ନୂଆଦିଲ୍ଲୀ: ଗତକାଲି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଛନ୍ତି। ଏ ନେଇ ପୂର୍ବରୁ କୌଣସି ସଙ୍କେତ ନ ଥିଲା। ହେଲେ ହଠାତ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ଆଇନ ମନ୍ତ୍ରୀପଦରୁ ହଟିଛନ୍ତି କିରଣ ରିଜିଜୁ। ଏହାକୁ ନେଇ ଦିଲ୍ଲୀ ଗଣ ମାଧ୍ୟମ ମଧ୍ୟ କୌଣସି ସୁରାକ ପାଇପାରିଲା ନାହିଁ। କିରଣ ରିଜିଜୁଙ୍କୁ ଆଇନ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରୁ ହଟାଇ କମ ଗୁରୁତ୍ବ ଥିବା ଆର୍ଥ ସାଇନସ ବିଭାଗର ମନ୍ତ୍ରୀ କରାଗଲା। ଏହି ବିଭାଗଟି ବହୁ ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖରେ ଥିଲା। ଜିତେନ୍ଦ୍ର ସିଂଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଛି। ସେଥିରୁ ଗୋଟିଏ ବିଭାଗର ମନ୍ତ୍ରୀ ହେଲେ ରିଜିଜୁ। ତେବେ ରିଜିଜୁଙ୍କୁ ମନ୍ତ୍ରୀ ଆଇନ ମନ୍ତ୍ରୀରୁ ହଟାଇବାର କାରଣ ଗୋଟିଏ ବୋଲି ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ତାହା ହେଲା ବିଚାରପତିଙ୍କ ସହିତ ତାଙ୍କର ମତଭେଦ। ବିଶେଷ କରି କଲେଜିୟମ ବ୍ୟବସ୍ଥାକୁ…
Author: Samikhsya Bureau
ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇରହିଛି। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍ଇଟି) ପ୍ରଫେସର (ଡାକ୍ତର) ସଚିଦାନନ୍ଦ ମହାନ୍ତି କହିଛନ୍ତି। ଦେଶରେ ଯକ୍ଷ୍ମା ଭଳି ବ୍ୟାଧିକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାସ୍କଫୋର୍ସ ବୈଠକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗୁରୁବାର ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାନ୍ତି ଏଭଳି ବୈଠକକୁ ସ୍ୱାଗତ କରିବା ସହ ପୂର୍ବାଂଚଳରେ ଟିବି ରୋଗୀଙ୍କ ଚିହ୍ନଟ ସଂଖ୍ୟା ଖୁବ୍ କମ୍ ରହିଛି ତଥା ନିରାକରଣ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁଯାୟୀ ବାଣପୁର ଏନଏସି ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ଅସାବଧାନତା ବଶତଃ ବାରି କୂଅରେ ପଡିଯାଇଥିଲେ। ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ହାଡିବନ୍ଧୁଙ୍କୁ ଘରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ନେତା ଓ କର୍ମୀମାନେ ଏ ନେଇ ପ୍ରସ୍ତୁତ ରହିଛନ୍ତି। ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିବେ । ଏହାପରେ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନୁ୍ୟ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହି ବସ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ସୂଚନା ମୁତାବକ ଭୁବନେଶ୍ୱର ରୁ ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିବା ନମସ୍କାର ନାମକ ବସଟି ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା। ବସରେ ପାଖାପାଖି ୮୦ ଜଣ ଯାତ୍ରୀ ଥିଲେ। ଖବର ପାଇ ସଙ୍ଗେସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ସଂଗ୍ରହାଳୟ ପରିଦର୍ଶନ କରିଥିବା ସମସ୍ତ ପରିଦର୍ଶକଙ୍କୁ ଫୁଲ ସହିତ ସ୍ୱାଗତ କରାଯିବା ସହ ଆଜି ଦିନର ମହତ୍ତ୍ୱ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ସନ୍ଧ୍ୟାରେ ସଂଗ୍ରହାଳୟ, ନିରନ୍ତରତା ଏବଂ କଲ୍ୟାଣ ଉପରେ ଆଧାରିତ ଚଳିତ ବର୍ଷର ବିଷୟବସ୍ତୁ ନେଇ ଏକ ପ୍ୟାନେଲ୍ ଆଲୋଚନାର ଆୟୋଜନ କରାଯାଇଥିଲା। ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣିି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ଏସ୍ସିଏସ୍ଟିଆର୍ଟିଆଇର ପୂର୍ବତନ ଉପଦେଷ୍ଟା ତଥା ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ବିବର୍ତ୍ତନ ଏବଂ ଏହାର ପ୍ରବର୍ତ୍ତିତ ବିଭିନ୍ନ ଡିଜିଟାଲ୍ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ। ୫୦୦୦ ରୁ ଅଧିକ କିସମର କଳା ଏବଂ କଳାକୃତି…
ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଦିନିକିଆ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଥମେ ସେ ଆର.ଏମ୍ .ସି ପରିସରରେ ଚାଲିଥିବା କୃଷକ ବଜାର ପ୍ରାଙ୍ଗଣରେ ଫଳ ଓ ପନିପରିବା ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭିତ୍ତିଭୂମିକୁ ନେଇ ବିକ୍ରେତାତଥା କ୍ରେତା ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତି ରବିବାର ଦିନ ଏହି ଠାରେ ବୁଣାକାର ବଜାର ବସୁଥିବା ଓ ବୌଦ୍ଧ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରୁ ବୁଣାକାର ଏକତ୍ରିତ ହେବା ବିଷୟରେ ଉପସ୍ଥିତ ଚାଷୀ ତଥା ଅଧିକାରୀ ମାନେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ। ପରେ…
ଭୁବନେଶ୍ୱର: ଆଜି ଇଲେଟ୍ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ଫୁ୍ୟଚର ରେଡି ଭାରତ – ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ ତ୍ରିପାଠୀ, ଇଲେକେଫାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍ସ ଟେକ୍ନୋମେଡ଼ିଆ ପ୍ରତିଷ୍ଠାତା ଡଃ. ରବି ଗୁପ୍ତା, ମାଇକ୍ରୋସପଫ ଇଣ୍ଡିଆ ନିର୍ଦ୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ “ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’’ ବିଷୟରେ ଆଲୋକପାତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଛଅ ଦିନିଆ ତିନୋଟି ଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତକାଳରେ ସେ ତିନୋଟି ଶିଖର ସମ୍ମିଳନୀରେ ଯୋଗଦେବା ସହିତ ଅନ୍ୟ ଦେଶରୁ ଆସିଥିବା ପ୍ରତିନିଧିଙ୍କ ସହିତ ସାକ୍ଷାତ କରିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ 40 ରୁ ଅଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସାରା ବିଶ୍ୱରୁ 24 ରୁ ଅଧିକ ନେତାଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜି -7 ଦେଶର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେଥିପାଇଁ ସେ ମେ 19 ରୁ 21 ତାରିଖ ପର୍ଯ୍ୟନ୍ତ ଜାପାନ ଯିବେ। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ 21 ମେ ରେ ପାପୁଆ ନ୍ୟୁ ଗିନିର ପୋର୍ଟ ମୋରେସବିରେ ପହଞ୍ଚିବେ। ସେଠାରେ ସେ ମିଳିତ ଭାବେ ଇଣ୍ଡୋ-ପାସିଫିକ୍ ଦ୍ୱୀପ ସହଯୋଗ ଫୋରମର ତୃତୀୟ ଶିଖର ସମ୍ମିଳନୀରେ ଯୋଗଦେବେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗତକାଲି ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ହାଓଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ ଟା ୪୦, ଯାଜପୁର-କେନ୍ଦୁଝର ରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧା ରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ। ବନ୍ଦେ ଭାରତ…
ଭୁବନେଶ୍ବର: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମେୟା। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଡି କେ ଶିବ କୁମାର ମଧ୍ୟ ଶପଥ ନେବେ। ସେଥିପାଇଁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଏହି ଶପଥ ଉତ୍ସବରେ ଯୋଗ ଦେବା ପାଇଁ ବିଭିନ୍ନ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ କି ନାହିଁ ତାହା ଜଣାପଡିନାହିଁ। ହେଲେ ସେ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଯୋଗ ଦେବା ପାଇଁ କେବେ ଯାଇ ନାହାଁନ୍ତି। ଅନ୍ୟପଟେ ସମସ୍ତ ଅଣବିଜେପି ଦଳ ଏକ ମହାମେଣ୍ଟର ପରିକଳ୍ପନା କରୁଥିବାରୁ ନବୀନ ସେଥିରେ ସାମିଲ ହେବେ ନାହିଁ ବୋଲି ମନା କରିଛନ୍ତି। ସେହି ଦୃଷ୍ଟିରୁ ସେ ଏହି ଉତ୍ସବରେ ଯୋଗ ନ ଦେବାର ସମ୍ଭାବନା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି। ସମବେତ ବ୍ୟକ୍ତବିଶେଷଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ। ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍ ସମୟ ଲାଗୁଛି। ଏପରିକି…
ଭୁବନେଶ୍ବର: ଜ୍ୟେଷ୍ଠ ମାସ ଅମବାସ୍ୟାରେ କେତେକ ରାଜ୍ୟରେ ବଟ ସାବିତ୍ରୀ ପୂଜା କରାଯାଇଥାଏ। ଏପରିକି କେତେକ ସ୍ଥାନରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ମଧ୍ୟ ବଟ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଏହି ଦିନ ବିବାହିତ ମହିଳାମାନେ ଷୋହଳ ଶ୍ରୂଙ୍ଗାର କରି ବର ଗଛକୁ ପୂଜା କରନ୍ତି। ଏମିତିକି ପ୍ରାଚୀନ କାଳରୁ ଆମ ଦେଶରେ ବୃକ୍ଷ ପୂଜା କରିବାର ପରମ୍ପରା ଚାଲିଛି। ବଟ ସାବିତ୍ରୀ ପୂର୍ଣ୍ଣିମା ଦିନ ବର ବୃକ୍ଷର ଉପାସନର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ କାହାଣୀ ଅନୁଯାୟୀ, ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟଭାନଙ୍କୁ ଫେରାଇ ଆଣିବା ପାଇଁ ଏକ ବର ଗଛ ତଳେ ବସିଥିଲେ। ଯାହା ପରେ ଯମରାଜ ପ୍ରସନ୍ନ ହୋଇ ପୁନର୍ବାର ସତ୍ୟବାନ୍ ଙ୍କୁ ଫେରେଇଦେଇଥିଲେ। ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି…
ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ହିନ୍ଦୁ ସଧବା ନାରୀମାନେ ସେମାନଙ୍କ ସ୍ବାମୀଙ୍କ ମଙ୍ଗଳ ପାଇଁ ବ୍ରତ ଧାରଣ କରିନ୍ତି। ଦିନତମାମ ଉପବାସ ରହିବା ସହିତ ମା ସାବିତ୍ରୀଙ୍କୁ ପୂଜା କରନ୍ତି। ତେବେ ଏହି ଅମବାସ୍ୟା କେତେବେଳେ ଆରମ୍ଭ ହୋଇ ଶେଷ ହେଉଛି ତାହା ଜାଣିବା ନିହାତି ଆବଶ୍ୟକ। ଜ୍ୟେଷ୍ଠ ଅମାବାସ୍ୟା ଆରମ୍ଭ – ୧୮ ମଇ ୨୦୨୩, ରାତ୍ର ୦୯:୪୩ ମିନଟ ଜ୍ୟେଷ୍ଠ ଅମାବାସ୍ୟା ସମାପ୍ତ – ମେ ୧୯, ୨୦୨୩, ରାତ୍ର ୦୯:୨୩ ମିନିଟ ସାଧାରଣ ଚଳନ – ୦୫:୨୮ ମିନିଟ ରୁ ୦୭:୧୧ ମିନିଟ ଲାଭ – ଉନ୍ନତି – ୦୭:୧୧ ମିନଟ ରୁ ୦୮:୫୩ ମିନିଟ ଶୁଭ- ଉତ୍ତମ – ୧୨:୧୮ ମିନିଟ ରୁ ୧୪:୦୦ ମିନିଟ ପଞ୍ଚଙ୍ଗ ଅନୁଯାୟୀ, ଜ୍ୟେଷ୍ଠ ମାସର ଅମାବାସ୍ୟା ତାରିଖ ୧୮ ମଇ ଗୁରୁବାର ରାତି ୦୯:୪୩ ରୁ ମେ ୧୯ ରେ ୦୯:୨୩ ହେବ। ଯେହେତୁ…
ନୂଆଦିଲ୍ଲୀ: ପଞ୍ଚଙ୍ଗ ଅନୁଯାୟୀ, ଆଜି ସାବିତ୍ରୀ ଅମବାସ୍ୟା ସହିତ ଶନି ଜୟନ୍ତୀ ମଧ୍ୟ ପଡୁଛି। ଏହି ଦିନ ସୋମବତୀ ଅମାବାସ୍ୟା ଏବଂ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଅଛି। ଏହା ସହିତ ବଟ ସାବିତ୍ରୀ ଉପବାସ ମଧ୍ୟ ଏହି ଦିନ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦୋଷରୁ ହଟାଇବା ପାଇଁ ଶନି ଜୟନ୍ତୀ ସମୟରେ ବିଭିନ୍ନ ପୂଜା ପଦ୍ଧତି କଲେ ବହୁତ ଭଲ ବୋଲି ବିବେଚନା କରାଯାଏ। ଶନି ଜୟନ୍ତୀ ଦିନ ସୋମବତୀ ଅମାବାସ୍ୟା, ବଟ ସାବିତ୍ରୀ ବ୍ରତ, ସାବିତ୍ରୀ ବ୍ରତ ଏବଂ ସର୍ବାର୍ଥ ସିଦ୍ଧ ଯୋଗ ଯୋଗୁଁ ଏହି ଶନି ଜୟନ୍ତୀର ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି। ଶାସ୍ତ୍ରରେ ସୋମବତୀ ଅମାବାସ୍ୟା ଦିନ ପୂର୍ବପୁରୁଷମାନଙ୍କୁ ସ୍ନାନ କରିବା, ଦାନ କରିବା ଏବଂ ପୂଜା କରିବା ପାଇଁ ଏକ ନିୟମ ଅଛି। ବିଶ୍ୱାସ କରାଯାଏ ଯେ ସ୍ନାନ କରିବା, ଦାନ କରିବା ଏବଂ ପୂର୍ବପୁରୁଷଙ୍କୁ ପୂଜା କରିବା ଦ୍ୱାରା ଶନି…
ମେଷ: – ଆଜି ଏକ ଭଲ ଦିନ ହେବ। ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ। କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବନ୍ଦ ହୋଇଥିବା ଟଙ୍କା ମିଳିପାରିବ। କୌଣସି କାରବାରରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ। ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ। କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ । ସ୍ୱାସ୍ଥ୍ୟ ଭଲ ହେବ। ସ୍ଥଗିତ କାର୍ଯ୍ୟ କରାଯାଇପାରିବ।…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ। ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି KPIs (Key Performance Indicators) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସପ୍ଲେ; ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି…

