Author: Samikhsya Bureau

ଭୁବନେଶ୍ଵର: ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ପରିବହନ କ୍ଷେତ୍ରରେ ଏପରି କରିବାରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍ ଭାବେ ଭାରତୀୟ ରେଳରେ ଇତିହାସ ସୃଷ୍ଟି କରିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପୂର୍ବତଟ ରେଳପଥ ୯.୩୭ ମିଲିଅନ୍ ଟନ୍ ଅଧିକ ପଣ୍ୟ ପରିବହନ କରିଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୩୨.୧୩ ମିଲିଅନ ଟନ୍ ପଣ୍ୟ ପରିବହନ କରିଥିଲା। ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳର ଏକମାତ୍ର ରେଳପଥ ଯାହା ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ୨୨୦ ମିଲିଅନ୍ ଟନ୍‌, ୨୩୦ ମିଲିଅନ୍ ଟନ୍ ଏବଂ ୨୪୦ ମିଲିଅନ୍ ଟନ୍ ପଣ୍ୟ ପରିବହନର ମାଇଲଷ୍ଟୋନକୁ ଅତିକ୍ରମ କରିଛି। ଭାରତୀୟ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁ ଆସିଛି। ଏପ୍ରିଲ, ମେ ଏବଂ ଜୁନ୍ ମାସରେ ଉତ୍ତାପ ଶିଖରରେ ରହିଥାଏ। ଏହି ଋତୁରେ ରୋଗ ହେବାର ଆଶଙ୍କା ଅଛି। ଏହି ସମୟରେ, ପେଟ ସହିତ ଜଡିତ ଅଧିକାଂଶ ସମସ୍ୟା ଦେଖାଯାଏ। ଏହା ବ୍ୟତୀତ, ଯେତେବେଳେ ତାପମାତ୍ରା ବଢେ, କ୍ଷୁଧା ଏବଂ ତୃଷା କମିଯାଏ। ବାସ୍ତବରେ ଏହି ସବୁ ସମସ୍ୟା ଘଟିବା ପଛରେ କିଛି କାରଣ ଅଛି। ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଏପରି କିଛି ଭୁଲ୍ କରନ୍ତି, ଯେଉଁଥିପାଇଁ ଗ୍ରୀଷ୍ମ ଋତୁରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ଠାରୁ ଦୂରରେ ରହିଲେ ସ୍ୱାସ୍ଥ୍ୟ ଠିକ ରହିବ। ଥଣ୍ଡା ପାଣି/ମୃଦୁ ପାନୀୟ ପିଇବା ଠାରୁ ଦୂରେଇ ରୁହନ୍ତୁ: ଗ୍ରୀଷ୍ମ ଋତୁରେ ସବୁଠାରୁ ବଡ ସମସ୍ୟା ଡିହାଇଡ୍ରେସନ୍ ହେତୁ ହୋଇଥାଏ। ଯଦି ଆପଣ ସଠିକ୍ ଭାବରେ ହାଇଡ୍ରେଟ୍ ରହନ୍ତି ନାହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଦିନସାରା ଦୁଇ ଲିଟର…

Read More

କୋରାପୁଟ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ। ଭାଷା ପାଇଁ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା…

