ରଣପୁର: ଗତକାଲି ରଣପୁର ବିଡ଼ିଓ ଏକ ଚିଠି ବାହାର କରିଥିଲେ, ଯେଉଁଥିରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏସ.ଇ.ବି.ସି. ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି କରାଯାଇଥିବା ସୂଚନା ରହିଥିଲା। ଏହି ଚିଠି ଶିକ୍ଷକମାନଙ୍କ ନିକଟରେ ପହଂଚିବା ପରେ ଶିକ୍ଷକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ବିରୋଧ କରିଥିଲେ। କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଶିକ୍ଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ ବୋଲି ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି। ଏହାକୁ ବିରୋଧ କରି ଏକ ଦାବିପତ୍ର ମଧ୍ୟ ରଣପୁର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଙ୍ଘ, ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରଥିଲେ।
Author: Samikhsya Bureau
ରଣପୁର: ଆଜି ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ସାଧନ କେନ୍ଦ୍ର କର୍ମୀ ଜ୍ୟୋତି ରଞ୍ଜନ କର, ସ୍ଥାନୀୟ କାଉନସିଲର ରମେଶ ଚନ୍ଦ୍ର ନାୟକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରକାଶ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସାହିତ୍ୟିକ ରାଜ କିଶୋର ପଟ୍ଟନାୟକ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ…
ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍ଟି ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍ର ମଜା ନେଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଅପ୍ରେଲ୍ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଆଜି ଶେଷ ଦିନରେ ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜିଓ ଷ୍ଟଲ୍ରେ ଜିଓର ଅଭିନବ ଭର୍ଚୁଆଲ୍ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍ର ବ୍ୟବହାରର ଅନୁଭୂତି ନେଇଛନ୍ତି। ଏଥି ସହିତ ସେ ଜିଓ ଡାଇଭ୍ ଓ ଜିଓ ଗ୍ଲାସ୍ର ଅନୁଭୂତି ନେଉଥିବା ଛାତ୍ରଛାତ୍ର ଓ ଯୁବପିଢ଼ିଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ,…
ଜୀବନଶୈଳୀ: ଆଜିର ଯୁଗରେ, ଫ୍ରିଜ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରାୟତଃ ଆମେ ଫ୍ରିଜରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରିଥାଉ। ଫଳ, ପନିପରିବା, ଚକୋଲେଟ୍, ଅଣ୍ଡା ଇତ୍ୟାଦି ବଜାରରୁ ଆଣିବା ପରେ ତୁରନ୍ତ ଫ୍ରିଜରେ ରଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଜିନିଷଗୁଡ଼ିକୁ ଫ୍ରିଜରେ ରଖିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ, ସେଗୁଡିକର ପୁଷ୍ଟିକର ମୂଲ୍ୟ କମିଯାଏ। କେବଳ ସେଗୁଡିକର ସ୍ୱାଦ ପରିବର୍ତ୍ତନ ହୁଏ ନାହିଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା…. ଏହି ଖାଦ୍ୟ ସାମଗ୍ରୀକୁ ଫ୍ରିଜରେ ରଖିବା ଠାରୁ ଦୂରେଇ ରୁହନ୍ତୁ: ପାଉଁରୁଟି- ଯେତେବେଳେ ଲୋକମାନେ ବଜାରରୁ ଏକ ପ୍ୟାକେଟ୍ ପାଉଁରୁଟି କିଣନ୍ତି, ସେମାନେ ଏହାକୁ ସିଧାସଳଖ ଫ୍ରିଜରେ ରଖନ୍ତି। କିନ୍ତୁ ଏହା କରିବା ଦ୍ୱାରା ପାଉଁରୁଟି ଶୁଖିଯାଏ ଏବଂ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। ଏହା ହଜମ ଜନିତ ସମସ୍ୟା ସୃଷ୍ଟି କରିପାରେ। କଦଳୀ-…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଚୋରା ମଦର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ କିଛି ଦିନ ହେବ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଅବକାରୀ ଏସପି ଯଶକେତନ ବରିହାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଦାମିଆ ବରବରା ନିକଟସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ୧୨ ହଜାର ଲିଟର ଦେଶୀ ପୋଚ ନଷ୍ଟ କରିବା ସହ ୯ ଶହ ଲିଟର ଦେଶୀ ମଦ ଜବତ କରିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ…
ଗାଜିପୁର: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଆଜି ସାଂସଦ-ବିଧାୟକ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବଖର ଜେଲରେ ଥିବା ମୁଖତାର୍ ଅଂସାରୀଙ୍କୁ କୋର୍ଟ ରାୟ ଶୁଣାଇଛନ୍ତି। ଏହି ମାମଲାରେ ମୁଖତାର୍ ଅଂସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ କୃପାନିଧି ପେଣ୍ଠ ଗ୍ରାମର ରାଧାମୋହନ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚଣ୍ଡୀ ମନ୍ଦିର ସାହିରେ କିଛି ବଂଧୁ ମାନଙ୍କ ସହ ରହି ପାଠ ପଢ଼ିବା ସହ ଚାକିରି ପାଇଁ ଚେଷ୍ଟା କରୁଥିଲେ ଓ ବହୁ ପ୍ରତିଯୋଗିତା ମୁଳକ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହୋଇଥିଲେ। କିନ୍ତୁ ବହୁବାର ବିଫଳ ହେବା ପରେ ମାନସିକ ଚାପରେ ରହି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଘଟଣାରୁ ପ୍ରକାଶ ଯେ, ରାଧାମୋହନ ଆତ୍ମହତ୍ୟାର କିଛି ସମୟ ପୁର୍ବରୁ ନିଜ ଭାଇ କୈଳାଶ ପାତ୍ରଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଜରିଆରେ ମୁଁ ବହୁତ ଦୁଃଖିତ ବୋଲି ଉଲ୍ଲେଖ କରିଥିଲେ। ଭାଇ ଉକ୍ତ ବାର୍ତ୍ତା ପଢି ଅନ୍ୟ ବନ୍ଧୁମାନଙ୍କୁ ପଚାରିଲା ବେଳେ ସେମାନେ ଅସହ୍ୟ ଗରମ ଛାତ ଉପରେ ଶୋଇଛନ୍ତି ଓ ରାଧାମୋହନ ଘରେ ଶୋଇଛି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା କର୍ମଚାରୀମାନେ ମୋହନା ବଡଗଡ ରାସ୍ତାର କେଶୁରା ଛକରେ ପଇଁତରା ମାରୁଥିଲେ। ଠିକ ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯେଉଁଥିରୁ ୬ ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ଏବଂ ଚାଲାଣକାରୀ ଯୁବକ ଫିରୋଜ ମଳିକକୁ ଥାନାକୁ ଆଣି ଜେରା କରଯାଇଥିଲା। ତେବେ ସେ ଉକ୍ତ ଗଞ୍ଜେଇକୁ ଏହି ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ରାଜି ହୋଇଥିଲା। ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ କେଶ୍ ନଂ ୫୬/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
