Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ
ଆଜିର ଖବର

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା' ଭଗବତୀ

ବାଣପୁର: ଓଡ଼ିଶାର ଗଣପର୍ବ ରଜ ଉତ୍ସବରେ ବାଣପୁର ଅଞ୍ଚଳର ପୁରପଲ୍ଲୀ ସହର ବଜାର ଚଳଚଞ୍ଚଳ। ଘରେ ଘରେ ପାରମ୍ପରିକ ପୋଡ଼, ଏଣ୍ଡୁରୀ,ମଣ୍ଡା, କାକାରା, ଆରିସା ,ପିଠା ପଣା ର ମହମହବାସ୍ନା ସାଙ୍ଗକୁ କୁମାରୀମାନଙ୍କ ରଜଦୋଳି ଗୀତ “ବନସ୍ତେ ଡାକିଲାଗଜ” ର ସମବେତ ସ୍ୱର ଗ୍ରାମ୍ୟଜୀବନ କୁ ସରସସୁନ୍ଦର ଚ଼ଳଚ଼ଞ୍ଚଳ କରିଦେଇଛି। ଗ୍ରାମ୍ୟ କିଶୋରଙ୍କ ବାଡ଼ି, ଲଉଡ଼ି, ଖେଳ ସହିତ ଚାଷିଭାଇଙ୍କର ଦଳଦଳ ହୋଇ ଗାମୁଣ୍ଡ ଆମ୍ବତୋଟା ଛାଇ, ଗାଁମଣ୍ଡପରେ ବସି ଚ଼ାସ ଖେଳର ମାହୋଲର ଆନନ୍ଦ ଅବର୍ଣ୍ଣନୀୟ। ଗ୍ରାମ୍ୟ କୁମାରୀମାନେ ସାଥୀ ହୋଇ ନୂଆ ପୋଷାକ ନୂଆ ଶାଢ଼ି ସହିତ ହାତରେ ମେହେନ୍ଦି ପାଦରେ ଅଳତା, ଭଳି ଭଳିକା ଗହଣାଗାଣ୍ଠି ପିନ୍ଧି ଘରକୁ ଘର ବୁଲି ପିଠାପଣା ସହିତ ପାଚିଲା ଆମ୍ବ ପଣସ ଖାଇ ରଜଘରେ ବସି ନାଚଗୀତ ଦୋଳି ଖେଳରେ ମସ୍‌ଗୁଲ ହୋଇ ତିନିଦିନ ରଜପାଳି ବାର ଏହି ପ୍ରାଚୀନ ପରମ୍ପରା ଗାଁର ଜନଜୀବନ କୁ ପରିପୂର୍ଣ୍ଣ ଆନନ୍ଦ ପ୍ରଦାନ କରିଦେଇଛି।

ବାଣପୁରର ଆରାଧ୍ୟା ଦେବୀ ମାଭଗବତୀ ମଧ୍ୟ କୁମାରୀ କନ୍ୟାଙ୍କ ପରି ରଜ ପାଳନ କରିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ଚଳି ଆସିଛି। ପୀଠରେ ଏହି ପର୍ବ ଚ଼ାରିଦିନ ଧରି ଧୁମଧାମରେ ପାଳନ କରାଯାଏ। ପହିଲି ରଜର ପ୍ରତ୍ୟୁଷରୁ ମାଳିସେବକ ସଂଜୟ ମହାପାତ୍ର ମା’ଙ୍କ ଅଙ୍ଗରାଗ ତେଲହଳଦୀ, ଲଗାଇ ସୁବାଷିତ କର୍ପୁର, ଚନ୍ଦନ, ଅଗୁରୁ, ଗୋଲାପଜଳ ମିଶ୍ରିତ ଜଳରେ ମା’ଙ୍କୁ ମହାସ୍ନାନ କରାଇ ନୂତନ ପାଟବସ୍ତ୍ରରେ ବେଶ କରି ମହାପ୍ରସାଦ ଅର୍ପଣ ପରେ କର୍ପୁର ଆଳତି ସହ ରଙ୍ଗ ବେରଙ୍ଗର ପୁଷ୍ପାଳଙ୍କାର ପରିଧାନ କରାଇ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଇଥିଲେ। ପରେ ପୂଜକ ମା’ଙ୍କ ବଲ୍ଲଭ ଆଳତୀ ପରେ ମଧ୍ୟାହ୍ନରେ ଖେଚ଼ଡ଼ୀ ଡ଼ାଲି ଧୂପ ସହିତ ଖେଚ଼ଡ଼ି ଡ଼ାଲି ମାଛ ମହୁର, ଖୀରି, ଏଣ୍ଡୁରୀରେ ପୂଜା କରି ପହୁଡ଼ କରିଥିଲେ।

ଅପରାହ୍ନରେ ମାଠପୁଳି,ଖେଇ,ସରପୂଳି, ଖଜା ଧୂପପରେ ସଂଧ୍ୟା ଆଳତି ବଢ଼ି କାକରା କାନ୍ତି ଛେନାପଣା ଲାଗି ପରେ ରାତିରେ ବଡ଼ସିଂହାର ଦହି ପଖାଳକୁ ମାଛ ଗୁଣ୍ତି ଭଜା କାନ୍ତି କାକରାର ମହମହ ବାସ୍ନା ମନ୍ଦିର ପରିସରକୁ ମହକାଇ ଦିଏ। ପହିଲି ରଜରୁ ଶେଷରଜ ତିନି ଦିନ ଧରି ଓଡ଼ିଆ ଘରର ରଜସ୍ଵଳା ନାରୀ ପରି ମା’ ଏକ ବସ୍ତ୍ର ପିନ୍ଧି ରହିବାର, ମାନବୀୟ ଲୀଳାର ନିଆରା ପରମ୍ପରା ଏହି ପୀଠରେ ପ୍ରଚଳିତ ହୋଇ ଆସିଛି। ଏହି ତିନିଦିନ ସ୍ଥାନୀୟ ଅଞ୍ଚଳର କୁମାରୀମାନେ, ମହିଳା ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବାକୁ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ନାହିଁ। ସତର ତାରିଖ ବୁଧବାରେ ପର୍ବର ଶେଷ ଦିନ ବସୁମତି ସ୍ୱରୂପା ଠାକୁରାଣୀ ସ୍ନାନ ମା’ଙ୍କ ସୁବର୍ଣ୍ଣବେଶ। ଏହିଦିନ ବିଭିନ୍ନ ଜିଲ୍ଲାରୁ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଆସନ୍ତି। ଚଳିତ ବର୍ଷମନ୍ଦିର ଭିତରେ ଏହିଦିନ ମା’ଙ୍କଶୃଙ୍ଖଳା ଦର୍ଶନ ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବା କଥା ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

ଓଡିଶାର ଗଣପର୍ବ ପହିଲି ରଜ ବାଣପୁର ମା’ ଭଗବତୀ ରଜ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.