Read More

ନୂଆଦିଲ୍ଲୀ: ରୁଟି ଦ୍ବାରା ଯେ ଭାଗ୍ୟ ପରିବର୍ତ୍ତନ ହୋଇପାରିବ ତାହା କେହି ବି ବିଶ୍ବାସ କରିପାରିବେ ନାହିଁ। ହେଲେ ବିଭିନ୍ନ ଶାସ୍ତ୍ରରେ ରହିଛି କାହାକୁ କିପରି ରୁଟି ଖାଇବାକୁ ଦେଲେ ଭାଗ୍ୟରେ ପରିବର୍ତ୍ତନ ହୋଇପାରେ। ଆଜି ସେହିପରି ରୁଟି ଦ୍ବାରା କିପରି ଭାଗ୍ୟ ଚମକିବ ସେ ସଂପର୍କରେ ଅବଗତ କରାଉଛୁ। ଆପଣ ସକାଳେ, ଯେତେବେଳେ ଘରେ ରୁଟି ପ୍ରସ୍ତୁତ କରିବେ ସେତେବେଳେ ପ୍ରଥମ ରୋଟିକୁ ଅଲଗା ଭାବରେ ତିଆରି କରନ୍ତୁ। ମନେରଖନ୍ତୁ ଯେ ଏହି ରୁଟି ଅନ୍ୟ ରୁଟିଠାରୁ ଟିକିଏ ବଡ଼ ହେବା ଦରକାର। ବର୍ତ୍ତମାନ ଏହି ରୁଟିକୁ ଚାରିଟି ସମାନ ଖଣ୍ଡରେ କାଟି ଏହି ଚାରିଟିରେ ମିଠା ଅର୍ଥାତ ଚିନି କିମ୍ବା ଗୁଡ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେ ଏହା କଲା ବେଳେ ଯେପରି କେହେ ନ ଦେଖେ। ଚାରି ଖଣ୍ଡ ରୁଟିର ପ୍ରଥମ ଭାଗଟି ପାଖେର ଥିବା ଗାଈକୁ ଖାଇବାକୁ ଦିଅନ୍ତୁ।ଭଗବାନଙ୍କୁ ପ୍ରାର୍ଥନା କର ଯେ ତୁମର ସମସ୍ୟା ଯଥାଶୀଘ୍ର…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଛୋଟ ସମସ୍ୟା ଥାଇପାରେ, ଯାହା ମନକୁ ବିବ୍ରତ କରିପାରେ, କିନ୍ତୁ ଆପଣଙ୍କ ଉଦ୍ୟମ ଦ୍ୱାରା କାର୍ଯ୍ୟରେ ସଫଳତା ଆସିବ ଏବଂ ଲାଭ ହେବ । ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ। କର୍ମ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ, ଯାହାଫଳରେ ସମସ୍ତ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ କରିବେ ।…

Read More

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌୧ ଉତ୍କଳ ଦିବସ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବକୁ ସୋଆର ଉପସଭାପତି ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି। ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପଖାଳକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି। ଏହି ଉତ୍ସବର ଶୁଭାରମ୍ଭ କରି ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀମତି ଦାସ କହିଥିଲେ। ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି। ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ…

Read More

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଆଜି ଉତ୍କଳ ଦିବସ ଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜନ-ଭାଗିଦାରୀ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି। ଜି୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଆଜି…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସ ରେ କ୍ରିକେଟ ଷ୍ଟାଡିୟମ୍, ମଲ୍ଟି ପ୍ରପୋଜ ଇଣ୍ଡୋର ହଲ ଓ ସ୍ୱିମିଂ ପୁଲ ନିର୍ମାଣ କରା ଯାଉଛି। ମଲ୍ଟି ପ୍ରପୋଜ ଇଣ୍ଡୋର ହଲ ରେ ବକ୍ସିଂ, ରେସ୍ଲିଂ, ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି। ୨୦୧୮ ରେ ମୂଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍, ସନ୍ତରଣାଗାର ଓ ଜିମ୍ନାସିୟମ୍ ର କାମ ସମ୍ପୂର୍ଣ୍ଣ ହୋଇଛି। ଖୁବ୍ ଶିଘ୍ର ଏହି ଷ୍ଟାଡିୟମ୍ ଲୋକାର୍ପିତ ହେବ. ପୁରୀକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ…

Read More

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସକୁ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି। ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ପଞ୍ଜାବ ୭ ରନ୍ ରେ ମ୍ୟାଚ୍ ଜିତିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୯୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କୋଲକାତା ୧୬ ଓଭରରେ ୧୪୬ ରନ୍ ସଂଗ୍ରହ କରିଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଶିଖର ଧାୱନ ୪୦ ରନ୍ ଏବଂ ରାଜପକ୍ସ ୫୦ ରନ୍ ସଂଗ୍ରହ କରିଥିଲେ। ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରି ୩ ଟି ୱିକେଟ୍ ନେଇଥିଲେ।