ନୂଆଦିଲ୍ଲୀ: ଦେଶର ଶୀର୍ଷ ରେସଲରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି। ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗଟଙ୍କ ସହ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଅମିତ ଶାହାଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ଘଣ୍ଟା ପରେ ଦୁଇଟି ମାମଲା ପଞ୍ଜୀକୃତ କରିଛି। ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ ପୋଲିସ ମାମଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ସ୍ୱାଗତ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତ୍ରରରେ ଧାରଣାରେ ବସିବା ପୂର୍ବରୁ କୁସ୍ତିଯୋଦ୍ଧାମାନେ ଏହି ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ରିପୋର୍ଟକୁ ଅପେକ୍ଷା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୧୭୧ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୯୪,୧୩୪ ପରୀକ୍ଷା କରାଯାଇଛି। ବର୍ତ୍ତମାନ ଭାରତରେ କରୋନାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ୩୧୪ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୬୬୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ୫୬ ହଜାର ୬୯୩ କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ‘ଅପରେସନ୍ କାବେରୀ’ ଅଧୀନରେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତ ସରକାର ଫେରାଇ ଆଣିଛନ୍ତି। ଏହି ସମୟରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଜଣ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀରେ ପହଞ୍ଚିଛି। ଭାରତୀୟ ପରିବହନକାରୀ ଇଣ୍ଡିଗୋ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଜେଦ୍ଦାରୁ ଯାତ୍ରା କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ୨୩୧ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି ବୋଲି ମୁରଲୀଧରନ ଟ୍ୱିଟ କରିଛନ୍ତି।
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଲେଖା ନିୟନ୍ତ୍ରିକା ଶ୍ରୀମତୀ ଦିବାରାଣୀ ଦୋରାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ୪ ଜଣ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସେମାନଙ୍କର ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇଥିଲା। କ୍ରମାଗତ ଭାବେ ଦୁଇ ବର୍ଷ ଧରି ଆର୍ଥିକ ବର୍ଷ ସମାପ୍ତ ହେବାର ମାତ୍ର ଏକମାସ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇପାରୁଛି ଯାହାକି କାର୍ଯ୍ୟାଳୟର ଦକ୍ଷତାକୁ ପରିପ୍ରକାଶ କରୁଛି । ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ତ୍ରୟମାସିକ ଆକାଉଣ୍ଟ ଏକତ୍ରିକରଣ ସମ୍ପୂର୍ଣ୍ଣ ହେବା ହେତୁ ଏହି ସୁବିଧା ଉପଲବ୍ଧ କରାଯାଇପାରୁଛି। ଏତଦଦ୍ଵାରା ଅନୁ୍ୟନ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳବାଇ ଡିପୋରୁ ସିଗନାଲ କେବୁଲ ଚୋରି ଅଭିଯୋଗ ହୋଇଥିଲା। ଯାହାପରେ ବାଲୁଗାଁ ଆରପିଏଫ ତଦନ୍ତ ଆରମ୍ଭ କରିଥିଲା। ଏବଂ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଷ୍ଟେସନ ରୋଡର ମୋହନ ପ୍ରଧାନ (୫୮) ଏବଂ ଗଞ୍ଜାମ ଜିଲ୍ଲା ଭେଜିପୁର ଗ୍ରାମର ବେପାରି ସୁନୀଲ କୁମାର ସାହୁ (୨୬)। ସୂଚନା ମୁତାବକ ଗତ ୨୭ ତାରିଖ ଦିନ ବାଲୁଗାଁ ରେଳବାଇ ଡିପୋରୁ ୩୦ ମିଟର ସିଗନାଲ କେବୁଲ ଚୋରି ହୋଇଥିବାର ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲୁଗାଁ ଆରପିଏଫ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ଖୋଦ ଆଇଆଇସି ଏହାର ତଦନ୍ତ ଜାରି ରଖିଥିଲେ। ତେବେ ସିସିଟିଭି ଫୁଟେଜ ଏବଂ ଗୁଇନ୍ଦା ଆଧାରରେ ଆରପିଏଫ କେବୁଲ ଚୋରି କରିଥିବା ଅଭିଯୁକ୍ତ ମୋହନ…
