Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ସ୍ୱୟଂସେବକ ପ୍ରଶାନ୍ତ, ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା
ଆଞ୍ଚଳିକ

ବାଣପୁରର ସ୍ୱୟଂସେବକ ପ୍ରଶାନ୍ତ, ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା

May 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରର ସ୍ୱୟଂସେବକ ପ୍ରଶାନ୍ତ, ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଶାନ୍ତ କୁମାର ସୁପକାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ତାଙ୍କର ଘର। ପେଶାରେ ପ୍ରଶାନ୍ତ ଜଣେ ଗୋ ଚିକିତ୍ସକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା  ଆରଏସଏସର ସ୍ୱୟଂସେବକ। ତେବେ ବାଣପୁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ପ୍ରଶାନ୍ତ ସଂଘର ଶାଖା ଲଗାଉଥିବା ବେଳେ ମନ୍ଦିର ପରିଷ୍କାର ପରିଛନତା ଉପରେ ବେଶ ଧ୍ୟାନ ଦିଅନ୍ତି ସେ। ଫଳରେ ମନ୍ଦିରର ପରିଷ୍କାର ପରିଛନତାରେ ଆସିଛି ବ୍ୟାପକ ପରିବର୍ତ୍ତନ।

ପୁର୍ବରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ଚପଲ ପିନ୍ଧି ପ୍ରବେଶ କରୁଥିଲେ ଏବଂ କିଛି ବ୍ୟକ୍ତି ନିଜର ସାଇକେଲ ଆଦି ରଖୁଥିଲେ । ଯାହା ଫଳରେ ମନ୍ଦିର ଦିନତମାମ ଅପରିଷ୍କାର ରହୁଥିଲା। ତେବେ ସକାଳୁ ଶାଖା ସମୟରେ ଏହା ପ୍ରଶାନ୍ତଙ୍କ ନଜରକୁ ଆସିଥିଲା। ସେବେଠାରୁ ସେ ମନ୍ଦିର ସ୍ୱଛତା ପାଇଁ ଅଣ୍ଟା ଭିଡ଼ିଥିଲେ।

ଆରଏସଏସ ର କର୍ମକର୍ତ୍ତା ଏବଂ ମନ୍ଦିରକୁ ସକାଳୁ ଆସୁଥିବା କିଛି ମହିଳା ଭକ୍ତ ମାନଙ୍କୁ ନେଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ସ୍ୱଛତା ଅଭିଯାନ ଆରମ୍ଭ କରିଥିଲେ। ଉକ୍ତ ଅଭିଯାନ ଅନ୍ତର୍ଗତ ପ୍ରଶାନ୍ତ ଏବଂ ଅନ୍ୟ ସଦସ୍ୟମାନେ ପ୍ରତିଦିନ ମନ୍ଦିର ଦ୍ୱାରଦେଶ ରେ ଉପସ୍ଥିତ ରହି ମନ୍ଦିର ମଧ୍ୟକୁ ଚପଲ ଓ ସାଇକେଲ ଆଦି ନ ନେବା ପାଇଁ ଭକ୍ତକୁ ଅନୁରୋଧ କରିଥିଲେ।

ଏହାପରେ ପ୍ରତ୍ୟହ ସନ୍ଧ୍ୟାରେ ମଧ୍ୟ ପ୍ରଶାନ୍ତ ମନ୍ଦିର କୁ ଯାଇ ସଚେତନତା ଅଭିଯାନ ଜାରି ରଖିଥିଲେ। ତେବେ କିଛି ଦିନ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳିଛି ମନ୍ଦିରରେ। ଆଜି ଉକ୍ତ ମନ୍ଦିରଟି ପରିଷ୍କାର ଓ ପରିଛନ ରହୁଥିବା ବେଳେ ଭକ୍ତମାନେ ଆପେ ଆପେ ମନ୍ଦିର ପ୍ରବେଶ ପୁର୍ବରୁ ଚପଲ ବାହାରେ ରଖୁଛନ୍ତି।

ଅନୁରୂପ ଭାବେ ଏବେବି ପ୍ରଶାନ୍ତ ସଂଘ ଶାଖାରେ ପ୍ରତ୍ୟେକ ଦିନ ମନ୍ଦିର ପରିସର ସଫା କରୁଛନ୍ତି, ଯାହାକି ଅନ୍ୟ ପାଇଁ ଏକ ଉଦାହରଣ। ଏ ନେଇ ପ୍ରଶାନ୍ତଙ୍କୁ ପଚାରିବାରେ କୁହନ୍ତି ଜଣେ ସ୍ୱୟଂସେବକ ସଦାସର୍ବଦା ଦେଶ ମାତୃକାକୁ ଭଲପାଇବା ସହ ସହ ନିଜ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବା ତାହାର ଦାୟିତ୍ୱ। ତେବେ ପ୍ରଶାନ୍ତଙ୍କ ଉକ୍ତ ଅଭିଯାନକୁ ବାଣପୁର ବାସି ସମର୍ଥନ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପ୍ରଶାନ୍ତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ବାଣପୁର ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.