ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ କୃଷି ଯନ୍ତ୍ରପାତି ବିକି୍ର ୨୦୨୨-୨୩ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଆଜି କୃଷି ଭବନଠାରେ କୃଷି ଯନ୍ତ୍ରପାତି/ଉପକରଣ/ଯନ୍ତ୍ରାଂଶ ନିର୍ମାତାମାନଙ୍କ ଏକ ବୈଠକରେ ଯୋଗଦେଇ ଡ. ପାଢ଼ୀ କହିଛନ୍ତି ଯେ ରାଜ୍ୟର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବା ନିମନ୍ତେ ବିଭାଗ ପକ୍ଷରୁ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫସଲ ବିବିଧିକରଣ କରାଯାଇ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ କରି କୃଷକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯନ୍ତ୍ରପାତିର ବ୍ୟବହାର କରି ମାନବସମ୍ବଳର ସମସ୍ୟାର ସମାଧାନ କରାଯାଇପାରିଛି। ଏଥି ସହିତ…
Author: Samikhsya Bureau
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ତୂଳା : – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ।
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସାରା ଦେଶରେ ୯୧ଟି ଏଫ୍ଏମ୍ ରେଡ଼ିଓ ଟ୍ରାନ୍ସମିଟରର ଶୁଭାରମ୍ଭ କରିଛନ୍ତି। ଏହି ୯୧ଟି ଏଫ୍ଏମ୍ ରେଡ଼ିଓ ଟ୍ରାନ୍ସମିଟର ମଧ୍ୟରୁ ଓଡ଼ିଶାରେ ମଧ୍ୟ ୭ଟି ଏଫ୍ଏମ୍ ରେଡ଼ିଓ ଟ୍ରାନ୍ସମିଟରର ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଙ୍କ ସମେତ ପ୍ରସାର ଭାରତୀର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଓଡ଼ିଶାର କେନ୍ଦ୍ରାପଡ଼ା, ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ଫୁଲବାଣୀଠାରେ ଏହି ଏଫ୍ଏମ୍ ରେଡ଼ିଓ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଛି।
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ୧୭୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ବିଧାନସଭା ପରିସରସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବପ୍ରସାଦ…
ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ। ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ…
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୂଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ବିଭାଗର ସ୍ୱଚ୍ଛତା ବଜାୟ ଲକ୍ଷ ନେଇ ସମ୍ପୁର୍ଣ୍ଣ ଡିଜିଟାଇଜେସନ୍ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି। ଏଣିକି ବିଭାଗର ସମସ୍ତ ପ୍ରକଳ୍ପ ଅନ୍ଲାଇନରେ ଅପଲୋଡ ହେବା ସହିତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯଥା: ପ୍ରଶାସନିକ ଅନୁମୋଦନ, ଇ-ମେଜରମେଣ୍ଟ, ପ୍ରୋକ୍ୟୋରମେଣ୍ଟ ଆଦି ଅନ୍ଲାଇନ୍ ମାଧ୍ୟମରେ ହେବ। ଯେ କୌଣସି ପ୍ରକଳ୍ପ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକଟି କାର୍ଯ୍ୟକୁ ଭିଡିଓଗ୍ରାଫି/ ଫଟୋଗ୍ରାଫି ମାଧ୍ୟମରେ ଉତ୍ତୋଳନ କରାଯାଇ ଦସ୍ତାବିଜ ପ୍ରସ୍ତୁତ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯିବା ଆଦି ସଂପର୍କରେ ବିଭାଗକୁ ଆସିଥିବା ଅଭିଯୋଗପତ୍ର ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟ ବେଆଇନ ଓ ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସାସେବାକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ଏବଂ ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶା ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ସଂଶୋଧନ ଆଇନ-୨୦୨୦ର ଧାରା ୨ର ଉପଧାରା (୯) ଅନୁଯାୟୀ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟ ଯଥା- ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା ଡିସ୍ପେନ୍ସାରୀ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା…