ବାସ୍ତୁ ଶାସ୍ତ୍ର: ଦୁନିଆ ଯେତେ ଦୂର ଯାଇଛି ନା କାହିଁକି, କିନ୍ତୁ ଘରେ ଟଙ୍ଗାଯାଇଥିବା ଘଣ୍ଟା ଏବେ ମଧ୍ୟ କାନ୍ଥର ସୌନ୍ଦର୍ଯ୍ୟ ବଢାଉଛି। ଘଣ୍ଟା ପ୍ରାୟତଃ ଭଲ ସମୟ ସହିତ ଜଡିତ। କୁହାଯାଏ ଯେ, ଯଦି ଘଣ୍ଟା ଘରେ କ୍ରମାଗତ ଭାବରେ ଚାଲୁଥାଏ, ତେବେ ଜୀବନ ମଧ୍ୟ ସମାନ ମାର୍ଗରେ ଆଗକୁ ବଢି ଚାଲିଥାଏ। ବାସ୍ତୁ ଶାସ୍ତ୍ର ବିଷୟରେ କଥାବାର୍ତ୍ତା କରି ଘରର ଦିଗ ବିଷୟରେ ଅନେକ ପରାମର୍ଶ ଦିଆଯାଇଛି। ବାସ୍ତୁ ଶାସ୍ତ୍ରୀ ମଧ୍ୟ ଘଣ୍ଟା ସମ୍ବନ୍ଧରେ ପରାମର୍ଶ ଦେଇଛନ୍ତି ଯେ, ଏହାକୁ କେଉଁଠାରେ, କିପରି ଏବଂ କେଉଁ ଅବସ୍ଥାରେ ଟଙ୍ଗାଯିବା ଉଚିତ୍। ଏଥି ସହିତ ବାସ୍ତୁରେ ଘଣ୍ଟା ଘରର ଆର୍ଥିକ ସ୍ଥିତି ସହିତ ମଧ୍ୟ ଜଡିତ। ଏଠାରେ ଜାଣନ୍ତୁ ଘରର କେଉଁ ଦିଗରେ ବାସ୍ତୁ ଘଣ୍ଟା ରଖିବାକୁ ପରାମର୍ଶ ଦିଏ ନାହିଁ ଏବଂ କେଉଁ ଦିଗକୁ ଘଣ୍ଟା ଟାଙ୍ଗିବା ଆର୍ଥିକ ସମସ୍ୟାର କାରଣ ବୋଲି ବିବେଚନା କରାଯାଏ। ଘଣ୍ଟା ପାଇଁ ବାସ୍ତୁ…
ଭୁବନେଶ୍ୱର: ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍ ଆନୁକୂଲ୍ୟରେ ସେରିଫେଡ୍ର କାର୍ଯ୍ୟାଳୟ ପରିସରରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେରିଫେଡ୍ର ସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡ୍ର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡ୍ର ସଂପାଦକ ଡ. ପୁରୁଷୋତ୍ତମ ଦାଶ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ସହିତ ବୃକ୍ଷରୋପଣ କରିଥିଲେ। ଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ତ୍ୱ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ସେରିଫେଡ୍ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସେରିଫେଡ୍…
ନୂଆଦିଲ୍ଲୀ: ଆଞ୍ଚଳିକ ସଂଯୋଗୀକରଣ ଯୋଜନା ବା ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆର୍ସିଏସ୍) ଉଡାନ୍ ଯୋଗେ ୬ ବର୍ଷ ପୂର୍ବେ ଶିମଲାକୁ ଦିଲ୍ଲୀ ସହ ସଂଯୋଗ କରି ବିମାନ ଉଡ଼ାଣ କରିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି। ୪୭୩ ରୁଟ୍ ଏବଂ ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମ୍ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର ହୋଇପାରିଛି ବୋଲି ଟୁଇଟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ୯ ବର୍ଷରେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ବିମାନବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଇଛି, ନୂଆ ବିମାନବନ୍ଦର ନିର୍ମାଣ ଦ୍ରୁତଗତିରେ ହେଉଛି ଏବଂ ରେକର୍ଡ ସଂଖ୍ୟାରେ ଲୋକ ଉଡ଼ାଣ କରୁଛନ୍ତି। ଏହି ବର୍ଦ୍ଧିତ ଯୋଗାଯୋଗ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବେଶ୍ ପ୍ରୋତ୍ସାହିତ କରିଛି।
ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ-୨୦୨୩ରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନିଗମର ପରିଚାଳନା ନିର୍ଦ୍ଦେର୍ଶକ ଗଣେଶ୍ୱର ଜେନାଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଣ୍ୟାଗାରଗୁଡିକର ସୁପରିଚାଳନା ପାଇଁୱେୟାରହାଉସ ମ୍ୟାନେଜମେଣ୍ଟ ସଲ୍ୟìସନର କାର୍ଯ୍ୟକାରିତା ନିମନ୍ତେ ନିଗମକୁ ସ୍କଚ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ନିଗମର ୪୪ଟି ପଣ୍ୟାଗାର ୱେୟାରହାଉସିଂ ଡେଭ୍ଲପ୍ମେଣ୍ଟ ଆଣ୍ଡ ରେଗୁଲେଟୋରୀ ଅଥରିଟି (ଡବ୍ଳୁ୍ୟଡିଆର୍ଏ) କର୍ତ୍ତୃପକ୍ଷଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବାରୁ କୃଷକ ଓ ଜମାକାରୀମାନେ ଗୋଦାମରେ ଗଚ୍ଛିତ ଶସ୍ୟ ପାଇଁ ହସ୍ତାନ୍ତର ଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କ ଋଣର ସୁବିଧା ପାଇପାରିବେ। ପଣ୍ୟାଗାରଗୁଡିକର ବ୍ୟବସାୟିକ ପରିଚାଳନାକୁ ମୂଲ୍ୟାୟନ କରାଯାଇ କର୍ମକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତତ୍ତ୍ୱାବଧାରକମାନଙ୍କୁ ପୁରସ୍କୃତ କରାଯିବା ପାଇଁ…
ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ କରୁଥିବା ଏକ ପ୍ରତିସ୍ବରୂପ ସୃଷ୍ଟି କରାଯାଇଥିଲା। ଏମ୍ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏପରି ମାନବଶୃଙ୍ଖଳ ବେଶ ଆକର୍ଷଣୀୟ ହୋଇଥିଲା। ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ବିଷୟବସ୍ତୁର ବିଶେଷତାକୁ ସାରା ବିଶ୍ବରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଏମ୍ସର ଛାତ୍ରଛାତ୍ରୀ। ଏମ୍ସ ଭୁବନେଶ୍ୱର ପକ୍ଷରୁ ଜି୨୦ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍ର ବ୍ୟବହାର ସମେତ ପାର୍ଶ୍ୱିବର୍ତ୍ତୀ ଗ୍ରାମଗୁଡିକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏମ୍ସର…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସମାଜକୁ ବହୁ ନୀତି ବାଣୀ ପ୍ରଦାନ କରିଛନ୍ତି। ସେହିପରି ଏକ ବାଣୀ ହେଲା ଯେ, ଗୋପନୀୟ କଥାକୁ ବାହାରେ ପ୍ରଘଟ କଲେ ମଣିଷର ଅବସ୍ଥା କଣ ହୁଏ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ କହିବା କଥା ହେଲା ଯେ, ଯଦି ଜଣେ ଗୋପନ କଥା ବାହାରେ ପ୍ରଘଟ କଲା ତେବେ ତାହାର ଅବସ୍ଥା ପରବର୍ତ୍ତି ସମୟରେ ଭଲ ହେବ ନାହିଁ। ଏହାର ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସାପ ମୁଷା ଗାତରେ ପଶିରେ ଲାଭ ଅଛି। ହେଲେ ସେ ଯଦି ଉଈ ହୁଙ୍କାରେ ପଶିଲା ତେବେ ସାପ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଉଈଙ୍କ ଦ୍ବାରା ତାହାର ମୃତ୍ୟୁ ହୋଇଯାଏ। ସେହପିର ଖଳ ପ୍ରକୃତିର ଲୋକେ ନିଜର ବାହାଦୂରୀ ଦେଖାଇବା ପାଇଁ ଗପନ କଥା ପ୍ରକାଶ କରନ୍ତି। ସେହି ସମୟରେ ସେ ହୁଏତ ଭଲ ହୋଇପାରେ। ହେଲେ ପରବର୍ତ୍ତି…
ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପିଏମ୍-ପୋଷଣ, ୟୁଏନ୍ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ଅବସରରେ ଯାଜପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ର ଭାରତ ନିର୍ଦ୍ଦେଶିକା ଏଲିଜାବେଥ୍ ଫରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ…
ବିଛା: – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ମକର : – ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ ।