Read More

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧି ମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ଜନ ଭାଗିଦାରୀ’ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଓଡ଼ିଶାର ୩୦ ଟି ଜିଲ୍ଲାରେ କୁଇଜ, ପ୍ରବନ୍ଧ, ବକ୍ତୃତା, ଆଲୋଚନା ଚକ୍ର ଓ ୱେବିନାର, ବିଭିନ୍ନ କ୍ରିଡା କାର୍ଯ୍ୟକ୍ରମ, ମକ୍ ଜି-୨୦, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଖାଦ୍ୟ ଉତ୍ସବ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯିବ। ସୋଆକୁ ଏଥି ନିମନ୍ତେ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି। ବଲାଙ୍ଗୀର, କେନ୍ଦୁଝର…

Read More

ଭୁବନେଶ୍ୱର: ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଚାକିରୀ ନିୟମିତ କରିବା ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଛନ୍ତି। ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ମାସ ୧୫ ତାରିଖରେ ଗଣମାଧ୍ୟମରେ ନିଜର ଜନ୍ମ ଦିନରେ, ଭିଡ଼ିଓ ବାର୍ତ୍ତାରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କଲେ। ତଦଅନୁଯାୟୀ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ଦେବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା।  କିନ୍ତୁ ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗଣଶିକ୍ଷା ବିଭଗର ଅଭିଯୋଗ ପ୍ରକୋଷ୍ଠରେ ସଂଘ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଯାହାଫଳରେ ଏକ…

Read More

ନୂଆଦିଲ୍ଲୀ: ମେ ୧୦ ତାରିଖରେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏଟି ରାମାସ୍ୱାମୀ ଜେଡିଏସ୍ ବିଧାୟକ ତଥା ବିଜେପିର ଏନଏ ଗୋପାଳକୃଷ୍ଣ ନିଜ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ରାମାସ୍ୱାମୀ ବିଜେପିରେ ଯୋଗ ଦେଇଛନ୍ତି। ଏଟି ରାମସ୍ୱାମୀ ହସନ ଜିଲ୍ଲାର ଆର୍କଲଗୁଡ ଆସନରୁ ବିଧାୟକ ଥିଲେ। ଏଥିସହିତ ଏନୱାଇ ଗୋପାଳକୃଷ୍ଣ ବିଜୟାନଗର ଜିଲ୍ଲାର କୁଡଲିଗୀ ଆସନରୁ ବିଧାୟକ ଥିଲେ। ଏହି ପଦରୁ ଇସ୍ତଫା ଦେଇଥିବା ରାମାସ୍ୱାମୀ ଜେଡିଏସ୍ ର ଦ୍ୱିତୀୟ ବିଧାୟକ। ଏହାପୂର୍ବରୁ ଏସଆର ଶ୍ରୀନିବାସ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଅନ୍ୟ ଜେଡିଏସ ବିଧାୟକ କେଏମ ଶିବଲିଙ୍ଗ ଗୌଡାଙ୍କ ଇସ୍ତଫା ବିଷୟରେ ମଧ୍ୟ ଆଲୋଚନା ହୋଇଛି ଏବଂ ସେ କଂଗ୍ରେସରେ ମଧ୍ୟ ଯୋଗ ଦେଇ ପାରନ୍ତି। କୁଡଲିଗୀର ବିଜେପି ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ଖୁବ୍ ଶୀଘ୍ର…

Read More

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟର ଉପ- କୁଳପତି ଭାବେ କାର୍ଯ୍ୟରତ ଥିଲେ। ପ୍ରଫେସର ନନ୍ଦ ୧୯୮୪ ମସିହାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ପୂର୍ବତନ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ (ଅନର୍ସ)ରେ ସ୍ନାତକ ହାସଲ କରିଥିବା ବେଳେ ୧୯୮୯ରେ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ୍‌ସ ଆଣ୍ଡ କମ୍ୟୁନିକେସନ୍‌ରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୬ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ଭିଜନ୍‌ରେ ପିଏଚ୍‌ଡି କରିଥିଲେ। ୧୯୮୬ରେ ସେ ଏନ୍‌ଆଇଟି ରାଉରକେଲାରେ ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିବା ବେଳେ ପରବର୍ତୀ…