ସୀତାରାମ ଅଗ୍ରୱାଲ ବାଣପୁର: ମଧୁବାବୁଙ୍କ ଜୟନ୍ତୀ ଏବଂ ଅଧିବକ୍ତା ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ। ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ।…
ଭୁବନେଶ୍ଵର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି। ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ କ୍ଷେତ୍ର ଯଥା: କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ଦକ୍ଷତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍ଘାଟନ କରିଛନ୍ତି। ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ। ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ। ଏହି ଅବସରରେ ଉଦ୍ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଭାରେ ଉପସ୍ଥିତ ଥିବା ଅନେକ ପଦ୍ମ ପୁରସ୍କାର ବିଜେତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିବସଟି ଆକାଶବାଣୀର ଏଫ୍ଏମ୍ ସେବା ପ୍ରସାରଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ଯଥାର୍ଥରେ ସର୍ବଭାରତୀୟ ବା ଅଲ ଇଣ୍ଡିଆ ଏଫଏମ୍ ସେବା ହେବାକୁ ଯାଇଛି। ଆଜି ଉଦ୍ଘାଟିତ ହୋଇଥିବା ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ୮୫ଜିଲ୍ଳାର ଦୁଇକୋଟି ଜନତାଙ୍କ ପାଇଁ ଏକ ଉପହାର ସଦୃଶ। ଏହା ଭାରତର ବିବିଧତା ଓ ବର୍ଣ୍ଣାଳୀର ସ୍ପର୍ଶ ପ୍ରଦାନ କରୁଛି। ସେ ଆହୁରି କହିଥିଲେ ଯେ ଏହି ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ଆକାଂକ୍ଷୀ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାାହିତ୍ୟ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପ୍ରାତଃ ସମୟରେ ପାଳିତ ହୋଇଯାଇଛି। ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହକୁ ଆଧାର କରି ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ବନ୍ଦଥିବା ସତ୍ତ୍ୱେ ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକାଙ୍କ କର କମଳରେ ମଧୁବାବୁଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ମଧୁବାବୁଙ୍କ ଆଦର୍ଶ ଆମ ସଭିଙ୍କ ପାଇଁ ପ୍ରେରଣା ଓ ଆହ୍ୱାନର ବିଷୟ ବୋଲି ନିଜ ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ସହିତ ଓଡ଼ିଶାମାଟି ପାଇଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଥିବା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନଳିନୀକାନ୍ତ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ମିଟୁ ନାୟକ, ରବି ନାୟକ, ଉପ ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ମୁରଲୀ ସାମନ୍ତସିଂହାର, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମ, ବୀରଭଦ୍ର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଦୀର୍ଘ ଚାରି ଦଶନ୍ଧି ଧରି ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବା ଲାଗି ବାଣପୁର ଜନ ସାଧାରଣ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା କେଉଁ ଆଧାରରେ ଏବଂ କାହା ସ୍ୱାର୍ଥରେ ବାଲୁଗାଁରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରେଡାଗଡସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଆଦି ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦଲ୍ୟ, ମଠର ଶିଷ୍ୟଗଣ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଏସବୁ ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ସାତଭାୟା ଗ୍ରାମପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏଠାରେ ଥଇଥାନ…
ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଆଗାମୀ ରକ୍ଷା ବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ଗୋଟିଏ ମାଗଣା ସ୍ମାର୍ଟଫୋନ୍ ଦେବେ। ଏହି ସ୍ମାର୍ଟଫୋନରେ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍ ମଧ୍ୟ ମାଗଣା ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ଏହି ଘୋଷଣା କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରି ଗେହଲୋଟ୍ କହିଛନ୍ତି ଯେ, “ଆମେ ଚିରଞ୍ଜୀବୀ ଯୋଜନାରେ ସମସ୍ତ ମହିଳାଙ୍କୁ (ପରିବାରର) ମୁଖିଆ କରିଛୁ। ୧.୩୫ କୋଟି ମହିଳା ଘରର ମୁଖ୍ୟ ହୋଇଛନ୍ତି। ଏହି ମହିଳାମାନେ ତିନି ବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ। ଆମେ ସ୍ଥିର କରିଛୁ ଯେ, ରକ୍ଷା ବନ୍ଧନ ଉପରେ ରାଜସ୍ଥାନରେ ମହିଳାମାନଙ୍କୁ ଏକକାଳୀନ ୪୦ ଲକ୍ଷ ସ୍ମାର୍ଟଫୋନ୍ ଦିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖମନ୍ତ୍ରୀ ଡିଜିଟାଲ୍ ସେବା ଯୋଜନା ଅଧୀନରେ ୨୦୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଙ୍କ ବଜେଟ୍ ଘୋଷଣା ଅନୁଯାୟୀ, ଚିରଞ୍ଜୀବୀ ପରିବାରର ମହିଳା ମୁଖ୍ୟମାନଙ୍କୁ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ବ୍ୟବହାର ସହିତ ସ୍ମାର୍ଟ…
ନୂଆଦିଲ୍ଲୀ: ୨୦୨୦ ମସିହାରେ ମହାରାଷ୍ଟ୍ର ସରକାର ପାଲଘରରେ ତିନିଜଣ ସାଧୁଙ୍କ ଲିଞ୍ଚିଂ ମାମଲା ଉପରେ ଏକ ବଡ ଖବର ଆସିଛି। ସିବିଆଇ ତଦନ୍ତ ଲାଗି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ଠାରୁ ସବୁଜ ସଂକେତ ମିଳିଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେଣୁ ଆଉ କୌଣସି ନିର୍ଦ୍ଦେଶର ଆବଶ୍ୟକତା ନାହିଁ। ଏହା କହି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବନ୍ଦ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ସମୟରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ ଯେ, ସିବିଆଇକୁ ତଦନ୍ତ ହସ୍ତାନ୍ତର କରିବାକୁ କେଉଁ ପଦକ୍ଷେପ ନିଆଯାଇଛି? ମହାରାଷ୍ଟ୍ର ସରକାର ଏହାର ଉତ୍ତର ଦେବାକୁ ୨ ସପ୍ତାହ ସମୟ ମାଗିଥିଲେ। ମହାରାଷ୍ଟ୍ର ରାଜ୍ୟ ପରାମର୍ଶଦାତା ସିଦ୍ଧାର୍ଥ ଧର୍ମାଧିକାରୀ କହିଛନ୍ତି ଯେ, ସେ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଆଜି…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ପ୍ରସଙ୍ଗରେ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଆଜି ତାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ବର୍ତ୍ତମାନ ସିସୋଦିଆ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବେ। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଛି। ଇଡି କହିଛି ଯେ, ଏହି ଅନୁସନ୍ଧାନ ଏକ ଗୁରୁତର ପର୍ଯ୍ୟାୟରେ ଅଛି ଏବଂ ବରିଷ୍ଠ AAP ନେତା ଏହି ନୀତିର ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଇମେଲ ତିଆରି କରିଥିଲେ।
