ଜାବର ଗୋଟିଏ ଲୋକସଭା ଆସନ ପାଇଁ ଭୋଟ୍ ଦେବା ସହିତ ଆଜି ଉତ୍ତରପ୍ରଦେଶ, ଓଡିଶା ଏବଂ ମେଘାଳୟର ଚାରିଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ଉତ୍ତରପ୍ରଦେଶର ସ୍ଵାର ଏବଂ ଛାନବେ, ଓଡିଶାର ଝାରସୁଗୁଡା ଏବଂ ମେଘାଳୟର ସୋହିୟୋଙ୍ଗ ବିଧାନସଭା ଆସନରେ ଭୋଟ୍ ଚାଲିଛି। ଏଥି ସହିତ ପଞ୍ଜାବର ଜଲନ୍ଧର ଲୋକସଭା ଆସନରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। କୋର୍ଟଙ୍କ ଦ୍ଵାରା ଦଣ୍ଡିତ ହେବା ପରେ ବରିଷ୍ଠ ଏସପି ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେତୁ ସ୍ଵାରର ଆସନ ଖାଲି ପଡିଥିଲା। ବିଜେପିର ସହଯୋଗୀ ଅପନା ଦଳ (ସୋନେଲାଲ) ବିଧାୟକ ରାହୁଲ କୋଲଙ୍କ ମୃତ୍ୟୁ କାରଣରୁ ଛାନବେ ଆସନ ଖାଲି ପଡ଼ିଥିଲା। ପଞ୍ଜାବ: କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ପରେ ଜଲନ୍ଧର ଆସନ ଖାଲି ପଡିଥିଲା। ଚଳିତ ବର୍ଷ ଜାନୁଆରୀରେ ସେ ଜଲନ୍ଧରର…
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ଏକ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଉତ୍କଳ କଳା ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲ୍ ମୁଖ୍ୟ ଅତିଥି, ରାଜ୍ୟସଭା ସାଂସଦ ଅମରଜିତ୍ ପଟ୍ଟନାୟକ, ଓଡ଼ିଶାର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବି ଗଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପୁରସ୍କୃତ ହୋଇଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ସମାଜସେବୀ ଓ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେନ୍ଦ୍ର ସ୍ଥଳ ଓ ପୁରାତନ ରାଜଧାନୀ ଭାବେ ଜଣାଶୁଣା ଜୁନାଗଡ ସହରରେ ଥିବା ଜାତୀୟ ରାଜପଥରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ଏବେ ଜନୈକ ପୁଞ୍ଜିପତି ପ୍ରଭାବଶାଳୀ ବ୍ୟବସାୟୀଙ୍କ ନାମରେ ଦରଜ କରାଯାଇଥିବା ଜଣାପଡିଛି। ଯାହାଫଳରେ ଏବେ ସରକାରଙ୍କ ଦଲିଲ ଦସ୍ତାବିଜ ୱେବ ସାଇଟ ଭୁଲେଖ ଏବଂ ଜୁନାଗଡ ମୌଜାର ସରକାରୀ ମେପ ରୁ ଉକ୍ତ ରାସ୍ତା ଗାଏବ ହୋଇ ଯାଇଥିବା ଦେଖା ଯାଉଛି। ରାଜସ୍ବ ବିଭାଗର ଅମିନଙ୍କ ଦ୍ବାରା ପ୍ରସ୍ତୃତ ସ୍କେଚ ମେପ ଅନୁସାରେ ବିକ୍ରି ବଟା ହେବା ପରେ ଜୁନାଗଡ ସବ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଜୁନାଗଡ ତହସିଲଦାର ଙ୍କ ଦ୍ବାରା ରେଜିଷ୍ଟ୍ରେସନ ଗ୍ରହଣ ହେବା ସହ ଜୁନାଗଡ ତହସିଲଦାର ଙ୍କ ଦ୍ବାରା ମ୍ୟୁଟେସନ…
ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାର ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟି୍ରକ୍ ଟନ୍ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟି୍ରକ୍ ଟନକୁ ବୃଦ୍ଧି ପାଇଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଧିକ ବୃଦ୍ଧି ଘଟାଇ ମୁଣ୍ଡପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ବଢ଼ାଇବା ଦିଗରେ ଓମ୍ଫେଡ୍ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ମଙ୍ଗଳବାର ଦିନ କୃଷି ଭବନଠାରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ ‘ଓମ୍ଫେଡ୍’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ…
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତକାଲି ପ୍ରତୁ୍ୟଷରେ ପାଳିତ ହୋଇଛି। ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ରାମହରି ଜେନା, ପ୍ରବୀର ମହାନ୍ତି, ରାଜକୁମାର ସୁବୁଦ୍ଧି, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ, ମୀନକେତନ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ନୂଆଦିଲ୍ଲୀ: ଆରସିବି ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ୮୩ ରନ୍ର ଉତ୍କୃଷ୍ଟ ଇନିଂସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସମେତ ମୋଟ ୫ ଟି ପୁରସ୍କାର ପ୍ରଦାନ କରାଯାଇଛି। ଏହି ମ୍ୟାଚରେ ସୂର୍ଯ୍ୟ ମଧ୍ୟ ଆଇପିଏଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ମୁମ୍ବାଇ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଅନେକ ବଡ ରେକର୍ଡ ଭାଙ୍ଗିଥିବାର ଦେଖାଯାଇଛି। ଏହି ମ୍ୟାଚ୍ରେ ମୁମ୍ବାଇ ୬ ଟି ୱିକେଟ୍ ରେ ଜିତିଛି। ଆସନ୍ତୁ ଜାଣିବା ଏହି ମ୍ୟାଚ୍ ସମୟରେ କେଉଁ ବଡ଼ ରେକର୍ଡ ସୃଷ୍ଟି ହୋଇଛି ଏବଂ ଭାଙ୍ଗିଛି। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଆଇପିଏଲ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ୮୩ ରନ୍ର ଏକ ଇନିଂସ ସୂର୍ଯ୍ୟଙ୍କ ବ୍ୟାଟରୁ ବାହାରିଥିଲା। ଏହାପୂର୍ବରୁ ଆଇପିଏଲରେ ସୂର୍ଯ୍ୟଙ୍କ ସର୍ବାଧିକ ସ୍କୋର ୮୨ ରନ୍ ଥିଲା। ଏହି ମ୍ୟାଚରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସମେତ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

