Author: Samikhsya Bureau

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆଜି ଅତି ଭୀଷଣ ବାତ୍ୟା ଭାବେ ପରିଣତ ହୋଇଛି। ଏହା ଘଣ୍ଟାକୁ 175 କିଲୋମିଟର ବେଗର ମିଆମାର ଆଡକୁ ଗତିକରୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆସନ୍ତା ରବିବାର ଦିନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଗତକାଲି ସକାଳେ ଏହା ବାତ୍ୟା ରୂପ ନେବା ପରେ ରାତିରେ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଥିଲା। ଏହାପରେ ଆଜି ଏହା ଅତିଭୀଷଣ ବାତ୍ୟା ଭାବେ ପରିବର୍ତ୍ତନ ହୋଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନ ଥିଲେ ମଧ୍ୟ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।

Read More

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇପାରେ CBSE 10th ଏବଂ 12th ରେଜର୍ଲଟ। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବୋର୍ଡ ତରଫରୁ କୁହାଯାଇଛି ଯେ, ଖାତା ଦେଖା ଶେଷ ହୋଇ ରେଜର୍ଲଟ ବାହାରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଖୁବ ଶିଘ୍ର ଏ ନେଇ ଘୋଷଣା ହେବ। ଏହି ରେଜର୍ଲଟ ଜାଣିବା ପାଇଁ ହେଲେ ବୋର୍ଡର ଅଫିିସିୟାଲ ୱେବ ସାଇଟ cbse.nic.in or cbseresults.nic.in ରେ ଲଗ ଅନ କରିପାରିବେ। ଏଥିସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ DigiLocker and UMANG app ମାଧ୍ୟମରେ ମଧ୍ୟ ରେଜର୍ଲଟ ଜଣାପଡିବ। ଏଥିରେ ମାର୍କ ସିଟ ମଧ୍ୟ ଉପଲବ୍ଧ ହେବ। ତେବେ ଏହା କେବଳ ସ୍କୁଲ କର୍ତ୍ତୁପକ୍ଷ କରିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୌଣସି କାରଣରୁ ଯଦି ଆଜି ରେଜର୍ଲଟ ଘୋଷଣାରେ ଅସୁବିଧା ହୁଏ ତେବେ ଆସନ୍ତାକାଲି ନିଶ୍ଚିତ ପ୍ରକାଶ ପାଇବ ବୋଲି…

Read More

ଭୁବନେଶ୍ଵର: ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଥିବା ବେଳେ ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତ ଓବରାଇ ବେକର୍ସ ଆଣ୍ଡ କାଫେ ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଟିଜର ଲୋକାର୍ପଣ ହୋଇଯାଇଛି। ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଟି ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ। ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ  ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିବେ। ଏହା ପରେ ସେ ଗାନ୍ଧିନଗରରେ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରାୟ ୪୪୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ। ଅପରାହ୍ନ ପ୍ରାୟ ୩ ଟା ସମୟରେ ପ୍ରଧାନମନ୍ତ୍ରୀ ଗିଫ୍‌ଟ ସିଟି ପରିଦର୍ଶନ କରିବେ। ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ମୂଳଦୁଆ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଏହି କାର୍ଯ୍ୟକ୍ରମରେ ୨୪୫୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ମୂଳଦୁଆ ପକାଇବେ। ଏଥିରେ ନଗର ଉନ୍ନୟନ ବିଭାଗ, ଜଳ ଯୋଗାଣ ବିଭାଗ, ସଡକ ଏବଂ ପରିବହନ ବିଭାଗ ଏବଂ ଖଣି ଏବଂ ଖଣିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ଉଦ୍‌ଘାଟନ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ବନସକଣ୍ଠ ଜିଲ୍ଲାର ବହୁ ଗ୍ରାମ ପାନୀୟ ଜଳ ଯୋଗାଣ ଯୋଜନା, ଅହମ୍ମଦାବାଦରେ ନଦୀ…