ନୂଆଦିଲ୍ଲୀ: ଗାଡି ଚଳାଇବା ସମୟରେ ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ଥିଲେ ବି ଆପଣଙ୍କ ଗାଡିର ଚାଲାଣ କଟାଯାଇପାରିବ। କାରଣ ସମସ୍ତ ଡକ୍ୟୁମେଣ୍ଟ୍ ସହିତ ଟ୍ରାଫିକ୍ ନିୟମ ପାଳନ କରିବା ବାଧ୍ୟତାମୂଳକ, ଯାହା ଲୋକମାନେ ପ୍ରାୟତଃ ଉଲ୍ଲଂଘନ କରନ୍ତି। ଅନେକ ଥର ଆମ ଗାଡିର ଚାଲାଣ କଟାଯାଇଥାଏ,କିନ୍ତୁ ଏସବୁ ବିଷୟରେ ଆମକୁ ଅବଗତ ନଥାଏ। ତେଣୁ, ଯଦି ଆପଣ କୌଣସି ଯାନ ମଧ୍ୟ ବ୍ୟବହାର କରନ୍ତି, ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଗାଡି ପାଇଁ କୌଣସି ଚାଲାଣ କଟାଯାଇଛି କି ନାହିଁ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହାକୁ କିପରି ଯାଞ୍ଚ କରାଯିବ, ତା’ପରେ ଆପଣଙ୍କ ସୂଚନା ପାଇଁ, ଆସନ୍ତୁ ଆପଣଙ୍କୁ କହିବା ଯେ ଆପଣ ଘରେ ବସି ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଅନଲାଇନରେ ଚେକ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ଆପଣଙ୍କର ଗାଡି ଚାଲାଣକୁ ଅନଲାଇନରେ ଯାଞ୍ଚ କରିବେ। ଇ-ଚାଲାଣ କିପରି…
ଜୀବନ ଶୈଳୀ: ଛୋଟ ପିଲାମାନଙ୍କ ଉପରେ ଗ୍ରୀଷ୍ମ ଋତୁର ପ୍ରଭାବ ଅଧିକ ଦେଖାଯାଏ। ଯଦି ସେମାନଙ୍କର ଚର୍ମ ନରମ, ତେବେ ଉତ୍ତାପ ହେତୁ ଏହା ଶୀଘ୍ର ପ୍ରଭାବିତ ହୁଏ। ଏହି ଋତୁରେ ପିଲାମାନଙ୍କ ଚର୍ମରେ ଘା’ ଏବଂ ଘିମିରି ଦେଖାଯାଏ। ଏହି ସମସ୍ୟା ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଦେଖାଯାଏ। ଗାଁରେ ପିଲାମାନେ ଏହିପରି ସମସ୍ୟା ହେତୁ ବହୁତ ହଇରାଣ ହୁଅନ୍ତି। କିଛି ଜୀବାଣୁ ହେତୁ ସେମାନଙ୍କ ମୁଣ୍ଡରେ ପିମ୍ପଲ୍ ବାହାରିଥାଏ। ଏହି ଜୀବାଣୁକୁ ଷ୍ଟେଫିଲୋକୋକସ୍ ଆରିଅସ୍ କୁହାଯାଏ। ଏହି କାରଣରୁ, ଅନେକ ପ୍ରକାରର ସମସ୍ୟା ହୋଇପାରେ। ଆସନ୍ତୁ ଶିଶୁରୋଗ ବିଶେଷଜ୍ଞଙ୍କଠାରୁ ଶିଖିବା ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟାର କାରଣ ଏବଂ ସେଗୁଡିକୁ କିପରି ଏଡାଇ ହେବ…. ଗ୍ରୀଷ୍ମ ପ୍ରବାହରେ ପିଲାମାନଙ୍କୁ ଘିମିରି କାହିଁକି ହଇରାଣ କରେ? ଶିଶୁରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଏବଂ ଝାଳ ହେତୁ ଲୋମ ଛିଦ୍ର ବନ୍ଦ ହେବା ଆଶଙ୍କା ବଢିଯାଏ। ଏହି…
ଭୁବନେଶ୍ଵର: ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେଲା ମ୍ୟୁଜିକାଲ ପ୍ଲେ “ଦେବଦାସ”। ଅରୋମିରା ଏଣ୍ଟରଟେନମେଣ୍ଟ , ଆମରା ମ୍ୟୁଜିକ ସହଭାଗିତା ରେ ଆଣିଲା ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଉପଭୋଗ କରିଥିଲେ। ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ୍ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଥିଲେ ରାଣୋ ଜୟ, ପାରୋ ଭୂମିକାରେ ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନେତ୍ରୀ ବୈଶାଳୀ ଅଭିନୟ କରିଥିଲେ। ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ଏହି ମ୍ୟୁଜିକାଲ ପ୍ଲେ “ଦେବଦାସ” ପ୍ରଦର୍ଶିତ ହୋଇଥିଲା। “ଦେବଦାସ” ମ୍ୟୁଜିକାଲ ପ୍ଲେ ର ରଚନା କରିଥିଲେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ।…

