Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଲୁଗାଁ ଏସଡିପିଓ
ଆଜିର ଖବର

ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଲୁଗାଁ ଏସଡିପିଓ

April 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୋଲିସ ସେବା କ୍ଷେତ୍ରରେ ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ୮୮ ତମ ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୧୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡ଼ିଜିପି ସୁନୀଲ ବଂଶଲ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ଡ଼ିଏସପି ମାନସ ରଞ୍ଜନ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଦୁଇ ବର୍ଷ ଧରି ସଫଳତାର ସହ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

ବାଲୁଗାଁ ଉପଖଣ୍ଡ ରାଜନୈତିକ ଦୃଷ୍ଟିକୋଣରୁ ଅତି ସମ୍ବେଦନଶିଳ ଅଞ୍ଚଳ ହୋଇଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ଲାଗି ସେଠାରେ ସବୁ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ବାରିକ। ବର୍ତ୍ତମାନ ତାଙ୍କର ବଦଳି ତାଳଚେର ଏସଡିପିଓ ଭାବେ ହୋଇଥିବାବେଳେ ଶ୍ରୀ ବାରିକ ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ବାଲୁଗାଁ ଉପଖଣ୍ଡ ବାସୀଙ୍କୁ ପ୍ରଦାନ କରିଛନ୍ତି।

ଓଡିଶା ଡ଼ିଜିପି ପଦକ ଏବଂ ପ୍ରଶଂସାପତ୍ର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

July 24, 2026
Latest News

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

୧୭ଟି ଦେଶ ଉପରେ ଶୁଳ୍କ ବୋମା ପକାଇଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ଏବଂ ପାକିସ୍ତାନ ଉପରେ କେତେ?

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.