Read More

ଗରୁଡ ପୁରାଣ: ହିନ୍ଦୁ ଧର୍ମର ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣରେ କର୍ମ ଏବଂ ଏହାର ଫଳ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଯଦି ଆପଣ ଗରୁଡ ପୁରାଣକୁ ଏକ ଭଲ ଭାବରେ ବୁଝନ୍ତି, ତେବେ ଏହା ଆପଣଙ୍କୁ ଜୀବନ ଯିଇବା ପାଇଁ ମାର୍ଗଦର୍ଶନ ଦେବ। ଜଣେ ବ୍ୟକ୍ତି କ’ଣ କରିବା ଉଚିତ୍, ସେ କଣ କରିବା ଉଚିତ୍ ନୁହେଁ ଏବଂ ସେ ନିଜ ଜୀବନରେ କିପରି ଆଚରଣ କରିବା ଉଚିତ୍, ଏହି ସବୁ ରହସ୍ୟମୟ ଜିନିଷର ରହସ୍ୟ ଗରୁଡ ପୁରାଣରେ ଅଛି। ଆମେ ସମସ୍ତେ ସ୍ୱର୍ଗ ଏବଂ ନର୍କ ବିଷୟରେ ପ୍ରାୟତଃr ଶୁଣିଥାଉ। କିନ୍ତୁ ଆପଣ ଜାଣନ୍ତି କି କିପରି ଏବଂ କିଏ ସ୍ୱର୍ଗ କିମ୍ବା ନର୍କ ପାଇଥାଏ। ଗରୁଡ ପୁରାଣରେ, ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଯେ, କେଉଁ ଲୋକମାନଙ୍କୁ କିପରି ସ୍ୱର୍ଗ କିମ୍ବା ନର୍କର ରାସ୍ତାକୁ ଯିବାକୁ ପଡେ। ଏହା ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ।…

Read More

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…

Read More

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣତି ସଂପର୍କରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି। ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ…

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି। ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ। ଯେଉଁ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ – ଇଣ୍ଡିଆ (ଲିଗୋ – ଇଣ୍ଡିଆ), ହିଙ୍ଗୋଲି; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା…

Read More

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି। ସ୍ବର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର,ପରୋପକାରି ସମାଜସେବୀ ଥିଲେ।ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ଘର ଭିତରକୁ ପଶି ଆସିଥିଲେ। ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଞ୍ଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାତ ହେଉଛନ୍ତି କ୍ଷ ପ୍ରକାଶ ଥାଉକି ମୃତକ ରବି ନାୟକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ୮ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ଯେ, ‘୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ ସୁରକ୍ଷା ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଏକ ମଜଭୁତ ସମର୍ଥନର ସ୍ରୋତ ହୋଇଛି। ଏହା ଲୋକଙ୍କୁ ଏକ ପ୍ରଭାବୀ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିଛି। ସମସ୍ତ ହିତାଧିକାରୀଙ୍କୁ ମୋର ଶୁଭକାମନା’।

Read More

ନୂଆଦିଲ୍ଲୀ: ସର୍ବଶେଷ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗୋଟିଏ ସ୍ଥାନ ହରାଇ ଭାରତୀୟ ଦଳ ତୃତୀୟ ସ୍ଥାନରେ ପହଞ୍ଚିଛି। ଏଥି ସହ ପାକିସ୍ତାନୀ ଦଳ ଦ୍ୱିତୀୟ ସ୍ଥାନରେ ଏବଂ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ ଶ୍ରେଷ୍ଠ ୩ ଦଳ ମଧ୍ୟରେ ବ୍ୟବଧାନ ବହୁତ କମ୍ ଅଟେ। ୧୧୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଅଛି। ଏଥି ସହିତ ପାକିସ୍ତାନ ୧୧୬ ପଏଣ୍ଟ ସହ ଦ୍ୱିତୀୟ ଏବଂ ଭାରତ ୧୧୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ବିଶ୍ୱକପ ସମୟରେ ଶ୍ରେଷ୍ଠ ତିନି ଦଳ ମଧ୍ୟରେ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଆସିବ। ଆଇସିସି ର଼୍ୟାଙ୍କିଙ୍ଗରେ ବାର୍ଷିକ ଅଦ୍ୟତନ ପରେ ଏହି ପରିବର୍ତ୍ତନ ଆସିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ୧୧୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ପ୍ରାୟ ସମାନ ପଏଣ୍ଟ ସହ ଦ୍ୱିତୀୟ ଏବଂ ପାକିସ୍ତାନ ୧୧୨ ପଏଣ୍ଟ ସହ…