Read More

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ। ଆଜି ଉତ୍କଳ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଟ୍ରୋ ଟ୍ରେନ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଏବଂ କଟକ ସହରକୁ ଯୋଡିବ। ଆଜି ସକାଳେ ମୁଖ୍ୟ ଶାସନ ସଚିବ, 5ଟି ସଚିବ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ବର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ତଦାରଖ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଟ୍ରୋ ପ୍ରକଳ୍ପର ତଥ୍ୟ ହସ୍ତଗତ କରିବା ପରେ ତାହାକୁ ଅନୁମୋଦନ କରିଥିଲେ। ସେ କହିଥିଲେ ଯେ, ଉତ୍କଳ ଦିବସ ଉପଲକ୍ଷେ ଏହା ରାଜ୍ୟବାସୀଙ୍କୁ ଏକ ଭେଟି। ସେ ଆହୁରି କହିଥିଲେ ଯେ, ଏହି ମହତ୍ବପୂର୍ଣ୍ଣ ଅବସରରେ ମୁଁ କଟକ, ଭୁବନେଶ୍ୱର, ପୁରୀ ଏବଂ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଘୋଷଣା କରି ଖୁସି ଅଛି। ବିଭିନ୍ନ ହିତାଧିକାରୀ ଏବଂ ଫିଜିବିଲିଟ ରିପୋର୍ଟ ଦ୍ୱାରା ଏହି ପ୍ରକଳ୍ପ ଅଧ୍ୟୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆମେ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବାଲୁଗାଁ ଏନଏସି ରେ ଉତ୍କଳ ଦିବସ ପାଳନ ହୋଇଯାଇଛି।  ଏହି ଅବସରରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ସାଂସଦ ପ୍ରତିନିଧି ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ ଏବଂ ସମସ୍ତ ଏନଏସି କର୍ମଚାରୀ, ବାଲୁଗାଁ ଏନଏସି ବିଜେଡିର କର୍ମୀ, ନାରୀ ନେତ୍ରୀମାନେ ଏନଏସି କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରିଥିଲେ। ଏହାପରେ ଚାଲି ଚାଲି ଯାଇ ଗାନ୍ଧିଛକ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ତା’ପରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀମତୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳର ମହାପୁରୁଷ ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବାଲୁଗାଁ ଚିଲିକା କୂଳଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟରେ ପାଳନ ହେଉ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ପୋଲିସ ସେବା କ୍ଷେତ୍ରରେ ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ୮୮ ତମ ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୧୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡ଼ିଜିପି ସୁନୀଲ ବଂଶଲ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ଡ଼ିଏସପି ମାନସ ରଞ୍ଜନ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଦୁଇ ବର୍ଷ ଧରି ସଫଳତାର ସହ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଲୁଗାଁ ଉପଖଣ୍ଡ ରାଜନୈତିକ ଦୃଷ୍ଟିକୋଣରୁ ଅତି ସମ୍ବେଦନଶିଳ ଅଞ୍ଚଳ ହୋଇଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ଲାଗି ସେଠାରେ ସବୁ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ…

Read More

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପାଇଁ ସମସ୍ତ ଦଳ ଜୋରରେ ପ୍ରସ୍ତୁତି କରୁଛନ୍ତି। ଏହି ସମୟରେ ନେତାମାନେ ପକ୍ଷ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଦୁଷ୍ୟନ୍ତ ଗୌତମଙ୍କ ଉପସ୍ଥିତିରେ ଆଜି ଜେଡିଏସ୍ ବିଧାୟକ ଏଟି ରାମସ୍ୱାମୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଏଟି ରାମସ୍ୱାମୀଙ୍କୁ ସ୍ୱାଗତ କରି ଅନୁରାଗ ଠାକୁର କହିଛନ୍ତି ଯେ, ସେ କୃଷକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ରାମସ୍ୱାମୀ କହିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଇ ଗର୍ବିତ ଅନୁଭବ କରୁଛନ୍ତି। ମୋତେ ଟଙ୍କା ଶକ୍ତି ଏବଂ ଅପରାଧୀମାନେ ଟାର୍ଗେଟ କରିଥିଲେ। ଏଟି ରାମସ୍ୱାମୀ ଆହୁରି କହିଛନ୍ତି ଯେ, ସେ କୌଣସି ବୁଝାମଣା ନକରି ବିଜେପିରେ ଯୋଗ ଦେଇଛନ୍ତି। ଯାହା କାମ ମିଳିବ, ମୁଁ ତାହା କରିବି। ସେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ…