Read More

ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା  ସହ ପ୍ରତିଦିନ ନୂଆ ରେକର୍ଡ କରୁଛି। ଏମଏସଏମଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ସେ ଆହୁରି କହିଛନ୍ତି, ୨୦୨୨ ଏପ୍ରିଲ ୧ରୁ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ କେଭିଆଇସି ମୋଟ ୭୭୮୮୭.୯୭ କୋଟିର ଉତ୍ପାଦନ କରିଛି, ୧୦୮୫୭୧.୮୪ କୋଟିର ବିକ୍ରି କରିଛି ଏବଂ ୧.୭୨ କୋଟିର ନିଯୁକ୍ତି ସୃଷ୍ଟି କରିଛି। ଏମଏସଏମଇ ମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: https://twitter.com/MeNarayanRane/status/1655863983189164033?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1655958748471656449%7Ctwgr%5E677138f0a5edfd874842730a52517faa7047f7fd%7Ctwcon%5Es3_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1923395 ‘ଏହି ଉପଲବ୍ଧି ଉତ୍ସାହିତ କରିଥାଏ! ଖଦି ସହ ଦେଶବାସୀଙ୍କ ସହଯୋଗ ରୋଜଗାରକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି’।

Read More

ରଣପୁର: ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି। ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି। ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ। ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ। ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ…

Read More

ନୂଆଦିଲ୍ଲୀ: ୪ ଜଏଣ୍ଟ ଆଉଟପୋଷ୍ଟର ଉଦଘାଟନ ସହ ବିଏସଏଫକୁ ଆହୁରି ଦୃଢ଼ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ କରିଛନ୍ତି। ମୋଟ ୧୦୮.୩ କୋଟି ଟଙ୍କାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ଦୁଇଟି ଆବାସିକ କମ୍ପେ୍ଲକ୍ସ ଏବଂ ଜଣେ ଅଧିକାରୀଙ୍କ ମେସ୍ ମଧ୍ୟ ଉଦଘାଟନ କରାଯାଇଛି। ଏହି ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି ଯେ, ‘ଏହା ଆମ ସୀମା ସୁରକ୍ଷାକୁ ମଜଭୁତ କରିବ ଏବଂ ସାହସୀ ବିଏସଏଫ କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ’।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ହିଲପାଟଣା ମୁଖ୍ୟ ରାସ୍ତାରେ କିଛି ଯୁବକ ଅଚାନକ ଆସି ଗୋଟିଏ ଟ୍ରାଭେଲ୍ସ ଏଜେନ୍ସି ଦୋକାନ ବାହାରେ ଥିବା ଏକ ମୋଟରସାଇକେଲକୁ ବିଭିନ୍ନ ମାରଣାସ୍ତ୍ର ଧରି ଭାଙ୍ଗୁଥିଲେ। ଏହି ସମୟରେ ଦୋକାନ ମାଲିକ ଗାଡ଼ି ଭଙ୍ଗାରୁଜା କରୁଥିବା ଯୁବକ ମାନଙ୍କୁ ଆପତ୍ତି କରିବାରୁ ଉକ୍ତ ଯୁବକ ମାନେ ଧାରୁଆ ଅସ୍ତ୍ରରେ ଦୋକାନ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ସୁଦର୍ଶନ ଦାସ ଓ ହରିହର ପାଣିଗ୍ରାହୀ ପ୍ରମୁଖ ଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିବା ସହ ଆକ୍ରମଣକାରୀ ଯୁବକ ମୁକେଶ ସାହୁ ସମେତ ୩ ଯୁବକକୁ ଥାନାରେ ଅଟକ ରଖି ଜେରା କରୁଛନ୍ତି। ଘଟଣାରେ ସଂପୃକ୍ତ ଆଉ କିଛି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିଜକୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରର ଜଣେ ଉଚ୍ଚ ପଦାଧିକାରୀ ବୋଲି ପରିଚୟ ଦେଇ ଆଜକୁ ୩ ବର୍ଷ ହେଲା ଶୈଳବାଳା ମିଶ୍ର ନାମ୍ନୀ ଜଣେ ଉଚ୍ଚ ଶିକ୍ଷିତା ମହିଳା କିଛି ଠକ ଏଜେଣ୍ଟ୍ ମାନଙ୍କ ଦ୍ଵାରା ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ପୋଲସରା ପୋଲିସ ଦ୍ବାରା ନିଜର ସହଯୋଗୀ ଚିରିକିପଡା ଶାସନ ଗ୍ରାମର ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଭଞ୍ଜନଗର ଅଞ୍ଚଳର ଶିବରାମ ଗୌଡ଼ଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ଚିରିକିପଡା ଶାସନର ରଞ୍ଜନ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରରେ କ୍ୟାଣ୍ଟିନ୍ କରାଇଦେବି ବୋଲି ଉକ୍ତ ମହିଳା ରଞ୍ଜନଙ୍କ ଠାରୁ ନଗଦ ୫୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିଲା ସିନା କୌଣସି ସଫଳତା ନପାଇ ରଞ୍ଜନ…