Read More

ସ୍ୱାସ୍ଥ୍ୟ ଟିପ୍ସ: ମୋଟାପଣ ଏପରି ଏକ ସମସ୍ୟା ଯାହା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ। ମେଦବହୁଳତା କାରଣରୁ ଶରୀରରେ ଅନେକ ରୋଗ ସୃଷ୍ଟି ହୁଏ। ଓଜନ ବୃଦ୍ଧି ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତର ଆଶଙ୍କା ବଢାଇଥାଏ। ଯଦି ଆପଣ ମୋଟାପଣ ଦ୍ୱାରା ଅସୁବିଧାରେ ଅଛନ୍ତି ଏବଂ ଓଜନ ହ୍ରାସ କରିବାକୁ ପ୍ରତିଦିନ ଅଣ୍ଡା ଖାଆନ୍ତି, ତେବେ ଆପଣ ଅଣ୍ଡା ଖାଇବା ପାଇଁ ସଠିକ୍ ଉପାୟ ଜାଣିବା ଉଚିତ୍। ବାସ୍ତବରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅଣ୍ଡା ସହିତ ମିଶାଇ ଖାଇବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଅଣ୍ଡା ଖାଇ କିପରି ଓଜନ ହ୍ରାସ କରିବେ?: ଅଣ୍ଡା ହେଉଛି ଏକ ସୁପରଫୁଡ୍ ଯାହା ପ୍ରୋଟିନ୍, ଭିଟାମିନ୍ ଏବଂ ଓମେଗା -୩ ପରି ସୁସ୍ଥ ଚର୍ବିରେ ଭରପୂର। ଓଜନ ହ୍ରାସ କରିବାକୁ, ଆପଣ ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଇବା ଆବଶ୍ୟକ। ଏହି କାରଣରୁ ଶରୀର ଆବଶ୍ୟକୀୟ…

Read More

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର  ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ମିଳିବ। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ…

Read More

ନୂଆଦିଲ୍ଲୀ: ଆସିବା ମାତ୍ରେ ଲୋକମାନଙ୍କର କେଶ ଝଡ଼ିବା ଆରମ୍ଭ କରେ। ବାସ୍ତବରେ, ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ରୁହନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ପଦାର୍ଥ ଉପଲବ୍ଧ ଅଛି, ଯେଉଁଥିପାଇଁ ଆପଣ କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ। କିନ୍ତୁ ଏହି ଉତ୍ପାଦଗୁଡ଼ିକରୁ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ମଧ୍ୟ ଅଛି। ଏହି କ୍ଷେତ୍ରରେ, ଆପଣ ଘରୋଇ ଉପଚାର ଗ୍ରହଣ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣ ମେଥି ଏବଂ ଅଣ୍ଡା ହେୟାର ମାସ୍କ ପ୍ରୟୋଗ କରିପାରିବେ, ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ। ମେଥି ହେୟାର ମାସ୍କ ପ୍ରୟୋଗ କରିବାର ଲାଭ: ମେଥିରେ ଆଇରନ, ପ୍ରୋଟିନ୍ ଏବଂ ଭିଟାମିନ୍ ସି ଥାଏ। ଯାହା କେଶ ମୂଳକୁ ଶକ୍ତିଶାଳୀ କରିଥାଏ। ଏହା ସହିତ, ଯଦି ଆପଣ ଏହାକୁ ସପ୍ତାହରେ ୨ ଦିନ ପ୍ରୟୋଗ କରନ୍ତି, ତେବେ କେଶ ଝଡ଼ିବା ସମସ୍ୟାକୁ ଏଡାଇ ଦିଆଯାଇପାରେ।…

Read More