Read More

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତି ନେଇ କରିଛନ୍ତି ଏକ ଘୋଷଣା। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେଡି ପୂର୍ବପରି ଏକାକୀ ଲଢିବ। କାହା ସହିତ ମେଣ୍ଟ କରିବ ନାହିଁ। ପୂର୍ବରୁ ବିଜେଡି ଯେପରି ବିଜେପି କଂଗ୍ରେସଠାରୁ ସମଦୂରତା ବଜାଇ ରହିଥିଲା ତାହା ବଜାଇ ରହିବ। ନବୀନଙ୍କ ଏପରି ବିବୃତି ପରେ ଜାତୀୟ ରାଜନୀତିରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ବିରାମ ଲାଗିଛି। ଏପରିକି ନୀତିଶ କୁମାରଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇଛି। ନିକଟରେ ନୀତିଶ ଭୁବନେଶ୍ବର ଆସି ନବୀନଙ୍କୁ ମହାମେଣ୍ଟ ପାଇଁ ଯେଉଁ ବୁଝାମଣା ପ୍ରୟାଶ କରିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଆପଣ ନୂଆଦିଲ୍ଲୀରେ କେତେକ ଅଣବିଜେପି ନେତାଙ୍କୁ ଭେଟିବେ କି ବୋଲି ପ୍ରଶ୍ନ ପଚାରିବାରୁ ନବୀନ ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ନବୀନ…

Read More

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡ ଖବର। ଆସନ୍ତା ପାଞ୍ଚଦିନ ପାଇଁ ଓଡିଶାର ପାଣିପାଗରେ ହେବ ଅସ୍ବାଭିକ ପରିବର୍ତ୍ତନ। ଏଥିସହିତ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଆଜି ସୁପ୍ରିମ୍ କୋର୍ଟ ଦିଲ୍ଲୀ ସରକାର ଏବଂ ଏଲଜି ବା ଦିଲ୍ଲୀ ଉପରାଜ୍ୟପାଳ ବିବାଦ ମାମଲାର ବିଚାର କରି ନିର୍ଦ୍ଧେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି। ଉପରାଜ୍ୟପାଳ ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ। କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏହାକୁ ନେଇ ଓଡିଶା ଆମ ଆଦମୀ ପାର୍ଟି ସ୍ବାଗତ କରିଛି। ପାର୍ଟି କହିଛି ଯେ, ପଛ ଦ୍ଵାର ଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍‌ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି। ସେଥିପାଇଁ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି।

Read More